ମୁଁ ଜାଣେନା By.Kumar

Muun_Janena


Muun Janena


ଅଜଣା ଏ ପୃଥିବୀ
ସତରେ କେତେ ବିସ୍ମୟ 
ଆଉ କେତେ କୋଳାହଳ
ସତରେ କେହି ଜଣେ 
ହାତ ଧରି ଡାକି ଆଣିଛି
ଏ ସୋନ୍ଦର୍ୟ୍ଯ ମୟ ପୃଥିବୀ କୁ ତୃପ୍ତି ମନରେ ଦେଖିବା ପାଇଁ…
ତାହା ମୁଁ ଜାଣେନା…
କାହିଁ କେତେ ଦୁରେ 
ମୋ ଭବିଷ୍ୟତ
କେତେ ଅତିକ୍ରାନ୍ତ ପଥ
ଦେଇ ଚାଲିବି
ତାହା ମୁଁ ଜାଣେନା…
ସତରେ ମଣିଷ ଟିଏ ଜନମି ଗଲି ସିନା
କେତେ ଯେ ସାଂସାରିକ ଦୁଃଖ ଯନ୍ତ୍ରଣା
କେତେ ଯେ ବିରହ
କେତେ କଷ୍ଟ
ସବୁ କଣ ମୋତେ ସହିବାକୁ ପଡ଼ିବ
ତାହା ମୁଁ ଜାଣେନା….
ବାଳୁତ ରୁ ଯୌବନ ରେ ପାଦ ଦେଲି
ଲାଗୁଛି କାଲି ଭଳି
କଣ  ହେବ ମୋର ଭବିଷ୍ୟତ
ତାହା ମୁଁ ଜାଣେନା…
କଣ କରିବାକୁ ଆସିଛି ଏ ଦୁନିଆ କୁ
କଣ କରିବି ଅବା ଆଗକୁ
ତାହା ମୁଁ ଜାଣେନା…
କିଏ ହେବ ମୋ
ସାଙ୍ଗ ଏବଂ ସଙ୍ଗିନୀ
କିଏ ଏ ଧରାତଳ ର ଧାତ୍ରୀ ହେବ
ତାହା ମଧ୍ୟ ମୁଁ ଜାଣେନା..
ସତରେ ଏ ବିଚିତ୍ର ପୃଥିବୀ
ର ମୋହ ମାୟା
ସଂସାର ର ଉନ୍ନତି ହେବ କି ଅବନତି 
ତାହା ମୁଁ ଜାଣେନା….
କେତେ ଆଉ ବାଟ ଚାଲିବି
କେବେ ହେବ ମୋର ଶେଷ
ପଦ୍ମ ର ବାଲୁକା ଚିହ୍ନ
ତାହା ମୁଁ ଜାଣେନା…


By. Kumar…. 

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading