Category Archives: manoj

ତଥାପି ବଞ୍ଚିଛି…



ମୁଁ ଫେରିଛି ତୁମ ଠାରୁ
ଜୀର୍ଣ୍ଣ, ଶିର୍ଣ୍ଣ ଧୂମୀଳ ଗୋଧୁଳିକୁ
ସାକ୍ଷୀ କରି…
ମୁଁ ବଞ୍ଚିଛି ଗତ ତିନି ଶହ ପଞ୍ଚ ଷଠିଦିନ ହେଲା
ମୁଁ ବଞ୍ଚିଛି ଅତିତରୁ ପାଦ ଫେରାଇ
ତୁମ ସ୍ନେହ ଓ ପ୍ରେମ ବିନା…
ତୁମ ଛଳନା -ପ୍ରବଞ୍ଜନା – ଅହଙ୍କାର
ତୁମ ଆତ୍ମଗର୍ବକୁ ପଦାଘାତ କରି;
ମୁଁ ତିଷ୍ଠି ଯାଇଛି
ବର୍ଣ୍ଣାଳୀ ରଏକ ନୂତନ ଦୁନିଆରେ
ବିଚିତ୍ର ଭବିଷ୍ୟତ କୁ ନେଇ… ।
ବର୍ତମାନ ମୁଁ ଫେରିଛି ନୂତନ ଦୁନିଆକୁ
ପ୍ରେମର – ବିଶ୍ଵାସର – ସାର୍ଥକତାର ମର୍ଯ୍ୟାଦା ଭିତରକୁ
କିନ୍ତୁ ….ତୁମେ ବନ୍ଦୀ
ଗୋଟିଏ କଦର୍ଯ୍ୟ ବେସାହାରା ସମୟ ପାଖରେ…
ତୁମେ ଉପେକ୍ଷା କଲ
“ମୁଁ ତ୍ୱର” ଲୋଭରେ, ଟଙ୍କାର ମାୟାରେ
ତୁମେ ଲୁକାୟିତ ମୋ ପ୍ରତୀକ୍ଷାରେ
ବୁଢୀମା ଅସୁରୁଣୀ ଗଳ୍ପରେ
ଆଜି କିନ୍ତୁ ପ୍ରତି ବନ୍ଧକ ରୁ ମୁଁ ଉନ୍ମୁକ୍ତ…
ଏକ ନୂତନ କାହାଣୀ ର ପରିଚୟ ଭାବେ
ମୋ ଆଶାର ସାମ୍ରାଜ୍ୟ
ନୂତନ ଦିଗନ୍ତର ସମ୍ରାଟ ଭାବେ। ।


*ମନୋଜ କୁମାର ବେହେରାଙ୍କ ଲେଖନୀରୁ…*
*ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।*

ବିଚିତ୍ର ଦୁନିଆ

ବିଚିତ୍ର ଦୁନିଆ, bichitra dunia, manoj
Bichitra dunia
ତୁମେ ମହାନ୍, ଏ ସୃଷ୍ଟି ରେ
ଗୋଟେ ସ୍ତାପତ୍ୟର, ଗୋଟେ ସଭ୍ୟତାର
ଆଗତ ଭବିଷ୍ୟ ପାଇଁ ଏକ ଆଦର୍ଶ
ଏ ବିଚିତ୍ର ଦୁନିଆ ର
ମହିୟସୀ ରାଜଶ୍ରୀ କଳା ତୁ,
ଯୌବନ ଯୁଗରେ…..;
ତୋ ଦେହରେ ଫୁଟିଥିବା ଭାସ୍କର୍ଯ୍ୟ ଆଉ
ପ୍ରତିମାର ପ୍ରତିଛବି ଦିନେ
ନିଷେଶ ହୋଇଯିବ;
ସମୟର ଗତକର୍ମ ପରୀ ହେଲା ପରେ
ଭୁଲିଯିବୁ ଭବିଷ୍ୟତକୁ
ଆଉ ଅତୀତକୁ
ଭୂଲିଯିବୁ ତୋର ଅବଦାନ କଣ ;
ଉପଭୋଗ କାଳରେ ଛନ୍ଦି ହୋଇ ଯିବୁ…,
ମାଟି ପବନରେ ମିଶିଯିବ
ଲୁଚିଥିବା ତୋ କଳାଶ୍ରୀ ଅଙ୍ଗର
ମଧୂପ -ମାଧୁଜ୍ୟ
ଧ୍ଵଂସ ସ୍ତୁପ ଇତିହାସ ପାଲଟିଯିବ
ବୟସ ର କାହାଣୀ ସବୁ ।
ମନୋଜ କୁମାର ବେହେରା
ଙ୍କ କବିତା ପୃଷ୍ଠାରୁ…

If the contents are helpful to share them with your friends, Thanking You.

ବିଚିତ୍ର ଅଭିନୟ

ବିଚିତ୍ର ଅଭିନୟ, unconditional act, Manoj kumar
ବିଚିତ୍ର ଅଭିନୟ
ମତେ କିଏ ଜଣେ ମନେ ପକାଏ
ଆଜି ପ୍ରଥମ କରି ଜାଣିଲି ,
ହଜାରେ.. ପ୍ରତିସ୍ମୁତିର
ନିଃସଂଗତ ମଖମଲ୍ ଚଟାଣ ଉପରେ
କାହାର ପାଦ ଶବ୍ଦ ଶୁଭେ ;
ଜହ୍ନ ଆଲୁଅରେ ଆଲୋଡନ ହୁଏ
ଶ୍ରୀ ଅଙ୍ଗର କୋଣ ଅନୁକୋଣରେ..।
 ଲୋଭନୀୟ ସମୟଟା.. ଯାଚିଦିଏ
ଗୋଟେ ସୁନ୍ଦର ନାଟକର ବିଚିତ୍ର ଅଭିନୟ
ମିଳିଥିଲା ପରଷ୍ପରକୁ ଚିହ୍ନି ବାର
ଆପଣେଇବାର ଅଦ୍ଭୁତ ପରିଚୟ…।
 ମୋ ପାଇଁ..” ତୁମ ପରଠୁଁ ଯେଉଁ ବାକିତକ ସମୟ”
ପୁରୁଣା ଫଗୁଣ – ନୂଆଁ ବସନ୍ତର  ନିଃସଙ୍ଗତା..;;
ପ୍ରେମରେ , ପ୍ରତିଶୋଧରେ, ଦୁଃଖରେ…
ଦହଗଞ୍ଜରେ ଜାଳିବା ଢେର୍ ହେଲା
ଢେର ହେଲା ଅମଣିଷ ମାନଙ୍କ ଦୁଃଖରେ…
ଭିଜା ଭିଜା ଆଖିରେ ;
ଜହ୍ନ ରାତି ଆଉ ପାହାନ୍ତି ତାରାର
ମୋହ ସବୁ ଭୁଲିଯିବ ।
ତୁମେ ଜିତିବାର ମଧୁର ଉଲ୍ଲାସ
ସେଥିରେ ଜୀବନ ନଥିଲା,
ଥିଲା କେବଳ …
ନଷ୍ଟ  ଧ୍ବଂସର ..  ବିଧ୍ବସ୍ତ ପ୍ରଳୟ..
ଥିଲା ଇର୍ଷIର –  ହିଂସାର   ଆଗ୍ନେୟ ବଳୟ ।।
            * ମନୋଜ କୁମାର ବେହରା (ଲେଖକ)*

If the contents are helpful to share them with your friends, Thanking You.

ଅଲେଖା ପୃଷ୍ଠା (An unwrittenable Pages)




ଜିବନରେ ମହାବାର୍ତ୍ତା ସ୍ମୃତି ସମୂହ କୁ ବର୍ତ୍ତମାନ ଠାରୁ ଦୂରେଇ ଏହି ରଣାଙ୍ଗନା ପୃଥିବୀ ରେ ମୃତ୍ୟୁ କୁ ଆଲିଙ୍ଗନ କରିବାକୁ ପଡ଼ିବ । ଜୀବନ ର ମହା ପରୀକ୍ଷା ରେ ଚଉଁରା ମୂଳେ ସଂଜ ସଳିତା ର ଶ୍ରଦ୍ଧାଞ୍ଜଳି,ଆଖିରେ ଆଖିଏ ଲୁହ,ଅନେକ ଭାବନା ଜୀବନର ଶୂନ୍ୟ ଭବିଷ୍ୟତ କୁ ସମର୍ପି…. ମହାନ୍ କରିଦେଲେ । ସମୟର ବାଲିବନ୍ଧ ଉପରେ ମୋ ପାଇଁ ଯେଉଁ ସ୍ୱର୍ଣ୍ଣ ଅକ୍ଷରରେ ଖୋଜିତ ମହମ ପ୍ରତି ମୃତ୍ତି ପାଖରେ ଯେଉଁ ଫୁଲ- ଧୂପ ଦୁଇଟୋପା ଲୁହ; ମୋ ଆତ୍ମାକୁ ବିଭୋର କରିଦେଲା ।

କେହି ଜଣେ ସହୃହୟ ସହକର୍ମୀ ଜଣେ… ହାତ ଧରୁଥାଏ, ଆଖି ଲୁହରେ ଟଳମଳ ହୋଇଯାଏ, ” ମୋ ପାଖରେ ତାଙ୍କ ଡାଇରୀ ଟି ରହିଯାଇଥିଲା” କହି ଜଣେ ତାଙ୍କ ଡାଇରୀ ଟି ଉଚିତ୍ ଠିକଣା ରେ ଦେଇଗଲେ ତାଙ୍କ ମା ଙ୍କ ପାଖରେ। ମନେ ହୁଏ ସେହି ଦୁଇ ଟୋପା ଲୁହ ହିଁ ଥିଲା ତାଙ୍କ ଆତ୍ମୀୟତା ଏକ କଠୋର କର୍ତ୍ତବ୍ୟ।


ଧିରେ ଶାନ୍ତ ଶୀତ ସନ୍ଧ୍ୟା ରେ ତାଙ୍କ ଡାଇରୀ ଟି ଦେଖିବାରେ ବ୍ୟସ୍ତ ଆଉ ବର୍ତ୍ତମାନ କୁ ବିଶ୍ଳେଷଣ କରିଚାଲିଛନ୍ତି। ଟୋପା ଟୋପା ଲୁହ ର ଲୁଣିଆ ସ୍ଵାଦ ଓଠ କୁ ଛୁଇଁଯାଏ। ଅଳ୍ପ ଥଣ୍ଡା ରେ ବସି ପଡ଼ିବାକୁ ଯେଉଁ ଅଦମ୍ୟ ଚେଷ୍ଟା ସାଥ ଦେଉନି ପେଜୁଆ ଆଖି କୁ ଈଷତ୍ ଅନ୍ଧାର ରେ । ଛାତିରେ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ । ଯେତେବେଳେ ରାତ୍ରି ର ବୟସ ବଢିଯାଏ, ଆଖିପତା ନିଦେଇ ଆସନ୍ତି ଆଉ ସକାଳ ର ଅନେକ ରଙ୍ଗୀନ୍ ସ୍ବପ୍ନ କୁ ଅଧା ଗଢା କରି ପୂର୍ଣ୍ଣଚ୍ଛେଦ ଟାଣି ଦିଏ।ପୁଣି ସେହି ପୁରୁଣା ହସ – ଆଖି ରୁ ଲୁହ ପୋଛି ବଢାଇ ଦେଲେ ୨୫ ପୃଷ୍ଠା ର ଜୀବନ୍ତ କାହାଣୀ ।

ଚାରି ପାଞ୍ଚ ଧାଡ଼ିରେ ପୂର୍ଣ୍ଣ ପରିଭାଷା ।

” ମା” ମୁଁ ଆଜି ଭାରି ଖୁସି “

“ମା ତୁମ ସହ କଥା ହେବାକୁ ବହୁତ୍ ଇଚ୍ଛା ହେଉଥିଲା କିନ୍ତୁ ସମୟର ଅଭାବ ଥିଲା। କାଲି ଜଣକ ସହକର୍ମୀ ଙ୍କ ମହାଯାତ୍ର ରେ…….. ତାଙ୍କରି ଘରକୁ ଯାଇଥିଲି । ଥକି ଯାଇଛି ମା ।”

“ସତରେ ଆଖିରୁ ଲୁହ ସିନା ପୋଛି ଦେଇ ପାରୁଛି- ମନର କୋହକୁ ସିନା ହୃଦୟରୁ ପଥର କରି ଚାପିଦେଇ ପାରୁଛି କିନ୍ତୁ କେତେ ନିଷଃହାୟ ଏ ସମୟ “

ପାଞ୍ଚଟି ପୃଷ୍ଠା ପରେ ଲେଖାଥିଲା କେବଳ ଗୋଟିଏ ଧାଡ଼ି ଓଲଟାଇ ଚାଲିଲି……

“ମା ମୋତେ ଭାରି ଭୋକ ଲାଗିଲାଣି ।”

“ମା……. ତୁମ ସେହ୍ନ ପ୍ରେମ ଭଲପାଇବା- ମୋ ଜୀବନକୁ ଏକ ନୂଆ ସୂର୍ଯ୍ୟଟିଏ ଉଦୟ କରିଦେଲା । ତୁମେ ହିଁ ମୋ ଜୀବନର ସବୁକିଛି….. ମୋତେ ଯେତେ କଷ୍ଟ ହେଲେବି କିଛି ବାଧେ ନାହିଁ ତୁମ ଆଶୀର୍ବାଦ ରୁ… ତୁମ କଥା ମନେ ପଡିଗଲେ ଏତେ ମଧୁରୀମା ଭରିଯାଏ ; ମୋ ଦେହରେ ଏତେ ସାହସ ଏତେ ଧର୍ଯ୍ୟ ଆସେ ଯେ ଚରମ ସତ୍ୟ ମୃତୁକୁ ପଦାଘାତ କରିଦେବି “

“ମା……. ତାଙ୍କ ସହ କଥା ହୋଇଥିଲି,, ମୋତେ ଜୀବନର ପ୍ରତ୍ୟକଟି ପରିସ୍ଥିତି ବିଷୟରେ ବହୁତ କିଛି କହିଲେ ।

“ମା ମୁଁ ଆସୁଛି !!! “

ବାସ୍ ଆଉ ଅଳ୍ପ କେତେକ ବହୁ ବ୍ୟକ୍ତିଗତ କଥାର ପୂର୍ଣ୍ଣ ଥିଲା ଡାଇରୀ ଟି ।

“ମା ମୁଁ ଆସୁଛି”

। ଏହା ମୋ ଜୀବନର ଶେଷ ଲେଖା ପାଲଟିବ ନା ଏମିତି ଲେଖି ଚାଲିଥିବି ଜାଣିନି।

ଲୁହ ର ସାଗରରେ ଭସାଇ ଦେଇ ତିରଙ୍ଗାର ପତାକା ତଳେ ଚିରନିଦ୍ରା ର ଅଫେରା ରାସ୍ତାର ପଥିକ ଟିଏ ହୋଇ । ସ୍ତବ୍ଧ ତା …… ଶୂନ୍ୟତା……. ଭିତରେ ଜୀବନର ଗତିପଥ ହୋଇ ରହିବାକୁ ଭାରି ଇଚ୍ଛା ।

ସେହି ଗର୍ବ ଓ ସାହସ – ସେ ଦିନର ଅସରନ୍ତି ସ୍ବପ୍ନ ଭିତରେ ଇତିହାସ ସୃଷ୍ଟି କରି ସେହି ଭୌଗଳିକ ସ୍ଥାନରେ ହିଁ ରହିଗଲା ।

କ୍ରମଶଃ….


ପୁଲୱାମା ରେ ସହିଦ୍ ହୋଇଥିବା ବୀର ଯବାନ ମାନଙ୍କ ପାଇଁ ହୃଦୟରୁ ଗୋଟିଏ ଛୋଟ ଶ୍ରଦ୍ଧାଞ୍ଜଳି ।🙏🙏🙏


ମନୋଜ କୁମାର ବେହେରା ଙ୍କ
ସଙ୍କଳନ ରୁ….



Trupti (ତୃପ୍ତି)

Trupti


ତୃପ୍ତି
*****
ତମ ମନର ଗହନ ବନରେ
ବାସ୍ନା ଉଠେ ଖେଳିବା ପାଇଁ
ହୃଦୟରୁ ହୃଦୟ କୁ…
ତୃପ୍ତିରତାରେ ସତ୍ୟର ଅନୁସନ୍ଧାନ
କରିବାକୁ ହୁଏତ….
ସାଗରର ଉର୍ମୀ ସାଜିବାକୁ ହେବ
ପୂଜାରୀ ସାଜିବାକୁ ହେବ
ମନର ମନ୍ଦିରରେ ।
ତା ପରେ……
ଦୁଃଖ – ଦାହ – ଦାନ
ଲୁହର କାରାଗାର ବନ୍ଦକରି
ସାତ ସମୁଦ୍ର ଲଙ୍ଘନ ର କଷ୍ଟ
ହରାଇବାର ଭୟ…
ମିଥ୍ୟା ଛଳନା ଅଭିନୟକୁ
ପଛରେ ପକାଇ ତମେ
ବିଜୟର ଆନନ୍ଦରେ- ତୃପ୍ତିରେ
ହସିପାରିବ….
ଗୋଟେ ହୃଦୟକୁ କନ୍ଦାଇ,
ଗୋଟେ ଜୀବନ ପାଇପାରିବା ର
ଆନନ୍ଦର କଲ୍ଲାଳ ଉତ୍ସରେ।।।

ମନୋଜ କୁମାର ବେହେରାଙ୍କ
ଲେଖନୀରୁ…

ମା କେବଳ ତୁମ ପାଇଁ



ହେ ଜନ୍ମ ଦାତ୍ରୀ ମା,
ତୁମେ ସ୍ରଷ୍ଟା ଏ ଦେହର…
ତୁମେ ସର୍ବସ୍ବ ଏ ପ୍ରାଣର…
ତୁମେ ପରିଚୟ ଏ ଜୀବନର
ତୁମେ ହିଁ ଜୀବନର ମାର୍ଗ ଦର୍ଶକ
ଦର୍ଶନ ଓ ଦାର୍ଶନିକ
ଏ ମନର… ଏ ଭାବନାର… ।

ତୁମ ପଣତ ତଳେ ଲୁଚି ରହିଛି
ଆମ ତମାମ ଆୟୁଷ….
ଆମ କୋମଳ ଶୈଶଵ…
ସ୍ୱପ୍ନର ଶ୍ରୀମନ୍ଦିର….
ତୁମକୁ ନେଇ ପ୍ରେମର କୋଣାର୍କ
ତୁମ୍ଭର ସେ ସ୍ନେହ,ପ୍ରେମ….
ତୁମ ହାତର ଆଶୀର୍ବାଦ ଆଜି
ସମୟର ନିଷ୍ଠୁରତା କୁ
ପଦାଘାତ କରିବାର ସାହସ
ଯେମିତି ମୂଲ୍ୟବାନ ସମ୍ପତ୍ତି
ହୋଇ ଯାଇଛି ।

ଜୀବନ୍ତ ଶରୀର ବେଳେବେଳେ
ତୁମର ସ୍ନେହ ଖୋଜି ବୁଲେ
ସେ ସମୟକୁ ଯିବାକୁ ଭାରି ଇଛା,
କିନ୍ତୁ ସମୟର ନିଷ୍ଠୁରତା
ବାଲି ଘର ସଦୃଶ୍ୟ,
ଭାଙ୍ଗିଯାଏ କିଛି କ୍ଷଣ ପରେ…।

ତୁମ ସ୍ନେହ ର ତୃଷ୍ଣା
ଯେମିତି ଅତିଥି ପାଲଟି ଯାଇଛି..
ଢାଙ୍କି ଦିଅ ତୁମ ପଣତ କାନିରେ
ବିଶ୍ରାମ ନିଏ କିଛି କ୍ଷଣ ପାଇଁ ।

ଏ ଦୁନିଆର ପ୍ରତି ମୁହୂର୍ତ୍ତରେ
ଆଗକୁ ବଢିବାର ସାହସ
ତୁମେ ହିଁ ତ ପ୍ରେରଣା ର ଉତ୍ସ…
ତୁମେ ହିଁ ତ ପରିଚୟ ଦେଇଛ…
ଏ ସୃଷ୍ଟି କୁ…..
ସୃଷ୍ଟି ର ଧରବନ୍ଧା ନିୟତିକୁ
ଜୀବନର ଚରମ ଉପଲବ୍ଧି ପାଈଁ…।

ତୁମର ସେ ପେଜୁଆ ଆଖିରେ
ତୃପ୍ତ ମନରେ ମୋ ମୁଖରେ ହସ ଦେବା ପାଇଁ
ତୁମେ ଜ୍ୱଳନ୍ତ ଅଗ୍ନି ର କାକର ବର୍ଷା
କେବଳ ମୋ ପାଇଁ ସହି ଆସିଛ ।

ମୋର ଜୀବନରେ….
ଏତେ ଉଜ୍ଜଳତା ଆସିଲା କେଉଁଠୁ ??
କେବଳ ତୁମର ଉତ୍ସର୍ଗ ପାଇଁ ।
କେବଳ ତୁମ ପାଇଁ…
କେବଳ ତୁମ ପାଇଁ….
ମା…..

ବିଶ୍ୱ ମାତୃତ୍ବ ଦିବସରେ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ।।

ମନୋଜ କୁମାର ବେହେରା ଙ୍କ କଲମରୁ…

ସ୍ମୃତି ତୁମେ

#Smruti Tume, ସ୍ମୃତି ତୁମେ
ଏମିତି ବି ହୁଏ,
ଚିହ୍ନା ଚିହ୍ନା ହସ ଲୁହ ରେ ବି
ଜି ଯାଏ ବେଳେ ବେଳେ ନିଜର ସ୍ଵରୂପ,
ଆଶାର ରେ କି ସ୍ୱତ୍ପର ଜୁଆରେ ବି
ଅକ୍ଷତ ଅକ୍ଷୁର୍ଣ୍ଣ ରୁହେ
ନୈରାଶ୍ୟ ବିକଟାଳ ରୂପ,
କେବେ କେବେ ସାଗର ବି
କାନ୍ଦିଉଠେ
ଆକାଶ କୁ ଛୁଇଁବା ପାଇଁ,
ଆଉ ଶିଥୀଳ ସ୍ମୃତି ସବୁ ଚେଇଁ ଉଠନ୍ତି
ଲୁହ ଶୀତଳ ସ୍ପର୍ଶ ରେ
ଉଜୁଡା ହୃଦୟେ ମୋ ପ୍ରତିଟି ତରଙ୍ଗେ
ସ୍ମୃତି କେତେ ସୁନେଲି ସ୍ୱପ୍ନ
ବିଡମ୍ବନା ଏହି କିନ୍ତୁ
ଚାରିଆଡ଼େ ମୋର ଘନ ନିଶାକର…..
ଅସହ୍ୟ ବେଦନା ଆଉ ଅକୁହା ଯନ୍ତ୍ରଣା ସବୁ
ଚେଇଁ ଉଠନ୍ତି
ନିର୍ବାକ୍ କେଉଁ ମୁହୁର୍ତ୍ତରେ
ଅନ୍ତର ବିଦାରି
ରକ୍ତାକ୍ତ କରିବାକୁ କୋମଳ ଯେତେ ମୂର୍ଛନା ର
ସ୍ୱର……
By. Manoj Kumar Behera (Poet)

(ଅନ୍ତିମ ସାକ୍ଷୀ)

ଗାଁ ପାଖ ବୁଢା ବରଗଛ
ଶହ ଶହ ବର୍ଷର ପୁରୁଣା,
ଯେତେବେଳେ ଏ ଗୋଟି ନଥିଲା
ଏହି ବଡ଼ଗଛଟି ଏକାନ୍ତ ନିରଵଦ୍ରଷ୍ଟା
ନିର୍ଜନ ପଡ଼ିଆରେ
ଧୀରେ ଧୀରେ ଏକାନ୍ତ………………..
ନୀରବତା ବୁହାଇଲା
କେତେ ଲୋକଙ୍କ ସାକ୍ଷୀ ପାଲଟି ଗଲା
କେତେ ଚିତାଶ୍ମିର ଉତ୍ତପ୍ତ ସହି
ନିଜକୁ ବି ସାକ୍ଷୀ କରିଗଲା
ଆସିବା ଲୋକଙ୍କ ପଥ ପ୍ରଦର୍ଶକ
ଫେରିବା ପାଇଁ ପ୍ରତିଶ୍ରୁତିବଧଃ ହୋଇ
କଥା ଦେଇ ପ୍ରତୀକ୍ଷା ହିଁ ଅଛି ………
ଆଜି ଯାଏଁ…………………………
କିଏ ଯାଏ ତା କେତେ ଦିନ,
ଏମିତି କେତେ ମହାତ୍ମାକୁ
ପାଉଁଶ ତଳେ ରଖୁଥିବ
କୋଳାଗ୍ରତ କରି
ନିଜ ପାଖରେ ହାର ମାନୁଥିବ..?
ମନୋଜ କୁମାର ବେହେରା
……ଙ୍କ କଲମରୁ
।।। ଧନ୍ୟବାଦ ।।।