ବିଲୁପ୍ତ ସମୟର ସମ୍ପର୍କ

ବିଲୁପ୍ତ ସମୟର ସମ୍ପର୍କ


#Bilupta Samayara Sampark


ଜୀବନର ସମସ୍ତ ବନ୍ଧନ
ଆପଣାର ଲାଗୁଥିଲା,
ଜନ୍ମ ଦାତ୍ରୀ ଠାରୁ……..,
ମୂର୍ତ୍ୟୁ ମନାସୁ ଥିବା
ସମ୍ପର୍କ ଯାଏଁ ……..।
ମନର ନିରବ ନୀଳୟେ
କାହାର ବିମଳ ସ୍ମୃତିତ……
ସଜୀବ ସ୍ନେହ…….;
ମନ ଭିତରେ ଲୁହର ପ୍ରଣତି କିମ୍ବା
ବିଦେହୀ ସାନିଧ୍ୟ …….।
ଅବନନୀୟ – ଅତୁଳନୀୟ
ସେହି ସମ୍ପର୍କ ସବୁ……;
କି ପରିଚୟ ଦେଇ ହେବ
ବିଲୁପ୍ତ ସମୟରେ ଲୀନ ହୋଇଥିବା….
“ଆଇ ମା ର ପଖାଳ ଭାତ,
ମା କୋଳରେ ବଶି ଖାଇବା
ଅଳି – ଅଝଟ ଆଉ ଦୁଷ୍ଟାମୀ……,
ଯେତେ ସବୁ ଅବାନ୍ତର ବାହାନା….।
ସାଙ୍ଗ ମେଳେ ଚତୁର୍ଦିଗ ଭ୍ରମଣ
ଏକାନ୍ତ ଏକାକାର ହୋଇ…..,
ଗଗନ ମାପିବାର ଯେଉଁ ଆନନ୍ଦ…..
ସ୍କୁଲରେ ପଛ ଧାଡ଼ିରେ
ଖଟି କରୁଥିବା…. କଲ୍ଲୋଳ ଆନନ୍ଦ
ଅଦ୍ୱିତୀୟ ସେହି ସମ୍ପର୍କ ସବୁ…..।
ଆତ୍ମସ୍ତ ହୋଇ ଯାଆନ୍ତି
ପ୍ରତିବିମ୍ବର ମାନସ ପଟରେ
ସନ୍ଧ୍ୟା ଆଳତି ପରେ….
ସେହି ସମ୍ପର୍କ ସବୁ……..।


ମନୋଜ କୁମାର ବେହେରାଙ୍କ ଦ୍ଵାରା ଲିଖିତ…


ଏହି ୱେବସାଇଟ ରେ ଆପଣଙ୍କ ଲେଖା ପ୍ରକାଶ କରିବା ପାଇଁ ଏଠି କ୍ଲିକ୍ କରନ୍ତୁ।

Thanks….

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading