Category Archives: #odia

ବାପା

Father

ବାପା

ଆମ ହାତଧରି ଚାଲିବା ଶିଖାଇଛ
ବଂଚିବାର ମାର୍ଗ ଦର୍ଶକ ସାଜି…
ତୁମ ଭଲପାଇବା….
ତୁମ ପ୍ରେମ…… ବିଶ୍ୱାସ…. ତୁମ ସ୍ବପ୍ନ……
ତୁମର ବଳିଷ୍ଠ ନେତୃତ୍ୱରେ
ଆମେ ଏ ଯାଏଁ ପହଞ୍ଚି ପାରିଛୁ……
ଏତେ ବଡ଼ ପୃଥିବୀରେ …….।
ତୁମ ଆଶୀର୍ବାଦ….
ଆମ ଉଜ୍ଜ୍ବଳ ଭବିଷ୍ୟତକୁ……
ସୁପୁଷ୍ପିତ କରି ଦେଇଛି……
ତୁମର ତ୍ୟାଗ…… ତୁମର ଅକ୍ଲାନ୍ତ ପରିଶ୍ରମ……।
ଆମ ଆଶାର ଆକାଶ ଠାରୁ ବି…
ତୁମ ଭଲପାଇବା……
ତୁମର ସ୍ନେହ …..ପ୍ରେମ……ଆଶୀର୍ବାଦ…..
ବିଛାଇ ଦେଇଛ ବର୍ଷ ବର୍ଷ ଧରି
ଆମ ଓଠରେ ହସ ଟିକେ
ଦେଖିବା ପାଇଁ………।
ବାପା ତୁମକୁ ମୋର
ଶତ ପ୍ରଣାମ…..।।
ମନୋଜ କୁମାର ବେହେରା
ଙ୍କ କଲମରୁ……

ଅପହଞ୍ଚ ଇଲାକା




ଅପହଞ୍ଚ ଇଲାକା


ମନ ହଜିଯାଏ……
ବର୍ଷାର ପ୍ରତ୍ୟେକ ବିନ୍ଦୁରେ,
ଆଖି କୋଣରୁ ବାହାରୁଥିବା
ଲୁହ ବଦଳରେ….. ଛଳନାରେ,
ଅଟ୍ଟହାସ୍ୟରେ………!
ଅଭିଳାଷର ଉଚ୍ଚ ସୋପାନରୁ
ନିର୍ଦ୍ଦୟ ହୋଇ ଟାଣିନିଏ……
କେଉଁ ଏକ ନିଭୃତ-ନିଘଞ୍ଚ
ବେଦନାସିକ୍ତ ଅପହଞ୍ଚ ଇଲାକାକୁ
ଯେଉଁଠି ଥାଏ ଖାଲି 
ମିଥ୍ୟା ଅଭିମାନ,
ଦେଖାଇ ହେବା ଆଉ
ଅଭିନୟ କରିବା ।

ମନୋଜ କୁମାର ବେହରା
ଙ୍କ କଲମରୁ………