ଶିଶୁଟିଏ ହସି ଦେଲେ

When_a_Child_Smile_by_manoj_kumar_behera
When a Child Smile
ଶିଶୁଟିଏ ହସି ଦେଲେ
କେତେ ମାଦକତା, କେତେ ନିଷ୍କପଟତା
ପୂର୍ଣ୍ଣ କରିଦିଏ ଭାରକ୍ରାନ୍ତ ମନକୁ
ନା ଅଛି ଅଭିମାନ……. ନା…………
ଅଛି ଅଭିଯୋଗ ………..
ଅଭିଯୋଗ ଅଭିମାନକୁ ପଦାଘାତ କରି
ଚାଲିବା ଶିଖିବାଠାରୁ ………..
କେଜାଣି କେତେବେଳେ ତା ମନ ଭିତରେ
ବାରମ୍ବାର ପ୍ରତିଧ୍ୱନିତ କରେ……….
ବିବ୍ରତ କରେ……..
ଭୁଲିଯାଏ; ଅତୀତର ଘଟଣାସବୁ ….
ବର୍ତ୍ତମାନ ପାଖରେ ହଜାଇଦିଏ;
ଖୋଜିବାକୁ ଲାଗେ ଆଗାମି ଦିନର
ସୁନେଲି ସୂର୍ଯ୍ୟର ଉଦିୟମାନ
ରଶ୍ମି ପରି….
ଭବିଷ୍ୟତକୁ ।
ସେଇଠି ସେତେବେଳରୁ ବଦଳି ଯାଏ
ମାଦକଭାର ହସ ଟିକକ
କିଛି ସ୍ୱପ୍ନିଳ, କିଛି ଅନାଦୃଶ୍ୟ ଭାବେ…..
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading