ତଥାପି ବଞ୍ଚିଛି…



ମୁଁ ଫେରିଛି ତୁମ ଠାରୁ
ଜୀର୍ଣ୍ଣ, ଶିର୍ଣ୍ଣ ଧୂମୀଳ ଗୋଧୁଳିକୁ
ସାକ୍ଷୀ କରି…
ମୁଁ ବଞ୍ଚିଛି ଗତ ତିନି ଶହ ପଞ୍ଚ ଷଠିଦିନ ହେଲା
ମୁଁ ବଞ୍ଚିଛି ଅତିତରୁ ପାଦ ଫେରାଇ
ତୁମ ସ୍ନେହ ଓ ପ୍ରେମ ବିନା…
ତୁମ ଛଳନା -ପ୍ରବଞ୍ଜନା – ଅହଙ୍କାର
ତୁମ ଆତ୍ମଗର୍ବକୁ ପଦାଘାତ କରି;
ମୁଁ ତିଷ୍ଠି ଯାଇଛି
ବର୍ଣ୍ଣାଳୀ ରଏକ ନୂତନ ଦୁନିଆରେ
ବିଚିତ୍ର ଭବିଷ୍ୟତ କୁ ନେଇ… ।
ବର୍ତମାନ ମୁଁ ଫେରିଛି ନୂତନ ଦୁନିଆକୁ
ପ୍ରେମର – ବିଶ୍ଵାସର – ସାର୍ଥକତାର ମର୍ଯ୍ୟାଦା ଭିତରକୁ
କିନ୍ତୁ ….ତୁମେ ବନ୍ଦୀ
ଗୋଟିଏ କଦର୍ଯ୍ୟ ବେସାହାରା ସମୟ ପାଖରେ…
ତୁମେ ଉପେକ୍ଷା କଲ
“ମୁଁ ତ୍ୱର” ଲୋଭରେ, ଟଙ୍କାର ମାୟାରେ
ତୁମେ ଲୁକାୟିତ ମୋ ପ୍ରତୀକ୍ଷାରେ
ବୁଢୀମା ଅସୁରୁଣୀ ଗଳ୍ପରେ
ଆଜି କିନ୍ତୁ ପ୍ରତି ବନ୍ଧକ ରୁ ମୁଁ ଉନ୍ମୁକ୍ତ…
ଏକ ନୂତନ କାହାଣୀ ର ପରିଚୟ ଭାବେ
ମୋ ଆଶାର ସାମ୍ରାଜ୍ୟ
ନୂତନ ଦିଗନ୍ତର ସମ୍ରାଟ ଭାବେ। ।


*ମନୋଜ କୁମାର ବେହେରାଙ୍କ ଲେଖନୀରୁ…*
*ସୁବୁଦ୍ଧି ପଲ୍ଲୀ, ଗଞ୍ଜାମ ।*

2 thoughts on “ତଥାପି ବଞ୍ଚିଛି…”

  1. ବହୁତ ଉଚ୍ଚ କୋଟୀର ପଦ୍ୟ ଟିଏ…ବହୁତ ଭଲ ଲାଗିଲା

Leave a Reply

Your email address will not be published. Required fields are marked *