ତୁମ ପାଇଁ କଥା ଟିଏ

ତୁମ ପାଇଁ, କଥା ତୋତେ, ଓଡିଆ କବିତା, କବିତା , କବିତା ମାଳା
ତୁମ ପାଇଁ କଥା ଟିଏ


  (ଭଗବାନ ଙ୍କ ପ୍ରତି ଆମ ମନରେ ଥିବା ଅଲିଭା ବାର୍ତ୍ତା)

ଆମ ପାଇଁ ପ୍ରଭୁ ଗଢ଼ିଛନ୍ତି ଧରା
ଦେଇଛନ୍ତି ଏହି ପ୍ରକୃତି ସାରା।

ଗଢ଼ିଛନ୍ତି କେତେ ଅପାର ଜୀବନ 
ତୁମରି କୃପାରେ ସବୁ ଯାତ୍ରା ଅର୍ଣ୍ଣ।

କୃତ୍ରିମ ରୂପଟି ତୁମରି ଦୃଷ୍ଟିରୁ ଚଳପ୍ରଚଳ ର ସିର 
ଆମ୍ଭେ ପରା ସବୁ ପଥର ଖଣ୍ଡକୁ ମାନି ଅଛୁ ଈଶ୍ୱର ।

ମାନବ ଦୁଃଖ କୁ ଭୁଲିବା ପାଇଁକି
କରିଅଛ କେତେ ଲୀଳା
ଜୀବନ ଖେଳରେ ଦେଇ କେତେ ଖୁସି 
ସ୍ୱାନ୍ତନା ଦିଏ ତୁମ ଜୀବନ୍ତ ଶିଳା ।

ସବୁରି ପଛରେ ତୁମରି ହାତ ହେ ଜାଣିଶୁଣି ତୁମେ ନିଷ୍ଠୁର
କେବେକେବେ ପୁଣି କୁହନ୍ତିତ ସବୁ ତୁମ ହିଁ ବିଧାତାର ଖେଳ।

ପୁରାତନ ରୁ କିପରି ନୁତନ ହେବାର
ତୁମ ଛଡ଼ା ଆମ୍ଭ ସମ୍ଭିଙ୍କୁ ଅଜଣାର ଡୋର।

ରୀତି,ନୀତି, ପୂଜା ବିଧି ମାନିଅଛୁ ଆପଣାର,
ଆପଣ ଥିଲେ ହେଁ ଅସମ୍ଭବ ରେ ସମ୍ଭବର ସବୁ ଦ୍ଵାର।

ତୁମେ ହିଁ ତ ସେହି ରାତି ପରେ ଦିନ, ଦିନ ପରେ ରାତି,
ଏମିତି ହିଁ ତୁମରି ପରିବର୍ତ୍ତନର କାଳ ।

ତୁମ ପ୍ରତି ଆଶା ସବୁ, ଯଦି ଚାଲିଯିବ ମନେ କେବେ,
ସେହି ସମୟ ରେ ଜଣାଉଥିବ ଯେ,
ଆମ ଆଶା ଠାରୁ ତୁମ ଆଶା ଥିଲା, 
ସବୁଠାରୁ ତନୁ ମନେ ।

ଯୁଗ ଯୁଗ ହେଲା ଦେଇଛନ୍ତି ବନ,ଝର,ଗିରି,ତରୁ ଲତା….
ସେହି ସବୁରୁ ହିଁ ଆମ୍ଭେ କୁଟୁମ୍ବ ପାଳୁଛୁ ତୁମରି ଦେବାର ମାନେ।

କାଳ କାଳ ଥିବ ଆମ ପାଇଁ ତୁମ୍ଭେ ,
              ନ ଭୂଲିବୁ ଆମ ମନେ…….
               ନ ଭୁଲିବୁ ଆମ ମନେ………


ରାମକୃଷ୍ଣ ବାଡତ୍ୟା (ଲେଖକ)




If the contents are helpful to share them with your friends, Thanking You.

6 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading