Tag Archives: Playing cards

ଆମ ତାସ୍ ଖେଳ

ଆମ ତାସ ଖେଳ, ତାସ ଖେଳ, ଖେଳ
ଆମ ତାସ୍ ଖେଳ
ଆମ ତାସ୍ ଖେଳ
ଓଡ଼ିଶାରେ ପ୍ରତିବର୍ଷ ବହୁତ ଗୁଡ଼ିଏ ‌ପର୍ବ ପାଳନ ହୋଇଥାଏ। କଥାରେ ଅଛି ଯେ ବାର ମାସରେ ତେର ପର୍ବ । ଓଡ଼ିଶାର ପ୍ରତ୍ୟେକ ଜନ ସାଧାରଣ ଏହି ପର୍ବ ଗୁଡ଼ିକ ବହୁତ୍ ଖୁସିରେ ପାଳନ କରନ୍ତି । ସେମିତି ଓଡ଼ିଆ ରେ ଗୋଟିଏ ମାସ ହେଲା ଆଶ୍ଵିନ ମାସ । ଏହି ମାସରେ ମା ଦୁର୍ଗାଙ୍କୁ ପୂଜା କରାଯାଏ । ଏହି ପୂଜା କୁ ଦଶହରା ପୂଜା ବୋଲି ମଧ୍ୟ କୁହାଯାଇଥାଏ।
ଏହି ପୂଜା କୁ ଯେମିତି ସବୁ ସାଙ୍ଗ ମାନେ ଚାହିଁ ବସିଥାଉ। ସ୍କୁଲ ରୁ ଦଶ ଦିନର ଛୁଟି ମିଳିଥାଏ । ଏହି ଦଶ ଦିନର ଛୁଟି ହିଁ ଆମ ସବୁ ସାଙ୍ଗ ପାଇଁ ଖୁସି ର ପର୍ବ ହୋଇ ଯାଏ । ଯିଏ ଯେଉଁ ଠାରେ ଥାଏ ସଭିଏଁ ଗାଁ କୁ ଆସନ୍ତି। ମଜା ମସ୍ତି ହୋଇ ଥାଏ। ସମସ୍ତେ ଗାଁ କୁ ଆସିଲା ପରେ । ଆମର ଦଶହରା ପୂର୍ବ ଦିନ ରୁ ହିଁ ତାସ ଖେଳ ଆରମ୍ଭ ହୋଇଯାଏ ।
ଖେଳ ରେ ମାମୁ ମାନେ, ଭାଇ ଭଉଣୀ, ମାଉସୀ ସଭିଏଁ ମିଶି ତାସ ଖେଳନ୍ତି। ବହୁତ ଖୁସି ଲାଗେ ସେହି ସମୟରେ।
ସେତେବେଳେ ମୁଁ ପଞ୍ଚମ ଶ୍ରେଣୀ ରେ ପଢୁଥାଏ। ବହୁତ ଛୋଟ ଥିଲି ବୋଲି ସେମାନେ ମୋତେ ସେମାନଙ୍କ ସହିତ ଖେଳିବାକୁ ମନା କରୁଥିଲେ। ମୋ ସାଙ୍ଗ ଆଉ ମୁଁ ସେଠୀ ବସି କି ସେମାନଙ୍କ ଖେଳ ଦେଖୁଥାଉ। ଦଶହରା ର ତାସ୍ ଖେଳ ମୋତେ ବହୁତ୍ ପସନ୍ଦ କିନ୍ତୁ ସେ ସମୟରେ ପାଖରେ ଟଙ୍କା ନଥାଏ ଖେଳିବା ପାଇଁ ।
ମୁଁ ଯେବେ ସେମାନଙ୍କୁ କହେ ସେମାନେ କୁହନ୍ତି ପଇସା ନେଇ ଆସେ ତେବେ ତୋତେ ଖେଳିବାକୁ ଦେବୁ । ମୁଁ ମୋ ଜେଜେବାପା ଙ୍କୁ ଯାଇ ପଇସା ମାଗେ । ଜେଜେବାପା ମୋତେ କେବେ ମନା କରନ୍ତିନି ଯେତେ ମାଗେ ଦେଇ ଦିଅନ୍ତି। ସେ ପଇସା ମୁଁ କାହାକୁ ଘରେ ନ ଜଣେଇ ଖେଳି ଦିଏ ଏବଂ ଖେଳରେ ହାରି ଯାଏ କାରଣ ସେ ଖେଳ ବିଷୟରେ ସେତେ ଧାରଣା ମୋର ନଥିଲା। କିଛି ଜାଣୁ ନଥିଲି କଣ ପାଇଁ ମୁଁ ହାରେ । ସେ ସମୟରୁ ଏବେ ପର୍ଯ୍ୟନ୍ତ ସେମିତି ଦଶହରା ସମୟ ଆସିଲେ ତାସ ଖେଳ ହୁଏ ।
ଏବେ ମଧ୍ୟ ସେହି ତାସ୍ ଖେଳ ହୁଏ । ବର୍ତ୍ତମାନ ଆମେ ବହୁତ ସାଙ୍ଗ ହୋଇ ତାସ୍ ଖେଳୁ । ସେମାନଙ୍କ ମଧ୍ୟରୁ ପାୟଲ୍, ଲକ୍ଷ୍ମୀ, ପିଙ୍କି, ରୋଜି, ଅଭୟ, ଲିଙ୍ଗରାଜ, ଦୀପକ୍, ଆଦିତ୍ୟ, ସାଗର, ତ୍ରିରଙ୍ଗା, ସାଲୁ, ରଶ୍ମିତା ଏବଂ ଲାଲା । ଆଉ ଦୁଇ ଜଣ ଆମ ଖେଳର ମୁଖ୍ୟ ବ୍ୟକ୍ତି ପ୍ରତିମା ମା, ଏବଂ ମନୁ ମା ଏଇ ଦୁଇ ଜଣ ଆମ ସଭିଙ୍କ ଠାରୁ ବଡ।
ଏହି ଖେଳ ରେ ସମସ୍ତେ ଅଲଗା ପ୍ରକାର ର ଖେଳ ଖେଳି ଥାନ୍ତି। ପ୍ରତି ବର୍ଷ ଖେଳ ରେ ସାଲୁ, ରଶ୍ମିତା ଏବଂ ପାୟଲ ଅଧିକା ଜିତି ଥାନ୍ତି । ଖେଳ ମଝିରେ ଆଦିତ୍ୟ ଆଉ କୁନାଲ୍ ବହୁତ୍ ମଜା କରନ୍ତି। ସେ ଦୁଇ ଜଣ ଖେଳରେ ‌ନ ଆସିଲେ ମଜା ନଥାଏ।
କିନ୍ତୁ ସବୁଠୁ ‌ଅଧିକା କୁନାଲ ହାରୁଥାଏ । ଏପଟେ ଆଦିତ୍ୟ ଆଉ ଦୀପକ୍, କୁନାଲ୍‌ କୁ ରଗେଇ ଥାନ୍ତି। ଯେତେବେଳେ ପଟ ଭଲ ଲାଗିବ !! ସେତେବେଳେ କୁନାଲ କିଛି କହିବ ନାହିଁ । ଯେତେବେଳେ ଭଲ ନ ଲାଗିବ ସେ ଖେଳ ଛାଡ଼ି ଯିବାକୁ କହିବ ସେତିକି ବେଳେ ଦୀପକ୍ ଗୋଟିଏ ମଜା କଥା କୁହେ। ସଭିଏଁ ହସନ୍ତି।
ପ୍ରତିମା ମା ମଧ୍ୟ ଅଲଗା ପ୍ରକାର ର ଖେଳାଳି।
ସେ ସବୁ ବେଳେ ପଟ ଯାହା ବି ଆସୁନା କାହିଁକି ସେ କାହାକୁ ଦେଖେଇ ବେନି। ଆଉ କମ୍ ପଟ ଥିବ ପଇସା ପକେଇବେ ପୁଣି କାହାର ଅଧିକା ଆସି ଥିଲେ ପଇସା ବାହାର କରି ଦେବେ। ଯାହାର ଭଲ ପଟ ଆସିଥିବା ତାକୁ ବି କହିବେ ପଟ ଦେଖା ବୋଲି।
ସାଗର ସବୁ ବେଳେ ଅନ୍ଧାରି କରିବ । ଅନ୍ଧାରି ପଟ ତାର ବହୁତ ଭଲ ରହିଥାଏ । ନ ଦେଖି ପଟକୁ ସେ ପଇସା ପକେଇ ଥାଏ । ଯିଏ ପଟକୁ ଦେଖି ବ ତ ସିଏ ଡବଲ୍ ପଇସା ପକେଇ ଥାଏ। ସାଗର ର ଲାଭ ହୋଇଥାଏ।
ମନୁ ମା ଯେତେବେଳେ ଭଲ ପଟ ଆସିବ ତ ବହୁତ ଖୁସି। ଆଉ ଯୋଉ ଥର ନ ଆସିବ ସେ ପଟ କୁ ସେ ଶୁଦ୍ଧ ଓଡ଼ିଆରେ ଗାଳି ଦେବେ । ସେଥିପାଇଁ ମଧ୍ୟ ସବୁ ହସି ଥାନ୍ତି। ମୁଁ ତ ଖେଳରେ କେବେ ଜିତି ନଥାଏ କିନ୍ତୁ ମୋର ଖେଳର ଶେଷ ଦିନ ମୋର ଯେମିତି ମଧ୍ୟ ଜିତା ହେବ। ଖେଳ ସମୟ ଫିକ୍ସ୍ ଥାଏ । ଦିନରେ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଆଉ ରାତିରେ ମଧ୍ୟ ଖାଇବା ପିଇବା ସାରି ୧୦:୩୦ରୁ ୧୨ଟା ୧ ପର୍ଯ୍ୟନ୍ତ ଚାଲୁ ରହିଥାଏ। ସେ ଭିତରେ ଯାହାର ପଇସା ସରିଲା ସେ ଘରକୁ ଯାଇଥାଏ।
ସେଠୀ ସମସ୍ତେ ଅନ୍ୟ ସମସ୍ତଙ୍କୁ ନୂଆ ନାମ ଦେଇ ଦିଅନ୍ତି । ଖେଳ ର ମଝିରେ ଭଲ ପଟ ଲାଗିଲେ ସେ ନା ରେ ଡାକନ୍ତି। ଖେଳ ସମୟରେ ଭାଇ ଭଉଣୀ ଭିତରେ ଯଦି ପଟ ଯୁଦ୍ଧ ହୁଏ ତେବେ ଅନ୍ୟ ମାନେ ଚିଡ଼େଇବା ସହିତ ଦୁଇ ଭାଇ ଭଉଣୀ ଭିତରୁ କିଏ ଜିତିବ ସବୁ ଦେଖୁଥାନ୍ତି । ବେଶି ମୋ ଭାଇ ଅଜୁ ସହ ମୋର ଏମିତି ହୁଏ ଆଉ ସେ ମୋତେ ହରେଇ ଥାଏ ଏମିତି ହସ ଖୁସିରେ ଚାଲିଥାଏ ତାସ୍ ଖେଳ।
ଆଶା କରୁଛି ଆପଣ ମଧ୍ୟ ଏମିତି ନିଜ ଘରେ ଏମିତି ମସ୍ତି କରୁଥିବେ ।
ଆପଣ ଙ୍କ ଘରେ କେଉଁ ମସ୍ତି ହୁଏ ଆଉ କଣକଣ ହୁଏ କମେଣ୍ଟ କରି ଜଣାନ୍ତୁ ।
ପୂଜା ସ୍ୱାଇଁ ( ଲେଖିକା)
ପୂଜା ସ୍ୱାଇଁ ଙ୍କ କିଛି ନୂତନ ଲେଖା ଗୁଡ଼ିକ
If the contents are helpful to share them with your friends, Thanking You.