Tag Archives: #darknight

Dark Night

Every second of that night was a painful second for me and such a night should never come into anyone else’s life! This is what I will pray to God.

Hello friends…

I have brought for you a true incident of my life. Many people liked my last article, hope you will like this one too. If you like reading till the end, then share this link with your friends too.

The story is December 2001, about 11 years old. This incident happened at my home in Solandi, Odisha. At that time in my family Baba, my mother, 02 sisters, 02 brothers and me. The sad thing is that my elder sister is no more in this world.

Coming to the story, it was severely cold in 2001, now the weather has become normal. Being the youngest, I was a beloved son to my mother and used to sleep daily in my mother’s lap only. Like every evening, that day also all the family members were going to sleep after having dinner.

ସେ ଅନ୍ଧାର ରାତିି (Dark Night)

Dark Night, Blog,
ସେ ଅନ୍ଧାର ରାତିର ପ୍ରତିଟି ସେକେଣ୍ଡ ମୋ ପାଇଁ ଏକ ଯନ୍ତ୍ରଣାଦାୟକ ସେକେଣ୍ଡ ଥିଲା ଏବଂ ଏହିପରି ରାତି ଅନ୍ୟ କାହାର ଜୀବନରେ କେବେବି ନ ଆସୁ । ଏହା ମୁଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।
ନମସ୍କାର ବନ୍ଧୁଗଣ ..
ଏହି ଗଳ୍ପ ଟି ମୋ ଜୀବନର ଏକ ସତ୍ୟ ଘଟଣା ଉପରେ ଆଧାରିତ । ମୋର ଶେଷ ଆର୍ଟିକଲ କୁ ଅନେକ ଲୋକ ପସନ୍ଦ କରିଥିଲେ ଏବଂ ଏହି କାହାଣୀ ମଧ୍ୟ ଆପଣଙ୍କୁ ପସନ୍ଦ ଆସିବ ଏବଂ ପଢ଼ିବା ପରେ ନିଜର ମତାମତ ନିଶ୍ଚୟ ଜଣେଇବେ ଏବଂ ଅନ୍ୟମାନଙ୍କୁ ସେୟାର କରିବେ ।
କାହାଣୀ ଡିସେମ୍ବର ୨୦୦୧ ସମୟର, ସେତେବେଳେ ମୋତେ ପ୍ରାୟ ୧୧ ବର୍ଷ | ଏହି ଘଟଣା ମୋ ଗାଁ ସୋଲଣ୍ଡି ରେ ଘଟିଛି । ସେତେବେଳେ ମୋ ପରିବାର ରେ ବାବା, ମା, ୨ ଭଉଣୀ, ୨ ଭାଇ ଏବଂ ମୁଁ କିନ୍ତୁ ଦୁଃଖର ବିଷୟ ହେଉଛି ବର୍ତ୍ତମାନ ମୋର ବଡ଼ ଭଉଣୀ ଏହି ଦୁନିଆରେ ନାହାଁନ୍ତି |
କାହାଣୀକୁ ଆସିବା, ୨୦୦୧ ରେ ଭୀଷଣ ଥଣ୍ଡା ଥିଲା, ବର୍ତ୍ତମାନ ପାଗ ସ୍ୱାଭାବିକ ହୋଇ ସାରିଲାଣି | ସବୁଠୁ ସାନ ହୋଇଥିବାରୁ ବହୁତ୍ ଗେହ୍ଲା ଥିଲି । ମାଆର କୋଳରେ ହିଁ ନିଦ ଆସୁଥିଲା। ପ୍ରତ୍ୟେକ ସନ୍ଧ୍ୟା ପରି, ସେହି ଦିନ ପରିବାରର ସମସ୍ତ ସଦସ୍ୟ ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଉଥିଲେ । ରାତିରେ ମା ଘର ସଫା କରି କବାଟ ବନ୍ଦ କରି ଶୋଇବାକୁ ଆସିଲେ । ମୋ ବାମ ପାର୍ଶ୍ୱରେ ମୋର ସାନ ଭଉଣୀ ଶୋଇଥିଲା । ସାନ ଭଉଣୀ କିନ୍ତୁ ମୋ ଠାରୁ ବଡ । ଶୋଇବା ପୂର୍ବରୁ ଆମେ ଦୁହେଁ ଗରମ କ୍ଷୀର ପିଇବା ପରେ ଶୋଉଥିଲୁ । ସେଦିନ ରାତି ପ୍ରାୟ ୧୧ ରୁ ୧୨ ଟା ହେବ । ମୋର ସାନ ଭଉଣୀ କୁ ଅଳ୍ପ ନିଦ ଲାଗିଯାଇଥିଲା। ମା କ୍ଷୀର ନେଇ ଆସିଲେ। ସବୁ ଦିନ ପରି ସେହି ଦିନ ମଧ୍ୟ କ୍ଷୀର ଅଳ୍ପ ଗରମ ଥିଲା । ଆମ ଗୋଡ଼ ପାଖରେ କମ୍ବଳ ରଖାଯାଇଥିଲା । ମା ଆସିବା ପରେ ତାଙ୍କର କମ୍ବଳ ଉପରେ ଗୋଡ ପଡ଼ି ଥିଲା । ଠିକ୍ ସେତିକିବେଳେ ହଠାତ୍ ସାନ ଭଉଣୀ ନିଦରୁ ଉଠି କମ୍ବଳ ଓଢେଇ ବାକୁ କମ୍ବଳ କୁ ଟାଣିଲା। ମା ହାତରେ କ୍ଷୀର ଗ୍ଲାସ ଟି ଆସି ସିଧା ମୋ ମୁହଁରେ ପଡିଗଲା ଏବଂ ମୋର ବାମ ମୁହଁ ସମ୍ପୂର୍ଣ୍ଣ ଜଳିଗଲା । ମୁଁ ଜୋରରେ କାନ୍ଦିବାକୁ ଲାଗିଲି। ସମସ୍ତେ ମୋର କାନ୍ଦ ଶବ୍ଦ ଶୁଣି ଉଠି ପଡ଼ିଲେ। ଆପଣ ନିଶ୍ଚୟ ଅନୁଭବ କରିଥିବେ ଯଦି ଆମେ ଶୋଇଥିବା ସମୟରେ ଯଦି କେହି ଆମକୁ ଉଠାନ୍ତି ତେବେ ଆମେ କେତେ ଖରାପ ଅନୁଭବ କରୁ କିନ୍ତୁ ସେତେବେଳେ ମୁଁ ଯନ୍ତ୍ରଣାରେ କାନ୍ଦୁଥିଲି। ଏହା ଏକ ସାଧାରଣ ଯନ୍ତ୍ରଣା ନଥିଲା । ଏହା ମୋ ଜୀବନର ଏକ ନର୍କର ଯନ୍ତ୍ରଣା ଠାରୁ ମଧ୍ୟ ଅଧିକା ଥିଲା ।
ମା ମୋତେ କୋଳରେ ଧରି କାନ୍ଦିବାକୁ ଲାଗିଲେ, ସାନ ଭଉଣୀ ମଧ୍ୟ ମୋତେ ଧରି କାନ୍ଦିବାକୁ ଲାଗିଲା | ରାତି ୧୨ ଟା ହେବାକୁ ଆସିଲାଣି । ମୋର ଚିତ୍କାର କାନ୍ଦ ଶବ୍ଦ ଶୁଣି ପଡୋଶୀମାନେ ମଧ୍ୟ ଆସିଗଲେ | ମୋର ଯନ୍ତ୍ରଣା ବଢ଼ି ବଢ଼ି ଯାଉଥିଲା | ମୁଁ ଯେତେବେଳେ ମୋ ମୁହଁକୁ ଛୁଇଁଲି ମୋ ହାତରେ ଜଳିଯାଇଥିବା ମାଂସ ଆସି ଯାଉଥିଲା | ରାତିରେ ଡାକ୍ତରଖାନା କେମିତି ଯିବେ ସମସ୍ତେ ଚିନ୍ତା କରୁଥିଲେ। ଗାଁରୁ ଡାକ୍ତରଖାନା ପର୍ଯ୍ୟନ୍ତ ରାସ୍ତା ବହୁତ ଖରାପ ଥିଲା ତଥା ରାତିରେ ବଣୁଆ ଜନ୍ତୁର ଭୟ ମଧ୍ୟ ରହିଥିଲା। ଏପଟେ ଅତ୍ୟଧିକ ଥଣ୍ଡା ଅନୁଭବ ହେଉଥାଏ। ମା କହିଲେ, ସକାଳ ହେଉ, ଆମେ ଡାକ୍ତରଖାନା ଯିବା। ପଡୋଶୀ ବଡ ବାପା ଙ୍କ କହିବା ଅନୁସାରେ ଆଳୁକୁ ପେଶି କରି ପୋଡିଯାଇଥିବା ସ୍ଥାନରେ ଲଗାଇବାକୁ ପରାମର୍ଶ ଦେଲେ ଏବଂ ଘରେ ସେମିତି କରିଲେ । କିଛି ଯନ୍ତ୍ରଣା କମ୍ କରିବା ପାଇଁ ମେଡ଼ିସିନ୍ ଦେଲେ ଏବଂ ମୋତେ ଶୋଇବାକୁ କହିଲେ |
ତାଙ୍କ କଥା ଶୁଣିବା ପରେ ମୁଁ ରାଜି ହେଲି। କିନ୍ତୁ ଜଳୁଥିବା ଯନ୍ତ୍ରଣା କମି ନଥିଲା। ଯନ୍ତ୍ରଣା ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ କମିଗଲା ଏବଂ ପରେ ଯନ୍ତ୍ରଣା ପୁଣି ଆରମ୍ଭ ହୋଇଗଲା | ରାତିସାରା ଯନ୍ତ୍ରଣା ହେତୁ ବେଳେବେଳେ ମା କହୁଥିଲେ ଏବଂ ବେଳେବେଳେ ସାନ ଭଉଣୀ କହୁଥିଲେ ଯେ “ଶୋଇବାକୁ ଚେଷ୍ଟା କର, ସକାଳେ ଉଠି ଆମେ ମେଡିକାଲକୁ ଯିବା” । ମା ଏବଂ ସାନ ଭଉଣୀ ରାତିସାରା ମୋର ଯତ୍ନ ନେଉଥିଲେ । ଯନ୍ତ୍ରଣା ଏବଂ ଲୁହ ମୋ ଆଖିରୁ ବନ୍ଦ ହେଲା ନାହିଁ । ମଝିରେ ମଝିରେ ମା ଙ୍କୁ କହୁଥିଲି କି ମା ବହୁତ୍ କଷ୍ଟ ହେଉଛି । ଏତିକି ଶୁଣି ତାଙ୍କ ଆଖିରେ ମଧ୍ୟ ଲୁହ ବନ୍ଦ ହେଉ ନଥିଲା। କେବଳ ମୋତେ ଵୁଝୋଉ ଥିଲେ ଯେ “ଶୋଇ ଯା ବାବୁ” “ଶୋଇ ଯା ବାବୁ” ।
ସେହି ଅନ୍ଧାର ରାତିରେ କାନ୍ଥରେ ଲାଗିଥିବା ଘଣ୍ଟାର ଟିକ୍ ଟିକ୍ ଶବ୍ଦ ମୋତେ ସ୍ୱଚ୍ଛ ଭାବେ ଶୁଣା ଯାଉଥିଲା । ରାତି ୧୨ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ, ମୁଁ ପ୍ରତି ସେକେଣ୍ଡରେ ସେ ଟିକ୍ ଟିକ୍ ଶବ୍ଦ କୁ ଗଣିଛି । ମୁଁ ରାତିସାରା ଭାବୁଥିଲି ଯେ କେତେବେଳେ ସକାଳ ହେବ ଏବଂ ମୋତେ ଡାକ୍ତରଖାନା ନେଇଯିବେ । ରାତି ସାରା ଲୁହ ଓ ଯନ୍ତ୍ରଣା ସହିତ ବିତିଗଲା । ସକାଳ ୫ ଟାରେ ଟିକିଏ ନିଦ ଲାଗିଲା ଏବଂ ମୁଁ ଶୋଇବାକୁ ଲାଗିଲି । ପରଦିନ ସେ ମୋତେ ଡାକ୍ତରଖାନା ନେଇଗଲେ। ମୁଁ ଏହି କାହାଣୀ ଲେଖିବାବେଳେ ମୋ ଆଖିରୁ ମଧ୍ୟ ଲୁହ ଆସି ଯାଉଛି |
୦୩ ମାସ ଧରି ଘରେ ଶୋଇ ରହିଲି। ଡାକ୍ତର କିଛି ମେଡ଼ିସିନ୍ ଦେଇଥିଲେ ଏବଂ ଏହାକୁ ଲଗାଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ବାହାରକୁ ଯିବାକୁ ମନା ଥିଲା । ଧୀରେ ଧୀରେ ପୋଡ଼ା ଚିହ୍ନ ଭଲ ହେବାକୁ ଲାଗିଲା ଏବଂ କିଛି ପୋଡ଼ା ଚିହ୍ନ ବାକି ଥିଲା । ସେହି ଘଟଣା ପୂର୍ବରୁ ପ୍ରତି ଦିନ ମୋ ସାଙ୍ଗ ସହିତ ପୋଖରୀ କୁ ଗାଧୋଇବାକୁ ଯାଉ କିନ୍ତୁ ଏହି ଘଟଣା ପରେ ମୋତେ ଘରେ ଗାଧୋଇବାକୁ ପଡିଲା। ଏହି ଘଟଣା ବିଷୟରେ କେହି ଜାଣି ନଥିଲେ । ମୋ ସାଙ୍ଗମାନେ ମଧ୍ୟ ଜାଣି ନଥିଲେ ଯେ ମୋ ସହିତ ଏପରି ଘଟିଛି ବୋଲି |
ବିଦ୍ୟାଳୟରେ ଶିକ୍ଷକ ମୋ ବିଷୟରେ ପଚାରିଥିଲେ କିନ୍ତୁ ସମସ୍ତେ ଜାଣିଥିଲେ ଯେ ମୋର ଦେହ ଖରାପ ଅଛି | ଦିନେ ମୁଁ ପୋଖରୀରେ ଗାଧୋଇବାକୁ ଭାବିଲି, ମା ପଡୋଶୀ ଘରକୁ କିଛି ଜିନିଷ ଆଣିବାକୁ ଯାଇଥିଲେ।ସେତିକି ବେଳେ ମୁଁ ଘରୁ ବାହାରି ପୋଖରୀକୁ ଗାଧୋଇବାକୁ ଗଲି। ଗୋଟିଏ ଟାୱେଲ ମୋ ମୁହଁକୁ ଘୋଡେ଼ଇ ପୋଖରୀରେ ପହଞ୍ଚିଲି। ପୋଖରୀ ଦେଖି ମୁଁ ବହୁତ ଖୁସି ହେଲି । ମନ ଭରି ଗାଧୋଇଲି । ଗାଧୋଇବାବେଳେ ଜଣେ ଲୋକ ଦୀର୍ଘ ସମୟ ଧରି ମୋ ଆଡକୁ ଚାହିଁ ରହିଥିଲେ। ସେ ଭାବୁଥିଲେ ଯେ ମୁଁ କାହିଁକି ମୁହଁରେ ଟାୱେଲ୍ ଢାଙ୍କି ରଖିଛି। ସେ ମୋତେ ଶେଷରେ ପଚାରିଲେ ଯେ ଟାୱେଲ୍ କାହିଁକି ଢାଙ୍କି ରଖିଛୁ???
ମୁଁ କହିଲି “ସେପରି କିଛି ନାହିଁ” କହି ଚୁପ୍ ରହିଲି | ସେ ମୋତେ ପୁଣି ପଚାରିଲେ କଣ ହେଲା? ମୁଁ ପୁଣି ଚୁପ୍ ରହିଲି କିନ୍ତୁ ସେ ମୋ ଟାୱେଲ କୁ ଟାଣି ଦେଲେ ଏବଂ ମୋ ମୁହଁ ଦେଖି ସେ ଚମକି ପଡିଲେ !!! ସେ ଆଶ୍ଚର୍ଯ୍ୟ ହୋଇ ମୋତେ ପଚାରିଲେ ଏସବୁ କିପରି ହେଲା ଏବଂ କେବେ ଘଟିଲା ?? ମୁଁ କହିଲି ୩ ମାସ ହୋଇଗଲାଣି । ସେ ମୋ ମୁହଁ ଦେଖି ଦୁଃଖୀ ହେଲେ | ଏବଂ କହିଲେ ଏହି ସମୟରେ ପୋଖରୀ ପାଣିରେ ଗାଧୋଇବା ଠିକ୍ ନୁହଁ। ଘରେ ସ୍ନାନ କର | ସେତେବେଳକୁ ମୁଁ ଗାଧୋଇ ସାରିଥିଲି। ମୁଁ ଘରକୁ ଫେରିବା ପରେ ଦେଖିଲି ମା ରାଗି ଯାଇ ପଚାରିଲେ ସେ କେଉଁଆଡେ ଯାଇଥିଲୁ? ତୋତେ କିଏ ବାହାରକୁ ଯିବାକୁ କହିଲା? ବହୁତ ଗାଳି ଦେଲେ । ମା କହିଲେ, ବାହାରକୁ ଯାଅ ନାହିଁ। ବାହାର ଖରା ପବନ ବାଜିଲେ ଚେହେରା ଠିକ୍ ହେବ ନାହିଁ। ଠିକ୍ ହେବା ପାଇଁ ପ୍ରାୟ ୪ ରୁ ୫ ମାସ ସମୟ ଲାଗିଲା। ଯେତେବେଳେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲି, ମୁଁ ସ୍କୁଲ ଯିବା ଆରମ୍ଭ କଲି | ଭଲ ମେଡ଼ିସିନ୍ ହେତୁ, ମୋ ମୁହଁରେ ଗୋଟିଏ ବି ଦାଗ ରହିଲା ନାହିଁ କିନ୍ତୁ ସେ ଘଟଣା କୁ ଜୀବନ୍ତ ରଖିବା ପାଇଁ ମୋ ମୁହଁରେ ଗୋଟିଏ ଦାଗ ବାକି ରହିଗଲା । ଯେତେବେଳେ ମୁଁ ମୋ ମୁହଁକୁ ଦର୍ପଣ ରେ ଦେଖେ, ମୁଁ କିଛି ସମୟ ପାଇଁ ସେହି ରାତିର ଯନ୍ତ୍ରଣା ଅନୁଭବ କରେ ଏବଂ ସେ ଟିକ୍ ଟିକ୍ ଶବ୍ଦଗୁଡ଼ିକ ମୋ କାନରେ ବାରମ୍ଵାର ପ୍ରତିଧ୍ୱନିତ ହୋଇଯାଏ ଏବଂ ସେପରି ରାତି ଅନ୍ୟ କାହାର ଜୀବନରେ ନ ଆସୁ ! ଏହା ମୁଁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।
ମୋ ଜୀବନର ଅନ୍ୟ କିଛି ସତ୍ୟ କାହାଣୀ ଏହି ବ୍ଲଗ୍ ରେ ଅଛି ଯାହା ଆପଣ Story Section କୁ କ୍ଲିକ୍ କରି ପଢ଼ି ପାରିବେ ।
.. ଧନ୍ୟବାଦ ..
If the contents helpful so share to your friends, Thanking You.