ରିନା…୫

ପଞ୍ଚମ ଭାଗ

ଚତୁର୍ଥ ଭାଗ କୁ ପଢନ୍ତୁ

ରାଜୁ ର ସେବା ରେ ସନ୍ତୁଷ୍ଟ ହୋଇ ରିନା କୁ ବିଶୁ ବାବୁ ଧନ୍ୟବାଦ ଜଣେଇ ଲେ ଯେ ମୋ ପୁଅ ର ଏତେ ସେବା କରିଛ ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଜଣାଉଛି। ଏମିତି କି ରାଜୁ ର ମା ପାଖରେ ମଧ୍ୟ ତାଙ୍କ ପୁଅ କୁ ସେବା କରିବା ପାଇଁ ସମୟ ନଥିଲା । ତମେ ସେଠି ଥିଲ ବୋଲି ରାଜୁ ର ମା ତୁମକୁ ପସନ୍ଦ କରି ନଥିବ କିନ୍ତୁ ମୁଁ ଜାଣିଛି ସେ ଆଜି ନ ହେଲେ କାଲି ତୁମର ମହତ୍ତ୍ଵ କୁ ବୁଝିବ। ଏମିତି ରେ ତାର ବ୍ୟବହାର ମୋର ଦେହ ସୁହା ହୋଇଗଲାଣି । ଆଉ ତୁମ ପାଇଁ ଗୋଟିଏ ଖୁସି ଖବର ଯେ, ମୁଁ ତୁମର ଇନକ୍କ୍ରୀମେଣ୍ଟ କରିଛି। ରିନା : ଅଙ୍କଲ ଏତେ ଶିଘ୍ର ?? ବିଶୁ ବାବୁ : ହଁ ରାଜୁ ର ସେବା ବଦଳରେ ଏହା ହେଉଛି ମୋ ତରଫରୁ ଛୋଟିଆ ଉପହାର ଏବଂ ଏମିତିରେ ଏହି ଦୁଇ ମାସ ର ତୁମର କାମରେ ମୁଁ ବହୁତ୍ ଖୁସି ।

ତୁମକୁ ନ କହିବା ପାଇଁ ରାଜୁ ମୋତେ ଏବଂ କମ୍ପାନୀ ର ସବୁ ଲୋକଙ୍କୁ ମନା କରିଥିଲା । ସେଥିପାଇଁ ମୁଁ ତୁମକୁ ମୋର ପରିଚୟ ଦେଇ ନଥିଲି । ରିନା: କିଛି ନାହିଁ ଅଙ୍କଲ !! ଏବେ ମୁଁ ସବୁ ଜାଣି ସାରିଲିଣି । ଅଙ୍କଲ ମୋର ଗୋଟିଏ ଅନୁରୋଧ ଯେ ମୋତେ ରାଜୁ ସହିତ ବେଳେ ବେଳେ ଦେଖା କରିବାକୁ ଅନୁମତି ଦିଅନ୍ତୁ ନା ? ବିଶୁ ବାବୁ : ହଁ ହଁ ନିଶ୍ଚୟ । ତୁମେ ଯେତେବେଳେ ଇଛା କରିବ ସେତେବେଳେ ଯାଇ ଘରେ ଦେଖା କରି ପାରିବ। ରିନା ଖୁସି ହୋଇଗଲା। ରିନା ଭାବିଲା। ଦୁଇ ଦିନ ପରେ ରବିବାର ଆସିବ । ସେଦିନ ଯାଇ ଦେଖା କରିବି।

ଦୁଇ ଦିନ ପରେ ଦିନ ୧୨ ଟା ସମୟରେ ରିନା ରତ୍ନାକର ବାବୁ ପାଖରୁ ଠିକଣା ନେଇ ପହଞ୍ଚିଲା ରାଜୁ ର ଘର ଫାଟକରେ। ସେ ଦିନ ବିଶୁ ବାବୁ କିଛି କାମ ପାଇଁ ଅନ୍ୟ ସହରକୁ ଯାଇ ଥାଆନ୍ତି । ଫାଟକ ରେ ପହଞ୍ଚିବା ପରେ ରିନା ନିଜ ପରିଚୟ ଦେଲା। ଫାଟକ ରେ ଥିବା ଗାର୍ଡ କହିଲା । ଆପଣ ଭିତରକୁ ଆସି ପାରିବେ ନାହିଁ। ରିନା, କାରଣ ପଚାରିବା ପରେ ଗାର୍ଡ କହିଲା ଯେ ମାଲିକାଣୀ ମନା କରିଛନ୍ତି। ରିନା ପୁଣି କହିଲା ଆପଣ ରାଜୁ ବାବୁ ଙ୍କୁ ଅଳ୍ପ ଖବର ଦେବେ । ଗାର୍ଡ ରୋକ୍ ଠୋକ୍ ମନା କରିଦେଲା। ଯେ ନା, ମାଲିକାଣୀ ମନା କରିଛନ୍ତି ଯେ କୋଉ ଝିଅ ଯଦି ଦେଖା କରିବାକୁ ଆସେ ତେବେ ତାକୁ ମନା କରିବ ବୋଲି । ରିନା ନିରୁପାୟ ଏବଂ ପୁଣି ଅନୁରୋଧ କରିଲା ଯେ ବିଶୁ ବାବୁ ଙ୍କୁ ଅଳ୍ପ କହିଦିଅ ଯେ ରିନା ଆସିଛି। ଗାର୍ଡ କହିଲା, ବାବୁ ପାହାନ୍ତିଆ ସମୟରେ ଅନ୍ୟ ସହର ପାଇଁ ଯାଇଛନ୍ତି, ସେ କାଲି ଆସିବେ। ରିନାର ଆଖିରୁ ଧାର ଧାର ଲୁହ ବହି ଚାଲିଲା। ଗାର୍ଡ କୁ ହାତ ଯୋଡ଼ି କହିଲା। ପ୍ଲିଜ୍ ସାର୍ ଅଳ୍ପ ଦେଖି ଚାଲି ଯିବି । ଗାର୍ଡ କହିଲା, ଝିଅ ମୁଁ ମଧ୍ୟ ନିରୁପାୟ। ତୁମ ଲୁହ ଦେଖି ମୁଁ ମଧ୍ୟ ଦୁଃଖୀ କିନ୍ତୁ ମୋ ହାତ ମଧ୍ୟ ବନ୍ଧା ପଡ଼ିଛି। ଆଜି ଯଦି ବାବୁ ଥାଆନ୍ତେ ତେବେ ଏତିକି ଅସୁବିଧା ହୁଅନ୍ତା ନାହିଁ । ରିନା କାନ୍ଦି କାନ୍ଦି ପୁଣି ନେହୁରା ହେଲା । ହେଲେ ଗାର୍ଡ କହିଲା ଝିଅ ମୋ ଚାକିରି ଚାଲିଯିବ । ମୋ ଅନୁରୋଧ ରଖି ଚାଲି ଯାଅ। ରିନା ଫେରିଗଲା। ସେଦିନ ସେ ନିଜେ ଦେଖା କରିବ ବୋଲି କହିଥିଲା ସେଥିପାଇଁ ସେ ଫୋନ୍ କରି ନଥିଲା । ରାଜୁ ମଧ୍ୟ ଅପେକ୍ଷା ରେ ଥିଲା । ଦିନ ୧୨ ଟା ରୁ ୨ଟା ବାଜିଲାଣି ରିନା ର ଦେଖା ନାହିଁ। ସେ ରିନା କୁ କଲ୍ କରିଲା । ରିନା କଲ୍ ମଧ୍ୟ ଉଠେଇଲା ନାହିଁ । ୧୦ ରୁ ୧୫ ଥର ରିଙ୍ଗ ହୋଇ କଟିଲା ସିନା କିଛି ଉତ୍ତର ନାହିଁ । ରାଜୁ ବ୍ୟସ୍ତ ହୋଇ ପଡୁଥାଏ । ସେ ବେଡ୍ ରୁ ଉଠି ପାରୁ ନଥାଏ । ଘରେ ରାଜୁ ର ମା ଏବଂ ଅନ୍ୟ ଚାକର ମାନେ ରାଜୁ ର ସେବାରେ ଲାଗି ପଡ଼ିଥିଲେ। ରାଜୁ, ପ୍ରକାଶ ଅଙ୍କଲ ( ସେ ଘର ର ପୁରୁଣା ଚାକର) କୁ ପଚାରିଲେ ଯେ । ଅଙ୍କଲ ଆଜି ଆମ ଘରକୁ ରିନା ଆସିବ ବୋଲି ବାପା କହିଥିଲେ ଏବଂ ରିନା ମଧ୍ୟ କହିଥିଲା । ଏବେ ଦୁଇଟା ବାଜିଲାଣି । ଏବେ ପର୍ଯ୍ୟନ୍ତ ତାର ଦେଖା ନାହିଁ । ତା ବିଷୟରେ ଅଳ୍ପ ଖବର ନେଇ ମୋତେ କହିବ ପ୍ଲିଜ୍ । ପ୍ରକାଶ ଅଙ୍କଲ କହିଲେ , ଠିକ୍ ଅଛି ବାବୁ ମୁଁ ଦେଖୁଛି । ପ୍ରକାଶ ଅଙ୍କଲ ଗେଟ୍ ରେ ଆସି ପଚାରିଲା । ସେଠି ଗାର୍ଡ ଠାରୁ ସବୁ କଥା ଶୁଣି ସେ ମଧ୍ୟ ଆଶ୍ଚର୍ୟ୍ଯ ହେଲେ । ପ୍ରକାଶ ଚାକର ରାଜୁ କୁ କଣ ଉତ୍ତର ଦେବ ଜାଣି ପାରୁ ନଥାଏ। ତଥାପି ସେ ରାଜୁ କୁ ଯାଇ କହିଲା । ବାବୁ ତମେ ଥରେ ବାପା ଙ୍କ ସହିତ କଥା ହୁଅ । ସେ କିଛି କରିବେ । ରାଜୁ ପଚାରିଲା କଣ ହେଲା ଅଙ୍କଲ କୁହ ?? ଏତିକି ବେଳେ ମା ଆସିଗଲେ ସେଥିପାଇଁ ସେହି କଥା କୁ ସେଠି ବନ୍ଦ କରି ଅନ୍ୟ କଥା ହେବାକୁ ଲାଗିଲେ । ମା ଗଲା ପରେ, ରାଜୁ ପ୍ରକାଶ ଅଙ୍କଲ ର ହାତ କୁ ଧରି ପଚାରିଲା ,ପ୍ଲିଜ୍ ଅଙ୍କଲ କୁହ କଣ ହୋଇଛି ରିନା ର ?? ପ୍ରକାଶ କହିଲା ବାବୁ ମୁଁ ଏହି ଘରେ ଗତ ୩୦ ବର୍ଷ ହେଲା ରହି ଆସିଛି । ମୋର ଘର ର ମୂରବୀ ଙ୍କ ବିରୋଧରେ କହିବା ଠିକ୍ ନୁହଁ କିନ୍ତୁ ତୁମେ ଯଦି ମୋ କଥା କୁ ରଖି ଏବଂ ମା ଙ୍କୁ କିଛି କହିବ ନାହିଁ ତେବେ ଯାଇ କହିବି । ରାଜୁ : କୁହ ଅଙ୍କଲ, କିଛି କହିବି ନାହିଁ । ପ୍ରକାଶ : ଦିନ ୧୧ ଟାରେ ରିନା ଆସିଥିଲା କିନ୍ତୁ ମା, ଗାର୍ଡ କୁ ମନା କରି ରଖିଛନ୍ତି ଯେ ରିନା ଯଦି ଘରକୁ ଆସେ ତେବେ ତାକୁ ଭିତରକୁ ଛାଡ଼ିବ ନାହିଁ ବୋଲି । ଏବଂ ଗେଟ୍ ରେ ହୋଇଥିବା କଥା ବାର୍ତା ମଧ୍ୟ ସେ ସବୁ ରାଜୁ କୁ କହିଲା । ଏତିକି ଶୁଣି ରାଜୁ ର ରାଗ ବଢ଼ିଗଲା । ପ୍ରକାଶ : ବାବୁ, ପ୍ଲିଜ୍ ରାଗ କରନି । ତମେ ବାପା ଙ୍କୁ କଲ୍ କର ସେ କିଛି ଗୋଟିଏ ବ୍ୟବସ୍ଥା କରିବେ। ତମେ ତ ମା ଙ୍କ ଗୁଣ ଜାଣିଛ ସେ ତିଳ କୁ ତାଳ କରିବେ। ରାଜୁ ଅଳ୍ପ ଶାନ୍ତ ହୋଇ କହିଲା, ହଉ ଅଙ୍କଲ ତମେ ଯାଅ। ରାଜୁ ସଙ୍ଗେ ସଙ୍ଗେ ବାପା ଙ୍କୁ କଲ୍ କରି ସବୁ କଥା କହିବା ପରେ । ବାପା ରାଜୁ କୁ କହିଲା । ତୁ ଚିନ୍ତା କର ନାହିଁ ପୁଅ ମୁଁ ସନ୍ଧ୍ୟାରେ ଆସିବା ପାଇଁ ଚେଷ୍ଟା କରୁଛି ଏବଂ ରିନା ସହିତ ମଧ୍ୟ ଦେଖା କରିବାକୁ ଚେଷ୍ଟା କରୁଛି ।

ମଧୁ ମାଲିକାଣୀ ଗାର୍ଡ ଠାରୁ ସବୁ କଥା ଶୁଣି ସନ୍ଧ୍ୟ ୫ଟା ରେ ସେ ବାହାରି ଗଲେ ରିନା ଘରକୁ । ଦୁଇ ତିନି ଥର କବାଟ ଠକ୍ ଠକ୍ କରିବା ପରେ ରିନା କବାଟ ଖୋଲିଲା। ମା କୁ ଦେଖି ସେ ପ୍ରଣାମ କରିଲା। ମଧୁ ମାଲିକାଣୀ କହିଲା ଯେ , ତୁ ମୋ ଘରକୁ ଆସିବା ପାଇଁ ସାହାସ କେମିତି କରିଲୁ। ତୋର ପରିସ୍ଥିତି ଦେଖି ତୋତେ ଚାକିରି ରୁ ବାହାର କରିଲିନି ବୋଲି ତୁ କଣ ଭାବିଲୁ ଯେ ମୁଁ ତୋତେ କ୍ଷମା କରିଦେଲି। ତୁ ଯେତେ ଶିଘ୍ର ପାରୁଚୁ ଏ ଘର ଖାଲି କରି ଗାଁ କୁ ଚାଲିଯାଆ ନହେଲେ ମୋ ଖରାପ ରୂପ ଦେଖିବୁ। ଏତିକି କହି ମଧୁ ମାଲିକାଣୀ ସେଠୁ ଫେରି ଆସିବା ପରେ । ରିନା ନିଷ୍ପତି ନେଲା ଯେ ସେ ଗାଁ କୁ ଫେରି ଯିବ ଏବଂ ସନ୍ଧ୍ୟା ପୂର୍ବରୁ ସେ ଆଉ ସାନ ଭାଇ କୁ ଧରି ଅଳ୍ପ କପଡା ନେଇ ଗାଁ କୁ ଫେରିଗଲା।

ସନ୍ଧ୍ୟା ୭ ଟା ପାଖା ପାଖି ବିଶୁ ବାବୁ ରିନା ର ଭଡ଼ା ଘର ପାଖେ ପହଞ୍ଚିଲେ । ସେଠି ଶ୍ରୀୟା ବିଶୁ ବାବୁ କୁ ଦେଖି ସବୁ କଥା କହିଲା। ମୁଁ ରିନା ଅପା କୁ ବହୁତ୍ ଅନୁରୋଧ କରିଲି କିନ୍ତୁ ସେ କାନ୍ଦି କାନ୍ଦି ନିଜ ଗାଁ କୁ ଫେରିଗଲେ। ବିଶୁ ବାବୁ ସଙ୍ଗେ ସଙ୍ଗେ ନିଜ କାର୍ କୁ ନେଇ ରିନା ଗାଁ ରେ ପହଞ୍ଚିଲେ । ସେଠି ରିନା ଅଙ୍କଲ କୁ ଦେଖି କାନ୍ଦିବା ଆରମ୍ଭ କରିଦେଲା । ଅଙ୍କଲ ପଚାରିଲେ । ତମେ ଭାବୁଛ ଯେ ଗାଁ କୁ ଫେରିଗଲେ ତୁମର ସମସ୍ୟା ସମାଧାନ ହୋଇଯିବ ନା କଣ? ସମସ୍ୟା କୁ ସମାଧାନ କରିବାକୁ ଚେଷ୍ଟା କର । ସମସ୍ୟା ରୁ ଦୂରେଇ ଗଲେ ସମସ୍ୟା କେବେ ପିଛା ଛାଡେ ନାହିଁ । ତୁମେ ଭଲ ଭାବରେ ଜାଣିଛ। ତୁମେ ରାଜୁ କୁ ଛାଡି ରହି ପାରିବ ନାହିଁ ନା ରାଜୁ ତୁମକୁ। ତମେ ଏବେ ହିଁ ସହର କୁ ଚାଲ। ରିନା, ହାତ ଯୋଡ଼ି କହିଲା, ଅଙ୍କଲ ଆପଣ ଫେରି ଯାଆନ୍ତୁ। ମୁଁ ଗାଁ ରେ ରହିବି। ଏବଂ ମୁଁ ଏଠୁ ଯିବା ଆସିବା କରିବି। ମୁଁ ସେ ଘର କୁ ଆସନ୍ତା କାଲି ଖାଲି କରି ଦେବୀ। ବିଶୁ ବାବୁ କହିଲେ ଏବେ ତୁମେ ଦୁଃଖରେ ଅଛ । ତୁମେ ସମୟ ନିଅ। ଆସନ୍ତା କାଲି ତୁମେ ରୁମ୍ କୁ ଆସ। ସନ୍ଧ୍ୟାରେ ତୁମେ କମ୍ପାନୀ କୁ ଆସ । ସେଠି ରାଜୁ କୁ କାଲି ମୁଁ ନେଇ ଆସିବି। ସେଠି ଦେଖା କରିବ। ରିନା ମୁଖରେ ଅଳ୍ପ ହସ ଆସିଗଲା। ପୁଣି ଦୁଃଖୀ ହୋଇ କହିଲା, ନା ଅଙ୍କଲ, ଆଣ୍ଟୀ ଚାହୁଁ ନାହାନ୍ତି ଯେ ମୁଁ ରାଜୁ ସହିତ ଦେଖା କରେ ଏବଂ ସେ ଚାହୁଁ ନାହାନ୍ତି ଯେ ମୁଁ ସେ କମ୍ପାନୀ ରେ ଚାକିରି କରେ। ବିଶୁ ବାବୁ କହିଲେ, ମୁଁ ସବୁ ଜାଣିଚି। ତୁମେ ସେଥି ପ୍ରତି ଚିନ୍ତା କର ନାହିଁ। ମୋ ପୁଅ ତୁମକୁ ବାଛିବା ପରେ ସେ ତୁମ କଥା ସବୁ କହିଲା ଯେ ସେ କେବଳ ତୁମ ଠାରେ ତାର ଜୀବନ । ଯଦି ତମେ ନାହଁ ତେବେ ସେ କିଛି ଭୁଲ କରି ବସିବ। ମୁଁ ଚାହେଁ ନାହିଁ ସେ କିଛି ଏମିତି କରୁ ବୋଲି। ତୁମେ ଆସନ୍ତା କାଲି ଫେରି ଆସ । ଆଉ କିଛି ମୁଁ ଶୁଣିବି ନାହିଁ । ମୁଁ ଏବେ ଆସୁଛି । ରାତି ବହୁତ୍ ହେଲାଣି, ବିଶୁ ବାବୁ ଏତିକି କହି ଫେରିଗଲେ।

ତା ପର ଦିନ ରିନା ଫେରି ଆସିଲା ସହରକୁ। ଶ୍ରୀୟା , ରିନା କୁ ଦେଖି ବହୁତ୍ ଖୁସି ହେଲା। ରିନା ପୁଣି କଲେଜ୍ ଗଲା ଏବଂ ସନ୍ଧ୍ୟାରେ କମ୍ପାନୀ ରେ ପହଞ୍ଚିଲା । ସେଠି ରାଜୁ ପୂର୍ବରୁ ପହଞ୍ଚି ସାରିଥିଲା। ରାଜୁ କୁ ଦେଖି ସେ ବହୁତ୍ ଖୁସି ହେଲା। ତାକୁ ଇଚ୍ଛା ହେଉଥିଲା ଯେ ରାଜୁ କୁ କୁଣ୍ଢେଇ କରି ବହୁତ୍ କାନ୍ଦିବ କିନ୍ତୁ ସେଠି ସମସ୍ତେ ଥିଲେ। ସେଥିପାଇଁ ଚେହେରା ରେ ଅଳ୍ପ ହସ ଦେଇ ପାଖକୁ ଆସି ପଚାରିଲା। କେମିତି ଅଛ ?? ରାଜୁ ଉତ୍ତର ଦେଲା ମୁଁ ଠିକ୍ ଅଛି ତମେ କେମିତି ଅଛ ? ରିନା, ମୁଣ୍ଡ ହଲେଇ ହଁ କରିଦେଲା। କିନ୍ତୁ ଠିକ୍ ତାର ପର ମୁହୂର୍ତ୍ତରେ ମଧୁ ମାଲିକାଣୀ ଆସି ସେଠି ହାଜର। ମଧୁ ମାଲିକାଣୀ କୁ ଦେଖି ରିନା ର ଡର ବଢ଼ିବାକୁ ଲାଗିଲା। ଏବଂ କମ୍ପାନୀର ସମସ୍ତ କର୍ମଚାରୀ ମଧ୍ୟ ଡରନ୍ତି । ସେଠି ସମସ୍ତେ ଥିଲେ ମଧ୍ୟ ସେ କାହାକୁ ନ ଡରି ରିନା କୁ ଯାଇ ଗୋଟିଏ ଚାପୁଡ଼ା ଦେଲା । ସେଠି ବିଶୁ ବାବୁ ମଧୁ କୁ ଟାଣି ଆଣି କହିଲେ ଯେ ତମେ କଣ ପାଗଳ ହୋଇ ଗଲଣି ନା କଣ ? ତମେ ରିନା କୁ କାହିଁକି ମାରିଲ ? ମଧୁ : ଆଜି ମୋ ପୁଅ ସହିତ ଯାହା ହୋଇଛି ସବୁ ଏହି ରିନା ପାଇଁ ହୋଇଛି। ବିଶୁ ବାବୁ : ତମେ କିଛି ଜାଣିନ, ତମେ ଚୁପ୍ ରୁହ! ରାଜୁ କହି ଉଠିଲା । ମାମା ତମେ ରିନା କୁ ପସନ୍ଦ କର ନାହିଁ, କାରଣ ସେ ଛୋଟ ଜାତିର ନା ?? କିନ୍ତୁ ତମେ ଯେତେ ଚେଷ୍ଟା କରିଲେ ମଧ୍ୟ ରିନା ଠାରୁ ମୋତେ ତମେ ଅଲଗା କରି ପାରିବ ନାହିଁ । ରାଜୁ ଠାରୁ ଏତିକି କଥା ଶୁଣି ରାଜୁ ର ମା ଅଳ୍ପ ଚିନ୍ତାରେ ପଡିଲେ । ସେ ବିଶୁ ବାବୁ ଙ୍କୁ ଚାହିଁ କହିଲେ । ଏ ସବୁ ତୁମ ଯୋଗୁଁ ହେଇଛି, କାରଣ ତୁମେ ମୋ ପୁଅ କୁ ସବୁବେଳେ ଖୋଲା ଆକାଶରେ ଉଡ଼ିବା ପାଇଁ ଅନୁମତି ଦେଇ ଆସିଛ । ସେଥିପାଇଁ ଆଜି ସେ ଏମିତି କଥା କହୁଛି। ରିନା, ଆଖିରେ ଆଖିଏ ଲୁହ ଧରି ଫେରି ବାବୁ ବାହାରିଲା ।

କ୍ରମଶଃ…

ଶେଷ ଭାଗକୁ ପଢନ୍ତୁ

Facebook Comments

2 thoughts on “ରିନା…୫”

Put your Valuable feedback