Category Archives: Narendra

ହଜିଲା ଅତୀତ…




ପ୍ରିୟା ମୋର ହଜିଗଲୁ ସବୁଦିନ ପାଇଁ
ଦେଖାହେବ ପୁଣି କେବେ ଜମା ଜାଣି ନାହିଁ…

କେତେ ପ୍ରତିଶୃତି ତୁ ଦେଇଥିଲୁ ମିଛରେ
ସତ ଭାବି ସିନ୍ଦୂର ମୁଁ ଦେଇଥିଲି ମଥାରେ…

ସେ ସିନ୍ଦୂର ପୋଛି ଦେଲୁ ଭୁଲି ଆମ ପ୍ରେମକୁ
ଭାଙ୍ଗି ଦେଇ ହୃଦୟ ମୋ ଚାଲିଗଲୁ ଦୂରକୁ…

ତୁ ସିନା ଚାଲିଗଲୁ ତୋ ପରି ରାଇଜେ
ପରି ରାଇଜକୁ ଯାଇ ରହିଲୁ ତୁ ମଉଜେ…

ତୋତେ ଖୋଜି ଖୋଜି ଆଜି ପାଗଳ ମୁଁ ହୋଇଛି
ଶରୀର ରେ ପ୍ରାଣ ସିନା ସବୁଦିନ ମରୁଛି…

ମୁଁ ବି ତ ମଣିଷଟେ ବଞ୍ଚିବାକୁ ଚାହୁଁଛି
ତୋତେ ଭଲ ପାଇ କଣ ଏତେ ଭୁଲ କରିଛି…

ଭୁଲି ପାରୁନାହିଁ ସେହି ଅତୀତ ମୋ ମନରେ
ତୋ କଥା ଭାବି ନିତି କାନ୍ଦୁଛି ମୁଁ ରାତିରେ…

ପୁଣି ଥରେ ଫେରି ଆସେ ପ୍ରିୟା ମୋ ପାଖକୁ
ତୋତେ ଦେଖି ଭୁଲିଯିବି ମୋର ସବୁ ଦୁଃଖକୁ…


ନରେନ୍ଦ୍ର କୁମାର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ।

ବୁଦ୍ଧି ହୀନ ଲୋକ ମାନଙ୍କ ପାଇଁ ପଦେ…

ଆପଣମାନେ ଗୀତରେ ଶୁଣିଥିବେ “ଲକ୍ଷେ ଶିବ ପୂଜି ପାଇଥିଲି ପୁଅ ,କିନ୍ତୁ ପୁଅ ଚାହିଁଲା ନାହିଁ ମୋ ମୁହଁ “। ୟା ଅର୍ଥ ଏହା ଯେ ମା ଟି ପୁଅ ଟିଏ ପାଇବା ପାଇଁ କେତେ ଜପ କେତେ ତପ କରିଥିଲା ।

ହେଲେ କେବେ ଆପଣ ମାନେ ଶୁଣିଛନ୍ତି କି ??? ଝିଅ ଟିଏ ପାଇଁ କିଏ କେବେ ଭଗବାନଙ୍କୁ ପାର୍ଥନା କରିଛି? ନାହିଁ !!! ଏହାର କାରଣ ଏହା ଯେ,,, ସମସ୍ତଙ୍କର ମନରେ ସେହି ଗୋଟିଏ ଭାବନା ,ପୁଅ ଟିଏ ଜନ୍ମ ହେଲେ କୁଳ ଉଧାର କରିବ ଆଉ ଝିଅ ଟିଏ ଜନ୍ମ ହେଲେ ପର ହୋଇ ଚାଲିଯିବ। ସେଥିପାଇଁ ଆଜିର ଦିନରେ ଅଲଟ୍ରାସାଉଣ୍ଡ କରନ୍ତି ଜାଣିବା ପାଇଁ ଯେ ଗର୍ଭରେ ପୁଅ ଅଛି ନା ଝିଅ ଟିଏ। ଆଉ ଯେତେବେଳ ଜାଣିବେ ଯେ ଝିଅ ଟିଏ ଅଛି । ସେତେବେଳେ ନିରୀହ ଭୃଣ ଟିକୁ ଗର୍ଭରେ ହିଁ ମାରି ଦିଅନ୍ତି । ଯଦି ଅବା ବାପା ମାଆଙ୍କ ସମ୍ମତିରେ ଝିଅ ଟିଏ ହୁଏ ତେବେ ତାକୁ ନା ନା ଟାହି ଟାପରାର ଶିକାର ହେବାକୁ ପଡେ। ସମସ୍ତଙ୍କ ଭାବନା ଯେ ଝିଅଟି ବଡ ହେଲେ ଦିନେ ଶାଶୁଘରକୁ ଯିବ ସେଥିପାଇଁ ଝିଅକୁ ଅଧିକା ପଢାଇବା ପାଇଁ ମଧ୍ୟ ଚାହାନ୍ତି ନାହିଁ । ଝିଅଟି ଜୀବନକୁ ସୁନ୍ଦର ରୂପରେ ଗଢି ତୋଳିବା ପାଇଁ କେତେ ଅସୁମାରୀ ସପ୍ନ ଦେଖିଥାଏ। ହେଲେ ତାର ସପ୍ନ କୁ ସମାଜର କଠୋର ନିୟମ ରେ ଚାପି ଦିଆଯାଏ।

ଛୋଟ ବେଳରୁ ତାର ସ୍ବାଧିନ ରୂପରେ ଉଡ଼ିବା ପାଇଁ.

V5

ଡେଣା ଦୁଇଟି କୁ କାଟି ଦିଆଯାଏ। ଯେତେବେଳ ସେ ଯୌବନର ପ୍ରଥ

ମ ସୋପାନରେ ପଦାର୍ପଣ କରେ ,ପାଷାଣ ରୂପକ ପୁରୁଷ ମାନଙ୍କର ଆଖିରେ ଆସି…. ନିଜକୁ ଅସୁରକ୍ଷିତ ମନେ କରେ । ସେମାନଙ୍କର ଲୋଲୁପ ଦୃଷ୍ଟିର ଫଳ ସ୍ବରୂପ ଆଜି ବଳତ୍କାର ର ଶିକାର ହୋଇ କେତେ ଯେ ନିର୍ଭୟା ଭଳି ଝିଅ ମାନେ ବଳି ପଡ଼ୁଛନ୍ତି ତାହାର ହିସାବ ନାହିଁ । ଦେଶ ସାରା ଗଣ ଧର୍ଷଣର, ନାରୀ ନିର୍ଯାତନାର କାହାଣୀ ଅନବରତ ଚାଲିଛି ।ଧର୍ଷଣକାରି ମାନଙ୍କୁ ଫାଶି ଦିଆଯାଉଛି ସତ ତଥାପି କାମନାର ନିଶାରେ ମତୁଆଲ ହୋଇ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ କରି ଚାଲିଛନ୍ତି। ଝିଅଟି ଯଦି ନିଜ ଗୋଡରେ ଠିଆ ହେବା ପାଇଁ ଘରୁ ପାଦ ବାହାର କରେ ତେବେ ତାକୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ନୂଆ ଜାଗା ନୂଆ ସହରକୁ ଆସି ସେଠି ପ୍ରତିଟି ଦିନ ସଂଘର୍ଷର ସହ ଜୀବନଯାପନ କରିବାକୁ ପଡେ । ହେଲେ ସେଠି ମଧ୍ୟ ସେ ସୁରକ୍ଷିତ ମନେ କରେ ନାହିଁ । ସେ ହିଁ ଜାଣିଥାଏ ତା ସଂଘର୍ଷର କାହାଣୀ । ବିବାହ ପରେ ଶାଶୁ ଘରେ ନିଜକୁ ଖାପ ଖୁଆଇବା ତା ପାଇଁ କଷ୍ଟକର ହୋଇଥାଏ।

ନିଜ ବାପା ଘରେ ବିତାଇ ଥିବା ସୌଖୀନ ଜୀବନଯାପନକୁ ତ୍ଯାଗ କରି ଶଶୁର ର ସମସ୍ତ ଚାଲି ଚଳଣ ସହ ନିଜକୁ ଅଭ୍ୟସ୍ତ କରାଇଥାଏ। ଯଦି ଅବା କୌଣସି ପ୍ରକାର ତୃଟି ହୋଇଯାଏ ତେବେ ନାନା କଟୁବାଣୀ ଶୁଣିବାକୁ ପଡିଥାଏ। ପର ମୁହୂର୍ତ୍ତରେ ଜନନୀ ସାଜି ବହୁ ଯନ୍ତ୍ରଣା ସହ୍ୟ କରି ସନ୍ତାନ କୁ ଛୋଟରୁ ବଡ କରିଥାଏ । ଯଦି ସେହି ସନ୍ତାନ ତାର ପରିଣତ ବୟସରେ ହତାଦର କରିଦିଏ । ତେବେ ତାର ଶେଷ ଜୀବନ ବି ଦାରୁଣ ଜୀବନ ପାଲଟିଯାଏ । ତେଣୁ ନାରୀ ସମାଜକୁ ସମ୍ମାନ ଦେଇ ସେମାନଙ୍କର ପ୍ରତିଟି ବିକାଶ ମୂଳକ ପଦକ୍ଷେପରେ ସହଯୋଗ କରିବା ଆବଶ୍ୟକ। ନଚେତ୍ ଦିନ ଆସିବ ଯେମିତି ମାତା ସୀତାଙ୍କ ଅଶ୍ରୁ ଜଳରେ ଲଙ୍କା ଧ୍ବଂସ ହୋଇଯାଇଥିଲା ଠିକ୍ ସେମିତି ଏହି କଳି ଯୁଗ ପାପର ଭାରରେ ଖୁବ୍ ଶୀଘ୍ର ସବୁ କିଛି ବିନାଶ ହୋଇଯିବ ।

ମଶା…(Returns)

ଦିନଥିଲା ଟିକେ ଧୁଆଁ ବାଜିଗଲେ
ମଶା ହେଉଥିଲେ ବାୟା।
ହେଲେ ଆଜି କାଲି କିଛି ଫରକ୍ ପଡୁନି
ବଢୁଛି ମଶାଙ୍କ କାୟା ।।

ଦିନରେ କୋଉଠି ଲୁଚିକି ରୁହନ୍ତି
ଦର୍ଶନ ଦିଅନ୍ତି ନାହିଁ ।
ସନ୍ଧ୍ୟା ହୋଇଗଲେ ଆସନ୍ତି ସଭିଁଏ
ରକତ ପିଇବା ପାଇଁ।।

କେତେ ମଶା ଧୂପ, ଅଗରବତୀ
କରୁନାହିଁ ଜମା କାମ ।
ଦିନକୁ ଦିନ ଶକ୍ତ ହୋଇଲେଣି
କେମିତି ଲିଭିବ ନାମ ।।

ଏମିତି ମାରନ୍ତି ଡଙ୍କ ସେମାନଙ୍କ
ସାହିବାଟା ଅସମ୍ଭାଳ ।
ମାରିଲେ ଗୋଟିଏ ଦୁଇଟି ଆସନ୍ତି
ଘରେ ମଶା ମାଳ ମାଳ।।

ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ…
ଗୋଳାବନ୍ଧ, ଗଞ୍ଜାମ ।

ମଶା



ମଶା ବୋଲି ନାମ ମୋର ମୁଁ ଯମ ଦେବତା
ରଜନୀର କାଳ ସର୍ପ ଲୋକ ପାଇଁ ଚିନ୍ତା…୧

ପ୍ରତିଷେଧକ ମୋ ପାଇଁ ଯେତେ ବି ପ୍ରସ୍ତୁତ
ବୃଥା ଚେଷ୍ଟା ସବୁକିଛି ନ କରେ କେ କ୍ଷେତ…୨

ମନୁଷ୍ୟର ରକ୍ତ ନିତି ପିଇ ଥାଏ ମୁହିଁ
ମୋ ଡଙ୍କ ଆଘାତ କିଏ ପାରନ୍ତିନି ସହି…୩

ରାତ୍ର ହେଲେ ସର୍ପ ପରି ଗର୍ଜନ ମୁଁ ଛାଡେ
ପ୍ରଭାତେ ପ୍ରାଣ ବିକଳେ ମୂଷା ପରି ଦୌଡେ…୪

କିଏ କିଣେ ମଶା ବତି କିଏ ଗୁଡ୍ ନାଇଟ୍
ମଶା ବ୍ୟାଟ୍ କିଏ କିଣି କରିଥାନ୍ତି ଫାଇଟ୍…୫

ଅକାମିଆ ସବୁକିଛି ନୁହେଁ ଜମା କାମ
ଆମେ କଣ ଜଣେ ଅଛୁ ମିଟାଇବ ନାମ…୬

ଅସଂଖ୍ୟ ମୋ ଜାତି ଭାଇ ସମଗ୍ର ବିଶ୍ୱରେ
ଆମ ଜନ୍ମ ପରା ତୁମ ନାଳ ନର୍ଦ୍ଦମାରେ…୭

ସବୁ ଜାଣି ତୁମେ କେବେ ନୁହଁ ସଚେତନା
ନିଜ ଘର ଚତୁପାର୍ଶ୍ୱେ ଫିଙ୍ଗ ଆବର୍ଜନା…୮

ପରିଷ୍କାର ପରିଚ୍ଛନ୍ନ ରଖ ଯଦି ଘର
ତେବେ ହିଁ ସୁରକ୍ଷିତ ରହିବ ହେ ନର…୯

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ…
ଗୋଳାବନ୍ଧ, ଗଞ୍ଜାମ ।

ମଡର୍ଣ୍ଣ ଯୁଗର ବୋହୂ

ମଡର୍ଣ୍ଣ ଯୁଗର ବୋହୂ ..
ଆମେ ମଡର୍ଣ୍ଣ ଯୁଗର ବୋହୂ
ପାଟ ଶାଢୀ ଜମା ଭଲ ଲାଗେ ନାହିଁ
ସାଲୱାର ପିନ୍ଧି ରହୁ
ମଡର୍ଣ୍ଣ ଯୁଗର ବୋହୂ..
ଆମେ ମଡର୍ଣ୍ଣ ଯୁଗର ବୋହୂ…(2)

ଜନମରୁ କଳା ଭରି ଅଛି
ବୋଲି ଜାଣିତ ନଥିଲୁ କେହି
ଫେସବୁକ ଆଉ ଇନ୍ଷ୍ଟାଗ୍ରାମ୍
ପାରୁନାହୁଁ ଜମା ରହି
ଦୁନିଆ ଢଙ୍ଗରେ ବନାଇ ଭିଡିଓ
ଲାଇକ୍ କମେଣ୍ଟ୍ ପାଉ
ମଡର୍ଣ୍ଣ ଯୁଗର ବୋହୂ ..
ଆମେ ମଡର୍ଣ୍ଣ ଯୁଗର ବୋହୂ,..(2)

ସୋସିଆଲ୍ ମିଡିଆରୁ ଫୁର୍ସତ୍ ନାହିଁ
ଦିନ ରାତି ଯାଏ ପାହି
ପୁରାଣ ପୋଥିକୁ ପଢିବା ପାଇଁ କି
ସମୟ ପାଖରେ ନାହିଁ
ସକାଳ ତୁଳସୀ ପୂଜା କେ କରୁଛି
ସେଥିରୁ ଦୂରେଇ ଥାଉ


ମଡର୍ଣ୍ଣ ଯୁଗର ବୋହୂ ..
ଆମେ ମଡର୍ଣ୍ଣ ଯୁଗର ବୋହୁ…(2)

ନରେନ୍ଦ୍ର କୁମାର ସ୍ୱାଇଁଙ୍କ ଦ୍ୱାରା ଲିଖିତ…
ଗୋଳାବନ୍ଧ, ଗଞ୍ଜାମ .

ବଦନାମ୍ ଗଳି

ବଦନାମ୍ ଗଳିର ରାଣୀ ମହୁମାଛି
ଦେଖିବାକୁ ଅପସରା,
ଆମ ରୂପ ଦେଖି ପାଗଳ ଗ୍ରାହକ
ଦିଅନ୍ତି କେତେ ଇସାରା …ll

ଘର ପରିସ୍ଥିତି ସୁଧାରିବା ପାଇଁ
ଆସିଥିଲୁ ଏ ସହର,
ଯେଉଁଠି ବି ଗଲୁ ଦେଲେ ନିର୍ଯାତନା
କିଏ ବା ଏଠି କାହାର …ll

ବେଶ୍ୟା ବୃତ୍ତିଟିକୁ ଆପଣେଇ ନେଲୁ
ଉପାୟ ପାଇଲୁ ନାହିଁ,
ବେଶ୍ୟା ନାମେ ଆମେ ପରିଚିତ ହେଲୁ
ରହିଲୁ କୋଠିରେ ସ୍ଥାୟୀ …ll

ଯୁବକରୁ ବୁଢା ଆସନ୍ତି ଅନେକ
ସହରର ବଡଲୋକ ,
ଦେହ ସୁଖ ପାଇଁ ସୁଅ ଛୁଟେ ନିତି
ମେଣ୍ଟାଇବା ପାଇଁ ଭୋକ…ll

ଆମ ସେବା ପାଇ ଆଜି ଦୁନିଆରେ
କମ୍ ହୁଏ ବଳତ୍କାର ,
ନଥିଲେ ତ ଆମେ କେତେ ଯେ ବଢନ୍ତା
ପୁରୁଷଙ୍କ ଅତ୍ୟାଚାର …ll

ତଥାପି ସମାଜ କଳୁଷିତ ଭାବେ
ଦିଅନ୍ତି ନାହିଁ ଇଜତ ,
ବେଶ୍ୟାବୃତ୍ତି ଆମ ପେଶା ଅଟେ ବୋଲି
ହାରିଛୁ ମାନ ମହତ…ll

ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ…

କର୍ମଫଳ…



ଭିକ୍ଷା ଥାଳି ଧରି ବୁଲୁଛି ମୁଁ ଆଜି
ନାହିଁ ମୋର ବାସ ଘର
କେତେ ଯତନରେ ପାଳିଲି ପୁଅଙ୍କୁ
ସଭିଏଁ କରିଲେ ପର …

ଅସହାୟ ମୁଁ ଯେ ସାହା କେହି ନାହିଁ
ଆଖିରୁ ଝରୁଛି ଲୁହ
ହୃଦୟ ଭିତରେ ଭରି ରହିଛି ମୋ
ଛାତିରେ ଛାତିଏ କୋହ…

ଦିନେ ଖାଇ ଦିନେ ଉପବାସେ ରହେ
ଦୁଃଖ ମୋ ଶୁଣିବ କିଏ
ମରଣର ସାଥେ କରୁଛି ସଂଘର୍ଷ
ଆଖିର ଲୁହକୁ ପିଏ …

ମନେପଡେ ଦିନେ ପିତା ମାତାଙ୍କୁ ମୁଁ
କରିଥିଲି ହତାଦର
ଭାରିଯା କଥାରେ ଅନ୍ଧ ହୋଇ କେତେ
କରୁଥିଲି ଅତ୍ୟାଚାର …

ଅତ୍ୟାଚାରେ ମୋର ଅସହାୟ ହୋଇ
ପିଇଥିଲେ ଦୁହେଁ ବିଷ
ପିତା ମାତା ମୋର ଚାଲିଗଲେ ବୋଲି
ନଥିଲା ମୋ ଅବଶୋଷ…

ସେହି ଅଭିଶାପ ପଡିଛି ମୋ ଠାରେ
ମିଳୁ ନାହିଁ ବୁନ୍ଦେ ଜଳ
ଯାହା କରିଥିଲି ପାଇଲି ମୁଁ ତାହା
ଅତୀତର କର୍ମଫଳ …


ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ.

ଜନକ ଦାଦା

ଆଜି ସେହି ମଣିଷ ବିଷୟରେ ଲେଖିବାକୁ ଯାଉଛି, ଯିଏ କି ଆଜି ଏ ଦୁନିଆରେ ନାହାନ୍ତି । ତାଙ୍କ ସହ ବିତାଇ ଥିବା ପ୍ରତିଟି ମୁହୂର୍ତ୍ତ ମୋ ହୃଦୟ କାଗଜରେ ଚିରଦିନ ପାଇଁ ସ୍ମୃତି ହୋଇ ରହିଯାଇଛି ।

ପିଲାଟି ବେଳୁ ‘ମା’ ଙ୍କୁ ହରାଇଛି । ସେଥିପାଇଁ ନିଜ ଘର ସହିତ ଆମ ସାହିର ସମସ୍ତ ଘରେ, ମୋତେ ପୁଅ ଭଳି ସ୍ନେହ ଦିଅନ୍ତି । ସମସ୍ତେ ବହୁତ ଆଦର କରନ୍ତି । ମୋ ‘ମା’ ବଞ୍ଚିଥିବା ବେଳେ ସେ ଥିଲା ସମସ୍ତଙ୍କ ପ୍ରିୟ ଭାଉଜ । ସମସ୍ତଙ୍କ ସୁଖ ଦୁଃଖରେ ସେ ସବୁବେଳେ ଠିଆ ହେଉଥିଲା । ସେଥିପାଇଁ ସେ ସ୍ୱର୍ଗ ବାସି ପରେ ମଧ୍ୟ କେହି ତାକୁ ଭୁଲି ପାରୁ ନଥିଲେ । ମୋ ‘ମା’ ସ୍ବର୍ଗ ବାସି ହେବା ପରେ ଯେଉଁମାନେ ମୋତେ ସ୍ନେହ ଆଦର ଦେଇଥିଲେ, ସେମାନଙ୍କ ମଧ୍ଯରୁ ଜଣେ “ଜନକ”ଦାଦା ।

ସେ ମୋତେ ସବୁବେଳେ କୁହନ୍ତି ଯେ ତୋ ‘ମା’ କେମିତି ସମସ୍ତଙ୍କୁ ସାହାଯ୍ଯ କରୁଥିଲେ । ଛୋଟ ଦିଅର ମାନକଙ୍କୁ ପୁଅ ଭଳି ଆଦର କରୁଥିଲେ । ସେମାନେ ମୋତେ ଯେତେବେଳ ବି ଦେଖନ୍ତି , ମୋ ‘ମା’ ଙ୍କ ଚେହେରା ଟି ତାଙ୍କ ଆଖି ଆଗରେ ନାଚି ଉଠୁଥିଲା । କାରଣ ମୁଁ ଦେଖିବାକୁ ଠିକ୍ ମୋ ‘ମା’ ଭଳି। ଦେଖିବାକୁ କଳା ଆଉ ଟିକେ ସମାନ ଚେହେରା । ଛୋଟ ବେଳୁ ବହୁତ ସମୟ ଦାଦାଙ୍କ ଘରେ କଟିଛି । ଦାଦାଙ୍କ ଭଣଜା ଆଉ ମୁଁ, ଆମେ ଦୁହେଁ ପିଲା ବେଳର ସାଥି । ସେ ମଧ୍ୟ ମାମୁଁ ଘରେ ରହି ପଢୁଥିଲା । ଖାଇବା,ପିଇବା, ଖେଳ କୁଦ ସବୁ ଦାଦାଙ୍କ ଘରେ ହୁଏ ।

ବାହାଘର ର ଦିର୍ଘ ବର୍ଷ ପରେ ପୁଅ ଟିଏ ଓ ପରେ ଝିଅ ଟିଏ ହେଲା । ମୁଁ ମଧ୍ୟ ବଡ ହୋଇଯାଇଥାଏ । ଦାଦାଙ୍କ ଦୁଇ ଛୁଆ ଆଉ ସାହିର ଅନ୍ଯାନ୍ଯ ଛୁଆମାନେ ହେଲେ ମୋ କୁନି ସାଥି । ମୁଁ ବାହାରୁ ଯେବେ ମଧ୍ୟ ଗାଁ କୁ ଆସେ ସେମାନଙ୍କ ସହ ଛୋଟ ପିଲା ଭଳି ଖେଳେ । କିଏ ମୋ ମୁଣ୍ଡ କୁଣ୍ଢେଇ ଦିଏ ତ, କିଏ ମୋ ବାଳ କାଟି ଦିଏ ତ ଆଉ କିଏ ସାବୁନ ଲଗାଇ ଗାଧୋଇ ଦେବାର ଅଭିନୟ କରେ । ଦାଦା ସୁରାଟ କାମ ଛାଡି ଗୋଟିଏ ଅଟୋ କିଣିଥାନ୍ତି । ବେପାର ରେ ତ ସମସ୍ତେ ସମାନ, ହେଲେ ମୁଁ ଯେତେବେଳ ମଧ୍ୟ ଅଟୋରେ ବସିଲେ ପଇସା ଦିଏ, ହେଲେ ସେ ମନା କରି ଦିଅନ୍ତି । ବେଳେବେଳେ ମୋତେ ଖରାପ ଲାଗେ ଯେ ମୋ ବଦଳରେ ଯଦି ଆଉ କେହି ବସିବ ତ ସେ କିଛି ପଇସା ପାଇବେ । ଦାଦା କୁହନ୍ତି ଯେ ତୋ ‘ମା’ ଯାହା କରିଛି ମୁଁ କେବେ ତା ଋଣ ସୁଝି ପାରିବି ନାହିଁ ଆଉ ତୋ ଠାରୁ ପଇସା କଣ ନେବି !

ପ୍ରତିବର୍ଷ ଗାଁ ରେ ଶିତଳ ଷଷ୍ଠୀ ଯାତ୍ରା ହୁଏ। ଆମେ ସାମାଜିକ ନାଟକ ପରିବେଷଣ କରୁ । ମୁଁ ଥାଏ ଆମ ଗାଁ ନାଟକ ର ମୁଖ୍ଯ ନାୟକ । ଦୁଇ ବର୍ଷ ପୂର୍ବରୁ ହୋଇ ଥିବା ସାମାଜିକ ନାଟକରେ ଦାଦା ପ୍ରଥମଥର ପାଇଁ ଅଭିନୟ କରିଥିଲେ । ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ତାଙ୍କର କଳା ପ୍ରତି ଆଗ୍ରହ ଦେଖି ମୁଁ ବହୁତ ଖୁସି ହେଲି । ସେ ନାଟକରେ ମୁଁ ମୁଖ୍ଯ ନାୟକ ଥିଲି, ଆଉ ସେହି ନାଟକରେ ବି ସେ ମୋ ଦାଦା ହୋଇଥିଲେ । ନାଟକରେ ବାପା, ମାଆ ମରିବା ପରେ ମୋତେ ପାଳି ପୋଷି ମଣିଷ କରିବାର କାହାଣୀ ବର୍ଣ୍ଣିତ ହୋଇଥାଏ। ଦାଦା ଆଉ ମୁଁ ଦୁହିଁଙ୍କ ଚରିତ୍ରକୁ ନେଇ ବେଶ୍ ଖୁସି ଥିଲୁ । ଦାଦାଙ୍କୁ ପ୍ରଥମେ ପ୍ରଥମେ ଡାଇଲଗ ମନେ ରଖିବା ପାଇଁ ବହୁତ ଅସୁବିଧା ହେଉଥିଲା । ମୁଁ ତାଙ୍କୁ ମନେ ରଖିବାର କୌଶଳଟି ଜଣାଇ ଦେଲି । ଦାଦା କହିଲେ ସତରେ ତୁ ସାନଟେ ହୋଇ ବି ତୋ ପାଖରେ ବହୁତ ଜ୍ଞାନ। ମୁଁ କହିଲି “ଦାଦା ସବୁ ତୁମ ମାନଙ୍କ ଆଶୀର୍ବାଦରୁ”। କୌଶଳ ଜଣାଇ ଦେଲା ପରେ । ସେ ବହୁତ ଶୀଘ୍ର ସବୁ ମନେରଖି ପାରିଲେ । ନାଟକରେ ଗୋଟିଏ ଦୃଶ୍ଯ ଥାଏ ,ମୋତେ ବିନା ଦୋଷରେ ବି ସେ କାନ୍ଦି କାନ୍ଦି ବେତ ପ୍ରହାର କରିବେ । ହେଲେ ମୋତେ କଷ୍ଟ ହେବ ବୋଲି ସେ ଧିରେ ଧିରେ ମାରିବାର ଅଭିନୟ କରୁଥିଲେ । ମୁଁ ଦାଦାଙ୍କୁ ବାରମ୍ବାର କୁହେ ଯେ ଯଦି ମୋତେ ଟିକିଏ ଜୋର କରି ମାରିବ ଦୃଶ୍ୟଟି ଦେଖିବାକୁ ବାସ୍ତବିକ ଲାଗିବ । ଦାଦା କିନ୍ତୁ ମନା କରୁଥିଲେ କହୁଥିଲେ ତୋତେ କଷ୍ଟ ହେବ, ତାହା ମୁଁ ସହି ପାରିବି ନାହିଁ । ମୁଁ ତାଙ୍କୁ ବୁଝେଇଲି ଯେ ଯଦି ତୁମେ ଜୋର୍ କରି ନ ବାଡେଇବ ମୋତେ ତେବେ ଅଭିନୟ ଟି ଜୀବନ୍ତ ଦେଖା ଯିବ ନାହିଁ । ବହୁତ କହିବା ପରେ ଶେଷରେ ସେ ରାଜି ହେଲେ । ଆଉ ସେ ଦୃଶ୍ୟ ଟିକୁ ଠିକ୍ ରେ କରି ପାରିଲେ । ଯାହା କି ନାଟକର ସବୁଠାରୁ ଦୁଃଖଦ ଦୃଶ୍ୟ ଥିଲା । ସେହି ଦୃଶ୍ୟ ସମୟରେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା । ସେ ବର୍ଷର ଯାତ୍ରାଟି କିଛି କଳାକାରଙ୍କ ତୃଟି ପାଇଁ ଭଲ ହୋଇ ପାରିନଥିଲା ହେଲେ ଦାଦାଙ୍କ ସହ ସେହି ସବୁ ମୁହୂର୍ତ୍ତ ଗୁଡିକ ବହୁତ ସ୍ମୃତି ଜନକ ଥିଲା ।

କିଛିଦିନ ପରେ ମୁଁ ବାହାରକୁ ଚାଲି ଆସିଲି ରୋଜଗାର ପାଇଁ । ଦାଦା ତାଙ୍କ ରୋଜଗାର ଆଉ ପରିବାରକୁ ନେଇ ଖୁସିରେ ଥାଆନ୍ତି। ହେଲେ ଅଦିନିଆ ମେଘ ପରି ତାଙ୍କ ଜୀବନରେ ଦୁଃଖର ବାଦଲ ଖେଳିଗଲା । ଅକସ୍ମାତ ତାଙ୍କ ପିତାଙ୍କ ଦେହାନ୍ତ ହୋଇଗଲା । ଆଉ ସେହି ଦୁଃଖରେ କିଛି ଦିନ ପରେ ମାଆଙ୍କ ମଧ୍ୟ ଦେହାନ୍ତ ହୋଇଗଲା । ଘରେ ଆଗରୁ କିଛି ଋଣ ଥିଲା ଆଉ ଦୁହିଁଙ୍କ ଏକା ଥରକେ ବିୟୋଗ ପରେ ବହୁତ ଋଣ ବଢିଗଲା । ସମସ୍ତଙ୍କ ଚିନ୍ତା ବଢିବାକୁ ଲାଗିଲା । ଏପଟେ ଅଟୋ ବି ଠିକ୍ ରେ ଆଗ ଭଳି ଚାଲୁ ନ ଥାଏ। କିଛିଦିନ ପରେ ମୁଁ ଶୁଣିବାକୁ ପାଇଲି ଦାଦାଙ୍କୁ କ୍ୟାନସର୍ ହୋଇ ଯାଇଛି । ଏକଥା ଶୁଣିବା ମାତ୍ରେ ମୁଁ ସ୍ତବ୍ଧ ହୋଇଗଲି, ଚାଲିଗଲି କିଛି ସମୟ ପାଇଁ ଦୁଃଖ ଜନିତ ଭାବନା ରାଇଜ କୁ… । ଆମେ କୁନି କୁନି ହୋଇଥିବା ସମୟରେ ‘ମା’ ଚାଲିଗଲେ ଆଉ ଆମେ ଦୁଃଖର ଦରିଆରେ ଭାସିଗଲୁ । ଏବେ ଠିକ୍ ସେମିତି ଦାଦା ଗଲା ପରେ ତାଙ୍କ କୁନି କୁନି ଛୁଆଙ୍କ ଅବସ୍ଥା କଣ ହେବ ଭାବି ବହୁତ କାନ୍ଦିଲି ।

ପନ୍ଦର ଦିନ ପରେ ମୁଁ ଗାଁ କୁ ଗଲି । ମୁଁ ଯିବା ଆଗରୁ ଦାଦାଙ୍କ ଅପରେସନ ହୋଇଥାଏ। ଗାଁ କୁ ଯାଇ ଶିଘ୍ର ଦାଦାଙ୍କୁ ଦେଖିବାକୁ ଗଲି । ତାଙ୍କୁ ଦେଖିଲା ପରେ ଏମିତି ଲାଗିଲା ସତେ ସେ ମୋ ଦାଦା ନୁହଁନ୍ତି ଆଉ କିଏ। ତାଙ୍କ ଶରୀର ପୁରା ଶୁଖି ଯାଇଥିଲା । କେବଳ କଙ୍କାଳ ନୁମା ଶରୀର ଟିଏ ପଡ଼ି ରହିଥିଲା । ମୋ ଧର୍ଯ୍ୟ ଅସହାୟ ହୋଇ ପଡ଼ିଲା, ମୁଁ ନିଜକୁ ରୋକି ପାରିଲିନି ତାଙ୍କୁ ଧରି ଛୋଟ ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି । ସେ ବି ବହୁତ କାନ୍ଦିଲେ ଓ ମୋତେ ବାରମ୍ବାର କାନ୍ଦିବାକୁ ମନା କରୁଥିଲେ । ମୋ କାନ୍ଦ ଏତେ ଅଧିକା ହୋଇ ଯାଇଥିଲା ଯେ ଧକ୍ ଧକ୍ ହୋଇ କାନ୍ଦିବା ଆରମ୍ଭ ହୋଇଗଲା । ଦାଦା ତାଙ୍କ ଗାମୁଛାରେ ମୋ ଲୁହ ପୋଛି ଦେଲେ ଆଉ ମୋତେ ପାଣି ପିଆଇ ଦେଲେ । ସେ ଦିନର କଷ୍ଟ ବର୍ଣ୍ଣନା କରିବା ପାଇଁ ବି ମୋ ପାଖରେ ଶବ୍ଦ ନାହିଁ । ଏବେ ମଧ୍ୟ ଲେଖିଲା ବେଳେ ମୋ ଆଖିରୁ ଲୁହ ନଦୀର ସ୍ରୋତ ଭଳି ବହି ଯାଉଛି ଏବଂ ମୋ ଦେହର ଲୋମ ଟାଙ୍କୁରି ଉଠୁଛି ।

ଖୁଡୀଙ୍କ ଠାରୁ ଜାଣିବାକୁ ପାଇଲି ଯେ ତମ୍ବାଖୁ ଅଧିକ ସେବନ ହେତୁ ପାଟିରେ ଯେଉଁ ଛୋଟିଆ ଘା ଟି ହୋଇଥିଲା । ଠିକ୍ ସମୟରେ ଚିକିତ୍ସା ନ କରିବା ଯୋଗୁ ତାହା କ୍ୟାନସର ରେ ପରିଣତ ହୋଇଗଲା । ମୁଁ ମଧ୍ୟ ଦାଦାଙ୍କୁ ବହୁତ ଥର ମନା କରିଥିଲି । ହେଲେ ସେ ଶୁଣି ନଥିଲେ । ଆମେ କେବେ ମଧ୍ୟ କଳ୍ପନା କରି ନଥିଲୁ ଯେ ସେହି ତମ୍ବାଖୁ ତାଙ୍କୁ ଏତେ ଭୟଙ୍କର ଶାସ୍ତି ଦେବ । କିଛିଦିନ ଗାଁ ରେ ରହିବା ପରେ ମୋର ଫେରିବା ସମୟ ପାଖେଇ ଆସିଲା । ବିଦାୟ ନେବା ପାଇଁ ଦାଦାଙ୍କ ପାଖକୁ ଗଲି । ହେଲେ ଏବେ ସେ ଠିକ୍ ସେ କଥା ମଧ୍ୟ କହି ପାରୁ ନଥିଲେ । ହାଇ ଡୋଜ୍ କେମୋ ର ପ୍ରଭାବରୁ ତାଙ୍କ ପାଟି ଭିତରଟା ଅଧିକା ଖରାପ ହୋଇ ଯାଇଥିଲା । ବହୁତ ଔଷଧ ଖାଇବା ଯୋଗୁ ତାଙ୍କ ଶରୀର ସାରା ବଡ ବଡ ଘା ହୋଇ ଯାଇଥିଲା । ଦାଦାଙ୍କ ପାଦ ଛୁଇଁ ଆସିବା ସମୟରେ ବହୁତ କାନ୍ଦିଲି । ତାଙ୍କୁ ଶିଘ୍ର ଭଲ ହୋଇଯାଅ ବୋଲି କହିଲି କିନ୍ତୁ ମନ ଭିତରେ ଅଜଣା ଭୟ ସୃଷ୍ଟି ହେବା ଆରମ୍ଭ ହୋଇ ଯାଇଥିଲା । ଦାଦା ମଧ୍ୟ ଜଡା ଭଳି ପାଟି କରି ଇସାରା ଦେଲେ ତୁ ଭଲରେ ଯାଆ। ମୁଁ ଶିଘ୍ର ଭଲ ହୋଇଯିବି, ଚିନ୍ତା କରେନି ।

ଆସିବାର ଠିକ୍ ଗୋଟିଏ ମାସ ପରେ ଆମ ଘରୁ ଖବର ଆସିଲା ଦାଦା ସବୁଦିନ ପାଇଁ ଚାଲିଗଲେ । ଖବର ପାଇବା ପରେ ମୋ ଅବସ୍ଥା କଣ ହୋଇଥିବ ତାହା ବର୍ଣ୍ଣନା କରି ପାରିବି ନାହିଁ । ଯିବା ବେଳେ ଦାଦାଙ୍କ ଶେଷ ଦର୍ଶନ ବି କରି ପାରିଲି ନାହିଁ ବୋଲି ନିଜକୁ ଶତ ଧିକ୍କାର କଲି। ସେ ଦିନ ରାତିରେ ମୁଁ ଠିକ୍ ରେ ଶୋଇ ପାରିନଥିଲି । ପୁଣି ଜଣେ ନିଜର ମଣିଷ କୁ ହରାଇ ବାର ଦୁଃଖ ମୋତେ ମ୍ରିୟମାଣ କରିଦେଇଥିଲା ।

ମୁଁ ଏବେ ଭାରତ ଛାଡି ସାଉଦି ଆରବ ଆସି ଯାଇଛି । ଦଶ ମାସ ହେବ ଗାଁ କୁ ଯାଇ ନାହିଁ । ଠିକ୍ ଏକ ମାସ ପରେ ଯିବି । ହେଲେ ଏବେ ଗଲେ ଆଉ ମୋ ଦାଦାଙ୍କୁ କେବେ ବି ଦେଖି ପାରିବି ନାହିଁ । ସେ ସିନା ଆଜି ନାହାନ୍ତି ହେଲେ ତାଙ୍କ ସହ ବିତାଇ ଥିବା ପ୍ରତ୍ଯେକ ଟି ସ୍ମୃତି ଆଜି ବି ସେମିତି ଜୀବନ୍ତ ସ୍ମୃତି ହୋଇ ରହିଯାଇଛି । ଗାଁ ରେ ପହଞ୍ଚିଲେ ଦାଦାଙ୍କ ଦୁଇ ଛୋଟ ଛୁଆଙ୍କୁ ଦେଖିବା ମୋ ପାଇଁ ବହୁତ କଷ୍ଟକର ହୋଇ ଯିବ । ସବୁ ଦିନ ପାଇଁ ସେମାନଙ୍କ ଉପରୁ ପିତା ନାମକ ଛତ୍ରଛାୟା ଟି ହଜିଗଲା । ସବୁଠୁ ଅଧିକ ହୃଦୟ ବିଦାରକ ହେବ ଯେତେବେଳ ଖୁଡୀଙ୍କୁ ବିନା ଶଙ୍ଖା, ସିନ୍ଦୂର ରେ ଦେଖିବି । ସେ ଚାଲିଗଲେ ଏବଂ ତାଙ୍କ ହାତରେ ଗଢିଥିବା ଖୁସିର ରାଜ ମହଲଟି ଧ୍ବସ୍ତ ବିଧ୍ବସ୍ତ ହୋଇଗଲା ।

***[ମୋର ପ୍ରିୟର ପାଠକମାନେ ଯଦି ମୋର ଏହି ବାସ୍ତବ ଜୀବନ ର କାହାଣୀରୁ କିଛି ଶିକ୍ଷା ପାଇ ନିଜକୁ ଆଉ ନିଜ ପରିବାରର ସଦସ୍ଯ ମାନଙ୍କୁ ନିଶା ଦ୍ରବ୍ଯ ସେବନରୁ ରକ୍ଷା କରି ପାରିବେ ତେବେ ମୋର ଏହି କାହାଣୀଟି ସାର୍ଥକ ହେଲା ବୋଲି ମନେ କରିବି । ]

🙏🙏🙏

ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ ।

ଗର୍ମେଣ୍ଟ୍ ଜ୍ୱାଇଁ

ଚାକିରି ତ ସବୁ ଆମ୍ଭ ଗଛ ଫଳ
ରହିଛନ୍ତି ସବୁ ଚାହିଁ,
ଝିଅ ଠାରୁ ବେଶି ଶ୍ବଶୁର ଡିମାଣ୍ଡ୍
ଖୋଜନ୍ତି ଗର୍ମେଣ୍ଟ୍ ଜ୍ୱାଇଁ ।।


ଭାବନ୍ତି ମୋ ଝିଅ ଗୋଟା ପାଠୁଆଣୀ
ଚଢିଛି କଲେଜ ପିଣ୍ଡା,
ପ୍ରାଇଭେଟ୍ ଜବ୍ କରୁଥିବା ଜ୍ୱାଇଁ
ଦେବ ନାହିଁ ସୁନା ଅଣ୍ଡା ।।


ବାପ ଆଉ ଝିଅ ଦୁହେଁ ସମ ରାଶି
ଭାବନା ତାଙ୍କର ଏକ୍
ଯଦି କେବେ ଆସେ ପ୍ରାଇଭେଟ୍ ଜ୍ୱାଇଁ
କରନ୍ତି ବହୁତ ଚେକ୍ ।।


ଯଦି ସେ ଜାଣିବେ ଜ୍ୱାଇଁ ହେବ ଯିଏ
ସିଏ ତ ଗର୍ମେଣ୍ଟ୍ ୱାଲା ,
ଆଖିବୁଜି ବଡ ହଁ ଟି ମାରିବେ
ସେଥିରେ ନଥାଏ ଢିଲା ।।


ଗର୍ମେଣ୍ଟ୍ ହେଉ କି ପ୍ରାଇଭେଟ୍ ହେଉ
ମଣିଷ ପଣକୁ ଦେଖ ,
ମଣିଷତ୍ୱ ଦେଖି ଝିଅ ଦେଇଥିଲେ
ଆସିବନି ଜମା ଦୁଃଖ ।।



ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ.

ଜୀବନ ମିତ

ଚାଲୁଥିଲି ଏକା ଅଜଣା ପଥରେ
ଧରି ନେଲ ମୋର ହାତ,
ହାତ ଧରି ମୋତେ କରିଲ ନିଜର
ସାଜିଲ ଜୀବନ ମିତ ।।
ସିନ୍ଥିରେ ମୋ ଦେଲ ଟୋପାଏ ସିନ୍ଦୂର
ମଥାରେ ଦେଲ ଓଢଣୀ ,
ସାତ ଜନ୍ମ ପାଇଁ କରିଲ ନିଜର
ସଜାଇଲ ପାଟରାଣୀ ।।
ରାଗ ରୁଷା ମୋର କେତେକ ସହିଛ
ନଧରିଛ କେଉଁ ଦୋଷ ,
ରୁଷି ଥିଲେ ତୁମେ ମନାଇଛ କେତେ
କରିବାକୁ ମନ ତୋଷ ।।
ଯାହା ବି କରିଛି କାମନା ମୋ ମନେ
କରିଛ ସବୁ ପୁରଣ,
ପ୍ରାଣ ଥିବା ଯାଏଁ ସାଥେ ଥିବ ସଦା
ରହିଲା ତୁମକୁ ରାଣ ।।


ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ ,ଗଞ୍ଜାମ..

ଅନ୍ୟ କବିତା ଗୁଡ଼ିକ ପଢ଼ନ୍ତୁ ।

Rating: 4 out of 5.