
ଭିକ୍ଷା ଥାଳି ଧରି ବୁଲୁଛି ମୁଁ ଆଜି
ନାହିଁ ମୋର ବାସ ଘର
କେତେ ଯତନରେ ପାଳିଲି ପୁଅଙ୍କୁ
ସଭିଏଁ କରିଲେ ପର …
ଅସହାୟ ମୁଁ ଯେ ସାହା କେହି ନାହିଁ
ଆଖିରୁ ଝରୁଛି ଲୁହ
ହୃଦୟ ଭିତରେ ଭରି ରହିଛି ମୋ
ଛାତିରେ ଛାତିଏ କୋହ…
ଦିନେ ଖାଇ ଦିନେ ଉପବାସେ ରହେ
ଦୁଃଖ ମୋ ଶୁଣିବ କିଏ
ମରଣର ସାଥେ କରୁଛି ସଂଘର୍ଷ
ଆଖିର ଲୁହକୁ ପିଏ …
ମନେପଡେ ଦିନେ ପିତା ମାତାଙ୍କୁ ମୁଁ
କରିଥିଲି ହତାଦର
ଭାରିଯା କଥାରେ ଅନ୍ଧ ହୋଇ କେତେ
କରୁଥିଲି ଅତ୍ୟାଚାର …
ଅତ୍ୟାଚାରେ ମୋର ଅସହାୟ ହୋଇ
ପିଇଥିଲେ ଦୁହେଁ ବିଷ
ପିତା ମାତା ମୋର ଚାଲିଗଲେ ବୋଲି
ନଥିଲା ମୋ ଅବଶୋଷ…
ସେହି ଅଭିଶାପ ପଡିଛି ମୋ ଠାରେ
ମିଳୁ ନାହିଁ ବୁନ୍ଦେ ଜଳ
ଯାହା କରିଥିଲି ପାଇଲି ମୁଁ ତାହା
ଅତୀତର କର୍ମଫଳ …
ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ.
Good 👍
ଧନ୍ୟବାଦ
Super bro
ଧନ୍ୟବାଦ
କର୍ମଫଳ କେବେ ଯାଏନା ଦୂରେଇ
ଛାଇ ପରି ପାଖେ ଥାଏ,
ଯେ ଯେମିତି ବୃକ୍ଷ ରୋପଣ କରଇ
ଫଳ ବି ସେମିତି ପାଏ ..।।
ବହୁତ୍ ସୁନ୍ଦର ଶବ୍ଦାବଳୀ, ଯେମିତି ଏହି କବିତା ର କିଛି ଅଭିନ୍ନ ଅଂଶ। ଧନ୍ୟବାଦ ।
Wow .. really its true …
Thank you for your valuable response