ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…






ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(2)
ମୁଁ ଜାଣେନା ଏ ପବନ କଣ ଭାବୁଛି…


କାହିଁକି କେଜାଣି ଏ ଅଜଣା ପବନ
କେତେବେଳେ ଧୀରେ ବହେ ତ କେତେବେଳେ ଅମାନିଆ,
ସତରେ ଏ ଉଡ଼ୁଥିବା ପକ୍ଷୀଟି ତାର ବାଟ ବଦଳେଇଦିଏ କି
ଏ ପବନ ର ବହିବା ସ୍ରୋତ ର ଦିଗରୁ ?
ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)


ପକ୍ଷୀ କଣ କେବେ ପବନର ଦିଗ ବଦଳେଇବା ପାଇଁ ଚେଷ୍ଟାକରେ ?
ନା…..
ସତରେ ସେ ପକ୍ଷୀ ନିଜ ବାଟକୁ ବଦଳେଇବାକୁ ଚେଷ୍ଟା କରେ ନାହିଁ
ବରଂ ସେ ଦିଗ ସହିତ ଉଡିବାକୁ ସାହସ କରେ
ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)



ହଁ କେବେ ସେ ଜୋରରେ ଉଡିବା ପାଇଁ ଚେଷ୍ଟାକରେ ତ
ଆଉ କେବେ ଥକିଯାଇ ଅପେକ୍ଷା କରେ କିଛି ସମୟକୁ
ହେଲେ ଏ ପବନ କଣ ବୁଝିପାରେ? ପକ୍ଷୀ ମନର ବ୍ୟଥା ..
ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…(1)


ହଁ କେବେ କେବେ ଏ ପବନ ଧୀର ହୋଇଯାଏ
ତ ଆଉ କେବେ ଦିଗ ବଦଳେଇ ଦିଏ
ସତରେ ସେ କଣ ସବୁ ସମାଧାନ କରିବାକୁ ପ୍ରୟାସ କରୁଛି
ମୁଁ ଜାଣେନା ଏ ପବନ କଣ ଭାବୁଛି…।
ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି..(2)


ଧନ୍ୟବାଦ


ନୀଳମାଧଵ ଭୂୟାଁ ଙ୍କ ଲେଖନୀରୁ…..






If the contents are helpful so share them with your friends, Thanking You.

One thought on “ମୁଁ ଜାଣେନା ଏ ପକ୍ଷୀ କଣ ଭାବୁଛି…”

Leave a Reply

Your email address will not be published. Required fields are marked *