ଶ୍ରୁତି ର ଭାଗ୍ୟରେଖା…10

ଶ୍ରୁତି ର ଭାଗ୍ୟରେଖା...10
ଶ୍ରୁତି ର ଭାଗ୍ୟରେଖା…10

Page-9

ରାଣ, କଣ ?? ଏପଟେ ମୁଁ ଚିନ୍ତାରେ ଅଛି ତମକୁ ରାଣ ବହୁତ୍ ବଡ ହୋଇଗଲା । ସତ କୁହ ଶ୍ରବଣ । ବାରମ୍ବାର ମନା କରିବା ପରେ ମୁଁ ତାକୁ ହାତ ଯୋଡ଼ି ନେହୁରା ହେଲି , ପାଦ ତଳେ ପଡି ବାକୁ ଯାଉଥିଲି , ଶ୍ରବଣ କହିଲା ନାହିଁ ଭାଉଜ ସେମିତି କରି ମୋତେ ପାପି କରାଅ ନାହିଁ । ହଉ ଶୁଣ କହୁଛି..
ଆଶିଷ ଭାଇ ର ବାହାଘର ପାଇଁ କେତେ କଣ ହୋଇଛି ତମେ ଜାଣିଛ ନା? ମୁଁ କହିଲି ନା ସେକଥା ମୁଁ ଜାଣିନି । ଶ୍ରବଣ କହିଲା, ଟିକି ବୋଧେ କହିବା ଭୁଲି ଯାଇଥିବ। ଆଶିଷ ର ମଧ୍ୟ ସେହି ଅବସ୍ଥା ହେଲା , ବହୁତ୍ ଝଗଡା, ଟିକି ର ଅଖିଆ ଅପିଆ ରେ ରହି ଦେହ ଖରାପ୍ ହେବା ଏମିତି ବହୁତ୍ କିଛି ହୋଇଗଲା । ଶେଷରେ ବିଭୁ ଭାଇ ମାନିଗଲେ ଏବଂ ବାହାଘର ଠିକ୍ ହେଲା ।
ଆଶିଷ ଯେବେ ଭୁବନେଶ୍ଵର ଯାଇଥିଲା ତାର ଗୋଟିଏ ଦିନ ପରେ ଜଗା ଗାଁ କୁ ଆସିଲା । ସମସ୍ତେ ଦେଖି ଆଶ୍ଚର୍ଯ୍ୟ । ଜଗା ର ମା, ଅଧା ପାଗଳ ରେ ପରିଣତ ହୋଇ ଯାଇଥିଲେ କିନ୍ତୁ ଜଗା ଆସିବା ପରେ ସବୁ ଯେମିତି ଠିକ୍ ହୋଇଗଲା ।
ଜଗା କୁ ଦେଖି କିଏ ଅବା ଆଶ୍ଚର୍ଯ୍ୟ ହୋଇ ନଥାନ୍ତା, ପ୍ରାୟ ପାଞ୍ଚ ବର୍ଷ ପରେ ଜଣେ ହଜିଯାଇଥିବା ବ୍ୟକ୍ତି ଘରକୁ ଫେରିଛି ।
ସେଦିନ ସକାଳୁ ସକାଳୁ ଗୋଟିଏ କାର୍ ଆସି ପହଞ୍ଚିଥିଲା ଜଗା ର ଘର ଆଗରେ । ଦୁଇ ଜଣ ଲୋକ ଜଗା କୁ ଓହ୍ଲାଇ ହ୍ବିଲ ଚେୟାର ରେ ବସେଇ ତାକୁ ଘର ବାରଣ୍ଡା ପର୍ଯ୍ୟନ୍ତ ନେଇ ଗଲେ। ସେତେବେଳେ ଜଗା ର ବାପା ଘରେ ଚା ପିଉ ଥିଲେ । ଏପଟେ ଜଗା କୁ ଦେଖି ମୁଁ ଆଉ ମୋ ସାଙ୍ଗ ମାନେ ତଥା ଗାଁ ର ବହୁତ୍ ଲୋକ ଜମା ହୋଇଗଲେ । କବାଟ ଠକ୍ ଠକ୍ ପରେ ଜଗା ର ବାପା କବାଟ ଖୋଲି ଦେଖି ଆଶ୍ଚର୍ଯ୍ୟ ହେଲେ ।
ରୋଷେଇ ଘରୁ ଜଗା ର ମା ଦଉଡ଼ି ଆସିଲେ । ସମସ୍ତେ ଖୁସିରେ କାନ୍ଦୁଥିଲେ। ମୁଁ ସଙ୍ଗେ ସଙ୍ଗେ ଆଶିଷ କୁ କଲ୍ କରିଲା ପରେ ସେ ଆସି ପହଞ୍ଚିଲା । ଆମେ ସମସ୍ତେ ଖୁସି ଥିଲୁ କିନ୍ତୁ ଦୁଃଖ ର କଥା ଯେ ତାର ଅଣ୍ଟା ଭାଙ୍ଗି ଯାଇଛି। ବହୁତ୍ ଚିକିତ୍ସା ପରେ ଡାକ୍ତର କହିଲେ ସେ ତା ଜୀବନରେ ଆଉ କେବେ ଚାଲି ପାରିବ ନାହିଁ।
ଟ୍ରେନ ଘଟଣା ସତ ଥିଲା । ସେ କହିଲା ଟ୍ରେନ ରେ ସିଟ୍ ପାଇଁ ସେମାନେ ଜବରଦସ୍ତି କରିବା ପରେ ସେମାନେ ବସିଥିବା ସିଟ୍ ରୁ ତାଙ୍କୁ ଟାଣି ଆଣି ଜଗା କୁ ବାହାରକୁ ଠେଲି ଦେଲେ।
ଜଗା କହିବା ଅନୁସାରେ ତାକୁ ଠେଲିବା ପରେ ସେ ଯାଇ ଗୋଟିଏ ବିଜୁଳି ଖମ୍ବ ରେ ଧକ୍କା ହୋଇଛି ତା ପରେ ଆଉ ତାର ମନେ ନାହିଁ । ତାର ପର ଦିନ କିଛି ଲୋକ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ତାକୁ ରକ୍ତାକ୍ତ ଅବସ୍ଥାରେ ଦେଖି ସେମାନଙ୍କ ଘରକୁ ନେଲେ।
ସେଠୁ ଗୋଟିଏ ଲୋକ ନିଜ ପୁଅ କହି ମେଡିକାଲ୍ ରେ ଜଏନ କରି ସେଠୀ ଚିକିତ୍ସା ପରେ ପ୍ରାୟ 2 ଦିନ ପରେ ଜଗା ର ହୋସ ଆସିଲା । ସେତେବେଳେ ଅଣ୍ଟା ସହିତ ଗୋଟିଏ ହାତ ଭାଙ୍ଗି ଯାଇଥିଲା । ପ୍ରାୟ 02 ମାସ ଚିକିତ୍ସା ପରେ ସେ ଲୋକ ଜଗା କୁ ଘରକୁ ଆଣି ସେଠୀ ଯତ୍ନ ନେବା ପରେ ତାର ହାତ ଭଲ ହୋଇଗଲା କିନ୍ତୁ ଅଣ୍ଟା ଖରାପ ଯୋଗୁ ସେ ପୁରା ଜୀବନ ଅପଙ୍ଗ ହୋଇଗଲା ।
ଜଗା ଯେତେବେଳେ ଜାଣିଲା କି ସେ ଅପଙ୍ଗ ହୋଇ ସାରିଛି ସେ ଘରକୁ ଖବର ଦେଲା ନାହିଁ କାରଣ ତମେ ଅପେକ୍ଷା କରିବ ବୋଲି। ସେ ଜାଣି ଶୁଣି ଚୁପ୍ ରହିଥିଲା। ସେ କାହା ସହିତ ସମ୍ପର୍କ ରଖି ନଥିଲା । ସେ ଯୋଉ ଘରେ ଥିଲା, ସେ ଲୋକ ର ମଧ୍ୟ ପୁଅ ଅଳ୍ପ ବୟସରେ ମୃତ୍ୟୁ ବରଣ କରିଥିଲା ସେଥିପାଇଁ ଜଗା କୁ ସେଠୀ ପୁଅ ଭଳି ସମ୍ମାନ ମିଳୁଥିଲା ।
ଜଗା ଯେତେବେଳେ ଜାଣିଲା ଯେ ତମର ବିବାହ ସରିଗଲା ସେ ଆସିବା ପାଇଁ ଇଛା କରିଲା ।
ଏତିକି ଶୁଣି ମୁଁ ଦଉଡ଼ି ଗଲି ଜଗା ପାଖକୁ କିନ୍ତୁ ସେ ମୋ ସହିତ କଥା ହେବାକୁ ମନା କରିଲା। ଏବଂ ବହୁତ୍ ଅନୁରୋଧ ପରେ ତଥା ଆଶିଷ ଏବଂ ଟିକି ର ଅନୁରୋଧ ରେ ସେ ମୋ ସହିତ କଥା ହେଲା।
ପ୍ରଥମେ ସେ ମୋ ମଥା ସିନ୍ଦୂର କୁ ଦେଖି ଅଳ୍ପ ହସି ପଚାରିଲା କେମିତି ଅଛ ? ଆଖିରେ ଅଳ୍ପ ଭିଜା ଲୁହ ରେ ହସ ଥିଲା କେବଳ ବାହାନା । ବହୁତ୍ କିଛି କହିବାକୁ ଚାହୁଁଥିଲା କିନ୍ତୁ ପୋଖରି ର ତୁଠ ପଥର ସଦୃଶ୍ୟ ସବୁ ସହି ବାର ବାହାନା ଥିଲା ତା ପାଖରେ।
ପୁଣି ପଚାରିଲି କଣ ପାଇଁ ଏତେ ଦିନ ନିଜକୁ ଲୁଚେଇ ରଖିଥିଲ, କୁହ ଜଗା ???
ଜଗା କହିଲା କେବଳ ତମ ଖୁସି ପାଇଁ ଏବଂ ଆଜି ତମେ ଖୁସିରେ ଅଛ ମୋତେ ଆଉ କିଛି ଦରକାର ନାହିଁ। ଦୟାକରି ମୋତେ ଭୁଲିବା ପାଇଁ ଚେଷ୍ଟା କର । ମୁଁ ଜାଣି ଶୁଣି ଆସି ନଥିଲି କେବଳ ତମେ ଭଲ ଘରେ ବିବାହ କରି ଖୁସିରେ ରହିବା ପାଇଁ ଏବଂ ବର୍ତ୍ତମାନ ତମେ ଖୁସିରେ ଅଛ ।
ଏହି କଥା ଶୁଣି ମୋ ଅଶ୍ରୁ କୁ ରୋକି ପାରିଲିନି। ମୁଁ କହି ଉଠିଲି, ତମେ ଏତେ ସ୍ବାର୍ଥ ପର କେମିତି ହୋଇଗଲ। ମୋ ଭାଗ୍ୟ ରେ ଯାହା ଅଛି ତାହା ହେବ କିନ୍ତୁ ମୁଁ ଭାବିଥିଲି ଯେ କୌଣସି ସମସ୍ୟା ଆସିଲେ ତାକୁ ଆମେ ଦୁଇ ଜଣ ମିଶି ସମ୍ମୁଖୀନ କରି ଆମ ଜୀବନ କୁ ଭଲରେ ଚଳେଇବା ।
କେବଳ ମୁଁ ତମ ପାଇଁ ୩ ବର୍ଷ ଅପେକ୍ଷା କରିଲି ଶେଷରେ ବିବାହ କରିଲି । ମୋ ମନରେ ବିଶ୍ୱାସ ଥିଲା ଯେ ତମେ କୋଉଠି ଥିବ ନିଶ୍ଚୟ ଫେରି ଆସିବ କିନ୍ତୁ ସମସ୍ତଙ୍କ ବାଧ୍ୟ ପରେ ମୁଁ ବିବାହ କରିବାକୁ ବାଧ୍ୟ ହେଲି ।
ଜଗା କହିଲା, ଶୁଣ ଶୃତି ତମେ ଏବେ ତୁମ ଜୀବନରେ ଖୁସିରେ ଅଛ, ମୋତେ ଭୁଲିବା ହିଁ ତମର ପ୍ରଥମ କର୍ତ୍ତବ୍ୟ । ମୁଁ ଜଗା ର ଗୋଡ଼ ତଳେ ପଡ଼ିଗଲି । କହି ଉଠିଲି ସତରେ ତମେ ମହାନ୍ । ତମେ ମୋ ଭାଇ ର ସର୍ତ୍ତ କୁ ମହତ୍ତ୍ଵ ଦେଲ କିନ୍ତୁ ମୋର ଭଲ ପାଇବା କୁ ନୁହଁ । କଣ କହିବି ତୁମକୁ କହିବାକୁ ମୋ ପାଖରେ କିଛି ପ୍ରଶ୍ନ ନାହିଁ ।
ଜଗା କହିଲା, ଶୁଣ ଶ୍ରୁତି ମୋ ଜୀବନ ତ ଅଧୁରା ମୟ ହୋଇ ରହିଗଲା କିନ୍ତୁ ତମେ ମୋ ପାଇଁ ତୁମ ଜୀବନ କୁ ନଷ୍ଟ କରିବ ନାହିଁ । ଯଦି ଅବା ମୋ ପ୍ରତି ଅଳ୍ପ ଭଲ ପାଇବା ଥିବ ତେବେ ମୋ ମୁଣ୍ଡ ଛୁଇଁ ଶପଥ କର ।
କି ତମେ ମୋତେ ଭୁଲି ଯାଅ ଏବଂ ତମ ପାଇଁ ଯୋଉ ବଳିଦାନ ଦେଇଛି ତାହା ବେକାର କର ନାହିଁ ।
ଅନ୍ୟଟି ହେଲା ଯଦି ଅବା ମୋ ପ୍ରତି କିଛି ସ୍ନେହ ପ୍ରେମ ଥିବ ତେବେ ସବୁ ଜାଗାରେ ମୋତେ ଜଣେ ଅଚିହ୍ନା ବ୍ୟକ୍ତି ଭଳି ବ୍ଯବହାର କରିବ ।
ଶେଷ ଶପଥ ହେଲା ଆମ ଭଲ ପାଇବା ସ୍ମୃତି କୁ ପୁଣି କେବେ ଓଲଟାଇ ଦେଖିବ ନାହିଁ ।
ଏତିକି କଥା ଶୁଣି ମୋତେ ଯେମିତି ବିଜୁଳି ର ଶକ୍ତ ଝଟକା ଲାଗିଲା ସଙ୍ଗେ ସଙ୍ଗେ ତା ମୁଣ୍ଡରୁ ହାତ ଛଡେଇ ଆଣିଲି।
ମୁଁ ଜାଣିଛି ମୁଁ ମଧ୍ୟ ମନ ଦେଇ ଭଲ ପାଇଥିଲି ଯଦି ଅବା ସେ ଏହା ଚାହୁଁଚି ତେବେ ମୁଁ ମଧ୍ୟ ସ୍ୱାର୍ଥପର ହିସାବରେ ନୁହେଁ ତା ପ୍ରତି ଥିବା ଭଲ ପାଇବା କୁ ଆଖି ଆଗରେ ରଖି ତାର ସବୁ କଥା ରଖିବି।
ଫେରିଗଲି ମୋ ବୈବାହିକ ଜୀବନକୁ । ଜାଣିଥିଲି ମୋ ପ୍ରେମ ମୟ ଜୀବନ ସାର୍ଥକ ହେଲା ନାହିଁ କି ହେବ ନାହିଁ । ପ୍ରେମ ଥିଲା ମୋ ଜୀବନ ର ଭାଗ୍ୟ ରେଖା ଯାହା ପ୍ରମାଣ ସ୍ୱରୂପ ମୋତେ ତାର ପରିଣାମ ଦେଇ ଚାଲିଛି ।
ଦୁନିଆ ଆଗରେ ମୁଁ ଜଣେ ବିବାହିତ ନାରୀ ହେଲେ ମଧ୍ୟ ମୋତେ କଲଙ୍କିନି ର ଅନୁଭବ ହେଉଥାଏ ।
ଘରେ ଆସି ପହଁଚିଲା ବେଳକୁ ମୋ ସ୍ବାମୀ ମୋ ଫେରିବା ବାଟକୁ ଚାହିଁ ରହିଥିଲେ। ପ୍ରକୃତରେ ସେ ବାହାଘର ରୁ ଫେରି ନଥିଲେ । ସେ ପୂର୍ବରୁ ଜାଣିଥିଲେ ଜଗା ଫେରି ଆସିଛି ଏବଂ ସେ ଭାବିଲେ ଆଜି କିଛି ଘଟଣା ଘଟିବ।
ସେଥିପାଇଁ ସେ ମଧ୍ୟ ସେ ଉତ୍ସବ ରେ ଲୁକାୟିତ ଭାବେ ଅପେକ୍ଷା ରତ ଅବସ୍ଥାରେ ଥିଲେ ଯଦି ଦରକାର ପଡ଼େ ତେବେ ତାଙ୍କର ସ୍ବାମୀ ର କର୍ତ୍ତବ୍ୟ କରି ଥାନ୍ତେ ଏବଂ ଆମର ପ୍ରତିଟି କଥା ବାର୍ତ୍ତା ସେ ଶୁଣିଛନ୍ତି ।
ଘରେ ସେ ମୋ ଆଖିରେ ଥିବା ଲୁହ ର ଶୁଖିଲା ଦାଗ କୁ ଦେଖି ପ୍ରଶ୍ନ କରିଲେ । ଆଜି ତ ଖୁସିର ଦିନ। ଏମିତି ଦିନରେ ତମେ ଲୁହ ବର୍ଷା ରେ ଭିଜିବାର କାରଣ ଜାଣିପାରେ କି?
ମୁଁ ମନା କରିଲି କିଛି ନାହିଁ ଏମିତି କାନ୍ଦ ଲାଗିଲା ତ? କାନ୍ଦିଦେଲି ।
ସେ କହିଲେ କଣ ଜଗା କୁ ଦେଖି ?
ମୁଁ ଆଶ୍ଚର୍ଯ୍ୟ ଅବସ୍ଥାରେ ଚାହିଁ ରହିଲି !!!!
ସତ କଥାଟି ହେଲା ମୁଁ ସେଠୀ ଉପସ୍ଥିତ ଥିଲି । ତମେ କିଛି ମିଛ କୁହ ଏବଂ ତାହା ଶୁଣି ମୁଁ ତମକୁ ଖରାପ ଭାବିବି ତାହା ମୁଁ ଚାହୁଁ ନାହିଁ ।
ମୋ ମନରେ ଡର ର ସୀମା ଧିରେ ଧୀରେ ବଢ଼ିବାକୁ ଲାଗୁଥିଲା ।
ସେ ପୁଣି କହିଲେ ତମେ କାହିଁକି ଶାନ୍ତ ହୋଇଗଲ ?
ତମେ ଅପେକ୍ଷା କରି ଥିଲ କିନ୍ତୁ ଜଗା ତ ତୁମ ପାଇଁ ତା ଜୀବନ କୁ ଉତ୍ସର୍ଗ କରିଦେଲା । ଏବେ ତମେ ସ୍ଥିର କର ଆଗୁଆ ଜୀବନକୁ ତମେ କେମିତି ଅତିବାହିତ କରିବ ।
ଯଦି ତମେ ଚାହୁଁଛ ଫେରି ଯିବା ପାଇଁ ତେବେ ମଧ୍ୟ ମୁଁ ତମକୁ ଖୁସିରେ ଖୁସିରେ ତମକୁ ତା ପାଖରେ ଛାଡି ଆସିବି ।
ମୁଁ ଦୌଡ଼ି ଗଲି ମୋ ସ୍ବାମୀ ପାଖକୁ ତାଙ୍କୁ କୁଣ୍ଢେଇ ଧରି କହିଲି । ମୁଁ ଆଜି ଯୋଉ ଭୁଲ କରିଛି ତା ପାଇଁ ମୋତେ କ୍ଷମା କରିଦିଅ। (କାନ୍ଦି କାନ୍ଦି)
ସେ ମୋ ଆଖି ଲୁହ କୁ ପୋଛି କହିଲେ ମୋ ମତରେ ତମେ ଆଜି କିଛି ଭୁଲ କରିନ ତେବେ ତମକୁ କ୍ଷମା କରିବି କାହିଁକି ।
ମୁଁ କହିଲି ଯଦି ଜଗା ତା କର୍ତ୍ତବ୍ୟ କରିଲା ତାର ଦେଇଥିବା ପ୍ରତିଟି ଶପଥ କୁ ମୁଁ ମୋର କର୍ତ୍ତବ୍ୟ ବୋଲି ମାନି ଚଳିବି ।
ମୋ ସ୍ବାମୀ ମୋତେ କୁଣ୍ଢେଇ ନେଲେ ଏବଂ କହି ଉଠିଲେ ସେତେବେଳେ ତୁମ ଭାଗ୍ୟ ରେଖା କଣ ଥିଲା ମୁଁ ଭୁଲି ଗଲିଣି କିନ୍ତୁ ବର୍ତ୍ତମାନ ତୁମ ଭାଗ୍ୟ ରେଖା ରେ କେବଳ ଖୁସି ଅଛି । କାରଣ ତମେ ଏବେ ମୋର । ସେ ପୁଣି ମୋତେ କୁଂଢ଼େଇ ନେଲେ ।
ତା ପର ଠାରୁ ମୁଁ ମୋ ପୁରୁଣା କାହାଣୀ କୁ ଭୁଲି ମୋ ସ୍ବାମୀ ସହିତ ଆମ ନୂଆ ଜୀବନ କୁ ପୁନଃ ଆରମ୍ଭ କରିଲୁ ।
ଠିକ୍ ବର୍ଷେ ପରେ ମୋର ଗୋଟିଏ ଗୁଲୁ ଗୁଲିଆ ପୁଅ ଟିଏ ଜନ୍ମ ହୋଇଛି ଏବଂ ପୁରୁଣା ସ୍ମୃତି ସବୁ ଭୁଲି ଯାଇଛି କିନ୍ତୁ ମୋ ସ୍ବାମୀ ଆଜି କିଛି ଅଲଗା କରିଦେଲେ । ଆଜି ଥିଲା ମୋ ପୁଅ ର ନାମକରଣ ଉତ୍ସବ ।
ମୋ ସ୍ବାମୀ ଙ୍କ ତରଫରୁ ଏହି ନାମ କୁ ଚୟନ କରାଯାଇଛି । ତାହା ଥିଲା ” ଜଗନ୍ନାଥ ମିଶ୍ର” ଡାକ ନାମ ” ଜଗା” ।
ମୁଁ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହେଲି କିନ୍ତୁ ଏହା ହିଁ ସତ୍ୟ ।
କେଉଁ ମହାନ୍ ସନ୍ଥ ଠିକ୍ କଥା କହିଥିଲେ ଯେ ପ୍ରେମ ଅମର ରହେ । ତାହା କୋଉ ରୂପରେ ହେଉ ଅବା କୋଉ ନାମରେ।
। । ଧନ୍ୟବାଦ । ।
ଗାଳ୍ପିକ. ନୀଳମାଧବ ଭୂୟାଁ

Page-1

କାହାଣୀ ଟି କେମିତି ଲାଗିଲା ନିଶ୍ଚୟ ଜଣାଇବେ।।।
Thanking You.

2 thoughts on “ଶ୍ରୁତି ର ଭାଗ୍ୟରେଖା…10”

Leave a Reply

Your email address will not be published. Required fields are marked *