ଫେରି ଆସ (Last)

ଫେରି ଆସ, କ୍ଷୁଦ୍ର ଗଳ୍ପ
ତମେ ମୋ ଘର ସାମ୍ନାରେ ଯେବେ ଆସ ସେତେବେଳେ ମୋ ମା ଜାଣି ଶୁଣି ପୂଜା କୁ ବାଲକୋନୀକୁ ପଠେଇ ଦିଅନ୍ତି। ମୁଁ ସେକଥା ଶୁଣି ବହୁତ୍ ଖୁସି ହୁଏ। ପ୍ଲିଜ୍ ମୁକେଶ ମୋ କଥା କୁ ବିଶ୍ୱାସ କର ଫେରି ଆସ ପୁଣି ଥରେ । ଆମର ମୂଲ୍ୟବାନ ସଂସାର କୁ ପୁଣି ଥରେ ନୂଆ କରି ଗଢ଼ିବା । ହଁ.. ମୁଁ ମୋର ଭୁଲ ମାନୁଛି ଯେ ସେ ସମୟରେ ମୁଁ ଖରାପ ଦିଗ କୁ ଗତି କରିବାରେ ଲାଗିଥିଲି କିନ୍ତୁ ମୁଁ କେବଳ ତୁମର ଥିଲି ମୁକେଶ । ତୁମ ସୁଜାତା କୁ ରୋଷନ୍ କୁ ଛୁଇଁବାକୁ ଦେଇନି। ମୋତେ ବିଶ୍ୱାସ କର । ଏତେ ଦିନ ହୋଇଗଲାଣି ମୁଁ କେତେ କଷ୍ଟ, କେତେ ଦୁଃଖ ପାଇଛି ତାହା କେବଳ ମୁଁ ଅନୁଭବ କରିଛି। ଆଉ ମୋର ଧର୍ଯ୍ୟ ନାହିଁ । ଆଜକୁ ଦୁଇ ବର୍ଷ ବିତିଗଲାଣି ଆମେ ଯଦି ଚାହିଁବା ପୁଣି ଥରେ ନୂଆ ଜୀବନ ଆରମ୍ଭ କରି ପାରିବା ।

ଏତିକି ଶୁଣିବା ପରେ ସୁଜାତା ର କାନ୍ଧରେ ମୁକେଶ ଆଖିର ଲୁହ ପଡ଼ିବାର ଅନୁଭବ ହେଲା । ସୁଜାତା ମୁକେଶ କୁ ଦେଖି କହିଲା, ତମେ କାନ୍ଦୁଛ କାହିଁକି ?? ମୁକେଶ କହିଲା, ମୁଁ ମଧ୍ୟ ତମକୁ ସବୁଦିନ ତମ ଅଫିସ ରାସ୍ତାରେ ଅପେକ୍ଷା କରେ । ତମ ବିଷୟରେ ସବୁବେଳେ ପଚାରି ବୁଝେ। ତମକୁ ମୁଁ ଆଜି ମଧ୍ୟ ସେତିକି ଭଲ ପାଉଛି ସୁଜାତା !!! ତମର ବଦଳିବା ଦେଖି ମୁଁ ମଧ୍ୟ ବହୁତ୍ ଖୁସି ଅଛି କିନ୍ତୁ ତମର ଅପମାନ ଏବଂ ମଳୟ ର ଅପମାନ ଏବଂ ତୁମ ଗର୍ବ ମୋତେ ବାରମ୍ବାର ମନେ ପଡ଼ି ଯାଉଥାଏ ।

ସୁଜାତା ମୁକେଶ ର ଗୋଡ଼ ତଳେ ପଡି କହିଲା । ମୁଁ ତମକୁ ହାତ ଉଠେଇ ଥିବାରୁ ଏ ହାତକୁ କେତେ ଥର କାନ୍ଥରେ ପିଟି ତାକୁ କଷ୍ଟ ଦେଇଛି। ମଳୟ କୁ ମଧ୍ୟ ହାତ ଉଠେଇଛି ବୋଲି ମୁଁ ଅନୁତାପ କରିଛି । ତମେ ଯଦି କହିବ ତାକୁ ମଧ୍ୟ ଗୋଡ଼ ଧରି କ୍ଷମା ମାଗିବି କିନ୍ତୁ ପ୍ଲିଜ୍ ଫେରି ଆସ ମୋ ଜୀବନକୁ ।

ମୁକେଶ କହିଲା ମଳୟ ମୋତେ ସବୁ ଦିନ ବୁଝାଇଛି ଯେ ଭାଉଜ ପାଖକୁ ଫେରି ଯାଅ କିନ୍ତୁ ମୋର ରାଗ ଯୋଗୁ ମୁଁ ଫେରି ପାରୁ ନଥିଲି। ସୁଜାତା କହିଲା ତମର ଯଦି ରାଗ ଅଛି ତେବେ ମୋତେ ଦଣ୍ଡ ଦେଇ ପାର କିନ୍ତୁ ଫେରି ଆସ ??

ଏତିକି କଥା ପରେ ଦୁହେଁ ଦୁହିଁଙ୍କୁ ହଗ୍ କରିଲେ । ଏତିକିବେଳେ ମଳୟ ଏବଂ ରୋଷନ୍ ଆସି ପହଁଚିଲେ। ମଳୟ କହିଲା ଏବେ ଘରକୁ ଯିବା ?? ମୁକେଶ ହଁ କରିଲା । ସୁଜାତା କୁ କହିଲା ଭାଉଜ ଭାଇ ଙ୍କୁ ତମେ ପାଛୋଟି ନେବ ନା ??? ମୁଁ ଛାଡ଼ି ଆସିବି । ସୁଜାତା କହିଲା ନା, ମୁକେଶ ମୋ ଗାଡ଼ିରେ ଆମ ଘରକୁ ଯିବେ ତମେ ତାଙ୍କ ସାମାନ ନେଇ ଆସ। ରୋଷନ୍ କହିଲା ଯାହା ହେଉ ଆମର ପ୍ଲାନ୍ କାମ ଦେଲା। ସୁଜାତା ପଚାରିଲା କୋଉ ପ୍ଲାନ୍ ?? ମଳୟ କହିଲା, ଏହି ଦିନ ପାଇଁ ଆମେ କେତେ ଥର ଚେଷ୍ଟା କରିଛୁ ଏବଂ ଆଜି ମଧ୍ୟ ତମକୁ ରୋଷନ୍ ବାଧ୍ୟ କରିବା ଯୋଗୁ ତମେ ଆସିଲ। କାରଣ ଆମେ ଆଗରୁ କଥା ହୋଇ ସାରିଛୁ । ମୁକେଶ ଭାଇ ମଧ୍ୟ ଜାଣି ନାହାନ୍ତି ଯେ ତମେ ଏଠି ଆସୁଛ ବୋଲି ଏବଂ ଏହି କଥା ତମକୁ ମଧ୍ୟ ଲୁଚେଇ ରଖା ଯାଇଥିଲା ।

ତମକୁ ଥରେ ଦୁଇ ଥର ରୋଷନ୍ କହିଥିଲା ଯେ ସେହି ଯାଗାରେ ମୁକେଶ ଆସିବ ଆଉ ଆମେ ମଧ୍ୟ ଯିବା କିନ୍ତୁ ତମେ ମୁକେଶ ଭାଇ ଙ୍କ ନାମ ଶୁଣି ମନା କରି ଦେଉଥିଲ କିନ୍ତୁ ଆଜି ସବୁ ସମାଧାନ ହୋଇଗଲା । ମୁକେଶ ପୂଜା କୁ ମଧ୍ୟ କୋଳେଇ ନେଲା ।

ଦୁହେଁ ଘରକୁ ଫେରିଲେ । ଡାକ୍ତର ଙ୍କ ବାରମ୍ବାର ଚେକ୍ ଅପ୍ ଏବଂ ମେଡ଼ିସିନ୍ ପରେ ମୁକେଶ ର ଦେହ ଧିରେ ଧିରେ ଭଲ ହେବାକୁ ଲାଗିଲା । ସେଦିନ ଠାରୁ ତାଙ୍କ ଘରକୁ ଖୁସି ଫେରି ଆସିଲା। ଏବେ ଦୁହେଁ ଭଲ ଅଛନ୍ତି। ବର୍ତ୍ତମାନ୍ ଦୁହେଁ ଗୋଟିଏ କମ୍ପାନୀ ରେ ଜବ୍ କରନ୍ତି । ଗୋଟିଏ ଗାଡ଼ିରେ ଯାଆନ୍ତି ଏବଂ ଆସନ୍ତି। ଛୁଟି ହେଲେ ପୁରା ଫେମିଲି ବୁଲିବାକୁ ଯାଆନ୍ତି । ପ୍ରାୟ ତିନି ବର୍ଷ ପରେ ମୁକେଶ ନିଜ ଫେମିଲି କୁ ନେଇ ଭୁବନେଶ୍ବର ଆସିଛି। ସାଙ୍ଗରେ ମଳୟ ମଧ୍ୟ ଆସିଛି। ସେ ଦୁଇ ଦିନ ପରେ ଫେରିଯିବ

କିନ୍ତୁ ଏଠି ମୁକେଶ ର ଭଉଣୀ ( ଦାଦା ଙ୍କ ଝିଅ ) ପ୍ରିୟଙ୍କା ମଳୟ କୁ ପସନ୍ଦ କରିବାରେ ଲାଗିଛି । ମଳୟ ମଧ୍ୟ ପ୍ରିୟଙ୍କା କୁ ଅଳ୍ପ ପସନ୍ଦ କରିଛି

ମଳୟ ଫେରିବାର ପୂର୍ବ ରାତିରେ ଦୁହେଁ ଛାତ ଉପରେ ବସି କଥା ହେଉଛନ୍ତି । କଥାବାର୍ତ୍ତା ଭିତରେ ପ୍ରିୟଙ୍କା ମୁକେଶ ଭାଇ ଙ୍କ ପ୍ରେମ କାହାଣୀ ବିଷୟରେ ପଚାରିଛି ଏବଂ ମଳୟ ତାକୁ ପୁରା କାହାଣୀ ଗୋଟି ଗୋଟି କରି କହି ଚାଲିଛି। କାହାଣୀ ସରିବା ପରେ ପ୍ରିୟଙ୍କା ର ଆଖିରୁ ଲୁହ ବାହାରି ଯାଇଛି । ଲୁହ କୁ ଦେଖି ମଳୟ କହିଲା ଏଥିରେ କାନ୍ଦିବାର କଣ ଅଛି?? ଏ ତ ଖୁସିର କଥା ଯେ ସେମାନେ ପୁଣି ଏକାଠି ହୋଇଗଲେ। ପ୍ରିୟଙ୍କା କହିଲା ଏ ଲୁହ ଖୁସିର ନା ଦୁଃଖ ର ମୁଁ ମଧ୍ୟ ଜାଣିନି କିନ୍ତୁ ବାହାରିଗଲା

ଠିକ୍ ଏତିକି ବେଳେ ମୁକେଶ ଆସି ପହଞ୍ଚିଛି ଏବଂ କାହାଣୀ ମଧ୍ୟ ଶେଷ ହୋଇ ସାରିଛି । ମୁକେଶ ମଳୟ କୁ କହିଲା କଣ ଚାଲିଛି ଏଠି ?? ମଳୟ କହିଲା ତୋର ପ୍ରେମ କାହାଣୀ ପ୍ରିୟଙ୍କା କୁ କହୂଥିଲି । ମୁକେଶ କହିଲା ମୁଁ ଭାବୁଥିଲି ତମେ ତମର ଲଭ ଏକ୍ସପ୍ରେସ ରେ ମଜି ଥିବ କିନ୍ତୁ ଆମ କାହାଣୀ ଶୁଣେଇ ତାକୁ କାହିଁକି ଦୁଃଖୀ କରାଉଛୁ । ପ୍ରିୟଙ୍କା କହିଲା ନାହିଁ ଭାଇ ଦୁଃଖୀ ନାହିଁ । ତମ କାହାଣୀ ସମସ୍ତଙ୍କ ଠାରୁ ନିଆରା । ସତରେ ତମ କାହାଣୀ ରେ ଭଲ ପାଇବା, ରାଗ ରୋଷ, ଗର୍ବ, ଅହଙ୍କାର, ଦୁଃଖ ଏବଂ ଖୁସି ସବୁ କିଛି ଭରି ରହିଛି।

Advertisements

ମୁକେଶ କହିଲା ଆରେ ମୋ ପ୍ରେମ କାହାଣୀ କଥା ବନ୍ଦ କର ?? ତୋ କଥା କହ ?? ତୋତେ ମଳୟ ପସନ୍ଦ କି ନାହିଁ ?? ପ୍ରିୟଙ୍କା ଲାଜରେ ଉଠି ଚାଲିଗଲା । ମଳୟ କହିଲା କଣ ବେ ?? ଏମିତି ପଚାରୁଛୁ ?? ମୁକେଶ କହିଲା, କାଲି ତୋ ଭାଉଜ ତମ ଦୁହିଙ୍କ ବିଷୟରେ ମୋତେ ସବୁ କହିଛନ୍ତି । ଆଉ ଗୋଟିଏ କାମ କର?? ତୁ ଆଉ କିଛି ଦିନ ରହି ଯା । ତମର ପ୍ରେମ ଦୃଢ଼ ହୋଇଯିବ ଏବଂ ସମୟ ସୁଯୋଗ ଦେଖି ବିବାହ କରି ଦେବା।

ମଳୟ କହିଲା ନା ରେ ଭାଇ ଆଉ ରହି ପାରିବି ନାହିଁ । ହଁ ଯଦି ତୋର ଅନୁମତି ମିଳେ ତେବେ ଏହି ପ୍ରେମ ଗାଡି ଆଗକୁ ବଢିବ । ମୁକେଶ ଅନୁମତି କଣ ବେ?? ତୁ ପ୍ରିୟଙ୍କା ଠାରୁ ଯେତେବେଳେ ନମ୍ୱର୍ ମାଗିଲୁ ସେତେବେଳେ ମୋ ଠାରୁ ଅନୁମତି ମାଗି ଥିଲୁ ?? ଆଉ ଦୁଇ ଘଣ୍ଟା ହେଲା ଏଠି କଥା ହେଉଛ ମୋତେ ଅନୁମତି ମାଗିଛୁ, ପୁଣି ଭଲ ପାଇବାକୁ ଅନୁମତି କଣ?? ତୁ ତ ଆରମ୍ଭ କରି ସାରିଲୁଣି । ମଳୟ କହିଲା ନା ରେ ଭାଇ, ତୁ ମୋ ଉପରେ ଭୁଲ ବୁଝିବୁ ନାହିଁ ।

ହଁ ମୁଁ ପ୍ରିୟଙ୍କା କୁ ପସନ୍ଦ କରେ କିନ୍ତୁ ଆମ ଦୁହିଁଙ୍କ ବାହାଘର ସମ୍ଭବ ହେବ କି ନାହିଁ ମୁଁ ଜାଣିନି । ମୁକେଶ କହିଲା, ସମ୍ଭବ କରିବା ପାଇଁ ମୁଁ ଅଛି । ତୁ ତୋର ପ୍ରେମ ଗାଡି କୁ ନେଇ ଆଗେଇ ଚାଲ୍ । ତୋ ଭଳି ଜୋଇଁ ପୁଅ କୁ ମୁଁ କେବେ ହାତ ଛଡ଼ା କରିବି ନାହିଁ । ତାପରେ ଦୁହେଁ ହସି ହସି ତଳକୁ ଆସିଲେ ।

ତା ପର ଦିନ ମଳୟ ବାହାରି ଗଲା ଦିଲ୍ଲୀ ଅଭିମୁଖେ । ଏବଂ ମଳୟ ଏବଂ ପ୍ରିୟଙ୍କା ର ପ୍ରେମ ଗାଡି ମଧ୍ୟ ଗଡି ଚାଲିଲା……………..

||| ଧନ୍ୟବାଦ |||

ଏହି କାହାଣୀ ଟି ଆପଣକୁ କେମିତି ଲାଗିଲା ନିଜର ମତାମତ ଜଣେଇବେ।

ଏମିତି କାହାଣୀ ପଢ଼ୁ ଥାଆନ୍ତୁ ଏବଂ ଅନ୍ୟ ମାନଙ୍କୁ ସେୟାର ମଧ୍ୟ କରୁଥାଆନ୍ତି
ନୀଳମାଧବ ଭୂୟାଁ (ଲେଖକ)

If the contents are helpful so share them with your friends, Thanking You.

6 thoughts on “ଫେରି ଆସ (Last)”

Leave a Reply

Your email address will not be published. Required fields are marked *