ଗୃହ ଚଣ୍ଡୀ (ଦ୍ଵିତୀୟ)

Gruha chandi

ପ୍ରଥମ ଭାଗ

ଠିକ୍ ୮ ଦିନ ପରେ ସୁଧୀର ରାକେଶ କୁ କଲ୍ କରିଲା । କଣ ଭାଇ , ଫ୍ରି ହେଲୁଣି ନା ଆଉରି ଅଛି। ରାକେଶ, ନା ରେ ଭାଇ, ଆଉ ଚାରିଦିନ ପରେ ଫ୍ରି ହେବି । ତୋ କଥା କହ ? ସୁଧୀର, ମୋ କଥା ଛାଡ, ତୋର ଆଉ ଅନିତା ର ଖବର କଣ ?? ରାକେଶ, ଆରେ ସେ ମେଣ୍ଟାଲ !!! , ଭାଉଜ କୁ କହିବୁନି ରେ ଭାଇ, ସେ ତା ପର ଦିନ କଲ୍ କରି ମୋତେ ହାଲଚାଲ ପଚାରିଲା । ମୁଁ ଅଳ୍ପ କଥା ହୋଇ ରଖି ତାର ନମ୍ୱର୍ କୁ ବ୍ଲକ କରିଦେଇଛି । ସୁଧୀର, ଆବେ ଭାଉଜ ସବୁ ସୁଣୁଛି, ରାକେଶ, ତୁ ମୋତେ ଜେଲ୍ ପଠେଇବୁ ଲାଗୁଛି । ଭାଉଜ ନମସ୍କାର, ତମ ସାଙ୍ଗ କୁ ଟିକେ ବୁଝେଇ ଦେବ। ଆଉ ମୋତେ କ୍ଷମା କରିବ । ମାତ୍ର ମୁଁ ଏବେ ସେ ଚକ୍କର ରେ ପଡ଼ି ମୋର ସମୟ ନଷ୍ଟ କରିବାକୁ ଚାହୁଁ ନାହିଁ । ମଧୁ, ଠିକ୍ ଅଛି ଯେ, କିନ୍ତୁ ଘଟଣା ତ ଘଟି ସାରିଲାଣି, ବୋଧେ ତମ ପାଖକୁ ପହଞ୍ଚି ନାହିଁ । ରାକେଶ, କଣ ଘଟଣା ?
ମଧୁ: ଅନିତା ଏବେ ତମକୁ ନେଇ କେତେ ସ୍ବପ୍ନ ଦେଖିଲାଣି। ଆଉ ତମେ ମନା କରୁଛ ଯେ ? ରାକେଶ, ଭାଉଜ ଆଉ ସୁଧୀର ମୁଁ ଏବେ ରଖୁଛି , ମୁଁ ଆଉ ଚାରିଦିନ ପରେ ପୁରା ଫ୍ରୀ ହୋଇଯିବି ଏବଂ ଘରକୁ ଆସି ବାକି କଥା ହେବା। ଏବେ ମୋତେ ସମୟ ଅଭାବ। ଏତିକି କହି ରାକେଶ ଫୋନ୍ କାଟି ଦେଲା।

ବାହାଘର ର ଠିକ୍ ୧୩ ଦିନ ପରେ ରାକେଶ ସୁଧୀର ଘରେ ପହଞ୍ଚିଲା । ସୁଧୀର ବାହାରକୁ ଯାଇଥିଲା କିଛି ସମୟ ପରେ ଘରେ ଆସି ପହଞ୍ଚିଲା । ସୁଧୀର , ମଧୁ କୁ ଦେଖି କହିଲା । ତମେ ଅନିତା କୁ କହିନ କି ? ମଧୁ : ହଁ କହିଛି, ସେ ଛୁଟି ନେଇ ଆସିଛି ବୋଧେ ସେ ୨୦ ମିନିଟ୍ ଭିତରେ ପହଞ୍ଚିବ। ରାକେଶ ମୁଣ୍ଡରେ ହାତ ଦେଇ ବସିଲା। କଣ କରିଲ ଭାଉଜ ତମେ ? ସୁଧୀର ଆବେ କଣ ହେଲା ? ତୁ ତ କହୁଥିଲୁ ଭଲ ଝିଅ ଦେଖିଲେ ବିବାହ କରି ନେବି। ଆଉ ସେ ମଧ୍ୟ ଆମ କେଷ୍ଟ ର ତେବେ ଅସୁବିଧା କୋଉଠି ରହିଲା ଯେ । ରାକେଶ, ଆରେ ଭାଇ କଥା ସେଠୀ ନାହିଁ। ମୋତେ ଆଉ କିଛି ଦିନ ମୋ କାମ ଶିଖିବାର ଅଛି ତାପରେ ମୋ ବାହାଘର କଥା ଚିନ୍ତା କରି ଥାନ୍ତି।

Click the image for read this story


ସୁଧୀର : ହଉ ଠିକ୍ ଅଛି ବେଳେବେଳେ ଅନ୍ୟକୁ ମଧ୍ୟ ସମୟ ଦେବାକୁ ପଡ଼େ। ତୁ ଏତେ Tension କାହିଁକି ହେଉଚୁ ଯେ । ରାକେଶ, ସୁଧୀର ତୁ ତ ମୋତେ ଜାଣୁ। ସୁଧୀର, ବୁଝିବାର କିଛି ନାହିଁ, ସେଦିନ ତୁ ଶୁଣିଲୁ ନାହିଁ, ଆଜି ତୋତେ କହିବି। ଚାଲ ଖାଇ ଖାଇ କଥା ହେବା। ଦୁହେଁ ଖାଇବାକୁ ବସିଲେ।

ସୁଧୀର: ବାହାଘର ର ପର ଦିନ ସକାଳେ , ଆମ ମୁଣ୍ଡ ଖାଇଲା, କହିଲା ଭାଇ ମୁଁ ରାକେଶ ସହିତ ବିବାହ କରିବି। ମୁଁ କହିଲି ସେ ମାନିବ ନାହିଁ । କିନ୍ତୁ ସେ ଗୋଟିଏ ଜିଦ୍ ରେ ଅଟଳ ! ମୁଁ କହିଲି ହଉ ତା ନମ୍ୱର୍ କୁ ଫୋନ୍ କର । ସେ କଲ୍ କରିଲା କିନ୍ତୁ ତୁ ବ୍ୟସ୍ତ ଯୋଗୁ ଫୋନ୍ କାଟି ଦେଲୁ । ମୁଁ କହିଲି ସେ ବ୍ୟସ୍ତ ଅଛି ତାକୁ ତମେ ଡିଷ୍ଟର୍ବ କର ନାହିଁ । ତାପରେ ସେ ଆଉ କଲ୍ କରି ନାହିଁ । କିନ୍ତୁ ସେ ନିଜ ଘର କୁ ଯାଇ ତାଙ୍କ ଘରେ ତୋ କଥା କହିଲା । ତାଙ୍କ ଘରେ କଣ ହେଲା କେଜାଣି । ଦୁଇ ଦିନ ପର୍ଯ୍ୟନ୍ତ ଘରେ ଜୋର୍ ସୋର ରେ ଝଗଡ଼ା । ମୁଁ ଶୁଣି ପହଞ୍ଚିଲି ତାଙ୍କ ଘରେ । ମୋତେ ତୋ କଥା ତାଙ୍କ ଘରେ ପଚାରିଲେ । ମୁଁ ହଁ କହିଲା ପରେ ସେ ମାନିଗଲେ ଏବଂ ତୋତେ ତାଙ୍କ ଘରେ ଜୋଇଁ ପୁଅ କରିବା ପାଇଁ ସ୍ବପ୍ନ ଦେଖି ସାରିଲେଣି ଏବଂ ସେ ଆଜି ତୋତେ ଦେଖିବା ପାଇଁ ଆସୁଛି। ରାକେଶ ର Tension ବଢ଼ିଗଲା । ସେ ଚୁପ୍ ଚାପ୍ ରହିଲା।

ଖାଇବା ସରିବାକୁ ଥିଲା । ଅନିତା ଆସି ପହଁଚିଲା । ଅନିତା, ରାକେଶ କୁ ଦେଖି ଖୁସିରେ ପୁରା ପାଗଳ। ସାଙ୍ଗରେ ଝିଲି ମଧ୍ୟ ଆସି ଥାଏ। ଝିଲି, (ରାକେଶ କୁ ଦେଖି) ଏ ତୋର ଲାଇଫ ପାର୍ଟନର ??? ଏ କେମେରା ମେନ୍ ??? ତୁ ତ ସେଦିନ ମନା କରୁଥିଲୁ ପୁଣି ଏତେ ବଦଳି ଗଲୁ କେମିତି ? ଅନିତା: ତୁ ଚୁପ୍ କର, ସାଙ୍ଗରେ ଆସିଚୁ। ବେଶୀ ବଲ ବଲ ହେ ନାହିଁ । ଝିଲି ଚୁପ୍ ହୋଇଗଲା । ସେଦିନ ରାକେଶ ଆଉ ଅନିତା ବସି କଥା ହେଲେ ଏବଂ ରାକେଶ ଅନିତା କୁ କହିଲା ମୁଁ ଏବେ ମୋ କାମ ଉପରେ ଫୋକସ୍ ରଖିବାକୁ ହେବ । କାରଣ ମୋ ଷ୍ଟୁଡିଓ ରେ ମୋ ଘର ଚାଲେ । ମାଆ ଙ୍କ ଦେହ ଅସୁସ୍ଥ ସମୟରେ ବାପା ଆଣିଥିବା ଲକ୍ଷ ଲକ୍ଷ ଟଙ୍କା କୁ ସୁଧ ସହିତ ମୋତେ ଫେରେଇବାକୁ ପଡୁଛି । ତାପରେ ମା ଚାଲିଗଲେ, ତା ପର ଦିନ ଠାରୁ ବାପା ଙ୍କ ଦେହ ଠିକ୍ ନାହିଁ । ସେ ପରାଲିଶିସ ରେ ପଡ଼ି ରହିଛନ୍ତି ।

ଅନିତା କହିଲା, ତେବେ ଅସୁବିଧା କଣ? ମୁଁ ତମ ଘରକୁ ଆସିଲେ ତମ ବାପାଙ୍କ ସେବା ମଧ୍ୟ କରି ପାରିବି। କିନ୍ତୁ ମୋର ଇଚ୍ଛା ଥିଲା ଯେ ମୁଁ ଚାକିରୀ କରେ । ଚାକିରି ଶବ୍ଦ ଟି ଶୁଣି ରାକେଶ ପୁଣି ଦୁଃଖୀ ହୋଇଗଲା। ରାକେଶ: ତେବେ ଏହି ବାହାଘର ସମ୍ପୁର୍ଣ୍ଣ ଅସମ୍ଭବ କାରଣ ତମେ ଯଦି ଚାକିରି କରିବ। ତେବେ ତମେ ସେବା କରି ପାରିବ ନାହିଁ । ଅନିତା କହିଲା, ନାହିଁ ୟାର, ମୁଁ ମଜା ନେଉଥିଲି। ମୁଁ ତୁମ ସହିତ ରହିବି। ରାକେଶ ପଚାରିଲା ମୋ ପାଇଁ ଦୁଇ ବର୍ଷ ଅପେକ୍ଷା କରି ପାରିବ ? ଅନିତା, (ଆଶ୍ଚର୍ୟ୍ଯ ରେ) ଦୁଇ ବର୍ଷ , ନାହିଁ ନାହିଁ, ଏତେ ଲେଟ୍, ମୁଁ ରହି ପାରିବି ନାହିଁ । ରାକେଶ କହିଲା ହଉ ଠିକ୍ ଅଛି ମୁଁ ଘରକୁ ଯାଏ ,ବାପା ସହିତ କଥା ହୋଇ ମୁଁ ତୁମକୁ ଜଣେଇବି। ଅନିତା, ପ୍ରଥମେ ମୋ ନମ୍ବର୍ କୁ ବ୍ଲକ ଲିଷ୍ଟ ରୁ ରୀମୁଭ କର । ରାକେଶ ଅଳ୍ପ ହସି ମୋବାଇଲ ବାହାର କରି ନମ୍ୱର୍ କୁ ଅନ୍ ବ୍ଲକ୍ କରିଦେଲା ଏବଂ ଅଳ୍ପ ସମୟ ପରେ ରାକେଶ ଫେରିଗଲା ନିଜ ଘରକୁ। ରାକେଶ ବାପା ଙ୍କ ସହିତ କଥା ହୋଇ ଅନିତା କୁ ଜଣାଇଲା। ଅନିତା ମଧ୍ୟ ନିଜ ପରିବାର ସହିତ ଜଣାଇଲା ଏବଂ ଗୋଟିଏ ବର୍ଷ ଭିତରେ ସେ ଦୁଇ ଜଣଙ୍କ ବିବାହ ମଧ୍ୟ ହୋଇଗଲା।

To be continued……..

(ଆଗକୁ ପଢ଼ିବେ : ମୋର ଅନୁରୋଧ ରକ୍ଷା କରିବୁ ମୋତେ କୋଉ ବୁଦ୍ଧା ଆଶ୍ରମ ରେ ଛାଡ଼ି ଦେ ମୁଁ ସେଠି ଖୁସିରେ ଦିନ କାଟି ପାରିବି। ରାକେଶ କହିଲା, ନାହିଁ ବାପା ତମେ କୋଉଠି ଯିବ ନାହିଁ । ଯେତେ ଦିନ ମୁଁ ବଞ୍ଚିଛି ବରଂ ମୁଁ ସେବା କରିବି ସିନା ତମକୁ ଆଉ କୋଉଠି ଛାଡ଼ିବି ନାହିଁ)

Click the image for read this story

ଆସନ୍ତା କାଲି ଠିକ୍ ସନ୍ଧ୍ୟା 8 ଘଣ୍ଟ ସମୟରେ

ଏହି କାହାଣୀ ଟି ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ। ତାଙ୍କର ଲିଖିତ ଅନ୍ୟ କାହାଣୀ ଗୁଡ଼ିକ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା ଲିଙ୍କ କୁ କ୍ଲିକ୍ କରନ୍ତୁ

Click Here

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading