Paunchi |
ଛମ୍ ଛମ୍ ଶବ୍ଦ କରି ଆଜି ପୁଣି ଥରେ ଦାଣ୍ଡ ର ପହରା ଦେଇ ଚାଲିଗଲା । ମନରେ ଆତୁର ଭରା ହୋଇ ବାହାର କୁ ଉଣ୍ଡିଲା ବେଳକୁ ଆମ ଗାଁ ର ନୁଆ ବୋହୂଟିଏ । ସତରେ ପାଉଁଚି ଗୁଡ଼ିକ ଖୁସିରେ ଏଵଂ ଉତ୍ସାହ ର ସହ ସେ ଆଚୁ ଲଗା ପାଦ ର ଗାର କୁ ଡେଇଁବାକୁ ସାହାସ କରୁ ନ ଥାନ୍ତି। ରୁଣୁ ଝୁଣୁ ଶବ୍ଦ ରେ ଆଜି ବଣ ମଲ୍ଲି ପରି କେହି ଜଣେ ଶବ୍ଦ ର ଗନ୍ଧ ଦେଇଗଲା ଏ ସକାଳୁଆ ସମୟ ଟା ରେ ।
କେଜାଣି ଭାରି ଇଚ୍ଛା ହେଲା ସେ ପାଦ ଦୁଇଟିକୁ ଦେଖିବାକୁ । ପୁଣି ମନରେ ଇଚ୍ଛା ରଖି ଅପେକ୍ଷା କରିଲି ସେ ଶବ୍ଦ ର ଗନ୍ଧ କୁ ପୁଣି ଥରେ ଅନୁଭବ କରିବା ପାଇଁ । କିଛି ସମୟ ର ଅନ୍ତରାଳରେ ଫେରି ଆସିଲା ସେ ପାଦ ଦୁଇଟି। ପୁଣି ଦଉଡ଼ି ଗଲି ବାରଣ୍ଡା କୁ ଦେଖିବାକୁ ପାଇଲି ଓଦା ପାଦ ରେ ନୂଆ ବୋହୁ ଟିଏ ପାଣି ମାଠିଆ ଟିଏ ଅଣ୍ଟାରେ ଧରି ଓଢଣା ରେ ନିଜ ସମ୍ମାନ କୁ ରକ୍ଷା କରି ଫେରି ଚାଲିଛି ନିଜ ଘର ଅଭିମୁଖେ। ସତରେ ମନ ଲୋଭା କରିଦିଏ ସେ ଛମ ଛମ ପାଉଁଚୀ ର ଶବ୍ଦ । ଯାହା ଆଜି ଧ୍ରୁବ ତାରା ପାଲଟି ଯାଇଛି ମୋ ଗାଁ ଦାଣ୍ଡ ପାଇଁ ।
ନୀଳମାଧବ ଭୂୟାଁ (ଲେଖକ)
If the contents are helpful to share them with your friends, Thanking You.
Very nice Keep it up bro
Thanks