ଖବର କାଗଜ



ଗରିବ ବସ୍ତୀ ମଧ୍ୟରେ ଗୋଟିଏ ଛୋଟିଆ ଛପର ଘରେ ଚିନ୍ତୁ ଆଉ ତା ମା ରହୁଥିଲେ । ଚୀନ୍ତୁ ର ବାପା ବହୁତ ଦିନ ତଳେ ଚାଲି ଯାଇଥିଲେ । ଚିନ୍ତୂ ଆଉ ତା ମାଆ ବହୁତ କଷ୍ଟରେ ରହୁଥିଲେ । ଚିନ୍ତୁ ର ମା ଅନ୍ୟମାନଙ୍କ ଘରେ ବାସନ ସଫା କରନ୍ତି । ସେଥିରୁ ଯାହା ଟଙ୍କା ମିଳେ ଘର ଚାଲେ । ଗୋଟିଏ ଦିନ ମା ପୁଅ ବସି ଭୋଜନ କରୁଥିଲେ, ମା ଚିିନ୍ତୁ କୁ କହିଲେ ତୁ କାଲି ଠାରୁ ସ୍କୁଲ ଯିବୁ ଏଵଂ ପାଠ ପଢ଼ାପଡି କରିବୁ । ହେଲେ ମା ଆମ ଘର ର ପରିସ୍ଥିତି ବହୁତ୍ ଖରାପ ଅଛି । ତମେ ମୋ ପାଠପଢ଼ା ପାଇଁ ଟଙ୍କା କୋଉଠୁ ଆଣିବ । ମା କହିଲେ ସେସବୁ ମୁଁ ଦେଖିବି ତୁ କେବଳ ତୋ ପାଠ ପଢାରେ ମନ ଦେ । ଏମିତିରେ ମୁଁ କାମ କୁ ଚାଲିଯାଏ ତୁ ଦିନସାରା ଖେଳକୁଦ କରୁଛୁ । ତୁ ଯଦି ସ୍କୁଲ ଯିବୁ ତୋ ଭବିଷ୍ୟତ ତୁ ନିଜେ ଗଢିବୁ ଏବଂ ବଡ ହୋଇ ଖୁସିରେ ରହିବୁ । ଚିିନ୍ତୁ କହିଲା ଠିକ୍ ଅଛି ମା ହେଲେ ମୁଁ ମଧ୍ୟ କିଛି କାମ ଖୋଜିବି ଏବଂ ତମକୁ ସାହାଯ୍ୟ କରିବି । ତା ପରଦିନ ମା ସ୍କୁଲ ରେ ଚିିନ୍ତୁ ର ନାମ ଲେଖାଇଲେ । ପୁଅ ର ସ୍କୁଲ ରେ ନାମ ଲେଖାଇ ବହୁତ ଖୁସି ଅନୁଭବ କଲେ ଏବଂ ଆଖିରୁ ଖୁସିରେ ଦୁଇ ଟୋପା ଲୁହ ବାହାରିଗଲା । ମା ଚିିନ୍ତୁ ର ପାଠପଢ଼ା ଖର୍ଚ୍ଚ ପାଇଁ ଆଉ ଦୁଇଟି ଘରେ କାମ କରିବା ଆରମ୍ଭ କରିଦେଲା ।

ଚିିନ୍ତୁ ସ୍କୁଲ ରୁ ଫେରି ଆସି ମା କୁ ଅପେକ୍ଷା କରିଥାଏ । ବହୁତ ସମୟ ଅପେକ୍ଷା କରିବା ପରେ ମା ଆସି ଘରେ ପହଞ୍ଚିଲା । ମା ତମେ ଆଜି ଏତେ ସମୟ କୋଉଠି ରହିଯାଇଥିଲ । ତୋ ପାଠପଢା ପାଇଁ ମୁଁ ଆଉ ଦୁଇଟି ଘରେ ବାସନ ସଫା କରିବା ଆରମ୍ଭ କରିଲି ସେଥିପାଇଁ ଏତେ ସମୟ ଲାଗିଲା । ହଉ ଛାଡ଼ ସେ କଥା ମୋତେ କହ ତୋର ସ୍କୁଲ ର ପ୍ରଥମ ଦିନ କେମିତି ଥିଲା । ବହୁତ ଭଲ ଥିଲା ମା, ମୋ ସ୍କୁଲରେ ବହୁତ ପିଲା ଅଛନ୍ତି । ମୁଁ ବହୁତ ସାଙ୍ଗ କରିଛି । ସାର୍ ଆଉ ଦିଦୀମାନେ ମଧ୍ୟ ବହୁତ ଭଲ । ତୁ ଭଲ ପାଠ ପଢ଼ି ବଡ଼ ହେଲେ ଅଫିସର ହେବୁ ହେଲା। ଆଉ ଜାଣିଛ ମା ମୁଁ ମୋ ପାଇଁ କାମ ବି ଦେଖିଛି, ମା ମୋତେ ପଚାର ମୁଁ ମୋ ପାଇଁ କଣ କାମ ଦେଖିଚି ? ମା ପଚାରିଲେ ଆରେ ବାବା କହ କଣ କାମ ଦେଖିଛୁ । ମା, କାଲି ଠୁ ମୁଁ ସବୁଦିନ ସକାଳୁ ଘର ଘର ବୁଲି ଖବର କାଗଜ ଦେବାକୁ ଯିବି ଆସିଲେ ପୁଣି ସ୍କୁଲ ଯିବି । ମା ଶୁଣି ବହୁତ୍ ଖୁସି ହେଲେ । ତା ପରଦିନ ଠୁ ସକାଳ ସମୟରେ ଘର ଘର ବୁଲି ପେପର ଦେବା ଆରମ୍ଭ କଲା । ପେପର ବେପାରୀ ଚିିନ୍ତୁ କୁ କିଛି ଟଙ୍କା ଦେଲା ତାପରେ ଘରକୁ ଆସି ସ୍କୁଲ କୁ ବାହାରିଲା । ବହୁତ ଦିନ ପର୍ଯ୍ୟନ୍ତ ଏମିତି ଚାଲିଲା ଗୋଟିଏ ଦିନ ଚିିନ୍ତୁ ଖବର କାଗଜ ଦେଇ ଆସିଲା ଆଉ ଗୋଟିଏ ଖବର କାଗଜ ଅଧିକା ରହି ଗଲା । ସେ ସେହି ଖବର କାଗଜ କୁ ବେପାରୀ କୁ ଫେରାଇ ଦେଲା କିନ୍ତୁ ସେ ବେପାରୀ ଚିିନ୍ତୁ କୁ ସେ ପେପର ଘରକୁ ନେଇକି ଯାଅ ବୋଲି ତା ହାତରେ ପୁଣି ଦେଲା । ଚିିନ୍ତୁ ସେ ପେପର କୁ ଘରକୁ ନେଇକି ଗଲା ଓ ସେଥିରେ ଛପା ଯାଇଥିବା କିଛି ପ୍ରଶ୍ନ ର ଉତ୍ତର ସମାଧାନ କଲା । ସେ ସ୍କୁଲ ଯିବା ରାସ୍ତାରେ ସେ ଖବର କାଗଜ ଅଫିସ ଥିଲା ସେ ପ୍ରଶ୍ନର ଉତ୍ତର ଦେଇଥିବା କାଗଜ ଖଣ୍ଡକୁ ଖବର କାଗଜ ଅଫିସ୍ ରେ ଜମା କରି ସ୍କୁଲ୍ ଚାଲିଲା। ସବୁଦିନ ପରି ସ୍କୁଲ ଯାଉଥାଏ । ଚିନ୍ତୁ ର ମା ଗୋଟିଏ ଘର ପରେ ଆଉ ଗୋଟିଏ ଘର କାମ କରିବାକୁ ଲାଗିଥାଏ ।

ଚିନ୍ତୁ ସ୍କୁଲ ପରେ ପାଠ ପଢୁଥିଲା ଆଉ ଘର ସଫାସୁତୁରା କରି ମା ର ଫେରିବା ବାଟକୁ ଚାହିଁକି ରହୁଥାଏ । କିଛିଦିନ ପରେ ଚିନ୍ତୁ ଯେବେ ସ୍କୁଲ ରେ ଥିଲା ସେଦିନ ଚିନ୍ତୁ ର ଶିକ୍ଷକ ସହିତ ଆଉ ଜଣେ ଅଫିସର ଆସିଥିଲେ । ସେ ଅଫିସର ଖବରକାଗଜ ରେ ଉତ୍ତର ଦେଇଥିବା ପିଲାକୁ ଦେଖିବାକୁ ଆସିଥିଲେ । ଶିକ୍ଷକ ଚିନ୍ତୁ କୁ ଦେଖେଇ ଅଫିସର କୁ କହିଲେ ସେ ପିଲା ହେଉଛି ଚିନ୍ତୁ ଯିଏ ଆପଣଙ୍କ ଖବର କାଗଜ ର ଉତ୍ତର ଦେଇଛି। ଅଫିସର ଚିନ୍ତୁ କୁ ପାଖକୁ ଡ଼ାକି ଧନ୍ୟବାଦ ଦେଲେ । କହିଲେ ତମେ ବହୁତ ବୁଦ୍ଧିମାନ ସେଦିନ ପ୍ରଶ୍ନ ର ଉତ୍ତର ତମ ଛଡା ଆଉ କିଏ ଦେଇପାରିନାହାନ୍ତି କେବଳ ଜଣେ ତମେ ହିଁ ତାର ସଠିକ୍ ଉତ୍ତର ଦେଇ ପାରିଲ । ଏଥିପାଇଁ ଆମ ଖବର କାଗଜ ତରଫରୁ ତମର ସବୁ ପଢ଼ା ଖର୍ଚ୍ଚ ବହନ କରିବେ । ଅଫିସର କଥା ଶୁଣି ଚିନ୍ତୁ ବହୁତ ଖୁସି ହୋଇଗଲା । ସେ ଘରେ ପହଁଚିଲା ଆଉ ସବୁଦିନ ପରି ମା ର ଆସିବା ବାଟକୁ ଚାହିଁ ରହିଲା । କିଛି ସମୟପରେ ମା ଆସିଗଲେ । ଚିନ୍ତୁ ମା ଆସିବାର ଦେଖି ଖୁସି ରେ ଦୌଡ଼ି ଦୌଡ଼ି ଯାଇ ମା କୁ କୋଳେଇ ନେଲା । ମା ଚିନ୍ତୁ ର ଖୁସି ଦେଖି ପଚାରିଲେ ଆରେ କଣ ହେଇଛି ଭାରି ଖୁସି ଜଣାପଡୁଛୁ । ମା ତମକୁ ଆଉ ବେଶୀ କଷ୍ଟ କରିବାକୁ ପଡିବନି । ଆଚ୍ଛା କଣ ପାଈଁ ମା ପଚାରିଲେ। ସେଦିନ ଯୋଉ ଖବର କାଗଜ ରେ ଉତ୍ତର ଲେଖିଥିଲି ତାହା ଠିକ୍ ଥିଲା ଏବଂ ଆଜି ଖବର କାଗଜ ଅଫିସ୍ ରୁ ଜଣେ ଅଫିସର ଆସି ମୋତେ କହିଲେ ଯେ ମୋର ସବୁ ପଢା ପଢ଼ି ଖର୍ଚ୍ଚ ବହନ କରିବେ । ତା ସହିତ ମୋତେ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିଲେ । ଏହା ଦେଖି ମା ଖୁସି ହୋଇ କହିଲେ ହଉ ଆଜି ତୋର ଏହି ଖୁସିରେ ମୁଁ ଖିରି କରିବି । ଚିନ୍ତୁ ଖିରି କୁ ବହୁତ୍ ପସନ୍ଦ କରେ । ତାପରେ ଦୁହେଁ ମିଶି ଖିରି ଖାଇଲେ । ଏମିତି କିଛି ବର୍ଷ ଗଡି ଚାଲିଲା। ଚିନ୍ତୁ ମନ ଦେଇ ଭଲ ପାଠ ପଢିଲା । ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥାଏ । ଗୋଟିଏ ପରେ ଗୋଟିଏ ଛାତ୍ର ବୃତ୍ତି ପାଉଥାଏ । ମହାବିଦ୍ୟାଳୟ ରେ ପଢିବା ସମୟରେ ଦିନେ ଯୋଉ ଖବର କାଗଜ ତାକୁ ଛାତ୍ର ବୃତ୍ତି ଦେଇଥିଲେ ସେ ଖବର କାଗଜ ସଂସ୍ଥା ରେ ନିର୍ଦେଶକ ପଦରେ ରେ ସେ ନିଯୁକ୍ତ ହେଲା । ସେତେବେଳେ ତାର ମା ଆରପାରିକୁ ଚାଲି ଯାଇଥିଲେ । ଖବର କାଗଜ ତରଫରୁ ଖବର କାଗଜ ସମ୍ମିଳନୀ ଉତ୍ସବ ପାଳନ କରାଯାଉଥିଲା। ଚିନ୍ତୁ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଙ୍କୁ ନିଜର ଅତୀତ ବିଷୟରେ ଜଣାଇଲା ଏବଂ କହିବାକୁ ଲାଗିଲା ଯେଉଁ ଶିଶୁ ଉପରେ ନିଜ ମାତା ପିତାଙ୍କ ଆଶୀର୍ବାଦ ଥାଏ ସେ ଶିଶୁ ନିଶ୍ଚୟ ଭଲ ମଣିଷ ହେବ ଏବଂ ନିଜ ନାମ କୁ ଉଚ୍ଚା ରଖିବ । ସେତେବେଳେ ଚିନ୍ତୁ ର ଆଖିରୁ ଲୁହ ବହିଯାଉଥାଏ ତାକୁ ବଡ ମଣିଷ କରିଥିବା ତା ମା ତା ପାଖରେ ନଥିଲେ ଏବଂ ବର୍ତ୍ତମାନ ଚିନ୍ତୁ ନିର୍ଦ୍ଦେଶକ ଭାବେ ଚିନ୍ତାମଣି ବାବୁ ରେ ପରିଣତ ହୋଇଯାଇଛି । ସମସ୍ତ ଦର୍ଶକଙ୍କ ତାଳିମାଡ଼ ରେ ଖବରକାଗଜ ସମ୍ମିଳନୀ ପ୍ରୋତ୍ସାହନ ର ପରିବେଶ ସୃଷ୍ଟି ହେଇଥିଲା ।




*ଏଥିରୁ କଣ ଶିଖିଲ ?*
୧.ଭଲ ପାଠ ପଢି ନିଜର ନାମ ଉଚ୍ଚା କରିବା ଦରକାର ।
୨.ସବୁବେଳେ ଗୁରୁଜନ କଥା ମାନିବା ଦରକାର ।
୩.ଠିକ୍ ସମୟରେ ଉପଯୋଗୀ କାମ କରିବା ଦ୍ଵାରା ଉଚିତ ଫଳ ମିଳିଥାଏ ।


ନୀଳମାଧବ ଭୂୟାଁ
ବୁଗୁଡ଼ା, ଗଞ୍ଜାମ

Tagged:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading