ଲୁହ

ଏକା ଏକା ଜୀବନରେ
ବଞ୍ଚିବା ଟା ଏତେ ସହଜ ନୁହେଁ
କିନ୍ତୁ ତୁ ଆସିବୁନି ବୋଲି
କହି ଯାଇଛୁ ସିନା
ବଞ୍ଚିଛି କେବଳ
ତୋ ଅପେକ୍ଷାରେ…

ସମୟ ଫେରାଇ ନେବନି
ମୋତେ ସେ ସ୍ଥାନ କୁ
କିନ୍ତୁ ତୁ ମଧ୍ୟ ଫେରିବୁ ନାହିଁ
ମାତ୍ର ମୋ ଲୁହ ମୋ ସହିତ ଥିବ
ସବୁ କ୍ଷଣ ସବୁ ସ୍ଥିତିରେ…

ଲୁହ କୁ ଶ୍ୱାନ୍ତନା
କେତେ ଦିନ ଦେବୀ କହ
ସେ ଲୁହ ର ସାଗର ମଧ୍ୟ
ଏବେ ଶୁଖିବାକୁ ଲାଗିଲାଣି
କାହିଁକି ନା, ତୁ ଆସିବୁନି ସତ,
ମାତ୍ର ମୁଁ ଜଗି ରହିଛି
ସେ ମନ୍ଦିର ପାହାଚରେ…

ଆଜି ନିର୍ଲଜ ହୋଇ ପଡ଼ିଲିଣୀ
ସ୍ୱାର୍ଥପର ସାଜି ଗଲିଣି
ମାତ୍ର ମୋ ଲୁହ ମୋତେ
ଏକା କରି ଛାଡି ଯାଇନି
କେବଳ ତୋର ସ୍ମୃତି ଓ ରୋଷ କୁ
ବାରମ୍ବାର ମନେ ରଖିବା ପାଇଁ ରେ…

ଭଲ ହେବ ଆସିବୁନି
କାରଣ ଏ ଲୁହ ମଧ୍ୟ ମୋତେ
ରାଣ ପକେଇ କହିଛି
ଯଦି ତୁ ଆସିଯିବୁ
ତେବେ ଏ ଲୁହ ମୋ ଦେହ
ଛାଡ଼ି ଚାଲିଯିବ ରେ
ମଝି ନଈରେ ରହି ତୋତେ
ଛାଡ଼ିବା ସହଜ ହେଲେ
ମୋ ଲୁହ କୁ ଛାଡ଼ିବା ଅସମ୍ଭବ…
ମୋ ଲୁହ କୁ ଛାଡ଼ିବା ଅସମ୍ଭବ…

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

Message for you

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading