କୈକେୟୀ ମାତା


ଅଯୋଧ୍ୟା ନଗରୀ ଧୂପ ଦୀପ ଫୁଲମାଳରେ ହୋଇଅଛି ସାଜସଜ୍ଜା ।
ରାଜା ଦଶରଥ ରାଜ୍ୟ ଅଭିଷେକ କରିବେ ଶ୍ରୀରାମ ହେବେ ଅଯୋଧ୍ୟା ର ରାଜା ।।



ଦେବାସୂର ସଂଗ୍ରାମେ ମାତା କୈକେୟୀ କରିଥିଲେ ଅଯୋଧ୍ୟା ର ପ୍ରତିରକ୍ଷା ।
ଅଯୋଧ୍ୟା ପତି ଖୁସି ହେଇ ମାତା କୈକେୟୀ ଙ୍କୁ ଦେବେ ଦୁଇଟି ବର ଭିକ୍ଷା ।।


ମନ୍ଥରା ର ମନ୍ତ୍ରେ ମାତା କୈକେୟୀ ହେଇଗଲେ ପରାଛନ୍ଦି ।
ଦୁଇଟି ବର ରାଜା ଙ୍କୁ ମାଗି ଅଯୋଧ୍ୟା ପତି ଙ୍କୁ କଲେ ବନ୍ଦୀ ।।


ଭରତ ବସିବ ରାଜ ସିଂହାସନେ ଶ୍ରୀ ରାମ ଯିବ ଚଉଦ ବର୍ଷ ବନ ।
ରାଣୀ ର ଏହି ବାଣୀ ଶୁଣି ରାଜା ଦଶରଥଙ୍କ ଉଡିଗଲା ଜୀବନ ।।

ସୀୟା ରାମ ସହ ଲକ୍ଷ୍ମଣ ଗଲେ ବନ ପରିଶିତା ଉର୍ମିଳା ଙ୍କୁ ଘରେ ଛାଡ଼ି।
ଚିତ୍ରକୁଟ ଯାଇ ଭରତ ଆଣିଲେ ଶ୍ରୀ ରାମ ଙ୍କ ପଦୁକା କାଡି ।।

ଦଣ୍ଡକା ଅରଣ୍ୟ ରେ ସୀୟା ରାମ କଲେ ଛୋଟ ଘର । ଲକ୍ଷ୍ମଣ ସୂର୍ପନେଖାର ନାକ କାଟିଲେ ଏହିଟି ବହୁଛି ରକ୍ତ ଝର୍ ଝର ।।

ମାରୀଚ ରାବଣ ଛଦ୍ମ ବେଶରେ ମାତା ସୀତା ଙ୍କୁ କଲେ ହରଣ।
ଲକ୍ଷ୍ମଣ ରେଖାକୁ ମାତା ସୀତା କଲେ ଉଲଙ୍ଗନ ଚରଣ ।।

ଅନ୍ୟାୟ ପାଇଁ ରାବଣ ସହ ଯୁଦ୍ଧ କଲେ ବିର ବାଟ ଜଟାୟୁ ପକ୍ଷୀ ।
ଶ୍ରୀ ରାମ ଙ୍କୁ ମାତା ସିତାର ସନ୍ଦେଶ ଦେଲେ ପରଖି ପରଖି।।

ପାଶାଣି ଅହଲ୍ୟା, କୋବନ୍ଦ ରାକ୍ଷସ, ରାଜା ସୁଗ୍ରୀବ, ବିଭୀଷଣ ହେଲେ ଉଦ୍ଧାର।
ଶ୍ରୀ ରାମ ପ୍ରେମେ ପାଗଳ ତପସ୍ଵିନୀ ଶବରୀ, ହନୁମାନ ଜପେ ରାମ ନାମ ବାରମ୍ବାର ।।

ବାଳି ବଧ କରି ରାମ ସେତୁ ଗଢି ଉଡ଼ାଇ ବିଜୟ ପତାକା ।
ନଳ ନିଳ ସହ ଗୁଣ୍ଡୁଚି ମୁଷାର ଅବଦାନକୁ କର ତୁମେ ବାହା ବାହା।

ବିର ହନୁ ଜଳାଇଲେ ସ୍ଵର୍ଣ୍ଣମୟୀ ଲଙ୍କା ରାକ୍ଷସ ରାବଣ ମୁଁହ ବଙ୍କା ।
ତ୍ରିଭୁବନ ପତି ଶ୍ରୀରାମ ଙ୍କ ବାଜୁଛି ବିଜୟ ଡଙ୍କା ।।

ରାମ ସେନା ରେ ବିଭୀଷଣ ମିଶି ଲଗାଇଲା ଭାତ୍ରୁ ପ୍ରେମ ରେ ଦାଗ ।
ଦଶାନନ, ମେଘନାଦ, କୁମ୍ଭକର୍ଣ୍ଣ ଲଙ୍କା ରକ୍ଷା କରିବାକୁ ଆଗ ।।

ନାଗଫାଶ ବରସି କାମ ଦେଲା ନାହିଁ ହେଲା ମେଘନାଦ ବିଫଳ ।
ମାତା କୈକେୟୀ ର ଆଶ୍ରିବାଦ ପାଇ ଶ୍ରୀରାମ ହେଲେ ସଫଳ ।।

ମାତା କୈକେୟୀ ଙ୍କ ବର ଦୁଇଟି ପାଇଁ ଜଗତ ହେଲା ଶାନ୍ତି ।
ଶ୍ରୀରାମ ଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ହେଲେ ମାତା କୈକେୟୀ ପାଇଁ ଟି ।।ହୃଷିକେଶ କୁଷୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

ହୃଷିକେଶ କୁଷୁଲିଆ
ମୁନିଗୁଡ଼ା, ରାୟଗଡ଼ା ।

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading