
କିଛି କାହାଣୀ ଥିଲା
ହୃଦୟ ଭାଙ୍ଗି ଦେବାର
କିଛି ଚାହାଣି ଥିଲା
ମନ କିଣି ନେବାର
ଭାବନା ଥିଲା କିଛି ଅଲଗା ପ୍ରକାର
କିଛି ସମୟ ଥିଲା
ତୁମେ ବଦଳି ଯିବାର
ସମ୍ଭାବନା ଆଉ ବାସ୍ତବକୁ
ପଦାଘାତ କରି ଫେରିଗଲ…
ଫେରିଗଲ
“ସେ ସମୟ” ପାଖରୁ
ବୋଧ ହୁଏ ତୁମେ ଦୃଢ଼ ସଂକଳ୍ପ
ଭୀଷ୍ମ ପ୍ରତିଜ୍ଞା କରିଥିଲ
ତା ଠାରୁ ବହୁ ଆଗକୁ ଯିବାକୁ
ତୁମ ପାଖରେ ନା ଅଛି
ଅଭିଯୋଗ ନା ଅଭିମାନ
ନୀୟତିର ବିଚିତ୍ରତା ତୁମକୁ
ମହାନ୍ ଶ୍ରେଷ୍ଠ- ପ୍ରତିଯୋଗୀ
କରିଦେଲା “ଲୋଭ ର” ।
ଦିଗାମ୍ବର ସେଠୀ
ଗୋଳାବନ୍ଧ, ଗଞ୍ଜାମ
Mind blowing, heart touching poem 🙄🙄👍👍👍
Really, awesome
Excellent writing ✍️ 👌 👏 👍 bhai…
New start