Tag Archives: ହୃଷିକେଶ

ଜୀବନ ଦୀପ (Jiban Dipa)

ମଣିଷ ଜୀବନ ଦୀପ ଲିଭିଗଲେ ଲୋକେ ବାରଣ କରି ବସି କାନ୍ଦିବେ
କିନ୍ତୁ ଏପଟେ ପଶୁ ପକ୍ଷୀର ମାଂସ କୁ ଆଣି ଘରେ ରାନ୍ଧିବେ..

ପର ଆପଣା ଲୋକଙ୍କୁ ମନେ ପଡେ ଦରକାର ପଡ଼ିଲେ କାମ
ଚାରି ଦିନ ଲୋକ ନଜରରୁ ହଟିଲେ ଭୁଲି ଯିବେ ଲୋକ ଆମ ନାମ..

ପରିବେଶ କୁ ସଫା ରଖିବା, ମାନି ଚଳିବା ପ୍ରକୃତିର ନିୟମ
ସ୍ବାସ୍ଥ୍ୟ ହିଁ ଆମର ଅମୂଲ୍ୟ ସମ୍ପଦ, କରିବା ନୀତି ବ୍ୟାୟାମ..

ଫଟୋ ଟିଏ ବି ସୁନ୍ଦର ଦିଶେ,ଯେବେ ଥିବା ଆମେ ହସି
ଶିକ୍ଷା ହିଁ ମଣିଷର ମହାନ୍ ଅସ୍ତ୍ର ପଢ଼ିବ ନୀତି ବସି..

ଜୀବନ୍ତ ଶରୀରେ ଖୋଜି ଭଗବାନ, ଗରିବ କୁଟିରେ କାଳ ଦୀପ
ଅନ୍ନ ବସ୍ତ୍ର ଗରିବ କୁ ଦାନ କରି, ହଟିବ ଦିନେ ବୁଢ଼ା ଆଙ୍ଗୁଠି ଟିପ..

ମାତା ପିତା ଠାରୁ ବଡ କିଏ ନାହିଁ, ସେମାନେ ଆମ ଜୀବନ
ମୃତ୍ୟୁ ପରେ କଣ ହେବ, ଭାବୁନ ବେଶୀ ସପନେ..

ଧର୍ମ ଜାତି ରାଜ ନୀତିରେ , ହେବ ନାହିଁ କେବେ ବାୟା
ଜୀବନ ଦୀପ ଲିଭୀଗଲେ, ଶ୍ମଶାନରେ ପଡ଼ିବ ଆମ କାୟା..

ହୃଷିକେଶ କୁଶୁଲିଆ
ମୁନିଗୁଡ଼ା , ରାୟଗଡ଼ା

ତାଙ୍କର ଅନ୍ୟ ଏକ କବିତା ଟିଏ

ମଶାଣି ର ଫୁଲ

ମଶାଣି ର ନାମ ସୁଣିଲେ 
ମନ ରେ ଲାଗେ ଭୟ…

କିନ୍ତୁ ମଶାଣି ହିଁ ଆମ ଶେଷ ଠିକଣା
ଏବଂ ମଶାଣି ଆମ ପରିଚୟ…

କେତେ ଲୋକ ଆସି ଗଲେଣି 
ଏହି ମଶାଣି ଭୂମି କୁ
ମୁକ୍ତ ରେ ମିଳୁଛି ଦୁଇ ଗଜ ଜମି..

ସମସ୍ତଙ୍କ ପାଇ ସାଇତି ଅଛି ଏଠି
ଏବଂ କାହାର ହେବନି କମି…

କିଏ କାହାଟି କରିବା ନାହି 
ଜାଗା ପାଇଁ ପାଟିତୁଣ୍ଡ…

ନିଜ ନିଜ ଘରୁ ବାହାରି ଦେଖାଅ 
ଉଠାଇ ନିଜ ନିଜର ମୁଣ୍ଡ…

କାହା ଘର ମାଟି ପାଉଁଶ ଉପରେ
ତ କାହା ଘର ମାଟି ତଳେ
ଦରକାର ନାହି ଗହଣା ସୁନା ଏଠି
ନା ଦରକାର ଘୋଡା ଗାଡି…

ନା ଟଙ୍କା ର ଅଭାବ ଏଠି
ନା ଖାଦ୍ୟ ପାନୀୟ
ନା ଲୁଗାପଟା ଶାଢ଼ୀ…

ନା ସ୍ବର୍ଗ, ନା ନର୍କ, ନା ପାପ ପୂର୍ଣ୍ୟ ର ଡର
ନା ଜାତି, ନା ନିତି, ନା ତିଥି 
ନା ଆସେ ଏଠି କାହାକୁ ଜ୍ଵର
ଏହା ହି ସ୍ବର୍ଗ ର ଦ୍ବାର
ନା କିଏ ଏଠି ଆପଣାର ନା କିଏ ଏଠି ପର…

ମୁତ୍ୟୁ ହିଁ ସତ୍ୟ ଏଠି
ମାଟି ପାଣି ପବନ ନିଆଁ 
ଆମର ଶରିର ର ମୁଲ କିଛି ନାହିଁ ଏଠି
କାରଣ ଆମେ ସମସ୍ତେ ଗୋଟିଏ  
ମଶାଣି ର ଫୁଲ ପରା…

ହୃଷିକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା ।