ଖାଦ୍ୟ ର ମୂଲ୍ୟ


ଯେତେ ଆମ କୁ ଦରକାର
ଖାଦ୍ୟ ବାଢି ଆଣିବା ଥାଳିରେ,
କୃଷକ ଶ୍ରମିକ ସୈନିକ ର
ପରିଶ୍ରମ ରେ ଉପାର୍ଜନ ଖାଦ୍ୟକୁ କାହିଁକି ଫୋପାଡିବା
ଅଳିଆ ଗଦା ଓ ଆବର୍ଜନା ନାଳରେ…

ନିଜ ଜନମ ଭୂମି କୁ ଛାଡି ଜୀବନ କୁ
ଲଗାଉଛୁ ଆମେ ବାଜି
କିନ୍ତୁ ଖାଦ୍ୟ ପାଇ ଭିକାରୀ ଟିଏ
ମାଗୁଛି ଭିକ ଆଜି..

ସବୁ କାମ ର ସମ୍ପର୍କ ଯୋଡିଛି ଖାଦ୍ୟରେ,
ଅଭିନେତା ଓ ବାଦ୍ୟକାର
କ୍ରୀଡା କ୍ରିକେଟ ଫୁଟବଲ
ଅବା ପର୍ବପର୍ବାଣୀ ଦୀପାବଳି
ରଙ୍ଗ ପର୍ବ ହୋଲି ରେ…

ବାଛି ବା ନାହି ଆମେ ଖାଦ୍ୟ
ଖାଦ୍ୟ ବିନା ଆମ ଜୀବନ ଶୂନ୍ୟ
ପରୋଉପକାର କରି
ଆମେ ପାଇବା ପୁଣ୍ୟ…

ଖାଦ୍ୟର ଦେବୀ ମାତା ଲକ୍ଷ୍ମୀ ଙ୍କୁ
କୋଟି କୋଟି ପ୍ରଣାମ କରିବା
ତାପରେ ହିଁ ଆମେ ଖାଦ୍ୟ ଖାଇବା…

ତେବେ ହେବ ଆମ ଶରୀର ରହିବ
ସୁସ୍ଥ ଶବଳ ଓ ସୁନ୍ଦର
ରୋଗ ଆସିବନି ଦୁଃଖ ଆସିବନି
ଜୀବନ ଲାଗିବ ଭାରି ସୁନ୍ଦର..

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।



If the contents are helpful to share them with your friends, Thanking You.

5 thoughts on “ଖାଦ୍ୟ ର ମୂଲ୍ୟ”

Leave a Reply

Your email address will not be published. Required fields are marked *