ଫେରି ଆସ (3)

ଫେରି ଆସ, କ୍ଷୁଦ୍ର ଗଳ୍ପ
ମୁକେଶ ରାଗରେ ନିଜ ପ୍ୟାକେଟ ରୁ ଫୋଟୋ ଗୁଡ଼ିକ ବାହାର କରି ସୁଜାତା ମୁହଁ କୁ ଫୋପାଡି କହିଲା, ଦେହ ଭଲ ନଥିଲା ତେବେ କଫି ମିଶି ପିଇଲ ଏବଂ ଦେହ ଭଲ ହୋଇ ଯାଇଥିବ ନା?? ଏବଂ ଲାପଟପ୍ ଖୋଲି ଘର ଭିତରେ ରେକର୍ଡ ହୋଇଥିବା ରୋଷନ୍ ସହିତ ଭିଡିଓ ଦେଖାଇଲା ଏବଂ ରାତି ୨ ଟା ପର୍ଯ୍ୟନ୍ତ କଥା ବାର୍ତ୍ତା ଏବଂ ଘରେ ରୋଷନ୍ କୁ ହାତରେ ଖୁଆଉଥିବା ଭିଡିଓ ଦେଖାଇଲା। ବେଡ ରୁମ୍ ରେ ପାଖାପାଖି ବସି ଥିବାର ଭିଡିଓ ଦେଖାଇଲା। ଏହି ଭିଡିଓ ଦେଖି ସୁଜାତା ଚମକି ପଡ଼ିଲା ଏବଂ ସେ ନିରୁପାୟ ହୋଇ କହିଲା ମୁଁ କଣ ଭୁଲ କରିଛି କି ?? ସାଙ୍ଗ ହିସାବରେ ସେ କଣ ମୋ ପାଖରେ ବସି ପାରିବ ନାହିଁ କି ଏବଂ ତାକୁ ଖୁଆଇବା କଣ ଖରାପ ଯେ?? ମୁକେଶ ର ରାଗ ଏତେ ବଢି ଗଲା ଯେ ଗୋଟିଏ ଶକ୍ତ ଚାପୁଡା ସୁଜାତା ଗାଲରେ ପଡ଼ିଲା।
ସେ ଗାଲକୁ ଧରି ନିଜ ଭୁଲ କୁ ନ ମାନି ପ୍ରତିବାଦ କରିବାକୁ ଲାଗିଲା । ମୁକେଶ ପୁଣି କହିଲା ଯେ ସେଦିନ ରାତିରେ ତମେ ଦୁହେଁ ଖରାପ ଚାଟ୍ କରୁଥିଲ ?? ସେଗୁଡିକ କଣ ମିଛ?? ସୁଜାତା ନିଜ ଭୁଲ କୁ ନ ମାନି । କଥା ଯୁଦ୍ଧ ଆରମ୍ଭ କରିଦେଲା । ଠିକ୍ ଏତିକିବେଳେ ମୁକେଶ ସୁଜାତା ର ଫୋନ୍ କୁ ଛଡେଇ ନେଇ କହିଲା ଏଥିରେ ସବୁ ପ୍ରମାଣ ଥିବ ନା?? ଚାଲ ଦେଖୋଉଛି ଯେ କେତେ ଘଣ୍ଟା କଥା ହୋଇଛ। କିନ୍ତୁ ସୁଜାତା ଫୋନ୍ କୁ ଛଡେଇ ବାକୁ ଯାଇ ମୁକେଶ କୁ ମଧ୍ୟ ଚାପୁଡା ଟିଏ ଦେଲା ଏବଂ ଫୋନ୍ ପାଇଁ ରାଗରେ ମାଗୁ ଥାଏ। ମୁକେଶ ଚାପୁଡା ଖାଇ ବଦଳରେ ସୁଜାତା କୁ ପୁଣି ଚାପୁଡା ଦେଲା କିନ୍ତୁ ମଳୟ ମୁକେଶ କୁ ମାରିବାକୁ ରୋକି ଦେଲା। ଏତିକି ହେଲା ପରେ ମଧ୍ୟ ସୁଜାତା ନିଜ ଭୁଲ ମାନୁ ନଥାଏ। ସେ କେବଳ ଜିଦ୍ ଧରି ବସିଥାଏ ମୋ ଫୋନ୍ ଦିଅ।
ମୁକେଶ ରାଗରେ ତଳକୁ ଆସିଲା ଏବଂ ନିଜ ଝିଅ କୁ ଧରି ବାହାରକୁ ଯିବାକୁ ବାହାରିଲା। ସୁଜାତା ମୁକେଶ କୁ କହିଲା । ଯୁଆଡ଼େ ଯାଉଛ ଯାଅ କିନ୍ତୁ ମୋ ଝିଅ କୁ ମୋତେ ଫେରେଇ ଦିଅ। ମୁକେଶ କହିଲା, ଏ କେବଳ ତମ ଝିଅ ନୁହଁ, ଏ ମୋ ଝିଅ ମଧ୍ୟ!!! ସୁଜାତା ମୁକେଶ କୁ କହିଲା ମୁଁ ତୁମ ସହ ଆଉ ରହି ପାରିବି ନାହିଁ । ମୁକେଶ କହିଲା କଣ ପାଇଁ?? ଆଚ୍ଛା ରୋଷନ୍ ଲାଇଫ ରେ ଆସିଗଲା ନା ସେଥିପାଇଁ?? ସୁଜାତା କହିଲା, କେହି ଆସୁ କି ନ ଆସୁ କିନ୍ତୁ ମୁଁ ତମ ଠାରୁ ଛାଡ଼ପତ୍ର ଚାହେଁ । ମୁକେଶ କହିଲା, ଏଠି ନିଜ ଭୁଲ ବୁଝିବା ପାଇଁ ଚେଷ୍ଟା କର, କିନ୍ତୁ ପ୍ରତିବାଦ କରୁଚ ପୁଣି ଛାଡ଼ପତ୍ର ଦରକାର? ମୁକେଶ କହିଲା ମୁଁ ଛାଡ଼ପତ୍ର ଦେବୀ ନାହିଁ ।
ସୁଜାତା କହିଲା ମୁଁ ତୁମ ସହିତ ରହି ପାରିବି ନାହିଁ । ମୁକେଶ କହିଲା ହଉ ତେବେ ମୋ ଝିଅ କୁ ମୁଁ ତମକୁ ଦେବୀ ନାହିଁ । ସୁଜାତା କହିଲା, ଝିଅ ଏବେ ମୋ ପାଖରେ ରହିବ । ଯଦି ଝିଅ କୁ ଦରକାର ତେବେ କୋର୍ଟ କୁ ଚାଲ ସେଠୀ ବିଚାର ହେବ!!! ଝିଅ କାହା ପାଖରେ ରହିବ ?
ମଳୟ ଭାଉଜ କୁ ବୁଝେଇ କହିଲା ଯେ ଭାଉଜ ସେମିତି କର ନାହିଁ । ଭାଇ ତମକୁ ଛାଡ଼ି ରହି ପାରିବେ ନାହିଁ। ସୁଜାତା ରାଗରେ ଆସି ମଳୟ କୁ ଗୋଟିଏ ଚାପୁଡ଼ା ଦେଇ କହିଲା, ଏ ସବୁ ନାଟ ର ଗୋବର୍ଦ୍ଧନ ତମେ। ମଳୟ କୁ ଚାପୁଡା ମାରିବାର ଦେଖି ମୁକେଶ ର ମୁଣ୍ଡ ପୁଣି ଗରମ । ସୁଜାତା ର ତଣ୍ଟି କୁ ଧରି କହିଲା । ଏଠି ତୋର ତଣ୍ଟି କୁ ଚିପି ଦେବୀ । ପ୍ରଥମେ ନିଜ ଭୁଲ କୁ ବୁଝେ ତାପରେ ଅନ୍ୟ ଉପରେ ଦୋଷ ଲଦିବୁ।
ମଳୟ କିଛି ନ କହି ଗାଡି ପାଖକୁ ଫେରିଗଲା। ମୁକେଶ ଘର ଭିତରୁ ଗୋଟିଏ ବ୍ୟାଗ୍ ରେ କିଛି କପଡା ଏବଂ ଲାପଟପ୍ ନେଇ ଆସିଲା । ମଳୟ କୁ କହିଲା ଚାଲ ମୁଁ ଏଠି ଗୋଟିଏ ମିନିଟ୍ ମଧ୍ୟ ରହିବି ନାହିଁ ।

ସେତେବେଳେ ପର୍ଯ୍ୟନ୍ତ ସୁଜାତା ନିଜ ଭୁଲ ନ ବୁଝି ରାଗରେ ମୁକେଶ କୁ ଚାହିଁ ରହିଥାଏ। ନିଜ ଗର୍ବ ଏବଂ ଅହଙ୍କାର ସେ ଦେଖାଉ ଥାଏ।
.
.
.
.

.
.
ତା ପର ଠାରୁ ଭାଉଜ କିମ୍ବା ମୁକେଶ କେବେ ଛାଡ଼ପତ୍ର ପାଇଁ ଚେଷ୍ଟା କରି ନାହାନ୍ତି । ସେ ଘଟଣା ଠାରୁ ଦୁଇ ବର୍ଷ ବିତିଗଲାଣି। ସେଦିନ ଠାରୁ କେବେ ମଧ୍ୟ ମୁକେଶ ଠିକ୍ ରେ ଶୋଇ ନାହିଁ । ସେ କମ୍ପାନୀ କୁ ଚେଞ୍ଜ କରି ଅନ୍ୟ ଏକ କମ୍ପାନୀ ରେ ଜବ୍ କରିଲା । ସବୁଦିନ ମଦ ଏବଂ ସିଗାରେଟ୍ ଯେମିତି ତାର ଗୋଟିଏ ସାଥୀ ହୋଇ ଯାଇଥିଲା । ମୁକେଶ ମଳୟ ର ରୁମ୍ ରେ ରହୁଥିଲା । ବେଳେବେଳେ ଇଚ୍ଛା ହେଲେ କାର ଭିତରେ ରହି ସୁଜାତା ର ଘର ଆଗରେ ଗାଡି ରଖି ଝିଅ କୁ ବାଲକୋନୀ ରେ ଦେଖେ ତ କେବେ ନାହିଁ ।
ଦେଢ଼ ବର୍ଷ ପରେ ମୁକେଶ ର ଦେହ ଖରାପ୍ ହେବାକୁ ଲାଗିଲା । ଡ଼ାକ୍ତର ଚେକ୍ ଅପ୍ ପରେ ଜଣା ପଡିଲା ତାର ଗୋଟିଏ କିଡନୀ ନଷ୍ଟ ହେବାକୁ ଲାଗିଲାଣି। ସେଦିନ ଠାରୁ ମଦ ସିଗାରେଟ ସିନା ବନ୍ଦ ହୋଇଗଲା କିନ୍ତୁ ଖାଇବା ପିଇବା ମଧ୍ୟ କମ୍ ହୋଇଗଲା। ମୁକେଶ ସବୁବେଳେ ଭାବେ କାଳେ ସୁଜାତା ନିଜ ଭୁଲ ବୁଝି ତା ପାଖକୁ ଫେରି ଆସିବ ।
ସେପଟେ ରୋଷନ୍ ସୁଜାତା କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା କିନ୍ତୁ ସୁଜାତା ମନା କରିଦେଲା। ସୁଜାତା କହିଲା ଆମେ କେବଳ ସାଙ୍ଗ ହୋଇ ରହିବା । ତା ଠାରୁ ଅଧିକ ନୁହଁ । ହଁ ସେତେବେଳେ ସୁଜାତା ଖରାପ ଦିଗକୁ ଯାଉଥିଲେ କିନ୍ତୁ ସେ ଘଟଣା ପର ଠାରୁ ସୁଜାତା ମଧ୍ୟ ମୁକେଶ ଭାଇ ଙ୍କ ଠାରୁ ଆଶା ରଖିଥାନ୍ତି କାଳେ ସେ ଫେରି ଆସନ୍ତି କିନ୍ତୁ ତାହା ଅସମ୍ଭବ ଥିଲା
ସତରେ ଏମାନଙ୍କ କାହାଣୀ ବିଚିତ୍ର ଥିଲା । ଫେରି ଚାଲନ୍ତୁ ସେ କ୍ଲିନିକ୍ କୁ।
ମୁକେଶ ଭାବୁଥାଏ ଯେ ମୋ ଝିଅ ମୋତେ ଚିହ୍ନିଲା କେମିତି?? ସେ ଘଟଣା ପର ଠାରୁ ସୁଜାତା ଙ୍କ ମା ଙ୍କ ମନରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥିଲା । ସେ ସବୁବେଳେ ବେଡ ରୁମ୍ ରେ ଲାଗିଥିବା ଫୋଟୋ କୁ ଦେଖାଇ ପୂଜା କୁ କୁହନ୍ତି ଯେ ଏ ହେଉଛନ୍ତି ତୋର ବାପା ଏବଂ କୁହନ୍ତି ସେ ବିଦେଶ ଯାଇଛନ୍ତି ବହୁତ୍ ଶୀଘ୍ର ଫେରି ଆସିବେ।
ଆଜି ପୂଜା ଦୁଇ ବର୍ଷ ର ହୋଇଯାଇଛି । ଅନ୍ୟ ସିଟ୍ ରେ ବସିବା ପରେ ପୂଜା ପୁଣି ମାମା ଙ୍କୁ ଅନୁରୋଧ କରି ମୁକେଶ ପାଖରେ ପହଞ୍ଚିଲା । ମୁକେଶ ତାକୁ କୋଳେଇ ନେଲା । ଦୁହିଙ୍କ ମୁଖରେ ଖୁସିର ଲହରୀ ଖେଳିଗଲା। ହଠାତ୍ ରୋଷନ୍ ସେଠୀ ପହଞ୍ଚିଲା ଏବଂ ମୁକେଶ କୁ ନମସ୍କାର କରିଲା । ମୁକେଶ ର ରାଗ ବଢ଼ିବାକୁ ଲାଗିଲା । ମଳୟ ମୁକେଶ କୁ ଶାନ୍ତ କରି କହିଲା । ନିଜ ରାଗକୁ କଣ୍ଟ୍ରୋଲ କର ।
ହଠାତ୍ ରିସେପ୍ସନ ରୁ ମୁକେଶ କୁ ଡାକରା ଆସିଲା । ମୁକେଶ ଚେକ୍ କରି ବାହାରକୁ ଆସିଲା ଏବଂ ସୁଜାତା ର ୧୫ ନମ୍ବର୍ ଥିଲା । ଏହି ଦୁଇ ବର୍ଷ ଅନ୍ତରାଳ ଭିତରେ ସୁଜାତା ମଧ୍ୟ ଖାଇବା ପିଇବା ଠିକ୍ ନ ରହିବା ଯୋଗୁ ତାର ବିପି ଲୋ ତଥା ମୁଣ୍ଡ ବ୍ୟଥା ଲାଗି ରହିଥାଏ।
ସୁଜାତା ର ଚେକ୍ ଅପ୍ ସରିବା ପରେ ପୂଜା କୁ ମଳୟ କୋଳରେ ଉଠେଇ କହିଲା। ମୁଁ ହେଉଛି ମଳୟ ଅଙ୍କଲ। ପୂଜା ମଳୟ ସହିତ କଥା ହେବା ସମୟରେ ରୋଷନ୍ ଗାଡ଼ି ପାଖରେ ପହଞ୍ଚିଗଲା। ସୁଜାତା କିଛି କହିବାକୁ ଚାହୁଁଥିଲେ ମଧ୍ୟ ସେ କହି ପାରୁ ନଥାଏ।

ମୁକେଶ ଏବଂ ସୁଜାତା ଦୁହେଁ କ୍ଲିନିକ୍ ବାହାରକୁ ଆସିଲେ କିନ୍ତୁ ଦୁହେଁ ଦୁହିଁଙ୍କୁ କିଛି କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ କିଛି କହି ପାରୁ ନଥିଲେ । କିଛି ପାଦ ଆଗକୁ ବଢିବା ପରେ ସୁଜାତା ର ଆଖିରୁ ଲୁହ ବାହାରି ଗଲା । ମୁକେଶ ତାହା ଦେଖି ଲୁହ ପୋଛିବାକୁ ରୁମାଲ ବାହାର କରି ସୁଜାତା ହାତରେ ଦେଲା। ସୁଜାତା ମୁକେଶ କୁ ଚାହିଁ ରହିଲା । ମୁକେଶ ନିଜ ହାତରେ ସୁଜାତା ର ଲୁହ ପୋଛିଦେଲା

ଏହି କ୍ଷଣକ ମଧ୍ୟରେ ସୁଜାତା ମନରେ ଯେମିତି ଗୋଟିଏ ବଡ ପରିବର୍ତ୍ତନ ଆସିଗଲା ସେ ମୁକେଶ କୁ କୁଣ୍ଢେଇ କାନ୍ଦିବାକୁ ଲାଗିଲା । ସୁଜାତା କହିଲା ସବୁ ଭୁଲ ମୋର ଥିଲା ମୁକେଶ!! ମୋତେ କ୍ଷମା କରିଦିଅ ପ୍ଲିଜ୍,,, ମୁଁ ଏବେ ବଦଳି ଯାଇଛି । ମୁଁ ରୋଷନ୍ କୁ ଭଲ ପାଉନି। ମୋ କଥା କୁ ବିଶ୍ୱାସ କର । ସେ କେବଳ ସାଙ୍ଗ ହିସାବରେ ମୋ ସହିତ ଦେଖା ସାକ୍ଷାତ କରୁଛି। ସେ ସମୟରେ ମୋର ଗର୍ବ ଅହଙ୍କାର ଏତେ ବଢି ଯାଇଥିଲା ଯେ ମୁଁ ଖରାପ ଚରିତ୍ର ପାଲଟି ଯାଇଥିଲି କିନ୍ତୁ ସେ ଘଟଣା ଠାରୁ ମୁଁ ପ୍ରତ୍ୟେକ ଦିନ ତମକୁ ଖୋଜିଛି । ବହୁତ୍ ଥର ତୁମକୁ କ୍ଷମା ମାଗିବାକୁ ଆସିଛି କିନ୍ତୁ ସାହାସ ପାଇନି

If the contents helpful so share to your friends, Thanking You.

2 thoughts on “ଫେରି ଆସ (3)”

Leave a Reply

Your email address will not be published. Required fields are marked *