Category Archives: manoj

Crazy Poem ( ପାଗଳ କବିତା )

Crazy Poem





କାହା ପାଇଁ କବିତା ଲେଖେ ତ
କାହା ପାଇଁ ଗଳ୍ପ ଆଉ କାହାଣୀ
କବିତାରେ ଥାଇପାରେ
“ତୁମେ”,”ସିଏ” ଆଉ “ମୁଁ”
ତ୍ରିକୋଣିୟ ସମ୍ପର୍କର
ଅଧା କୁହାକଥା …..।
ରାଗ, ରୋଷ, ଇର୍ଷାରୁ କେତେ ଧାଡ଼ି ।
ଗଳ୍ପରେ ଥାଇପାରେ …..
ମିଳନ ବିଛେଦର
ବେଦନାଭରା ହୃଦୟର
କାହାଣୀ ସବୁ ।
” ମୁଁ ” , “ତୁମେ” ସିଏ ର
ବିଷଦ ବିବରଣୀ ।
ଶାନ୍ତିରେ ତ ନୁହେଁ ବିଷାଦରେ
କେମିତି ବା ଠିକ୍ ହେବ
ଦୁଃଖଦ ମନର
ଅବଚେତନ ଭାବନାର ଭିତରେ ରହି
ପାଗଳ କବିତାର ଗଳ୍ପ-ସ୍ୱରୂପ
ଏକା ଏକା ହସି
ପୁଣି କାନ୍ଦିଦେଇ
ଆକାଶକୁ ଆକାଶର ଜହ୍ନ କୁ ଚାହିଁ
ଆକାଶର ଶୂନ୍ୟତାରେ
ମନକୁ ମନ ଲେଖୁଥିବା
ଗଳ୍ପ ଆଉ କବିତା ସବୁ
କିଏ ବା ପଢିବ
ପାଗଳ କବିତାର ଅଲେଖା କବିତାକୁ ।


ମନୋଜ କୁମାର ବେହେରାଙ୍କ
ଲେଖନୀ ରୁ……

Trupti (ତୃପ୍ତି)

Trupti


ତୃପ୍ତି
*****
ତମ ମନର ଗହନ ବନରେ
ବାସ୍ନା ଉଠେ ଖେଳିବା ପାଇଁ
ହୃଦୟରୁ ହୃଦୟ କୁ…
ତୃପ୍ତିରତାରେ ସତ୍ୟର ଅନୁସନ୍ଧାନ
କରିବାକୁ ହୁଏତ….
ସାଗରର ଉର୍ମୀ ସାଜିବାକୁ ହେବ
ପୂଜାରୀ ସାଜିବାକୁ ହେବ
ମନର ମନ୍ଦିରରେ ।
ତା ପରେ……
ଦୁଃଖ – ଦାହ – ଦାନ
ଲୁହର କାରାଗାର ବନ୍ଦକରି
ସାତ ସମୁଦ୍ର ଲଙ୍ଘନ ର କଷ୍ଟ
ହରାଇବାର ଭୟ…
ମିଥ୍ୟା ଛଳନା ଅଭିନୟକୁ
ପଛରେ ପକାଇ ତମେ
ବିଜୟର ଆନନ୍ଦରେ- ତୃପ୍ତିରେ
ହସିପାରିବ….
ଗୋଟେ ହୃଦୟକୁ କନ୍ଦାଇ,
ଗୋଟେ ଜୀବନ ପାଇପାରିବା ର
ଆନନ୍ଦର କଲ୍ଲାଳ ଉତ୍ସରେ।।।

ମନୋଜ କୁମାର ବେହେରାଙ୍କ
ଲେଖନୀରୁ…