Tag Archives: #ମୁଁ ଜାଣେନା

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…

ଓଡ଼ିଆ , ଓଡ଼ିଆ କବିତା , ମୁଁ ଜାଣେନା
Munn Janena 


ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(2)

ମୁଁ ଜାଣେନା ଏ ପବନ କଣ ଭାବୁଛି…


କାହିଁକି କେଜାଣି ଏ ଅଜଣା ପବନ

କେତେବେଳେ ଧୀରେ ବହେ ତ କେତେବେଳେ ଅମାନିଆ,

ସତରେ ଏ ଉଡ଼ୁଥିବା ପକ୍ଷୀଟି ତାର ବାଟ ବଦଳେଇଦିଏ କି

ଏ ପବନ ର ବହିବା ସ୍ରୋତ ର ଦିଗରୁ ?

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)


ପକ୍ଷୀ କଣ କେବେ ପବନର ଦିଗ ବଦଳେଇବା ପାଇଁ ଚେଷ୍ଟାକରେ ?

ନା…..

ସତରେ ସେ ପକ୍ଷୀ ନିଜ ବାଟକୁ ବଦଳେଇବାକୁ ଚେଷ୍ଟା କରେ ନାହିଁ

ବରଂ ସେ ଦିଗ ସହିତ ଉଡିବାକୁ ସାହସ କରେ

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)


ହଁ କେବେ ସେ ଜୋରରେ ଉଡିବା ପାଇଁ ଚେଷ୍ଟାକରେ ତ

ଆଉ କେବେ ଥକିଯାଇ ଅପେକ୍ଷା କରେ କିଛି ସମୟକୁ

ହେଲେ ଏ ପବନ କଣ ବୁଝିପାରେ? ପକ୍ଷୀ ମନର ବ୍ୟଥା ..

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)


ହଁ କେବେ କେବେ ଏ ପବନ ଧୀର ହୋଇଯାଏ

ତ ଆଉ କେବେ ଦିଗ ବଦଳେଇ ଦିଏ

ସତରେ ସେ କଣ ସବୁ ସମାଧାନ କରିବାକୁ ପ୍ରୟାସ କରୁଛି

ମୁଁ ଜାଣେନା ଏ ପବନ କଣ ଭାବୁଛି…।

ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି..(2)


ଧନ୍ୟବାଦ


ନୀଳମାଧଵ ଭୂୟାଁ ଙ୍କ ଲେଖନୀରୁ…..




If the contents are helpful so share them with your friends, Thanking You.

ମୁଁ ଜାଣେନା By. Manoj


muun jaanena


ଅଜଣା ଏ ପୃଥିବୀ

କେତେବେଳେ ଧୀର ନଈ ର ରୂପ ସାଜେ

କେବେ ଝଡ ବତାସ!!!!


କେତେବେଳେ ଅଗ୍ନିର ସ୍ୱାହା ତ

ଆଉ କେବେ ବସନ୍ତ ମଳୟ ପବନ…


ସତରେ ଏ ମଣିଷ ନିଜକୁ ଦୁରେଇ ରଖି ପାରେ ?

ଏ ନବଦିଗନ୍ତ ପୃଥବୀ ର ଅଙ୍କା ବଙ୍କା ରାସ୍ତା ପାଖରୁ

ସହ୍ୟ କରିପାରେ ଏ ଦୁଃଖ ଆଉ କଷ୍ଟକୁ ????


କେବେ ସେ ନିଜକୁ ବଳିୟାନ ରୂପରେ

ପ୍ରଦର୍ଶିତ କରେ ତ ଆଉ କେବେ

ତତଲା ଖରା ର ବାଟୋଇ….


ମୁଁ ଜାଣେନା ସତରେ ଏ ମଣିଷ କେଉଁ

ଅର୍ଘ୍ୟରେ ଗଢ଼ା

ସତରେ ସେ ନିଜେ ଜଳି

ସଫଳ ର ଜ୍ୱଳନ୍ତ ଉଦାହରଣ ସାଜି ଯାଏ ….


ଥକେ ନାହିଁ ପୃଥିବୀ ର

ଏ କଣ୍ଟାମୟ ରାସ୍ତାରେ

ଚାଲିଥାଏ ଜଣେ ଅନ୍ତହୀନ ରାସ୍ତାର

ଅଜଣା ପଥିକ ହୋଇ …


ମୁଁ ଜାଣେନା

ଏ କଷ୍ଟ ଆଉ ଦୁଃଖ ର ଅନ୍ତ ହେବ କି ନାହିଁ

କିନ୍ତୁ ଏହା ସତ୍ୟ ଯେ

ମଣିଷ କେବେ ହାରିବା ଶିଖିନି

ନା କେବେ ହାରିବ ….


ସତରେ ଏକ ଆଶ୍ଚର୍ଯ୍ୟ ମୟ ଚିହ୍ନ ସାଜି

ସେ ଆଗେଇ ଚାଲେ ଭବିଷ୍ୟତ ଆଡକୁ

କେବଳ ଗୋଟିଏ ପ୍ରଶ୍ନ ନେଇ

ମୁଁ ଜାଣେନା…..

କଣ ହେବ ?????

କଣ ପାଇବି ?????

କଣ ହରେଇଛି ?????

କଣ ରଖିଛି ?????

ଏବଂ କଣ ମିଳିବ ?????

କିଛି

ମୁଁ ଜାଣେନା…….


ମନୋଜ କୁମାର ବେହେରାଙ୍କ
ଲେଖନୀରୁ….


Thanking You, for giving your important time on this web page. By Bhuyans Blog