Bilupta Samayara Sampark Odia Poem (ବିଲୁପ୍ତ ସମୟର ସମ୍ପର୍କ)


#Bilupta Samayara Sampark

ଜୀବନର ସମସ୍ତ ବନ୍ଧନ
ଆପଣାର ଲାଗୁଥିଲା,
ଜନ୍ମ ଦାତ୍ରୀ ଠାରୁ……..,
ମୂର୍ତ୍ୟୁ ମନାସୁ ଥିବା
ସମ୍ପର୍କ ଯାଏଁ ……..।
ମନର ନିରବ ନୀଳୟେ
କାହାର ବିମଳ ସ୍ମୃତିତ……
ସଜୀବ ସ୍ନେହ…….;
ମନ ଭିତରେ ଲୁହର ପ୍ରଣତି କିମ୍ବା
ବିଦେହୀ ସାନିଧ୍ୟ …….।
ଅବନନୀୟ – ଅତୁଳନୀୟ
ସେହି ସମ୍ପର୍କ ସବୁ……;
କି ପରିଚୟ ଦେଇ ହେବ
ବିଲୁପ୍ତ ସମୟରେ ଲୀନ ହୋଇଥିବା….
“ଆଇ ମା ର ପଖାଳ ଭାତ,
ମା କୋଳରେ ବଶି ଖାଇବା
ଅଳି – ଅଝଟ ଆଉ ଦୁଷ୍ଟାମୀ……,
ଯେତେ ସବୁ ଅବାନ୍ତର ବାହାନା….।
ସାଙ୍ଗ ମେଳେ ଚତୁର୍ଦିଗ ଭ୍ରମଣ
ଏକାନ୍ତ ଏକାକାର ହୋଇ…..,
ଗଗନ ମାପିବାର ଯେଉଁ ଆନନ୍ଦ…..
ସ୍କୁଲରେ ପଛ ଧାଡ଼ିରେ
ଖଟି କରୁଥିବା…. କଲ୍ଲୋଳ ଆନନ୍ଦ
ଅଦ୍ୱିତୀୟ ସେହି ସମ୍ପର୍କ ସବୁ…..।
ଆତ୍ମସ୍ତ ହୋଇ ଯାଆନ୍ତି
ପ୍ରତିବିମ୍ବର ମାନସ ପଟରେ
ସନ୍ଧ୍ୟା ଆଳତି ପରେ….
ସେହି ସମ୍ପର୍କ ସବୁ……..।
ଶୁଭ ଦୀପାବଳି ର ହାର୍ଦ୍ଦିକ ଅଭିନନ୍ଦନ….

ମନୋଜ କୁମାର ବେହେରା 
      ……… ଙ୍କ କଲମରୁ

Follow my Blog

Thanks….

Facebook Comments

One thought on “Bilupta Samayara Sampark Odia Poem (ବିଲୁପ୍ତ ସମୟର ସମ୍ପର୍କ)”

Put your Valuable feedback