ସେ ଝିଅ ଟିଏ….



ସେ ଏକ ଅବୁଝା କବିତା
ରହସ୍ୟ ମୟୀ ଧାରା
କେବେ ହୁଏ ଶାନ୍ତ ନଦୀ
କେବେ ସାଜେ ନିଆଁ ପରା…!!

ଓଠରେ ତାର ହସର ଫୁଲ,
ହେଲେ ହୃଦୟେ ଲୁହର ସାଗର,
ନିଜେ ଜଳି ସେ ଆଲୋକ ଦିଏ,
ସାଜି ସେହ୍ନ ର ଏକ ଜାଗର….!!

କିଏ କହେ ସେ ଅବଳା?
ସେ ପରା ଶକ୍ତି ର ଏକ ଆଧାର,
ସୃଷ୍ଟିର ସେ ଆଦି ବିନ୍ଦୁ,
ସେ ହିଁ ସଂସାର ର ସାର…..!!

ବାପାଙ୍କର ସେ ଗର୍ଵ ଅଟେ,
ପୁଣି ସେ ଘରର ଲକ୍ଷ୍ମୀ,
ସହିବାରେ ସେ ଧରିତ୍ରୀ ପରି,
ତେଜରେ ସେ ଯେମିତି ରଶ୍ମୀ….!!

ପର ଘରକୁ ଆପଣା କରି,
ସେ ବାଣ୍ଟେ ମମତା ର ଛାୟା,
ବୁଝି ହୁଏନା ସହଜରେ ତାର,
ଏ ବିଚିତ୍ର ମାୟା…!!

ବେଡି ଛିଣ୍ଡାଇ ଉଡ଼ିବା
ସ୍ବପ୍ନ ତାର,
କିନ୍ତୁ ଆକାଶ ଛୁଇଁବା ପାଇଁ
ବାଧା ସାଜନ୍ତି ଆପଣାର….

ସରିତା ସ୍ବାଇଁ
ଶଙ୍କୁରୁ, ଗଞ୍ଜାମ ।

Leave a Reply

Your email address will not be published. Required fields are marked *