Tag Archives: math love

ଜୀବନ ଗଣିତରେ ତୁ ଆଉ ମୁଁ….



SIN²₀ + COS²₀= 1
ଏ ଜୀବନ ଗଣିତ ରେ
ମୁଁ ଯଦି SIN²₀ ହୁଏ
ତୁମେ ମୋ COS²₀
ଆଉ ଆମେ ମିଶିଗଲେ
ଏକ ହେବା ଛଡା଼
ଆଉ କିଛି ଉପାୟ ନାହିଁ…।

ଜୀବନର  କଠିନ EQUATION ରେ
ସମୟ ଓ ପରିସ୍ଥିତି ର ₀
ଯେତେ ବଦଳିଲେ ବି
ଆମ ଯୋଡ଼ି ର ମୁଲ୍ୟ
ସବୁବେଳେ CONSTANT
ଆମ ସମ୍ପର୍କ
କୌଣସି ସରଳ ରେଖା ନୁହେଁ
ଯେ କିଛି ଦୁର ରେ ରାସ୍ତା ସରିଯିବ
ବରଂ
ଏହା ହେଉଛି ଏକ ସୁନ୍ଦର CIRCLE
ଯାହାର ନା ଆରମ୍ଭ ଅଛି ନା ଶେଷ
କେବଳ ଅଛି ଏକ ଅସୀମ ଚକ୍ର
ଯେଉଁଠି ତୁମେ ଆଉ ମୁଁ
ଚିରକାଳ ଚିରକାଳ ପାଇଁ ବନ୍ଧା
ଏବଂ
ଏହା ହିଁ ଆମ ପ୍ରେମ ର ଅସଲ ଗଣିତ
ଯେବେ ଭୁଲ ହୁଏ
ତେବେ ସବୁ ସ୍ଥିତି ର ସମାଧାନ ଥାଏ
ଯେବେ ତୁମେ ଥାଅ ମୋ ପାଖେ…।
                                               ଜିତେନ୍ଦ୍ର ସ୍ୱାଇଁ
                                              ସୋଲଣ୍ଡି, ଗଞ୍ଜାମ ।