Tag Archives: #ମା ଦୁର୍ଗା

ଜୟ ମା…



ଦୁର୍ଗତି ନାଶିନୀ ମା ଗୋ ଦେବୀ ଆଦି ଶକ୍ତି,
ତବ ପାଦ ପଦ୍ମ ପୂଜି ପାଏ ଜୀବ ମୁକ୍ତି ।

ଆଗମନେ ଶୋଭା ପାଏ ସକଳ ଜଗତ,
କାଶତଣ୍ଡି ପୁଷ୍ପେ ହୁଏ ଧରା ସୁଶୋଭିତ ।

ଚରଣେ କଙ୍କଣ ଶୋଭା, ମସ୍ତକେ ଚନ୍ଦ୍ରମା,
କଣ୍ଠେ ଶୋଭା ରତ୍ନହାର, ନାହିଁ ତା ଉପମା ।

ଦଶଭୁଜେ ଦଶ ଅସ୍ତ୍ର ଘେନି କଲ ଯୁଦ୍ଧ,
ଜଗତ କଲ୍ୟାଣ ହେତୁ ମହିଷାର ବଧ।

ଅନ୍ଧକାର ନାଶି ହେଲା ଧରା ଆଲୋକିତ,
ପାଇ ତବ କୃପାବିନ୍ଦୁ ଜୀବେ ଆନନ୍ଦିତ ।

ଅଜ୍ଞାନ ବାଳୁତ ଆମ୍ଭେ ତୁମରି ନିକଟେ,
ସଦା ସାହା ହୁଅ ମା ଗୋ ପ୍ରତିଟି ସଙ୍କଟେ ।

🙏🙏🙏


ନରେନ୍ଦ୍ର କୁମାର ସ୍ବାଇଁଙ୍କ ଦ୍ବାରା ଲିଖିତ
ଗୋଳାବନ୍ଧ, ଗଞ୍ଜାମ