Tag Archives: #ଚନ୍ଦା ହିରୋ

ଚନ୍ଦା ହିରୋ



ମୋ ସାଙ୍ଗ ଚେହେରା ଡଉଲ ଡାଉଲ,
ହିରୋ ପରି ତାର ମୁହଁ ।
ଝଡିଲାଣି ବାଳ ମୁଣ୍ଡରୁ ତାହାର,
ସେଥିପାଇଁ ମନେ କୋହ।।

ଭାରି ରୋମିଓ ସେ ରସିକ ନାଗର,
ଗାଁ ର ଲଭର୍ ବଏ ।
ବାଳକୁ ସଜାଇ ଷ୍ଟାଇଲ୍ ମାରେ ସେ,
କହୁଥିଲା ହେଲୋ ହାଏ।।

ବାହାରକୁ ଯେବେ ଗଲା ଆମ ହିରୋ,
ଝଡିଲା ସେ ଦିନୁ ବାଳ।
ପାନିଆ ବୁଲାଇ ଦେଖି ଦେଲା ଯେବେ,
ମୁଣ୍ଡ ହେଲା ଗୋଳମାଳ।।

ଭାବିଲା ମାରିବ ଔଷଧୀୟ ତୈଳ,
ପୁଣି ଥରେ ହେବ ହିରୋ
ଲଗାଇବା ଦିନୁ ଝଡ଼ିଲା ପ୍ରବଳ,
ହିରୋ ରୁ ସାଜିଲା ଜିରୋ।।

ରୋମିଓ ପଣ ତା ସରିଗଲା ସବୁ,
ଆଉ ନ ଉଠିଲା ବାଳ।
ଯାହା କିଛି ଥିଲା ସେତକ ବି ଗଲା,
ଦୁଃଖେ ହିରୋ ଅସମ୍ଭାଳ ।।

🤪😃😏😳😱😢

ନରେନ୍ଦ୍ର କୁମାର ସ୍ବାଇଁ ଙ୍କ ଦ୍ଵାରା ଲିଖିତ..
ଗୋଳାବନ୍ଧ, ଗଞ୍ଜାମ ।