Tag Archives: #ରିନା୪

ରିନା…୪

ଚତୁର୍ଥ ଭାଗ

ତୃତୀୟ ପୃଷ୍ଠା କୁ ପଢନ୍ତୁ

ରିନା : ମୁଁ ଯାହା କହିବି ତମେ ମାନିବ ?? ତମେ କିଛି କରିବ ନାହିଁ, ଚୁପ୍ ଚାପ୍ ଆଖି ବନ୍ଦ କରି ଠିଆ ହେବ ଆଉ ଯେତେ ପର୍ଯ୍ୟନ୍ତ ପୁଣି କହିବି ନାହିଁ ସେତେ ପର୍ଯ୍ୟନ୍ତ ଆଖି ଖୋଲିବ ନାହିଁ । ରାଜୁ : ନା ମୁଁ କରିବି ନାହିଁ, ମୁଁ ରାଗିଛି ! ରିନା : ପ୍ଲିଜ୍.. ପ୍ଲିଜ୍…, ରାଜୁ : ଠିକ୍ ଅଛି । ରାଜୁ ଆଖି ବନ୍ଦ କରିଲା ପରେ ରିନା ରାଜୁ କୁ କୁଣ୍ଢେଇ ପକେଇଲା । ପ୍ରାୟ ଗୋଟିଏ ମିନିଟ ପରେ ରିନା କହିଲା, “ଥେଙ୍କ୍ ୟୁ… ରାଜୁ” , ରାଜୁ ଯେମିତି ସେମିତି ଠିଆ ହୋଇ ଥାଏ ଏବଂ ରିନା ରାଜୁ କୁ ଛାଡି ଦେଲା । ରାଜୁ: ଏଇଟା କଣ ଥିଲା ? ରିନା : ଏଇଟା କିଛି ନୁହଁ, ମୁଁ କେବଳ ଅନ୍ୟ ପ୍ରକାରେ ତୁମକୁ ଧନ୍ୟବାଦ ଜଣାଇଲି। ମୋ ପ୍ରଶ୍ନ ର ଉତ୍ତର ମୋତେ ମିଳିଲା ନାହିଁ । ରିନା : ତୁମ ଉତ୍ତର ପାଇବା ପାଇଁ ବହୁତ୍ ସମୟ ଅଛି । ଆଉ ଯୋଉଦିନ ମୋ ମନରେ ତୁମ ପ୍ରତି ଭଲ ପାଇବା ଆସିବ ସେଦିନ ମୁଁ ତୁମ ପାଖକୁ ଆସିବି କିନ୍ତୁ ଏବେ ନୁହଁ । ରାଜୁ : ହଉ, ତେବେ ଚାଲ ଯିବା ? ଦୁହେଁ ବାହାରିଲେ କଲେଜ୍ ପାଖକୁ। କଲେଜ୍ ରେ ପହଞ୍ଚିଲା ବେଳକୁ କ୍ଲାସ୍ ସରି ଯାଇଥିଲା। ସେଠୁ , ରିନା, ରାଜୁ କୁ ବିଦାୟ ଦେଇ ଗାଁ କୁ ଫେରିବା ପାଇଁ ବାହାରିଲା । ଏତିକିବେଳେ ରାଜୁ ପଚାରିଲା କେବେ ଆସିବ ?? ରିନା : ଭାବୁଛି କାଲି ସନ୍ଧ୍ୟାରେ ଆସିବି। ରାଜୁ : ସନ୍ଧ୍ୟା ନୁହଁ , ସକାଳେ ଆସ, ଆଉ ଠିକ୍ ୧୧ ଟା ବେଳେ ତୁମ ଘରେ ଅଟୋ ରିକ୍ସା ପହଞ୍ଚି ଯିବ। ଗାଡି ଡ୍ରାଇଭର ତୁମ ଜିନିଷ ପତ୍ର ଉଠେଇବା ରେ ସାହାଯ୍ୟ କରିବ । ଆଉ ଯଦି ଲୋକ ଦରକାର ତେବେ କୁହ, ଆଉ ଜଣକୁ ପଠେଇ ଦେବୀ, ନା ମୁଁ ଯିବି । ରିନା : ନା ଗୋଟିଏ ଲୋକ ହେଲେ ମୁଁ ଅଳ୍ପ ସାହାଯ୍ୟ କରି ଦେବୀ ହୋଇଯିବ। ରାଜୁ: ତେବେ ମୁଁ ଆସିଯିବି। ରିନା : ନା ନା, ତୁମେ ଆସିବ ନାହିଁ, ତୁମେ ଏଠି ରୁମ୍ ପାଖରେ ଥିବ ଏଠି ମୋତେ ସାହାଯ୍ୟ କରିବ। ତୁମ ବଦଳରେ ଯଦି ଆଉ କିଏ ଆସନ୍ତି ତେବେ ଭଲ ହେବ । ରାଜୁ : ହଉ ଠିକ୍ ଅଛି , ତୁମ ଇଚ୍ଛା । ଏତିକି କଥା ପରେ ରିନା ଫେରିଗଲା ନିଜ ଗାଁ କୁ ।

ତା ପର ଦିନ ଠିକ୍ ୧୧ ଟା ସମୟରେ ଅଟୋ ରିକ୍ସା ଆସି ପହଞ୍ଚିଲା। ଗୋଟିଏ ଡ଼୍ରାଇଭର ସହ ଆଉ ଗୋଟିଏ ଲୋକ ମଧ୍ୟ ଆସିଥିଲା । ଦୁହେଁ ସାହାଯ୍ୟ କରିଲେ । ଗୋଟିଏ ଟେବୁଲ୍ ଏବଂ ଦୁଇଟି ଚେୟାର ଅନ୍ୟ କିଛି ଜିନିଷ ଏବଂ ଗୋଟିଏ ବକ୍ସ ଧରି ରିନା ପହଞ୍ଚିଲା ସହର ରେ। ଗାଁ ଲୋକେ ଦେଖୁଥାନ୍ତି ସିନା କିଛି କହୁ ନଥିଲେ। ସହର ରେ ରାଜୁ ଅପେକ୍ଷା କରି ଥାଏ। ସବୁ ଜିନିଷ ପତ୍ର ରଖିବା ପରେ ରିନା କୁ ବାହାରକୁ ଡାକି ସ୍କୁଟି ଚାବି ହାତରେ ଦେବା ପରେ ଶ୍ରୀୟା କୁ କହିଲା। ଶ୍ରୀୟା, ଏବେ ତୋ ଦାୟିତ୍ଵ ଆଜି ସନ୍ଧ୍ୟାରେ ଅଳ୍ପ ସ୍କୁଟି ଶିଖେଇ ଦେବୁ ଏବଂ ବାକି କାଲି ଅଳ୍ପ ଶିଖେଇ ଦେବୁ। ଯେତେ ଶୀଘ୍ର ଶିଖିବ ସେତେ ଶୀଘ୍ର ସେ ଫ୍ୟାକ୍ଟ୍ରି କୁ ସ୍କୁଟି ରେ ଯିବା ଆସିବା କରିବ। ଶ୍ରୀୟା ମୁଣ୍ଡ ହଲେଇ କହିଲା ଠିକ୍ ଅଛି ଭାଇ। ଘରେ କିଛି କାମ ଅଛି କହି ରାଜୁ ବାହାରି ଗଲା ରୁମ୍ ରୁ । ସନ୍ଧ୍ୟାରେ ଶ୍ରୀୟା, ରିନା କୁ ସ୍କୁଟି ଶିଖେଇବା ପାଇଁ ବାହାରିଲା। ଗୋଟିଏ ଘଣ୍ଟା ଶିଖିବା ପରେ , ଶ୍ରୀୟା କହିଲା ଦିଦି ତୁମକୁ ତ ସ୍କୁଟି ଆସୁଛି କେବଳ ଟିକେ କଣ୍ଟ୍ରୋଲ ହୋଇଗଲେ କିଛି ଅସୁବିଧା ନାହିଁ । ଠିକ୍ ସେମିତି ତା ପର ଦିନ ସକାଳେ ଘଣ୍ଟାକ ପାଇଁ ସ୍କୁଟି ଶିଖିବା ପରେ କଲେଜ୍ ଯାଇ ଶୀଘ୍ର ଫେରି ଫ୍ୟାକ୍ଟ୍ରି ରେ ପ୍ରଥମ ଦିନ ଥିଲା ସେଥିପାଇଁ ସେ ସାଇକେଲ ନେଇ ବାହାରି ଗଲା ।

ସମୟ ପୂର୍ବରୁ ରିନା ଫ୍ୟାକ୍ଟ୍ରି ରେ ପହଞ୍ଚି ଗଲା ଏଵଂ ସେଠି ରତ୍ନାକର ବାବୁ କହିଲେ, ଝିଅ ତୁମେ ଯାହା କିଛି ପ୍ରଶ୍ନ ଅଛି ମୋତେ ପଚାରି ପାର ମୁଁ ସବୁ ବୁଝେଇ ଦେବି। ରତ୍ନାକର ବାବୁ ବହୁତ୍ ସରଳ ସ୍ୱଭାବର ମଣିଷ ଟିଏ । ସେ ସମସ୍ତଙ୍କୁ ପୁଅ , ଝିଅ କହି ସମ୍ବୋଧନ କରନ୍ତି । ସେ ଫ୍ୟାକ୍ଟ୍ରି ର ସବୁ ଦାୟିତ୍ଵ ବୁଝନ୍ତି କିନ୍ତୁ ତାଙ୍କ ଆଖି ଖରାପ ଯୋଗୁ ସେ କମ୍ପ୍ୟୁଟର କାମ ପାଇଁ ଟିକେ ମନ ଉଦାସ କରୁଥିଲେ । ରିନା କୁ ସବୁ ବୁଝେଇ ଦେଇ କହିଲେ । ଆଜି ଠାରୁ ମୋର ଅଧେ କାମ ତୁମେ କରିବ। ସବୁ ହିସାବ ଦେବୀ ତମେ କମ୍ପ୍ୟୁଟର ରେ ଫିଟ୍ କରିବ ଏବଂ ମାଲିକ କୁ ରିପୋର୍ଟ ଦେବ। ରତ୍ନାକର ବାବୁ ଏବଂ ରିନା କଥା ହେବା ସମୟରେ ବିଶ୍ବଭୂଷଣ ବାବୁ ପହଞ୍ଚିଲେ । ରିନା କୁ କହିଲେ , ତୁମେ ଅଳ୍ପ ଦେଖି ଦିଅ ଏବଂ କାଲି ଠାରୁ ତୁମେ ସ୍କୁଟି ରେ ଆସିବ । ରିନା : ଅଙ୍କଲ ମୋତେ ଅଳ୍ପ ଡର ମାଡ଼ୁଛି ସେଥିପାଇଁ ସାଇକେଲ ରେ ଆସିଲି । ବିଶୁ ବାବୁ : ତେବେ ତୁମର ଯୋଉ ଦିନ ସ୍କୁଟି ହୋଇଯିବ ସେଦିନ ଠାରୁ ତୁମେ ଫ୍ୟାକ୍ଟ୍ରି ଆସିବ । ରିନା କୁ ଠିକ୍ ଲାଗିଲାନି, ଅଙ୍କଲ ଙ୍କ କଥା ଶୁଣି ରିନା ଅଳ୍ପ ଭାବିବାକୁ ଲାଗିଲା ଏବଂ ଶୀଘ୍ର ବାହାରି ଗଲା । ତା ପର ଦିନ କଲେଜ୍ ନ ଯାଇ ସ୍କୁଟି ଶିଖିବାକୁ ଇଛା ରଖିଲା ଏବଂ ୯୦% ପ୍ରତିଶତ ସେ ଶିଖିଗଲା। ଏବଂ ସେଦିନ ସଂଧ୍ୟାରେ ସ୍କୁଟି ରେ ଫ୍ୟାକ୍ଟ୍ରି ଆସିଲା। ସେଠି ପ୍ରଥମେ ରାଜୁ କୁ ଦେଖିଲା। ରିନା ରାଜୁ କୁ ଦେଖି ତମେ ଏଠି ? ରାଜୁ : ହଁ ମୁଁ ମଧ୍ୟ ଏଠି ପାର୍ଟ ଟାଇମ୍ ଜବ କରିବି ତୁମ ସହିତ। କିନ୍ତୁ ମୁଁ ଏହି ଫ୍ୟାକ୍ଟ୍ରି ର ବାହାର ଲେବର ଙ୍କ ଦେଖା ଶୁଣା ପାଇଁ ରହିବି। ରିନା : ତମେ ଚାକିରି କରିବ ବୋଲି ମୋତେ ତ କେବେ କହି ନାହଁ। ରାଜୁ : ଆରେ ମୋତେ ମଧ୍ୟ ଟଙ୍କା ଦରକାର ନା? ଏତିକିବେଳେ ଭଡ଼ା ଘର ଅଙ୍କଲ ମଧ୍ୟ ରିନା ଦେଖିଲା। ସେ ଗୋଟିଏ ଫାଇଲ ଧରି ଅଫିସ ଆଡ଼କୁ ଆସୁଥିଲେ। ରିନା : ଏହି ଅଙ୍କଲ ମଧ୍ୟ ଏଠି ଚାକିରି କରନ୍ତି କି ? ରାଜୁ : ହଁ, ସେଥିପାଇଁ ତୁମ କୁ ଏତେ ଶୀଘ୍ର ଘର ମିଳିବାର କାରଣ ତ ଏହା । ରିନା କିଛି ନ ବୁଝି ମୁଣ୍ଡ ହଲେଇ ବାକୁ ଲାଗିଲା । ରତ୍ନାକର ବାବୁ ଆସି ପହଁଚିଲେ । ଝିଅ ଆଜି ତୁମକୁ ମୁଁ କେମିତି ଡାଟା ଫିଟ୍ କରା ଯିବ ସେ ବିଷୟରେ ବୁଝେଇବୀ। ତାପରେ ସେ ବୁଝାଇବାକୁ ଲାଗିଲା । ତାପରେ ଚାଲିଲା ପାର୍ଟ ଟାଇମ୍ ଜବ୍। ଏମିତି ଚାଲିଲା କିଛି ଦିନ । ସକାଳେ କଲେଜ୍ ଏବଂ ସନ୍ଧ୍ୟାରେ ଫ୍ୟାକ୍ଟ୍ରି । କେବେ ମଧ୍ୟ ରିନା ଜାଣି ନଥାଏ ଯେ ରାଜୁ ହେଉଛି ଏହି ଫ୍ୟାକ୍ଟ୍ରି ର ମାଲିକ ଙ୍କ ପୁଅ ବୋଲି।

ପ୍ରାୟ ଦୁଇ ମାସ ପରେ ଦିନେ ରାଜୁ ଏବଂ ରିନା କଲେଜ୍ ରୁ ଫେରିବା ସମୟରେ ଗୋଟିଏ ଲୋକ ବହୁତ୍ ସ୍ପିଡ ରେ ବାଇକ୍ ଆଣି ରାଜୁ କୁ ଲଗେଇ ନିଜେ ପଡିଗଲା । ରାଜୁ ର ଡାହାଣ ଗୋଡ ର ଆଣ୍ଠୁ ଟି ସମ୍ପୂର୍ଣ୍ଣ ଭାଙ୍ଗିଗଲା ଏବଂ ସେ ଲୋକ ର ମଧ୍ୟ ହାତ ଗୋଡ ଖଣ୍ଡିଆ ହୋଇ ଗଲା । ରାଜୁ ଏବଂ ସେ ଲୋକକୁ ସଙ୍ଗେ ସଙ୍ଗେ ପାଖରେ ଥିବା ଡାକ୍ତର ଖାନା କୁ ନିଆଗଲା । ଏହି ଘଟଣା ଯୋଗୁଁ ସେଦିନ ଫ୍ୟାକ୍ଟ୍ରି ବନ୍ଦ ହୋଇଗଲା । ସମସ୍ତେ ଦୁଃଖୀ ଥିଲେ । ସେଦିନ ରିନା କୁ ଅଳ୍ପ ସନ୍ଦେହ ହେଲା ଯେ ଗୋଟିଏ ଛୋଟିଆ କର୍ମଚାରୀ ପାଇଁ ପୁରା ଫ୍ୟାକ୍ଟ୍ରି ବନ୍ଦ କାହିଁକି କରାଗଲା । ବିଶୁ ବାବୁ ମଧ୍ୟ ବହୁତ୍ ବ୍ୟସ୍ତ ଜଣା ପଡୁଥିଲେ ଏବଂ ସେଦିନ ସଂଧ୍ୟାରେ ସେ ଭଡ଼ା ଘର ଅଙ୍କଲ କୁ ପଚାରିବାକୁ ବାଧ୍ୟ ହେଲା ଯେ ଅଙ୍କଲ ପ୍ରକୃତରେ ଏହି ବିଶୁ ଅଙ୍କଲ ଆଉ ରାଜୁ ର ସମ୍ପର୍କ କଣ ?? ଆଗରୁ ରାଜୁ ମନା କରିଥିବା ସ୍ୱତେ ମଧ୍ୟ ଅଙ୍କଲ କହିଦେଲେ ଯେ ରାଜୁ ହେଉଛି ବିଶୁ ବାବୁ ଙ୍କ ପୁଅ । ରିନା ଚମକି ପଡ଼ିଲା ଏବଂ ତାକୁ ଯେମିତି ବିଜୁଳି ଝଟକା ର ଅନୁଭବ ହେଲା । ରିନା, ରାଜୁ ପାଖକୁ ଆସିଲା, ରାଜୁ ଶୋଇଥାଏ। ମନେ ମନେ ଭାବିଲା, ରାଜୁ ତୁମେ ମାତ୍ର ଲୁଚେଇ ବହୁତ୍ କଷ୍ଟ ଦେଇଛ। ତୁମେ ଗୋଟିଏ ବଡ ପରିବାର ର ପୁଅ ଏବଂ ମୁଁ ଗୋଟିଏ ଛୋଟ ଜାତିର ଝିଅ । ତୁମର ଭଲ ପାଇବା ଦେଖି ମୁଁ ତୁମକୁ ମଧ୍ୟ ଭଲ ପାଇ ବସିଥିଲି କିନ୍ତୁ ଆଜି ଯେମିତି ସବୁ କିଛି ବଦଳି ଯିବ, ସେ ଅନୁଭବ ମୁଁ କରି ପାରୁଛି । ହସ୍ପିଟାଲ ରେ ରାଜୁ ର ବାପା, ମା ସମସ୍ତେ ଥିଲେ । ରିନା କୁ ବିଶୁ ବାବୁ ପଚାରିଲେ , ଝିଅ ତୁମେ ସାଙ୍ଗରେ ଥିଲ ପରା, କଣ ହୋଇଥିଲା, ଯାହା ଘଟଣା ଥିଲା ରିନା ସବୁ ସତ ସତ କହିଲା।

ଏତିକି ଶୁଣି ବିଶୁ ବାବୁ ପୋଲିସ କୁ ଫୋନ୍ କରି କହିଲେ ଯେ ସବୁ ଭୁଲ ସେ ଲୋକ ର ଏବଂ ଇନଭେଷ୍ଟିଗେସନ ଶୀଘ୍ର ଆରମ୍ଭ କରନ୍ତୁ ଏବଂ ଫୋନ୍ ରେ କଥା ହୋଇ ବାହାରକୁ ଚାଲିଗଲେ କିନ୍ତୁ ରାଜୁ ର ମା ରିନା କୁ ଯେମିତି ଖରାପ ଦୃଷ୍ଟି ରେ ଦେଖୁଥିଲେ । ସେ ରିନା ଆଗକୁ ଆସି କହିଲେ , ଆଜି ମୋ ପୁଅ ର ଯାହା ହୋଇଛି , ସେ ସବୁ ତୋ ପାଇଁ ଘଟିଛି । ତୁ ଯଦି ତା ଜୀବନରେ ଆସି ନଥାନ୍ତୁ ତେବେ ଏମିତି ଘଟଣା କେବେ ଘଟି ନଥାନ୍ତା । ଆଉ ତୁ ମୋ କମ୍ପାନୀ ରେ ଚାକିରି କରୁଛୁ ନା। ତୋତେ ମୁଁ ଗଳା ଧକ୍କା ଦେଇ ବାହାର ନ କରିଛି ତେବେ ମୋ ନାମ ମଧୁ ମାଲିକାଣୀ ନୁହଁ । ରିନା, ଆଖିରୁ ଲୁହ ବହି ଯାଉଥାଏ । ଚୁପ୍ ଚାପ୍ ଥାଏ । ଏତିକି କଥା ବାର୍ତା ପରେ ପରେ ବିଶୁ ବାବୁ ଫେରି ଆସିଲେ । ରିନା କାନ୍ଦିବା ଦେଖି , ଅଙ୍କଲ ପଚାରିଲେ , ସେ ଠିକ୍ ହୋଇଯିବ ମା, ତମେ ଚିନ୍ତା କର ନାହିଁ । ତମେ ଏବେ ଘରକୁ ଯାଇ ରେଷ୍ଟ କର । ତୁମେ ଦିନ ୨ଟା ରୁ ଏବେ ପର୍ଯ୍ୟନ୍ତ ଏଠି ଅଛ ଏବେ ରାତି ୭ଟା ହୋଇଗଲାଣି । ବିଶୁ ବାବୁ ଏବଂ ରିନା କଥା ବାର୍ତା ସମୟରେ ରାଜୁ ର ମା ବାହାରକୁ ଚାଲିଗଲେ । ରିନା : ଅଙ୍କଲ, ମୋର ଗୋଟିଏ ଅନୁରୋଧ ରଖିବେ ? ବିଶୁ ବାବୁ : ହଁ କୁହ ? ମୋତେ ରାଜୁ ପାଖରେ ରହିବାକୁ ଦିଅନ୍ତୁ ନା ? ବିଶୁ ବାବୁ : ହେଲେ ଘରେ ତୁମ ଭାଇ ଅଛି ନା? ସେ କେମିତି ଖାଇବା ପିଇବା କରିବ ?? ରିନା : ସେ ନିଜେ କରି ଖାଇ ଦେବ । ମୁଁ ଫୋନ୍ କରି କହିଦେବି। ବିଶୁ ବାବୁ : ଅଳ୍ପ ଚିନ୍ତା କରି ପୁଣି କହିଲେ, ଯେ ନା ଝିଅ ତୁମେ ବହୁତ୍ ସମୟରୁ ଏଠି ଅଛ। ତୁମେ କାଲି ପୁଣି ଆସି ଯିବ । ରାତିରେ ନର୍ସ ରହିବେ । କିଛି ଅସୁବିଧା ହେବ ନାହିଁ । ରିନା : ପ୍ଲିଜ୍ ଅଙ୍କଲ, ମନା କରନ୍ତୁ ନାହିଁ । ବିଶୁ ବାବୁ ରିନା ର ଅନୁରୋଧ ରେ କହିଲେ ଠିକ୍ ଅଛି ତୁମେ ରୁହ, ତୁମ ଭାଇ ର ଖାଇବା ବନ୍ଦୋବସ୍ତ ମୁଁ କରୁଛି । କହି ସେ ଭଡ଼ା ଘର ଅଙ୍କଲ କୁ ଫୋନ୍ କରି ଖାଇବା ପାଇଁ ବନ୍ଦୋବସ୍ତ କରିଲେ ଏବଂ ରାତିରେ ରିନା ରାଜୁ ପାଖରେ ରହିଲା । ଏମିତି ପ୍ରାଯ ୭ ଦିନ ପର୍ଯ୍ୟନ୍ତ ଚାଲିଲା । ସେପଟେ ବିଶୁ ବାବୁ ଙ୍କ ଠାରୁ ରିନା ଅନୁମତି ନେଇଥିଲା ଯେ ରାଜୁ ମେଡିକାଲ ରୁ ଫେରିଲେ ସେ ଫ୍ୟାକ୍ଟ୍ରି ଆସିବ ବୋଲି। ପରେ ରାଜୁ ଅଳ୍ପ ସୁସ୍ଥ ହୋଇ ଘରକୁ ଫେରିଲା ଏବଂ ସେ ସନ୍ଧ୍ୟାରେ ସେ ଫ୍ୟାକ୍ଟ୍ରି ରେ ପହଞ୍ଚିଲା । ଫ୍ୟାକ୍ଟ୍ରି ରେ ପହଞ୍ଚିବା ପରେ ରତ୍ନାକର ବାବୁ କହିଲେ ,ଝିଅ ତୁମେ ଗୋଟିଏ ଦିନ ରେଷ୍ଟ୍ କରି ଥାନ୍ତ । କାଲି ଆସି ଥାନ୍ତ ସେଠି ବିଶୁ ବାବୁ ମଧ୍ୟ ରିନା କୁ କହିଲେ, ଝିଅ ତୁମେ ଘରକୁ ଯାଅ। ଆସନ୍ତା କାଲି ଆସିବ । ରିନା : ନା ଅଙ୍କଲ ଆସି ଗଲିଣି ମାନେ କିଛି କାମ କରି ଶୀଘ୍ର ଚାଲିଯିବି ।

କ୍ରମଶଃ…

ପଞ୍ଚମ ଭାଗ କୁ ପଢନ୍ତୁ