ଗୃହ ଚଣ୍ଡୀ (ତୃତୀୟ)

ଦ୍ଵିତୀୟ ଭାଗ

Click the Image for read this story

୩-୪ ମାସ ଠିକ୍ ଠାକ୍ ରେ ରେ ଚାଲିଲା କିନ୍ତୁ ସ୍ଥିତି ଏମିତି ଖରାପ ରୂପ ନେବ ବୋଲି କିଏ ଜାଣି ନଥିଲା । ବାପାଙ୍କ ପରାଲିଶିସ୍ ଯୋଗୁ ସେ ସର୍ବଦା ଘରେ ପଡ଼ି ରହୁଥିଲେ । ଡାକ୍ତର ଙ୍କ ଅନୁସାରେ ସେବା ଦ୍ଵାରା ହିଁ ସେ ପୂର୍ବ ଅବସ୍ଥା କୁ ଫେରି ଆସି ପାରିବେ । ଅନିତା ର ସେବା ଶୁଶ୍ରୁଷା ମଧ୍ୟ ଠିକ୍ ଠାକ୍ ରେ ଚାଲିଥିଲା କିନ୍ତୁ 10 ଦିନ ପାଇଁ ଅନିତା ନିଜ ଘରକୁ ବୁଲିବାକୁ ଯାଇଥିଲା । ତାପର ଠାରୁ ଯେମିତି ସବୁ କିଛି ବଦଳି ଗଲା । ଅନିତା ର ସେବା ରେ ଅଳ୍ପ ଢିଲା ଦେଖିବାକୁ ମିଳିଲା । ଯେମିତି ଧୀରେ ଧୀରେ ସେବା କେବଳ ନାମ ମାତ୍ର ହିଁ ରହିଗଲା । ମେରେଜ୍ ର ଦେଢ଼ ବର୍ଷ ହେବାକୁ ଲାଗିଲାଣି । ପୂର୍ବ ଅପେକ୍ଷା ବାପା ଙ୍କ ଶରୀର ରେ ଠିକ୍ ହେବା ବଦଳରେ ଅଧିକ ଖରାପ ହେବାରେ ଲାଗିଥିଲା । ବାପା ଅଳ୍ପ କଥା କହି ପାରୁଥିଲେ । ରାକେଶ ମଧ୍ୟ ସବୁ ସମୟରେ ଘରେ ରହୁ ପାରୁ ନଥିଲା। କୋଉଠି ସୁଟିଂ ଏବଂ ଫଟୋ ଉଠେଇବା ପାଇଁ ଗଲେ । ଅନିତା ଘରେ ଏକା ଏକା ରହେ । ବାପାଙ୍କ ସେବା କରେ ଅବା ନାହିଁ କେହି ଜାଣନ୍ତି ନାହିଁ । କିଛି ଦିନ ପରେ ଅନିତା ଘରେ ନଥିବା ସମୟରେ ବାପା ରାକେଶ କୁ କହିଲେ, ପୁଅ ମୋ କଥା କୁ ଖରାପ ଭାବିବୁ ନାହିଁ। ମୋତେ କୋଉ ବୁଦ୍ଧାଶ୍ରମ ରେ ରେ ଛାଡି ଦେ ।

ରାକେଶ ପଚାରିଲା ବାପା କଣ ଅସୁବିଧା ହୋଇଛି କି ? ଅନିତା ତୁମର ସେବା ରେ ଅବହେଳା କରୁଛି କି ? ବାପା ଚୁପ୍ ରହିଲେ । ବାପା କହିଲେ, ସେମିତି ନାହିଁ ପୁଅ, ମୋତେ ସେଠୀ ଛାଡ଼ି ଦେ । ତୁମେ ଦୁହେଁ ଖୁସିରେ ରହିବ । ରାକେଶ ମନରେ ଅଳ୍ପ ସନ୍ଦେହ ଜାତ ହେଲା ? ରାକେଶ କହିଲା ବାପା କାମବାଲୀ ପୁଣି ରଖିବା କି ? ବାପା ମୁଣ୍ଡ ହଲେଇ ମନା କରିଲେ । ରାକେଶ ବାପା ଙ୍କୁ ଅନୁରୋଧ କରି ପଚାରିବା ପରେ ବାପା କହିଲେ ଯେ, ନା ପୁଅ ତୋ ସ୍ତ୍ରୀ ଅପେକ୍ଷା ତୁ ସେବା କରିବୁ ଯଦି ମୋତେ ଅଳ୍ପ ଆଶ୍ଵାସନା ମିଳିବ । ବୋହୂ ର ସେବା ମୋତେ ଦରକାର ନାହିଁ । କାରଣ ତାର ସେବା ବଦଳରେ ମାଡ ଗାଳି ଶୁଣିବାକୁ ଆଉ ଏ ଦେହ ଇଚ୍ଛା ପ୍ରକାଶ କରୁ ନାହିଁ।



ରାକେଶ ରାଗରେ, ସେ ଆପଣଙ୍କୁ ମାଡ ଗାଳି ଦେଉଛି କି? ବାପା, ତୁ ରାଗେନି ପୁଅ, ତୁମ ସମ୍ପର୍କ ଖରାପ କରିବାକୁ ମୁଁ ଚାହୁଁ ନାହିଁ । ତୁମେ ଖୁସିରେ ରହିବା ପାଇଁ ମୋର ଚେଷ୍ଟା ରେ ମୁଁ ଅସଫଳ ହୋଇଯିବି । ସେଥିପାଇଁ ମୋର ଅନୁରୋଧ ରକ୍ଷା କରିବୁ ମୋତେ କୋଉ ବୁଦ୍ଧା ଆଶ୍ରମ ରେ ଛାଡ଼ି ଦେ ମୁଁ ସେଠି ଖୁସିରେ ଦିନ କାଟି ପାରିବି। ରାକେଶ କହିଲା, ନାହିଁ ବାପା ତମେ କୋଉଠି ଯିବ ନାହିଁ । ଯେତେ ଦିନ ମୁଁ ବଞ୍ଚିଛି ବରଂ ମୁଁ ସେବା କରିବି ସିନା ତମକୁ ଆଉ କୋଉଠି ଛାଡ଼ିବି ନାହିଁ । ପୁଅ କଥା ଶୁଣି ବାପା ଙ୍କ ଆଖିରୁ ଖୁସିରେ ଲୁହ ବାହାରି ଗଲା । ରାକେଶ କହିଲା ମୁଁ କିଛି କରୁଛି । ସେ ଆଜି ତାଙ୍କ ଗାଁ କୁ ଯାଇଛି କାଲି ସେ ଆସିଲେ ମୁଁ କିଛି ବ୍ୟବସ୍ଥା କରିବି ।



ତା ପର ଦିନ, ଅନିତା ର ଭାଇ ଅନିତା କୁ ନେଇ ଘରେ ପହଞ୍ଚିଲା । ତାର ଭାଇ କିଛି ସମୟ ରହି ଚାଲିଗଲା । ରାକେଶ ଅନିତା କୁ ନିଜ ବେଡ୍ ରୁମ୍ କୁ ଆଣି ବାପାଙ୍କ ସେବା ବିଷୟରେ ପଚାରିଲା । ଅନିତା ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା ଏବଂ ଶେଷରେ ସେ ମନା କରିଲା ଯେ ମୁଁ ବାପାଙ୍କୁ ମାଡ ଗାଳି କିଛି ଦେଇନି ତଥା ତାଙ୍କ ସେବା ରେ ମଧ୍ୟ ମୁଁ କେବେ ଅବହେଳା କରିନି, ବାରମ୍ବାର ପଚାରିବା ପରେ ମଧ୍ୟ ସେ ଗୋଟିଏ ଜିଦ୍ ରେ ଅଟଳ ଯେ ମୁଁ କିଛି କରିନି । ରାକେଶ ମଧ୍ୟ ଚୁପ୍ ରହିଲା । ରାକେଶ ଭାବିଲା ଦୁଇ ତିନି ଦିନ ଦେଖିବି ନହେଲେ ଅନ୍ୟ ଉପାୟ କିଛି ଦେଖିବି।

ସେ ପ୍ରଶ୍ନ ପରେ ଅନିତା ପ୍ରାୟ 20-25 ଦିନ ଠିକ୍ ରେ ସେବା କରିଲା କିନ୍ତୁ ତା ପର ଠାରୁ ସେ ଦେଖିଲା ଯେ ରାକେଶ ଏବେ ଆଉ ପଚାରୁ ନାହାନ୍ତି ପୁଣି ସେ ସେବାରେ ଅବହେଳା କରିବାକୁ ଲାଗିଲା ଏବଂ ବାପାଙ୍କୁ କହେ ତମେ ମୋ ନାମରେ ରାକେଶ ଙ୍କୁ କହୁଛ ତେବେ ମୁଁ ତୁମକୁ କୋଉ ଦିନ ବିଷ ଦେଇ ଦେବୀ । ବାପା ମଧ୍ୟ ଡରରେ କିଛି କହୁ ନଥାନ୍ତି ।

ରାକେଶ ପ୍ରତି ସପ୍ତାହ ରେ ମେଡ଼ିକାଲ ଚେକ୍ ଅପ୍ କରିବାକୁ ନିଅନ୍ତି। ଶେଷ ସପ୍ତାହ ରେ ଯେତେବେଳେ ମେଡ଼ିକାଲ ନେଇ ଗଲେ ସେତେବେଳେ ଜାଣିଲେ ଯେ ଦେହ ଠିକ୍ ଥିଲା କିନ୍ତୁ ଶେଷ ସପ୍ତାହ ରୁ ପୁଣି ଥରେ ଖରାପ ହେବାକୁ ଲାଗିଥିଲା। ଡାକ୍ତର ବାବୁ କହିଲେ । ତାଙ୍କୁ କିଏ ମାଲିସ୍ କରିବା ବଦଳରେ ତାଙ୍କ ପରାଲିଶିଶ୍ ଅଙ୍ଗରେ ଆଘାତ ଦିଆ ଯାଉଛି । ସେଥିପାଇଁ ଦେହରେ କିଛି ଉତ୍ତମ ପରିବର୍ତ୍ତନ ଆସୁ ନାହିଁ । ରାକେଶ ବାପା ଙ୍କୁ ପଚାରିଲା ଏବଂ ସେ ପୁଣି କାନ୍ଦ କାନ୍ଦ ହୋଇଗଲେ ।

ଏଥର ରାକେଶ ଜାଣି ପାରିଲା ଯେ ସବୁ ଭୁଲ ଅନିତା ର ? ରାକେଶ ବାପାଙ୍କୁ ଘରେ ଛାଡିଲା ପରେ ଅନିତା କୁ ପଚାରିଲା ଏବଂ ଏଥର ଅନିତା ରାଗରେ କହିଲା ମୁଁ କରୁଛି ନା ସେ ନିଜେ ପଡ଼ି ଯାଉଥିବେ, ମୁଁ କେମିତି ଜାଣିବି ?? ସବୁ ଦୋଷ ମୋତେ ଦେଉଛ ଯେ । ତମର ଯଦି ସନ୍ଦେହ ହେଉଛି ଘରେ ବସି ରୁହ ଆଉ ଦେଖ ମୁଁ ସେବା କରୁଛି ନା ଆଉ କଣ କରୁଛି । ରାକେଶ କଣ ଉତ୍ତର ଦେବ । ରାଗରେ ଜଳୁଥିଲା। ସେ କହିଲା ସତ କୁହ ଅନିତା ?? ବାପା ଙ୍କୁ ତମେ ଅନାଦର କାହିଁକି କରୁଛ ? ବାପାଙ୍କ ସେବା ଯଦି ଦେଇ ପାରୁନ ତେବେ ମୋତେ ମନା କରିଦିଅ । ମୁଁ ସେବା କରିବା ପାଇଁ କାହାକୁ ରଖିବି । ଅନିତା ମଧ୍ୟ ରାଗରେ ହଁ ହଁ ଆଉ କୋଉ ସ୍ତ୍ରୀ ଆଣି କୁ ଘରେ ରଖ । ସେ ସେବା ଦେବ ମୁଁ ତ ଦେଇ ପାରୁନି । ଏତିକି ରେ ରାଗ ତମ ତମ ହୋଇ ଅନିତା ବେଡ୍ ରୁମ୍ କୁ ଚାଲିଗଲା ।

To be continued…….

Click here for Part 4

ଆସନ୍ତା କାଲି ପଢ଼ିବେ: ମୋ ସାଙ୍ଗ ବେଣୁଧର ପଚାରିଲା ଯେ ସେଦିନ ବୁଲେଟ ରେ କିଏ ଆସିଥିଲା ରେ ? ଏହି କଥା ମୁଁ ଅନିତା କୁ ପଚାରିଲି ? ସେ କହିଲା ମୋ ସାଙ୍ଗର ଭାଇ ।

Click the image for read this story

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading