Category Archives: poems

ଫେରିଆ ଧନ ମୋ ପାଖକୁ…

ଜାଣି ପାରିଲିନି ତୋତେ
କୋଉଠି ଭୁଲ ରହିଲା କେଜାଣି
ଯେଉଁଠି ସବୁ ଥାଇ ମଧ୍ୟ କିଛି ନାହିଁ
ସବୁର ଅସ୍ଥିରତା ଆଜି ତୋ ପାଇଁ
କାହିଁକି କେଜାଣି ଭୋକ ଲାଗେନା
ଶୋଷ ହେଲେ ମଧ୍ୟ ତୃଷ୍ଣା ର କଷ୍ଟ
ସହିବାକୁ ଆଉ ଇଚ୍ଛା ନାହିଁ !!!



କେବେ ଛାଡି ଯିବୁ ନାହିଁ ବୋଲି
ପ୍ରତିଶୃତି କଣ ଭୁଲ ଥିଲା ତୋର
କାହିଁକି ଆଜି କବାଟ କିଳୀ ବସିଛୁ
ଭିତର ରୁମ୍ ର ଅନ୍ଧାରିଆ କୋଣରେ
କଣ ପାଇଁ ଏମିତି କରିଲୁ
ସତ କହ ତୋର କଣ ଇଚ୍ଛା ନାହିଁ
ମୋ ପାଖକୁ ଆସିବାକୁ !!!

Order Now



ସବୁବେଳେ ମୋ ପାଖେ ରହିବାର ଯେମିତି
ଅଭ୍ୟାସ ହୋଇ ଯାଇଥିଲୁ ତୁ
ତୋର ଅଭାବ ମୋତେ
ମରଣ ଅନୁଭୂତି ହୁଏ
ଆଜି କାହିଁକି ସଂକ୍ରାନ୍ତି ଟିଏ
ପଡ଼ିଲା କେଜାଣି
କାଲି ପର୍ଯ୍ୟନ୍ତ ଅପେକ୍ଷା ମୋ
ପାଇଁ ଅସହ୍ୟ ହୋଇ ଯାଉଛି ।

ରାସ୍ତା ଦେଖା ମୋ ଧନ
କୋଉଠି ଅଛୁ ତୁ
ଆଜି ଗଳି ଭିତରକୁ ଯାଇ
ତୋତେ ଗ୍ରହଣ କରିବାକୁ ଇଚ୍ଛା ନାହିଁ
ତୁ ତୋର ସମ୍ମାନ ବଢେଇ ରଖିଛୁ ତୁ
ଯେଉଁଠି ତୋତେ ପାଇବା ର ଆଶା
ସେଠୀ ଆଜି ଅନେଇ ବସିଛି
ତୋ ବାପା ର F L Shop ଆଗରେ
କହିଦେ ତୋ ବାପା ଙ୍କୁ
କବାଟ ଖୋଲି ତୋତେ
ମୋ ହାତରେ ଦେବା ପାଇଁ
ନହେଲେ ଜୀବନ ହାରିଦେବି
ତୋ ଦୁଆର ସମ୍ମୁଖରେ,

Order Now


ଆଉ ଅଥୟ ନାହିଁ ରେ ମୋ ଧନ
Royal Stag…
ଫେରିଆ ଧନ ମୋ ପାଖକୁ…
ଫେରିଆ ଧନ ମୋ ପାଖକୁ…
ମୋ ଧନ Royal Stag…
ମୋ ଧନ Royal Stag…

ନୀଳମାଧବ ଭୂୟାଁ ଙ୍କ ଲେଖନୀରୁ…

ବୟସର ବସନ୍ତରେ

ଯେତେ ଦିନ ଯାଏ ଏ ଆକାଶ
ଜହ୍ନ ଓ ତାରା ମାନେ ମେଘର
କବଳ ରୁ ମୁକ୍ତ ହୋଇ
ଦୁରନ୍ତ ପ୍ରିୟ ମୁଗ୍ଧ ଚାହାଣୀରେ ।
ହାତ ଠାରି ଡାକୁଥିବ
ତନୁ ମନକୁ ସିହରିତ କରୁଥିବ ।
ପଗୁଣ ର ରଙ୍ଗରେ,
ମଳୟ ର ସ୍ପର୍ଶ ରେ
ସକାଳ ସୂର୍ଯ୍ୟର ସୁନେଲି କିରଣରେ ।
ତୋ ହୃଦୟରେ କାଳେ
ଶୁନ୍ୟ କଳସି ପୂର୍ଣ୍ଣ ହୋଇଯିବ
ପ୍ରିୟର ମିଳନ ଅଭିପ୍ସାରେ ।
ଏମିତି ବିତିଯାଉ
ହଜାର ହଜାର ଫଗୁଣ ଆଉ ମଳୟ,
ବର୍ଷା ଆଉ ବସନ୍ତ ।
ବୟସର ବସନ୍ତ ରେ
ଦେହର ଫଗୁଣର ରଂଗରେ
ଆଲୋକିତ ଜୀବନ ରେ
ନ ଆସୁ କେବେ
ଏ ଶୁଭଲଗ୍ନ  ରାତି ଆଉ ଦିନରେ;
ଦିନ ଆଉ ରାତିରେ
ମଧ୍ୟାହ୍ନ ର ଉତପ୍ତ ରଶ୍ମି
ଆମ ଅନ୍ଧାର ର
ଅମାବାସ୍ୟା ରାତି ।

ମନୋଜ କୁମାର ବେହେରା ଙ୍କ ଅଦ୍ୱିତୀୟ ଲେଖନୀ…

Order Now

ତୁମେ (ଓଡ଼ିଆ କବିତା) 1

 
ତୁମେ


                    

ତୁମର ସ୍ମୃତି କୁ   ସାଇତି ରଖିଛି              
     ମୋ ହୃଦୟେ ଜାଗା ଦେଇ
କହିଥିଲ ତୁମେ  ଭୂଲି ଯିବା ପାଇଁ
       ଜମା ଭୂଲି ପାରୁନାହିଁ ।

ନିରାଶା ଜୀବନେ ଆସିଥିଲ ତୁମେ
       ଆଶା ର ଆଲୁଅ ନେଇ
ମୋତେ ତୁମେ କେତେ ଭଲପାଇଥିଲ
      ପ୍ରିତୀ ର ସଙ୍ଗୀତ ଗାଇ ।

ସେ ସଙ୍ଗୀତ ଆଜି  ମନେ ଅଛି ସିନା 
       ହେଲେ ଗାଇ ପାରୁନାହିଁ
ହଜେଇ ଦେଇଛି  ସୁର ତାଳ ଲୟ
       ତୁମର ବାଟକୁ ଚାହିଁ  ।

ତୁମେ ଗଢିଥିଲ ସାଗର ବେଳା ରେ
      ପ୍ରେମ ର ସେ ବାଲିଘର
ସେହି ଘର ଥିଲା  ଆମ ଦୁହିଁଙ୍କର
        ସ୍ମୃତି ଭଲ ପାଇବାର ।

ଆମ ଘର କିଏ  ଭାଙ୍ଗି ଦେଇଗଲା
      ଜାଣି ତ ପାରୁନି ମୁହିଁ
ଭାବୁଛି ମୋ ମନ  ପ୍ରେୟସୀଗୋ ଦିନେ
       ତୁମେ ହିଁ ପାରିବ କହି  ।


ଲୋକନାଥ ନାୟକ, ଅଧ୍ୟାପକ (ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ, କବିସୂର୍ଯ୍ୟ ନଗର, ଗଞ୍ଜାମ, 
ମୋ. ୮୮୪୭୮୪୮୯୦୮


If the contents are helpful to share them with your friends, Thanking You.

ତୁମେ (ଓଡ଼ିଆ କବିତା) 2

 




ତୁମେ


ତୁମେ ଆଷାଢ଼ର ଆଶାର ଆକାଶ
ନୀଳ ସାଗର ର ଢେଉ
ଧାରା ଶ୍ରାବଣ ର ମେଘର ମହ୍ଲାର
ସ୍ୱପ୍ନର ସାଧବ ବୋହୂ…

ତୁମେ ଭାଦ୍ରବ ର ସବୁଜିମା କ୍ଷେତ
ପ୍ରଣୟ ର ପଦ୍ମାବତୀ
ଶେଫାଳୀ ଫୁଲ ର ମହ ମହ ବାସ୍ନା
ଅଶିଣ ର ଜହ୍ନ ରାତି
ତୁମରି ହସରେ ଫୁଲ ଫୁଟିଯାଏ
ଓଠରୁ ଝରଇ ମହୁ…

ତୁମେ ହେମନ୍ତ ର ହଳଦୀ ପତ୍ରରେ
ପ୍ରୀତିର ଶିଶିର ବିନ୍ଦୁ
ଶୀତ ସକାଳର ସୋରିଷ ଫୁଲ ଗୋ
ମାଘେ ମନ ଛୁଆଁ ଇନ୍ଦୁ
ଫଗୁଣର ବାଆ ବହିଯାଏ ଯେବେ
କଣ୍ଠେ ତୋଳିଥାଏ କୁହୁ…

ଶ୍ରୀ ଲୋକନାଥ ନାୟକ (ଅଧ୍ୟାପକ, ଓଡ଼ିଆ ବିଭାଗ)
କବିସୂର୍ଯ୍ୟ ନଗର, ମହାବିଦ୍ୟାଳୟ, ଗଞ୍ଜାମ ।


If the contents are helpful to share them with your friends, Thanking You.

ବିଶ୍ୱାସ (Believe)

Believe, Biswas, ବିଶ୍ୱାସ, ରାମକୃଷ୍ଣ
Believe
💞 ବିଶ୍ଵାସ 💞
             
ସମ୍ପର୍କ ଏଭଳି ସୁନ୍ଦର ଶବ୍ଦ ଯେ
ବନ୍ଧା ସିଏ ବିଶ୍ଵାସରେ..
ବିଶ୍ଵାସ ଅର୍ଜି ହିଁ ଧୋକା ଖାଉଅଛି
ଭାବ ରଙ୍ଗ ଭୂଇଁ ତଳେ …..
ବିଶ୍ଵାସ କରି ସେ ରାଧା ରାଣୀ ପୁଣି 
ମୋହନକୁ ଚାହିଁ ଥିଲେ
ଦଗା ଦିଆ କାହ୍ନୁ ଫେରିଲେନି ଆଉ 
ବିଶ୍ଵାସ ତ ଭାଙ୍ଗି ଦେଲେ…..
କେତେ ସରଧାରେ ମାତା ପିତା ପୁଣି 
ଶିଶୁଟି କୁ ବଡ଼ କଲେ 
ସେହି ଶିଶୁ ଆଜି ବଡ଼ ହୋଇ ପୁଣି 
ବିଶ୍ୱାସରେ ବିଷ ଦେଲେ …..
ବିଶ୍ୱାସରେ ଆଜି ସବୁଆଡେ ବିଷ 
ଭାବି ଭାବି ଦୀନ ସରେ 
ବିଶ୍ୱାସରେ ପରା ଜଗତ ଚାଲିଛି 
ଚାଲୁଥିବ ବିଶ୍ଵାସରେ…..
ସମାଜର ଶିକ୍ଷା ସମାଜର ନୀତି
ଭୁଲି ତ ଗଲେଣି ଲୋକେ
ବିଶ୍ଵାସ ଆଜି ବି ଅପେକ୍ଷା କରିଛି 
ଭଲଲୋକ ମିଳିବ ଅବା କେବେ…
   
             
ରାମକୃଷ୍ଣ ବାଡତ୍ୟା (ଲେଖକ)
              
       
         

If the contents are helpful to share them with your friends, Thanking You.

କାହାଣୀ ଟିକେ ଅଲଗା…

https://www.bhuyansblog.com/2021/09/Kahani.html
କାହାଣୀ ଟିକେ ଅଲଗା
କାହାଣୀ ଟିକେ ଅଲଗା
ତୁମେ ବୁଝ କି ନବୁଝ…
ଶୁଣ କି ନଶୁଣ…
ଆଖି ଫେରାଇ ନିଅ
ଭାବର ପଂକ୍ତି ଶବ୍ଦରୁ ।
ମୁଁ କିନ୍ତୁ କହିବି 
କହି ଚାଲିବି ଅନତି ଭବିଷ୍ୟତ ଯାଏଁ
ତୁମେ ବାଧ୍ୟ ହେବ 
ବୁଝିବା ପାଇଁ 
ଗ୍ରହଣ କରିବା ପାଇଁ
ପ୍ରତ୍ୟେକଟି ଭାବନାକୁ 
ପ୍ରତ୍ୟେକଟି ଶବ୍ଦର ସରଂଞ୍ଚନା ।
ତୁମେ ବି ଦିନେ ପାଗଳ ହେବ
ଫେରିବା କୁ ଅତୀତକୁ 
ଭାବିବାକୁ ବାଧ୍ୟ ହେବ
ଅଶ୍ରବ୍ୟ ଶବ୍ଦ ସବୁକୁ
ସ୍ୱର୍ଣ୍ଣକ୍ଷର ରେ ଲିପ୍ତବଦ୍ଧ ନଥିବା
କାହାଣୀଟି ହିଁ ଅତୀତ ହୋଇଯାଇଥିବ
ଅଦୃଶ୍ୟ ଅସ୍ପଷ୍ଟ ଭାବେ ।
ମନୋଜ କୁମାର ବେହେରାଙ୍କ କଲମରୁ…
If the contents helpful so share to your friends, Thanking You.

ବିବାହ ??

Marriage, बिबाह, bibah, marriage??? , When we got married
Bibah
ବିବାହ ଟା କେବଳ ଦେହକୁ ନେଇ ହୁଏନା
ଏଥିରେ ଥାଏ ମନର
କୌଣସି ନା କୌଣସି ଭୂମିକା…
ସେହି ପ୍ରେମ ହିଁ ବଞ୍ଚିରହେ ବହୁଦିନ
 ଯେଉଁଥିରେ ମିଳେ ନାହିଁ ପ୍ରତିଦାନ ।
 ବିବାହର ଅନ୍ୟନାମ ବନ୍ଧନ
 ଯେଉଁଥିରେ ବୈଦିକ ରୀତିରେ ହୁଏ
 ଦୁଇଟି ଆତ୍ମାର ମିଳନ ।
 
 ଆମର ଏ ଯେଉଁ ହୋଇଛି 
 ହୃଦୟ ବନ୍ଧନ
 ତାହା କଣ ନୁହେଁ ପ୍ରକୃତ ବନ୍ଧନ ?
 ନୁହେଁ କି ବିବାହ ?
 ପୁରୁଷର ସମ୍ଭୋଗ ଯନ୍ତ୍ରିରେ
 ଆହୁତି ଦେବାର
 ନାମ ହିଁ କଣ ବିବାହ ?
ମନୋଜ କୁମାର ବେହେରା ଙ୍କ
ଲେଖନୀରୁ…

If the contents helpful so share to your friends, Thanking You.

ଅଲଗା ଲାଗୁଛୁ ??

Poem,
ଅଲଗା ଲାଗୁଛୁ
ବସନ୍ତ କଣ ?
ଜାଣିବା ଦିନରୁ 
ତୋ ଦେହରେ
ବସନ୍ତ ଆଉ ଫଗୁଣର
ରଙ୍ଗ ବି ଲାଗିଯାଇଛି ?
ତୋ ଅଜ୍ଞାତରେ – ତୋ ଅଜାଣତରେ କି 
ତୋ ଜ୍ଞାତ ସାରରେ ???
ମାତ୍ର ତୁ ସେଦିନ ଠୁ
ଖାସ୍ ଅଲଗା ଅଲଗା ଲାଗୁଛୁ ।।।
ମନୋଜ କୁମାର ବେହେରା

If the contents helpful so share to your friends, Thanking You.

ଓଡ଼ିଆ କବିତା…୩

Ichha Odia Poem (ଇଛା)

# Ichha_odia_poem

Ichha_odia_poem
Ichha odia poem
ବିଶ୍ୱାସର ଘନଘଟା ମଧ୍ୟେ
ତମେ ଛିଡା ହୋଇଥାଅ
ଏକ ଅବିଶ୍ୱାସ ର ମଶାଲ ନେଇ
ବହୁପଥ ଅତିକ୍ରମ କଲିଣି…..
ବହୁ ଦୂର ଆଗକୁ ଗଲିଣି….,
କାହିଁ କେଉଁଠି ସ୍ବର୍ଗ ତ ଦିଶୁନି ….।
ମୋତେ ଲାଗେ ମୁ ବୋଧେ
ଜ୍ଞାତ ସାର ଠାରୁ ବହୁ ଦୁରେ ଅଛି….
ଜୀବନର ବାସ୍ନା ବାରି ଆଗକୁ ଯିବାର ଅଛି
କିଛି ଗୋଟେ ବାସ୍ତବତା ପାଖକୁ….।
କିନ୍ତୁ ମୁଁ ଯେ କସ୍ତୁରୀ
ଏବେ ପଛକୁ ଫେରି ଚାହିଁବାର
କୌଣସି ଇଚ୍ଛାବି ନାହିଁ….,
ସାହସ ବି ନାହିଁ…..,
ସତ୍ୟ ସନ୍ଧସ୍ତୁ ଏକାନ୍ତ କାମୀ
ବାସ୍ତବତା ପାଖକୁ….,
ଏକା ଏକା ଯିବାକୁ ସାହସ ବି ନାହିଁ ….।
କିନ୍ତୁ ଆଜିବି…….
ମରୀଚିକା ର ଘୁର୍ଣ୍ଣିବାତ୍ୟା ରେ ଜର୍ଜରିତ
କାଳ୍ପନିକତା ଠାରୁ…
ବହୁଦୂର ଦଣ୍ଡାୟମାନ,
ମଶାଲ ର ପ୍ରତିବିମ୍ବ ହାତରେ ଧରି …….।
ମନୋଜ କୁମାର ବେହେରା
      ……… ଙ୍କ କଲମରୁ
Follow my Blog…