All posts by Narendra Kumar

ବୃକ୍ଷ ଛେଦନ ର ପାପ…

ଓଡ଼ିଆ କବିତା

ଦିନକୁ ଦିନ ବଢ଼ିତ ଗଲାଣି
           ସୂର୍ଯ୍ୟ ଦେବଙ୍କର ତାପ,
ସମଗ୍ର ଜଗତ ଭୋଗୁଅଛି ଆଜି
           ବୃକ୍ଷ ଛେଦନ ର ପାପ…

ବୈଶାଖ ଓ ଜ୍ୟେଷ୍ଠ ଏ ଗ୍ରୀଷ୍ମ ଋତୁରେ
          ସହି ନ ହୁଅଇ ଜ୍ଵାଳା,
ଧରଣୀ ଦେବୀ କି ରୁଷ୍ଠ ହୋଇଛନ୍ତି
          ଜଳୁଛି ପର୍ବତ ମାଳା…

ନଦୀ ଠାରୁ ନାଳ ସୁଖିତ ଗଲାଣି
         ନାହିଁ ତ ବୁନ୍ଦାଏ ଜଳ,
ଦିବାକର କ୍ରୋଧେ ଫାଟି ତ ପଡ଼ିଛି
          ଧରଣୀ ମାଆ ର କୋଳ…

ଅଂଶୁଘାତେ ଲୋକ ହାରିଲେଣି ପ୍ରାଣ
          ତଥାପି ନୁହେଁ ଚେତନା,
ବାରମ୍ବାର ବୃକ୍ଷ ଛେଦନ କରନ୍ତି
          ପାଆନ୍ତି ବହୁ ଯାତନା…

ଅମ୍ଳଜାନ ସ୍ତର କମୁଅଛି ବୋଲି
          ପଡୁଛି ଗାମା କିରଣ,
ବୃକ୍ଷ କୁ ରୋପଣ ନ କରିବେ ଯଦି
           ଲଭିବେ ନୀତି ମରଣ…

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ।

ମୋ ତ୍ରିରଙ୍ଗା….

Mo triranga

ତୋର ଏ ତ୍ରିରଙ୍ଗା ବାନା ହଁ ଉଡୁଛି
ନୀଳ ଏ ଗଗନେ ଆଜି
ତ୍ରିରଙ୍ଗା ତିନି ରଙ୍ଗରେ, ହଁ ସଭିଏଁ
ଖୁସିରେ ଯାଆନ୍ତି ହଜି….

ଆଜି ଆମ ପାଇଁ, ଖୁସିର ଉଲ୍ଲାସ
ଜୀବନ ତ ଆମ ହୋଇଛି ସରଶ
ଗାଇବୁ,,, ଗାଇବୁ,,, ତୋହରି ନାଁ…

ତୁ ଆମ ଭାରତ ମାତା
ତୋ ଚରଣେ ଆମ ମଥା
ନହିଁ ବନି କେବେ ଜମା ବିଦେଶୀ ଆଗେ…

ତୋହରି ଆଶୀଷ ବଳେ
ସ୍ଵାଧୀନ ହେଲୁ ସକଳେ
ସଦା ଥାଉ ତୋର କୃପା କରୁଣା ମାଗେ…| ୧ |

ତୋହରି ବକ୍ଷରେ ଜନମିଲେ କେତେ
ଗାନ୍ଧୀ ଗୋପବନ୍ଧୁ କେତେ ବୀର ଗଣ,
ଜନମ ମାଟିର ଋଣ ସୁଝିବାକୁ
ଦେଶ ପାଇଁ ଲଢି ଲଭିଲେ ମରଣ…

ତୁ ଆମ ମାଆ ତୁ ଆମ ସାହା
ସାରା ଦୁନିଆରେ ତୁ ଆମ ରାହା
ଗାଇବୁ,,, ଗାଇବୁ,,, ତୋହରି ନାଁ…

ଆସୁ ଯେତେ ଝାଞ୍ଜି ଝଡ
ମାନିବୁନି ବନ୍ଧ ବାଡ
ତୋ ପାଇଁ କରିବୁ ଆମେ ଅନେକ କାମ…

ଉନ୍ନତି ର ପଥେ ଯାଇ
ଦେଶ ଆଗକୁ ବଢାଇ
ସାରା ଜଗତେ ଲେଖିବୁ ଭାରତ ନାମ …| ୨ |

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା
ତୋ ଦେହେ ଭରା ହୀରା ମୋତି ମାଳା,
ମଥାରେ ତୋହର ହିମାଳୟ ଶିର
ତୋ ଦେହେ କେତେ ଆଗ୍ନେୟ ଶିଳା…

ଆସ ମୋ ଭଉଣୀ ଆସ ମୋର ଭାଇ
ହାତ ସହ ହାତ ଦିଅରେ ମିଶାଇ,
ଗାଇବା,,, ଗାଇବା,,, ତାହାରି ନାଁ

ଭୁଲି ଆମେ ହିଂସା ପଥ
କରିବା ଆଜି ଶପଥ
ଦେଶେ କେବେ ହିଂସା ନୀତି ଧରିବା ନାହିଁ…

ମିଳିମିଶି କାମ କଲେ
ସଭିଏଁ ରହିବେ ଭଲେ
ହସି ଖେଳୁଥିବା ସଦା ଜୀବନ ପାଇଁ …| ୩ |

ତୋର ଏ ତ୍ରିରଙ୍ଗା ବାନା ହଁ ଉଡୁଛି
ନୀଳ ଏ ଗଗନେ ଆଜି
ତ୍ରିରଙ୍ଗା ତିନି ରଙ୍ଗରେ, ହଁ ସଭିଏଁ
ଖୁସିରେ ଯାଆନ୍ତି ହଜି….

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ

Comment ମାଧ୍ୟମରେ ଜଣେଇବାକୁ ଅନୁରୋଧ ।

ଧନ୍ୟବାଦ….

Voice over by Narendra