Category Archives: hrusikesh kushulia

ପ୍ରେମ ପରିନ୍ଦା

ତତେ ଯେତେବେଳେ ଦେଖିଲେ ଲୋ ମୁଁ
ସତେ ଲାଗୁଛୁ ଫଗୁଣ ଫଗୁଣ..(୨)
ତତେ ଯେତେବେଳେ ଦେଖିଲେ ଲୋ ମୁଁ
ସତେ ଲାଗୁଛୁ ଶ୍ରାବଣ ଶ୍ରାବଣ..(୨)

ମୋ ହୃଦୟେ ଆକିଂ ଅଛି ତୁମରି ଛବି, ତୁମରି ଛବି..
ମୁଁ ତୁମ ପ୍ରେମର କବିତାର କବି
ଯେତେବେଳେ ଲୁଚିଯିବ ଆକାଶର ରବି(୨)
ରୂପେଲି ଜହ୍ନ କୁ ମୁଁ…. ନିତି ଦେଖୁଥିଲି..

କାଡି ଦେବି ତୁମ ମଥାର ଟିକିଲି
ଦେବି ଲୋ ଟୋପେ ନାଲି ସିନ୍ଦୁର(୨)
ହଟିଯିବ ଆମ ପ୍ରେମ କାହାଣୀର
ସବୁ ଯେ ଘନ ଅନ୍ଧାର..

ଶୋଇ କି ଦେଖୁଛି ରଙ୍ଗିନି ସପନ(୨)
ଉଠି କି ଦେଖୁଛି କାନ୍ଥର ଦର୍ପଣ 
ଯେବେ I LOVE YOU କହିବୁ ଲୋ ତୁ…(୨)
ଗୋଲାପ ଫୁଲ ଦେବି ମୁଁ ମୁଁ ମୁଁ ମୁଁ..

ମାଆ ର ପଣତ କାନିରୁ କଲୁ ମତେ ଚୋରୀ
ବାନ୍ଧି ଦେଲୁ ମତେ ପ୍ରେମର ଫାସି ଡୋରୀ
ହଜି ଗଲା ମନ ହଜି ଗଲେ ମୋର
ପିଲା ଦିନର ସାଗଂ ସାଥି..
ପ୍ରେମ ଦେଖେ ନାହିଁ ଉଚ ନିଚ ଜାତି..

ତତେ ଯେତେବେଳେ ଦେଖିଲେ ଲୋ ମୁଁ
ସତେ ଲାଗୁଛୁ ଫଗୁଣ ଫଗୁଣ..(୨)
ତତେ ଯେତେବେଳେ ଦେଖିଲେ ଲୋ ମୁଁ
ସତେ ଲାଗୁଛୁ ଶ୍ରାବଣ ଶ୍ରାବଣ..(୨)

ହୃଷିକେଶ କୁଶୁଲିଆ (ଲେଖକ)
 କୁଟ୍ରାଗଡ , ରାୟଗଡ଼ା।

ମା ତୁମେ ମହାନ୍


ଅସହ୍ୟ କଷ୍ଟ ଭୋଗ କରି
ନିଜର ସୌନ୍ଦର୍ଯ୍ୟ ନଷ୍ଟ କରି
ଦେଲୁ ମାଆ ମତେ ଜନମ..

ତୁ ହିଁ ମୋର ଭଗବାନ
ମାଆ ତୁମ ପାଦେ କରୁଛି
ମୁଁ କୋଟି କୋଟି ପ୍ରଣାମ..

ମୁଁ ଥିଲି ଗୋଟେ ମାଟିର ପିଣ୍ଡୁଳା ପରି
ମୋ ସେବା ଯତ୍ନ କରି
ଦେଲ ମୋତେ ସୁନ୍ଦରତା,
ମତେ ମିଠା ସୁମଧୁର କଥା ସିଖାଇଲ
ଛୋଟ ଛୋଟ ହାତ କୁ ମୋର
ଧରି ଚାଲିବା ସିଖାଇଲ..

ଅମୃତ ପିଆଇ ମତେ ତମେ
ନୂଆ ଜୀବନ ଦେଲ
ଏହି ରଙ୍ଗମଞ୍ଚ ର ସୁନ୍ଦର ଦୁନିଆ
ତୁ ମତେ ଦେଖାଇଲ..

ମୁଁ କେବେ ଦେଖିନି
ତୁମ ଠାରୁ ବଡ ଲୋକ ମା
ମୁଁ ପ୍ରଥମ ଥର କାନ୍ଦି ବାରୁ
କେବଳ ଥରେ ହସି
ତୁମ ପଣତ କାନି ରେ
ମୋତେ ସ୍ୱାନ୍ତନା ଦେଲ
ମିଳିଲା ମତେ ସେଠୀ ସରଗ ସୁଖ
ମାଆ ତମେ ମୋ ପାଖେ ଥିଲେ ମୁଁ
କେବେ କରି ନାହିଁ ମନ ଦୁଃଖ..

ସବୁ ଠାରୁ ଭଲ ଲାଗେ ମତେ
ଆମର ଛୋଟ ଘର
ସେଠୀ ସ୍ନେହ ପ୍ରେମ ମମତା ଭରା
ଆଉ ତୁମ ଭଲ ପାଇବା
ତୁମ ପାଇଁ ମା ଆଜି ଦୁନିଆ ଦେଖିଲି
ଦେଖିଲି ଆକାଶ ର ଜହ୍ନ ତାରା
ସତରେ ତୁମେ ମହାନ୍ ମା
ତୁମ ଆଶୀର୍ବାଦ ମୋର
ସବୁ ରୋଗର ପ୍ରତିକାର
ତୁମ ସାଥେ ଲାଗେ ଏ ପୃଥିବୀ
ସ୍ବଚ୍ଛ ଆଉ ସୁନ୍ଦର ।

ସତରେ ମା ତୁମେ ମହାନ୍..
ସତରେ ମା ତୁମେ ମହାନ୍..

ହୃଷିକେଶ କୁଶୁଲିଆ
ମୁନିଗୁଡ଼ା, ରାୟଗଡ଼ା ।