ପୁରୁଣା ସ୍କୁଟର

ଆଜି ଦୁଇ ରୁ ତିନି ଜଣ ଲୋକ ଆସି ଘରେ ପହଞ୍ଚି ଛନ୍ତି। କାରଣ କାଳୀଚରଣ ବାବୁ ଙ୍କ ପୁରୁଣା ସ୍କୁଟର କୁ କିଣିବା ପାଇଁ । କିଛି ଦିନ ପୂର୍ବେ କାଳୀଚରଣ ବାବୁ ଙ୍କ ପୁଅ ରାନୁ ଟିଭି ରେ ପ୍ରଚାର ଦେଖିଥିଲା ଯେ । ଯାହା ଘରେ 2000 ମସିହା ପୂର୍ବରୁ ପୁରୁଣା ସ୍କୁଟର ଅଛି ତାକୁ ଯଦି ଆପଣ ବିକ୍ରି କରିବେ ତେବେ କିଛି ପ୍ରମୁଖ କମ୍ପାନୀ ସେ ସ୍କୁଟର ବଦଳରେ ଲକ୍ଷାଧିକ ଟଙ୍କା ଦେବେ ବୋଲି କହିଛନ୍ତି । ରାନୁ ସେମାନଙ୍କୁ ଖବର ଦେଲା ପରେ ସେ ପ୍ରମୁଖକମ୍ପାନୀ ର ଲୋକମାନେ ଆଜି ଆସି ପହଂଚି ଛନ୍ତି।

ଏପଟେ କାଳିଚରଣ ବାବୁ ପ୍ରଥମେ ପୁଅ କୁ ରାଗରେ ଦେଖୁଥାନ୍ତି ସେପଟେ ସେମାନଙ୍କୁ କଣ କହିବେ ବୋଲି ଉତ୍ତର ଦେଇ ପାରୁ ନଥିଲେ କାରଣ ସେମାନେ ବହୁ ଦୂରରୁ ଆସିଛନ୍ତି। କାଳୀଚରଣ ବାବୁ ବାରଣ୍ଡାରେ ପଡ଼ି ଥିବା ଚେୟାର ଉପରେ ବସି ଅନ୍ୟ ତିନି ଜଣଙ୍କୁ ଅତିଥି ଭାବେ ଚେୟାର ଦେଇ ବସିବାକୁ କହିଲେ । ଘର ଭିତରେ ପିଙ୍କି ରାନୁ ର ଝଗଡ଼ା ଆରମ୍ଭ ହୋଇଗଲା। ପିଙ୍କି କହୁଥାଏ ତୁ କଣ ଜାଣିନୁ । ଏହି ସ୍କୁଟର ବାପା ଙ୍କୁ ତାଙ୍କ ବାପା ମାନେ, ଆମ ଜେଜେ ଦେଇଥିଲେ । ତୁ ତାଙ୍କୁ ନ ପଚାରି କେମିତି ବିକ୍ରି କରିବାକୁ କହୁଛୁ। ପାଖରେ ମା, ଆଶା ଦେବୀ କହିଲେ । ତମେ ଝଗଡ଼ା କର ନାହିଁ ବାପା କିଛି ସମାଧାନ କରିବେ । ତାପରେ ତିନି ଜଣ ଯାକ ଘରର କବାଟ କୋଣେ ରହି କଥା ଶୁଣିବାକୁ ଲାଗିଲେ ।

ସେମାନଙ୍କ ମଧ୍ୟରୁ ଜଣେ କହିଲା । ଆଜ୍ଞା ଏହି ସ୍କୁଟର ବଦଳରେ ଆମେ ଆପଣଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ରାଜି ଅଛୁ। ଆପଣଙ୍କ ମତ କଣ? କାଳୀଚରଣ ବାବୁ କହିଲେ । ଏ ସ୍କୁଟର ହେଉଛି ମୋ ବାପାଙ୍କ ଶେଷ ସନ୍ତକ। ଆପଣ ଯଦି ଏତେ ଦୂରରୁ ଆସିଛନ୍ତି ତେବେ ମୋର ଉଦ୍ଦେଶ୍ୟ ନାହିଁ ଯେ ଆପଣଙ୍କୁ ଦୁଃଖୀ କରି ଫେରାଇବା । ଆପଣ ମୋତେ କ୍ଷମା କରିବେ ମୁଁ ଏହି ସ୍କୁଟର କୁ ବିକ୍ରି କରିବି ନାହିଁ। ସ୍କୁଟର କିଣିବା ଯୁବକ ମଧ୍ୟରୁ ଜଣେ କହି ଉଠିଲେ ତେବେ ୫୦୦ କିମି ଦୂରରେ ଆପଣଙ୍କ ପୁଅ ଆମକୁ ଆସିବାକୁ କାହିଁକି କହିଲେ?? ଆମର ମୂଲ୍ୟବାନ ସମୟ କୁ ନଷ୍ଟ କରି ଆମେ ଆଜି ଏଠି ପହଂଚିଛୁ। କାଳୀଚରଣ ପୁଣି ଥରେ ସେ କଥା କହି ଉଠିଲେ । ଆପଣ ମାନଙ୍କୁ ମୋ ପୁଅ ତରଫରୁ ମୁଁ ପୁଣି ଥରେ ଭୁଲ ମାଗୁଛି ସେ ଯେଉଁ ଭୁଲ କରିଛି ତାର ସେ ଅନୁତାପ କରିବ। କିନ୍ତୁ ଆପଣ ଏବେ ଆସି ପାରନ୍ତି ।

ସ୍କୁଟର କିଣିବା ଲୋକମାନେ ରାଗରେ ଉଠି ବାହାରକୁ ଚାଲିଗଲା ବେଳେ ରାନୁ ଆସି କାଳୀଚରଣ ବାବୁ ଙ୍କୁ ବୁଝେଇ କହିଲା ବାପା ଆମ ଘର ର ସବୁ ଦାରିଦ୍ର୍ୟ ସୁଧୁରି ଯିବ। ଆପଣ ମନା କାହିଁକି କରୁଛନ୍ତି । ସେମାନଙ୍କ ମଧ୍ୟରୁ ପୁଣି ଥରେ ଜଣେ କହି ଉଠିଲେ । ଆପଣଙ୍କ ପୁଅ ଠିକ୍ କହୁଛନ୍ତି ଏବଂ ଆପଣ ସମୟ ନେଇ ଚିନ୍ତା କରି ପାରନ୍ତି ଆମେ ଅପେକ୍ଷା କରିବୁ। କାଳୀଚରଣ ବାବୁ ପୁଣି ସେ କଥା ଯେ, ନା ବାବୁ ଆପଣ ମାନେ ଆସି ପାରନ୍ତି ।

ଶେଷରେ ସେମାନେ ଫେରିଗଲେ। କାଳୀଚରଣ ବାବୁ ଘର ଭିତରକୁ ଆସି ରାନୁ କୁ ବୁଝେଇ କହିଲେ । ଯେ କିଛି କିଛି ଜିନିଷ ଅସଲି ଟଙ୍କା ଠାରୁ ମଧ୍ୟ ଅଧିକ ମୂଲ୍ୟବାନ। ମୁଁ ଜାଣିଛି ଯଦି ଏହି ସ୍କୁଟର କୁ ବିକ୍ରି କରିଦେବି ତେବେ ଆମ ଘର ର ଦାରିଦ୍ର୍ୟ କିଛି ଦିନ ପାଇଁ ସୁଧୁରି ଯିବ କିନ୍ତୁ ତାପରେ ଆଉ ସେ ଖୁସି ରହିବ ନାହିଁ। ଏହି କଥା ଶୁଣି ଘର ର ସମସ୍ତେ ନତ ମସ୍ତକ ଭାବେ ଛିଡ଼ା ହୋଇଥିଲେ । କାଳୀଚରଣ ବାବୁ ଙ୍କ କଥା କୁ ସମସ୍ତେ ମାନିଲେ ।

ବର୍ତମାନ ସେ ସ୍କୁଟର କାଳୀଚରଣ ବାବୁ ଙ୍କ ଘର ର ଗୋଟିଏ ଅବାସ୍ତବ ସମୟର ପୁରୁଣା ଅତିଥି ରୂପରେ ପଡ଼ି ରହିଛି। ମନେ ପକେଇ ଦିଏ କାଳୀଚରଣ ବାବୁ ଙ୍କ ପିଲା ଦିନ ଆଉ ବାପାଙ୍କ ସହିତ ଏହି ସ୍କୁଟର ରେ କିଛି ଭ୍ରମଣ କାହାଣୀ କଥା ।

କାଳୀଚରଣ ବାବୁ କୁହନ୍ତି ଦୁନିଆରେ ଟଙ୍କା ଦ୍ଵାରା ସବୁ କିଛି ସମ୍ଭବ କିନ୍ତୁ ନିଜର ପିଲା ଦିନ ଏବଂ ଘର ର ଅନନ୍ୟ ସ୍ମୃତି କୁ ସାଇତି ରଖିବା ସବୁଠୁ ବଡ ମୂଲ୍ୟବାନ ସମ୍ପତି ଅଟେ।

ନୀଳମାଧବ ଭୂୟାଁ ( ଲେଖକ )

If the contents are helpful to share them with your friends, Thanking You.

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading