ମୂଲ୍ୟବାନ ସ୍ମୃତି… ଶେଷ

ମୂଲ୍ୟବାନ ସ୍ମୃତି, ଶେଷ ଭାଗ,
ମୂଲ୍ୟବାନ ସ୍ମୃତି…ଶେଷ

~ ମୂଲ୍ୟବାନ ସ୍ମୃତି ~

(ଏକ ଅନନ୍ୟ ସମ୍ପର୍କ ର ନବ ନିର୍ମାଣ)

~ ଶେଷ ~

ଆରମ୍ଭରୁ ପଢିବା ପାଇଁ ଏଠାରେ Click କରନ୍ତୁ

ସୁରେଶ୍ କଥା ରେ ମିନାକ୍ଷୀ କୁ ଅଳ୍ପ ଆଶ୍ଵାସନା ମିଳିଲା ସତ କିନ୍ତୁ ତାକୁ କେମିତି କେଜାଣି ଭୟ ଅନୁଭବ ହେଉଥାଏ । ସୁରେଶ୍ ମିନାକ୍ଷୀ ର ଚେହେରା କୁ ଦେଖି କହିଲା ଯେ ବୋଧେ ତୁମର ମୋ ଉପରେ ବିଶ୍ୱାସ ନାହିଁ। ଚାଲ ମୋ ବାପାଙ୍କ ଦୋକାନ ଦେଖିବ ଏବଂ ଆମ ଘର ମଧ୍ୟ ସେଠୀ ଅଛି । ମୋତେ ଯେତିକି ଟଙ୍କା ମିଳେ ମୁଁ ବେକାର ଖର୍ଚ୍ଚ କରେନି। ଯଦି ସେହି ପକେଟ୍ ମନି ରେ ତୁମର କାମରେ ଆସିବ। ତେବେ କ୍ଷତି କଣ ???

ମୁଁ ମୋ ପାଠ ପଢାରେ ଖର୍ଚ୍ଚ କରେ ସେଥିରେ ତୁମର ମଧ୍ୟ ଖର୍ଚ୍ଚ ହୋଇଯିବ । ମିନାକ୍ଷୀ କୁ ଅଳ୍ପ ସାହାସ ମିଳିଲା । ସୁରେଶ୍ ମିନାକ୍ଷୀ କୁ କହିଲା ଯେ ତୁମେ ଦୁଃଖ କର ନାହିଁ ମୁଁ ତୁମ ସହ ସବୁବେଳେ ରହିବି । ସୁରେଶ୍ କହିଲା କଲେଜ୍ ଟାଇମ ହୋଇଗଲାଣି ମୁଁ ଏବେ ଆସୁଛି । ତୁମ ପାଇଁ କଲେଜ୍ ରେ ସିଟ କଥା ବୁଝି ଆସିବି । କାଲି ଠିକ୍ ଗୋଟିଏ ଘଣ୍ଟା ପୂର୍ବରୁ ଏଠି ପହଞ୍ଚିବ ତୁମେ କଲେଜ୍ ରେ ଜଏନ ହେବ । ମିନାକ୍ଷୀ କହିଲା, ତମେ ସାହାଯ୍ୟ କରିବାକୁ ଚାହୁଁଛ ତେବେ ତୁମକୁ ଧନ୍ୟବାଦ୍ କିନ୍ତୁ ମୁଁ ଚାହୁଁଛି ମୁ ନିଜ ଟଙ୍କାରେ ଜଏନ ହେବି । କାରଣ ଅନ୍ୟ ଘରେ କାମ କରି ମୁଁ କିଛି ଟଙ୍କା ସଞ୍ଚୟ କରିଛି । ସୁରେଶ୍ କହିଲା ସେହି ଟଙ୍କା ତମେ ରଖି ଥାଅ । ମୋର ଯୋଉଦିନ ଆଇସ କ୍ରିମ ଖାଇବାକୁ ଇଛା ହେବ ସେଦିନ ଖୁଆଇ ଦେବ । ମିନାକ୍ଷୀ ମୁଣ୍ଡ କୁ ହଲେଇ ହଁ କରିଲା ଏବଂ ସେ ନିଜ ଘରକୁ ଫେରିଗଲା ।

ଚତୁର୍ଥ ଦିନ ଯେତେବେଳେ ଦୁହିଁ ଙ୍କ ଦେଖା ହେଲା ଦୁହେଁ ବହୁତ୍ ଖୁସି ଥିଲେ। ସୁରେଶ୍ ମିନାକ୍ଷୀ କୁ କହିଲେ ଯେ ତୁମେ କଲେଜ୍ ରେ ଜଏନ୍ ହବ ପରା ? କିନ୍ତୁ ଆଜି ନୁହଁ ଆସନ୍ତା କାଲି କାରଣ ଆଜି ଜଏନ କରିବା କ୍ଲର୍କ ସାର୍ ଛୁଟି ରେ ଅଛନ୍ତି । ତା ପୂର୍ବରୁ କଲେଜ୍ ଓ ପଢା ପଢ଼ି ବିଷୟରେ କିଛି ଜାଣି ନବା ଉଚିତ୍। ସୁରେଶ୍ ପାଠପଢ଼ା ବିଷୟରେ କହିଲା। ମିନାକ୍ଷୀ କଲେଜ୍ ବିଷୟରେ ତ ସବୁ ଜାଣିଲା କିନ୍ତୁ ସୁରେଶ୍ ବୁଝାଉଥିବା ପଢା କଥା ସେତେ ତାଙ୍କୁ ବୁଝାପଡୁନଥିଲା । ସୁରେଶ୍ ମିନାକ୍ଷୀ କୁ ପଢା କଥା ବୁଝାଇବାକୁ ଅବହେଳିତ ନ ହୋଇ ପୁଣି ବୁଝାଇବାକୁ ଲାଗିଲା ପରେ ମିନାକ୍ଷୀ ସବୁ କିଛି ବୁଝିଗଲା।

ପଞ୍ଚମ ଦିନ ସୁରେଶ୍ ମିନାକ୍ଷୀ କୁ କଲେଜ ରେ ଜଏନ୍ କରେଇ ଦେଲା। ଆଉ ଜଏନ୍ ହେବା ପରେ ସୁରେଶ୍ କହିଲେ ଯେ, ଏଥର ତ ସବୁ କିଛି ଜାଣିଦେଲ। କାଲି ତୁମ ପାଈଁ କିଛି ବୁକ୍ ଓ ନୋଟ୍ ଆଣିଥିବି କିନ୍ତୁ ତୁମେ ମୋତେ ଅପେକ୍ଷା କରିଥିବ । ପ୍ରଥମେ ତୁମ କଲେଜ ପାଇଁ ଡ୍ରେସ୍ ଆଣିବା ତାପରେ ମିଶି କରି କଲେଜ ଯିବା।

ଷଷ୍ଠ ଦିନ ସୁରେଶ୍ ର ଏହିପରି ଖରାପ ସମୟ ଆସିବ ବୋଲି ସେ ନିଜେ ବି ଜାଣିନଥିଲା। ସେ ଦିନ ସୁରେଶ୍ ମିନାକ୍ଷୀ ପାଇଁ ବୁକ୍ ଓ ନୋଟ୍ ଧରି କଲେଜ୍ କୁ ଆସୁଥାଏ। ତା ସାଙ୍ଗ ବଳିଆ ତାକୁ ଦେଖି ଓୟେ ସୁରେଶ୍ କୁଆଡେ ବାହାରିଲୁ ପୁରା ଟିପ୍ ଟପ୍ ରେ । ସୁରେଶ୍ ଏତିକି ଶୁଣି ତା ସାଙ୍ଗ ବଳିଆ ଆଡ଼କୁ ଆସୁଥାଏ। ଠିକ୍ ସେହି ସମୟ ରେ ଗୋଟିଏ କାର୍ ଆସି ତାଙ୍କୁ ଧକ୍କା ଦେଇ ଚାଲିଗଲା । ବଳିଆ କୁ ଜଣା ନଥିଲା ଯେ, ଏତେ ବଡ ଘଟଣା ଟେ ଘଟିଯିବ ବୋଲି । ସୁରେଶ୍ କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଗଲା । ତାର ଚିକିତ୍ସା ପରେ ଡକ୍ଟର କହିଲେ ସୁରେଶ୍ ର ଜୀବନ ବଞ୍ଚିଯାଇଛି ସତ କିନ୍ତୁ ଆକ୍ସିଡେଣ୍ଟ ଯୋଗୁ ତାର ଦୁଇଟି ଯାକ ଗୋଡ଼ ଭାଙ୍ଗିଯାଇଛି। ସେଥିପାଇଁ ମଧ୍ୟ ଟ୍ରିଟମେଣ୍ଟ କରାଯାଇଛି କିନ୍ତୁ ତାକୁ ଗୋଟିଏ ମାସ ବିଶ୍ରାମ ଦରକାର । ଠିକ୍ ହେବା ପାଇଁ ମାସେ ରୁ ଅଧିକ ମଧ୍ୟ ଲାଗିପାରେ । ତେବେ ଯାଇ ସେ ଠିକ୍ ଅବସ୍ଥା କୁ ଫେରି ପାରିବେ ।

ଏପଟେ ସୁରେଶ୍ ମିନାକ୍ଷୀ କୁ ଦେଇଥିବା କଥା ମନେ ପକାଇ ବହୁତ୍ ଦୁଃଖ ଅନୁଭବ କରୁଥିଲା। ମନେ ମନେ ଭାବିଲା ଯଦି କଥା ଦେଇଛି ତେବେ ମୋ ଅବସ୍ଥା ଖରାପ ଥିଲେ ମଧ୍ୟ ମୁଁ ତାକୁ ମୁଁ ନିଶ୍ଚୟ ପୁରଣ କରିବି । ମିନାକ୍ଷୀ ସେଦିନ ଆସି ଅପେକ୍ଷା କରି ଫେରିଗଲା । ଏମିତି ପ୍ରାୟ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ଫେରିଲା । କାରଣ ସୁରେଶ୍ ର ଏମିତି ଅବସ୍ଥା ହୋଇଛି ବୋଲି ମିନାକ୍ଷୀ କୁ ଜଣାନଥିଲା। ଆଉ ମନରେ ଭାବିଲେ ଯେ ଏମିତି ବି ମଣିଷ ଅଛନ୍ତି, ମିଠା ମିଠା କଥା କହି, ଦେଇଥିବା କଥା ପୁରଣ କରିବେ କହିକି, ଅପେକ୍ଷା କରେଈ ଆଉ ଫେରନ୍ତି ନାହିଁ ବୋଲି ଛି ଛି ଛି ….. ନିଜର କଥା ହେବାର ଅଭିଳାଷ ରେ, ଫାଇଦା ଉଠାଇ ଯାହାବି କହି ଲୋକଙ୍କ ସହ କଥା ହେଇଯାଆନ୍ତି । ଏମିତି କହି କାନ୍ଦି କାନ୍ଦି ଘରକୁ ଫେରିଗଲା ।

ଠିକ୍ ୨ ମାସ ପରେ ସୁରେଶ୍ ର ଗୋଡ଼ ଠିକ୍ ଠାକ୍ ହୋଇଗଲା । ସେ ତା ସାଙ୍ଗ ସହ କଲେଜ୍ ଯିବାକୁ ବାହାରିଲା । ସୁରେଶ୍, ମିନାକ୍ଷୀ ସହିତ କ୍ଲାସ୍ ରୁମ୍ ବାହାରେ ଦେଖା ହେଲା । ସୁରେଶ କୁ ମିନାକ୍ଷୀ ଯେତେବେଳେ ଦେଖିଲା ସେ ମୁଁହ ଫେରାଇ ଚାଲି ଯିବାକୁ ବାହାରିଲା କିନ୍ତୁ ସୁରେଶ୍ ମିନାକ୍ଷୀ ର ହାତ କୁ ଧରିଲା ପରେ । ମିନାକ୍ଷୀ ର କାନ୍ଦ ଆରମ୍ଭ ହୋଇଗଲା । କାନ୍ଦ କାନ୍ଦ ରେ ସେ କେତେ କଣ କହି ଦେଇ ଗଲା । ସୁରେଶ୍ ଚୁପ୍ ଚାପ୍ ଶୁଣୁଥିଲା । ମିନାକ୍ଷୀ ର କଥା ସରିବା ପରେ ସୁରେଶ୍ କହିଲା । ମୋ ଭୁଲ ତ ହୋଇଛି କିନ୍ତୁ ମୋର ନ ଆସିବାର କିଛି କାରଣ ଅଛି ଏବଂ ସୁରେଶ୍ ସହିତ ଘଟିଥିବା ଘଟଣା ବିଷୟରେ କହିଲା। ସୁରେଶ୍ ର କଥା ଶୁଣି ମିନାକ୍ଷୀ ଆଖିରୁ ଲୁହ ବାହାରି ଗଲା ଏବଂ ସୁରେଶ୍ କୁ କୁଣ୍ଢେଇ ଧରି କାନ୍ଦିବାରେ ଲାଗିଲେ ଆଉ କହିଲେ ମୋତେ କ୍ଷମା କରିଦେବ ସୁରେଶ୍। ମୁଁ ତୁମ ବିଷୟରେ ବହୁତ୍ ଖରାପ ଭାବି ଦେଇଥିଲି। ଦୟାକରି ମୋତେ କ୍ଷମା କରି ଦିଅ। ସୁରେଶ୍ କହିଲା ଛାଡ଼ ଏ ସବୁ ।

ସୁରେଶ୍ ନିଜ ବ୍ୟାଗ୍ ରୁ ମିନାକ୍ଷୀ ପାଇଁ ବୁକ୍ ଆଉ କିଛି ନୋଟ୍ ଆଣିଥିଲା । ମିନାକ୍ଷୀ ସେଗୁଡିକ ଦେଖି ବହୁତ୍ ଖୁସି ହେଲା । ମିନାକ୍ଷୀ ସୁରେଶ୍ କୁ କହିଲା ଯେ ମୁଁ ତୁମର ଏହିପରି ଉପକାର ପାଇଁ ଚିରରୁଣି ହୋଇ ରହିଲି। ସୁରେଶ୍ କହିଲା ତମେ ଏବେ ମୋର ବେଷ୍ଟ ଫ୍ରେଣ୍ଡ୍ । ସାଙ୍ଗ ପାଖରେ କିଏ କଣ ରୁଣି ହୁଏ ??? ଛାଡ଼ ନା ୟେ ସବୁ କଥା। ମୋର ସେମିତି କିଛି ସ୍ୱାର୍ଥପର ଭାବନା ନାହିଁ। ମୁଁ କଥା ଦେଇଥିଲି ଏବଂ ତାହା ପୁରଣ ହୋଇଛି ମୋ ପାଇଁ ସେତିକି ଯଥେଷ୍ଟ । ବାସ୍ ତୁମେ ସବୁବେଳେ ମୋ ପାଖରେ ହିଁ ଥାଅ।

ମିନାକ୍ଷୀ ଏବଂ ସୁରେଶ୍ ର ମଧ୍ୟରେ ନିବିଡ ବନ୍ଧୁତ୍ୱ ର ଜନ୍ମ ନେଲା । ଦୁହେଁ ପାଠ ପଢିବା ସହ ଦୁହେଁ ଯାହା କରନ୍ତି ମିଶି କଥା ହୋଇ କରନ୍ତି । ସବୁଦିନ ସାଙ୍ଗ ହୋଇ କଲେଜ୍ ଯାଆନ୍ତି ।

ସେ ଦୁହିଙ୍କ ଏହିପରି ବନ୍ଧୁତ୍ୱ ଓ ମିଳାମିଶା ଏତେ ନିବିଡ ହୋଇଗଲା ଯେ । ତାହା ଭଲପାଇବା ରେ ପରିଣତ ହେଲା। ଦୁହିଁଙ୍କ ଭଲପାଇବା ଏବଂ ପାଠ ପଢା ଏକା ସାଙ୍ଗରେ ଚାଲିଥାଏ । ସୁରେଶ୍ ଏବଂ ମିନାକ୍ଷୀ ର ସମ୍ପର୍କ ବିଷୟ ରେ ସୁରେଶ୍ ର ପରିବାର ମଧ୍ୟ ଜାଣିବାକୁ ପାଇଲେ । ସୁରେଶ୍ ର ପରିବାର ମଧ୍ୟ ଏହି ସମ୍ପର୍କ କୁ ବିବାହ ସମ୍ପର୍କ ରେ ପରିଣତ କରେଇଲେ। ଆଜି ଦୁହେଁ ବହୁତ୍ ଖୁସିରେ ଅଛନ୍ତି ।

ଆଜି ମିନାକ୍ଷୀ କୁହନ୍ତି ସତରେ ଆମ ଭଲପାଇବା ଓ କଲେଜ୍ ସମୟର, ଦୁଃଖ, ହସ ଭରା ମୟ ସମୟ ସବୁଦିନ ପାଇଁ ସ୍ମୃତି ହୋଇ ରହିଗଲା।

କିଛି ମୁଖ୍ୟ ବିନ୍ଦୁ:-

୧. କାହାର ଭବିଷ୍ୟତ ବିଷୟରେ ଚିନ୍ତା କରିବା ଜୀବନ ର ଉଚିତ୍ ପଦକ୍ଷେପ ।

୨. ସ୍ବାର୍ଥ ହିନ ହୋଇ ଅନ୍ୟକୁ ସାହାଯ୍ୟ କରିବା ଦରକାର ।

୩. ଯଦି କେବେ ଆପଣକୁ ଆପଣଙ୍କ ଅସୁବିଧା ସମୟରେ ସାହାଯ୍ୟ କରିଛି ତେବେ ତାକୁ ସମ୍ମାନ ଦେବା ଦରକାର ।

ଆପଣଙ୍କ ମତାମତ ଅପେକ୍ଷାରେ । ନିଜର ମତାମତ ଜଣେଇବା କୁ ଅନୁରୋଧ ଏବଂ କେମିତି ଲାଗିଲା ଏବଂ କଣ ଶିଖିଲ ।

ଧନ୍ୟବାଦ ।

ରାମକୃଷ୍ଣ ବାଡତ୍ୟା (ଲେଖକ)

************************

Advertisements

If the contents are helpful to share them with your friends, Thanking You.

One thought on “ମୂଲ୍ୟବାନ ସ୍ମୃତି… ଶେଷ”

Leave a Reply

Your email address will not be published. Required fields are marked *