ବାପା ମୁଁ ହୋଲି ଖେଳିବି, ବାପା ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସି ଥାନ୍ତି । ମା ସେପଟୁ କହିଲେ , ତୁ ହୋଲି ଖେଳିବାକୁ ଚାହୁଁଚୁ ନା, ଆସେ ଆମେ ମିଶି ଖେଳିବା । ସିତୁ କହିଲା ନା ନା , ଆମେ ସମସ୍ତେ ଏକା ସାଙ୍ଗରେ ହୋଲି ଖେଳିବା। ମା ଶିତୁ କୁ ଅନ୍ୟ ରୁମ୍ କୁ ଡାକି ଆଣି କହିଲା ଯେ , ବାପା ଏବେ ଚିନ୍ତାରେ ଅଛନ୍ତି ତୁ ତାଙ୍କୁ କାହିଁକି ବିରକ୍ତ କରୁଛୁ ।
ତୁ ଆଉ ମୁଁ ଖେଳିଲେ ହେବ ନାହିଁ । ସୀତୁ ପଚାରିଲା , କାହିଁକି ମା? ମା କହିଲେ , ତୁ ସେକଥା କିଛି ଚିନ୍ତା କରିବା ଦରକାର ନାହିଁ । ସିତୁ ପୁଣି ପଚାରିଲା , କୁହ ନା ମା, କାହିଁକି ?
ମା କହିଲେ, ଆଜି ବାପା କାମ କରିବାକୁ ଯିବେ ନାହିଁ ଏବଂ ସେଥିପାଇଁ ସେ ଚିନ୍ତାରେ ବସିଛନ୍ତି । ସିତୁ ପୁଣି ପଚାରିଲା , ଚିନ୍ତା କାହିଁକି ??
ମା କହିଲେ, ବାବୁରେ ବାପା ଯଦି କାମ କରିବେ ତେବେ ତ ଆମ ଘର ଚଳିବ ନା?? ଆଜି ଯଦି କାମକୁ ଯିବେ ନାହିଁ ତେବେ କାଲି ଘର ପାଇଁ ସଉଦା କେମିତି ଆସିବ ଆଉ ଆମ ଘର ଚଳିବାକୁ ଅସୁବିଧା ହେବ !
ସିତୁ ଅଳ୍ପ ଚିନ୍ତା କରି କହିଲା ତେବେ ଆଜି ଦିନ ଟାକୁ ଆମେ ଖୁସିରେ ପାଳନ କରିବା ନାହିଁ କାହିଁକି?? ସିତୁ ବାପା ପାଖକୁ ଯାଇ କହିଲା, ବାପା ଆଜି ଆମେ ଅଳ୍ପ ଖାଇବା କିନ୍ତୁ ଆଜି ଆମେ ହୋଲି ପାଳନ କରିବା । ମୁଁ ଜାଣିଚି ତୁମେ ଦୁଃଖରେ କାହିଁକି ଅଛ?? ମୁଁ ଚାହୁଁଚି ଯେ ତୁମେ ସେ କଥାକୁ ଭୁଲି ଆଜିର ଏହି ଦିନକୁ ଆମେ ସମସ୍ତେ ଖୁସିରେ ପାଳନ କରିବା।
ବାପା ସିତୁ କୁ କୁଣ୍ଡେଇ ପକାଇଲେ ଏବଂ କହିଲେ ଚାଲେ, ଆମେ ମଧ୍ୟ ହୋଲି ଖେଳିବା । ଘର ର ଆର୍ଥିକ ସ୍ଥିତି ଖରାପ ଥିଲେ ମଧ୍ୟ ବାପା ସବୁ ଦୁଃଖ କୁ ଭୁଲି ପରିବାର ସହିତ ଉତ୍ସବ ପାଳନ କରିବାକୁ ବାଧ୍ୟ ହେଲେ ।
ଏହି ଘଟଣା କେବଳ କାହାଣୀ ରେ ନୁହଁ, ଏହା ଭାରତର ୪୦ ପ୍ରତିଶତ ପରିବାର ରେ ଏମିତି ହୋଇଥାଏ କିନ୍ତୁ କିଛି ପରିବାର ର ଆର୍ଥିକ ସ୍ଥିତି ଏତେ ଖରାପ ଯେ ସେମାନେ ଯଦି ଗୋଟିଏ ଦିନ ନ ଖଟିବେ ତେବେ ସେଦିନ ରାତିରେ ସେମାନେ ଭୋକରେ ସୋଇଥାନ୍ତି।
କାହାଣୀ ନୁହେଁ ତ ଗୋଟିଏ ଗରିବ ପରିବାର ର ପ୍ରତିଦିନ ର ଦୁଃଖ ।
ଛୋଟିଆ କାହାଣୀ ଟି କେମିତି ଲାଗିଲା, କମେଣ୍ଟ ମାଧ୍ୟମରେ ଜଣାନ୍ତୁ।
Category Archives: #ଓଡ଼ିଆ
ଖବର କାଗଜ

ଗରିବ ବସ୍ତୀ ମଧ୍ୟରେ ଗୋଟିଏ ଛୋଟିଆ ଛପର ଘରେ ଚିନ୍ତୁ ଆଉ ତା ମା ରହୁଥିଲେ । ଚୀନ୍ତୁ ର ବାପା ବହୁତ ଦିନ ତଳେ ଚାଲି ଯାଇଥିଲେ । ଚିନ୍ତୂ ଆଉ ତା ମାଆ ବହୁତ କଷ୍ଟରେ ରହୁଥିଲେ । ଚିନ୍ତୁ ର ମା ଅନ୍ୟମାନଙ୍କ ଘରେ ବାସନ ସଫା କରନ୍ତି । ସେଥିରୁ ଯାହା ଟଙ୍କା ମିଳେ ଘର ଚାଲେ । ଗୋଟିଏ ଦିନ ମା ପୁଅ ବସି ଭୋଜନ କରୁଥିଲେ, ମା ଚିିନ୍ତୁ କୁ କହିଲେ ତୁ କାଲି ଠାରୁ ସ୍କୁଲ ଯିବୁ ଏଵଂ ପାଠ ପଢ଼ାପଡି କରିବୁ । ହେଲେ ମା ଆମ ଘର ର ପରିସ୍ଥିତି ବହୁତ୍ ଖରାପ ଅଛି । ତମେ ମୋ ପାଠପଢ଼ା ପାଇଁ ଟଙ୍କା କୋଉଠୁ ଆଣିବ । ମା କହିଲେ ସେସବୁ ମୁଁ ଦେଖିବି ତୁ କେବଳ ତୋ ପାଠ ପଢାରେ ମନ ଦେ । ଏମିତିରେ ମୁଁ କାମ କୁ ଚାଲିଯାଏ ତୁ ଦିନସାରା ଖେଳକୁଦ କରୁଛୁ । ତୁ ଯଦି ସ୍କୁଲ ଯିବୁ ତୋ ଭବିଷ୍ୟତ ତୁ ନିଜେ ଗଢିବୁ ଏବଂ ବଡ ହୋଇ ଖୁସିରେ ରହିବୁ । ଚିିନ୍ତୁ କହିଲା ଠିକ୍ ଅଛି ମା ହେଲେ ମୁଁ ମଧ୍ୟ କିଛି କାମ ଖୋଜିବି ଏବଂ ତମକୁ ସାହାଯ୍ୟ କରିବି । ତା ପରଦିନ ମା ସ୍କୁଲ ରେ ଚିିନ୍ତୁ ର ନାମ ଲେଖାଇଲେ । ପୁଅ ର ସ୍କୁଲ ରେ ନାମ ଲେଖାଇ ବହୁତ ଖୁସି ଅନୁଭବ କଲେ ଏବଂ ଆଖିରୁ ଖୁସିରେ ଦୁଇ ଟୋପା ଲୁହ ବାହାରିଗଲା । ମା ଚିିନ୍ତୁ ର ପାଠପଢ଼ା ଖର୍ଚ୍ଚ ପାଇଁ ଆଉ ଦୁଇଟି ଘରେ କାମ କରିବା ଆରମ୍ଭ କରିଦେଲା ।
ଚିିନ୍ତୁ ସ୍କୁଲ ରୁ ଫେରି ଆସି ମା କୁ ଅପେକ୍ଷା କରିଥାଏ । ବହୁତ ସମୟ ଅପେକ୍ଷା କରିବା ପରେ ମା ଆସି ଘରେ ପହଞ୍ଚିଲା । ମା ତମେ ଆଜି ଏତେ ସମୟ କୋଉଠି ରହିଯାଇଥିଲ । ତୋ ପାଠପଢା ପାଇଁ ମୁଁ ଆଉ ଦୁଇଟି ଘରେ ବାସନ ସଫା କରିବା ଆରମ୍ଭ କରିଲି ସେଥିପାଇଁ ଏତେ ସମୟ ଲାଗିଲା । ହଉ ଛାଡ଼ ସେ କଥା ମୋତେ କହ ତୋର ସ୍କୁଲ ର ପ୍ରଥମ ଦିନ କେମିତି ଥିଲା । ବହୁତ ଭଲ ଥିଲା ମା, ମୋ ସ୍କୁଲରେ ବହୁତ ପିଲା ଅଛନ୍ତି । ମୁଁ ବହୁତ ସାଙ୍ଗ କରିଛି । ସାର୍ ଆଉ ଦିଦୀମାନେ ମଧ୍ୟ ବହୁତ ଭଲ । ତୁ ଭଲ ପାଠ ପଢ଼ି ବଡ଼ ହେଲେ ଅଫିସର ହେବୁ ହେଲା। ଆଉ ଜାଣିଛ ମା ମୁଁ ମୋ ପାଇଁ କାମ ବି ଦେଖିଛି, ମା ମୋତେ ପଚାର ମୁଁ ମୋ ପାଇଁ କଣ କାମ ଦେଖିଚି ? ମା ପଚାରିଲେ ଆରେ ବାବା କହ କଣ କାମ ଦେଖିଛୁ । ମା, କାଲି ଠୁ ମୁଁ ସବୁଦିନ ସକାଳୁ ଘର ଘର ବୁଲି ଖବର କାଗଜ ଦେବାକୁ ଯିବି ଆସିଲେ ପୁଣି ସ୍କୁଲ ଯିବି । ମା ଶୁଣି ବହୁତ୍ ଖୁସି ହେଲେ । ତା ପରଦିନ ଠୁ ସକାଳ ସମୟରେ ଘର ଘର ବୁଲି ପେପର ଦେବା ଆରମ୍ଭ କଲା । ପେପର ବେପାରୀ ଚିିନ୍ତୁ କୁ କିଛି ଟଙ୍କା ଦେଲା ତାପରେ ଘରକୁ ଆସି ସ୍କୁଲ କୁ ବାହାରିଲା । ବହୁତ ଦିନ ପର୍ଯ୍ୟନ୍ତ ଏମିତି ଚାଲିଲା ଗୋଟିଏ ଦିନ ଚିିନ୍ତୁ ଖବର କାଗଜ ଦେଇ ଆସିଲା ଆଉ ଗୋଟିଏ ଖବର କାଗଜ ଅଧିକା ରହି ଗଲା । ସେ ସେହି ଖବର କାଗଜ କୁ ବେପାରୀ କୁ ଫେରାଇ ଦେଲା କିନ୍ତୁ ସେ ବେପାରୀ ଚିିନ୍ତୁ କୁ ସେ ପେପର ଘରକୁ ନେଇକି ଯାଅ ବୋଲି ତା ହାତରେ ପୁଣି ଦେଲା । ଚିିନ୍ତୁ ସେ ପେପର କୁ ଘରକୁ ନେଇକି ଗଲା ଓ ସେଥିରେ ଛପା ଯାଇଥିବା କିଛି ପ୍ରଶ୍ନ ର ଉତ୍ତର ସମାଧାନ କଲା । ସେ ସ୍କୁଲ ଯିବା ରାସ୍ତାରେ ସେ ଖବର କାଗଜ ଅଫିସ ଥିଲା ସେ ପ୍ରଶ୍ନର ଉତ୍ତର ଦେଇଥିବା କାଗଜ ଖଣ୍ଡକୁ ଖବର କାଗଜ ଅଫିସ୍ ରେ ଜମା କରି ସ୍କୁଲ୍ ଚାଲିଲା। ସବୁଦିନ ପରି ସ୍କୁଲ ଯାଉଥାଏ । ଚିନ୍ତୁ ର ମା ଗୋଟିଏ ଘର ପରେ ଆଉ ଗୋଟିଏ ଘର କାମ କରିବାକୁ ଲାଗିଥାଏ ।
ଚିନ୍ତୁ ସ୍କୁଲ ପରେ ପାଠ ପଢୁଥିଲା ଆଉ ଘର ସଫାସୁତୁରା କରି ମା ର ଫେରିବା ବାଟକୁ ଚାହିଁକି ରହୁଥାଏ । କିଛିଦିନ ପରେ ଚିନ୍ତୁ ଯେବେ ସ୍କୁଲ ରେ ଥିଲା ସେଦିନ ଚିନ୍ତୁ ର ଶିକ୍ଷକ ସହିତ ଆଉ ଜଣେ ଅଫିସର ଆସିଥିଲେ । ସେ ଅଫିସର ଖବରକାଗଜ ରେ ଉତ୍ତର ଦେଇଥିବା ପିଲାକୁ ଦେଖିବାକୁ ଆସିଥିଲେ । ଶିକ୍ଷକ ଚିନ୍ତୁ କୁ ଦେଖେଇ ଅଫିସର କୁ କହିଲେ ସେ ପିଲା ହେଉଛି ଚିନ୍ତୁ ଯିଏ ଆପଣଙ୍କ ଖବର କାଗଜ ର ଉତ୍ତର ଦେଇଛି। ଅଫିସର ଚିନ୍ତୁ କୁ ପାଖକୁ ଡ଼ାକି ଧନ୍ୟବାଦ ଦେଲେ । କହିଲେ ତମେ ବହୁତ ବୁଦ୍ଧିମାନ ସେଦିନ ପ୍ରଶ୍ନ ର ଉତ୍ତର ତମ ଛଡା ଆଉ କିଏ ଦେଇପାରିନାହାନ୍ତି କେବଳ ଜଣେ ତମେ ହିଁ ତାର ସଠିକ୍ ଉତ୍ତର ଦେଇ ପାରିଲ । ଏଥିପାଇଁ ଆମ ଖବର କାଗଜ ତରଫରୁ ତମର ସବୁ ପଢ଼ା ଖର୍ଚ୍ଚ ବହନ କରିବେ । ଅଫିସର କଥା ଶୁଣି ଚିନ୍ତୁ ବହୁତ ଖୁସି ହୋଇଗଲା । ସେ ଘରେ ପହଁଚିଲା ଆଉ ସବୁଦିନ ପରି ମା ର ଆସିବା ବାଟକୁ ଚାହିଁ ରହିଲା । କିଛି ସମୟପରେ ମା ଆସିଗଲେ । ଚିନ୍ତୁ ମା ଆସିବାର ଦେଖି ଖୁସି ରେ ଦୌଡ଼ି ଦୌଡ଼ି ଯାଇ ମା କୁ କୋଳେଇ ନେଲା । ମା ଚିନ୍ତୁ ର ଖୁସି ଦେଖି ପଚାରିଲେ ଆରେ କଣ ହେଇଛି ଭାରି ଖୁସି ଜଣାପଡୁଛୁ । ମା ତମକୁ ଆଉ ବେଶୀ କଷ୍ଟ କରିବାକୁ ପଡିବନି । ଆଚ୍ଛା କଣ ପାଈଁ ମା ପଚାରିଲେ। ସେଦିନ ଯୋଉ ଖବର କାଗଜ ରେ ଉତ୍ତର ଲେଖିଥିଲି ତାହା ଠିକ୍ ଥିଲା ଏବଂ ଆଜି ଖବର କାଗଜ ଅଫିସ୍ ରୁ ଜଣେ ଅଫିସର ଆସି ମୋତେ କହିଲେ ଯେ ମୋର ସବୁ ପଢା ପଢ଼ି ଖର୍ଚ୍ଚ ବହନ କରିବେ । ତା ସହିତ ମୋତେ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିଲେ । ଏହା ଦେଖି ମା ଖୁସି ହୋଇ କହିଲେ ହଉ ଆଜି ତୋର ଏହି ଖୁସିରେ ମୁଁ ଖିରି କରିବି । ଚିନ୍ତୁ ଖିରି କୁ ବହୁତ୍ ପସନ୍ଦ କରେ । ତାପରେ ଦୁହେଁ ମିଶି ଖିରି ଖାଇଲେ । ଏମିତି କିଛି ବର୍ଷ ଗଡି ଚାଲିଲା। ଚିନ୍ତୁ ମନ ଦେଇ ଭଲ ପାଠ ପଢିଲା । ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥାଏ । ଗୋଟିଏ ପରେ ଗୋଟିଏ ଛାତ୍ର ବୃତ୍ତି ପାଉଥାଏ । ମହାବିଦ୍ୟାଳୟ ରେ ପଢିବା ସମୟରେ ଦିନେ ଯୋଉ ଖବର କାଗଜ ତାକୁ ଛାତ୍ର ବୃତ୍ତି ଦେଇଥିଲେ ସେ ଖବର କାଗଜ ସଂସ୍ଥା ରେ ନିର୍ଦେଶକ ପଦରେ ରେ ସେ ନିଯୁକ୍ତ ହେଲା । ସେତେବେଳେ ତାର ମା ଆରପାରିକୁ ଚାଲି ଯାଇଥିଲେ । ଖବର କାଗଜ ତରଫରୁ ଖବର କାଗଜ ସମ୍ମିଳନୀ ଉତ୍ସବ ପାଳନ କରାଯାଉଥିଲା। ଚିନ୍ତୁ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଙ୍କୁ ନିଜର ଅତୀତ ବିଷୟରେ ଜଣାଇଲା ଏବଂ କହିବାକୁ ଲାଗିଲା ଯେଉଁ ଶିଶୁ ଉପରେ ନିଜ ମାତା ପିତାଙ୍କ ଆଶୀର୍ବାଦ ଥାଏ ସେ ଶିଶୁ ନିଶ୍ଚୟ ଭଲ ମଣିଷ ହେବ ଏବଂ ନିଜ ନାମ କୁ ଉଚ୍ଚା ରଖିବ । ସେତେବେଳେ ଚିନ୍ତୁ ର ଆଖିରୁ ଲୁହ ବହିଯାଉଥାଏ ତାକୁ ବଡ ମଣିଷ କରିଥିବା ତା ମା ତା ପାଖରେ ନଥିଲେ ଏବଂ ବର୍ତ୍ତମାନ ଚିନ୍ତୁ ନିର୍ଦ୍ଦେଶକ ଭାବେ ଚିନ୍ତାମଣି ବାବୁ ରେ ପରିଣତ ହୋଇଯାଇଛି । ସମସ୍ତ ଦର୍ଶକଙ୍କ ତାଳିମାଡ଼ ରେ ଖବରକାଗଜ ସମ୍ମିଳନୀ ପ୍ରୋତ୍ସାହନ ର ପରିବେଶ ସୃଷ୍ଟି ହେଇଥିଲା ।
*ଏଥିରୁ କଣ ଶିଖିଲ ?*
୧.ଭଲ ପାଠ ପଢି ନିଜର ନାମ ଉଚ୍ଚା କରିବା ଦରକାର ।
୨.ସବୁବେଳେ ଗୁରୁଜନ କଥା ମାନିବା ଦରକାର ।
୩.ଠିକ୍ ସମୟରେ ଉପଯୋଗୀ କାମ କରିବା ଦ୍ଵାରା ଉଚିତ ଫଳ ମିଳିଥାଏ ।
ନୀଳମାଧବ ଭୂୟାଁ
ବୁଗୁଡ଼ା, ଗଞ୍ଜାମ
କୈକେୟୀ ମାତା

ଅଯୋଧ୍ୟା ନଗରୀ ଧୂପ ଦୀପ ଫୁଲମାଳରେ ହୋଇଅଛି ସାଜସଜ୍ଜା ।
ରାଜା ଦଶରଥ ରାଜ୍ୟ ଅଭିଷେକ କରିବେ ଶ୍ରୀରାମ ହେବେ ଅଯୋଧ୍ୟା ର ରାଜା ।।
ଦେବାସୂର ସଂଗ୍ରାମେ ମାତା କୈକେୟୀ କରିଥିଲେ ଅଯୋଧ୍ୟା ର ପ୍ରତିରକ୍ଷା ।
ଅଯୋଧ୍ୟା ପତି ଖୁସି ହେଇ ମାତା କୈକେୟୀ ଙ୍କୁ ଦେବେ ଦୁଇଟି ବର ଭିକ୍ଷା ।।
ମନ୍ଥରା ର ମନ୍ତ୍ରେ ମାତା କୈକେୟୀ ହେଇଗଲେ ପରାଛନ୍ଦି ।
ଦୁଇଟି ବର ରାଜା ଙ୍କୁ ମାଗି ଅଯୋଧ୍ୟା ପତି ଙ୍କୁ କଲେ ବନ୍ଦୀ ।।
ଭରତ ବସିବ ରଜ ସିଂହାସନେ ଶ୍ରୀ ରାମ ଯିବ ଚଉଦ ବର୍ଷ ବନ ।
ରାଣୀ ର ଏହି ବାଣୀ ଶୁଣି ରାଜା ଦଶରଥଙ୍କ ଉଡିଗଲା ଜୀବନ ।।
ସୀୟା ରାମ ସହ ଲକ୍ଷ୍ମଣ ଗଲେ ବନ ପରିଶିତା ଉର୍ମିଳା ଙ୍କୁ ଘରେ ଛାଡ଼ି।
ଚିତ୍ରକୁଟ ଯାଇ ଭରତ ଆଣିଲେ ଶ୍ରୀ ରାମ ଙ୍କ ପଦୁକା କାଡି ।।
ଦଣ୍ଡକା ଅରଣ୍ୟ ରେ ସୀୟା ରାମ କଲେ ଛୋଟ ଘର । ଲକ୍ଷ୍ମଣ ସୂର୍ପନେଖାର ନାକ କାଟିଲେ ଏହିଟି ବହୁଛି ରକ୍ତ ଝର୍ ଝର ।।
ମାରୀଚ ରାବଣ ଛଦ୍ମ ବେଶରେ ମାତା ସୀତା ଙ୍କୁ କଲେ ହରଣ।
ଲକ୍ଷ୍ମଣ ରେଖାକୁ ମାତା ସୀତା କଲେ ଉଲଙ୍ଗନ ଚରଣ ।।
ଅନ୍ୟାୟ ପାଇଁ ରାବଣ ସହ ଯୁଦ୍ଧ କଲେ ବିର ବାଟ ଜଟାୟୁ ପକ୍ଷୀ ।
ଶ୍ରୀ ରାମ ଙ୍କୁ ମାତା ସିତାର ସନ୍ଦେଶ ଦେଲେ ପରଖି ପରଖି।।
ପାଶାଣି ଅହଲ୍ୟା, କୋବନ୍ଦ ରାକ୍ଷସ, ରାଜା ସୁଗ୍ରୀବ, ବିଭୀଷଣ ହେଲେ ଉଦ୍ଧାର।
ଶ୍ରୀ ରାମ ପ୍ରେମେ ପାଗଳ ତପସ୍ଵିନୀ ଶବରୀ, ହନୁମାନ ଜପେ ରାମ ନାମ ବାରମ୍ବାର ।।
ବାଳି ବଧ କରି ରାମ ସେତୁ ଗଢି ଉଡ଼ାଇ ବିଜୟ ପତାକା ।
ନଳ ନିଳ ସହ ଗୁଣ୍ଡୁଚି ମୁଷାର ଅବଦାନକୁ କର ତୁମେ ବାହା ବାହା।
ବିର ହନୁ ଜଳାଇଲେ ସ୍ଵର୍ଣ୍ଣମୟୀ ଲଙ୍କା ରାକ୍ଷସ ରାବଣ ମୁଁହ ବଙ୍କା ।
ତ୍ରିଭୁବନ ପତି ଶ୍ରୀରାମ ଙ୍କ ବାଜୁଛି ବିଜୟ ଡଙ୍କା ।।
ରାମ ସେନା ରେ ବିଭୀଷଣ ମିଶି ଲଗାଇଲା ଭାତ୍ରୁ ପ୍ରେମ ରେ ଦାଗ ।
ଦଶାନନ, ମେଘନାଦ, କୁମ୍ଭକର୍ଣ୍ଣ ଲଙ୍କା ରକ୍ଷା କରିବାକୁ ଆଗ ।।
ନାଗଫାଶ ବରସି କାମ ଦେଲା ନାହିଁ ହେଲା ମେଘନାଦ ବିଫଳ ।
ମାତା କୈକେୟୀ ର ଆଶ୍ରିବାଦ ପାଇ ଶ୍ରୀରାମ ହେଲେ ସଫଳ ।।
ମାତା କୈକେୟୀ ଙ୍କ ବର ଦୁଇଟି ପାଇଁ ଜଗତ ହେଲା ଶାନ୍ତି ।
ଶ୍ରୀରାମ ଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ହେଲେ ମାତା କୈକେୟୀ ପାଇଁ ଟି ।।
ହୃଷିକେଶ କୁଷୁଲିଆ
ମୁନିଗୁଡ଼ା, ରାୟଗଡ଼ା ।
ଛାଡ଼ପତ୍ର

ପାଖ ପଡ଼ିଶା ର ଲୋକ ଦେଖୁଛନ୍ତି ହୋଇକି ଅଗଣା ଠିଆ
କେତେ ସୁନ୍ଦର ସୁନାର ସଂସାରେ ଲାଗିଛି ହିଂସାର ନିଆଁ ।
ଦମକଳ ନିଆଁ ଲିଭାଇ ପାରୁନି ଆସିଛନ୍ତି ପୋଲିସ ବାବୁ,
ବହୁ ବର୍ଷର ପରିଶ୍ରମ ଧନକୁ ଓକିଲ ନେବ ସବୁ ।
ସୁଖ ଶାନ୍ତିରେ ରହୁଥିଲେ ଦୁହେଁ ଜଣେ ରାଜା ଆଉ ରାଣୀ
ଦୁହିଁଙ୍କ ମୁହଁରୁ ବାହାରୁଛି ଆଜି ଗରଳ ବିଷ ବାଣୀ ।
ପ୍ରଚୁର ଗାଳି ଶୁଣୁ ଅଛି ଯିଏ କରିଥିଲା ଘଟ ସୂତ୍ର
ଫିକା ପଡିଗଲା ଆଜି ଶଙ୍ଖା ସିନ୍ଦୂର ଓ ପବିତ୍ର ମଙ୍ଗଳ ସୂତ୍ର ।
କାଗଜ କଲମ ହସ୍ତାକ୍ଷରେ ଯୋଡ଼ା ହୋଇଥିଲା ନକ୍ଷତ୍ର ତିଥି
ସେ କାଗଜ କଲମ ଆଜି ଛାଡ଼ ପତ୍ର ହେଲା ଲାଗିଲା କାନୁନ୍ ନୀତି ।
ପୋତିବେ ପୋତିବେ ଅଲଗା ଅଲଗା କେଉଁ ଦିନ କେଉଁ ରାତ୍ରି
କିଛି ଦିନର କୁଣିଆ ଆଉ ହେବେ କାଲିର ବର ଯାତ୍ରୀ ।
ଘର କଳି କୁ ଘରେ ନ ସୁଧୁରି ଗଲାଣି କୋର୍ଟ କଚେରି ଥାନା
ନ୍ୟାୟ ପାଇଁ ଦୁହେଁ ଧନ ସାରିବେ ବିକି ଜମି ବାଡ଼ି ଘର ଓ ପେଟର ଦାନା।
ସୁଖ ଓ ଦୁଃଖ ଲାଗିଛି ଏ ଜୀବନେ କର ନାହିଁ ଏହି କାମ
ମଣିଷ ଜୀବନ ଥରେ ତ ମିଳିଛି କରି ନିଅ ସମାଧାନ
ବୁଝିବାକୁ ହେବ ଭୁଲ ପରସ୍ପର ର ରାଗକୁ କର ଯେ ଶାନ୍ତ
ଥରେ ଭାଙ୍ଗିଗଲେ ଏ ପବିତ୍ର ସମ୍ପର୍କ ହେବ ସୁଖର ଅନ୍ତ ।
Hrusikesh Kushulia
Muniguda, Rayagada.
ସୁନା କଳସ
ସୁନିଳ ଆକାଶ ତଳେ ସବୁଜ ରଙ୍ଗର ପାହାଡ, ପାହାଡ଼ର ପାଦ ଦେଶରେ ଗୋଟିଏ ସୁନ୍ଦର ଝାଟି ମାଟିର ଚାଳ କୁଡିଆ। ଗୋଟିଏ ଛୋଟିଆ ପରିବାର ରେ କେବଳ ମା, ପୁଅ ଏବଂ ଝିଅ ଟିଏ। ବାପା ମରିବା ପରେ ମା ରେବତୀ ସହ ଭଉଣୀ ମୀରା କୁ ନେଇ କାଳିଆ ଘର ଘର ବୁଲି ଭିକ୍ଷା ମାଗି ଘର ଚଳାଉ ଥାଏ । ଗରିବ ର ସୀମା ରେଖା ଭିତରୁ ଡେଇଁବା ତାଙ୍କ ପାଖରେ ସମ୍ବଳ ନଥିଲା। କାଳିଆ ପାହାଡ ସେପଟ ଗାଁ କୁ ପ୍ରତିଦିନ ଭିକ୍ଷା ମାଗି ଯାଏ ଯାହା ଆଣେ ତାହା ତିନି ମୁଣ୍ଡ ଦୁଃଖରେ କଷ୍ଟରେ ଚଳି ପେଟ ପୋଷଣ କରୁଥିଲେ । ପୁଣି ପର ଦିନ ଭିକ୍ଷା ବୃତ୍ତି ପାଇଁ ବାହାରି ଯାଏ ।
ସବୁଦିନ ଭଳି ଗୋଟିଏ ଦିନ ଭିକ୍ଷା ବୃତ୍ତି କରିବାକୁ ଗଲା । ଗାଁ ଶେଷରେ ପୋଖରୀ ତୁଠରେ ଜଣେ ତାନ୍ତ୍ରିକ ଗୋଟିଏ ପଞ୍ଜୁରୀ କୁ ରଖି ପୋଖରୀ ଭିତରକୁ ସ୍ନାନ କରିବାକୁ ଗଲା । ଏତିକି ବେଳେ କାଳିଆ ପଞ୍ଜୁରୀ ପାଖକୁ ଆସିଲା। ପଞ୍ଜୁରୀ ଭିତରେ ପକ୍ଷୀ ନେହୁରା ହୋଇ କହିଲା ମୋତେ ଏ ପଞ୍ଜୁରୀ ରୁ ମୁକ୍ତ କରିଦିଅ । ଏ ଦୁଷ୍ଟ ତାନ୍ତ୍ରିକ ମୋତେ ବନ୍ଦୀ ବନେଇ ରଖିଛି । କାଳିଆ ଆଶ୍ଚର୍ଯ୍ୟ ରେ ପଚାରିଲା ତମେ କିଏ? ପକ୍ଷୀ ଟି କହିଲା ମୁଁ ଗୋଟିଏ ପରି, ଆକାଶ ରୁ ପୃଥିବୀ କୁ ବୁଲିବାକୁ ଆସିଥିଲି ଏତିକିବେଳେ ଏ ତାନ୍ତ୍ରିକ ତାର ମନ୍ତ୍ର ବଳରେ ମୋତେ ପକ୍ଷୀ ବନେଇ ଏ ପଞ୍ଜୁରୀ ଭିତରେ ରଖିଛି । ମୋତେ ମୁକ୍ତ କରିଦିଅ । କାଳିଆ ପଞ୍ଜୁରୀ ର ଜାଲି କବାଟ ଖୋଲିଦେଲା । ଦଉଡ଼ି ପଳେଇଲା । ପକ୍ଷୀ ଟି ବାହାରକୁ ଆସି ତାର ଅସଲ ରୂପରେ ଆସି କାଳିଆ ପଛେ ପଛେ ଆସିଲା । ପରି କାଳିଆ କୁ କହିଲା ମୁଁ ବହୁତ ଦିନରୁ ବନ୍ଦୀ ହୋଇ ଥିଲି ଆଜି ମୁକ୍ତ ହୋଇଗଲି । ତମେ କଣ ବର ମାଗିବାକୁ ଚାହୁଁଛ ମାଗ ? କାଳିଆ କହିଲା ମୁଁ ଦରିଦ୍ର ଘରର ପୁଅ । ମୋ ପରିବାର ଓଳିଏ ଖାଇଲେ ଓଳିଏ ଭୋକ ଉପାସରେ ରହୁଛନ୍ତି । ଯଦି ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳି ଯାଆନ୍ତା ତେବେ ବହୁତ୍ ଖୁସି ହୁଅନ୍ତି । ପରି କାଳିଆ କୁ ଗୋଟିଏ ସୁନା କଳସ ବର ଦେଲା । କହିଲା ତୁ ଏଇ କଳସ କୁ ଯାହା ମାଗିବୁ ତାହା ମିଳିବ କିନ୍ତୁ ଏହି କଳସ କୁ ମାଟି ଭିତରେ ପୋତି ରଖିବୁ ଏବଂ ଗୋଟିଏ କଥା ଧ୍ୟାନ ଦେବୁ ଯଦି ଭୁଲ ରେ ମଧ୍ୟ ଏହି ସୁନା କଳସ କଥା କାହାକୁ କହିବୁ ତେବେ ଏହି କଳସ ମାଟିରେ ପରିଣତ ହୋଇଯିବ। ଏତିକି କହି ସେ ପରି ସ୍ବର୍ଗ କୁ ଉଡ଼ି ଚାଲିଗଲା । କାଳିଆ ଦେଖିଲା ପରି ପ୍ରକୃତରେ ସତ କହୁଛି ନା ନାହିଁ ଯାଞ୍ଚ କରିବା ପାଇଁ କଳସ କୁ କିଛି ଟଙ୍କା ମାଗିଲା। ସଙ୍ଗେ ସଙ୍ଗେ ତା ପାଖରେ ଟଙ୍କା ଆସି ପହଁଚିଗଲା। ଏତକ ଦେଖି ବହୁତ୍ ଖୁସି ହୋଇ ଟଙ୍କା ଆଉ କଳସ କୁ ନେଇ ପାହାଡ ତଳେ ଗୋଟିଏ ଶୁନଶାନ୍ ସ୍ଥାନରେ ପୋତି ଦେଲା ଏବଂ କିଛି ଟଙ୍କା ରେ ଚାଉଳ ନେଇ ଘରେ ପହଞ୍ଚିଲା । ମା ଏବଂ ଭଉଣୀ ଟଙ୍କା ଏବଂ ଚାଉଳ ଦେଖି ଖୁସି ହେଲେ । ମା ପଚାରିଲା କାଳିଆ ଆଜି ଏତେ ଶୀଘ୍ର ଆସିଗଲୁ ? କାଳିଆ ସତ କୁ ଲୁଚେଇ ମିଛ କହିଲା କି ଆଜି ବହୁତ ଚାଉଳ ମିଳିଲା ଏବଂ ଅଧା ଚାଉଳ କୁ ବିକ୍ରି କରି ଟଙ୍କା ନେଇ ଆସିଲି । ଏହା ଶୁଣି କାଳିଆ ଉପରେ ମା ଖୁସି ହେଲେ । ସେ ସବୁଦିନ ଏମିତି କରେ । ବେଳେବେଳେ ମା ଏବଂ ଭଉଣୀ ଟଙ୍କା ବିଷୟରେ ପଚାରନ୍ତି କିନ୍ତୁ କେବେ ସତ କହେ ନାହିଁ । ଧିରେ ଧିରେ କାଳିଆ ଏମିତି ପଇସା ସଞ୍ଚୟ କରି କରି ମୀରା କୁ ଭଲ ଘରେ ବାହାଘର କରେଇବା ସହିତ ନିଜେ ବେପାର କରୁଥାଏ । ସହର ରେ ଜାଗା କିଣି ମା ରେବତୀ ସାଙ୍ଗରେ ରହୁଥାଏ । କିଛି ଦିନ ପରେ କାଳିଆ ଗୋଟିଏ ସୁନ୍ଦରୀ କନ୍ୟା କୁ ବିବାହ କରିଲା । ବିବାହ ପରେ କାଳିଆ ର ସ୍ତ୍ରୀ ପଚାରିଲା ତମେ ତ କହୁଛ ତମେ ଆଗ ଗରିବ ଥିଲ ଏବଂ କମ୍ ଦିନରେ ତମେ ଗୋଟିଏ ସଫଳ ବେପାରୀ କେମିତି ହେଲ ? ଏତେ ଟଙ୍କା କୋଉଠୁ ଆସିଲା ? କାଳିଆ କହିଲା ଭିକ୍ଷା ମାଗି ମାଗି ସବୁ ଟଙ୍କା ଯୋଗାଡ କରି ବେପାର କରିଲି । କାଳିଆ ର କଥା କୁ ତାର ସ୍ତ୍ରୀ ବିଶ୍ୱାସ କରିଲା କିନ୍ତୁ କାଳିଆ ବେଳେବେଳେ ସେ ତାର ପାହାଡ ତଳେ ଥିବା ଗାଁ କୁ ଯାଉଥାଏ କିନ୍ତୁ କାଳିଆ ର ସ୍ତ୍ରୀ କିମ୍ବା ମା କୁ କେବେ ନେଇ ଯାଉନଥାଏ । କାଳିଆ ର ସ୍ତ୍ରୀ ପଚାରିଲା ତମେ ଏକା ଯାଉଛ କାହିଁକି ଏବଂ ଆସିଲା ବେଳକୁ ତମେ ବହୁତ୍ ଟଙ୍କା ନେଇ ଆସୁଛ କେମିତି? କାଳିଆ କହିଲା ଗାଁ ଲୋକ ମାନେ ମୋ ଠାରୁ ଧାର ନେଇଥିଲେ ସେଗୁଡ଼ାକ ମାଗିବାକୁ ଯାଉଛି କିନ୍ତୁ କାଳିଆ ର ସ୍ତ୍ରୀ କୁ ସନ୍ଦେହ ହେଲା । ଦିନେ କାଳିଆ ଗାଁ ରୁ ଫେରିଲା ପରେ ତାର ସ୍ତ୍ରୀ ତାକୁ ପଚାରିଲା ସତ କୁହ ଏ ପଇସା ସବୁ କୋଉଠୁ ଆଣୁଛ । ବାଧ୍ୟ କରିବାରୁ କାଳିଆ କହିଲା ମୋତେ ବାଧ୍ୟ କର ନାହିଁ ମୁଁ ଯାହା କହୁଛି ତାହା ସତ୍ୟ । ଏଥିରୁ କାଳିଆର ସ୍ତ୍ରୀ ବହୁତ୍ ସନ୍ଦେହ କରିଲା। କହିଲା ନା ନା , ତମେ ମୋ ମୁଣ୍ଡ ଛୁଇଁ ସତ କୁହ କି ଏ ଟଙ୍କା ସବୁ କୋଉଠୁ ନେଇ ଆସୁଛ । କାଳିଆ କହିଲା ମୁଁ ଯାହା କହୁଛି ତାହା ସତ । କାଳିଆ ର ସ୍ତ୍ରୀ କହିଲା ମୁଁ ଆମ ଚାକର କୁ ଆଜି ପଠେଇ ଥିଲି ତମେ ଗାଁ କୁ ଜମାରୁ ଯାଇ ନାହଁ । ସତ କୁହ? କାଳିଆ ଏଠି କିଛି କହି ପାରିଲା ନାହିଁ । କଣ କହିବ ଧର୍ମ ସଂକଟ ରେ ପଡ଼ିଲା। ସେ କହିଲା , ଯଦି ତମେ ସତ୍ ଜାଣିବ ତେବେ ଏ ଟଙ୍କା ଆଉ ଆସିବ ନାହିଁ । କାଳିଆ ସ୍ତ୍ରୀ ର ଏକା ଜିଦ୍ ଯେ ମୋତେ ସବୁ ସତ କୁହ । ଶେଷରେ କାଳିଆ କହିଲା କି ମୁଁ କାନରେ କହିଦେଉଛି । କିନ୍ତୁ ଏ କଥା କାହାକୁ କହିବ ନାହିଁ। କାଳିଆ ଭାବିଲା କାଳେ ଧିର ସ୍ଵରରେ ଅବା କାନରେ କହିବି ଏବଂ ମୁଁ ଜାଣିବା ଯାହା ମୋ ସ୍ତ୍ରୀ ଜାଣିବା ତାହା, ଯେତେ ହେଲେ ସେ ମୋର ଅର୍ଦ୍ଧାଙ୍ଗିନୀ। ଶେଷରେ ସେ ସୁନା କଳସ କଥା ସବୁ କହିଲା। କାଳିଆ ର ସ୍ତ୍ରୀ କହିଲା ଚାଲ ଚାଲ ମୁଁ ମଧ୍ୟ କିଛି ମାଗିବି । ମୋ ପାଇଁ ସୁନା ଅଳଙ୍କାର କିଛି ମାଗିବି। ଏହା ଭାବି ଯେତେବେଳେ ସେ କଳସ ପାଖକୁ ପହଞ୍ଚିଲେ ସେ ସମୟରେ ସେ କଳସ ମାଟିରେ ପରିଣତ ହୋଇ ଯାଇଥିଲା । କାଳିଆ ସ୍ତ୍ରୀ ଉପରେ ଦୋଷ ଦେଇ ଗାଳି ଦେଲା । ଶେଷରେ କାଳିଆ ଏବଂ ତାର ସ୍ତ୍ରୀ ମନ ଦୁଃଖରେ ଘରକୁ ଫେରିଲେ । ଅଧିକା ଲୋଭ କରିବା ଅନୁଚିତ୍ ।
ପୂଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ
ମୋର ଭାଲେନଣ୍ଟାଇନ୍

ସେଦିନ ୧୪ ଫ୍ରେବୃଆରି ସୋମବାର ଥାଏ, ମନ୍ଦିର ଗହଳି ଥାଏ ସମସ୍ତେ ଯେମିତି ଭଗବାନ ଙ୍କ ଭକ୍ତି ରେ ନିଜକୁ ସମର୍ପି ଦେଉଥିଲେ । ମୁଁ ମୋର ପ୍ରସାଦ ବ୍ୟାଗ୍ କୁ ପଣ୍ଡିତ କୁ ଦେଲି ଏବଂ କହିଲି ଭୋଗ ଲଗେଇ ଦିଅନ୍ତୁ । ପଣ୍ଡିତ ପଚାରିଲେ କାହା ନାମରେ ଲଗେଇବି। ମୁଁ ନିରୁପାୟ । ଭାବିଲି କାହା ନାମ କହିବି ?? ଅସଲ ରେ ମନ୍ଦିର ଆସିବା ମୋର ଅଭିପ୍ରାୟ ନଥିଲା। ମୋ ସାଙ୍ଗ ମୋତେ ତାର ନାମରେ ଭୋଗ ଲଗାଇବା ପାଇଁ କହିଥିଲା ସେ ଆଶାରେ ଆସିଥିଲି। ତାର ପାଇଁ ନଡ଼ିଆ ଓ ପ୍ରସାଦ କିଣିଲି, ଭାବିଲି ମୁଁ ମଧ୍ୟ ଅଳ୍ପ ପ୍ରସାଦ ଚଢ଼େଇ ଦିଏ କିନ୍ତୁ ଏଠି ମୁଁ ଚିନ୍ତାରେ ପଡ଼ି ଗଲି। କିଛି ବୁଦ୍ଧି ବାଟ ଦେଖା ଗଲା ନାହିଁ । ମୁଣ୍ଡ କୁ କୁଣ୍ଡେଇ କୁଣ୍ଡେଇ ମୋ ବୋଉ ନାମ କୁ କହିଦେଲି । ପଣ୍ଡିତ ମୋତେ ପୁଣି ପ୍ରଶ୍ନ କରିଲେ ଯେ ଯାହାର ନାମ କହିଲ ! ସେ କଣ ତୁମର ମହିଳା ବନ୍ଧୁ କି ? ମାନେ ଗାର୍ଲଫ୍ରେଣ୍ଡ କି ?? ମୁଁ ବଡ ବଡ ଆଖିରେ ଅନେଇ ରହିଲି ପଣ୍ଡିତ କୁ ? ଇଏ କଣ, ବଡ ଅଜବ ଏ ପଣ୍ଡିତ, ମା ବୋଉ ନାମ କହିଲେ, ସେ କହୁଛି ଗାର୍ଲଫ୍ରେଣ୍ଡ!!! ମୁଁ ଅଳ୍ପ ରାଗରେ ଚାହିଁ ରହିଲି, ପଣ୍ଡିତ , ହଉ…ହଉ… କହି, ଭୋଗ ଲଗେଇବାକୁ ନେଇ ଗଲା ।
(ସେଦିନ ଥିଲା ଭାଲେନଣ୍ଟାଇନ୍ ଯୋଗୁ ସମସ୍ତେ ନିଜ ପ୍ରେମୀ ଏବଂ ପ୍ରେମିକା ଙ୍କ ନାମ କହୁଥିଲେ ସେଥିପାଇଁ ପଣ୍ଡିତ ମଧ୍ୟ ପ୍ରଶ୍ନ କରିଥିଲେ )
ମୋ ଆଗରେ ଗୋଟିଏ ସୁନ୍ଦରୀ ଝିଅ ଟିଏ, ତାର ଶୁଖିଲା ଚୁଟି ଆସି ମୋର ଆଖି ନାକ ରେ ବାରମ୍ବାର ବାଜି ଫେରି ଯାଉଥାଏ। ମୁଁ ଆଖି ବନ୍ଦ କରି ହାତ ଯୋଡ଼ି ଭଗବାନ ଙ୍କ ଧ୍ୟାନ ରେ ମଗ୍ନ ଆଉ ଏପଟେ ଯେ ଏଇ ଶୁଖିଲା ଚୁଟି ଆସି ମୋତେ ଡିଷ୍ଟର୍ବ କରୁଥାଏ। ହଠାତ୍ ରାଗରେ ଆଖି ଖୋଲି ଦେଖିଲି, ସୁନ୍ଦରୀ ଝିଅ ଟିଏ ମୋର ଆଗରେ ଠିଆ ହୋଇ ଆଖି ବନ୍ଦ କରି ଧୀରେ ଧୀରେ ବିନା ଶବ୍ଦ ରେ କିଛି ଗୋଟିଏ କହି ଯାଉଥିଲା ।
ପଣ୍ଡିତ ଆସିଲେ, ସେ ଝିଅ ହାତରୁ ପ୍ରସାଦ ନେଇ ଗଲା ବେଳେ ପଚାରିଲେ କାହା ନାମରେ ଚଢ଼େଇବି । ବାଳିକା ଜଣଙ୍କ ଧୀରେ ଶବ୍ଦରେ କହିଲେ, “ସନ୍ତୋଷ” । ମୋର କାନ ଠିଆ ହୋଇଗଲା। ଆରେ ଇଏ ତ ମୋର ନାମ, ଏଇ ଝିଅ କଣ ମୋ ନାମରେ ଭୋଗ ଲଗାଉଛି !! ହେଲେ କାହିଁକି ??? କିଛି ସମୟ ପାଇଁ ହଜିଗଲି, ଭାବିଲି କିଏ ତ ଅଛି ?? ଏ ଦୁନିଆରେ ମୋ ପାଇଁ ମଧ୍ୟ ଭୋଗ ଲଗା ହେଉଛି । ଅଳ୍ପ ଗହଳି ଯୋଗୁ ତାର ମୁଖ କୁ ମୁଁ ଦର୍ଶନ କରି ପାରୁ ନଥାଏ। ହେଲେ ମନରେ ଇଚ୍ଛା ଜାଗ୍ରତ ହେଲା ଯେ ପ୍ରକୃତ ଝିଅ ଟି କିଏ ?? ପ୍ରସାଦ ଭୋଗ ଲଗା ସରିଲା ପରେ ପଣ୍ଡିତ ଫେରେଇ ଦେଲେ । ସେ ବାହାରକୁ ବାହାରିଲା, ତାର ପଛେ ପଛେ ମୁଁ, ମୋର ପ୍ରଶ୍ନ ଦୁଇ ଗୁଣ ହୋଇଗଲା। ପ୍ରକୃତରେ କିଏ ଆଉ କାହିଁକି ମୋ ନାମ ନେଲା ???
ବାହାରକୁ ବାହାରିଲା ପରେ ତାର ମୁଖ କୁ ଦେଖିଲି ଏବଂ ଜାଣିଲି ଯେ ସେ ତ ମୋର କେହି ପରିଚିତ ନଥିଲେ । ପଛେ ପଛେ ଯାଉଥାଏ। କିଛି ସମୟ ପରେ ସେ ପଚାରିଲା । ତମେ ମୋ ପଛେ ପଛେ କାହିଁକି ଆସୁଛ ? ମୁଁ ପ୍ରଶ୍ନ କରିବାକୁ ବାଧ୍ୟ ହେଲି। ପଚାରିଲି, ତମେ ଯୋଉ ନାମ ଟି କହିଲ ସେ ନାମ ଟି କାହାର ?? ସେ ମୋତେ ରାଗି ଚାହିଁ ରହିଲା । ସେଥିରେ ତମର ଜାଣିବା କଣ ଦରକାର ??? ମୁଁ ପୁଣି କହିଲି, ନା ଯେ ତମର ଡାକିବା ନାମଟି ମୋତେ ଅତି ନିଜର ଭଳି ଲାଗିଲା ସେଥିପାଇଁ ପଚାରିଲି। ସେ ଅଳ୍ପ ସେକେଣ୍ଡ ପାଇଁ ଚୁପ୍ ରହିଲା ପୁଣି କହିଲା, ଏଥିରେ ତମର ମୁଣ୍ଡ ପୁରେଇବା କିଛି ଦରକାର ନାହିଁ।
ମୁଁ କହିଲି, ମୁଁ ତମକୁ ଆଉ ଡିଷ୍ଟର୍ବ କରିବି ନାହିଁ କିନ୍ତୁ ମୋତେ ଶେଷ ପ୍ରଶ୍ନ ର ଉତ୍ତର ଦେଇ ଦିଅ। ଯେ ସେ ସନ୍ତୋଷ କିଏ ?? ଏହି ଉତ୍ତର ପରେ ସେ ଝିଅ ଟି ଅଳ୍ପ ଭାବିଲା ଏବଂ କହିଲା ମୋତେ ଆଉ ବିରକ୍ତ କରିବ ନାହିଁ ନା?? ମୁଁ ହଁ ମାରିଲି ??
ସେ କହିଲା, ଏହି ନାମଟି ହେଲା ମୋ ସ୍ବାମୀ ଙ୍କ ର, ମାନେ ଯିଏ ମୋତେ ବିବାହ କରିବ ତାଙ୍କର ନାମ ?? ମୁଁ ପୁଣି ଚିନ୍ତାରେ ପଡ଼ିଲି, ତମର ତ ବିବାହ ବୟସ ହୋଇନି ?? ସେ ଅଳ୍ପ ହସି କହିଲା ହଁ ଯେ କିନ୍ତୁ ଆମ କୁଳ ବ୍ରାହ୍ମଣ କହିଲେ ଯେ ” ସ ” ନାମରେ ଗୋଟିଏ ଭଲ ପୁଅ ଟିଏ ତମକୁ ବିବାହ କରିବ ?? ସେଥିପାଇଁ ମୁଁ ମନେ ମନେ ଗୋଟିଏ ଭଲ ନାମ ବାଛି ନେଲି । ଏହି ନାମ ନେଇ ମୁଁ ସବୁ କାମ କରେ ଏଵଂ ଏହି ନାମ ନେଲେ ମୋତେ ସନ୍ତୁଷ୍ଟି ଅନୁଭବ ହୁଏ ସେଥିପାଇଁ ସନ୍ତୋଷ ନାମକୁ ବାଛିଲି ।
ଏବେ ମୋତେ କୁହ?? ତମେ ମୋ ପଛେ ପଛେ ଆସିବାର କାରଣ କଣ କୁହ ?? ମୁଁ ଟିକେ ମଜାରେ କହିଲି, ତମ ବ୍ରାହ୍ମଣ ଯୋଉ ସନ୍ତୋଷ କଥା କହିଥିଲେ ନା , ସେ ହେଉଛି ମୁଁ !! ଝିଅଟି ଚକିତ ଅବସ୍ଥାରେ ଚାହିଁ ମୋତେ ପଚାରିଲା,,, ମାନେ????
ମୁଁ ପୁଣି କହିଲି, ମୋର ନାମ ମଧ୍ୟ ସନ୍ତୋଷ, ମନ୍ଦିର ରେ ପଣ୍ଡିତ କୁ ଯେତେବେଳେ ନାମ କହିଲ, ମୁଁ ଭାବିଲି ମୋ ପାଇଁ କିଏ ଭୋଗ ଲଗାଉଛି କି ?? ସେଥିପାଇଁ ମୁଁ ଅଳ୍ପ ଆଶ୍ଚର୍ୟ୍ଯ ହେଲି ଏବଂ ତମ ଚେହରା ଦେଖିବାକୁ ଇଚ୍ଛା ରଖିଲି, ଏବଂ ତମ ଚେହେରା ଦେଖି ମୋତେ ଯେମିତି ନିଜର ଲାଗିଲା। ଆଉ ତମେ ଯଦି ଖରାପ ଭାବିଲ ତେବେ ମୁଁ ଏହି ବ୍ୟବହାର ପାଇଁ ତମକୁ କ୍ଷମା ମାଗୁଛି। ସେ ଝିଅଟି କହିଲା, ନା ନା, ଥାଉ, ସେମିତି କିଛି ନାହିଁ। କ୍ଷମା ମାଗିବା କଣ ଦରକାର । ମୁଁ ତ ଖରାପ ଭାବିନି।
ଏମିତି କଥା ହୋଇ ହୋଇ ଆମେ ଦୁଇ ଜଣ ମନ୍ଦିର ବେଢାରେ ବସିବାକୁ ଲାଗିଲୁ। ସେ ମୋତେ ପଚାରିଲା ତମ ଘର କୋଉଠି । ମୁଁ ମୋ ଗାଁ ନାମ କହିଲି। ସେ କହିଲା, ଏଠୁ କେତେ ଦୂର ?? ମୁଁ କହିଲି , ୫ କିମି ହେବ। ସେ ପଚାରିଲା, ଆଉ ଗୋଟିଏ ପ୍ରଶ୍ନ କରିବି ତମେ ଖରାପ ଭାବିବ ନାହିଁ ନା?? ମୁଁ ଅନୁମତି ଦେଲି ସେ ପଚାରିଲା ତମ ଜାତି କଣ ?? ମୁଁ ମୋ ଜାତି କହିଲି । ମୋ ଜାତି ନାମ ଶୁଣି ସେ ଅଳ୍ପ ଖୁସି ହୋଇଗଲା ମୁଁ ପଚାରିଲି, ଖୁସି କାହିଁକି ହେଲ?? ସେ କହିଲା, ଯେ ମୋର ମଧ୍ୟ ସମାନ ଜାତି !! ଏତିକି ଶୁଣି ମୁଁ ମଧ୍ୟ ବହୁତ୍ ଖୁସି ହୋଇଗଲି। ଭାବିଲି ଆଜି ୧୪ ଫ୍ରେବୃଆରୀ ଦିନ ମୋତେ ଏଠି ମୋ ଭାଲେନଣ୍ଟାଇନ୍ ମିଳିଗଲା ବୋଧେ । ମୁଁ ମନେ ମନେ ବହୁତ୍ ଖୁସି ହେଉଥିଲି । ଯାହା ହେଉ ମୋ ସାଙ୍ଗ ଯୋଗୁ ମୋତେ ମୋ ଭାଲେନଣ୍ଟାଇନ୍ ସହିତ ଦେଖା ହୋଇଗଲା। ଭଗବାନ କୁ ବହୁତ୍ ଧନ୍ୟବାଦ୍ ଦେଲି ।
ଏତିକି ବେଳେ, ମୋର ପୁଣି ପ୍ରଶ୍ନ ଆରମ୍ଭ ହୋଇଗଲା, ଯେ ତମ ଘର କୋଉଠି ?? ସେ କହିଲା ଏଠି ମୋ ମାଉସୀ ଘର, ଆମ ଘର ତ ଏଠୁ ୮୦ କିମି ଦୂରରେ। ମୁଁ ପ୍ରତି ସୋମବାର ରେ ମନ୍ଦିର ଆସେ । ସେଥିପାଇଁ ଆଜି ସୋମବାର ବୋଲି ଆସିଲି । ତାଙ୍କ ଘର ଠିକଣା ଶୁଣି ମୁଁ ଅଳ୍ପ ଦୁଃଖୀ ଅନୁଭବ କରିଲି । ତାପରେ ଭାବିଲି । ଚଳିବ, ଏତେ ଦୂର ହେଲେ ମଧ୍ୟ କଣ ବିବାହ କରନ୍ତି ନାହିଁ କି ? ପୁଣି ମୋର ପ୍ରଶ୍ନ ଯେ , ଏଠି କେତେ ଦିନ ପାଇଁ ଆସିଛ ?? ସେ କହିଲା, ଆଉ ଗୋଟିଏ ସପ୍ତାହ ରହିବି। ତାପରେ ଚାଲିଯିବି।
ମୁଁ କହିଲି, ଶେଷ ଥର ପାଇଁ ଗୋଟିଏ ପ୍ରଶ୍ନ , କିଛି ଖରାପ ଭାବିବ ନାହିଁ କି?? ସେ ହଁ କରିଲା, ମୁଁ ପଚାରିଲି, ତମ ମୋବାଇଲ ନମ୍ବର୍ ମିଳିବ କି?? ସେ ବଡ ବଡ ଆଖି କରି ଚାହିଁ ରହିଲା ?? କହିଲା, ମୋବାଇଲ୍ ନମ୍ବର୍ କଣ ଦରକାର ? ତମେ ଏବେ ଅଳ୍ପ କଥା ହେଉ ହେଉ ମୋବାଇଲ ନମ୍ବର୍ ମାଗୁଛ?? ମୁଁ ଯଦି ଘର ଠିକଣା କହିବି ତେବେ ତମେ ମୋ ଘରେ ପଶିଯିବ (କିନ୍ତୁ ଅଳ୍ପ ମଜାରେ ଝିଅ ଟି କହିଲା) ମୁଁ ଭାବିଲି, ସେ ରାଗିଲା ନା ମଜା କରିଲା? ? ମୁଁ ଅଳ୍ପ ଚୁପ୍ ରହିଲି ଏବଂ ମୋର ଭୁଲ ହୋଇଗଲା ବୋଲି କହିଲି ? ତାପରେ ସେ ଝିଅଟି ଅଳ୍ପ ମୁରୁକି ହସ ଦେଇ କହିଲା ଯେ ଆରେ ମୁଁ ମଜା କରୁଥିଲି। ମୋର ମୋବାଇଲ୍ ଅଛି ଯେ, ଏଠି ମାଉସୀ ପୁଅ ମୋ ପାଇଁ ନୂଆ ସିମ୍ ଆଣି ଦେଇଛନ୍ତି କିନ୍ତୁ ସେ ନମ୍ବର୍ ମୋର ମନେ ନାହିଁ । ବର୍ତମାନ ମୋବାଇଲ୍ ମୁଁ ଘରେ ଛାଡ଼ି ଆସିଛି।
ଆଉ ଯଦି ଆମର ମିଶିବା ଲେଖା ଅଛି ତେବେ ପୁଣି ଥରେ ମିଶିବା। ମୁଁ ପଚାରିଲି, ତମ ମାଉସୀ ଘର କୋଉଠି ? ସେ କହିଲା, ନା ଯଦି ଭଗବାନ ଆମକୁ ମିଶେଇବାକୁ ଥିବେ ତେବେ ଆମର ପୁଣି ଦେଖା ହେବ। ଯଦି ମାର୍କେଟ ରେ ଦେଖା ହୁଏ ତେବେ ସେଠି କଥା ହେବା ଯଦି ନ ଦେଖା ହୁଏ ତେବେ ଆଗ ସୋମବାର ଦିନ ମୋତେ ଏଠି ଏହି ମନ୍ଦିର ରେ ଦେଖା କରିବ। ମୁଁ ଖୁସି, ସେ ପୁଣି କହିଲା, କିନ୍ତୁ ଗୋଟିଏ ସର୍ତ୍ତ, ମୁଁ ମଧ୍ୟ ମୋ ଭାଗ୍ୟ କୁ ପରୀକ୍ଷା କରିବାକୁ ଚାହୁଁଛି । ତେବେ ମୋ ଭାଗ୍ୟ ପରୀକ୍ଷା ରେ ମୋତେ ତମେ ସାହାଯ୍ୟ କରିବ! ମୁଁ ପଚାରିଲି କଣ?? ସେ କହିଲା , ତମେ ଏବେ ମୋ ପଛରେ ଆସିବ ନାହିଁ। ତା କଥା ଶୁଣି ମୁଁ ଅଳ୍ପ ଆଶ୍ଚର୍ଯ୍ୟ ହେଲି, ସେ କହିଲା, ମୁଁ କହିଲି ନା, ଯଦି ଆମର ଦେଖା ହେବାକୁ ଥିବ, ତେବେ ଆମକୁ ଭଗବାନ ପୁଣି ଦେଖା କରିବେ।
ମୁଁ ତା କଥାରେ ରାଜି ହେଲି ଏବଂ ସେ ମୋତେ ବାଏ କହି ଚାଲିଗଲା। ଗଲା ବେଳେ ତାକୁ ପୁଣି ପ୍ରଶ୍ନ କରିଲି । ଯେ ତମ ନାମଟି ତ କହିଦିଅ?? ସେ କହିଲା, ଯଦି ଆର ଥରକୁ ଦେଖା ହୁଏ ତେବେ ମୋ ନାମ, ମୋ ମୋବାଇଲ ନମ୍ବର ଆଉ ମୋ ଘର ଠିକଣା ତମକୁ ସବୁ କହିବି ! ସେ ପର୍ଯ୍ୟନ୍ତ ଅପେକ୍ଷା କର, ମୁଁ ମୁଣ୍ଡ ହଲେଇ ହଁ କରିଲି। ତାପରେ ସେ ପ୍ରଥମେ ଚାଲିଗଲା ତାର ୫ ମିନିଟ ପରେ ମୁଁ ମନ୍ଦିର ରୁ ବାହାରକୁ ବାହାରିଲି। ଅଳ୍ପ ଦୁଃଖ ଲାଗିଲା କିନ୍ତୁ ମନରେ ଆଶା ଥିଲା ଯେ ଆମର ପୁଣି ଦେଖା ହେବ ।
ସେ ଆଶାରେ ପ୍ରତିଦିନ ମୁଁ ମାର୍କେଟ ରେ ଖୋଜି ବୁଲୁଥାଏ , କେତେବେଳେ ବଜାର ରେ କେତେବେଳେ ଡ୍ରେସ୍ ଦୋକାନ ରେ ତ କେତେବେଳେ ମିଠା ଦୋକାନ ଆଉ କେତେବେଳେ ମନ୍ଦିର ରେ। ମୋ ଭାଲେନଣ୍ଟାଇନ୍ କୁ ପୁଣି ଥରେ ଦେଖିବାକୁ ଯେମିତି ମୋର କ୍ଷୁଧା ବଢ଼ି ବଢ଼ି ଯାଉଥାଏ କିନ୍ତୁ ମୋ କ୍ଷୁଧା ମେଣ୍ଟିବାର ନାମ ନେଉ ନଥିଲା। କଣ କରିବି, 6 ଦିନ ବିତିଗଲା ଆସିଲା ସୋମବାର, ସେଦିନ ମୁଁ ରେଡି ହୋଇ ସକାଳୁ ସକାଳୁ ପହଂଚିଗଲି ମନ୍ଦିର ରେ।
ଅପେକ୍ଷା କରି କରି 40 ମିନିଟ ହୋଇ ସାରିଲାଣି, ଶେଷରେ ଭୋଗ ଲଗେଇବା ପାଇଁ ପଣ୍ଡିତ କୁ ଦେଇ ଦେଲି । ସେ ପୁଣି ନାମ ପଚାରିଲା ଯେ କାହା ନାମରେ ଲଗେଇବି ?? ମୁଁ ଭାବିଲି, କାହା ନାମ କହିବି, ସେ ତ ନାମ କହି ନଥିଲା। ହଉ ମୋ ବୋଉ ନାମ କହିଦିଏ ଏବଂ ମୋ ବୋଉ ନାମଟି କହି ଦେଲି। ଭଗବାନ କୁ ଡ଼ାକୁଥାଏ ଆଉ ମନରେ ଏପଟେ ଭାବୁଥାଏ ସେ କାଳେ ମୋ ପଛରେ ଆସି ଠିଆ ହୋଇନି ତ?? ମୁଁ ଭଗବାନ କୁ ମୁଣ୍ଡିଆ ମାରିବା ପରେ ପଛକୁ ବୁଲି ଦେଖିଲି । ପଛକୁ ବୁଲି ଦେଖିଲା ବେଳକୁ, ଲୋକ ଗହଳି ମାତ୍ର ମୋ ଭାଲେନଣ୍ଟାଇନ୍ ନଥିଲା ।
ମୁଁ ଭାବିଲି ବୋଧେ ଲେଟ୍ ହେବ ଆସିବାରେ । ହଉ ଗତ ସୋମବାର ଦିନ ଆମେ ଯୋଉଠି ବସି ଥିଲୁ ସେଠି ଯାଇ ବସିଲି । ଅପେକ୍ଷା ରେ ଥାଏ। ଏପଟେ ମନେ ମନେ ଭାବୁଥାଏ ଯେ ଆଜି ଆସିଲେ ଏମିତି କହିବି, ସେମିତି ପଚାରିବି । ଏମିତି କହି ମୁଁ ନିଜକୁ ପ୍ରସ୍ତୁତ କରୁଥିଲି ଏବଂ ପୂର୍ବ ଦିନ ମୋର ନୁଆ ଚୁଟି ଷ୍ଟାଇଲ କରି ଆସିଥିଲି ଏବଂ ଷ୍ଟାଇଲ ଡ୍ରେସ୍ ମଧ୍ୟ ପିନ୍ଧି ଆସିଥିଲି । ସମୟ ବିତି ଯାଉଥାଏ ମାତ୍ର ତାର ଦେଖା ନାହିଁ ଦେଖୁ ଦେଖୁ ୧.୫୦ ଘଣ୍ଟା ହୋଇଗଲାଣି। ଲୋକ ମଧ୍ୟ ଖାଲି ହେବାରେ ଲାଗିଲେଣି। ମନର ଆଶା ଟି ଯେମିତି ମରି ମରି ଆସୁଥାଏ। ଏପଟେ ରାଗ ମଧ୍ୟ ଲାଗୁଥାଏ ।
ଅପେକ୍ଷା ର ସୀମା ଟପି ଯାଇ ୨ ଘଣ୍ଟା ହେବାକୁ ଲାଗିଲା। ମନ ଭିତରେ ସବୁ ଆଶା କୁ ଡିଲିଟ କରିଦେଲି ଏବଂ ଭୋଗ କୁ ନେଇ ବାହାରି ଗଲି ନିଜ ଘରକୁ । ଆସିଲା ବେଳେ ପଣ୍ଡିତ କୁ ପଚାରିଲି। ଗତ ସୋମବାର ଦିନ ଯୋଉ ଝିଅଟି ଆସିଥିଲା। ସେ ଆଜି ଆସିଛି କି?? ପଣ୍ଡିତ କହିଲା, ମୁଁ କେମିତି ଜାଣିବି ଯେ, କେତେ ଝିଅ ଆସନ୍ତି । ମୋର କାହାର ଚେହେରା ମନେ ପଡୁନି। ହଁ ବହୁତ୍ ଝିଅ ଆଜି ମଧ୍ୟ ଆସିଥିଲେ। ମୁଁ କହିଲି ନା , ସେ ଝିଅଟି ଆଜି ଆସିନୀ କାରଣ ମୁଁ ପ୍ରତ୍ୟେକ ଟି ଝିଅ କୁ ନିରିଖି ଦେଖିଛି। ପଣ୍ଡିତ କହିଲା, କ୍ଷମା କର ପୁଅ, ମୁଁ ଜାଣିବି କେମିତି । ସେଠୁ ମଧ୍ୟ ନିରାଶା ହୋଇ ଫେରିଲି । ଶେଷରେ ଗେଟ୍ ପାଖରେ ଆଉ ପାଞ୍ଚ ମିନିଟ ଅପେକ୍ଷା କରିଲି ମାତ୍ର ତାର ଦେଖା ମିଳିଲା ନାହିଁ । ଦୁଃଖରେ ଘରକୁ ଆସିଲି। କିନ୍ତୁ ମନରେ ଆଶା ଥାଏ କାଳେ ଦେଖା ହୋଇଯିବ କେବେ ଆଉ କେଉଁଠାରେ…
ଏମିତି ବହୁତ୍ ଦିନ ଖୋଜିଲି, ମାତ୍ର ସେଦିନ ମୋର ପ୍ରଥମ ଦେଖା ଆଉ ଶେଷ ଦେଖା ମଧ୍ୟ ଥିଲା, ତା ପରେ ମୋର ମନର ଭାଲେନଣ୍ଟାଇନ୍ ସହିତ ଆଉ କେବେ ଦେଖା ହୋଇନି, ନା ଆଉ କେବେ ହେବ ତାହା ମଧ୍ୟ ମୁଁ ଜାଣିନି ।
ଏମିତି ଥିଲା ମୋ ଭାଲେନଣ୍ଟାଇନ୍ ର କାହାଣୀ…
ତେବେ ମୋ ଭାଲେନଣ୍ଟାଇନ୍ ମୋତେ କଣ ମିଳିବ ନା ନାହିଁ, କମେଣ୍ଟ ରେ ଜଣାନ୍ତୁ।
କାହାଣୀ ଟି କେମିତି ଲାଗିଲା ମତାମତ ଦିଅନ୍ତୁ ।
ଶେଷ ପର୍ଯ୍ୟନ୍ତ ପଢି ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ।
ଆପଣଙ୍କ ପ୍ରିୟ ଗାଳ୍ପିକ, ନୀଳମାଧବ ଭୂୟାଁ..
କଟକ ର ପାଗଳ..୧
ଶ୍ରାବଣୀ ର ପରିବାର କଟକ ବାଲି ଯାତ୍ରା ଦେଖିବାକୁ ବାହାରି ଛନ୍ତି। ସେପଟେ ଶ୍ରାବଣୀ ର ସ୍ବାମୀ ବାଇକ୍ ପାର୍କିଂ କରି ଆସୁଛନ୍ତି। ହଠାତ୍ ଶ୍ରାବଣୀ ଗୋଟିଏ ପାଗଳ ସହିତ ଧକ୍କା ହୋଇଗଲା। ଶ୍ରାବଣୀ ର ପୁଅ ତାର ଡାହାଣ ହାତର ଆଙ୍ଗୁଠି କୁ ଧରି ଥାଏ। ପଚାରିଲା, କଣ ହେଲା ମାମା, ଶ୍ରାବଣୀ କହିଲା, ନାହିଁ ବାବୁ କିଛି ନାହିଁ, ଗୋଟିଏ ପାଗଳ ସହିତ ଧକ୍କା ହୋଇଗଲା। ପୁଅ, ରାହୁଲ ପାଗଳ କୁ ରାଗରେ ଚାହିଁ ରହିଲା। ଶ୍ରାବଣୀ ରାଗରେ ପାଗଳ ର ଚୁଟି କୁ ଧରି କହିଲା, ଆବେ କିଏ ତୁ, ତୋତେ କଣ ଦେଖା ଯାଉନି ? ପଛକୁ ବୁଲି ଦେଖିଲା ବେଳକୁ ପାଗଳ ବେଶରେ ଶ୍ରୀକାନ୍ତ।
ଶ୍ରାବଣୀ ର ଆଖି ବଡ ବଡ ହୋଇ ରହିଗଲା। ସେ କଣ କହିବ କିଛି ବୁଝି ପାରିଲା ନାହିଁ । ଚୁଟି କୁ ଧରିବା ଫଳରେ ପାଗଳ କୁ ଅଳ୍ପ କଷ୍ଟ ହେଉଥାଏ। ସେତିକି କଷ୍ଟ ରେ ସେ ହାତ ଯୋଡ଼ି କହିଲା, କ୍ଷମା କରିଦିଅ ଭଉଣୀ। ମୋର ଭୁଲ ହୋଇ ଯାଇଛି । ଏତିକି କହୁ କହୁ ପାଗଳ ର ଆଖିରୁ ଅଳ୍ପ ଲୁହ ବାହାରି ଗଲା। ପାଗଳ ର ଲୁହ ଦେଖି ଶ୍ରାବଣୀ ର ମଧ୍ୟ ଆଖିରୁ ଲୁହ ବାହାରି ଗଲା ।
ସେ କଣ କହିବ କିଛି ବୁଝି ପାରୁ ନଥାଏ। ଚୁଟି ରୁ ତାର ହାତ କୋହଳ ହେବାକୁ ଲାଗିଲା। ସେପଟେ ପଛ ପଟୁ ମିଥୁନ ଶ୍ରାବଣୀ ର ହାତକୁ ଧରି ପଚାରିଲା କଣ ହେଲା ଶ୍ରାବଣୀ ?? ଶ୍ରାବଣୀ କହିଲା, ନା କିଛି ନାହିଁ, ରାହୁଲ କହିଲା, ବାବା, ଏ ପାଗଳ ଟି ମାମା ସହିତ ଧକ୍କା ହୋଇଗଲା। ଏତିକି ପରେ ମିଥୁନ କହିଲା, ହଉ ଛାଡ଼, କିଛି ହୋଇନି ନା?? ଶ୍ରାବଣୀ ଏବଂ ମିଥୁନ ସହିତ ପୁଅ ସେଠୁ ଯିବାକୁ ବାହାରିଲେ।
ଶ୍ରାବଣୀ ର କୋଉଥିରେ ମନ ଲାଗୁ ନଥାଏ। କେବଳ ପାଗଳ ଶ୍ରୀକାନ୍ତ ର ଚେହେରା ତାର ଆଖିରେ ନାଚୁଥିଲା। ସେ ମିଥୁନ କୁ କହିଲା ମୁଁ ଏହି ଚେୟାର ରେ ବସୁଛି ତମେ ରାହୁଲ କୁ ନେଇ ବୁଲି ଆସ। ମିଥୁନ କହିଲା , ଆରେ ୟାର, କଣ ହେଲା? ଶ୍ରାବଣୀ ଟିକେ ବାହାନା କରି କହିଲା। ମୋର ଗୋଡ ଟିକେ ବ୍ୟଥା ହେଉଛି। ତମେ ବୁଲା ବୁଲି କରି ଆସ। ତୁମର ବୁଲାବୁଲି ସରିବା ପରେ ମୋତେ ଲାଇଭ ଲୋକେସନ ସେଣ୍ଡ କରିବ ମୁଁ ସେଠି ପହଞ୍ଚି ଯିବି । ହଁ ଭିଡିଓ ଆଉ ଫଟୋ ଉଠେଇବା ଭୁଲିବ ନାହିଁ। ମିଥୁନ କହିଲା, ତମେ ଯଦି ବୁଲିବ ନାହିଁ ତେବେ ଆମେ ମଧ୍ୟ ବୁଲିବୁ ନାହିଁ । ଶ୍ରାବଣୀ ଅଳ୍ପ ଅନୁରୋଧ କରି କହିଲା। ଦେଖ ରାହୁଲ ର ମନ ଦୁଃଖ ହେବ। ତମେ ବୁଲି ଆସ । ମୁଁ କଣ ହଜି ଯାଉଛି କି। ମୋବାଇଲ୍ ଅଛି ପର୍ସ ଅଛି। କଣ ଅସୁବିଧା ହେଲେ କଲ୍ ନହେଲେ ମେସେଜ କରିବି। ତମେ ଏବେ ଯାଅ ବୁଲାବୁଲି କର।
ମିଥୁନ ରାହୁଲ କୁ ଧରି ଆଗକୁ ବଢ଼ିବାକୁ ଲାଗିଲା । ଏପଟେ ଶ୍ରାବଣୀ ଉଠି ପାଗଳ ଶ୍ରୀକାନ୍ତ କୁ ଦେଖିବାକୁ ବାହାରିଲା । କିଛି ସମୟ ଖୋଜିବା ପରେ ସେ ଦେଖିବାକୁ ପାଇଲା। ଯେ ଶ୍ରୀକାନ୍ତ କୁ କେହି ଜଣେ କୁରକୁରେ ପ୍ୟାକେଟ ଟିଏ ଦେଲା । ସେ କୁର୍କୁରେ ପ୍ୟାକେଟ କୁ ଦେଖି ଶ୍ରୀକାନ୍ତ ଖୁସି ହୋଇଗଲା କିନ୍ତୁ ଶ୍ରାବଣୀ ର ଆଖିରୁ ଲୁହ ବାହାରି ଗଲା । ଶ୍ରାବଣୀ ଶ୍ରୀକାନ୍ତ ପାଖକୁ ଆସି ଠିଆ ହେଲା । ପାଗଳ ଶ୍ରୀକାନ୍ତ ଜାଣିଗଲା ଏବଂ ପୁଣି ଥରେ ହାତ ଯୋଡ଼ି କହିଲା ଭଉଣୀ ଦୟାକରି ମୋତେ ମାର ନାହିଁ । ଶ୍ରାବଣୀ କହିଲା ନା ନା ମୁଁ ମାରିବି ନାହିଁ । ଶ୍ରୀକାନ୍ତ ପଚାରିଲା ତମେ ମାରିବ ନାହିଁ ତ । ” ହଉ ମୁଁ ଆସୁଛି ” କହି ପାଗଳ ଶ୍ରୀକାନ୍ତ ସେ ଜାଗାରୁ ବାହାରି ବାକୁ ଲାଗିଲା । ଶ୍ରାବଣୀ ପଚାରିଲା ମୋତେ ଚିହ୍ନି ପାରୁଛ ଶ୍ରୀକାନ୍ତ ? ପାଗଳ ଶ୍ରୀକାନ୍ତ, ମୁଣ୍ଡ ହଲେଇ କହିଲା ,ନା ଜାଣିନି !!
ସେ ଆଗକୁ ବଢ଼ି ଚାଲିଲା। ଶ୍ରାବଣୀ ତାର ପଛେ ପଛେ କିଛି ଦୂର ଗଲା ପରେ। ସେ ଦେଖିବାକୁ ପାଇଲା ଯେ ଶ୍ରୀକାନ୍ତ ଗୋଟିଏ ବସ୍ତା କୁ ଉଠେଇ ଚାଲିବାକୁ ଲାଗିଲା । ଶ୍ରାବଣୀ ମଧ୍ୟ ପଛେ ପଛେ ଚାଲିଲା। ଧୀରେ ଧୀରେ ପାଗଳ ଶ୍ରୀକାନ୍ତ ମେଳା ର ଗେଟ୍ ରୁ ବାହାରି ଗଲା। ଶ୍ରାବଣୀ ମଧ୍ୟ କିଛି ବୁଝି ନ ଶୁଝି ସେ ମଧ୍ୟ ବାହାରି ଗଲା। ପ୍ରାୟ ୧ କିମି ଶ୍ରୀକାନ୍ତ ପଛରେ ଗଲା ପରେ। ଶେଷରେ ଶ୍ରୀକାନ୍ତ ଗୋଟିଏ ଛୋଟ କୁଡିଆ ଘର ଭିତରେ ପଶିବାକୁ ଲାଗିଲା।
ନା ଲାଇଟ୍ ନା ଛାତ କେବଳ ଗୋଟିଏ ଚିରା ପାଲ କୁ ଗୋଟିଏ ଗଛ ମୂଳକୁ ବନ୍ଧା ଯାଇଥିଲା ଏବଂ ତଳେ କିଛି କାର୍ଟୁନ୍ ଗତ୍ତା ପଡ଼ିଥିଲା, ଲାଗୁଥିଲା ତାହା ହିଁ ପାଗଳ ର ଗଦି । ସେ ଭିତରକୁ ପଶି ଗଲା ଏବଂ ବସ୍ତା ଭିତରକୁ ହାତ ପୁରେଇ ଗୋଟିଏ ଅଧା ଚିରା ପଲିଥିନ ଟିଏ ବାହାର କରିଲା। ଏପଟେ ଶ୍ରାବଣୀ କିଛି ଦୂରରେ ରହି ସବୁ କିଛି ଦେଖୁଥାଏ। ମେଳା ର ହାଲୋଜିନ ଲାଇଟ୍ ଯୋଗୁ ପାଗଳ ର କୁଡିଆ ମଧ୍ୟ ହାଲୁକା ଆଲୋକିତ ହେଉଥିଲା । ପଲିଥିନ ରୁ କିଛି ଦହି ବରା ବାହାର କରି ଖାଇବାକୁ ଲାଗିଲା ଏବଂ ଅନ୍ୟ ଗୋଟିଏ ପଲିଥିନ ବାହାର କରିଲା ସେଥିରୁ ଗୋଟିଏ ପ୍ଲେଟ ରେ ଅଧା ଖିଆ ବିରିଆନି ଟିକୁ ବାହାର କରିଲା। ଅଳ୍ପ ଖାଇବା ପରେ ଲାଗିଲା ଯେମିତି ବହୁତ୍ ରାଗ ଥିଲା ସେ ପାଣି ଖୋଜିବାକୁ ଲାଗିଲା ।
ସଙ୍ଗେ ସଙ୍ଗେ ବସ୍ତା ଭିତରକୁ ହାତ ପୁରେଇ ପୁଣି ଖୋଜିବାକୁ ଲାଗିଲା। ପାଣି ବୋତଲ ଟିଏ ଥିଲା କିନ୍ତୁ ପାଣି କେବଳ ଅଳ୍ପ ଥାଏ ଏବଂ ସେତକ ପାଣି ପିଇବା ପରେ ମଧ୍ୟ ତାର ରାଗ ଥମୁ ନଥାଏ। ଶ୍ରାବଣୀ ସଙ୍ଗେ ସଙ୍ଗେ ପାଖ ଦୋକାନ ରୁ ଗୋଟିଏ ପାଣି ବୋତଲ କିଣି ଆଣି ଦଉଡ଼ି ଆସି ପହଁଚିଲା ପାଗଳ ପାଖରେ। ପାଗଳ ଶ୍ରାବଣୀ ହାତରେ ପାଣି ଦେଖି ତା ମୁଖରେ ହସ ଫୁଟି ଉଠିଲା। ସେ ଏକା ତରକେ ପୁରା ବୋତଲ କୁ ପିଇ ଦେଲା। ପାଗଳ ଶ୍ରାବଣୀ ର ମୁହଁ ଦେଖି ପାରୁ ନଥାଏ। କାରଣ ଆଲୋକ ର ଅପର ପକ୍ଷେ ସେ ଠିଆ ହୋଇଥାଏ। ହଠାତ୍ ମେଳା ର ଜେନେରେଟର ବନ୍ଦ ହେବା ଯୋଗୁ ପ୍ରାୟ ୧୫ ସେକେଣ୍ଡ ପାଇଁ ଲାଇଟ୍ ବନ୍ଦ ହୋଇଗଲା।
ଠିକ୍ ୧୫ ସେକେଣ୍ଡ ପରେ ପାଗଳ ଆଉ ସେ ଝିଅ କୁ ଖୋଜି ପାଇଲା ନାହିଁ। ପାଗଳ ମଧ୍ୟ ବସ୍ତା କୁ ମୁଣ୍ଡ ତଳେ ରଖି ତକିଆ କରି ଶୋଇ ବାକୁ ଲାଗିଲା । ଏପଟେ ଦୋକାନ ଆଢ଼ୁଆଳରେ ଶ୍ରାବଣୀ ନିଜ ଆଖି ଲୁହ କୁ ରୋକି ନ ପାରି ପୁଣି କାନ୍ଦିବାକୁ ଲାଗିଲା। ଠିକ୍ ଏତିକିବେଳେ ଗୋଟିଏ ସହାନୁଭୂତି ହାତ ଆସି ଶ୍ରାବଣୀ ର ମୁଣ୍ଡ ଉପରେ ରହିଲା । ପଛକୁ ବୁଲି ଦେଖିଲା ବେଳକୁ ସେ ଥିଲା ମିଥୁନ।
ମିଥୁନ କୁ ଦେଖି ଶ୍ରାବଣୀ ର ଯେମିତି ଦେହ ହାତ ଥରିବାକୁ ଲାଗିଲା। ମିଥୁନ କହିଲା କଣ ହେଲା ଶ୍ରାବଣୀ ? ଶ୍ରାବଣୀ କଣ କହିବ କିଛି ଭାବି ପାରୁ ନଥାଏ। ମିଥୁନ ପଚାରିଲା, ସେ ତମକୁ ଚିହ୍ନି ପାରୁଛି?? ଶ୍ରାବଣୀ ର ଆଖି ବଡ ବଡ କରି ମିଥୁନ କୁ ଚାହିଁ ପୁଣି ତାର ଆଖିରୁ ଲୁହ ବାହାରି ଗଲା। ଶ୍ରାବଣୀ ର ହାତ ଆପେ ଆପେ ଯୋଡ଼ି ହୋଇଗଲା। ଶ୍ରାବଣୀ ର ଯୋଡ଼ା ହାତକୁ ଧରି ମିଥୁନ କହିଲା । କିଛି ନାହିଁ ଚାଲ, ଏବେ ଘରକୁ ଯିବା ?? ଶ୍ରାବଣୀ ର ମୁଖରେ କିଛି ଉତ୍ତର ନଥିଲା। ସେ ସେଠୁ ଚାଲିଲେ ବାଇକ୍ ଷ୍ଟାଣ୍ଡ କୁ । ସେଠି ଚୁପ୍ ଚାପ୍ ତିନି ଜଣ ଘର ଅଭିମୁଖେ ଚାଲିଲେ। ରାତିରେ ଶ୍ରାବଣୀ ର ଘର ଯେମିତି ନିଶବ୍ଦ ହୋଇ ପଡ଼ିଥିଲା । ବାଲି ଯାତ୍ରା ରୁ ମିଥୁନ ଖାଇବା ପାର୍ସଲ ନେଇ ଆସିଥିଲା କିନ୍ତୁ ଶ୍ରାବଣୀ ମନରେ ଗୋଟିଏ ଭୟ ସୃଷ୍ଟି ହୋଇ ଯାଇଥାଏ ।
(କଣ ହେବ ଆଗକୁ? କଣ ମିଥୁନ ଶ୍ରାବଣୀ ଉପରେ ରାଗି କିଛି ଭୁଲ କରିବ ନାହିଁ ତ, ତେବେ ଆଗକୁ ପଢ଼ନ୍ତୁ )
କଟକ ର ପାଗଳ…2
ହେଲେ ଶ୍ରାବଣୀ କୁ ସେ ଭୟରେ ଭୋକ ଲାଗୁ ନଥାଏ। ମିଥୁନ ପାଖେ ଆସି ବସିଲା ଏବଂ ଶ୍ରାବଣୀ କୁ ଛୁଇଁବା ପରେ ସେ ଯେମିତି ଚମକି ପଡ଼ିଲା, ଶ୍ରାବଣୀ କହିଲା, ସରୀ ମିଥୁନ । ମୁଁ ଭୁଲ କରିଛି ମୋତେ କ୍ଷମା କରିବ। ମିଥୁନ ଶ୍ରାବଣୀ କୁ କୋଳେଇ ନେଇ କହିଲା। ଆରେ ପାଗଳି ମୁଁ କିଛି କହିଲି କି? ମୁଁ ରାଗିନି ମଧ୍ୟ, ତମେ କାହିଁକି ସେମିତି ଭାବୁଛ ? ଶ୍ରାବଣୀ ପୁଣି ପଚାରିଲା, ତମେ ମୋ ଉପରେ କାହିଁକି ରାଗିନ, ମୁଁ ତମକୁ ମିଛ କହିଥିଲି। ପ୍ରକୃତରେ ମୁଁ ସେ ଶ୍ରୀକାନ୍ତ କୁ ଦେଖିବାକୁ ସେଠି ବାହାନା କରି ରହି ଯାଇଥିଲି। ମିଥୁନ ,ମୁଣ୍ଡ ହଲେଇ କହିଲା। ହଁ ଜାଣିଛି, ସେଠୁ କଣ ହେଲା ? ତୁମର ଇଛା ହେଲା ତୁମେ ରହିଲ ଏଥିରେ ମୁଁ ରାଗିବି କାହିଁକି ? ପାଖରେ ଠିଆ ହୋଇ ରହିଥିବା ପୁଅ ରାହୁଲ କହିଲା । ଜାଣିଛ ମାମା , ବାବା ମୋ ପାଇଁ କିଛି କିଣି ଦେଲେ ନାହିଁ, କେବଳ ତୁମ ପଛେ ପଛେ ଯିବାକୁ କହିଲେ । ମୁଁ ପଚାରିଲି କାହିଁକି ? ତେବେ ବାବା କହିଲେ ଆଜି ମାମା ଯୁଆଡେ ଯୁଆଡେ ବୁଲିବ। ଆମେ ମଧ୍ୟ ତାଙ୍କ ପଛେ ପଛେ ବୁଲିବା।
ଏତିକି ଶୁଣି ଶ୍ରାବଣୀ ର ଚେହେରା ଯେମିତି ଲଜ୍ୟା କର ସ୍ଥିତି ଗଠିତ ହେବାରେ ଲାଗିଲା। ମିଥୁନ କହିଲା, କିଛି କଥା ନାହିଁ, ମୁଁ କିଛି ଭାବିନି ଆଉ ତମ ଉପରେ ମୋର ବିଶ୍ବାସ ଅଛି। ଆରେ ତମ ସହିତ ମୁଁ ଗତ ୬ ବର୍ଷ ହେଲା ଅଛି । ମୁଁ ତମକୁ ଭଲ ଭାବରେ ଜାଣିଛି। ତମେ କଣ କର, କଣ ଭାବ, ମୁଁ ସବୁ ଜାଣେ । ଆଉ ଏଇଟା କେମିତି ଲୁଚି ରହିଥାନ୍ତା କୁହ ? ଶ୍ରାବଣୀ କହିଲା, ନା ମିଥୁନ ମୁଁ ଶ୍ରୀକାନ୍ତ ବିଷୟରେ କିଛି ଜାଣି ନଥିଲି। ତମକୁ ଯାହା ଯାହା କହିଛି ସବୁ ସତ କଥା, ଆଉ ତା ସହିତ ଶେଷ ଦେଖା ପରେ ମୁଁ ତାକୁ ଖୋଜିନି କି କେବେ ଦେଖିନି। ବାହା ଘର ପର୍ଯ୍ୟନ୍ତ ଅଳ୍ପ ମନେ ପଡ଼ୁଥିଲା କିନ୍ତୁ ପରେ ସବୁ ଭୁଲିଗଲି । ମିଥୁନ କହିଲା ତମେ ସିନା ଭୁଲିଗଲ ହେଲେ ମୁଁ ଭୁଲି ପାରିଲି ନାହିଁ । ଶ୍ରାବଣୀ, ଆଶ୍ଚର୍ୟ୍ଯ ରେ ଚାହିଁ ରହିଲା ।
ଶ୍ରାବଣୀ ପଚାରିଲା, ମୁଁ ବୁଝି ପାରିଲିନି ମିଥୁନ । ପ୍ଲିଜ୍ ଖୋଲି କରି କୁହ ? ହଉ ଶୁଣ , ଯଦି ଧର୍ଯ୍ୟ ଅଛି ତେବେ ଶୁଣ !! ତମର ଆଉ ଶ୍ରୀକାନ୍ତ ର କଲେଜ ଝଗଡ଼ା ହେବା ପରେ ତମେ ତାକୁ କହିଥିଲ ନା, ମୋ ପିଛା କରିବା ଛାଡି ଦିଅ। ଶ୍ରାବଣୀ ହଁ କରିଲା, ସେ ପୁଣି ଥରେ ତୁମକୁ କ୍ୟାଣ୍ଟିନ ରେ ପ୍ରପୋଜ କରିଲା ଏବଂ ସର୍ତ୍ତ ରଖିଲା ଯେ ଏହି ପ୍ରପୋଜ୍ ର ଉତ୍ତର ମୋତେ ପରେ ଦେବ ବୋଲି କହିଥିଲା ଏବଂ ତା ପର ଦିନ ଠାରୁ ସେ କଲେଜ ଆସିନି। ଶ୍ରାବଣୀ ହଁ ଠିକ୍ କଥା କିନ୍ତୁ ତମେ ଏତେ କଥା କେମିତି ଜାଣିଲ। ମିଥୁନ କହିଲା, ତମ ବାୟୋଲୋଜି କ୍ଲାସମେଟ ସୁନୟନା କୁ ଜାଣିଛ। ହଁ ହଁ, ଶ୍ରାବଣୀ କହିଲା, ହଁ ସେ ତ ମୋର ସାଙ୍ଗ, ତାକୁ କେମିତି ଜାଣିଲ। ସୁନାୟନା ମୋର ପିଲା ଦିନ ର ସାଙ୍ଗ। ଆମେ ପିଲା ଦିନେ କଲିକତା ରେ ପଡୋଶୀ ଥିଲୁ। ତାଙ୍କ ବାପା ଏବଂ ଆମ ବାପା ସେଠି ରହୁଥିଲେ। ଚାକିରି ଅଲଗା ଥିଲା କିନ୍ତୁ ରୁମ୍ ଗୋଟିଏ ବିଲ୍ଡିଂ ରେ ଥିଲା ଏବଂ ଆମେ ଦୁହେଁ ପିଲା ଦିନୁ ଏବେ ପର୍ଯ୍ୟନ୍ତ contact ରେ ଥିଲୁ।
ତମ କଲେଜ ସମୟରେ ମୁଁ କଲିକତା ରେ ପଢ଼ୁଥିଲି ଏବଂ ତମେ କଟକ ରେ ପଢ଼ୁଥିଲ । ସେ ମୋତେ ତୁମ ବିଷୟରେ ସବୁ କଥା କହୁଥାଏ। ଏମିତି କି ଶ୍ରୀକାନ୍ତ କଥା ମଧ୍ୟ ମୋତେ ସବୁ କହିଛି। ଶ୍ରାବଣୀ, ମୁଣ୍ଡରେ ହାତ ଦେଇ ବସିଲା। ମିଥୁନ କହିଲା ଚିନ୍ତା କରିବା ଦରକାର ନାହିଁ। ତମେ ମୋତେ କିଛି କହିବା ଦରକାର ନାହିଁ। ତମଠୁ ଅଧିକ ଶ୍ରୀକାନ୍ତ କଥା ମୁଁ ଜାଣିଛି। ସେ ଯୋଉଦିନ ତମକୁ ଅପେକ୍ଷା କରି କହି ଚାଲିଗଲା। ସେ ସିଧା ଯାଇ ପହଁଚିଲା କୋଝିକୋଡ଼ (କେରଳ) ରେ। ପ୍ରାୟ ୨ ବର୍ଷ ସେଠି ରହିବା ପରେ ସେ ପୁଣି ଆସିଲା ବେଙ୍ଗଲୋର୍ ରେ ପହଁଚିଲା । ସେ ସେଠି ନିଜ ପାଇଁ ଗାଁ ରେ ଜାଗା କିଣି ଘର କରିଲା । ସେ ତମ ଖବର ରଖିଥିଲା କିନ୍ତୁ ୩ ବର୍ଷ ପୂରିବା ପୂର୍ବରୁ ସେ ତୁମ ପାଖକୁ ଆସି ତୁମକୁ ପ୍ରାପୋଜ କରି ତୁମକୁ ବିବାହ ପାଇଁ କହିଥାନ୍ତା କିନ୍ତୁ ଟ୍ରେନ ରେ କିଛି ଅଘଟଣ ଘଟି ଗଲା ।
କିଛି ଚୋର ଶ୍ରୀକାନ୍ତ ର ଜିନିଷ ନେଇ ପଳେଇ ଯିବା ସମୟରେ ସେ ସେମାନଙ୍କୁ ଅଟକେଇ ବାକୁ ଚେଷ୍ଟା କରିଲା କିନ୍ତୁ ଚୋର ମାନେ ତାକୁ ବିରୋଧ କରି ତାଙ୍କୁ ଟ୍ରେନ ରୁ ଧକ୍କା ଦେଇ ଖସି ପଳେଇ ଗଲେ।
ତାପରେ ତାର ଆଉ ଖବର ନାହିଁ । ଦେଖୁ ଦେଖୁ ପୁଣି ଗୋଟିଏ ବର୍ଷ ବିତିଗଲା । ତମ ଘର ଲୋକ ମଧ୍ୟ ପୁଅ ଖୋଜିବାରେ ଲାଗିଲେ। ତମ ବିଷୟରେ ମୁଁ ଖବର ରଖିଥିଲି। ଏମିତି ରେ ତମ ସହିତ ଘଟିଥିବା ଘଟଣା କୁ ଭୁଲି ତମକୁ ମୁଁ ଆପଣେଇବାକୁ ଚେଷ୍ଟା କରିଲି ଏବଂ ଅନୁଭବ କରିଲି ଯେ ତମେ ମଧ୍ୟ ଶ୍ରୀକାନ୍ତ କୁ ଭୁଲି ସାରିଛ। ଦେଖୁ ଦେଖୁ ୬ ବର୍ଷ ବିତିଗଲା । ମାତ୍ର ଏବେ ଗତ ଛଅ ମାସ ହେଲା ବେଙ୍ଗଲୋର ରେ ଏଠିକାର କିଛି ଲୋକ ରହନ୍ତି । ସେମାନେ ଶ୍ରୀକାନ୍ତ କୁ ଚିହ୍ନି ତାକୁ କଟକ ନେଇ ଆସିଲେ । ଶ୍ରୀକାନ୍ତ, ନିଜ ଘର ଲୋକ କୁ ମଧ୍ୟ ଚିହ୍ନି ପାରୁନି । ଶେଷରେ ସେ ଘର ଛାଡ଼ି ଏଠି ବାହାରେ ବୁଲୁଛି ।
ଏତିକି ଶୁଣି ଶ୍ରାବଣୀ ର ଆଖିର ଲୁହ ଦାଗ ଯେମିତି ଶ୍ରାବଣୀ ର ଗାଲ ରେ ଦାଗ ହୋଇ ଚାଲି ଥିଲା । ସେତେବେଳେ ଶ୍ରାବଣୀ ପୁଣି କାନ୍ଦିବାକୁ ଲାଗିଲା । ସେତେବେଳେ ରାହୁଲ, ଶୋଇ ପଡ଼ିଥାଏ । ରାହୁଲ ଅଳ୍ପ ଖାଇ ଥାଏ କିନ୍ତୁ ମିଥୁନ ର ବାଧ୍ୟକତାରେ ଶ୍ରାବଣୀ ଦୁଇ ମୁଠା ଖାଇ ଦୁହେଁ ଶୋଇଲେ ।
ରାତି ପାଇଲା ପରେ ଶ୍ରାବଣୀ ମିଥୁନ କୁ ଅନୁରୋଧ କରି କହିଲା । ମିଥୁନ ତମକୁ ଗୋଟିଏ ଅନୁରୋଧ କରିବି । ମିଥୁନ ପଚାରିଲା କୁହ ? ତମେ ରାଗିବ ନାହିଁ ତ? ତମ ହସ୍ପିଟାଲ ରେ ଶ୍ରୀକାନ୍ତ ଙ୍କ ଚିକିତ୍ସା ହୋଇ ପାରିବ କି ? ମିଥୁନ କହିଲା, ତମେ ଭାବିବା ପୂର୍ବରୁ ଶ୍ରୀକାନ୍ତ ର ଘର ଲୋକ ଆଗରୁ ଆମ ହସ୍ପିଟାଲ କୁ ଆସି ସାରି ଥିଲେ ଏବଂ ଚିକିତ୍ସା ପାଇଁ ଡାକ୍ତର ପ୍ରଫୁଲ୍ଲ ସହିତ କଥା ହେଲେ ଏବଂ ସେହି ସମୟରେ ମୁଁ ସେଠି ପାଖରେ ଥିଲି କିନ୍ତୁ ଡାକ୍ତର ପ୍ରଫୁଲ୍ଲ କହିଲେ ଯେ ମସ୍ତିଷ୍କ ର ଯୋଉ ଭାଗରେ ଆଘାତ ଲାଗିଛି ଯଦି ତାକୁ ସର୍ଜରୀ କରାଯାଏ ତେବେ ଶ୍ରୀକାନ୍ତ ର ଜୀବନ ପ୍ରତି ବିପଦ ଅଛି ତେବେ ସେ କୋମା କୁ ଯାଇ ପାରେ କିମ୍ବା ତାର ଜୀବନ ମଧ୍ୟ ଯାଇ ପାରେ। ଏମିତି ଶୁଣିବା ପରେ ତାଙ୍କ ଘର ଲୋକ ମଧ୍ୟ ଏହି ସର୍ଜରୀ କରିବା ପାଇଁ ମନା କରିଦେଲେ ।
ଶ୍ରାବଣୀ ପୁଣି ଥରେ ନିରୁପାୟ ହୋଇଗଲା ଏବଂ ନିଜକୁ ଧିକ୍କାର ମନେ କରି କହିଲା ଏ ସବୁ ର ମୂଳ କାରଣ ହେଉଛି ମୁଁ, ମୋତେ ଶାସ୍ତି ମିଳିବା ଦରକାର। କାରଣ ମୋ ଯୋଗୁ ଗୋଟିଏ ଜୀବନ ଏବଂ ତାର ହସ ଖୁସି ସବୁ ମାଟିରେ ମିଶିଗଲା।
ମିଥୁନ ପୁଣି କୁଣ୍ଢେଇ ନେଲା ଶ୍ରାବଣୀ କୁ ଏବଂ ଦୁଃଖରେ ପୁଣି କେତେ ଯେ ଲୁହ ବାହାରିଗଲା । ଶ୍ରାବଣୀ କୁ ଆଶ୍ଵାସନା ଦେଇ ମିଥୁନ କହିଲା । ମୁଁ ଶୁଣିଛି ଶ୍ରୀକାନ୍ତ ଯେତେବେଳେ ଟ୍ରେନ ରୁ ତଳେ ପଡ଼ିଗଲା ସେ ସମୟରେ ତାର ମୁଣ୍ଡ କେଉଁ ଲୁହ କିମ୍ବା ପଥର ରେ ବାଜି ଗଲା ସେ ବହୁତ୍ ଦିନ ପର୍ଯ୍ୟନ୍ତ ଅଚେତ୍ ଅବସ୍ଥାରେ ଥିଲା। ତା ପରେ ଗୋଟିଏ ସହକାରୀ ସଂସ୍ଥା ତାର ଚିକିତ୍ସା ପାଇଁ ଭରଣ ପୋଷଣ କରିବା ଦ୍ୱାରା ଚିକିତ୍ସା ରେ ସୁଧାର ହୋଇ ତାର ହୋସ୍ ଆସିଲା କିନ୍ତୁ ସେ ସବୁଦିନ ପାଇଁ ପାଗଳ ହୋଇଗଲା।
ଶ୍ରାବଣୀ, ମିଥୁନ ର ବାହୁ ବନ୍ଧନ ରୁ ଅଲଗା ହୋଇ ପୂଜା ଘରେ ଯାଇ ଭଗବାନ ଙ୍କୁ ବହୁତ୍ ଗୁହାରି କଲା କିନ୍ତୁ ଯାହା କପାଳ ଲିଖନ ତାହା କେବେ ବଦଳିବ ନାହିଁ।
ଆଜି ମଧ୍ୟ ସେ ପାଗଳ କଟକ ର ଗଳି ସନ୍ଧି ରେ ନିଜ ପାଇଁ କୁତ୍ରୀମ କୁଡିଆ ରେ ଆଶ୍ରୟ ହୋଇ ନିଜ ଦିନ କାଟୁଛି। କଷ୍ଟ ହେଲେ ମଧ୍ୟ ସେ ସବୁ ସହି ଯାଉଛି। ସେ ସମସ୍ତଙ୍କୁ ଜାଣେ ଏବଂ ଭୁଲିବା ପାଇଁ ଚେଷ୍ଟା କରେ। ଏମିତି କି ଯେତେବେଳେ ଶ୍ରାବଣୀ କୁ ମଧ୍ୟ ପ୍ରଥମ କରି ଦେଖିଲା ସେ ଚିହ୍ନି ପାରିଥିଲା କିନ୍ତୁ ଶ୍ରାବଣୀ ର ଖୁସିର ସଂସାର ରେ ସେ ବାଧା ହେବାକୁ ପୁଣି ଚେଷ୍ଟା କରିଲା ନାହିଁ। ସେ ଯାହାକୁ ପ୍ରତିଶ୍ରୁତି ଦେଇଥିଲା ସେ ତ ଅପେକ୍ଷା କରି ପାରିଲା ନାହିଁ ତେବେ ତାକୁ ଏମିତି ମୁହୂ୍ତ୍ତରେ ଚିହ୍ନି କଣ ଉପକାର କରିଥାନ୍ତା ସେ।
ସେ ଆଜି ମଧ୍ୟ ବୁଲୁଛି । ଜାଣି ଜାଣି ନିଜକୁ କଷ୍ଟ ଦେଉଛି। ପ୍ରତିଦିନ କେବଳ ଦୁଃଖ ଆଉ କଷ୍ଟ ରେ ବଞ୍ଚିବାକୁ ଚେଷ୍ଟା କରୁଛି କିନ୍ତୁ ଦୁନିଆ ତା ଆଗରେ ସେ ନିରୁପାୟ। ସତ୍ୟ ଏହା ଯେ ସେ ପାଗଳ ଟିଏ କିନ୍ତୁ ପ୍ରକୃତରେ ସେ ଭଲ ମଣିଷ ଟିଏ ଥିଲା। କେବଳ ଭୁଲ ଥିଲା ଯେ ଗୋଟିଏ ଝିଅ କୁ ଅନ୍ତରରୁ ଭଲ ପାଇବା ତାର ବହୁତ୍ ବଡ ଭୁଲ ଥିଲା ଏବଂ ସେହି ଭୁଲ ର ପ୍ରାୟଶ୍ଚିତ ସେ ପ୍ରତିଦିନ ନିଜକୁ ଦେଇ ଚାଲିଛି।
ଶ୍ରାବଣୀ ବେଳେ ବେଳେ ଶ୍ରୀକାନ୍ତ କୁ ବାଟ ଘାଟରେ ଦେଖି ଦେଲେ କିନ୍ତୁ ଲୁହ ଛଳ ଛଳ ରେ ନିରୁପାୟ ହୋଇ ନିଜ ପରିବାର ସହିତ ଫେରି ଯାଏ ଏବଂ ବର୍ତ୍ତମାନ ସେ ସାଜିଛି କଟକ ର ପାଗଳ । କେତେବେଳେ ସେ କେଉଁଠି ଠିକଣା ବିହୀନ ହୋଇ ବୁଲୁଛି ସେ ପାଗଳ ।
ଶ୍ରୀକାନ୍ତ, ଶ୍ରାବଣୀ କୁ ପ୍ରତିଶ୍ରୁତି ଦେବା ଟା କଣ ଭୁଲ ଥିଲା ? ନା ଶ୍ରାବଣୀ ଜାଣିଶୁଣି ଶ୍ରୀକାନ୍ତ କୁ ଅନାଦର କରୁଥିଲା ? ଶ୍ରାବଣୀ ଯଦି ଥରେ କହିଥାନ୍ତା ଯେ ,ହଁ ଶ୍ରୀକାନ୍ତ ମୁଁ ତୁମକୁ ଭଲ ପାଏ । ଏହି ଶବ୍ଦ ରେ ଶ୍ରୀକାନ୍ତ ବୋଧେ ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟ ର ଦ୍ବାରସ୍ଥ ହୋଇ ନଥାନ୍ତା !! କିନ୍ତୁ କଣ ଥିଲା ପ୍ରକୃତ ରହସ୍ୟ ? ଯଦି ଆପଣ ମାନଙ୍କ ମନରେ ଏମିତି ପ୍ରଶ୍ନ ଘୁରି ବୁଲୁଛି ତେବେ କମେଣ୍ଟ ବାକ୍ସ ରେ ଲେଖିବା ପାଇଁ ବାଧ୍ୟ ହେବେ ।
ଗଳ୍ପ ଟି ଅଧିକ ଦୁଃଖଦ ମୟ କିନ୍ତୁ ଗାଳ୍ପିକ ଆପଣଙ୍କୁ ଦୁଃଖୀ କରିବା ପାଇଁ ପ୍ରୟାସ କରି ନାହାନ୍ତି। ଯଦି ସତ୍ୟ ଭାବରେ ନିଆ ଯାଏ ତେବେ ହୃଦୟ ରୁ ଭଲ ପାଉଥିବା ମଣିଷ ର ଆଖିରୁ ଟୋପାଏ ଲୁହ ତ ନିଶ୍ଚୟ ବାହାରି ଯିବ, ଆପଣ କେତେ ଚେଷ୍ଟା କରିଲେ ମଧ୍ୟ ସେ ଲୁହ ମିଶା କୋହ କୁ ରୋକି ପାରିବେ ନାହିଁ ।
ଗଳ୍ପ ଟି ଶେଷ ପର୍ଯ୍ୟନ୍ତ ପଢି ଥିବା ଯୋଗୁଁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ।
ଆପଣଙ୍କ ପ୍ରିୟ ଗାଳ୍ପିକ, ନୀଳମାଧବ ଭୂୟାଁ
ନୂତନ ବର୍ଷ ର ଅଭିନନ୍ଦନ
ଗଜ ଉପରେ ବସି, ମୁରୁକି ମୁରୁକି ହସି,
ସକାଳର ସୁନେଲି କିରଣେ ଆସୁଛନ୍ତି ଦେଖ ନୂଆ ବର୍ଷ।
ଆସୁଛନ୍ତି ଆମ ପାଇଁ ସୁଖ ଦୁଃଖ ର ଚିଠି ପତର,
କରିବା ପାଇଁ ଆମ ମନ ଉତ୍କର୍ଷ ।
ନୁଆ ବର୍ଷ ର ରବି କୁ ଦେଖି, ଅଭିନନ୍ଦନ କରେ କବି,
କବି ଆଖିରେ ଝଲସି ଉଠଇ, ନୂଆ ବର୍ଷ ର ସୁନ୍ଦର ଛବି ।
ବଦଳି ଗଲା ମୋ ଝାଟି ମାଟି ଘର କୁଡିଆ
ବଦଳି ଗଲା ମୋ ଘର କାଠ ର ଚୁଲି
ଜାଣି ପାରିଲିନି ୨୦୨୨ ମୋ ପାଖରୁ ଗଲା ଚାଲି
କେମିତି ଯିବି ମୁ ତାଙ୍କୁ ଭୁଲି ।
କ୍ୟାଲେଣ୍ଡର ଅଙ୍କ ବଦଳି ଗଲା ବୋଲି
ପାଳୁଛି ମୁଁ ନୂଆ ବର୍ଷ
ବଜାଇ ଖୁସିରେ ନୂଆ ବର୍ଷରେ ନୂଆ ଶଙ୍ଖ ।
ନୀଳ ସରବରେ ସୁନ୍ଦର ପଦ୍ମ ଫୁଲ ଫୁଟି ଉଠିଲା
ତଳେ ପକାଇ ପାଣି କାଦୁଆ ମାଟିର ପଙ୍କ
ହୃଦୟରେ ମୋର ଘର କରି ଅଛ
ତୁମକୁ ଦେଖିବାକୁ ଲାଗେ ମନେ ଭାରି ଇଚ୍ଛା ।
ନୁଆ ବର୍ଷର ଅଭିନନ୍ଦନ ଘେନ ହେ ବନ୍ଧୁ,
ତୁମକୁ ହଳଦିଆ ଡକ ରୁ କରୁଛି ହେ ଶୁଭେଚ୍ଛା।
ହୃଷିକେଶ କୁଶୁଲିଆ (ଲେଖକ)
ତାରିଖ ୦୧.୦୧.୨୦୨୩