Category Archives: manoj

ଅନ୍ତିମ ସାକ୍ଷୀ

ଗାଁ ପାଖ ବୁଢା ବରଗଛ
ଶହ ଶହ ବର୍ଷର ପୁରୁଣା,
ଯେତେବେଳେ ଏ ଗୋଟି ନଥିଲା
ଏହି ବଡ଼ଗଛଟି ଏକାନ୍ତ ନିରଵଦ୍ରଷ୍ଟା
ନିର୍ଜନ ପଡ଼ିଆରେ
ଧୀରେ ଧୀରେ ଏକାନ୍ତ………………..
ନୀରବତା ବୁହାଇଲା
କେତେ ଲୋକଙ୍କ ସାକ୍ଷୀ ପାଲଟି ଗଲା
କେତେ ଚିତାଶ୍ମିର ଉତ୍ତପ୍ତ ସହି
ନିଜକୁ ବି ସାକ୍ଷୀ କରିଗଲା
ଆସିବା ଲୋକଙ୍କ ପଥ ପ୍ରଦର୍ଶକ
ଫେରିବା ପାଇଁ ପ୍ରତିଶ୍ରୁତିବଧଃ ହୋଇ
କଥା ଦେଇ ପ୍ରତୀକ୍ଷା ହିଁ ଅଛି ………
ଆଜି ଯାଏଁ…………………………
କିଏ ଯାଏ ତା କେତେ ଦିନ,
ଏମିତି କେତେ ମହାତ୍ମାକୁ
ପାଉଁଶ ତଳେ ରଖୁଥିବ
କୋଳାଗ୍ରତ କରି
ନିଜ ପାଖରେ ହାର ମାନୁଥିବ..?
ମନୋଜ କୁମାର ବେହେରା
……ଙ୍କ କଲମରୁ
।।। ଧନ୍ୟବାଦ ।।।