Tag Archives: ଶେଷ ଯାତ୍ରା ଓଡ଼ିଆ କବିତା

ଶେଷ ଯାତ୍ରା




ମୋତେ ଫୁଲର ବିଛଣାରେ
ସଜେଇବାରେ ଲାଗିଥିଲେ
ବଡ଼ ଆରାମ ରେ ମୋତେ
ଗାଧୋଇ ଦିଆ ଯାଉଥିଲା,
ଜାଣି ନଥିଲି ?
ମୋତେ ସ୍ଵାଗତ କରାଯାଉଥିଲା ନା
ଏହି ଦୁନିଆରୁ
ବିଦାୟ ଦିଆ ଯାଉଥିଲା।

ଅଜବ ଭିଡ ଜମିଥିଲା ମୋ ଘରେ
ଜାଣିନି ସେମାନଙ୍କୁ
ବୋଧେ ନୂଆ ଉତ୍ସବ ଟିଏ
ପାଳନ କରାଯାଉଥିଲା
ମୋତେ କାନ୍ଧରେ ଉଠେଇବା ପାଇଁ
ସମସ୍ତେ ଆତୁର ହୋଇ ପଡୁଥିଲେ
କାହିଁକି କେଜାଣି !!

ସେ ସମୟରେ
ମୋ ସାଙ୍ଗ ଏବଂ ଶତ୍ରୁ
ଦୁହିଁଙ୍କ ଆଖିରେ ଯେମିତି
ଲୁହ ରୂପରେ
ପୁରୁଣା ସ୍ମୃତି ହୋଇ
ମୁଁ ମନେ ପଡୁଥିଲି,
ତଥାପି ସେମାନଙ୍କ
ମନରୁ ମୁଁ ଧିରେ ଧିରେ
ଭୁଲିବାରେ ଲାଗିଥିଲି ।

ଯିଏ କେବେ ମୋ ମୁହଁ
ଦେଖିବାକୁ ଚାହୁଁ ନଥିଲା
ତା ମନରେ ଆଜି ମୋ ପାଇଁ
ଦରଦ ଜନ୍ମ ନେଇଥିଲା,
ଜାଣିନି ସମସ୍ତେ ମୋତେ ଦେଖି
ଏତେ ଆଶ୍ଚର୍ୟ୍ଯ ହେଉଥିଲେ କାହିଁକି ?
ମୋ ଛାତିରେ ମୁଣ୍ଡ ପିଟି
କାନ୍ଦି କାନ୍ଦି
ମୋତେ ଉଠେଇବା ପାଇଁ
ଚେଷ୍ଟା କରୁଥିଲେ କାହିଁକି ?

ମୋ ଦେହରେ ଶିହରଣ ଖେଳି ଯାଉଥିଲା
ଉଠିବାକୁ ବହୁ ଚେଷ୍ଟା କରୁଥିଲି
କିନ୍ତୁ ଅସର୍ମଥ ଥିଲି
କିନ୍ତୁ ମୁଁ ଉପରେ ରହି
ସମସ୍ତଙ୍କୁ ଦେଖି ପାରୁଥିଲି
କିନ୍ତୁ ମୋତେ କେହି
ଖୋଜିବା ପାଇଁ ଚେଷ୍ଟା କରୁନଥିଲେ ।

କେତେ ତାରିଫ୍
କରିବାକୁ ଲାଗିଥିଲେ
ବହୁତ୍ ଭଲ ଥିଲି ମୁଁ
ଏତେ ଶୀଘ୍ର ଚାଲିଯିବ ବୋଲି
ସେମାନଙ୍କ ବିଶ୍ୱାସ ହେଉନି,
ଆଉ କେତେ ଜଣ ମନେ ଭାବୁଥିଲେ
ଯେ ଯାହା ହେଲା, ଭଲ ହିଁ ହେଲା ।

ଯାହାର ହୃଦୟରେ ମୁଁ
ଜାଗା ମାଡ଼ି ବସିଥିଲି,
ଆଜି ସେମାନଙ୍କ ହାତରୁ
ଦୁଃଖର ନିଆଁ ରେ ଜଳି
ପାଉଁଶ ହେବାରେ ଲାଗିଲି।

ଜ୍ୱଳନ୍ତ ଜୁଇ ରେ ଶୋଇ
ଶୁଣି ପାରୁଥିଲି
ସମସ୍ତଙ୍କ ମନ କଥା ଓ ବ୍ୟଥା ଯେ
ଆହୁରି କେତେ ସମୟ ଲାଗିବ
ଏ ମଢ଼ ଜଳିବା ପାଇଁ ???

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ…