Category Archives: story

ଅତି ଲୋଭ ହାନିକାରକ

ଅତି ଲୋଭ ହାନିକାରକ
ଅତି ଲୋଭ ହାନିକାରକ
ଗୋଟିଏ ନଦୀ ତଟରେ ଗୋଟିଏ କେଉଟ ଓ ତା ସ୍ତ୍ରୀ ରହୁଥିଲେ । ସେ କେଉଟ ଜଣକ ପ୍ରତିଦିନ ନଦୀରେ ମାଛ ଧରେ ଓ ମାଛ କୁ ବଜାରରେ ବିକ୍ରି କରେ ସେହି ଟଙ୍କାରେ ସ୍ବାମୀ, ସ୍ତ୍ରୀ ଦୁଇଜଣ ଖାଇପିଇ ଖୁସିରେ ରହୁଥିଲେ । ସବୁଦିନ ପରି ଦିନେ ସେ ମାଛ ଧରିବାକୁ ନଦୀକୁ ଗଲା ।

ସେଠାରେ ଗୋଟେ ବହୁତ ବଡ଼ ମାଛ ଧରିଲା ଏବଂ ସେହି ମାଛକୁ ସେ ବିକ୍ରି ନ କରି ନିଜ ଘରକୁ ନେଇ ସ୍ତ୍ରୀକୁ ଦେଇ କହିଲା କି ଆଜି ଏହି ମାଛକୁ ରାନ୍ଧି ଦେ ଆମେ ମିଶି ଖାଇବା ।ଏହା ଶୁଣି ସ୍ତ୍ରୀ ମାଛ କୁ କାଟିବା ବେଳେ ସେହି ମାଛ ପେଟରୁ ଗୋଟିଏ ସୁନା ଖଣ୍ଡ ମିଳିଲା ସେ ସେହି ସୁନା ର ଚମକ୍ ବହୁତ୍ ଥିଲା । ସ୍ତ୍ରୀ ନିଜ ସ୍ବାମୀ କୁ ଦେଇ କହିଲା କି ଆଜି ଯେଉ ମାଛ ଆଣିଥିଲ ସେଥିରୁ ସୁନା ଖଣ୍ଡ ଟି ବାହାରିଲା ।

ଏହା ଦେଖି କେଉଟ ବହୁତ ଖୁସି ହୋଇ ନିଜ ସ୍ତ୍ରୀ କୁ କହିଲା ଠିକ୍ ଅଛି ୟାକୁ ମୁଁ ବିକ୍ରି କରି ଟଙ୍କା ନେଇ ଆସୁଛି । ଆଉ ମୋତେ ମାଛ ଧରି ଯିବାକୁ ପଡ଼ିବନି ସେହି ଟଙ୍କା ରେ ଆମେ ବହୁତ ଦିନ ଖୁସିରେ ଚାଲିଯିବ । ସ୍ୱାମୀର କଥା ଶୁଣି ସ୍ତ୍ରୀ ମଧ୍ୟ ଖୁସି ହେଇ କହିଲା କି ତମେ ଶୀଘ୍ର ବିକ୍ରି କରି ଟଙ୍କା ନେଇ ଆସ । କେଉଟ ଜଣକ ବାହାରି ଗଲା ବଜାରକୁ ଯିବା ବାଟରେ ସେ ପୁଣି ଭାବିଲା ଯେ ଏହାର ତ ଠିକ୍ ମୂଲ୍ୟ ମୁଁ ଜାଣି ନାହିଁ ୟାକୁ କିଏ ମଧ୍ୟ ରଖି କମ୍ ମୂଲ୍ୟ ମୋତେ ଦେଇ ଠକି ଦେବ ୟାକୁ ନେଇ ମୁଁ ରାଜାଙ୍କ ପାଖକୁ ଯିବି ଓ ରାଜା ହିଁ ଏହାର ଠିକ୍ ମୂଲ୍ୟ ମୋତେ ଦେବେ ଏହା କହି ସେ ରାଜା ଙ୍କ ଦରବାର କୁ ଗଲା ଏବଂ ସେଠି ସେ ରାଜାକୁ ଦେଖା କରିବା ପାଇଁ ଦ୍ୱାରପାଳ ଙ୍କୁ କହିଲା କିନ୍ତୁ ଦ୍ୱାରପାଳ ତାଙ୍କୁ ଭିତରକୁ ଯିବାକୁ ମନା କରିଲେ ଆଉ ସେଠାରୁ ଫେରାଇ ଦେଲେ ସେ ମନ ଦୁଃଖରେ ଘରକୁ ଫେରିଲା ଏବଂ ନିଜ ସ୍ତ୍ରୀକୁ ସବୁ କଥା କହିଲା ।

ସ୍ତ୍ରୀ କିନ୍ତୁ ବୁଝେଇକି କହିଲା ଠିକ୍ ଅଛି ତୁମେ ଆଉ ମୁଁ ଦୁହେଁ ମିଶି ରାଜାଙ୍କୁ ଦେଖାକରିବାକୁ ଦରବାରକୁ ଯିବା । ରାଜାଙ୍କୁ ଦେଖାକରି ସବୁ କଥା କହିବା । ପର ଦିନ ପୁଣି ଦୁହେଁ ମିଶି ରାଜା ଙ୍କୁ ଦେଖା କରିବାକୁ ଗଲେ ପୁଣି ଦ୍ୱାରପାଳ ମନା କରିଲା କିନ୍ତୁ ସେଠି କେଉଟ ର ସ୍ତ୍ରୀ ଜଣକ କହିଲା କି ଆମେ କିଛି ମୂଲ୍ୟବାନ ଜିନିଷ ପାଇଛୁ ତାକୁ ରାଜାଙ୍କୁ ଦେବା ପାଇଁ ଆସିଛୁ । ଏହା ଶୁଣି ଦ୍ୱାରପାଳ କୁହେ କି କେଉଁ ଜିନିଷ ପ୍ରଥମେ ମୋତେ ଦେଖାଅ ତା ପରେ ଯାଇ ତୁମେ ରାଜା ପାଖକୁ ଯାଇପାରିବ । ଦ୍ୱାରପାଳ କଥା ଶୁଣି ସ୍ତ୍ରୀ ଜଣକ ସୁନା ଖଣ୍ଡ କୁ ଦେଖେଇଲେ ସେଇ ସୁନା କୁ ଦେଖି ଦ୍ୱାରପାଳ ର ଲୋଭ ବଢ଼ିଗଲା ।

ସେ କହିଲା କି ଏହି ସୁନା ଟିକୁ ତୁମେ ମାନେ ମୋତେ ଦିଅ ମୁଁ ରାଜା ଙ୍କୁ ଦେବୀ ଆଉ ରାଜା କଣ କହିବେ ଆସି ତୁମ ମାନଙ୍କୁ କହିବି ଏହା ଶୁଣି ଦୁଇଜଣ ସେହି ସୁନା କୁ ଦ୍ୱାରପାଳ କୁ ଦେଲେ ।ଦ୍ୱାରପାଳ ସୁନା ନେଇ ରାଜ ମହଲ ଭିତରକୁ ଗଲା କେଉଟ ଆଉ ତା ସ୍ତ୍ରୀ ସେହି ଦ୍ୱାର ରେ ଠିଆ ହେଇଥାନ୍ତି । ଦ୍ୱାରପାଳ ଆସି କିଛି କପଡ଼ା ସେମାନଙ୍କୁ ଦିଏ । କେଉଟ ଜଣଙ୍କ କୁହେ କି ସେହି ସୁନା ର ମୂଲ୍ୟ କଣ ଏହି କପଡ଼ା ? ଏହା ଶୁଣି ଦ୍ୱାରପାଳ ପାଟି କରି କୁହେ ଆରେ ରାଜା ଦେଇଛନ୍ତି । ଏଇ କପଡା କୁ ନେଇ ଯା , ରାଜା ଯଦି ଜାଣିବେ ତମ ଦୁଇ ଜଣଙ୍କୁ ବହୁତ ଦଣ୍ଡ ଦେବେ । ସ୍ବାମୀ ସ୍ତ୍ରୀ ଦୁହେଁ ଡରରେ ସେଠୁ ଘରକୁ ଫେରି ଗଲେ । ଦ୍ଵାରପାଳ ସେ ସୁନା କୁ ରାଜା କୁ ନ ଦେଇ ନିଜ ପାଖରେ ରଖି ସନ୍ଧ୍ୟା ବେଳେ ବଣିଆ ପାଖକୁ ଗଲା। ବଣିଆ କୁ କହିଲା ମୁଁ ଏହା କୁ ଜଙ୍ଗଲ ରାସ୍ତାରେ ପାଇଥିଲି।

ଏହି ସୁନା ର ଦାମ କଣ ହେବ ମୋତେ ଦିଅ। ସେ ସୁନା ଖଣ୍ଡ ବଦଳରେ ବଣିଆ ଦ୍ଵାରପାଳ କୁ ଦଶ ହଜାର ଟଙ୍କା ଦେଲା। ଦ୍ଵାରପାଳ ସେ ଟଙ୍କା ନେଇ ଖୁସିରେ ନିଜ ଘରକୁ ଗଲା । ବଣିଆ ଭାବିଲା ମୁଁ ଯଦି ରାଜା କୁ ଦେବୀ ସେ ଏହି ସୁନା ବଦଳରେ ମୋତେ ବହୁତ୍ ଅର୍ଥ ଦେବେ । ସେ ରାଜା କୁ ଆଣି ଦେଲା ଏବଂ କହିଲା ମୁଁ ଏହି ସୁନା ଖଣ୍ଡ କୁ ମାଟି ତଳୁ ପାଇଛି । ଏହି ରାଜ୍ୟର ପ୍ରତ୍ୟେକ ଜମି ଏବଂ ମାଟି ଆକାଶ ସବୁ ଆପଣଙ୍କର ସେଥିପାଇଁ ଏହି ସୁନା ଖଣ୍ଡ ଆପଣଙ୍କର। ରାଜା ସୁନା ଖଣ୍ଡ କୁ ନେଇ ବଣିଆ କୁ ଗୋଟିଏ ଜମି ସହିତ ସେ ସୁନା ଖଣ୍ଡ ରୁ ଅଧିକ ଅଳଙ୍କାର ମୋତି ମାଣିକ ବଣିଆ କୁ ଦେଲେ । ରାଜା ଙ୍କ ପ୍ରତି କାର୍ଯ୍ୟ ପୂର୍ବରୁ ମନ୍ଦିର ର ଇଷ୍ଟ ଦେବୀ ମାତା କୁ ପଚାରି ସବୁ କାମ କରନ୍ତି। ସେ ସୁନା ଖଣ୍ଡ କୁ ଦେବୀ ମାତା ଙ୍କ ହାତରେ ରଖି କହିଲେ ଆପଣଙ୍କ ଭଣ୍ଡାର ଘରେ ଏହି ସୁନା ଖଣ୍ଡ କୁ ରଖିବାକୁ ଯାଉଛି !! କିନ୍ତୁ ଏହା କଣ ଦେବୀ ମାତା ଙ୍କ ହାତରୁ ସେ ସୁନା ଖଣ୍ଡ ଖସିଗଲା।

ରାଜା କିଛି ବୁଝି ନ ପାରି ରାତିରେ ଶୟନ ଅବସ୍ଥାରେ ସ୍ଵପ୍ନ ରେ ଦେବୀ ମାତା ଆସି ରାଜା କୁ କହିଲେ ଏହି ସୁନା ର ଅସଲ ମାଲିକ ଆଉ ଜଣେ ପ୍ରଥମେ ତାକୁ ଖୋଜି ବାହାର କର ଏବଂ ତାକୁ ପ୍ରକୃତ ମୂଲ୍ୟ ଦିଅ ତାପରେ ଏହି ସୁନା ଖଣ୍ଡକୁ ତୋର ଭଣ୍ଡାର ଘରେ ରଖିବୁ। ସକାଳ ହେଉ ହେଉ ରାଜା ବୈଠକ ଡକେଇ ବଣିଆ କୁ ଡାକି କହିଲେ ସତ କୁହ ତମେ ଏହି ସୁନା ଖଣ୍ଡ କୁ କୋଉଠୁ ଆଣିଛ ?? ନହେଲେ ତମକୁ ମୃତ୍ୟୁ ଦଣ୍ଡ ଦିଆ ଯିବ । ବଣିଆ ସବୁ ସତ ସତ କହିଲା। ଆପଣଙ୍କ ଦ୍ଵାରପାଳ ମୋତେ ଏହି ସୁନା ଖଣ୍ଡ କୁ ଆଣି ଦେଇଛନ୍ତି। ଏହା ବଦଳରେ ଦଶ ହଜାର ଟଙ୍କା ମଧ୍ୟ ଦେଇଛି। ଦ୍ଵାରପାଳ କୁ ଡାକି ପଚାରି ବୁଝିଲା ପରେ ଜଣା ପଡିଲା ଯେ ଏହି ସୁନା ଖଣ୍ଡ ଟି କେଉଟ ବଣିଆ କୁ ଦେଇଛି ।

ସଙ୍ଗେ ସଙ୍ଗେ ଦୂତ କୁ ପଠେଇ କେଉଟ କୁ ଡକା ଗଲା। କେଉଟ ରାଜ ଦରବାର ରେ ପହଞ୍ଚିଲା ସବୁ ସତ କହିଲା। ସେଠୀ କେଉଟ କହିଲା କି ମହାରାଜ ମୁଁ ମାଛ ଧରିବା ସମୟରେ ଗୋଟିଏ ମାଛ ପାଇଲି ସେ ମାଛ ପେଟରୁ ଏହି ସୁନା ଖଣ୍ଡକୁ ପାଇଛି । କେଉଟ ର କଥା ଶୁଣି ସେ ଖୁସି ହୋଇ ବଣିଆ କୁ ଦେଇଥିବା ସବୁ ମୋତି ମାଣିକ ଏବଂ ଜମି କେଉଟ କୁ ଦେଇ ଦେଲେ ଏବଂ କେଉଟ ପାଇଁ ନଦୀ କୂଳରେ ଗୋଟିଏ ସୁନ୍ଦର ଘର ବନେଇ ଦେଲେ। ଏପଟେ ବଣିଆ ଏବଂ ଦ୍ଵାରପାଳ କୁ ୧୦ ବର୍ଷ ପାଇଁ ବନ୍ଦୀ କରି କାରାଗାର କୁ ପଠାଗଲା । ପରେ ରାଜା ସେ ସୁନା କୁ ନିଜ ଭଣ୍ଡାର ଘରେ ରଖିଲେ ।

ଏଥିରୁ କଣ ଶିଖିଲ??
୧. ଅଧିକ ଲୋଭ କରିବା ଅନୁଚିତ୍।
୨. କେବେ କାହାକୁ ମିଛ କହି ଠକିବା ଅନୁଚିତ୍ ।
୩. କିଛି କାମ କରିବା ପୂର୍ବରୁ ନିଜ ଗୁରୁଜନ ଠାରୁ ଉପଦେଶ ନେବା ଦରକାର ।
Miss. Puja Swain(Story Writer)
Buguda,Ganjam.

ଜହ୍ନ ମାମୁଁ (Chanda Mama)

ଜହ୍ନ ମାମୁଁ (Chanda Mama)
ଜହ୍ନ ମାମୁଁ (Chanda Mama)
ଚାନ୍ଦପୁର ନାମକ ଗ୍ରାମରେ ଗୋଟିଏ ଗରିବ ପରିବାର ରହୁଥିଲେ। ଗ୍ରାମ ଟି ପାହାଡ ତଳେ ଗୋଟିଏ ନଦୀ ପାଖରେ ଥିଲା। ପୂର୍ବ ଦିଗରେ ପାହାଡ ଥିବା ଯୋଗୁ ପ୍ରଥମ ସୁର୍ଯ୍ୟ କିରଣ ସେହି ଗ୍ରାମ ଉପରେ ପଡୁଥିଲା। ବାପା ମାଁ ଙ୍କ କୋଳରେ ନୂଆଁ କିରଣ ଭାବେ ଚନ୍ଦ୍ରକାନ୍ତ ଜନ୍ମ ନେଇଥିଲା। ସେ ବହୁତ୍ ସୁଶୀଳ ଏବଂ ଚତୁର ଥିଲା ।
ଚନ୍ଦ୍ରକାନ୍ତ କୁ ନୂଆ ନୂଆ ଜିନିଷ ଦେଖିବା ବୁଲିବା ବହୁତ୍ ପସନ୍ଦ ଥିଲା । ଚନ୍ଦ୍ରକାନ୍ତ ସବୁଦିନ ସକାଳୁ ଉଠି ବାହାରକୁ ଯାଇ ଦେଖୁଥିଲା ଯେ ଗୋଟିଏ ନାଲି ରଙ୍ଗର ଗୋଲାକାର ଆସେ ଏବଂ ରାତିରେ ରୂପା ଥାଳିଆ ଟିଏ ପାହାଡ କୋଣରୁ ବାହାରି ଆକାଶ କୁ ଆସେ । ଚନ୍ଦ୍ରକାନ୍ତ ସବୁବେଳେ ଭାବୁଥାଏ କିନ୍ତୁ ଗୋଟିଏ ସନ୍ଧ୍ୟାରେ ମା କୁ ଯାଇ ପଚାରେ , ମା କୁହନ୍ତି ଏ ହେଉଛି ଆମ ଜହ୍ନ ମାମୁ । ଚନ୍ଦ୍ରକାନ୍ତ କୁ ତାଙ୍କ ମା ସବୁବେଳେ ଜହ୍ନ ମାମୁ ଗୀତ ସୁଣେଈ ଶୁଆଇ ଦେଉଥିଲେ। ଚନ୍ଦ୍ରକାନ୍ତ ର ମନରେ ଇଚ୍ଛା ଜାଗ୍ରତ ହେଲା, ମା କୁ କହିଲା, ମା.. ମା.. ମୁଁ ମଧ୍ୟ ଦିନେ ଜହ୍ନ କୁ ଯିବି । ମା କହନ୍ତି ତୁ ଠିକ୍ ସମୟରେ ଖାଇବା ପିଇବା କରିବୁ ଭଲ ପାଠ ପଢ଼ିବୁ ଯଦି ଦିନେ ତୁ ସେଠୀ ପହଞ୍ଚି ପାରିବୁ । ଚନ୍ଦ୍ରକାନ୍ତ ଧିରେ ଧିରେ ବଡ ହେବାକୁ ଲାଗିଲା । ମନରେ କେବଳ ଗୋଟିଏ ଚିନ୍ତା କି ଭଲ ପାଠ ପଢିବି ଏବଂ ଜହ୍ନ ମାମୁ ପାଖକୁ ଯିବି। ବାପା କୁ କହି ଗୋଟିଏ ଦୂରବୀକ୍ଷଣ ଯନ୍ତ୍ର ଆଣି ସବୁବେଳେ ଜହ୍ନ, ତାରା ମାନଙ୍କୁ ଦେଖୁଥାଏ। ସେ ସ୍କୁଲ ରେ ଭଲ ପାଠ ପଢି ସବୁ ସମୟରେ ଆଗୁଆ ରହୁଥିଲା । ମା ଙ୍କ କଥା କୁ ଚନ୍ଦ୍ରକାନ୍ତ ଦିନେ ସତରେ ପରିଣତ କରିଦେଲା। ଭଲ ପାଠ ପଢ଼ି ଦିନେ ସେ ବୈଜ୍ଞାନିକ ହେଲା। ସେ ଜାଣିବାକୁ ପାଇଲା ଯାଏ ଆମେରିକାର ଗୋଟିଏ ବୈଜ୍ଞାନିକ ଜହ୍ନ ମାନେ ଚନ୍ଦ୍ର କୁ ଯାଇ ପୁଣି ଆସିଛନ୍ତି। ତା ମନରେ ବହୁତ୍ ଇଛା ଜାଗ୍ରତ ହେଲା। ସେ ନିଜ ଜିଦ୍ ରେ ରହି ପଢା ପଢ଼ି କରିଲା । ତା ପାଖରେ କିଛି ସାମାନ ନଥିବା ପରେ ସେ ଭାରତୀୟ ବୈଜ୍ଞାନିକ ସଂସ୍ଥା ରେ କାମ କରି ଚନ୍ଦ୍ରାୟନ ନାମକ ଗୋଟିଏ ରକେଟ ବନେଇ ଚନ୍ଦ୍ରକୁ ଗଲେ । ସେଠୀ ତାର ସବୁ ଆଶା ପୂରଣ ହେଲା । ଚନ୍ଦ୍ରକାନ୍ତ ର ଉତ୍ତମ କାର୍ଯ୍ୟ ଯୋଗୁଁ ଭାରତର ରାଷ୍ଟ୍ରପତି ତାକୁ ସର୍ବ ଶ୍ରେଷ୍ଠ ପଦ ରେ ସମ୍ମାନିତ କରିଲେ।
ଏଥିରୁ କଣ ଶିଖିଲ?
୧. ସବୁବେଳେ କିଛି ନୂଆ କରିବାକୁ ଈଛା ରଖିବା ଉଚିତ୍।
୨. ବଡ ହୋଇ ଭଲ ମଣିଷ ହୋଇ ଦୁନିଆରେ ସର୍ବ ଶ୍ରେଷ୍ଠ ହେବାକୁ ଚେଷ୍ଟା କରିବା ଉଚିତ୍ ।
୩. ପାଠ ପଢା ରେ ସବୁବେଳେ ଆଗୁଆ ରହିବା ଉଚିତ୍ ।
ଲେଖିକା. ପୂଜା ସ୍ୱାଇଁ
ବୁଗୁଡ଼ା, ଗଞ୍ଜାମ.
Comment କରିବା ପାଇଁ story ତଳେ ଥିବା “Post a comment” Link କୁ click କରନ୍ତୁ ।