ଜୀବନର ଏଇ ରାସ୍ତାରେ ଚାଲୁଥିବା ବେଳେ ଆମେ ଏମିତି କିଛି ଲୋକଙ୍କ ସହ ଭେଟ ହୋଇଯାଏ। ସେମାନଙ୍କୁ ଆମେ ନିଜର ଭାବିନେଉ କିନ୍ତୁ ସମୟ ଆଉ ପରିସ୍ଥିତି ଏମିତି ଗୋଟେ ଜିନିଷ, ଯାହା ମଣିଷର ପ୍ରକୃତ ଚେହେରା କୁ ପଦାକୁ ଆଣିଦିଏ ।
ଯାହା ପାଇଁ ତୁମେ ଦିନ ରାତି ଏକ କରିଦିଅ, ଯାହା ପାଇଁ ତୁମେ ନିଜର ଆତ୍ମସମ୍ମାନକୁ ବି ପଛକୁ ପକେଇଦିଅ, ଶେଷରେ ସେହି ଲୋକ ହିଁ ତୁମକୁ ଏମିତି ଗୋଟେ କଥା କହିବ ଯେ ତୁମେ ନିଜ ଉପରେ ହିଁ ଘୃଣା କରିବସିବ ।
ସତରେ, ବେଶୀ ଭଲ ହେବା ବି ବୋଧେ ପାପ, କାରଣ ଦୁନିଆ ସହଜରେ ମିଳୁଥୁବା ଜିନିଷର ମୂଲ୍ୟ ବୁଝିପାରେନା ।
ହୃଦୟ ଭାଙ୍ଗିଗଲା ପରେ ବି ଆଖି ଲୁହ ଲୁଚେଇ ହସିବାକୁ ପଡ଼େ, କାରଣ ଏଇ ଦୁନିଆ ଦୁଃଖ ଶୁଣିଲେ ଉପହାସ କରେ । କେହି କାହା ପାଇଁ ଅଟକି ଯାଆନ୍ତି ନାହିଁ । ବାସ୍ ସମୟ ସ୍ରୋତରେ ସବୁ କିଛି ବଦଳି ଯାଏ । ଯାହା ପାଇଁ ତୁମେ ନିଜ ଆଖିରୁ ନିଦ ହଜେଇ ଦିଅ, ବୋଧେ ତାଙ୍କ ପାଇଁ ତୁମର କିଛି ମୂଲ୍ୟ ନଥାଏ ।
ତଥାପି ବଞ୍ଚିବାକୁ ହୁଏ, ହସିବାକୁ ହୁଏ । କାରଣ ଶେଷରେ କେବଳ ନିଜ ଛାଇ ହିଁ ନିଜର ସାଥିରେ ଥାଏ ।
Jitendra Swain, Solandi Ganjam.

