ଅଲେଖା ପୃଷ୍ଠା (An unwrittenable Pages)




ଜିବନରେ ମହାବାର୍ତ୍ତା ସ୍ମୃତି ସମୂହ କୁ ବର୍ତ୍ତମାନ ଠାରୁ ଦୂରେଇ ଏହି ରଣାଙ୍ଗନା ପୃଥିବୀ ରେ ମୃତ୍ୟୁ କୁ ଆଲିଙ୍ଗନ କରିବାକୁ ପଡ଼ିବ । ଜୀବନ ର ମହା ପରୀକ୍ଷା ରେ ଚଉଁରା ମୂଳେ ସଂଜ ସଳିତା ର ଶ୍ରଦ୍ଧାଞ୍ଜଳି,ଆଖିରେ ଆଖିଏ ଲୁହ,ଅନେକ ଭାବନା ଜୀବନର ଶୂନ୍ୟ ଭବିଷ୍ୟତ କୁ ସମର୍ପି…. ମହାନ୍ କରିଦେଲେ । ସମୟର ବାଲିବନ୍ଧ ଉପରେ ମୋ ପାଇଁ ଯେଉଁ ସ୍ୱର୍ଣ୍ଣ ଅକ୍ଷରରେ ଖୋଜିତ ମହମ ପ୍ରତି ମୃତ୍ତି ପାଖରେ ଯେଉଁ ଫୁଲ- ଧୂପ ଦୁଇଟୋପା ଲୁହ; ମୋ ଆତ୍ମାକୁ ବିଭୋର କରିଦେଲା ।

କେହି ଜଣେ ସହୃହୟ ସହକର୍ମୀ ଜଣେ… ହାତ ଧରୁଥାଏ, ଆଖି ଲୁହରେ ଟଳମଳ ହୋଇଯାଏ, ” ମୋ ପାଖରେ ତାଙ୍କ ଡାଇରୀ ଟି ରହିଯାଇଥିଲା” କହି ଜଣେ ତାଙ୍କ ଡାଇରୀ ଟି ଉଚିତ୍ ଠିକଣା ରେ ଦେଇଗଲେ ତାଙ୍କ ମା ଙ୍କ ପାଖରେ। ମନେ ହୁଏ ସେହି ଦୁଇ ଟୋପା ଲୁହ ହିଁ ଥିଲା ତାଙ୍କ ଆତ୍ମୀୟତା ଏକ କଠୋର କର୍ତ୍ତବ୍ୟ।


ଧିରେ ଶାନ୍ତ ଶୀତ ସନ୍ଧ୍ୟା ରେ ତାଙ୍କ ଡାଇରୀ ଟି ଦେଖିବାରେ ବ୍ୟସ୍ତ ଆଉ ବର୍ତ୍ତମାନ କୁ ବିଶ୍ଳେଷଣ କରିଚାଲିଛନ୍ତି। ଟୋପା ଟୋପା ଲୁହ ର ଲୁଣିଆ ସ୍ଵାଦ ଓଠ କୁ ଛୁଇଁଯାଏ। ଅଳ୍ପ ଥଣ୍ଡା ରେ ବସି ପଡ଼ିବାକୁ ଯେଉଁ ଅଦମ୍ୟ ଚେଷ୍ଟା ସାଥ ଦେଉନି ପେଜୁଆ ଆଖି କୁ ଈଷତ୍ ଅନ୍ଧାର ରେ । ଛାତିରେ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ । ଯେତେବେଳେ ରାତ୍ରି ର ବୟସ ବଢିଯାଏ, ଆଖିପତା ନିଦେଇ ଆସନ୍ତି ଆଉ ସକାଳ ର ଅନେକ ରଙ୍ଗୀନ୍ ସ୍ବପ୍ନ କୁ ଅଧା ଗଢା କରି ପୂର୍ଣ୍ଣଚ୍ଛେଦ ଟାଣି ଦିଏ।ପୁଣି ସେହି ପୁରୁଣା ହସ – ଆଖି ରୁ ଲୁହ ପୋଛି ବଢାଇ ଦେଲେ ୨୫ ପୃଷ୍ଠା ର ଜୀବନ୍ତ କାହାଣୀ ।

ଚାରି ପାଞ୍ଚ ଧାଡ଼ିରେ ପୂର୍ଣ୍ଣ ପରିଭାଷା ।

” ମା” ମୁଁ ଆଜି ଭାରି ଖୁସି “

“ମା ତୁମ ସହ କଥା ହେବାକୁ ବହୁତ୍ ଇଚ୍ଛା ହେଉଥିଲା କିନ୍ତୁ ସମୟର ଅଭାବ ଥିଲା। କାଲି ଜଣକ ସହକର୍ମୀ ଙ୍କ ମହାଯାତ୍ର ରେ…….. ତାଙ୍କରି ଘରକୁ ଯାଇଥିଲି । ଥକି ଯାଇଛି ମା ।”

“ସତରେ ଆଖିରୁ ଲୁହ ସିନା ପୋଛି ଦେଇ ପାରୁଛି- ମନର କୋହକୁ ସିନା ହୃଦୟରୁ ପଥର କରି ଚାପିଦେଇ ପାରୁଛି କିନ୍ତୁ କେତେ ନିଷଃହାୟ ଏ ସମୟ “

ପାଞ୍ଚଟି ପୃଷ୍ଠା ପରେ ଲେଖାଥିଲା କେବଳ ଗୋଟିଏ ଧାଡ଼ି ଓଲଟାଇ ଚାଲିଲି……

“ମା ମୋତେ ଭାରି ଭୋକ ଲାଗିଲାଣି ।”

“ମା……. ତୁମ ସେହ୍ନ ପ୍ରେମ ଭଲପାଇବା- ମୋ ଜୀବନକୁ ଏକ ନୂଆ ସୂର୍ଯ୍ୟଟିଏ ଉଦୟ କରିଦେଲା । ତୁମେ ହିଁ ମୋ ଜୀବନର ସବୁକିଛି….. ମୋତେ ଯେତେ କଷ୍ଟ ହେଲେବି କିଛି ବାଧେ ନାହିଁ ତୁମ ଆଶୀର୍ବାଦ ରୁ… ତୁମ କଥା ମନେ ପଡିଗଲେ ଏତେ ମଧୁରୀମା ଭରିଯାଏ ; ମୋ ଦେହରେ ଏତେ ସାହସ ଏତେ ଧର୍ଯ୍ୟ ଆସେ ଯେ ଚରମ ସତ୍ୟ ମୃତୁକୁ ପଦାଘାତ କରିଦେବି “

“ମା……. ତାଙ୍କ ସହ କଥା ହୋଇଥିଲି,, ମୋତେ ଜୀବନର ପ୍ରତ୍ୟକଟି ପରିସ୍ଥିତି ବିଷୟରେ ବହୁତ କିଛି କହିଲେ ।

“ମା ମୁଁ ଆସୁଛି !!! “

ବାସ୍ ଆଉ ଅଳ୍ପ କେତେକ ବହୁ ବ୍ୟକ୍ତିଗତ କଥାର ପୂର୍ଣ୍ଣ ଥିଲା ଡାଇରୀ ଟି ।

“ମା ମୁଁ ଆସୁଛି”

। ଏହା ମୋ ଜୀବନର ଶେଷ ଲେଖା ପାଲଟିବ ନା ଏମିତି ଲେଖି ଚାଲିଥିବି ଜାଣିନି।

ଲୁହ ର ସାଗରରେ ଭସାଇ ଦେଇ ତିରଙ୍ଗାର ପତାକା ତଳେ ଚିରନିଦ୍ରା ର ଅଫେରା ରାସ୍ତାର ପଥିକ ଟିଏ ହୋଇ । ସ୍ତବ୍ଧ ତା …… ଶୂନ୍ୟତା……. ଭିତରେ ଜୀବନର ଗତିପଥ ହୋଇ ରହିବାକୁ ଭାରି ଇଚ୍ଛା ।

ସେହି ଗର୍ବ ଓ ସାହସ – ସେ ଦିନର ଅସରନ୍ତି ସ୍ବପ୍ନ ଭିତରେ ଇତିହାସ ସୃଷ୍ଟି କରି ସେହି ଭୌଗଳିକ ସ୍ଥାନରେ ହିଁ ରହିଗଲା ।

କ୍ରମଶଃ….


ପୁଲୱାମା ରେ ସହିଦ୍ ହୋଇଥିବା ବୀର ଯବାନ ମାନଙ୍କ ପାଇଁ ହୃଦୟରୁ ଗୋଟିଏ ଛୋଟ ଶ୍ରଦ୍ଧାଞ୍ଜଳି ।🙏🙏🙏


ମନୋଜ କୁମାର ବେହେରା ଙ୍କ
ସଙ୍କଳନ ରୁ….



Leave a Reply

Your email address will not be published. Required fields are marked *