ମନ ହଜିଯାଏ……
ବର୍ଷାର ପ୍ରତ୍ୟେକ ବିନ୍ଦୁରେ,
ଆଖି କୋଣରୁ ବାହାରୁଥିବା
ଲୁହ ବଦଳରେ….. ଛଳନାରେ,
ଅଟ୍ଟହାସ୍ୟରେ………!
ଅଭିଳାଷର ଉଚ୍ଚ ସୋପାନରୁ
ନିର୍ଦ୍ଦୟ ହୋଇ ଟାଣିନିଏ……
କେଉଁ ଏକ ନିଭୃତ-ନିଘଞ୍ଚ
ବେଦନାସିକ୍ତ ଅପହଞ୍ଚ ଇଲାକାକୁ
ଯେଉଁଠି ଥାଏ ଖାଲି
ମିଥ୍ୟା ଅଭିମାନ,
ଦେଖାଇ ହେବା ଆଉ
ଅଭିନୟ କରିବା ।
ମନୋଜ କୁମାର ବେହରା
ଙ୍କ କଲମରୁ………
Like this:
Like Loading...
Related
Story, Poem, Article & Experience.
Facebook Comments