ଜୀବନ ଦୀପ (Jiban Dipa)

ମଣିଷ ଜୀବନ ଦୀପ ଲିଭିଗଲେ ଲୋକେ ବାରଣ କରି ବସି କାନ୍ଦିବେ
କିନ୍ତୁ ଏପଟେ ପଶୁ ପକ୍ଷୀର ମାଂସ କୁ ଆଣି ଘରେ ରାନ୍ଧିବେ..

ପର ଆପଣା ଲୋକଙ୍କୁ ମନେ ପଡେ ଦରକାର ପଡ଼ିଲେ କାମ
ଚାରି ଦିନ ଲୋକ ନଜରରୁ ହଟିଲେ ଭୁଲି ଯିବେ ଲୋକ ଆମ ନାମ..

ପରିବେଶ କୁ ସଫା ରଖିବା, ମାନି ଚଳିବା ପ୍ରକୃତିର ନିୟମ
ସ୍ବାସ୍ଥ୍ୟ ହିଁ ଆମର ଅମୂଲ୍ୟ ସମ୍ପଦ, କରିବା ନୀତି ବ୍ୟାୟାମ..

ଫଟୋ ଟିଏ ବି ସୁନ୍ଦର ଦିଶେ,ଯେବେ ଥିବା ଆମେ ହସି
ଶିକ୍ଷା ହିଁ ମଣିଷର ମହାନ୍ ଅସ୍ତ୍ର ପଢ଼ିବ ନୀତି ବସି..

ଜୀବନ୍ତ ଶରୀରେ ଖୋଜି ଭଗବାନ, ଗରିବ କୁଟିରେ କାଳ ଦୀପ
ଅନ୍ନ ବସ୍ତ୍ର ଗରିବ କୁ ଦାନ କରି, ହଟିବ ଦିନେ ବୁଢ଼ା ଆଙ୍ଗୁଠି ଟିପ..

ମାତା ପିତା ଠାରୁ ବଡ କିଏ ନାହିଁ, ସେମାନେ ଆମ ଜୀବନ
ମୃତ୍ୟୁ ପରେ କଣ ହେବ, ଭାବୁନ ବେଶୀ ସପନେ..

ଧର୍ମ ଜାତି ରାଜ ନୀତିରେ , ହେବ ନାହିଁ କେବେ ବାୟା
ଜୀବନ ଦୀପ ଲିଭୀଗଲେ, ଶ୍ମଶାନରେ ପଡ଼ିବ ଆମ କାୟା..

ହୃଷିକେଶ କୁଶୁଲିଆ
ମୁନିଗୁଡ଼ା , ରାୟଗଡ଼ା

ତାଙ୍କର ଅନ୍ୟ ଏକ କବିତା ଟିଏ

Leave a Reply

Your email address will not be published. Required fields are marked *