ଭ୍ରୁଣ ଟିଏ ମୁଁ…



ଜନ୍ମ ଦେଇ ମାଲୋ ପର ତୁ କରିଲୁ
ମୁଁ କି ତୋହରି ନୁହଁ,
ସେଥିପାଇଁ ମା କି ପର ବୋଲି ଭାବି
ପୋତି ଦେଲୁ ମୋର ଦେହ..

କେତେ ଆଶା ଥିଲା ଜନମିଲେ ମାଲୋ,
କୁଆଁ କୁଆଁ ରାବ ଦେବି,
ସେ ରାବକୁ ଶୁଣି ଖୁସି ହେବୁ ତୁ ଲୋ
ତୋ ପାଇଁ ମୁକୁତା ହେବି…

ଯୌବନ ଲାଳସା ପୂରଣ ପାଇଁ କି
କଲୁ ପ୍ରେମ ଆଲିଙ୍ଗନ,
ତୋର ଲାଳସାରୁ ଗର୍ଭରେ ରହିଲି
ଭୃଣେ ପଶିଲା ଜୀବନ…

ହେଲେ ମା ତୋର ଟିକେ ଭୁଲ ପାଇଁ
ଦେଲୁ ମୋତେ ମହା ଶାସ୍ତି,
ପାପ ଗର୍ଭବୋଲି ଲୋକ ଲାଜେ ଡରି
ମାଟି ତଳେ ଦେଲୁ ପୋତି…

କହେ ଭ୍ରୁଣ ମୁଁହି ଶୁଣ ମା ମାନେ
ନ କର ଏ ଅତ୍ୟାଚାର,
ତୁମ ପାପ ଫଳ ଭୋଗୁଛୁ ଯେ ଆମେ
ଭ୍ରୁଣ ହତ୍ୟାକୁ ତ ଡର…

ନରେନ୍ଦ୍ର କୁମାର ସ୍ବାଇଁ
ଗୋଳାବନ୍ଧ, ଗଞ୍ଜାମ ।

Comments are closed

Discover more from Bhuyans Blog

Subscribe now to keep reading and get access to the full archive.

Continue reading