Tag Archives: #mulyaban

ମୂଲ୍ୟବାନ ସ୍ମୃତି…ଆରମ୍ଭ

ମୂଲ୍ୟବାନ ସ୍ମୃତି, costly memories
ମୂଲ୍ୟବାନ ସ୍ମୃତି…ଆରମ୍ଭ

~ ମୂଲ୍ୟବାନ ସ୍ମୃତି ~

(ଏକ ଅନନ୍ୟ ସମ୍ପର୍କ ର ନବ ନିର୍ମାଣ)

~ ଆରମ୍ଭ~

ମିନାକ୍ଷୀ ର ଜନ୍ମ ଏକ ଗରିବ ପରିବାରରେ । ବୟସ ପାଖାପାଖି ଷୋହଳ ବର୍ଷ। ଦୁଇ ବର୍ଷ ପୂର୍ବେ ତା ମାଆ, ବାପା ଦୁହେଁ ମିନାକ୍ଷୀକୁ ଏକା କରି ଦୁହେଁ ଆରପାରି କୁ ଚାଲିଗଲେ । ମିନାକ୍ଷୀ ରୂପରେ ବହୁତ୍ ସୁନ୍ଦର ଏବଂ ଶାନ୍ତ କିନ୍ତୁ ତାର ନିଜର ବୋଲି କେହି ମଧ୍ୟ ନଥିଲେ । ମିନାକ୍ଷୀ ଅନାଥ ର ଆଖ୍ୟା ପାଇଯାଇଥିଲା । କାହାକୁ କିଛି କହେ ନାହିଁ । ନିଜେ ଯାହା ରୋଜଗାର କରେ ସେଥିରେ ତାର ପେଟ ପୋଷୁଥିଲା। ସେ ଦଶମ ଶ୍ରେଣୀ ଯାଏଁ ବଡ କଷ୍ଟରେ ପଢି ପାରିଛି । ପାଠ ପଢିବା ପାଇଁ ଇଛା ପ୍ରକାଶ କରିଲେ ମଧ୍ୟ ନିଜର ଆର୍ଥିକ ଅବସ୍ଥା ଯୋଗୁଁ ସେ ଆଉ ପଢା ପ୍ରତି ଇଚ୍ଛା ରଖିନି ।

ଦିନେ ମିନାକ୍ଷୀ ବଜାରରୁ କିଛି ପନିପରିବା ସହିତ ଘରକୁ ଫେରୁଥାଏ । ଠିକ୍ ସେହି ସମୟରେ ମିନାକ୍ଷୀ ସାମ୍ନାରେ ଦୁଇ ଜଣ ପୁଅ କଲେଜ୍ ରୁ ଫେରୁଥାନ୍ତି । ସେ ଦୁଇ ଜଣ ମଜା କରି କରି ଆସୁଥିଲେ। ଜଣେ ସୁରେଶ୍ ଏବଂ ଆଉ ଜଣେ ବଳିଆ । ସୁରେଶ୍ ସରଳ ଓ ଦୟା ସ୍ଵଭାବ ର ଥିଲା । ବଳିଆ ଅଳ୍ପ ଦୁଷ୍ଟ । ଅଜାଣତରେ ମିନାକ୍ଷୀ ଆଉ ସୁରେଶ୍ ର ଧକ୍କା ହୋଇଗଲା। ସୁରେଶ୍ ଫଟାଫଟ୍ ମିନାକ୍ଷୀ ର ତଳେ ପଡ଼ିଯାଇଥିବା ପରିବା ସବୁ ଉଠାଇ ମିନାକ୍ଷୀ ର ବ୍ୟାଗ୍ ରେ ରଖି ବାକୁ ଲାଗିଲା କିନ୍ତୁ ମିନାକ୍ଷୀ ଅଳ୍ପ ଡରିଯାଇ ତା ବ୍ୟାଗ୍ ରେ ଯେତିକି ପରିବା ଥିଲା ସେତିକି ନେଇ ଦୌଡ଼ି ପଳାଇ ଗଲା ।

ତିନି ଚାରି ଦିନ ପରେ ସୁରେଶ୍ କଲେଜ୍ ଯିବାକୁ ଅଳ୍ପ ସମୟ ବାକି ଥାଏ। କଲେଜ୍ କୁ ବଜାର ଲାଗିଥାଏ । ସୁରେଶ୍ ବଜାର ଉପରେ ବଳିଆ କୁ ଅପେକ୍ଷା କରିଥାଏ ହଠାତ୍ ସେ ମିନାକ୍ଷୀ କୁ ଦେଖିଲା । ତା ପାଖକୁ ଯିବାକୁ ଲାଗିଲା କିନ୍ତୁ ମିନାକ୍ଷୀ ଜାଣି ନାହିଁ ଯେ, ସୁରେଶ୍ ତାକୁ ଫଲୋ କରୁଛି ବୋଲି । ସେତେବେଳେ ମିନାକ୍ଷୀ ତାଙ୍କ କଲେଜ୍ ଆଡ଼କୁ କିଛି ସମୟ ଠିଆ ହୋଇ ଦେଖିବାକୁ ଲାଗିଲା । ସୁରେଶ୍ ଯେତେବେଳେ କଲେଜ୍ କୁ ପ୍ରବେଶ କରିବା ପାଈଁ ଗଲା ମିନାକ୍ଷୀ ର ନଜର ଯାଇ ପଡ଼ିଲା ସୁରେଶ୍ ଉପରେ । ସୁରେଶ୍, ମିନାକ୍ଷୀ କୁ ପଚାରିବାକୁ ଲାଗିଲା ଯେ, କଥା କ’ଣ? କଲେଜ୍ କୁ ଚାହିଁ ରହିଛ?? କିନ୍ତୁ ମିନାକ୍ଷୀ କିଛି ନ କହି ଅଶାନ୍ତ ଚେହେରା ନେଇ ପଛ ମୁହାଁ କରି ଚାଲିଗଲା । (ସୁରେଶ୍ ଜାଣିନଥିଲା ଯେ, ସେ ଅନାଥ ଓ ତାର ମଧ୍ୟ ପଢିବା ପାଇଁ ଇଚ୍ଛା କିନ୍ତୁ ଆର୍ଥିକ ଅବସ୍ଥା ଶୋଚନୀୟ ଓ ଖରାପ ପରିସ୍ଥିତି ଯୋଗୁ ସେ ପଢ଼ିପାରୁନି।) ମିନାକ୍ଷୀ କଥା ନ ଶୁଣିବାରୁ ସୁରେଶ୍ ପଛପଟୁ ଦୁଇ ତିନି ଥର ଓଏ.. ହେଲୋ.. ଶୁଣ.. କିନ୍ତୁ ମିନାକ୍ଷୀ ର ଜବାବ ଶୂନ୍ୟ । ସେ କିଛି ଉତ୍ତର ନ ଦେଇ ଚାଲିଗଲା ।

ଦ୍ଵିତୀୟ ଦିନ ପୁଣି ମିନାକ୍ଷୀ, ସୁରେଶ୍ ପାଠ ପଢୁଥିବା କଲେଜ୍ କୁ ଚାହିଁ ରହିଥିଲେ। ପୁର୍ବ ଭଳି ସୁରେଶ୍ ପଛ ପଟୁ ଆସି ପହଁଚିଲା । ସେ ସମୟ ନଷ୍ଟ ନ କରି ମିନାକ୍ଷୀ ର ହାତ ଧରି ଓୟେ… ହେଲୋ… ଏତିକି ଶବ୍ଦରେ ମିନାକ୍ଷୀ ର ଦେହରେ କମ୍ପନ ସୃଷ୍ଟି ହେଲା। ସେ ଡରରେ ଥରିବାକୁ ଲାଗିଲା ଏବଂ ମିନାକ୍ଷୀ ସୁରେଶ୍ ମୁହଁକୁ ଚାହିଁ ଚାହିଁ ପଛକୁ ପାଦ ପକେଇ ଚାଲିଲା । ସୁରେଶ୍ ବି ସେହିପରି ମିନାକ୍ଷୀର ମୁହଁ କୁ ଚାହିଁ ରହି ଥାଏ । ପଛ କୁ ପଛ ପାଦ ବଢ଼ି ଚାଲିଥାଏ କିଛି ସମୟ ପରେ ମିନାକ୍ଷୀ ଗୋଟିଏ କାନ୍ଥରେ ଧକ୍କା ହେଲା।

ସୁରେଶ୍ ମନେ ମନେ ହସି ମିନାକ୍ଷୀ କୁ ପଚାରିଲା, ଘଟଣା କ’ଣ ? ଆଉ ସବୁବେଳେ ଏହିପରି ଆମ କଲେଜ୍ କୁ ଆସି ଚାହିଁ ରହୁଛ ??? ମିନାକ୍ଷୀ ମନରେ କିଛି ଈଛା ଥିଲେ ମଧ୍ୟ ସେ ବ୍ୟକ୍ତ କରି ପାରୁ ନଥିଲା। କିନ୍ତୁ ସୁରେଶ୍ କୁ ଅଳ୍ପ ଅନୁଭବ ହୋଇଥିଲା ଯେ, ମିନାକ୍ଷୀ ଏହି କଲେଜ୍ ରେ ପଢିବା ପାଇଁ ଇଛା କରୁଛି। ସେଥିପାଇଁ ସୁରେଶ୍ ବିଳମ୍ବ ନ କରି ମୀନାକ୍ଷୀ କୁ ପଚାରିବାକୁ ଲାଗିଲା କଣ ଏହି କଲେଜ୍ ରେ କିଏ ପଢୁଛନ୍ତି ନା ନିଜେ ପଢ଼ୁଛ ?? ମିନାକ୍ଷୀ ଚୁପ୍ ରହିଲା । ସେ ପୁଣି ପ୍ରଶ୍ନ କରିଲା ତେବେ ତୁମେ ପଢ଼ିବାକୁ ଚାହୁଁଛ?? ଏଥର ମିନାକ୍ଷୀ ଅଳ୍ପ ମୁଣ୍ଡକୁ ହଲେଇ ହଁ କରିବାର ସଂକେତ ଦେଲା ଏବଂ ସୁରେଶ୍ ଆଉ କିଛି ପଚାରିବା ପୂର୍ବରୁ ମିନାକ୍ଷୀ ପୁଣି ଫେରିଗଲା ସେହି ସ୍ଥାନରୁ । ସୁରେଶ୍ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ । ସେ ପୁଣି ସେହି ସ୍ଥାନରେ ପୂର୍ବରୁ ଅପେକ୍ଷା କରିଥାଏ ।

ତୃତୀୟ ଦିନ ମୀନାକ୍ଷୀ ଠିକ୍ ସମୟରେ ଆସି ସେମିତି କଲେଜ୍ ଆଡ଼କୁ ଚାହିଁ ରହିଥାଏ । ସୁରେଶ୍ ପଛପଟୁ ଆସି ମିନାକ୍ଷୀ କୁ କହିଲା କଣ ଏମିତି ଚାହିଁ ରହିଥିବ ନା କଲେଜ୍ ମଧ୍ୟ ଯିବ । ଏତିକିବେଳେ ମିନାକ୍ଷୀ ଫେରିବାକୁ ଚାହୁଁ ଥିଲା କିନ୍ତୁ ସୁରେଶ୍ ତାର ହାତକୁ ଧରି କହିଲା । ମୁଁ ଯଦି ତୁମକୁ ଛୁଇଁ ଭୁଲ କରିଛି ତେବେ ମୋତେ କ୍ଷମା କରିବ କିନ୍ତୁ ମୋତେ ତୁମ ବିଷୟରେ ଜାଣିବାର ଅଛି । ତମେ କୋଉଠି ରୁହ ଆଉ କଣ କର ଏବଂ ଏମିତି ପ୍ରତିଦିନ କଲେଜ୍ ଗେଟ୍ ପାଖରେ ଠିଆ ହୋଇ ରହି କଣ ଇଚ୍ଛା ମନ ଭିତରେ ରଖିଛ ମୋତେ ଆଜି କୁହ । ମିନାକ୍ଷୀ ସୁରେଶ୍ ର ହାତକୁ ଛଡେଇ ଫେରି ଯିବାକୁ ଚାହୁଁଥିଲା କିନ୍ତୁ ସେ ସୁରେଶ୍ ର ହାତକୁ ତା ହାତରୁ ମୁକୁଳେଇବା ରେ ଅସର୍ମଥ ହେଲା। ଶେଷରେ ସେ ଶାନ୍ତ ହୋଇ ରହିଲା । ଏବେ ସୁରେଶ୍ ମିନାକ୍ଷୀ ର ହାତ କୁ ଛାଡ଼ି ଦେଲା । ସୁରେଶ୍ ଅନୁରୋଧ କରିଲା । ପ୍ଲିଜ୍ ଫେରି ଯାଅନି ଏବଂ ମୋତେ ପୁଣି ପ୍ରଶ୍ନ ଘେରରେ ରଖିବାକୁ ଦିଅ ନାହିଁ । ମୋତେ ସବୁ ସତ କଥା କୁହ ।

ସୁରେଶ୍ କହିଲା ଚାଲ ସେ କେବିନ୍ ପାଖରେ ଠିଆ ହୋଇ କଥା ହେବା। ସୁରେଶ୍ ଆଗରେ ଗଲା ମାତ୍ର ମିନାକ୍ଷୀ ସେଠୀ ଠିଆ ହୋଇ ରହିଥାଏ। ସୁରେଶ୍ ପୁଣି ହାତ ଯୋଡ଼ି କହିଲା ଆସ ଏଠି ଆସ । ମିନାକ୍ଷୀ ସୁରେଶ୍ ପାଖକୁ ଆସିଲା । କେବିନ୍ ବନ୍ଦ ଥିଲା । କେବିନ୍ ଛାୟାରେ ଦୁହେଁ ବସିଲେ ଏବଂ ମିନାକ୍ଷୀ କୁ ପୁଣି ପ୍ରଶ୍ନ କରିବାକୁ ଲାଗିଲା । ବହୁ ବାଧ୍ୟ କରିବା ପରେ ମିନାକ୍ଷୀ ନିଜ କାହାଣୀ କହିବାକୁ ଲାଗିଲା ।

ଯେ ସେ ଜଣେ ଅନାଥ । ଘର ଖଣ୍ଡିଏ ବାପା ଛାଡ଼ି ଦେଇ ଛନ୍ତି । ବାପା ମା ଚାଲିଗଲା ପରେ କିଛି ଦିନ ପିଉସା ସାହାରା ଦେଇ ଦଶମ ପର୍ଯ୍ୟନ୍ତ ପାଠ ପଢେଇଲେ କିନ୍ତୁ ତାପରେ ସେ ମୋତେ ମାର ପିଟ, ଗାଳି,ଗୁଲଜ କରି ମୋତେ ଘରୁ ବାହାର କରିଦେଲେ। ତା ପର ଠାରୁ ମୁଁ ଆମ ଘରେ ରହି ଆସୁଛି। ଗତ ବର୍ଷ ମୁଁ ଦଶମ ପରୀକ୍ଷା ରେ ଭଲ ନମ୍ବର୍ ରଖି ପାସ୍ କରିଛି କିନ୍ତୁ କଲେଜ୍ ପଢ଼ିବା ମୋ ଭାଗ୍ୟରେ ନାହିଁ । ବାକି ମୁଁ ବାସନ ମାଜିବା ସହିତ ଘର ପୋଛା ଏବଂ ପିଲା କୁ ଯତ୍ନ ନେବା ପାଇଁ ଅନ୍ୟ ଜଣଙ୍କ ଘରେ କାମ କରି ଯାହା ମିଳୁଛି ସେଥିରେ ମୋର ଘର ଚଳୁଛି।

ମିନାକ୍ଷୀ ର କଥା ଶୁଣି ସୁରେଶ୍ ବହୁତ୍ ଦୁଃଖୀ ହୋଇଗଲା । ସୁରେଶ୍ ତାକୁ କହିଲା । ଗୋଟିଏ କଥା କହିବି ରଖିବ । ଯଦି ମୁଁ ତୁମ ପାଇଁ ଖର୍ଚ୍ଚ ବହନ କରେ ତେବେ ତମେ ଏହି କଲେଜ୍ ରେ ପଢ଼ିବ ?? ମିନାକ୍ଷୀ କହିଲା ନା ନା,, ତମେ ସେମିତି କରନି । ମୋତେ ପାପ ଲାଗିବ । ସୁରେଶ୍ କହିଲା, ତମେ ଚିନ୍ତା କର ନାହିଁ। ତମକୁ ସାହାଯ୍ୟ କରିବାରେ ମୋର ତିଳେ ମାତ୍ର ସ୍ବାର୍ଥ ନାହିଁ । କେବଳ ତୁମର ପରିସ୍ଥିତି ପାଇଁ ତୁମକୁ ସାହାଯ୍ୟ କରୁଛି । କାଲି ଯଦି ତୁମର ଚାକିରି ହୋଇଯାଏ । ତେବେ ମୁଁ ଯେତିକି ଖର୍ଚ୍ଚ କରିଛି ମୋତେ ସବୁ ଟଙ୍କା ଫେରେଇ ଦେବ। ଦୁହେଁ ହସିଲେ । ସୁରେଶ୍ କହିଲା, ମୋତେ ବାପା ପକେଟ୍ ମନି ହିସାବରେ ବହୁତ୍ ଟଙ୍କା ଦିଅନ୍ତୁ। କାରଣ ମୋ ବାପା ଜଣେ ବ୍ୟବସାୟୀ । ତୁମ ପାଇଁ ଯାହା ଖର୍ଚ୍ଚ ହେବ ସବୁ ମୁଁ ଦେବୀ କିନ୍ତୁ ତମେ ମନା କରିବ ନାହିଁ । ଯଦି ମନା କରିବ ତେବେ ଗତ ବର୍ଷ ତୁମର ଚାଲିଗଲା ଏବଂ ଏହି ବର୍ଷ ମଧ୍ୟ ତୁମର ଚାଲିଯିବ।

ଶେଷ ଭାଗ ପଢିବା ପାଇଁ ଏଠାରେ Click କରନ୍ତୁ

If the contents are helpful to share them with your friends, Thanking You.

ମୂଲ୍ୟବାନ ଶବ୍ଦ

ନୂଆ କବିତା, new game, new song, ନୂଆଖାଇ, nuakhai, nuakhaijuhar, nua khai, sambalpuri, sampalpuri ନୂଆ ଖାଇ
ମୂଲ୍ୟବାନ ଶବ୍ଦ
ଦିନେ ଆକବର ବିରବଲଙ୍କ ସହ କଥାବାର୍ତ୍ତା ହେଉଥିଲେ।
ଆକବର ପଚାରିଲେ ??
ଏହି ପୃଥିବୀ ରେ ସମସ୍ତେ ମଣିଷ ଜାଣିଛନ୍ତି ଯେ ଏ ଦୁନିଆ ଦିନେ ନା ଦିନେ ଶେଷ ହୋଇଯିବ କିନ୍ତୁ ମଣିଷ ର ଆଶା ଶେଷ ହେଉ ନାହିଁ ।
କାରଣ କଣ ?
ସେମାନେ ଜାଣନ୍ତି ଯେ ସୁଖ ପରେ ଦୁଃଖ ନିଶ୍ଚିତ ଭାବରେ ଆସିବ, ତଥାପି କାହିଁକି ଲୋକମାନେ ଅନ୍ୟମାନଙ୍କ ପ୍ରତି ଈର୍ଷା କରନ୍ତି ।
ଏଥିପାଇଁ କିଛି ସମାଧାନ ଅଛି କି ????
ବିରବଲ କହିଲେ…
ପ୍ରତ୍ୟେକ ସମସ୍ୟାର ଏକ ନିର୍ଦ୍ଦିଷ୍ଟ ସମୟରେ ସମାଧାନ ହୋଇଥାଏ । ଆମେ ପ୍ରତ୍ୟେକ କାର୍ଯ୍ୟ କରୁ ଏବଂ ସେହି କାର୍ଯ୍ୟ ର ଫଳାଫଳ ଏକ ନିଶ୍ଚିତ ସମୟରେ ଫେରି ଆସେ ତାହା ଭୁଲ ଅବା ଠିକ୍ କାର୍ଯ୍ୟ ରୂପରେ।
ଆକବର କହିଲେ ..
ମୁଁ ମୋ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ଭଲ ଚିନ୍ତା କରେ । ତଥାପି ଲୋକମାନେ କାହିଁକି ମୋ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରନ୍ତି ?
ବିରବଲ ଉତ୍ତର ଦେଲେ….
ମହାରାଜ… ଆପଣଙ୍କ ହାତ ମୁଠି ଟଙ୍କା ରେ ସମସ୍ତେ ସନ୍ତୁଷ୍ଟ ନୁହଁନ୍ତି ଏବଂ ସେ କେବେ ମଧ୍ୟ ଖୁସି ହୋଇ ପାରିବେ ନାହିଁ । ଲୋକମାନେ ଆପଣଙ୍କ କଥା ରେ ଅନୁପ୍ରାଣିତ ହେବାକୁ ଚାହୁଁ ନାହାନ୍ତି ବରଂ ସେମାନେ ଆପଣଙ୍କ ଗଦି ରେ ବସିବାକୁ ଚାହାଁନ୍ତି। ତେବେ ସେମାନେ ଆପଣଙ୍କ ଉପକାର କେମିତି ବୁଝିବେ ।
ଆକବର ଉତ୍ତର ପାଇ ଗଲେ….
ଶେଷରେ, ଆକବର ପୁଣି ପଚାରିଲେ । ବିରବଲ, ତୁମେ ହେଉଛ ଜ୍ଞାନର ଭଣ୍ଡାର, ତୁମ ପାଖରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି ।
ତେଣୁ ଏମିତି ଗୋଟିଏ ମୂଲ୍ୟବାନ ଶବ୍ଦ କୁହ!! ଯଦି ମୁଁ ସେ ଶବ୍ଦକୁ ଯେ କୌଣସି ମୁହୂର୍ତ୍ତରେ ବ୍ୟବହାର କରେ, ତେବେ ମୋର ମନ ଶାନ୍ତି ହୋଇଯିବ ଏବଂ ଏ ଜୀବନ ପ୍ରତି ମୋର ଲୋଭ ହେବ ନାହିଁ ତଥା ଏ ଦୁନିଆ ପ୍ରତି ମୋର ଅହଂକାର ରହିବ ନାହିଁ |
ଉତ୍ତରରେ ବିରବଲ କହିଲେ।
ମହାରାଜ, ଏହି ମୂଲ୍ୟବାନ ଶବ୍ଦ ଟି ହେଲା…
“” “” ଏହି ସମୟ ମଧ୍ୟ ଚାଲିଯିବ “” “”
ଆକବର ପଚାରିଲେ ଏହା କି ପ୍ରକାର ଶବ୍ଦ ???
ବିରବଲ କହିଲେ, ମହାରାଜ….
ଏହି ଶବ୍ଦଟି ଉଭୟ ସୁଖ ଏବଂ ଦୁଃଖ ମୁହୂର୍ତ୍ତରେ ପ୍ରୟୋଗ କରି ପାରବେ ।
ଯେପରି ତୁମେ ଦୁଃଖ ରେ ଅଛ, ତେବେ ସେ ସମୟରେ ଏହି ଶବ୍ଦ ଟିକୁ ବ୍ୟବହାର କରନ୍ତୁ|
ଯେ “ଏହି ସମୟ ମଧ୍ୟ ଚାଲିଯିବ”
ଏବଂ ସେ ଦୁଃଖ ସମୟ ମଧ୍ୟ ଚାଲିଯିବ ବୋଲି ଆପଣ ଖୁସି ଅନୁଭବ କରିବେ ଏବଂ ସେମିତି ମଧ୍ୟ ହୁଏ
.
.
.
.
.
ଠିକ୍ ସେହି ଭଳି ଖୁସି ସମୟରେ
ସେ ଶବ୍ଦ କୁ ବ୍ୟବହାର କରନ୍ତୁ ଯେପରି
“ଏହି ସମୟ ମଧ୍ୟ ଚାଲିଯିବ”
ଏହି ଶବ୍ଦ ପ୍ରୟୋଗ କରିବା ପରେ ଦୁଃଖ ତ ନିଶ୍ଚୟ ହେବ । କାରଣ କେହି ଚାହାନ୍ତି ନାହିଁ ନିଜର ଖୁସି ସମୟ ବିତିଯାଉ। କିନ୍ତୁ ଏହା ସତ୍ୟ ନେ ଆପଣଙ୍କ ଏହି ଖୁସି ସମୟ ମଧ୍ୟ ଖୁବ୍ ଶୀଘ୍ର ବିତିଯିବ ।
ମହାରାଜ…..
କୌଣସି ମୁହୂର୍ତ୍ତ ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ |
ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ନିଶ୍ଚୟ ଆସିବ ।
.
.
.
.
.
.
.
ତେଣୁ ବନ୍ଧୁଗଣ, ଆମର ଦୈନନ୍ଦିନ ଜୀବନ ମଧ୍ୟ ଏହି ଆଧାର ରୂପରେ ଚାଲିଛି ।
ସମୟ ଅନୁସାରେ ସବୁ ବଦଳିଯିବ ।
.
.
.
.
.
ଯଦି ଏହି ପୋଷ୍ଟ ଆପଣଙ୍କୁ ପସନ୍ଦ ଆସିଛି ତେବେ କମେଣ୍ଟ କରନ୍ତୁ।
ଧନ୍ୟବାଦ ।
ସ୍ରୋତ : ବିରବଲ ଗାଥା ରୁ ..

If the contents helpful so share to your friends, Thanking You.