ଶ୍ରୁତି ର ଭାଗ୍ୟରେଖା…1

ଶ୍ରୁତି ର ଭାଗ୍ୟରେଖା...୧
ଶ୍ରୁତି ର ଭାଗ୍ୟରେଖା..୧
ସ୍ଵପ୍ନ ଦେଖିବା ଭୁଲ ନୁହଁ ଯାହା ମୁଁ ଦେଖେ ତାହା କିଏ ସାକାର କରିବ ମୁଁ ଜାଣେନା । ବୋଧ ହୁଏ କେହି ଗୋଟେ ରାଜକୁମାର ଆସିବ । ମୋର ସବୁ ସ୍ଵପ୍ନ କୁ ସାକାର କରିବ ।
ଏତିକି ଭାବୁ ଭାବୁ ଟିକି ଆସି ମୋ କାନ୍ଧକୁ ହଲେଇ କହିଲା କେତେ ଭାବୁଛୁ ଲୋ… ମୁଁ କହିଲି ନା ନା ସେମିତି କିଛି ନାହିଁ କହ??
ଟିକି କହିଲା ଚାଲ୍ ଯିବା ଗୋଟିଏ ବହି ମିଳିଲା ଆଉ ଗୋଟିଏ ମିଳିଲା ନାହିଁ । ଏତିକି କହି ଆମେ ଫେରିଲୁ ଲାଇବ୍ରେରୀ ରୁ ।
ହଠାତ୍ ପଛପଟୁ ଜଗା ଆଉ ତା ସାଙ୍ଗ ଆଶିଷ ଦୌଡା ଦଉଡ଼ି ହୋଇ ଆସୁଥିଲେ । ଜଗା ମୋ ସହିତ ଧକ୍କା ହେଲା। ଦୁହେଁ ପଡିଲୁ ମୁଁ ଏବଂ ମୋ ଉପରେ ଜଗା ।
ଏତିକି ହେଲା ପରେ ମୋର ରାଗ ପ୍ରବଳ ହେଲା। କଣ କହିବି କଣ କରିବି ଭାବି ତାକୁ ଧକ୍କା ଦେଲି ସେ ଉଠି ଠିଆ ହେଲା ଏବଂ ବାରମ୍ଵାର ସରି (Sorry) ମାଗୁଥାଏ ।
ସବୁ ପିଲା ଏବଂ ଲେକଚର୍ ଆମ ଦୁଇ ଜଣ ଙ୍କୁ ଚାହିଁ ରହି ଥାନ୍ତି। ଭାଗ୍ୟ ବଶତଃ କାହାର ବେଶୀ କିଛି ମାଡ ହୋଇନି କିନ୍ତୁ ମୋର ଡାହାଣ ହାତ କଷ୍ଟ ହେଉଥିଲା ।
ଏପଟେ ପ୍ରଧାନ ସାର୍ ଦଉଡ଼ି ଆସି ମୋତେ ଉଠେଇ କହିଲେ ଶ୍ରୁତି ତୋର କିଛି ହୋଇନି ତ?? ମୁଁ ସାର୍ ଙ୍କୁ କହିଲି ନାହିଁ ସାର୍ କିଛି ହୋଇନି କହି ଆମେ ସାଇକେଲ ଷ୍ଟାଣ୍ଡ କୁ ଆସି ସାଇକେଲ ବାହାର କରି ଘରକୁ ବାହାରିଲୁ।
ମୋତେ ବହୁତ୍ ଲାଜ ଲାଗିଲା । ଜଗା ମୋତେ ସାଇକେଲ ଷ୍ଟାଣ୍ଡ ପର୍ଯ୍ୟନ୍ତ Sorry ମାଗି ମାଗି ଆସିଲା, ମୁଁ କହିଲି ଛାଡ଼ ସେ କଥା କହି ଅଣଦେଖା କରି ଚାଲିଲି।
ରାଗ ତ ଲାଗୁଥିଲା। କିନ୍ତୁ କଣ କହିବି? କଲେଜ୍ ଆସିବାର ଠିକ୍ ୨ ମାସ ହୋଇଛି । କାହାକୁ ଚିହ୍ନି ନି କି ଜାଣିନି । ଟିକି ମୋର ଗାଁ ପାଖ ସାଙ୍ଗ । ଦୁହେଁ ଫେରିଲୁ ।
ଘରକୁ ଆସିଲି ରାତିରେ ମମି କୁ ସବୁ କଥା କହିଲି । ସେ ଜଗା ଉପରେ ବହୁତ୍ ରାଗିଲେ। ପ୍ରକୃତରେ ସେ ପର୍ଯ୍ୟନ୍ତ ମୁଁ ଜଗା ର ନାମ ଜାଣି ନଥିଲି କିନ୍ତୁ ପରେ ଜାଣିଲି ।
ଯେତେ ଯେତେ ରାତି ବଢ଼ୁ ଥାଏ। ମୋର ହାତ ଫୁଲି ଫୁଲି ଯାଉଥାଏ । ସେ ରାତିରେ ମୋତେ ଅଳ୍ପ କଷ୍ଟ ହେଉଥାଏ କିନ୍ତୁ ସକାଳ ପାହିଲା ବେଳକୁ ମୋ ହାତ ଫୁଲି ଡବଲ ହୋଇଯାଇଛି ।
କଷ୍ଟ ମଧ୍ୟ ହେଉଥାଏ । ବାପା ସଙ୍ଗେ ସଙ୍ଗେ ହସ୍ପିଟାଲ୍ କୁ ନେଇ ଗଲେ। ଡାକ୍ତର ଏକ୍ସରେ ବାହାର କରି ଦେଖି କହିଲେ କିଛି ହୋଇନି କିନ୍ତୁ ମାଂସ ଉପରେ ବେଶୀ ପ୍ରେସର୍ ଯୋଗୁ ଏମିତି ହୋଇଛି ବୋଲି କହିଲେ ।
ପ୍ରତିଦିନ ଗରମ ଶେକ ଦେଲେ ଠିକ୍ ହୋଇଯିବ କହିଲେ। ବାବା ଏବଂ ମମି ଦୁହେଁ ରାଗ ହେଲେ ମନେ ମନେ ଜଗା କୁ ବହୁତ୍ ଗାଳି ଦେଉଥିଲେ ।
ହସ୍ପିଟାଲ ରୁ ଘରକୁ ଆସିଲା ବେଳକୁ ଟିକି ଅପେକ୍ଷା କରିଛି କଲେଜ୍ ଯିବା ପାଇଁ। ମୋର ଅବସ୍ଥା ଦେଖି ସେ କହିଲା ତୁ ରେଷ୍ଟ୍ କରେ ମୁଁ ଯାଇ ଆସୁଛି।
ଟିକି କଲେଜ୍ ଚାଲିଗଲା । ମୁଁ ଖାଇ ରେଷ୍ଟ କରିଲି । ଡାକ୍ତର କିଛି ଔଷଧ ଦେଲେ ଏବଂ କହିଲେ ଯୋଉ ପର୍ଯ୍ୟନ୍ତ ଫୁଲା କମିନି ସେ ପର୍ଯ୍ୟନ୍ତ କୁଆଡେ ମଧ୍ୟ ଯିବ ନାହିଁ କି କୋଉ ଭାରି ସାମାନ ଉଠେଇବ ନାହିଁ । ମୁ
ମୁଁ ସବୁ ଅନୁସରଣ କରିଲି। ସେଦିନ ଟିକି କଲେଜ୍ ଗଲା । କଲେଜ୍ ରେ ଜଗା ଟିକି ପାଖକୁ ଆସି ପଚାରିଲା ‘ ତମ ସାଙ୍ଗ ଆସି ନାହାନ୍ତି କି? ଟିକି କହିଲା ତମ ଯୋଗୁ ମୋ ସାଙ୍ଗ ର ହାତ ଫୁଲି ଯାଇଛି।
ଟିକି ମଧ୍ୟ ତାକୁ ବହୁତ୍ ଗାଳି ଦେଲା। ସେ ଚୁପ୍ ଚାପ୍ ହୋଇ ଶୁଣିଲା। ଜଗା ପୁଣି ପଚାରିଲା ଏବେ ସେ କେମିତି ଅଛନ୍ତି ?? ଟିକି କହିଲା ତମର ଜାଣିବା କିଛି ଦରକାର ନାହିଁ । କହି ତାକୁ ସେଠୁ ଯିବାକୁ କହିଲା । ଜଗା ଚୁପ୍ ଚାପ୍ ଫେରିଗଲା ।ପ୍ରାୟ ପାଞ୍ଚ ଦିନ ପରେ ମୁଁ ପୁଣି କଲେଜ୍ ଆସିଲି। ଗେଟ୍ ପାଖରେ ଜଗା ଠିଆ ହୋଇଥାଏ । ମୋର ନଜର ପ୍ରଥମେ ଜଗା ଉପରେ ପଡ଼ିଲା ।
ତାକୁ ଦେଖି ବହୁତ୍ ରାଗିଲି ମନେ ବହୁତ୍ ଗାଳି ଦେଲି, କଣ ଗାଳି ଦେଲି ତାହା କହି ପାରିବି ନାହିଁ । କଲେଜ୍ ର କ୍ଲାସ୍ ସରିଲା।
ଟିକି ଆଉ ମୁଁ କମନ୍ ରୁମ୍ ରେ ବସି ଥିଲୁ। ମୋର Kurkure ଖାଇବା ପାଇଁ ଇଚ୍ଛା ହେଲା , ଟିକି କୁ ପଠେଇଲି କିନ୍ତୁ ସେ ହେଉଛି ଏକ ନମ୍ୱର୍ ଅଳସୁଇ । କହିଲା ତୁ ତ ଏବେ ଠିକ୍ ହୋଇ ଗଲୁଣି । ତୁ ଯା ଆଣି ଦେବୁ ।
ମୁଁ କଲେଜ୍ କ୍ୟାଣ୍ଟିନ ପାଖକୁ ଗଲି କୁର୍କୁରେ ଆଣିବାକୁ । ସେଠି ଜଗା ଆଉ ତା ସାଙ୍ଗ ଆଶିଷ ଆଳୁ ପେଟିସ୍ ଖାଉଥିଲେ । ମୋର ନଜର ପଡ଼ିଲା ଜଗା ଉପରେ। ସେଠୀ ଜଗା ମୋତେ ଅଳ୍ପ କାନ ଧରି Sorry ମାଗିବାର ଇଶାରା ଦେଲା।
ତାକୁ ଦେଖି ମୁଁ କହିଲି ଛାଡ଼ ସେ କଥା । ଜଗା କହିଲା ମୋ ଯୋଗୁ ତୁମର ହାତ ମାଡ ହେଲା । କ୍ଷମା କରି ଦିଅ । ଆଶିଷ ପାଖରେ ଥିଲା ।
ସେ କହିଲା ଦେଖ ଦେଖ ଶ୍ରୁତି ଏ ହେଉଛି ମୋ ସାଙ୍ଗ ଜଗା । ଗତ ପାଞ୍ଚ ଦିନ ହେଲା ସେ ଫୁଲ ଟେନସନ୍ ରେ ରହୁଛି । ତାକୁ କ୍ଷମା କରି ଦିଅ ।
ଆଶିଷ ର କଥା ଶୁଣି ମୁଁ ଜଗା କୁ କହିଲି କି ତମ ଉପରେ ମୁଁ ରାଗିନି ଯଦି ତମକୁୁୁୁୁୁୁୁ କ୍ଷମା କାହିଁକି କରିବି କିନ୍ତୁ ମନ ଭିତରେ ରାଗ ଥିଲା । ଜଗା କହିଲା ସତ କହୁଚ ତ? ମୁଁ ହଁ କରିଲି । ତମକୁ ମାଡ ହେବା ପରେ ଆମ ଦୁଇ ଜଣଙ୍କୁ ପ୍ରଧାନ ସାର୍ ବହୁତ୍ ଗାଳି ଦେଲେ। ମୋତେ ମଧ୍ୟ ଭଲ ଲାଗିଲାନି । ଭୁଲ ଆମର ଥିଲା ।
ମୁଁ କହିଲି , ଛାଡ଼ ସେ କଥା ! ଜଗା ପଚାରିଲା ତମ ନାମ ଟି ଜାଣିପାରେ କି?? ମୁଁ କହିଲି ମୋ ନାମ ତମେ ଜାଣିନ? ଜଗା ମନା କରିଲା । ମୁଁ
କହିଲି କାଲି ଟିକି କୁ ମୋ ନାମ ପଚାରୁଥିଲ ପରା? ଜଗା କହିଲା, ହଁ ପଚାରି ଥିଲି?? କିନ୍ତୁ ଭୁଲି ଯାଇଛି । ମୁଁ କହିଲି, ମୋର ମାଡ କରିଲ? ପୁଣି ମୋ ନାମ ତମକୁ ମନେ ନାହିଁ ??
ଜଗା , ଶ୍ରୁତି ବୋଲି କହିଲା କିନ୍ତୁ ପୁରା ନାମ ଟା କଣ?? ପୁରା ନାମ ଜାଣି କଣ କରିବ ?? ଏତିକି କହି ମୁଁ ସେଠୁ ଫେରି ଗଲି ।
………………………………………………………………………………………………………………………………………..
ଆଗକୁ ପଢ଼ିବେ: ମୁଁ ରାଗି କି କହିଲି, ‘ ବେଶୀ ବିରକ୍ତ କରିବ ତେବେ, ଚପଲରେ ଖାଇବ !! ସେଥିରୁ ଜଣେ କହିଲେ, ଆମେ ଚପଲ ଖାଇବୁ ଆଉ ତମକୁ ଆମେ ଛାଡ଼ି ଦେବୁ, ଏୟା ଭାବୁଛ ନା କଣ?
By. Nilamadhab Bhuyan

Comment please about the story.,

Thanking You.

7 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading