Category Archives: Love Story

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…4

ଫେରିଗଲି ମୁଁ !! ତନୁଜା ର କେତେକ ସ୍ମୃତି କୁ ସାଥିରେ ନେଇ ମୋ ଭାଙ୍ଗି ଯାଇଥିବା ଅତୀତ କୁ।

ଜିତେନ୍ଦ୍ର: କଣ ବେ କହି କହି, ମୋତେ କନ୍ଦେଇ ଦେଲୁ । ସତରେ ତୁ କୋଉ ଧାତୁରେ ଗଢା ରେ ? ତୁ ତୋ ଭାଉଜ ପାଇଁ ସପିଙ୍ଗ କରିଦେଉଥିଲୁ । ଯେତେବେଳେ ଯାହା ମାଗିଲେ ଆଣି ତାଙ୍କ ପାଖରେ ରଖି ଦେଉଥିଲି କିନ୍ତୁ ସେ ତୋର ପ୍ରେମ କୁ କେମିତି ଆଡେଇ ଦେଲେ ?? ମୁଁ ବୁଝି ପାରୁନି ?

ରିତେଶ: ଭାଉଜ କଥା କଣ କହିବି ରେ ? ସେ ମୋତେ କଣ କହିଲେ ଜାଣିଛୁ?? ସେ କହିଲେ ମୋ ପାଇଁ ଯୋଉ ସପିଙ୍ଗ କରି ଦେଉଥିଲ। ଆଉ ମୋତେ ରୋଷେଇ ରେ ସାହାଯ୍ୟ କରି ଦେଉଥିଲ ତାହା ର ଅର୍ଥ ତମେ ମୋତେ ମନେଇ ତନୁଜା କୁ ବିବାହ ପାଇଁ ଆଶା କରିଥିଲ??

କିନ୍ତୁ ଭାଉଜ ଜାଣି ନଥିଲେ ଯେ, ମୁଁ ମୋ ସ୍ୱାର୍ଥ ପାଇଁ କେବେ ତାଙ୍କୁ ସାହାଯ୍ୟ କରି ନଥିଲି । ତାଙ୍କ ପାଇଁ ସପିଙ୍ଗ କରି ଦେଉଥିଲି କେବଳ ମୋର ନିଜ ଖୁସିରେ ଯାହା ମୋ ଘରର ସଦସ୍ୟ ପାଇଁ କରୁଥିଲି ।

କିନ୍ତୁ ଭାଉଜ ମୋତେ ସେ ଦୋଷ ଦେଇ ଗଲେ । ମୁଁ ଭାଉଜ କୁ ଉତ୍ତର ରେ ଦେଲି ଯେ, ଭାଉଜ ତମେ ଏବେ ମୋ ସାହାଯ୍ୟ କୁ ସ୍ବାର୍ଥ ବୋଲି ପରିଚୟ ଦେଲ ନା ? କିଛି କଥା ନାହିଁ କିନ୍ତୁ କିଛି ବର୍ଷ ପରେ ତମେ ନିଶ୍ଚୟ ଅନୁତାପ କରିବ । ଆମ ସଂପର୍କ ଭାଙ୍ଗିବାରେ ତୁମର ଶତ ପ୍ରତିଶତ ହାତ ରହିଛି । କିନ୍ତୁ ତମ ଖୁସି ପାଇଁ ମୁଁ ସିନା ସାହାଯ୍ୟ କରିଲି କିନ୍ତୁ ତମେ ମୋ ଖୁସି ପାଇଁ ଅଳ୍ପ ମୂଲ୍ୟ ର ସାହାଯ୍ୟ କରିଲ ନାହିଁ ।

ତନୁଜା ମଧ୍ୟ ମୋତେ ବ୍ରେକ ଅପ ପୂର୍ବରୁ କହିଥିଲା ଯେ ଯଦି ଆମର ବ୍ରେକ ଅପ୍ ହୁଏ ତେବେ ସେଥିରେ ମୋ ଦିଦି ର ମୁଖ୍ୟ ହାତ ଏବଂ ମୋର ଗୋଟିଏ ଅନୁରୋଧ ରଖିବ ଯେ ଯଦି ଆମ ସଂପର୍କ ଭାଙ୍ଗେ ତେବେ ମୋ ଦିଦି କୁ ତମେ କେବେ ମଧ୍ୟ ଭାଉଜ ର ସମ୍ମାନ ଦେବ ନାହିଁ ।

ଏହି ଘଟଣା ପରେ ଦିନେ ଲିପି (ମାଉସୀ ଝିଅ) ଭାଉଜ ଙ୍କୁ ପ୍ରଶ୍ନ କରିଲେ । ତମେ ଏମିତି କଣ ପାଇଁ କରିଲ ?? ଏମିତି ହେଲା ପରେ?? ତମର ଆଉ ରିତେଶ ର ସମ୍ପର୍କ ଠିକ୍ ରହିବ। ଭାଉଜ କହିଲେ, କିଛି ଦିନ ପରେ ସବୁ ଠିକ୍ ହୋଇଯିବ। ରିତେଶ ମଧ୍ୟ ତନୁଜା କୁ ଭୁଲିଯିବ ଏବଂ ଆଗ ଭଳି ଯେମିତି ସେମିତି ହୋଇଯିବ । ଏମିତି ରେ ମୋର ରିତେଶ ସହିତ କଣ ସମ୍ପର୍କ । ମୋ ସମ୍ପର୍କ କେବଳ ମୋ ସ୍ବାମୀ ସହିତ । ସେ କଣ ହୁଅନ୍ତି ମୋତେ କିଛି ଫରକ୍ ପଡିବ ନାହିଁ ।

ତା ପର ଠାରୁ ମୁଁ ଯେମିତି ଗୋଟିଏ ସାଧାରଣ ମଣିଷ ଭାବେ ବଞ୍ଚିବାକୁ ଚେଷ୍ଟା କରିଲି କିନ୍ତୁ ପାରୁ ନଥିଲି। ତଥାପି ଭୁଲିବାକୁ ଚେଷ୍ଟା କରୁଥାଏ। ତନୁଜା କଥା ମନେ ପଡିଲେ, ତାକୁ କଲ୍ କରେ ପୁଣି କାଟି ଦେଉ ଥାଏ। ଦୁହେଁ ଦୁହିଁଙ୍କ ନମ୍ବର୍ କୁ ବ୍ଲାକ ଲିଷ୍ଟ ରେ ମଧ୍ୟ ରଖିଥିଲୁ।

ବେଳେବେଳେ ବହୁତ୍ ଇଚ୍ଛା ହେଉଥାଏ କିନ୍ତୁ କଥା ନ ହେବାକୁ କଥା ଦେଇଥିଲି । ସେ କଥା କୁ ରଖି ମୁଁ ତାକୁ କଲ୍ କି ମେସେଜ କରୁ ନଥିଲି ।

୨୦୧୯ ନଭେମ୍ବର ମାସରେ ମୋର ପରୀକ୍ଷା ଥିଲା। ମୁଁ ସେ ପରୀକ୍ଷା ପାଇଁ ଘରକୁ ଛୁଟି ନେଇ ପହଞ୍ଚିଲି । ଆଉ ଠିକ୍ ସେହି ଦିନ ମୁଁ ଘରେ ପହଞ୍ଚି ବା ପରେ ମୋ ଘନିଷ୍ଠ ବନ୍ଧୁ ସୌରଭ ମୋ ପାଖରେ ଆସି ପହଁଚିଲା ଏବଂ ସେ ମୋତେ ଗୋଟିଏ ଫୋଟୋ ଦେଖାଇଲା । ତାହା ଥିଲା ତନୁଜା ବାହାଘର ର ଫୋଟୋ। ମୋ ଦେହରେ ବିଜୁଳୀ ର ତରଙ୍ଗ ଖେଳିଗଲା। ମୁଁ ପାଖ ଚେୟାର ରେ କେମିତି ବସିଲି ମୁଁ ନିଜେ ମଧ୍ୟ ଜାଣିନି ।

ମୁଁ ବିଶ୍ୱାସ କରି ପାରିଲି ନାହିଁ । ଆଜି ତାର ବାହାଘର ହେଉଛି । ଅଥବା ଆମ ଘରେ କେହି ମୋତେ ଖବର ମଧ୍ଯ ଦେଇ ନାହାନ୍ତି। ଘରୁ ବାହାରି ଗଲି ଏବଂ ତା ପୂର୍ବରୁ ମୁଁ କେବେ ମଦ ପିଉ ନଥିଲି କିନ୍ତୁ ସେଦିନ ଠାରୁ ମୋର ମଦ ପିଇବା ଆରମ୍ଭ ହୋଇଗଲା । ସେ ଦୁଃଖ କୁ ଭୁଲିବା ପାଇଁ ମୁଁ ସେଦିନ ରାତିରେ ସୌରଭ ସହିତ ଗୋଟିଏ ଫୁଲ ବୋତଲ ମଦ ପିଇଛି । ମୋର ହୋସ ନଥାଏ । ସୌରଭ ମୋତେ ଉଠେଇ ଆଣି ତା ଘରେ ଶୁଆଇ ଥିଲା।

ସେଦିନ ମୁଁ ବହୁତ୍ ଭାଙ୍ଗି ପଡିଲି ଯେ ସମସ୍ତେ ମୋ ପାଇଁ ପର ଅନୁଭବ ହେଲେ। ଆଉ ସେଦିନ ଠାରୁ ମଦ କୁ ମୁଁ ନିଜର କରିଦେଲି। ଖାଲି ସେତିକି ନୁହେଁ। ସେଦିନ ଠାରୁ ମୁଁ ପ୍ରତ୍ୟେକ ଦିନ ମଦ ପିଏ କେବଳ ତାର ଦୁଃଖ ଭୁଲିବା ପାଇଁ ।

ଦେଖୁ ଦେଖୁ ବର୍ଷେ ବିତିଗଲା । ଧୀରେ ଧିରେ ତନୁଜା କୁ ମୁଁ ଭୁଲିବାକୁ ଚେଷ୍ଟା କରିଲି। ପ୍ରତ୍ୟେକ ଦିନ କାନ୍ଦେ। ଡ଼ିଉଟି ରେ ବସି ଥାଏ ଯଦି କେବେ ମନେ ପଡେ, ସେଠୀ ଲୁହ ବାହାରି ଆସି ଯାଉଥିଲା କିନ୍ତୁ ଏହି ବର୍ଷ ର ଅନ୍ତରାଳ ଭିତରେ ମୋ ସାଙ୍ଗ ସୌରଭ ଆଉ ତା ସାଙ୍ଗ ଲିପ୍ସା ମୋତେ ବହୁତ୍ ବୁଝେଇ ଛନ୍ତି । ଦୁହେଁ ପ୍ରତ୍ୟେକ ଦିନ ମୋତେ କଲ୍ କରି ବୁଝାନ୍ତି ।

ଆଉ ସତ କଥା ଏହା ଯେ ମୁଁ ଆଗ ଅପେକ୍ଷା ଏବେ ମଦ କମ୍ ପିଏ । ଦିନେ ଦିନେ ଦୁଇ ବୋତଲ ମଦ ପିଇ ଦିଏ କେବଳ ତା କଥା ଭୁଲିବା ପାଇଁ । ଲିପ୍ସା ଏବଂ ସୌରଭ ମୋର ପରିବାର ର ସଦସ୍ୟ ନୁହନ୍ତି କିନ୍ତୁ ମୋତେ ସେ ବାପା, ମା, ଭାଇ ଭଉଣୀ , ସମସ୍ତଙ୍କ ରୂପରେ ମୋତେ ବୁଝେଇ ମୋତେ ନର୍କ ଜୀବନରୁ ଉଦ୍ଧାର କରିଛନ୍ତି। ଆଜି ଏଠି ବଞ୍ଚିଛି କେବଳ ସେ ଦୁଇ ଜଣଙ୍କ ପାଇଁ । ଅନ୍ୟ ସାଙ୍ଗ ମାନେ ମଧ୍ୟ ବୁଝେଇ ବାରେ ଲାଗିଥିଲେ କିନ୍ତୁ ଏହି ଦୁଇ ଜଣଙ୍କ ଅବଦାନ ସବୁଠୁ ଅଧିକା। ନହେଲେ କେବେ ଠାରୁ ମୋ ଫଟୋ ଉପରେ ରେ ଫୁଲ ମାଳ ଟଙ୍ଗା ହୋଇ ଯାଅନ୍ତା। କେବଳ ଏହି ମଦ ମୋର ଜୀବନ ନେଇ ଥାଆନ୍ତା।

ଜିତେନ୍ଦ୍ର: ଏବେ ତ ତାର ବାହାଘରକୁ ଦୁଇ ବର୍ଷ ହେବାକୁ ବସିଲାଣି, କେବେ ମନେ ପଡୁନି ?

ରିତେଶ: ନା, ସବୁ ସ୍ମୃତି କୁ ଜାଳି ଦେଲି। ତନୁଜା ମୋର ପ୍ରତ୍ୟେକ ଜନ୍ମ ଦିନରେ ଗୋଟିଏ ଲେଖାଏଁ ଡ୍ରେସ ଗିଫ୍ଟ ଦେଇ ଥିଲା ଆଉ ବାକି କିଛି ଛୋଟ ମୋଟ ଗିଫ୍ଟ କୁ ଗୋଟିଏ ବ୍ୟାଗ୍ ରେ ରଖି ତାକୁ ମହାନଦୀ ମଝିରେ ଫୋପାଡି ଦେଇ ଆସିଲି ।

ଜିତେନ୍ଦ୍ର: ଛୁଟି ଗଲେ, ଭାଉଜ ଙ୍କ ସହିତ କଥା ବାର୍ତ୍ତା ହେଉନୁ କି?

ରିତେଶ: ହେବି କଣ? ସେ ନିଜକୁ ଭଲ ବୋଲି ସଫେଇ ଦେଉଛନ୍ତି କିନ୍ତୁ ତା ପର ଠାରୁ ମୁଁ ତାଙ୍କୁ କେବେ ଆଖି ଉଠେଇ ଚାହିଁ ନାହିଁ । କେବେ କେବେ ଭାଉଜ କଥା ହେବାକୁ ଚାହାନ୍ତି କିନ୍ତୁ ମୋର ଯଦି ଇଚ୍ଛା ହୁଏ ତେବେ କଥା ହୁଏ ନହେଲେ କଥା ହୁଏ ନାହିଁ ।

ତାଙ୍କର ମଧ୍ୟ ଦେଖାଣିଆ ସମ୍ପର୍କ। କଣ ମିଳିବ ଏ ଲୋକଦେଖାଣିଆ ମିଛ ସମ୍ପର୍କରୁ, ସେ କେବଳ ଭାଇ ଙ୍କ ବାଧ୍ୟ ରେ ବେଳେ ବେଳେ ମୋ ସହିତ କଥା ହୁଅନ୍ତି । ନାହିଁ ତ ନିଜ ପଟୁ କେବେ କଥା ହେବାକୁ ଚେଷ୍ଟା କରି ନାହାନ୍ତି।

ସେ କେବଳ ଆମ ସଂପର୍କ କୁ ଭାଙ୍ଗି ନାହାନ୍ତି ସେ ଦୁଇଟି ହୃଦୟ କୁ ଭାଙ୍ଗି ଛନ୍ତି।

ଥରେ ଛୁଟିରେ ମୋତେ ସେ ଭଲ ରୋଷେଇ କରି ଖାଇବା ପାଇଁ ଦେଲେ କିନ୍ତୁ ତାଙ୍କ ହାତ ରନ୍ଧା ଦେଖି ମୁଁ ଘରେ ଖାଇବାକୁ ଇଚ୍ଛା କରିଲି ନାହିଁ ଏବଂ ହୋଟେଲ ରେ ଯାଇ ଖାଇଲି ।

ଯେତେବେଳେ ମଧ୍ୟ ତାଙ୍କ ମୁହଁକୁ ଦେଖେ ମୋତେ ତାଙ୍କ ପ୍ରତି ଘୃଣା ଭାବ ଜାତ ହୁଏ।

ତାଙ୍କ ଘର ଲୋକେ ଚାହାନ୍ତି କି ମୁଁ ତାଙ୍କ ଝିଅ ମାନେ ମୋ ଭାଉଜ ସହିତ ଭଲରେ କଥା ହୁଏ କିନ୍ତୁ ମୁଁ କେବେ ମଧ୍ୟ ଚାହିଁବି ନାହିଁ। ଏବେ ତ ନୁହେଁ ଭବିଷ୍ୟତ ରେ ଯଦି ହୋଇ ପରେ ତେବେ ଠିକ୍, କିନ୍ତୁ ଏବେ ନୁହେଁ ।

ଦିନେ ମୋ ଭାଇଙ୍କ ଏକ୍ସିଡେଣ୍ଟ ଲାଗି ମୁଁ ଚାକିରୀରେ ଥିବା ସମୟରେ ସେ ମୋତେ କଲ୍ କରିଥିଲା ଆଉ ମୁଁ ଯାଇଥିଲି । ସେ ସମୟରେ ଭାଉଜ ଙ୍କ ବୋଉ ମାନେ ମୋ ଭାଇ ଙ୍କ ଶାଶୂ ସେଠୀ ବସି ଥିଲେ। ସେ ମୋତେ ପୁଅ ବୋଲି ଡାକିଲେ କିନ୍ତୁ ତାଙ୍କ ଡାକରେ ଯେମିତି ମୋତେ ରାଗ ଲାଗିଲା । ଉତ୍ତର ରେ ପଚାରିଲି, କିଏ ତୁମର ପୁଅ, ମୁଁ ତ ନୁହଁ । ଏତିକି କହି ସେଠୀ ବାହାରକୁ ଆସିଲି। ଜଣା ପଡିଲା ଯେ ତନୁଜା ଭାଇ ଙ୍କୁ ଦେଖିବାକୁ ଆସୁଛି। ମୁଁ ଭାଇ ଙ୍କୁ କହିଲି । ସେ ଯଦି ଏଠି ଆସିବ ତେବେ ମୁଁ ଏଠି ଗୋଟିଏ ମିନିଟ୍ ରହିବି ନାହିଁ । ମୋର କଥା ଶୁଣି ଭାଇ ତନୁଜା କୁ କହିଲେ ସେ ଏଠି ଅଛି ତୁ ପରେ କେତେବେଳେ ଆସିବୁ କହି ତାକୁ ମନା କରିଦେଲେ। ହଁ ଭାଇ ଙ୍କ ଏକ୍ସିଡେଣ୍ଟ ପରେ ସେ ମୋତେ କଲ୍ କରି ଜଣେଇ ଥିଲା। ତାହା ମଧ୍ୟ ତନୁଜା ର ବାହାଘର ପରେ ପ୍ରଥମ କଲ୍। ମୁଁ ତା ସହିତ ଅଧିକା କଥା ନ ହୋଇ ରଖିଦେଇ ଥିଲି।

ଦିନେ ସେ ପୁଣି କଲ୍ କରି କଥା ହେବାକୁ ଚାହିଁଲା । କିନ୍ତୁ ମୁଁ ତାକୁ ଗୋଟିଏ କଥା କହି ରଖିଲି । ମୁଁ ବର୍ତ୍ତମାନ୍ ବେଚଲାର୍ ଅଛି । ତୁ ମୋ ସହିତ କଥା ହେଲେ ଲୋକେ ଖରାପ ଦୃଷ୍ଟିରେ ଦେଖିବେ। ତୁ ମୋ ସହିତ କଥା ହେବାକୁ ଚେଷ୍ଟା କରିବୁ ନାହିଁ। ମୁଁ ତମ ବୈବାହିକ ଜୀବନରେ ଫାଟ ସୃଷ୍ଟି କରିବାକୁ ଚାହୁଁ ନାହିଁ । ତୁ ଯୋଉଠି ରହ୍ ଖୁସିରେ ରହ ଏତିକି ମୋର ଆଶା । କହି ତାର ଫୋନ୍ କୁ କାଟି ଦେଲି।

ତା ପରେ ଲିପି ଦ୍ଵାରା ଥରେ ଦୁଇ ଥର କଲ୍ ରେ କଥା ହେବାକୁ ଚେଷ୍ଟା କରିଥିଲା କିନ୍ତୁ ମୁଁ କଥା ହେବାକୁ ଚାହିଁନି ଆଉ ଲିପିକୁ ବୁଝେଇଥିଲି ତାକୁ ମନାକରିବାକୁ କାରଣ ମୋ ପାଇଁ କାହିଁକି ତା ସଂସାରରେ ଝଡ଼ ସୃଷ୍ଟିହବ କିନ୍ତୁ ସେ ସୋସିଆଲ ମିଡିଆ ରେ ମୋ ସହିତ ଲିଙ୍କ୍ ରଖିବାକୁ ଚାହୁଁଥିଲା ମାତ୍ର ମୁଁ ତାର କୌଣସି ରିକ୍ୱେଷ୍ଟ ଗ୍ରହଣ କରିନି ।

ଜିତେନ୍ଦ୍ର: ଭାଇ ସତରେ ତୋ କାହାଣୀ, ଅଜବ ରେ ଲୋକମାନେ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରନ୍ତି କିନ୍ତୁ ଏଠି ପୁରା ଓଲଟା। ସମ୍ପର୍କ ଭାଙ୍ଗିବା ପାଇଁ ଚାହୁଁଛନ୍ତି।

ତୋର ସାଙ୍ଗ ସୌରଭ ଆଉ ଲିପ୍ସା ଦୁହେଁ ତୋତେ ଭଲ ରାସ୍ତା କୁ ଆଣିଛନ୍ତି ନା?

ରିତେଶ: ହଁ ରେ ଭାଇ !! ସେମାନଙ୍କ ଯୋଗୁ ମୁଁ ପୁଣି ଥରେ ନୂଆ ଜୀବନ ପାଇଛି। ସେମାନେ ତ ମୋ ସାଙ୍ଗ ଠାରୁ ମଧ୍ୟ ଅଧିକା ନିଜର । ବଡ଼ ବିଚିତ୍ର ଆଜିର ସମ୍ପର୍କ ଏଠି ଯେଉଁମାନେ ମତେ ବହୁତ୍ କମ୍ ସମୟରେ ଜାଣିପାରିଲେ ଆଉ ଏତେ ନିଜର ଭାବି ମୋ ଦୁଃଖକୁ ତାଙ୍କ ଦୁଃଖ ଭାବି ଏତେ ସଭାନଭୂତି ଦେଖେଇଛନ୍ତି ସେଇସମୟରେ ସେ କଥା ମୁଁ ନିଜେ ଜାଣିଛି ସେସବୁ ଶବ୍ଦରେ ବର୍ଣ୍ଣନା କରିହେବନି

ଅତୀତର ଏମିତି କିଛି ଅକୁହା କଥା ବାକି ରହିଯାଇ ଥାଏ ହୃଦୟ ର ଏକ ଅନ୍ଧାର କୋଠରୀ କୋଣରେ । ସମୟ ବେଳେ ବେଳେ ମଣିଷକୁ କେଉଁ ରାସ୍ତାରେ ନେଇଯାଏ ବୁଝିବା ବଡ଼ ବିଚିତ୍ର ସ୍ଥିତି ସୃଷ୍ଟି ହୁଏ। ଆଖି ବୁଜି ଅନ୍ଧ ଭଳି କାହାକୁ ବିଶ୍ୱାସ କରିବା ବି କେତେଟା ଠିକ୍ ବେଳେ ବେଳେ ବୁଝି ହୁଏନା ।

ସମୟର ଗଣନାରେ, ଏମିତି ଘଟଣା ବହୁତ୍ ଲୋକଙ୍କ ସହିତ ଘଟିଥାଏ କିନ୍ତୁ ସମୟର ଚକ୍ରବ୍ୟୁହ ରେ ହୁଏତ ପରିପ୍ରକାଶ କରିବା ବର୍ତ୍ତମାନ ସମୟରେ ସମସ୍ତଙ୍କ ପକ୍ଷେ ଏତେଟା ସହଜ ନୁହେଁ ।

ବାସ୍ତବରେ ବେଳେବେଳେ ବୁଝି ହୁଏନା ଏ ସମ୍ପର୍କ କେବଳ ରକ୍ତର ନା ଆଉ କିଛି ? କିଛି ଭଲ ବନ୍ଧୁ କୁ ଛାଡି ଦେଲେ। ଦୁନିଆରେ ବାକି ସବୁ ଦେଖେଇ ହୁଅନ୍ତି ।

ବଡ଼ ବିଚିତ୍ର ଭଳି ମନେ ହୁଏ ଆଜିର ଆଧୁନିକ ସମାଜ । ଏପରି କେତେ ଦିନ ପର୍ଯ୍ୟନ୍ତ ବଞ୍ଚିବା ବାସ୍ତବରେ ମନେ ହୁଏ କଣ ମିଳିବ ଏ ଲୋକ ଦେଖାଣିଆ ସମ୍ପର୍କରୁ ??? ତା ଅପେକ୍ଷା ନିଜକୁ ନିଜେ ବଞ୍ଚିବା ଶିଖିବା ବହୁତ୍ ଭଲ। ସତରେ ଆପଣମାନେ ଟିକେ ଭାବିଲେ ହୁଏତ ଆଜି ଲୋକଙ୍କ ପାଖରେ ଖାଇବାକୁ ବହୁତ୍ କିଛି ଅଛି କିନ୍ତୁ ତୁମେ ଯାହା ଚାହୁଁଛ ତାହା ତୁମଠାରୁ ଛଡେଇ ନିଆ ଯାଉଛି । ଗୋଟିଏ ଅବାସ୍ତଵ୍ କାରଣ ଦେଇ। ତାହା ମଧ୍ୟ ଏକ ସମ୍ପର୍କର ଚନ୍ଦ୍ରବିନ୍ଦୁ ଦେଇ ।

ଜିତେନ୍ଦ୍ର : ତୋର ଏହା ଜୀବନୀ କାହାଣୀ ନୂହଁ ରେ, ତୋ ହୃଦୟର ଦୁଃଖ । ଯାହା ତୋତେ ଆଜି ପରି ପ୍ରକାଶ କରି ତୋତେ ମୁଁ ପୁଣି ଦୁଃଖ ଦେଇଛି ଏବଂ ତୋ ଆଖିରେ ଲୁହ ଦେଇ ମୋତେ ମଧ୍ୟ କଷ୍ଟ ହୋଇଛି।

ରିତେଶ : ଏତିକି ଥିଲା ମୋ କାହାଣୀ । ଏବେ ଆଗକୁ କଣ ହେବ ମୁଁ ଜାଣିନି ?

ଚାଲ ଶୋଇବା, ଦେଖ କହୁ କହୁ ରାତି ଦୁଇଟା ବାଜିଲାଣି ।

ଜିତେନ୍ଦ୍ର : ଚାଲ୍ ଶୋଇବା , Ok Good Night !!!

ରିତେଶ: Ok ଭାଇ Good Night !!!!

ଏହି କାହାଣୀ ଏକ ସତ୍ୟ କାହାଣୀ ଉପରେ ଆଧାରିତ ଏବଂ ଏହି କାହାଣୀ କୁ ଆଧାରିତ କରି ଲେଖକ କିମ୍ବା ରିତେଶ କାହାର ହୃଦୟ କୁ ଆଘାତ ଦେବାକୁ ଚାହୁଁ ନାହାନ୍ତି। ଯଦି ଏହି କାହାଣୀ ପଢ଼ି ଆପଣଙ୍କୁ କଷ୍ଟ ହୋଇଛି ତେବେ ରିତେଶ ଏବଂ ଲେଖକ ଙ୍କ ତରଫରୁ କ୍ଷମା ପ୍ରାର୍ଥନା କରୁଛୁ।

ଏହି କାହାଣୀ ଟି ରିତେଶ ଙ୍କ ହ୍ରୁଦୟ ରୁ ବର୍ଣ୍ଣିତ ।।

ଲେଖକ. ନୀଳମାଧବ ଭୂୟାଁ ଙ୍କ କଲମ ତୂଳୀ ରୁ ଅଙ୍କିତ….

କାହାଣୀ ଟି ଆପଣଙ୍କ ମନ କୁ ଛୁଇଁଛି ତେବେ ନିଜ ସାଙ୍ଗ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।

@@@ ଧନ୍ୟବାଦ @@@

If the contents are helpful to share them with your friends, Thanking You.

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…3

ସେଦିନ ତନୁଜା ର ବାପା ଆସି ତାକୁ ନେଇ ଚାଲିଗଲେ ।

କିନ୍ତୁ ସେଦିନ ରାତିରେ ସେ ବହୁତ୍ କାନ୍ଦିଲା ଏବଂ କହିଲା ମୋ ଦିଦି ମୋତେ ସପୋର୍ଟ କରିବ ବୋଲି ମୁଁ ବହୁତ୍ ଆଶା ରଖିଥିଲି କିନ୍ତୁ ପୁରା ଓଲଟା କାହାଣୀ ହୋଇଗଲା ।

ମୁଁ ତନୁଜା କୁ ବହୁତ୍ ବୁଝେଇଲି । କହିଲି ଆଗକୁ ଦେଖ କଣ ହେଉଛି। କିଛି ଗୋଟେ ଉପାୟ ଭାବିବା।

ତା ପର ଠାରୁ ପୁଣି ଥରେ ଗୋଟିଏ ପ୍ରସ୍ତାବ ଆସି ତାଙ୍କ ଘରେ ପହଞ୍ଚିଲା । ସେହି ପ୍ରସ୍ତାବ କୁ ମଧ୍ୟ ଆମେ ଦୁହେଁ ମିଶି ଭାଙ୍ଗିବାରେ ସଫଳ ହେଲୁ କିନ୍ତୁ ଏହି ପ୍ରସ୍ତାବ ପରେ ଭାଉଜ ସିଧା ଦୋଷ ମୋ ଉପରେ ଲଦିବା ଆରମ୍ଭ କରିଦେଲେ । କହିଲେ କି ରିତେଶ ଯୋଗୁ ଏହି ପ୍ରସ୍ତାବ ଭାଙ୍ଗୁଛି । ତାର କଥାରେ ତନୁଜା ଜାଣିଶୁଣି ମେକ୍ ଅପ୍ ହେଉନି ଆଉ ସବୁ ପ୍ରସ୍ତାବରେ ମନା କରୁଛି ।

ମାତ୍ର ଠିକ୍ ଗୋଟିଏ ମାସ ପରେ ଆଉ ଗୋଟିଏ ପ୍ରସ୍ତାବ ଆସି ପହଞ୍ଚିଲା କିନ୍ତୁ ଏଠି ଭାଉଜ ସତର୍କ ଥିଲେ ସେ ତାଙ୍କ ଘରେ ସମସ୍ତଙ୍କୁ ଆମ ବିଷୟରେ କହି ଦେଇଥିଲେ । ତାଙ୍କ ଘରେ ଏହି ଖବର ଶୁଣି ତନୁଜା କୁ ବୁଝାଇବାକୁ ଲାଗିଲେ ଏବଂ ବାହାନା କରି ଏବଂ ବିଭିନ୍ନ ଶପଥ କରି ତାକୁ ମନେଇବାକୁ ଚେଷ୍ଟା କରିଲେ ।

ମୁଖ୍ୟ ରୂପରେ ତନୁଜା ର ମାଉସୀ ମୋ ବିଷୟରେ ଏଣୁତେଣୁ କଥା ତା ସହିତ ମୁଁ ଖରାପ ବୋଲି କହି ତାଙ୍କ ଘରେ ବୁଝାଇବାକୁ ଲାଗିଲେ ।

କିନ୍ତୁ ମୁଖ୍ୟ ଭିଲେନ୍ ମାନେ ମୋ ଭାଉଜ ଏଠି ବିଭିନ୍ନ କାରଣ ଦର୍ଶେଇ ପୁରାପୁରି ବିରୋଧ କରିବା ଆରମ୍ଭ କରିଦେଲେ। ଯେମିତି ତନୁଜା ଏବଂ ରିତେଶ ର ବାହାଘର ଯଦି ହୁଏ ତେବେ ମୁଁ ଆତ୍ମହତ୍ୟା କରିଦେବି ଅଥବା ଘର ଛାଡ଼ି ଚାଲି ଯିବି ।

ଏହି ସବୁ କଥା ତନୁଜା ମାଉସୀ ଝିଅ ଲିପି ମୋତେ ସବୁ କହୁଥାଏ । ଲିପି ଆମ ଦୁଇ ଜଣଙ୍କ ସମ୍ପର୍କ କୁ ସପୋର୍ଟ କରୁଥାଏ। ସେ ଘରେ ଯାହା ଯାହା ହୁଏ ସବୁ ମୋତେ କହେ । କାରଣ ତନୁଜା ଠାରୁ ମୋବାଇଲ ଛଡେଇ ନିଆ ଯାଇଥିଲା ଏବଂ ତନୁଜା ମଧ୍ୟ ଲିପି ର ମୋବାଇଲ ରେ ବେଳେବେଳେ କଥା ହୁଏ।

ସବୁଦିନେ ତନୁଜା ଘରେ ଝଗଡା । ଏହି କଥା ଶୁଣି ଶୁଣି ତାଙ୍କ ବାପା ଙ୍କ ଦେହ ଖରାପ ହୋଇ ଯାଇଥିଲା । ସେତିକିବେଳେ ମୁଁ ୟୁନିଟ୍ ରେ ଥିଲି । ଏମିତି ଅବସ୍ଥା ଦେଖି ତନୁଜା ପ୍ରତ୍ୟେକ ରାତିରେ କଥା ହୋଇ କାନ୍ଦେ। ମୁଁ ବହୁତ୍ ବୁଝାଏ।

ତନୁଜା କହୁଥାଏ ସେମାନେ ଆମ ବାହାଘର ହେବାକୁ ଦେବେ ନାହିଁ। ଚାଲ ଆମେ ଘରୁ ଲୁଚି ପଳେଇବା କିନ୍ତୁ ମୁଁ ବୁଝେଇ କହିଲି। ପ୍ରଥମେ ମୁଁ ଚେଷ୍ଟା କରେ । ଯଦି ଆମେ ଠିକ୍ ଅଛୁ ତେବେ ଲୁଚି ଯିବାର ପ୍ରଶ୍ନ ଉଠୁନି । ମୁଁ ନିଜେ ଯାଇ ଏହି ସମସ୍ୟା ର ସମାଧାନ କରିବି।

ମୁଁ ଛୁଟି ନେଇ ଘରକୁ ଆସିଲି । ମୋ ମା, ମୋର ମନ କଥା ବୁଝି ତନୁଜା ର ବାପା ସହିତ କଥା ହେଲେ। ତନୁଜା ର ବାପା ମୋ ସହିତ ତନୁଜା ର ବିବାହ କରିବାକୁ ଈଛା ଅଛି କିନ୍ତୁ ସବୁର ମୂଳ କାରଣ ହେଉଛି ମୋ ଭାଉଜ ।

ତନୁଜା ର ବାପା ଆଉ ମୋ ମା ଦୁହେଁ କଥା ହେଲା ପରେ ନିଷ୍କର୍ଷ ବାହାରିଲା ଯେ ଯଦି ତନୁଜା ସହିତ ରିତେଶ ର ବାହାଘର ହେବ ତେବେ ମୋର ବଡ ଝିଅ ଘର ଛାଡ଼ି ଚାଲିଯିବ ନହେଲେ ସେ ଆତ୍ମହତ୍ୟା କରିବ ବୋଲି ମୋତେ ଧମକ ଦେଉଛି?? ମୁଁ କଣ କରିବି ?? ବୋଲି କହି ସେ ମୋ ମା ଙ୍କୁ କହିଲେ । ମା ମଧ୍ୟ ନିରୁପାୟ ।

ଏପଟେ ମା, ମୋର ଦୁଃଖ ଦେଖି ପାରୁ ନଥିଲେ । ଶେଷରେ ମା ମୋତେ ବୁଝାଇବାକୁ ଚେଷ୍ଟା କରିଲେ। ଯେ ତାକୁ ଭୁଲି ଯାଇ ଅନ୍ୟ ଝିଅ ସହିତ ତୋର ବାହାଘର କରିବି କିନ୍ତୁ ମୁଁ ତନୁଜା କୁ ହରାଇ ବାକୁ ଚାହୁଁ ନଥିଲି। କାରଣ ତନୁଜା ଯଦି ମୋତେ ବିବାହ ପାଇଁ ରାଜି ଅଛି ତେବେ ମୁଁ ପୁଣି ଥରେ ଚେଷ୍ଟା କରିବି ନାହିଁ କାହିଁକି ???

ଦେଖୁ ଦେଖୁ ଛୁଟି ର ଦଶ ଦିନ ସରିଗଲା । ପୁଣି ଥରେ ପ୍ରସ୍ତାବ ଆସି ପହଁଚିଲା ଆଉ ଏବେ ତାଙ୍କ ଘର ଲୋକେ ସେହି ପ୍ରସ୍ତାବ ପାଇଁ ଜୋର୍ ଦେଲେ। କେମିତି ହେଲେ ଏହି ପ୍ରସ୍ତାବ ରେ ରାଜି କରେଇ ତନୁଜା ର ବାହାଘର ଫାଇନାଲ କରିବେ।

ଏହି ପ୍ରସ୍ତାବ ଆସିଲା ପରେ ତନୁଜା ର ମାଉସୀ ଏବଂ ତାଙ୍କ ଖୁଡି ତନୁଜା କୁ ବୁଝାଇବାକୁ ଚେଷ୍ଟା କରିଲେ । କହିଲେ ତୁ ଯଦି ରିତେଶ ସହିତ ବିବାହ କରିବୁ ତେବେ ତୋ ବାପା ଙ୍କ ଦେହ ପୁଣି ଥରେ ଖରାପ ହେବ। କାରଣ ସେ ଜଣେ ହାର୍ଟ ପେସେଣ୍ଟ ଏବଂ ତନୁଜା କୁ ଭଗବାନ ଆଗରେ ରାଣ ଦେଇ ବୁଝେଇ ବାରେ ଲାଗିଲେ ।

ଏହି ଚକ୍ରବ୍ୟୁହ ଭିତରେ ମୋତେ ସମସ୍ତେ ଅଭିମନ୍ୟୁ ସଜେଇ ଦେଲେ । ମୁଁ ରାସ୍ତା ଖୋଜି ପାଇଲି ନାହିଁ । ନା ମୋ ଘର ତରଫରୁ ନା ତନୁଜା ର ଘର ତରଫରୁ। ସମସ୍ତେ ମୋ ପ୍ରତି ଅନାଦର । ଯେମିତି କି ଆମ ପ୍ରେମ କୁ ସମସ୍ତଙ୍କ ନଜର ଲାଗିଗଲା । ସେମାନେ ଜାଣି ଶୁଣି ଆମ ସଂପର୍କ କୁ ଜାଳି ପୋଡ଼ି ଧ୍ଵଂସ କରିବେ ବୋଲି ଯୋଜନା ଉପରେ ଯୋଜନା ବନେଇ ଚାଲିଥିଲେ। ଆଉ ଶେଷରେ ମୋତେ ଅଳ୍ପ ବିଜୟ ହେବାର ଆଭାସ ଦେଖା ଯାଉଥିଲା କିନ୍ତୁ ତାହା ମଧ୍ୟ ଅଧୁରା ରହିଗଲା।

ଯେତେବେଳେ ମୋର ସବୁ ରାସ୍ତା ବନ୍ଦ ହୋଇଗଲା । ଦିନେ ମୁଁ ବାହାରିଗଲା ତନୁଜା ଘରକୁ । ସେଠୀ ମୋର ପ୍ରସ୍ତାବ ମୁଁ ନିଜେ ନେଇ ପହଞ୍ଚିଲି କିନ୍ତୁ ସେମାନେ ମୋତେ ପର ଲୋକ ଭଳି ବ୍ୟବହାର କରିଲେ । ଯେମିତି ମୋତେ ସେମାନେ ଚିହ୍ନି ନାହାନ୍ତି । ତାଙ୍କ ବ୍ୟବହାର କୁ ମୁଁ ଅଣଦେଖା କରି ମୁଁ ମୋ ପ୍ରସ୍ତାବ କୁ ରଖିଲି କିନ୍ତୁ ସେ ରୋକ୍ ଠୋକ୍ ମନା କରିଦେଲେ। ଏବଂ ମୋତେ ଗୋଟିଏ କାରଣ କହିଲେ ଯେ ଯଦି ତମ ସହିତ ବିବାହ ଦେବି ତେବେ ଲୋକେ ଖରାପ ଭାବିବେ।

ଆମ ପ୍ରେମ ସଂପର୍କ ସମୟ ଅବଧି ଭିତରେ ତନୁଜା ର ଭାଇ ମଧ୍ୟ ଅନ୍ୟ ଜାତିର ଝିଅ ସହିତ ପ୍ରେମ ସମ୍ପର୍କ ରେ ଥିଲେ । ସେହି କଥା କୁ ନେଇ ମୁଁ ସେଠୀ ପ୍ରଶ୍ନ କରିଲି ଯେ, ତୁମର ଆଉ ଆମର ଜାତି ଗୋତ୍ର ସବୁ ସମାନ ଥିଲା ପରେ ତମେ କହୁଛ ଲୋକେ ଏହି ସମ୍ପର୍କ କୁ ଖରାପ ଭାବେ ଗ୍ରହଣ କରିବେ କିନ୍ତୁ ଏଠି ତୁମ ପୁଅ ମାନେ ତନୁଜା ର ଭାଇ ଅନ୍ୟ ଜାତିର ଝିଅ କୁ ଭଲ ପାଇ ବସିଛି ଏବଂ ସେ ତାକୁ ବିବାହ କରିବାକୁ ଚାହୁଁଚି ସେଥିପ୍ରତି ଲୋକେ କିଛି କହିବେ ନାହିଁ? ତମକୁ ମୋର ଭୁଲ ଦେଖା ଯାଉଛି ସେହି ଭୁଲ ତୁମ ଘରେ ହେବାକୁ ଯାଇଛି ତାହା କଣ ତୁମକୁ ଦେଖା ଯାଉନି ?

ଏପରି ପ୍ରଶ୍ନ ପରେ ସେମାନଙ୍କୁ ନିଜ ଭୁଲ ଜଣା ପଡ଼ିଗଲା ସେମାନେ ଉତ୍ତର ହିନ ହୋଇଗଲେ ଆଉ ମୋତେ ଅନ୍ୟ କିଛି ବାହାନା ଦେଖାଇବା ଆରମ୍ଭ କରିଦେଲେ।

ସେଠୀ ତନୁଜା ମଧ୍ୟ ନିରୁପାୟ ଅବସ୍ଥାରେ ମୋତେ ଚାହିଁ ରହିଥାଏ। ସେଠୀ ନିରାଶ ହୋଇ ଫେରିଲି। ଭାବିଲି ଆଉ ସମ୍ଭବ ନୁହେଁ । ଆମ ସଂପର୍କ ର ଚନ୍ଦ୍ରବିନ୍ଦୁ ଲାଗିଯିବ ତାକୁ ଆଉ ଆଗକୁ ବଢେଇ ବାକୁ ଏ ଦୁନିଆ ଆମକୁ ଅନୁମତି ଦେବ ନାହିଁ ।

କିଛି ଦିନ ପରେ ଦିନେ ତନୁଜା ମୋ ସହିତ ଫୋନ୍ ରେ କଥା ହୋଇ କାନ୍ଦି କାନ୍ଦି କହିଲା । ରିତେଶ ତମ ଛଡ଼ା ମୁଁ ବଞ୍ଚି ପାରିବି ନାହିଁ କିନ୍ତୁ ଆମ ଘରେ ତମ ସହିତ ବାହା ହେବାକୁ ଦେବେ ନାହିଁ । ଆଉ ଏହି ସବୁ କାରଣ ପାଇଁ ମୋ ଦିଦି ହିଁ ଦାୟୀ । ମୁଁ କଣ ବୁଝେଇବି ଭାବି । ମୋତେ ଦୁଃଖ ଲାଗୁଥାଏ ତତ୍ ସହିତ ଭାଉଜ ଉପରେ ରାଗ ମଧ୍ୟ ଲାଗୁଥାଏ ।

ଶେଷରେ ତନୁଜା ପଚାରିଲା, କଣ କରିବି ରିତେଶ? ତମେ ହିଁ କିଛି ଗୋଟିଏ ରାସ୍ତା ଦେଖାଅ। କାରଣ ଆଜି ପର୍ଯ୍ୟନ୍ତ ସବୁ ଡିସିସନ ତମେ ନେଇଛ ଏବଂ ମୁଁ ତାକୁ ପାଳନ କରିଛି ଏବଂ ଆଜି ମଧ୍ୟ ତମ କଥାରୁ ଓହରି ଯିବାକୁ ମୋର ତିଳେ ମଧ୍ୟ ସାହାସ ନାହିଁ। ତମେ ଯଦି ଏବେ କହିବ ତେବେ ଏବେ ମୁଁ ଘରୁ ବାହାରି ଯିବାକୁ ରାଜି ଅଛି ।

ମୁଁ ତାକୁ ବୁଝେଇ କହିଲି । ଯେଉଁ ସମ୍ପର୍କ ଗଢ଼ିବାରେ ବାପା ମା ଙ୍କ ଆଶୀର୍ବାଦ ରହି ନଥାଏ। ସେହି ସମ୍ପର୍କ ବେଶୀ ଦିନ ତିଷ୍ଠି ରହେ ନାହିଁ । ତମେ ତମ ବାପ ମା ଙ୍କ ବିରୋଧରେ ଯାଇ ମୋ ପାଖକୁ ଆସିବ ସତ ଏବଂ ମୁଁ ତୁମକୁ ଗ୍ରହଣ କରିବାକୁ ରାଜି ଅଛି କିନ୍ତୁ ଜୀବନ ସାରା ମୁଁ ନିଜକୁ ଦୋଷୀ ଦୋଷୀ ଭଳି ମନେ କରିବି।

ହଁ ତମେ ଯଦି ନିଜ ବାପା ମା ଙ୍କ ଖୁସିରେ ମୋ ପାଖକୁ ଆସିବାକୁ ଚାହୁଁଛ ତେବେ ଆମ ସଂପର୍କ ସବୁଦିନ ଖୁସିରେ ଚାଲିବ । ଯଦି ତାଙ୍କ ବିରୋଧରେ ଆସିଲ ତେବେ ଅଧା ଦିନର ସମ୍ପର୍କ ରେ ପରେ ଝଗଡା, କଳି କଜିଆ ଆରମ୍ଭ ହୋଇଯିବ। ଏଠି କେବଳ ଗୋଟିଏ କାରଣ ପାଇଁ ତାହା ହେଲା, ବାପା ମା ଙ୍କ ଅଭିଶାପଆଉ ଅନାଦର ଆମ ଉପରେ ପଡ଼ି ରହେ ।

ତନୁଜା: ତେବେ କରିବି କଣ?

ମୁଁ କହିଲି ତମ ପାଖରେ ଦୁଇଟି ରାସ୍ତା ଅଛି ଯଦି ତୁମ ବାପା ମା ଙ୍କୁ ଆଡେଇ ମୋ ପାଖକୁ ଆସିଲ ଏବଂ ତା ପରେ ତମ ବାପା କିମ୍ବା ତୁମ ଘର ଲୋକ ଙ୍କ କିଛି ଅସୁବିଧା ହୁଏ ତେବେ ସବୁ ଦୋଷ ଆମ ଦୁହିଁଙ୍କ ଉପରେ ଆସିବ ।

ଏବେ ତୁମେ ଚିନ୍ତା କର କଣ କରିବ ?? ନିଜ ବାପା ମା ଙ୍କୁ ଆଡେଇ ଆସିବାକୁ ଚାହୁଁଛ ନା ତାଙ୍କ ଇଚ୍ଛାରେ ବିବାହ କରିବାକୁ ଚାହୁଁଛ।

ଏହି ପ୍ରଶ୍ନ ପରେ ତନୁଜା ଯେମିତି ଶାନ୍ତ ହୋଇ ଗଲା ସେ ନିରୁପାୟ ଅବସ୍ଥାରେ ଚୁପ୍ ରହିଲା ।

ଶେଷରେ ଗୋଟିଏ ଉତ୍ତର ଆସିଲା ଯେ, ” ନା ମୋ ବାପା ମା ଙ୍କ ବିରୁଦ୍ଧରେ ମୁଁ ଯାଇ ପାରିବି ନାହିଁ ଏବଂ ତାଙ୍କ ପ୍ରାଣ କୁ ମୁଁ ହରେଇବାକୁ ଚାହୁଁ ନାହିଁ ” ।

ଏହି ଉତ୍ତର ରେ ମୋତେ ଶକ୍ତ ଆଘାତ ଅନୁଭବ ହେଲା ଏବଂ ମୋତେ ଅଚିହ୍ନା ମଣିଷ ଭଳି ଲାଗିଲା । ସାତ ବର୍ଷ ର ପ୍ରେମ ସଂପର୍କ ରେ କେବଳ କିଛି ମିନିଟ୍ ଭିତରେ ଚନ୍ଦ୍ରବିନ୍ଦୁ ଲାଗିଗଲା । ସାତ ବର୍ଷ ର ସମ୍ପର୍କ କାଲି ଭଳି ଲାଗୁଥିଲା।

ସେ କହିଲା ମୋତେ ଆଉ ଫୋନ୍ କି ମେସେଜ କରିବ ନାହିଁ। ମୁଁ ଏକ ବାଆଁରା ପକ୍ଷୀ ଭଳି ମୁଣ୍ଡ କୁ ହଲେଇ ହଁ କରି ଫୋନ୍ ଟିକୁ କାଟିବାକୁ ବାଧ୍ୟ ହେଲି । ଠିକ୍ ସେତିକିବେଳେ ଖାଲି ମୁଁ ନୁହଁ ତନୁଜା ର ମଧ୍ୟ ସେମିତି ଅବସ୍ଥା । ସେ ମଧ୍ୟ ପୁରାପୁରି ଏକା ହୋଇ ଯାଇଥିଲା । ସେ ଭୁଲିବାକୁ ଚେଷ୍ଟା କରୁଥିଲା ତାର ପୁରୁଣା ଅତୀତ କୁ ଯାହା ମୋ ସହିତ ବିତେଇଛି। ଦୁହିଙ୍କ ଆଖିରୁ ଅଶ୍ରୁର ଗାରରେ ଅଶ୍ରୁ ତାର ରାସ୍ତା ଲିଭାଇବାକୁ ଚାହୁଁ ନଥିଲା । ବହୁତ୍ ବହି ଗଲା ଅଶ୍ରୁ ସେହି ଫୋନ୍ କଲ୍ ପର ଠାରୁ। ତାର ଖୁସି ପାଇଁ ମୁଁ ତାକୁ ବାଧ୍ୟ କରିବାକୁ ସଙ୍କୋଚ ମନେ କରିଲି ।

ସେ ସମୟରେ ମୋତେ ଏମିତି ଅନୁଭବ ହେଉଥାଏ ଯେମିତି ଏହି ଜୀବନରେ ବଞ୍ଚି ଆଉ କିଛି ଲାଭ ନାହିଁ। ଆତ୍ମହତ୍ୟା ପାଇଁ ମନ କରିଲି କିନ୍ତୁ ଦୁନିଆ ଆଗରେ କାପୁରୁଷ ର ନାମକରଣ ହେବା ଅପେକ୍ଷା ଏ ଦୁନିଆ କୁ ଦୁଃଖ ରେ ଗ୍ରହଣ କରିବି ବୋଲି ସ୍ଥିର କରିଲି।

ମୋର ଅଧିକାର ନାହିଁ ତାର ବାପା ର ଜୀବନ ନେବାକୁ। ମୋର ଅଧିକାର ନାହିଁ ଯେ ତାର ଦିଦି ର ଖୁସି ଛଡେଇ ନେବି। ଅବା ମୁଁ ସେ ଲୋକ ନୁହଁ ଯିଏ ତାର ଭାଇ ର ପ୍ରେମ ସଂପର୍କ ରେ କଳଙ୍କ ଲଗେଇବି। ମୁଁ ଅବା କାହିଁକି ଦୋଷୀ ହେବି । ସେ ଯଦି ତାର ବାପା ମା, ଭାଇ ଏବଂ ଦିଦି ଙ୍କ ଖୁସିରେ ବିବାହ ପାଇଁ ସ୍ଥିର କରିଛି ତେବେ ମୁଁ କୌଣସି ମତେ ବାଧା ଦେବାକୁ ଚାହିଁବି ନାହିଁ।

ଫେରିଗଲି ମୁଁ !!!!!

If the contents are helpful to share them with your friends, Thanking You.

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…2

https://www.bhuyansblog.com/2021/09/Chandrabindu1.html
ଚନ୍ଦ୍ରବିନ୍ଦୁ…2

କିଛିଦିନ ପରେ ଭାଉଜ ଭାଇ ସହିତ ବାଙ୍ଗାଲୋର ଚାଲିଗଲେ ଏବଂ ମା ଙ୍କ ଦେହ ଖରାପ୍ ଯୋଗୁ ତନୁଜା କୁ କିଛି ଦିନ ପାଇଁ ଆମ ଘରେ ରହିବାକୁ ପଡ଼ିଲା। ଯେତେବେଳେ ତନୁଜା ପୁଣି ଆମ ଘରେ ରହିବାକୁ ଲାଗିଲା । ମୋ ଖୁସି ଦୁଇ ଗୁଣ ହୋଇଗଲା।

ରାତି ଦିନ ସବୁବେଳେ ଦେଖା ହୁଏ । ବେଳେବେଳେ ବୁଲାବୁଲି ସହିତ ଆମେ ବହୁତ୍ ଗପୁ। କହିବାକୁ ଗଲେ ଏତେ ଖୁସି ମିଳିଥିଲା, ମୁଁ ଭାବିଲି ସବୁ ଖୁସି ମୋ ପାଖରେ ଅଛି କାରଣ ମୋ ତନୁଜା ମୋ ପାଖରେ ଥାଏ।

କିନ୍ତୁ ସେ ଖୁସି ମଧ୍ୟ ଅଳ୍ପ ଦିନର ଥିଲା । କିଛି ଦିନ ପରେ ତାଙ୍କ ବାପାଙ୍କ ଦେହ ଖରାପ ହେଲା ସେ ପୁଣି ଫେରିଗଲା ନିଜ ଘରକୁ।

କିନ୍ତୁ ଫୋନ୍ କଥା ବାର୍ତ୍ତା ପ୍ରତିଦିନ ଚାଲିଥାଏ। କିଛି ଦିନ ପରେ ଭାଉଜ ଙ୍କ ଖୁସି ଖବର ଆସିବା ପରେ ତନୁଜା ଭାଉଜ ଙ୍କୁ ସାହାଯ୍ୟ କରିବା ପାଇଁ ବାଙ୍ଗାଲୋର ଗଲା । ସେଠୀ କିଛି ଦିନ ରହିବା ପରେ ସମସ୍ତେ ଫେରି ଆସିଲେ । ସେଠୀ ମଧ୍ୟ କଥା ବାର୍ତ୍ତା ଚାଲିଥାଏ କିନ୍ତୁ ତାର ଭଉଣୀ ମାନେ ମୋ ଭାଉଜ ଜାଣି ନଥିଲେ ଏବଂ ଘରେ ଗୋଟିଏ ବେବି ଆସିଲା । ଘର ର ମାହୋଲ ପୁରା ଖୁସି ରେ ଉତ୍ସବ ଭଳି ଲାଗୁଥିଲା ।

.

..

….

…..

ଆରେ ଛାଡ଼ ଆଉ କହିବି ନାହିଁ ।

ଜିତେନ୍ଦ୍ର: କାହିଁକି?

ରିତେଶ: ଦେଖ ସେମାନେ, ଘୁଙ୍ଗୁଡ଼ି ମାରିଲେଣି ।

ଜିତେନ୍ଦ୍ର: ଆବେ ସେମାନଙ୍କୁ ଫୁଲ ନିଶା ହୋଇ ଯାଇଛି, ମୁଁ ତୋ କାହାଣୀ ଶୁଣିବି ତୁ କହି ଚାଲ ।

ମାନେ ଆଜି ହନୁ ଆସିବ, ଲଙ୍କା ଜଳିବ ତାପରେ ନାଚ ଭାଙ୍ଗିବ ।

ରିତେଶ: ମୁଁ ତୋତେ କଣ ରାମାୟଣ, ସୁଣୋଉଛି କୀ ?

ଜିତେନ୍ଦ୍ର: ଆବେ, ମଜା କରୁଛି, ମାଡ଼ି ଚାଲ, ମୁଁ ଚେତା ଅଛି ଶୁଣିବାକୁ। ଯେତେବେଳେ ନିଦ ଆସିବ କହିଦେବି ।

ରିତେଶ: ହଉ ଶୁଣ!

ତାପରେ ଦେଖା ସାକ୍ଷାତ ଚାଲୁ ରହିଲା। ଏହି ଭିତରେ ତନୁଜା ଗୋଟିଏ ସ୍କୁଲ ରେ ମାଷ୍ଟରାଣୀ ଭାବେ ରହିଲା ।

ଜିତେନ୍ଦ୍ର: କଣ ଜ୍ୟୋତି ମାଷ୍ଟରାଣୀ ??

ରିତେଶ: ନା ବେ, ତନୁଜା ମାଷ୍ଟରାଣୀ? ତୁ ମଧ୍ୟ ମଜା ନେଉଛୁ ନା ମୋର?

ଏହି ଭିତରେ ମୁଁ ଏସ୍ ଏସ ସି ପରୀକ୍ଷା ଦେଲି ଆଉ ଗୋଟିଏ ଥର କେ ପାସ୍।

୨୦୧୪ ଅଗଷ୍ଟ ମାସ ର ଦିନେ ସଂଧ୍ୟାରେ ଭୁବନେଶ୍ଵର ର ପାର୍କ ରେ ତନୁଜା ଆଉ ମୁଁ ବସି ଥାଉ। ସେ ପଚାରୁ ଥାଏ । ତମର ଚାକିରି କଥା କଣ ହେଲା ? ମୋତେ ଅଳ୍ପ ଖରାପ ଅନୁଭବ ହେଲା। ଗାର୍ଲ୍ ଫ୍ରେଣ୍ଡ୍ ଆଗରେ ମୋତେ ଅଳ୍ପ Insult ଅନୁଭବ ହେଉଥିଲା।

ମାତ୍ର ଠିକ୍ ସେହି ସମୟର ଘରୁ କଲ୍ ଆସିଲା ଆଉ ସେପଟୁ କହିଲେ ଆରେ କୋଉଠି ଅଛୁ ତୁ? ଘରକୁ ଆସେ ତୋର ଏସ ଏସ ସି ର କଲ୍ ଲେଟର ଆସିଛି। ମୁଁ ଖୁସିରେ ପାଗଳ। ମୋ ଖୁସି କୁ ତନୁଜା ସହିତ ସେୟାର କରିଲି। ସେ ପ୍ରଥମେ ଖୁସି ହେଲା କିନ୍ତୁ ପରେ ଦୁଃଖୀ ହେଲା । କାରଣ ସେ ଚାହୁଁ ନଥିଲା କି ମୁଁ ବାହାରକୁ ଯାଏ। ମୁଁ ପଚାରିଲି କଣ ହେଲା? ମୋର ସିଲେକ୍ଟ ହୋଇ ଯାଇଛି ଶୁଣି ତମେ ଦୁଃଖୀ କାହିଁକି ?? ତନୁଜା କହିଲା, ଚାକିରି ପାଇଛ ବୋଲି ତ ଖୁସି କିନ୍ତୁ ତମେ ମୋ ଠାରୁ ଦୂରେଇ ଯିବ। ସେଇଟା ମୋର ସବୁଠୁ ବଡ ଦୁଃଖ। ଗୋଟିଏ କାମ କରିଲେ ହେବ ନାହିଁ । ତମେ ଚାକିରି କର ନାହିଁ। ମୁଁ ସ୍କୁଲ୍ ରେ ରହିଛି । ଆଉ କିଛି ଦିନ ପରେ ଯଦି ମୋର ରେଗୁଲାର ହୋଇ ଯାଏ ତେବେ ଆମର ଅସୁବିଧା ହେବ ନାହିଁ । କିନ୍ତୁ ମୁ କହିଲି । ଜବ୍ ତ ମୋର ନିହାତି ଦରକାର। ଯଦି ଏହି ଜବ୍ କୁ ମୁଁ ହାତ ଛଡା କରେ ତେବେ ମୋତେ ପୁରା ଲାଇଫ ଅନୁତାପ କରିବାକୁ ପଡ଼ିବ ।

ହଁ ଯଦି ଅନ୍ୟ ଚାକିରି କରିବାକୁ ଇଚ୍ଛା ତେବେ ଏହି ଚାକିରି ଭିତରେ ରହି ଅନ୍ୟ ଚାକିରି ପାଈଁ ଚେଷ୍ଟା କରିବି । ଯଦି ଅନ୍ୟ ଚାକିରୀ ହେବ ତେବେ ଭଲ କଥା ନହେଲେ ମଧ୍ୟ ମୁଁ ଏହି ଚାକିରି ରେ ଥିବି ନା ?

ମୋର ଏତିକି କଥା ଶୁଣି ସେ ମଧ୍ୟ ଖୁସି ହୋଇଗଲା ଆଉ ମୋତେ କହିଲା ଠିକ୍ ଅଛି କିନ୍ତୁ ତମ ବାଟକୁ ମୁଁ ଅପେକ୍ଷା କରିଥିବି ଆଉ ମୁଁ ତୁମ ଛଡ଼ା ଆଉ କାହାକୁ ବିବାହ କରିବି ନାହିଁ। ମୁଁ ମଧ୍ୟ ତାକୁ କଥା ଦେଲି । ନିଶ୍ଚୟ ତନୁଜା । ମୁଁ ମଧ୍ୟ ତୁମ ବିନା ବଞ୍ଚିବା ଅସମ୍ଭବ ।

ତନୁଜା ମୋତେ ଅନୁମତି ଦେଲା ଯେ, ଯାଅ ଭଲରେ ଟ୍ରେନିଂ କରି ଆସ।

କିଛି ଦିନ ପରେ ମୋତେ ଟ୍ରେନିଂ ପାଇଁ ଯିବାକୁ ପଡିଲା । ଟ୍ରେନିଂ ଯିବା ପୂର୍ବରୁ ସେ ମୋତେ ଭୁବନେଶ୍ଵର ଷ୍ଟେସନ କୁ ଦେଖା କରିବାକୁ ଆସିଥିଲା। ମୋତେ କାନ୍ଦ ଚେହେରା ରେ ବିଦାୟ କରିଲା। କାରଣ ଭଲ ପାଇବା ଏତେ ବଢି ଯାଇଥିଲା ଯେ କିଏ କାହାକୁ ଦୂରେଇ ଯିବାକୁ ଚାହୁଁ ନଥିଲୁ କିନ୍ତୁ ଟ୍ରେନିଂ ପାଇଁ ଯିବାକୁ ହେବ। ସେଥିପାଇଁ ମୋତେ ଯିବାକୁ ପଡିଲା।

ଟ୍ରେନିଂ ରେ ପହଞ୍ଚିଲି। ପ୍ରତିଦିନ କଥା ବାର୍ତ୍ତା ଚାଲିଥାଏ। ଟ୍ରେନିଂ ର କିଛି ଦିନ ପରେ ମୋତେ ପ୍ରଥମ ସାଲେରୀ ମିଳିଲା। ଏକା ଥରକେ ବହୁତ୍ ଟଙ୍କା ମିଳିଲା। ମୁଁ ସେ ଟଙ୍କା କୁ ଦେଖି ବିଶ୍ୱାସ କରି ପାରିଲି ନାହିଁ।

ଏମିତି ସମୟ ଥିଲା ଆମେ ୧୦୦ ଟଙ୍କା ନେଇ କଲେଜ୍ ଯାଇ ଆସୁଥିଲି ଏବଂ ସେ ୧୦୦ ଟଙ୍କା କାଳେ ଖର୍ଚ୍ଚ ହୋଇଯିବ ଭାବି ଦେଖି ଚାହିଁ ଖର୍ଚ୍ଚ କରୁଥିଲୁ କିନ୍ତୁ ମୋତେ ସେ ସମୟରେ ୧୦୦୦ ଗୁଣ ଅଧିକ ଟଙ୍କା ମିଳିଥିଲା। ଖୁସିରେ ମୋ ଆଖିରୁ ଲୁହ ବାହାରି ଗଲା। ସେହି ଖୁସି କୁ ମୁଁ ତନୁଜା କୁ କହିଲି ଏକଥା ଶୁଣି ସେ ମଧ୍ୟ ବହୁତ୍ ଖୁସି ହୋଇଗଲା ଆଉ କହିଲା, ଏବେ ଆମ ଦୁଇ ଜଣକୁ ବିବାହ କରିବାକୁ ପାଇଁ କିଛି ଅସୁବିଧା ହେବ ନାହିଁ। ସେ ବହୁତ୍ ଖୁସି ହୋଇଯାଇଥିଲା ଏବଂ ମନେ ମନେ ବିବାହ ର ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଥିଲା। ମୁଁ କହିଲି ଏତେ ସ୍ଵପ୍ନ ଦେଖ ନାହିଁ ଏବଂ ଏତେ ଶୀଘ୍ର ବିବାହ କରିବା ନାହିଁ । କିଛି ଦିନ ବୁଲା ବୁଲି କରିବା ତା ପରେ ବିବାହ କରିବା। ସେ ମଧ୍ୟ ମାନିଗଲା ।

କିନ୍ତୁ ଛଅ ମାସ ପରେ ମୋତେ ୧0 ଦିନ ପାଇଁ ଛୁଟି ମିଳିଥିଲା କିନ୍ତୁ ଏହି ଛୁଟି କଥା ତନୁଜା କୁ ନ କହି ମୁଁ ଓଡ଼ିଶାରେ ପହଞ୍ଚିଲି । ସେ ଯେତେବେଳେ ମୋତେ ଭୁବନେଶ୍ୱର ରେ ଦେଖିଲା ସେ ନିଜ ଆଖିକୁ ବିଶ୍ୱାସ କରି ପାରିଲା ନାହିଁ। ସେ ଖୁସିରେ ପାଗଳ ହୋଇଗଲା। ଦଉଡ଼ି ଆସି ମୋତେ କୁଂଢ଼େଇ ପକେଇ ବହୁତ୍ କାନ୍ଦିଲା। ତାକୁ ବୁଝେଇ କହିଲି। ଆରେ କାନ୍ଦ କଣ ପାଇଁ। ତନୁଜା କହିଲା। ମୋର ବହୁତ୍ ଚିନ୍ତା ଥିଲା ତମେ କେମିତି ଟ୍ରେନିଂ କରୁଛ ଆଉ ତୁମେ ପୁରା ପତଳା ହୋଇ ଯାଇଛ। ମୁଁ କହିଲି ଏବେ ଟ୍ରେନିଂ ସରିଛି କୋଉଠୀ?? ଏବେ କିଛି ଦିନ ପାଇଁ ଛୁଟି ଆସିଛି ପୁଣି ଥରେ ମୋତେ ଯିବାକୁ ପଡିବ। ଏତିକି ଶୁଣି ସେ ପୁଣି ଦୁଃଖୀ। ହଉ ଠିକ୍ ଅଛି କିନ୍ତୁ ଯେତେ ଦିନ ଗାଁ ରେ ରହିବ ମୋତେ ଦେଖା କରିବ ମୁଁ ମଧ୍ୟ ହଁ କରି ବାହାରିଲି ନିଜ ଗାଁ କୁ।

କିଛି ଦିନ ଗାଁ ରେ ବୁଲାବୁଲି ପରେ ପୁଣି ଫେରି ଆସିଲି। ଟ୍ରେନିଂ କୁ । ଟ୍ରେନିଂ ସରିଲା ମୋର ପୋଷ୍ଟିଂ ଦିଲ୍ଲୀ ରେ ହେଲା।

ଦିଲ୍ଲୀ ଦେଶର ରାଜଧାନୀ। ଭାବିଲେ ବହୁତ୍ ବଡ ଲାଗେ। ପ୍ରଥମେ ଶୁଣି ମନରେ ଅଳ୍ପ ଭୟ ଜାତ ହୋଇଥିଲା କିନ୍ତୁ ପରେ ମୁଁ ଜଣେ ଦିଲ୍ଲୀ ବାସିନ୍ଦା ହୋଇଗଲି।

ଆରେ ଶୋଇଗଲୁ ନା କଣ?

ଜିତେନ୍ଦ୍ର: ଆବେ ଲଭ୍ ଷ୍ଟୋରି କହ? ମୋତେ ଦିଲ୍ଲୀ ବୁଲାନି। ଦିଲ୍ଲୀ ବୁଲେଇବୁ ଯଦି । ଏଠି ନିଦ ଆସିଯିବ।

ରିତେଶ: ହଉ ଶୁଣ !!

ଦିଲ୍ଲୀ ରୁ ୯ ମାସ ପରେ ମୁଁ ଛୁଟି ଗଲି। ପୁର୍ବ ଭଳି ଆମେ ଦୁହେଁ ମିଶି ବୁଲାବୁଲି କରିଲୁ କିନ୍ତୁ ଆମ ଘରେ କେହି ଆମ ପ୍ରେମ ସମ୍ପର୍କ ବିଷୟରେ ଅଳ୍ପ ଖବର ମଧ୍ୟ ପାଇ ନଥିଲେ । ଆଉ ପ୍ରଥମ ଥର ପାଇଁ ତନୁଜା ମୋ ସହିତ ସିନେମା ଦେଖିବାକୁ ଯାଇଥିଲୁ। ପ୍ରକୃତରେ ସେ ଦିନ ଟି ଆମର ବହୁତ୍ ସ୍ପେଶଲ୍ ଥିଲା। ବୁଲାବୁଲି, ଗୁପଚୁପ, ସପିଙ୍ଗ ଆଉ ବାଇକ୍ ରେ ଲଙ୍ଗ ଡ୍ରାଇଭ୍। ଏମିତି ବହୁତ୍ କିଛି । ଦେଖୁ ଦେଖୁ ସେ ମାସ ଟି କେମିତି ବିତିଗଲା ଜଣା ପଡିଲା ନାହିଁ।

ପୁଣି କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଛୁଟି ନେଇ ଆସିଲି। ସେ ସମୟରେ ମଧ୍ୟ ଆମେ ବୁଲାବୁଲି କରିଛୁ।

ଜିତେନ୍ଦ୍ର: ଆବେ ବୋର୍ ଲାଗିଲାଣି ସିଧା ପଏଣ୍ଟ କୁ ଆସେ ।

ରିତେଶ: ମେନ୍ କାହାଣୀ ତ ଏବେ ଆରମ୍ଭ ହେବ, ହଉ ଶୁଣ!!

ଏହି ଭିତରେ ତାଙ୍କ ଘରକୁ ପ୍ରସ୍ତାବ ର ଲାଇନ୍ ଲାଗିଲା। ତନୁଜା ସବୁ ପ୍ରସ୍ତାବ କୁ କିଛି ନା କିଛି ବାହାନା ଲଗେଇ ମନା କରି ଦିଏ।

ଏହି ବାହାନା ପାଇଁ ମୁଁ ମଧ୍ୟ ବହୁତ୍ ସାହାଯ୍ୟ କରିଛି। ମୁଁ ଆଇଡିଆ ଦିଏ ଆଉ ସେ ସେହି ଆଇଡିଆ ଅନୁସାରେ କାମ କରି ଦେଖାଏ । ଆଉ ସବୁ ପ୍ରସ୍ତାବ ଭାଙ୍ଗିଯାଏ। ଏମିତି ବହୁତ୍ ଥର ହୋଇଛି।

ଦେଖୁ ଦେଖୁ ୨୦୧୫ ରୁ ୨୦୧୯ ରେ ଆସି ପହଞ୍ଚିଲା। ପ୍ରସ୍ତାବ ବହୁତ୍ ଆସେ ଆଉ ଯାଉଥାଏ।

କିନ୍ତୁ ୨୦୧୯ ବର୍ଷ ଟା ମୋ ପାଇଁ ଖରାପ ବର୍ଷ ଥିଲା ?

ଜିତେନ୍ଦ୍ର: କେମିତି?

ରିତେଶ: ଲଭ୍ ଲାଇଫ ଏବଂ ପାଠପଢା ପର ହୋଇ ଗଲା ଆଉ ମଦ ଆଉ ଦୁଃଖ ମୋର ନିଜର ହୋଇଗଲା ।

୨୦୧୯ ରଜ ଠାରୁ ଆମ ପ୍ରେମରେ କଳା ଦାଗ ଲାଗିବା ଆରମ୍ଭ ହୋଇଗଲା।

ରଜ ସମୟରେ ମୁଁ ଛୁଟି ନେଇ ଆସିଥିଲି। ତନୁଜା ମଧ୍ୟ ଆମ ଗାଁ କୁ ବୁଲିବାକୁ ଆସିଥିଲା। ଦ୍ଵିତୀୟ ରଜ ଦିନ ସେ ନୂଆ ଡ୍ରେସ ପିନ୍ଧିଥିଲା । ପାଦ ରେ ଅଳତା ସାଙ୍ଗକୁ ସେ ଏତେ ସୁନ୍ଦର ଦେଖା ଯାଉଥିଲା ଯେ ମୁଁ ବର୍ଣ୍ଣନା କରି ପାରିବି ନାହିଁ।

ସେଦିନ ସେ ନିଜ ଘରକୁ କିଛି କାମ ପାଇଁ ଫେରିବାର ଥିଲା । ମୋ ଭାଉଜ ଆମ ବିଷୟରେ କିଛି ଜାଣି ନଥିଲେ କିନ୍ତୁ ସେଦିନ ବିରାଟ ବଡ ଝଡ ଆସିଗଲା ଆମ ପ୍ରେମ ସମ୍ପର୍କ ଭିତରେ ।

ସେଦିନ ଆମେ ଦୁହେଁ ମୋ ରୁମ୍ ରେ ବସି କଥା ହେଉଥିଲୁ ଏବଂ ସେ ଗାଁ କୁ ଯିବାକୁ ବାହାରିବା ବେଳେ ସେ ମୋତେ ହଗ୍ କରିବାକୁ ଯାଉଥିଲା । ହଠାତ୍ ତାର ଭଉଣୀ ମାନେ ମୋ ଭାଉଜ ଆସି ସେଠୀ ହାଜର । ଖାଲି ସେତିକି ନୁହେଁ ସେ ଆମର ସବୁ କଥା ଲୁଚି ଲୁଚି ଶୁଣିଛନ୍ତି ।

ହଠାତ୍ ଘରେ ସୁନାମି ର ବିରାଟ ଜୁଆର ଆସି ଆମ ଅଧା ଗଢା ସମ୍ପର୍କ କୁ ପୁଣି ଖଣ୍ଡ ବିଖଣ୍ଡ କରି ଦେଇ ଚାଲିଗଲା ।

ଭାଉଜ ଏଠି ନାଟକ କରିବା ଆରମ୍ଭ କରିଦେଲେ । ଆଉ ସିଧା ସିଧା ଆମ ଉପରେ ଆଙ୍ଗୁଳି ଉଠେଇବା ଆରମ୍ଭ କରିଦେଲେ । ପଚାରିଲେ ରିତେଶ ସହିତ ତୋର ଏତେ ନିବିଡ ସମ୍ପର୍କ କେବେଠୁ ଆରମ୍ଭ ହେଲାଣି । ମାନେ ତୁମେ ଦୁଇଜଣ ନିଶ୍ଚୟ ମେରେଜ୍ କରିବ ?? କିନ୍ତୁ ମୁଁ ଏହା ହେବାକୁ ଦେବିନି।

ଏହି ଘରେ ତୋତେ ମୋ ଦିଅର ସହିତ ବିବାହ ହେବାକୁ ବିଲକୁଲ ଅନୁମତି ଦେବିନି। ସେଠୀ ମୁଁ ବୁଝିପାରିଲି ନାହିଁ ଯେ । ଭାଉଜ ପ୍ରକୃତରେ ମୋ ଉପରେ ରାଗ ନା ତା ଭଉଣୀ ଉପରେ ରାଗ ମୁଁ କନଫ୍ୟୁଜ ଥିଲି ।

ଜିତେନ୍ଦ୍ର: ଆଚ୍ଛା ଗୋଟେ କଥା କହ ? ଏହି ସାତ ବର୍ଷ ର ପ୍ରେମ କାହାଣୀ ଭିତରେ, ଭାଉଜ ତମ ସମ୍ପର୍କ ବିଷୟରେ ଜାଣି ଥିଲେ ନା ନାହିଁ ?

ରିତେଶ: ନା, ତାହା ତାଙ୍କୁ କେବେ ଆଭାସ ହୋଇନି । କାରଣ ଯେତେବେଳେ ସେ ଘରକୁ ଆସେ ସେତେବେଳେ ସେ ମୋତେ ସମସ୍ତଙ୍କ ଆଗରେ ଭାଇ ବୋଲି ସମ୍ମାନ ଦିଏ ଏବଂ ଆମେ ପ୍ରାୟତଃ ବାହାରେ ଦେଖା କରୁ ।

ଜିତେନ୍ଦ୍ର: ତୁ ତ କହୁଥିଲୁ ତୋ ଭାଉଜ ତୋତେ ବହୁତ୍ ସପୋର୍ଟ କରନ୍ତି। ସବୁ କାମରେ ସାହାଯ୍ୟ କରୁଥିଲେ । ଆଉ ତୋର ସାଙ୍ଗ ଭଳି ତୋର ସବୁ କଥା ଶୁଣୁଥିଲେ । ତେବେ ଏମିତି ଭିଲେନ୍ ରୂପ ଦେଖେଇବା ର କାରଣ କଣ?

ରିତେଶ : ସବୁ ଧିରେ ଧିରେ ଜାଣି ପାରିବୁ ? ବାକି ଶୁଣ !

ସେଦିନ ସେହି ଘଟଣା କେବଳ ଭାଉଜ ଜାଣିଥିଲେ । କିନ୍ତୁ ପରେ ତାହା ଏତେ ବଡ ସମସ୍ୟା ର ରୂପ ନେବ ବୋଲି ଆମେ ଦୁହେଁ ବିଶ୍ୱାସ କରି ନଥିଲୁ ।

If the contents are helpful to share them with your friends, Thanking You.

ସମ୍ପର୍କ ର ଚନ୍ଦ୍ରବିନ୍ଦୁ

https://www.bhuyansblog.com/p/blog-page_25.html
ସମ୍ପର୍କ ର ଚନ୍ଦ୍ରବିନ୍ଦୁ

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…1
ସମ୍ପର୍କ ର ଚନ୍ଦ୍ରବିନ୍ଦୁ…2
ସମ୍ପର୍କ ର ଚନ୍ଦ୍ରବିନ୍ଦୁ…3
ସମ୍ପର୍କ ର ଚନ୍ଦ୍ରବିନ୍ଦୁ…4

***ଧନ୍ୟବାଦ***

ସମ୍ପର୍କ ର ଚନ୍ଦ୍ରବିନ୍ଦୁ…1

Odia Love Stories, https://www.bhuyansblog.com/p/blog-page_25.html?m=1
ସମ୍ପର୍କ ର ଚନ୍ଦ୍ରବିନ୍ଦୁ..1

ସକାଳ ୪ ଟା ରେ ଆଲାରମ୍ ବାଜିଲା । ଆଖି ରେ ଆଖିଏ ନିଦ ଥାଇ ମଧ୍ୟ ବାଧ୍ୟ ହୋଇ ଉଠିବାକୁ ପଡ଼ିଲା । କାରଣ ୫ ଟା ରେ ଫାର୍ଷ୍ଟ ଶିଫ୍ଟ ରେ ରିପୋର୍ଟ ଅଛି।  ପୁଣି ଆଖି କୁ ମନ୍ଥି ମନ୍ଥି କାନ୍ଥ ଘଣ୍ଟା କୁ ଦେଖିଲି । ସମୟ ୪.୨୦ । ମନରେ ଝଟକା ଲାଗିଲା । ଆରେ ବାବା ଲେଟ୍ ହୋଇଯିବ ଆଜି । 

ତରବର ହୋଇ ନିତ୍ୟକର୍ମ ସାରି ୟୁନିଫର୍ମ ପିନ୍ଧି ବାଇକ୍ ନେଇ ବାହାରି ଗଲି ଡିଉଟି କୁ । ଠିକ୍ ସମୟ ରେ ରିପୋର୍ଟ କରିଲି ଏବଂ ଡିଉଟି ଆରମ୍ଭ ହେଲା।  

ଠିକ୍ ୧୦.୦୦ ବେଳେ ଆମ ଅଫିସର ଚେକିଂ ଆସିଲେ । କହିଲେ କଣ ହିରୋ ଆଜି ଡିଉଟି ରେ ପୁରା ଆଲର୍ଟ। ଏଠି ହିରୋ କଣ ଉତ୍ତର ଦେବ। କହିଲି,, ନା ସାର୍ କିଛି ନାହିଁ।  ଡିଉଟି ତ କରିବାକୁ ପଡ଼ିବ।  ସାର୍ ଆଲର୍ଟ ଲେଖି ଚାଲିଗଲେ। ଗଲା ବେଳକୁ ସାର୍ ପଛକୁ ବୁଲି କହି ଗଲେ । 

ହାପି ବର୍ଥ ଡେ ଟୁ ୟୁ…

ମୁଁ ଉତ୍ତର ଦେଲି, ଥେଙ୍କ୍ ୟୁ ସାର୍ .. 

ଏବଂ ସେ ଚାଲିଗଲେ।  

ମୁଣ୍ଡରେ ହାତ ଦେଲି, ଧେତ୍… କି ମୁଣ୍ଡ ବେ ମୋର????  

ଆଜି ମୋର ଜନ୍ମ ଦିନ !! ଆଉ ମୋର ମନେ ନାହିଁ।  

ଏତିକି ଭାବି ଡିଉଟି ରେ ବସି ବସି କେତେବେଳେ ୨ ଟା ବାଜି ଗଲା । ସମୟ ଜଣା ପଡ଼ିଲାନି।  

ରୁମ୍ କୁ ଆସି, ଲଞ୍ଚ ଖାଇ ଶୋଇ ଗଲି । ସନ୍ଧ୍ୟା ୫ ଟା ରେ ନିଦ ଭାଙ୍ଗିଲା।  ମୋର ରୁମ୍ ପିଲା ମାନେ, ମୋ ବେଡ଼ ପାଖେ ଆସି ବସିଛନ୍ତି। ଯେମିତି କୃଷ୍ଣ ଠାରୁ ଅନୁମତି ନେଇ ମହାଭାରତ ଯୁଦ୍ଧ କୁ ପ୍ରସ୍ଥାନ କରିବେ। 

 

ସେଥିରୁ ଜଣେ ପ୍ରଶ୍ନ କରିଲା ।

କଣ ବେ ରିତେଶ??? ଆଜି ତୋର ନିଦ ଭାଙ୍ଗିବ ନା ନାହିଁ ???

ଏତିକି କହି ସମସ୍ତେ ଏକା ଥରକେ କହିଲେ,

 ” ହେପି ବାର୍ଥ ଡେ ସାଙ୍ଗ ” କହିଲେ ।

ସେମାନଙ୍କୁ ଥେଙ୍କ୍ ୟୁ କହିଲି । 

ଜିତେନ୍ଦ୍ର ଯିଏ ମୋର ଘନିଷ୍ଠ ସାଙ୍ଗ ଏବଂ ଆମ ଜିଲ୍ଲା ର । ସେ ପଚାରିଲା କଣ ରାତିରେ କିଛି ପାର୍ଟି ହେବ ନା ନାହିଁ ?? 

ସଙ୍ଗେ ସଙ୍ଗେ ଶ୍ରୀକାନ୍ତ କହିଲା । ହେବନି କେମିତି, କେକ୍ ଆସିବ !! ନାଲି ପାଣି ଆସିବ !!! ଗୋଟେ ବଡ ପାର୍ଟି ଟେ ହେବ ନା ??

ଜିତେନ୍ଦ୍ର: କଣ ହିଷ୍ଟ୍ରିଆ ମଉସା ଠୁ ସିଖିଗଲୁ କି??

ସମସ୍ତେ ହସିଲେ…

ଆଉ ସେଦିନ ସଂଧ୍ୟାରେ ଠିକ୍ ସେମିତି ହିଁ ହେଲା।  ଚିକେନ ସାଙ୍ଗରେ ମଦ ର କମ୍ବିନେସନ ଖାସ୍ ଜମିଥିଲା କିନ୍ତୁ ତା ପୂର୍ବରୁ କେକ୍ କଟା ସରିଲା ଏବଂ ସେଇ ପୁରୁଣା କାହାଣୀ । ଆଉ ମୋ ମୁହଁରେ କେକ୍ ବୋଳା ଗଲା।  

ରାତି ପ୍ରାୟ ୧୦ ଟା ବାଜିଲାଣି.. ଚିକେନ ର ଗନ୍ଧ ରେ ପେଟ ରେ ମୂଷା ଦୌଡ଼ିବାକୁ ଲାଗିଲା। ସମସ୍ତେ କହିଲେ, ଖାଇବା ପୂର୍ବରୁ ପିଇବା ପର୍ବ ଟା ଆରମ୍ଭ କରିଲେ ଭଲ ହୁଅନ୍ତା ??

ଠିକ୍ ସେମିତି ହିଁ ହେଲା… ପ୍ରଥମେ ଚାରି ସାଙ୍ଗ ମିଶି ଦୁଇଟି ବୋତଲ ସାରିଲୁ। ତାପରେ ଖାଇବା ଆରମ୍ଭ ହେଲା।  ଖାଉ ଖାଉ ଜିତେନ୍ଦ୍ର ପଚାରିଲା।  

ରିତେଶ, ତୋ ପ୍ରେମ କାହାଣୀ ଶୁଣିବାକୁ ବହୁତ୍ ଇଚ୍ଛା ହେଉଛି ରେ ?? ବହୁତ୍ ଦିନ ହେଲା ପଚାରୁଛି କେବେ କହୁନୁ, ଆଜି କହ?? 

ମୁଁ କହିଲି, 

ନା ରେ ଭାଇ !!

ଇଚ୍ଛା ନାହିଁ !!

ସେ ବନ୍ଧା ପୁସ୍ତକ କୁ ଖୋଲି ପଢ଼ି ଶୁଣେଇବାକୁ କାହିଁକି ବାଧ୍ୟ କରୁଛୁ।  

ଜିତେନ୍ଦ୍ର ପୁଣି ପଚାରିଲା, 

ଆଜି କହ ନା?? 

ଆଜି ଶୁଣିବା କୁ ବହୁତ୍ ସମୟ ଅଛି କାଲି ସମସ୍ତଙ୍କ ନାଇଟ୍ ଡିଉଟି ଅଛି, ସକାଳେ ଆରାମ ରେ ଉଠିବା। 

ମୁଁ କହିଲି, ହଉ ବାଧ୍ୟ କରୁଛୁ ତେବେ କହିବି , କିନ୍ତୁ ପ୍ରଥମେ ସମସ୍ତେ ଖାଇବା ତା ପରେ ମୋ କାହାଣୀ ଆରମ୍ଭ କରିବି । 

ଖାଇବା ସରିଲା ବେଳକୁ ରାତି ୧୧.୩୦ । ଚାରିଜଣ ଯାକ ଗୋଟିଏ ଗୋଟିଏ ଦରି ସାଙ୍ଗରେ ତକିଆ ନେଇ ପହଞ୍ଚିଲୁ ଛାତ ଉପରେ । ଧିର ପବନ କୁ ନିଶା ଅଳ୍ପ ଅଳ୍ପ ଧରୁ ଥାଏ । ଖାଲି ମୋତେ ନୁହେଁ ସମସ୍ତଙ୍କୁ। 

……..

।।।।।

ଦେଖ ଭାଇ ମାନେ ଯୋଉଠି ବୋର୍ ଲାଗିବ ସେଠୁ କାହାଣୀ ରଖିଦେବା..

ଏତିକି କହି ଶୁଣେଇବା ଆରମ୍ଭ କରିଲି । ମୋ ବନ୍ଧା ପୁସ୍ତକ ର ପ୍ରେମ କାହାଣୀ କୁ । 

ସେ ବନ୍ଧା ପୁସ୍ତକ ରେ ପ୍ରଥମ ଚରିତ୍ର ମୁଁ.. ମାନେ ରିତେଶ … 

କଟକ ଟୋକା… ପୂରା ସାଦା ସିଧା, ଟିକେ ଭି ଖୁଣ ନାହିଁ। ଦେଖିବାକୁ ଅଳ୍ପ ହାଣ୍ଡସମ କିନ୍ତୁ ଚଳିବ। 

ଜିତେନ୍ଦ୍ର: ତୋର ପରିଚୟ ଶୁଣି ତୋତେ ୨ଟଙ୍କା ଭିକ ଦେବାକୁ ଇଚ୍ଛା ହେଲାଣି, ଆଗକୁ କହ ବେ ??

ଓକେ ଓକେ…

ସେତେବେଳେ ମୁଁ ଡିପ୍ଲୋମା ଷ୍ଟୁଡେଣ୍ଟ୍ ସହିତ ଲୋକୋ ପାଇଲଟ୍ ପାଇଁ ପ୍ରସ୍ତୁତି ଚାଲିଥାଏ ।  ସେଥିପାଇଁ ପଢା ପଢ଼ି ଜୋର୍ ସୋର୍ ରେ ଚାଲିଥାଏ।  

ମୋର Math ଆଉ Reasoning ଭଲ ହୁଏ।  ଭଲ ହୁଏ ମାନେ ଟପର୍ ନୁହଁ।  ବହୁତ୍ ଥର ପରୀକ୍ଷା ଦେଇ ସାରିଥିଲି କିନ୍ତୁ ଭାଗ୍ୟରେ ନଥାଏ ବୋଧେ ସେଥିପାଇଁ କିଛି ମାର୍କ ରୁ ବାରମ୍ବାର ବିଫଳ ହେଉଥିଲି। ଭାଗ୍ୟରେ ଅଛି । ଏଠି ଆସି ୟୁନିଫର୍ମ ପିନ୍ଧିବାକୁ । ଟ୍ରେନ ଚଳେଇବା କେବଳ ସ୍ଵପ୍ନ ରେ ହିଁ ରହିଗଲା।  

ଜିତେନ୍ଦ୍ର ସିଧା ଲଭ୍ ଷ୍ଟୋରି ଷ୍ଟାର୍ଟ କର !!! ତୋର କଣ ହେଲା, ଆମର କଣ ଯାଏ ଆସେ?? ସିଧା ପଏଣ୍ଟ କୁ ଆସେ। 

ଠିକ୍ ଅଛି ବାବା, ଠିକ୍ ଅଛି !!!

ଆମର ପ୍ରଥମ ଦେଖା ମୋ ଭାଇ ର ବାହାଘର ପ୍ରପୋଜାଲ ସମୟରେ । ସେ ଥିଲା, ମୋ ଭାଇଙ୍କ ସ୍ତ୍ରୀ ଙ୍କ ଭଉଣୀ । 

ଜିତେନ୍ଦ୍ର : ଶାଳୀ ତ??

ରିତେଶ:  ହଁ ଶାଳୀ !! କିନ୍ତୁ ଏ ଶାଳୀ ଶବ୍ଦ ଟା ମୋତେ ଜମା ଭଲ ଲାଗେନା।  ହଉ ଶୁଣ !!

ପ୍ରଥମ ଦେଖା ତ ଏମିତି ସାଧାରଣ ଥିଲା । ତାପରେ ସିଧା ଦେଖା ହେଲା ମ୍ୟାରେଜ୍ ଦିନ। କିଛି କଥା ନାହିଁ । ମୁଁ ମଧ୍ୟ ଦେଖୁଥାଏ, ସେ ମଧ୍ୟ ଦେଖୁଥାଏ।  ସେ ମୋତେ ନୋଟିସ୍ କରୁଥାଏ । ମାତ୍ର ମୁଁ ଏତେ ଭାଉ ଦେଉ ନଥିଲି କାରଣ ମୁଁ ଭାଇଙ୍କ ବାହାଘର କାମ ରେ ବ୍ୟସ୍ତ ଥିଲି । 

ବାହାଘର ତ ସରିଗଲା ହେଲେ ସେଦିନ ର ପ୍ରଥମ ଦେଖା ଅଳ୍ପ ଏବଂ ଅଜବ ଥିଲା । ହଁ ମୁହଁ ଖୋଲି କିଛି କହିନି ସିନା । ତା ପାଇଁ ମୋ ହୃଦୟରେ କିଛି ସ୍ଥାନ ମାଡ଼ି ବସିଥିଲା । 

ଭାଗ୍ୟ ବଶତଃ ସେ ମାଷ୍ଟରି ଚାକିରି ପାଇଁ ପଢ଼ା ପଢ଼ି କରୁଥାଏ କିନ୍ତୁ ସେ ମୋ ଭାଉଜ ଦ୍ଵାରା ଖବର ପାଇଛି ଯେ ମୋତେ Reasoning ଭଲ ଆସେ। ସେଥିପାଇଁ ସେ ଅଳ୍ପ ଇଚ୍ଛା କରିଛି ??

ଜିତେନ୍ଦ୍ର: ଆବେ ସେ ଦେଖିବାକୁ କେମିତି ? ନାମ କଣ ତ କହ?

ରିତେଶ : ଆରେ ହଁ ୟାର, ତାର କଥା କଣ କହିବି ?? ସେ ତ ସରଗର ଚାନ୍ଦ ଟେ  !! ସେ ସମସ୍ତଙ୍କ ଠାରୁ ଅଲଗା ଥିଲା ।  ଗୋରା ଚେହେରା ରେ ଯଦି ହସ ଟିକେ ଆସି ଯାଉଥିଲା ନା ହୃଦୟ ରେ ମୋର ଭୂମିକମ୍ପ ସୃଷ୍ଟି ହୋଇ ଯାଉଥିଲା । 

ଆଉ ନାଁ ଟି ତାର ତନୁଜା। 

ଜିତେନ୍ଦ୍ର: ଏତେ ତାରିଫ୍ !! ତେବେ ମାଲ ଟା ଭଲ ହୋଇଥିବ ?? 

ରିତେଶ : ମାଲ କହିବୁ ନାହିଁ? 

ଜିତେନ୍ଦ୍ର: ସରି ୟାର, ମଜାକ କରିଦେଲି। ହଉ ଭୁଲ ମାଗୁଛି, ରାଗେନି ?? ଆଗକୁ କହ?

ଆଗକୁ କଣ, ସେ ଆମ ଘରେ ରହି ମୋ ପାଖରୁ ଟିଉସନ୍ ପଢ଼ିବା ପାଇଁ ଇଚ୍ଛା କରିଲା।  ମୋତେ ମଧ୍ୟ ଖୁସି।  ମନରେ ତ ଲଡୁ ଫୁଟିବାକୁ ଲାଗିଲା।  ମୁଁ କାହିଁକି ମନା କରିବି ଯେ। 

ଘରେ ଭାଉଜ ପଚାରିଲେ, ରିତେଶ !! ତମର ସମୟ ହେବନା? ତନୁଜା କୁ ଅଳ୍ପ Reasoning ଶିଖେଇ ଦେବ ??

ମୁଁ ଭାଉଜ କୁ କହିଲି, ଯଦି ମୋ ସାଙ୍ଗ ମାନଙ୍କୁ ବୁଝେଇ ପାରୁଛି ତେବେ ତୁମ ଭଉଣୀ ଙ୍କୁ କାହିଁକି ନୁହେଁ ??  ସେ ତ ଆମ ଘର ର ସଦସ୍ୟ ନା??  ତାକୁ କାହିଁକି ସିଖେଇବି ନାହିଁ ?? ନିଶ୍ଚୟ ଶିଖେଇ ଦେବି। 

ସେହି ଦିନଠାରୁ ତନୁଜା ଆମ ଘର ର ଅତିଥି କିନ୍ତୁ ମୋର ସେ ଷ୍ଟୁଡେଣ୍ଟ୍। ସେ ପ୍ରାୟ ୧୦-୧୫ ଦିନ ରହିଲା । ଯେତିକି ହେବ ତାକୁ ମୁଁ ପଢେଇ ଦେଲି । ତାପରେ ସେ ଚାଲିଲା ତାର ନିଜ ଘରକୁ।  

ସେଠୀ ଗଲା ପରେ ମୁଁ ତ ଯେମିତି ପୁରା ପୁରୀ ଏକା ହୋଇଗଲି । ଗୋଟିଏ ଦୁଇ ଦିନ ମନେ ପଡ଼ିଲା କିନ୍ତୁ ପାଠ ପଢାରେ ଧ୍ୟାନ ଦେଲି । ଆଉ ମନେ ପଡ଼ିଲା ନାହିଁ । କିନ୍ତୁ ନିଆଁ ଯେବେ ଲାଗିଛି ମାନେ ତାର ପ୍ରମାଣ ସ୍ୱରୂପ ଅଳ୍ପ ଧୁଆଁଳିଆ ପ୍ରଭାବ ରହିବ।  

ଠିକ୍ ୫ ଦିନ ପରେ ମୁଁ ପଢ଼ିବାକୁ ବସିଥାଏ । ରାତି ପ୍ରାୟ ୧୨ ଟା ପାଖାପାଖି।  ମୋବାଇଲ ଫୋନ ରିଙ୍ଗ ହେଲା । ନମ୍ୱର୍ ଦେଖି ଜାଣି ପାରିଲି ନାହିଁ କିନ୍ତୁ ଯେବେ ସେ ମିଠା ସ୍ୱର ଶୁଣିଲି । ଜାଣି ନ ଜାଣିଲା ଭଳି ପଚାରିଲି ଏବଂ ସେ ପରିଚୟ ଦେଲା ଯେ ମୁଁ ତନୁଜା ବୋଲି କହିଲା । ମୁଁ ପଚାରିଲି ଏତେ ରାତିରେ ଫୋନ୍ କରିବାର ତାର୍ପଯ୍ୟ ଟା ବୁଝି ପାରିଲିନି ??

ତନୁଜା କହିଲା । ଦିଦି ଙ୍କୁ ଫୋନ୍ କରିଲି କିନ୍ତୁ ତାର ଫୋନ୍ ଲାଗିଲା ନାହିଁ ସେଥିପାଇଁ । ତମକୁ ଫୋନ୍ କରି ଦେଲି । ମୁଁ କହିଲି । ଦିଦି ଙ୍କୁ ପୁଣି କଲ୍ କର !! ଲାଗିବ । ଏତିକି କହି ଜାଣି ଶୁଣି ଫୋନ୍ କାଟି ଦେଲି ଏବଂ ସେହି ରାତିରେ  ଆଉ କଲ୍ ଆସିନି । 

୩ ଦିନ ପରେ କଲ୍ ଆସିଲା କିନ୍ତୁ ସେଦିନ କହିଲା ଯେ ତମ ସହିତ ମୋର କଥା ହେବାକୁ ଇଚ୍ଛା ହେଲା ସେଥିପାଇଁ କଲ୍ କରିଦେଲି।  ମୁଁ କହିଲି ହଉ ଭଲ ହେଲା ଏବଂ ଅଳ୍ପ କଥା ରୁ ଆରମ୍ଭ ହେଲା ଆମ ପ୍ରେମ କାହାଣୀ ର ଆରମ୍ଭ। କଥା କେବଳ ପ୍ରେମ ର ନଥିଲା ବେଳେବେଳେ ଫୋନ୍ ରେ ମଧ୍ୟ ଟିଉସନ୍ ଚାଲେ । ଆଉ ଯାହା ପ୍ରଶ୍ନ ଥାଏ ତାକୁ ମଧ୍ୟ ଉତ୍ତର ଦିଆ ଯାଇଥିଲା।

କିଛି ଦିନ ପରେ ଜଣା ପଡ଼ିଲା ସେ ଷ୍ଟୁଡେଣ୍ଟ୍ ହିସାବରେ ଆସି ମୋ ହୃଦୟରେ ଘର କରି ବସିଲାଣି।  ମୁଁ ମଧ୍ୟ ତାକୁ ମୋ ହୃଦୟ ଘର ରେ ଯାଗା ଦେବାକୁ ବାଧ୍ୟ ହେଲି।  କାରଣ ମୁଁ ମଧ୍ୟ ତାକୁ ଭଲ ପାଇ ବସିଥିଲି । 

ସେ ଥରେ ପ୍ରଶ୍ନ ପଚାରିଥିଲା ଯେ ମୋ ପୂର୍ବରୁ ତୁମ ଲାଇଫ ରେ କୋଉ ଝିଅ ଆସିନି କି ?? ଏହି ପ୍ରଶ୍ନରେ ତାକୁ ଉତ୍ତର ଦେଇଥିଲି ଯେ, ଆସିଥିଲେ କିନ୍ତୁ ଅଳ୍ପ ଦିନ ପାଇଁ ସେ ଥିଲା ସୋନି !!

ଦଶମ କ୍ଲାସ୍ ର କଥା କିନ୍ତୁ ସେ ତାର ପଟୁ ମୋତେ ପ୍ରପୋଜ୍ କରି ଥିଲା ଉତ୍ତର ରେ ସେ ନା ଶୁଣିବାକୁ ପାଇଥିଲା କିନ୍ତୁ ସାଙ୍ଗ ଭାବରେ ସେ ମୋ ସହିତ କଥା ବାର୍ତ୍ତା ହେଉଥାଏ କିନ୍ତୁ ଦଶମ କ୍ଲାସ୍ ଶେଷ ସହିତ ସୋନି ମଧ୍ୟ ମୋ ଜୀବନରେ ଆଉ ଆସିବାକୁ ଚେଷ୍ଟା କରିନି ଏବଂ ତା ପରେ ସେ ଅନ୍ୟ କଲେଜ୍ ରେ ଆଉ ମୁଁ ଅନ୍ୟ କଲେଜ୍ ରେ।  

ଜିତେନ୍ଦ୍ର : ତାର କଥା ଛାଡ !!ତନୁଜା କଥା କହ ?

ରିତେଶ: ତନୁଜା କଥା କହିବା ପୂର୍ବରୁ ଆଉ ଗୋଟିଏ ଝିଅ ମଧ୍ୟ ମୋ ଲାଇଫ ରେ ଆସିଥିଲା । ସେ ଥିଲା ସୃତି, କିନ୍ତୁ ସେ ପସନ୍ଦ କରୁଥିଲା କିନ୍ତୁ କେବେ କହି ପାରିଲା ନାହିଁ । +୨ ଶେଷ ଆଉ ତାର ଦେଖା ସାକ୍ଷାତ ମଧ୍ୟ ଶେଷ । ମାନେ ସେ ବି- ଟେକ୍ କରିବାକୁ ଗଲା ଆଉ ମୁଁ ଡିପ୍ଲୋମା। 

ଜିତେନ୍ଦ୍ର: ଏକଥା ତନୁଜା ଜାଣିଛି ।

ହଁ ତାକୁ ସବୁ କହିଛି । ଡିପ୍ଲୋମା ରେ ପ୍ରେମ ଆରମ୍ଭ ହେବା ର କିଛି ଦିନ ପରେ ମୋର କିଛି ସାଙ୍ଗ ଚାକିରି ପାଇବା ପରେ ମୋତେ ବହୁତ୍ କଷ୍ଟ ହେଲା।  ମୋର ପ୍ରେମ ସବୁ ଉଭେଇ ଗଲା ଆଉ ସ୍ଥିର କରିଲି ଯେ ପ୍ରଥମେ ଜବ୍ ତାପରେ ଲଭ୍। 

ପୁଣି ପାଠ ପଢା ଆରମ୍ଭ ହୋଇଗଲା କିନ୍ତୁ ପରୀକ୍ଷା ଦେଇ ଚାଲିଥାଏ । ଡିପ୍ଲୋମା ଲେବେଲ୍ କୌଣସି ପରୀକ୍ଷା ରେ ପାସ୍ ହୋଇ ପାରିଲି ନାହିଁ । ଶେଷରେ ନିରାଶ ହୋଇଗଲି।  ଏପଟେ କଥା ବାର୍ତ୍ତା ଚାଲିଥାଏ କିନ୍ତୁ ଅଳ୍ପ ଅଳ୍ପ।  

୨୦୧୩ ଠାରୁ ଆମ ପ୍ରେମ ସ୍ପିଡ ଧରିଲା।  ଜ୍ୟେଷ୍ଠ ପୂର୍ଣ୍ଣିମା ସମୟ ରେ ସେ ବୁଲିବାକୁ ଇଚ୍ଛା ରଖିଲା । ଭାଉଜ କହିଲେ ଯାଅ ତନୁଜା କୁ ନେଇ ଆସ।  ଇଚ୍ଛା ତ ଥିଲା କିନ୍ତୁ ନିଜ ଆଡୁ କହିଲି ନାହିଁ । ଶେଷରେ ଭାଇ କହିଲେ । ରିତେଶ ଯାଇ ନେଇ ଆସିବ ଏବଂ ଠିକ୍ ସେମିତି ହିଁ ହେଲା। ମୁଁ ତାକୁ ପିକ୍ ଅପ୍ କରି ଆଣିଲି । ସନ୍ଧ୍ୟାରେ ମେଳା ଲାଗିଥାଏ ବୁଲିବାକୁ ବାହାରିଲୁ । ମନରେ ଭୟ ଥାଏ । କିଏ ଦେଖିବ କଣ କହିବ ?? କିନ୍ତୁ  ମୋ ସାଙ୍ଗ ମାନେ ମୋତେ ସପୋର୍ଟ କରି କହିଲେ।  ତୁ ମେଳା ରେ ବୁଲ ? କିଏ କଣ କହିବ ଆମେ ଦେଖିବୁ । ଖାସ୍ କରି ମୋର ଘନିଷ୍ଠ ବନ୍ଧୁ ସୌରଭ।  

ଏହି ମେଳା ବୁଲିବା ପର ଠାରୁ ଆମ ସଂପର୍କ ରେ ନୂଆ ଇନ୍ଦ୍ରଧନୁ ର କିରଣ ର ରଙ୍ଗ ଯୋଡ଼ି ହୋଇ ସବୁଦିନ ପାଇଁ ଆମ ମନ ଆକାଶ ରେ ଆଙ୍କି ହୋଇ ରହିଗଲା।  ସେ ହେଉଛି ପ୍ରେମ ରଙ୍ଗ।  

ତା ପର ଠୁ ପ୍ରେମ ଟା ଯେମିତି ମିଠା ମିଠା ଲାଗିଲା। ତାର ଠିକ୍ ଚାରି ମାସ ପରେ ଲୋକୋ ପାଇଲଟ୍ ର ଏକ୍ସାମ୍ ଦେଲି କିନ୍ତୁ ପୁଣି ବିଫଳ। ତାହା ପୁଣି ୧୦ ରୁ ୧୫ ମାର୍କ କମ୍ ଯୋଗୁ।  ମନ ଭାରୀ ଉଦାସ ଉଦାସ ଲାଗୁଥାଏ କିନ୍ତୁ ତନୁଜା ମୋତେ ପ୍ରେରଣା ଦେଇ ଚାଲିଥାଏ।  ବହୁତ୍ ବୁଝେଇଲା।  ତମେ ନିଶ୍ଚିତ ସଫଳ ହେବ ତମେ ପୁଣି ଥରେ ପରୀକ୍ଷା ଦିଅ । କିନ୍ତୁ ମୋ ମନ ବୁଝିବା ସହିତ ଭଗବାନ ମଧ୍ୟ ମୋ ଡାକ ଶୁଣିଲେ ।


If the contents are helpful to share them with your friends, Thanking You.

Mayank (A ? Love Story)..Last

ମୟଙ୍କ…( ଏକ ପ୍ରଶ୍ନବାଚୀ ପ୍ରେମ କାହାଣୀ ) ଶେଷ ଭାଗ
ସେ ଘଟଣା ପର ଠାରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ମୁଁ ଯେମିତି ପାଗଳ ହୋଇ ଯାଇଥିଲି। କେତେବେଳେ ଖାଉଥିଲି କେତେବେଳେ ଶୋଉଥିଲି, ମୁଁ ନିଜେ ମଧ୍ୟ ଜାଣି ପାରୁ ନଥିଲି। ମୋ ସାଙ୍ଗ ମାନେ ମୋତେ ପ୍ରେମ ପାଗଳ ର ଆଖ୍ୟା ଦେଇ ଦେଲେ କିନ୍ତୁ ଏଠି ମୋର ଦୋଷ ଥିଲା ନା ରୋମି ର ଦୋଷ ଥିଲା ମୁଁ ନିଜେ ଦ୍ଵନ୍ଦ ରେ ପଡ଼ିଲି ? ଆଜିକୁ ତିନି ବର୍ଷ ବିତି ଗଲାଣି ମୋର ପ୍ରେମ ଏକ ପ୍ରଶ୍ନବାଚୀ ହୋଇ ରହି ଯାଇଛି ଯାହାର ଉତ୍ତର ମୁଁ ଆଜି ପର୍ଯ୍ୟନ୍ତ ଖୋଜି ପାଉନି ???
ଏହା ଥିଲା ମୋ ପ୍ରଶ୍ନଵାଚି ପ୍ରେମ କାହାଣୀ । ମୁଁ ତ ଆଉ କେବେ ରୋମି ଆଗକୁ ଯାଇ ପାରିବି ନାହିଁ । ହଁ ତୁ ଯଦି କେବେ ଦେଖା କରିବୁ ତେବେ ମୋର ଛୋଟିଆ ମେସେଜ ତା ପାଖରେ ପହଞ୍ଚେଇ ଦେବୁ ।
ମେସେଜ ଟି ହେଉଛି :
ରୋମି ଲୋ, ଯଦି ମୋ ଖବର ତୋ ପାଖରେ ପହଞ୍ଚି ଯାଉଛି ଏବଂ ମୁଁ କହୁଛି ବୋଲି ମୋ ପାଇଁ ଦୁଃଖ କରିବୁ କି ନାହିଁ ତୋର ଇଛା କିନ୍ତୁ କିଛି ମୋ ମନ ଭିତରେ ସାଇତା ହୋଇ ପଡ଼ି ରହିଛି ତାକୁ କହି ଦେଉଛି, ଏତିକି ଶୁଣି ଦେଇ ଥା !!!
ମଣିଷ ର ସବୁଠୁ ବଡ ଜିନିଷ ହେଉଛି ଇଜ୍ଜତ୍ ! ମୋ ବାପା ର ଇଜ୍ଜତ, ମୋ ଇଜ୍ଜତ କୁ ଭୁଲି ମୁଁ ଶେଷରେ ତୋ ଗୋଡ଼ ଧରିଲି କିନ୍ତୁ ତାହା ମୂଲ୍ୟହୀନ ହୋଇଗଲା । ବହୁ ଚେଷ୍ଟା ରେ ବିଫଳ ହେଲି କିନ୍ତୁ ହାର ମାନି ନଥିଲି କିନ୍ତୁ ଯୋଉ ଦିନ ତୁ ମୋତେ ଚିହ୍ନି ପାରିଲୁ ନାହିଁ। ସେଦିନ ମୁଁ ସତରେ ହାରିଗଲି ଲୋ, ଭାଙ୍ଗି ପଡିଲି, ବହୁତ୍ କଷ୍ଟ ହେଲା । ତୁ ଯଦି ମୋ ହାତ ଧରି ମୋ ସାଙ୍ଗରେ ଆସିବାକୁ ଇଚ୍ଛା ରଖିଥାନ୍ତୁ ତେବେ ତୋର ବାହାଘର ଭାଙ୍ଗିବା ପାଇଁ ମୋତେ ବେଶୀ ସମୟ ଲାଗି ନଥାନ୍ତା କିନ୍ତୁ ତାହା ମୁଁ ଚାହିଁଲି ନାହିଁ ଯଦି ମୋର ଇଜ୍ଜତ ଯାଇଛି ଯାଉ କିନ୍ତୁ ତୋ ଇଜ୍ଜତ ବଜାୟ ରହୁ ବୋଲି ମୁଁ ଚାହିଁଛି । ସବୁ ବେଳେ ତୋର ଖୁସି ଚାହିଁଛି କିନ୍ତୁ ତୁ ମୋର ଖୁସି କୁ ଗୋଟିଏ ଅଲେଖା ପତ୍ର ଭାବେ ଜାଳି ଦେଲୁ ।
ବହୁତ୍ କଷ୍ଟ ହେଲା ଲୋ… ମନେ ମନେ ଭାବିଲି, ଯିଏ ମୋତେ ଭଲ ପାଉଥିଲା ସେ ମୋତେ ବୁଝିଲାନି ?? ତେବେ ସାଙ୍ଗ ଆଉ ସମ୍ପର୍କୀୟ କଣ ବୁଝିବେ? ମୋ ଭଲ ପାଇବା କୁ ?
ଆଜି ମଧ୍ୟ ମନେ ଅଛି… ତୁ କହିଥିଲୁ ନା?? ତମେ ମୋ ଲାଇଫ୍ ରେ ଯେବେଠୁ ଆସିଛ ସତେ ଯେମିତି ଗୋଟିଏ ପରିବର୍ତ୍ତନ ଆସିଛି ମୋ ଜୀବନରେ?? ତାହା କଣ ମିଛ ଥିଲା ?? ସବୁବେଳେ ସାଥୀ ହୋଇ ରହିବାର କଥା ଦେଇଥିଲୁ ନା? ସେ ମନ୍ଦିର ର ଭଗବାନ ସମ୍ମୁଖରେ, ସେ ସବୁ କଣ ଭୁଲିଗଲୁ?
ସେ ଭଗବାନ ଙ୍କୁ ମୋ ବିଷୟରେ ଆଜି ପର୍ଯ୍ୟନ୍ତ କେବେ କିଛି ମାଗିନି ଲୋ, କେବଳ ତୋ ପାଇଁ ଖୁସି ମାଗିଛି । ଏବଂ ମୋ ଗୁହାରି ଭଗବାନ ଶୁଣିଛନ୍ତି ଆଉ ତୋ ଉପରେ ଖୁସି ଅଜାଡ଼ି ଦେଇଛନ୍ତି କିନ୍ତୁ ସେ ଖୁସି ନେଇ ତୁ ଆଉ କାହାର ହୋଇଗଲୁ । ଚାକିରିଆ ପୁଅ ତୋତେ ଦରକାର ଥିଲା ନା? ମୁଁ ମଧ୍ୟ ନିଜକୁ ଉତ୍ତମ ମଣିଷ କରିସାରିଛି କିନ୍ତୁ ଆଉ କିଛି ସମୟ ତୁ ଅପେକ୍ଷା କରି ପାରିଲୁ ନାହିଁ।
ଦୁଃଖ ଲାଗିବନି କେମିତି କହ ?? ମୋ ଭଲ ପାଇବାରେ ଛନ୍ଦ କପଟ ନଥିଲା । କେବଳ ତୋ ଠାରୁ ଭଲ ପାଇବା ର ଇଚ୍ଛା ରଖିଥିଲି । ଜାଣିଛୁ ତୋ ପାଇଁ ଛୋଟ ପିଲା ଭଳି ରାସ୍ତାରେ ଗଡି ଗଡି କେତେ କାନ୍ଦିଛି ? ଖାଲି କାନ୍ଦିନି, କେତେ ଥର ଆତ୍ମହତ୍ୟା ପାଇଁ ମଧ୍ୟ ଚେଷ୍ଟା କରିଛି କିନ୍ତୁ ପୁଣି ପଛକୁ ଫେରି ଯାଉଥିଲି କାରଣ ମୁଁ ମରିବା ପରେ ମୋ ପାଇଁ ତୁ ଦୁଃଖରେ କାନ୍ଦିବୁନି ବୋଲି । ଏକଥା ତ ମନେ ଥିବ ତୋର , ତୁ କହିଥିଲୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସାଥୀ ହୋଇ ରହିଥିବା ??? କିନ୍ତୁ ଅଧା ବାଟରେ ହାତ ଛାଡ଼ି ଚାଲିଗଲୁ କେମିତି ?? ଏ ପ୍ରତିଶ୍ରୁତି ତୋର କଣ ମିଛ ଥିଲା ??? ମୋତେ ଏବେ ତାହା ପ୍ରତିତ ହେଉଛି ଯେ ତୋର ସବୁ ପ୍ରତିଶ୍ରୁତି, ତୋର ସବୁ ଭଲ ପାଇବା ମିଛ ଥିଲା ।
ଏକଥା କୁ ଶୁଣି ତୋତେ ସବୁ ବେକାର ବେକାର ଲାଗିବ କାହିଁକି ନା ତୁ ଏବେ ତୋ ନୂଆ ସ୍ବାମୀ ସାଙ୍ଗରେ ଭିନ୍ନ ଭିନ୍ନ ଯାଗା ବୁଲୁଛୁ ଦୁନିଆର ମଜା ନେଇଛୁ ମୋର ଭଲ ପାଇବା ମନେ ପଡ଼ିବ କେମିତି ??
ମୋର ମେସେଜ ଟି ତୋତେ ବେକାର ଲାଗିପାରେ କିନ୍ତୁ ଏହି ବେକାର ମେସେଜ ଭିତରେ କେତେ ଦୁଃଖ ଭରି ହୋଇ ରହିଛି ତାହା କେବଳ ମୁଁ ଏବଂ ମୋ ସାଙ୍ଗ ମାନେ ମୁକ ସାକ୍ଷୀ । କେମିତି ତୁ ସବୁ କିଛି ଭୂଲିଗଲୁ ତାହା ମୋ ଜୀବନର ଗୋଟିଏ ପ୍ରଶ୍ନ ହୋଇ ରହିଗଲା ।
ଆଜି ଏହି କାହାଣୀ ମୋ ସାଙ୍ଗକୁ ଶୁଣେଇବା ସମୟରେ କେତେ ଯେ ଲୁହ ବାହାରି ସାରିଛି ତାହା କେବଳ ମୋ ଓଠ ଅନୁଭବ କରିଛି ଏବଂ ମୋ ସାଙ୍ଗ ନିଜ ଆଖିରେ ଦେଖିଛି । ତୁ ମୋ ଭଲ ପାଇବା କୁ ଗୋଡ଼ରେ ଆଡେଇ ଖୁସିରେ ଗୋଟିଏ ଚାକିରିଆ ପୁଅ ସହିତ ବିବାହ କରି ଖୁସିରେ ଥିବୁ ବୋଲି ମୋର ଆଶା ଏବଂ ତୋ ଖୁସି ପାଇଁ ମୁଁ ଭଗବାନ ଙ୍କୁ ଏବେ ମଧ୍ୟ ଡାକୁଛି । ଯେ ତୁ ଯୋଉଠି ରହ ଖୁସିରେ ରହ କିନ୍ତୁ ତୋ ସହିତ ଏମିତି କେବେ ନ ହେଉ, କି ମୋ ଭଲ ପାଇବା କୁ ମନେ ପକେଇ ତୁ କେବେ ଲୁହ ଗଡେଇବୁ !! କାରଣ ସେ କଷ୍ଟ ଟା ମୁଁ ଅନୁଭବ କରିଛି ।
ମୁଁ ଠିକ୍ ଜାଣିଛି ତୁ ସେମିତି କେବେ କରିବୁ ନାହିଁ ଏବଂ ମୁଁ ଏକଥା ମଧ୍ୟ ଜାଣିଛି ମୋର ସବୁ ଚିହ୍ନ ଲିଭେଇ ସାରିଥିବୁ । ମୋ ଭଲ ପାଇବା କୁ ଆହୁତି ଦେଇ ନିଜେ ପବିତ୍ର ହୋଇ ସାରିଥିବୁ ସତ !! କିନ୍ତୁ ସେ ଛାତି ଫଟା କ୍ରନ୍ଦନ ର ଦୁଃଖ ଆଜି ମଧ୍ୟ ମୋତେ ବହୁତ୍ କଷ୍ଟ ଦେଉଛି । ତୋତେ କିଛି ପ୍ରଭାବ ପଡୁ ନଥିବ କିନ୍ତୁ ମୋତେ ଆଜି ମଧ୍ୟ ପ୍ରଭାବ ପଡୁଛି ।
ସତ କହିବୁ?? ମୋ କଥା ତୋତେ କେବେ ମନେ ପଡୁନି ??? ମୋବାଇଲ୍ ରୁ ସିନା ମୋର ମେସେଜ ଫୋଟୋ ଭିଡିଓ ଡିଲିଟ୍ କରି ଦେଇଥିବୁ!! କଣ ମୋ ଭଲ ପାଇବା ଅନୁଭବ ଗୁଡ଼ିକ ମଧ୍ୟ ଡିଲିଟ୍ କରି ଦେଇଛୁ ?? ଆଜି ଏହି ମେସେଜ କେବଳ ତୋ ପାଇଁ କହୁନି। କହୁଛି ସେମାନଙ୍କ ପାଇଁ ଯେଉଁମାନେ ନିଜ ପ୍ରେମିକା କୁ ଅନ୍ଧ ଭଳି ଭଲ ପାଆନ୍ତି ଏବଂ ଶେଷ ମୁହୂର୍ତ୍ତରେ ସେମାନଙ୍କ ପ୍ରେମିକା ତାଙ୍କୁ ଚିହ୍ନି ପାରନ୍ତି ନାହିଁ ।
ମୁଁ ତୋ ପାଇଁ ଏକ ଅଳିଆ ସଦୃଶ୍ୟ ହୋଇଥାଇ ପାରେ । କାରଣ ଯେତେବେଳେ ମୋ ପାଇଁ କିଛି ଜିନିଷ ଆସୁଥିଲା ସବୁ ବ୍ୟବହୃତ ସାମାନ ଆସୁଥିଲା । ଆଜି ମଧ୍ୟ ତୋର ସେ ଗୋଲାପ ଫୁଲ ଟି ମୋ ପାଖରେ ସାଇତା ହୋଇ ପଡ଼ିଛି । ଆଉ ତୁ ସେ ଗୋଲାପ ଫୁଲ ଟିକୁ କୋଉଠୁ ଆଣିଥିଲୁ ତାହା ମଧ୍ୟ ମୋର ଠିକ୍ ମନେ ଅଛି । ମୋତେ ବୁଝିଲୁନି ସତ!!! ମାତ୍ର ମୋ ପ୍ରେମ ମିଛ ନଥିଲା ଲୋ.. ଏବଂ ତାହା କେବେ ମଧ୍ୟ ଲିଭିବ ନାହିଁ। ସବୁବେଳେ ଇତିହାସ ହୋଇ ରହିଯିବ । ଏବେ ତ କେମିତି ବଞ୍ଚିଛି ତାହା ମୁଁ ହିଁ ଜାଣେ!! ଯଦି କେବେ ପୁଣି ମୋ ଜୀବନକୁ ଆସିବାକୁ ଚେଷ୍ଟା କରିବୁ ତେବେ ନା ମୋତେ ପାଇବୁ, ନା ମୋ ଭଲ ପାଇବା କୁ ପାଇବୁ? ରହି ଯାଇଥିବ କେବଳ ଆମ ଭଲ ପାଇବାର ସ୍ମୃତି ଗୁଡ଼ିକ । ଯାହା ସମସ୍ତ ପ୍ରେମୀ ଯୁଗଳ ଙ୍କ ପାଇଁ ଗୋଟିଏ ଶେଷ ଅଧ୍ୟାୟ ହୋଇ ସଦା ସର୍ବଦା ଉଜ୍ଜଳ ମୟ ପୂର୍ବ ଆକାଶରେ ତାରା ହୋଇ ଚମକୁ ଥିବ ।
ତୋର ମୟଙ୍କ…………
ମୟଙ୍କ: ବାସ୍ ଏତିକି ରେ ଆଉ କହିବାକୁ ଧର୍ଯ୍ୟ ନାହିଁ ।
ରାହୁଲ: କାନ୍ଦ ବନ୍ଦ କର !! କଣ ଛୋଟ ପିଲା ଭଳି ଲୁହ ଗଡ଼େଇ ଚାଲିଛୁ ??
ମୟଙ୍କ: ହଉ ଭାଇ ମୁଁ ଏବେ ଆସୁଛି ସଂଧ୍ୟା ହେଲାଣି !!
ରାହୁଲ: ହଉ ଠିକ୍ ଅଛି ମନ ଦୁଃଖ କରେ ନାହିଁ । ତୁ ଯା ଆମେ ପରେ ମୋବାଇଲ ରେ କଥା ହେବା ।
ମୟଙ୍କ : ବାକି ବହୁତ୍ କଥା ରହି ଗଲାରେ ମୋବାଇଲ୍ ରେ କଥା ହେଲେ ବାକି କହିବି,,, ଠିକ୍ ଅଛି ବାଏ!! ଆସୁଛି !!
ନୀଳମାଧବ ଭୂୟାଁ (ଲେଖକ)
ସତ୍ୟନୁମା ଅତୀତ ସମୟରୁ ବର୍ଣ୍ଣିତ କାହାଣୀ ଟିଏ…
ଏହି କାହାଣୀ ପଢ଼ିବା ପରେ କମେଣ୍ଟ୍ କରିବାକୁ ଭୁଲିବେ ନାହିଁ ତଥା ସେୟାର କରିବାକୁ ଭୁଲିବେ ନାହିଁ ।
ଏହି କାହାଣୀ ଭଳି ଆପଣଙ୍କ ପାଖରେ ଯଦି କିଛି କାହାଣୀ ଅଛି ଏବଂ ତାକୁ ବ୍ଲଗ୍ ପୃଷ୍ଠାରେ ସ୍ଥାନ ଦେବାକୁ ଚାହୁଁଛନ୍ତି ତେବେ ମୋ ଇମେଲ ରେ ପଠେଇବାକୁ ଭୁଲିବେ ନାହିଁ ।
ଇମେଲ : nbcisf@gmail.com

By. Bhuyansblog Team.

Mayank (A ? Love Story)..7

Mayank ୭
Mayank୭
ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-7
ମୋ ଭାଇ ଏକଥା ଶୁଣି ମୋତେ ସପୋର୍ଟ କରି କହିଲା ଯେ ତୁ ଚିନ୍ତା କର ନାହିଁ। ସେ ଝିଅ ଯଦି ରାଜି ଅଛି ତେବେ ସବୁ ହେବ ଏବଂ ତୁ ସମୟ ସୁଯୋଗ ଦେଖି ତାକୁ ନେଇ ଚାଲିଯାଆ କିନ୍ତୁ ତାହା ମଧ୍ୟ ମୋ ପାଇଁ ଅସମ୍ଭବ ହେଲା ।
ପୁଣି କିଛି ଦିନ ପରେ ଆଉ ଏକ ପ୍ରସ୍ତାବ ଆସି ପହଁଚିଲା ତା ଘରେ । ସେଦିନ ରୋମି ମୋତେ କଲ୍ କରି କହିଲା। ଯେ ଅନ୍ୟ ଏକ ପ୍ରସ୍ତାବ ଆମ ଘରକୁ ଆସିଛି ଏବଂ ଏହି ପ୍ରସ୍ତାବ ରେ ଘରେ ରାଜି ଅଛନ୍ତି କିନ୍ତୁ ମୁଁ ସେ ପୁଅ କୁ ବାହା ହେବିନି ବୋଲି ସେ ମୋତେ କହୁଥାଏ ଏବଂ ଚାଲ ଆମେ ଯଥା ଶୀଘ୍ର ଘରୁ ଲୁଚି ପଳେଇବା । ଏହି କଥାବାର୍ତ୍ତା ର ଅନ୍ତରାଳ ଭିତରେ ଦୁହେଁ ବହୁତ୍ କାନ୍ଦିଛୁ। ଏତିକି ବେଳେ ତାଙ୍କ ଘର ଲୋକ କେହି ଆସିବା ପରେ ସେ ଫୋନ୍ କାଟି ଦେଲା ଏବଂ କହି ରଖିଲା ଯେ ଯେତେ ଯାହା ହେଇଯାଉ ମୁଁ କେବଳ ତମର ହିଁ ହେବି ।
ଠିକ୍ ପାଞ୍ଚ ଦିନ ପରେ ସେ ଯେତେବେଳେ କଲେଜ୍ ଆସିଲା, ସେ ମୋ ସହିତ ଠିକ୍ ରେ କଥା ହେଲା ନାହିଁ । ଯେମିତି ମୁଁ ଜଣେ ଅଜଣା ପୁରୁଷ। ମୋ ଠାରୁ ଦୂରେଇ ଦୂରେଇ ରହିବାକୁ ଚେଷ୍ଟା କରିଲା । ମୋତେ ଅନୁଭବ ହେଲା ଯେ ସେ ପୁରା ବଦଳି ଯାଇଛି। ସେ ମୋତେ କହିଲା ମୋ ଠାରୁ ଅଳ୍ପ ଦୂରରେ ରୁହ କାଳେ କେହି ଦେଖିବେ କାରଣ ଏଠି ସମସ୍ତେ ଆମ ଶତ୍ରୁ । ଆଉ ଗୋଟିଏ କଥା କହିଲା ଯେ ମୋ ଘରେ ମୋତେ ଗୋଟିଏ ଡେଉଁରିଆ ପିନ୍ଧେଇବାକୁ ଦେଇଛନ୍ତି କିନ୍ତୁ ମୁଁ ପିନ୍ଧିବି ନାହିଁ । ଏତିକି କଥା ହେବା ସମୟରେ ତାର ବାପା ଆସି ପହଂଚି ଗଲେ । ଆମେ ଅଧିକା କଥା ହୋଇ ପାରିଲୁ ନାହିଁ । ଘରେ ପହଞ୍ଚିଲା ପରେ ସେ ମୋ ସହିତ କଥା ହେଲା ନାହିଁ। ଏମିତି ଦୁଇ ଦିନ ବିତିଗଲା। ମୁଁ ତାର ଭଉଣୀ କୁ ଅନୁରୋଧ କରିଲି ଯେ, ତୁମ ଭଉଣୀ କୁ ତୁମେ ଟିକେ ବୁଝେଇ ବାକୁ ଚେଷ୍ଟା କର । ସେ ମୋତେ ଦେଖି ନ ଦେଖିଲା ଭଳି ଅଭିନୟ କରୁଛି ନା ତା ସହିତ ଆଉ କିଛି ହୋଇଛି ??
କଲେଜ୍ ଘଟଣା ର ୬ ଦିନ ପରେ ମୋ ସହିତ ଗୋଟିଏ ବାଇକ୍ ଦୁର୍ଘଟଣା ହେଲା। ଯାହା ଫଳରେ ମୁଁ ପ୍ରାୟ 25 ଦିନ ପର୍ଯ୍ୟନ୍ତ ଘରେ ପଡ଼ି ରହିଲି । ନା କୁଆଡେ ଯାଇ ପାରୁଥାଏ ନା କିଛି ଖବର ପାଇ ପାରୁଥାଏ । ମୁଁ କଲ୍ ଉପରେ କଲ୍ କରି ଚାଲିଥାଏ। ମୋତେ ଏମିତି ଅନୁଭବ ହେଉଥିଲା ଯେ ସେ ଦୁର୍ଘଟଣା ମୋ ସହିତ ଜାଣି ଶୁଣି କରା ଯାଇଛି କାରଣ ଏହି ଅନ୍ତରାଳ ସମୟ ଭିତରେ ତାର ବାହାଘର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ମୁଁ ଅର୍ଦ୍ଧ ସୁସ୍ଥ ଅବସ୍ଥାରେ ତାଙ୍କ ଘରେ ଯାଇ ପହଞ୍ଚିଲି । ସେଠୀ ମୋ ସହିତ ମଧ୍ୟ ଦୁ-ବ୍ୟବହାର ହେଲା। ଚାପୁଡା ମାରି ମୋତେ ବିଦାୟ କରାଗଲା । ସେ ସେଠୀ ଥାଇ ସବୁ ଦେଖୁ ଥାଏ ମାତ୍ର ଚୁପ୍ ଥାଏ । ଲାଗୁଥିଲା ଯେମିତି ଜିଅନ୍ତା ମୂର୍ତ୍ତି । ତାର ଏମିତି ବ୍ଯବହାର ଦେଖି ମୁଁ ଆଶ୍ଚର୍ଯ୍ୟ !!!
ଦିନେ ସେ କହୁଥିଲା ମୁଁ ତମ ବିନା ବଞ୍ଚି ପାରିବି ନାହିଁ ଆଉ ସେଦିନ ତା ଆଗରେ ମୁଁ ମାଡ ଖାଉଥିଲି ତାକୁ କିଛି ପ୍ରଭାବ ପଡୁ ନଥିଲା । ତା ପର ଦିନ କଲେଜ୍ ଆସିଲି । କଲେଜ ରେ ତାକୁ ବହୁତ୍ ଅନୁରୋଧ କରିଲି କିନ୍ତୁ ସେ ମଧ୍ୟ ମୋତେ ନ ଚିହ୍ନିଲା ଭଳି ବ୍ୟବହାର କରିବାରେ ଲାଗିଲା । ଏମିତି ଲାଗୁଥିଲା ସେ ଯେମିତି କୋଉ ଗୁଣି ଗାରେଡ଼ି ର ଶିକାର ହୋଇ ମୋତେ ଚିହ୍ନି ପାରୁନି । ମୋର ଦୁର୍ଘଟଣା କଥା ସେ ଜାଣି ମଧ୍ୟ ମୋ ଦେହ କେମିତି ଅଛି ବୋଲି ସେ ଥରୁଟିଏ ମଧ୍ୟ ମୋତେ ପଚାରିଲା ନାହିଁ ।
ଏମିତି ଦିନ ଥିଲା ଯଦି ଖାଇବା ବିଳମ୍ବ ହୋଇଯାଏ ତେବେ ସେ ମୋ ଉପରେ ରାଗି କଥା ହୁଏନି ଏବଂ ଦେହ ଖରାପ ହୋଇଯିବ ବୋଲି କହି ଖାଇବା ପାଇଁ ବାଧ୍ୟ କରି ଥିଲା କିନ୍ତୁ ଆଜି ସେ ମୋର ଅଵସ୍ଥା ଦେଖି ତା ମନରେ ଟିକେ ମାତ୍ର ଦୁଃଖ ନାହିଁ। କଣ ହୋଇଗଲା ମୋ ରୋମି କୁ ?
ସେଦିନ କଲେଜ୍ ରେ ତାକୁ ବୁଝେଇ ବୁଝେଇ ଶେଷରେ ତାର ଗୋଡ଼ ଧରିଲି କିନ୍ତୁ ସେ ମୋ ଗୋଡ଼ ଧରିବା ପରେ ତାକୁ କିଛି ପ୍ରଭାବ ପଡ଼ିଲା ନାହିଁ । ଦିନେ କହିଥିଲା ଯେ ତୁମେ ହେଉଛ ମୋ ସ୍ବାମୀ, ତମେ ଯଦି ମୋ ଗୋଡ଼ ଧରିବ, ତେବେ ମୋତେ ପାପ ଲାଗିବ । କୁଆଡେ ଗଲା ସେ ପାପ କହିବା କଣ୍ଠ ?? ସତରେ ମୋ ରୋମି ଆଜି ବଦଳି ଗଲା । ମୋ ସାଙ୍ଗ ମାନେ ମୋତେ ବୁଝେଇ କହୁଥାନ୍ତି ଆରେ ସେ ଯଦି ତୋ ପ୍ରେମ କୁ ବୁଝୁନି ତେବେ ତୁ ତାର ଗୋଡ଼ ଧରିଲେ ସେ କଣ ବୁଝି ଯିବ କି ? ଏବଂ ମୋ ସାଙ୍ଗ ମାନଙ୍କ କଥା ସତ୍ୟ ଥିଲା । ମୁଁ ଗୋଡ଼ ଧରିବା ପରେ ମଧ୍ୟ ସେ ମୋ ଅନ୍ଧ ଭଳି ଭଲ ପାଇବା କୁ ବୁଝି ନ ପାରି ମୋତେ ଦୂରେଇ ଯାଅ ବୋଲି କହିଲା ।
ମୁଁ ଜାଣିପାରିଲି ନାହିଁ ଯେ ରୋମି ଏତେ ଶିଘ୍ର କାହିଁକି ବଦଳି ଗଲା। ଆଉ ବଦଳିବାର କାରଣ କଣ? ଆଜି ମଧ୍ୟ ସେ ପ୍ରଶ୍ନ ର ଉତ୍ତର ମୁଁ ପାଇ ପାରୁନି । ବହୁତ୍ ଚେଷ୍ଟା କରିଲି । ତା ସାଙ୍ଗ ମାନଙ୍କ ଠାରୁ ତା ଭଉଣୀ ମାନଙ୍କ ଠାରୁ କିନ୍ତୁ ସମସ୍ତଙ୍କ ପାଖରେ ମୋ ପ୍ରଶ୍ନ ର ଉତ୍ତର ନଥିଲା । ହଁ ମୁଁ ଚାକିରିଆ ନଥିଲି ଏବଂ ପାଠ ପଢ଼ୁଥିଲି କିନ୍ତୁ ସମୟ ଥିଲା ମୋ ପାଖରେ!! ମୁଁ ଚାକିରି ପାଇଁ ଚେଷ୍ଟା କରିଥାନ୍ତି କିନ୍ତୁ ରୋମି ମୋତେ ସେ ସୁଯୋଗ ଦେଲା ନାହିଁ । ତାର ଏମିତି ହଠାତ୍ ବଦଳିବା କଥା ଦେଖି ମୁଁ ବାଟବଣା ହୋଇଗଲି ।
ଏମିତି ସମୟ ଥିଲା ତାର ସବୁ ଭୁଲ କୁ ମୁଁ କ୍ଷମା ଦେଉଥିଲି । କେବଳ ଭଲ ପାଇବା ଟିକେ ପାଇବା ପାଇଁ । ସେ ଧାରଣା ମୋର ଭୁଲ ଥିଲା । ସେ ସମୟରେ ମୁଁ କୁକୁର ଭଳି ତା ପଛରେ ପଡ଼ି ଥିଲି କିନ୍ତୁ ସେ ମୋ ଭଲ ପାଇବା ର ମୂଲ୍ୟ କୁ ବୁଝି ପାରିଲା ନାହିଁ । ସମ୍ପର୍କ କୁ ଗଢ଼ିବା ପାଇଁ ଆମକୁ ବହୁତ୍ ସମୟ ଲାଗିଥିଲା କିନ୍ତୁ ସେ ତାକୁ କାଚ ଭଳି କ୍ଷଣକେ ମଧ୍ୟରେ ଭାଙ୍ଗି ଦେଲା।
ବହୁତ୍ କାନ୍ଦିଲି, ଏମିତି କେତେ ଦିନ ଭୋକରେ ଶୋଇଛି । ଘର ଲୋକେ ମୋ ପାଇଁ ଚିନ୍ତା କରୁଥାନ୍ତି କିନ୍ତୁ ମୁଁ ଅଜ୍ଞାତ ଭଳି କେତେବେଳେ ଜଙ୍ଗଲ ରାସ୍ତାରେ ତ କେତେବେଳେ କେଉଁଠି !!! ଏକା ଏକା ରହିବାକୁ ପସନ୍ଦ କରିଲି । ତା କଥା ଭାବି ଭାବି କେତେ ଯେ କାନ୍ଦିଛି ତାହାର ହିସାବ ନାହିଁ। ମୁଁ କେବଳ ତା ଚିନ୍ତା କରୁଥିଲି । ମୁଁ କେତେ କାନ୍ଦିଲେ, କେତେ ମୁଣ୍ଡ ପିଟିଲେ ମଧ୍ୟ ସେ ମୋ ପାଖକୁ ଫେରିଲା ନାହିଁ । ଶେଷରେ ସେ ଗୋଟିଏ ଚାକିରିଆ ପୁଅ ଦେଖି ବାହା ହେଲା । ତାର ବାହାଘର ଦିନ ମଧ୍ୟ ମୁଁ ବିନା ନିମନ୍ତ୍ରଣ ରେ ଯାଇଥିଲି କେବଳ ଏହା ଦେଖିବା ପାଇଁ କି ତା ଓଠରେ ମୋ ପାଇଁ ଅଳ୍ପ ଦୁଃଖ ଅଛି ନା ନାହିଁ ??? କିନ୍ତୁ ତାହା ସବୁ ମିଛ ଥିଲା । ସେଦିନ ସେ ଖୁସିରେ ବିବାହ କରୁଥିଲା । ମୋତେ ଅନୁଭବ ହେଲା ଯେ ମୋ ପାଇଁ ତା ମନରେ ଟିକେ ମଧ୍ୟ ଦୁଃଖ ନାହିଁ । ନିଜକୁ ବହୁତ୍ ଘୃଣା ଲାଗିଲା । ସେ ଦୃଶ୍ୟ ଦେଖି ଆଉ ରହି ପାରିଲି ନାହିଁ। ସେଠୁ ଫେରି ଆସିଲି ଏବଂ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଲି କିନ୍ତୁ ସେଥିରେ ଅସଫଳ ହେଲି ଠିକ୍ ସମୟରେ ମୋ ସାଙ୍ଗ ମାନେ ମୋ ପାଖେ ପହଞ୍ଚି ମୋତେ ବଞ୍ଚେଇ ଦେଲେ ।
ଗୋଟି ଗୋଟି କରି ମନେ ପଡ଼ି ଯାଉଥାଏ ଆମ ଦେଖା କରିବା ସ୍ମୃତି ଗୁଡ଼ିକ । କଣ ଅବା କରିବି !! ବିଶ୍ୱାସ କରିଥିଲି ତାକୁ । କେବଳ ତା ପାଇଁ ମୁଁ ବହି ଧରି କେବେ ପାଠ ପଢିବାକୁ ବସିନି । କେବଳ ତାରି ଚିନ୍ତାରେ ସମୟ ବିତୁ ଥିଲା । ସେ କଲେଜ୍ ରାସ୍ତା, ମନ୍ଦିର, ମାର୍କେଟ ଛକ, ସେ ମିଠା ଦୋକାନ ଆଉ ତୋ ସାଙ୍ଗ ଘରକୁ ଆଜି ଦେଖିଲେ କେବଳ ମୋ ରୋମି ର ସ୍ମୃତି ସେଠୀ ଅଙ୍କା ହୋଇ ରହିଯାଇଛି। ଯେବେ ସେ ସ୍ଥାନ ଗୁଡିକ ରେ ପହଞ୍ଚେ ମୋତେ କେବଳ ମୋ ରୋମି ର କଥା ମନେ ପଡେ । ଆମ ସଂପର୍କ ଭାଙ୍ଗିବା ପଛରେ ତୃତୀୟ ଲୋକ ର ହାତ ଥିଲା କିନ୍ତୁ ମୋତେ ତ ରୋମି ବୁଝିବା ଦରକାର ଥିଲା ନା ???? ମୋ ଭଲ ପାଇବା କୁ ପୂର୍ଣ୍ଣଛେଦ ଦେବା ପୂର୍ବରୁ ୧୦ ଥର ଭାବିବାର ଥିଲା ¿¿¿??? ଅନ୍ୟ ର କଥାରେ ଆମେ ସମ୍ପର୍କ ଆରମ୍ଭ କରି ନଥିଲେ ତେବେ ଅନ୍ୟ ର କଥା ରେ ଆମେ ସମ୍ପର୍କ ଭାଙ୍ଗିବା କୋଉ ଦୃଷ୍ଟି କୋଣରୁ ଠିକ୍ ଥିଲା।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

If the contents helpful so share to your friends, Thanking You.

Mayank (A ? Love Story)..6

ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-6
ଦିନେ ସନ୍ଧ୍ୟାରେ ଆମର ମାର୍କେଟ ରେ ଦେଖା ହୁଏ । କିଛି ସମୟ କଥା ପରେ ତାକୁ ମୁଁ ଫେରି ଯିବାକୁ କହିଲି କାରଣ ରାତି ହେବାକୁ ଆସୁଥିଲା। ସେ ନିଜ ଗାଁ କୁ ଫେରି ଯିବାକୁ ବାହାରିଲା କିନ୍ତୁ ମୋତେ ଲାଗିଲା ସେ ନିଜ ଗାଁ କୁ ନଯାଇ ନିଜ ସାଙ୍ଗ ଘରକୁ ଗଲା ଭଳି ଲାଗିଲା । ଯେଉଁଠି ତାର ପୂର୍ବରୁ ଅପମାନ ହୋଇଥିଲା। ମୁଁ ପୂର୍ବରୁ ତାକୁ ମନା କରିଥିଲି ଯେ ଯେଉଁଠି ତୁମକୁ ଇଜ୍ଜତ ମିଳୁନି ସେଠୀ ଯାଇ କିଛି ଲାଭ ନାହିଁ କିନ୍ତୁ ମୋର ଭାବନା ସତ ଥିଲା ସେ ତା ସାଙ୍ଗ ଘରକୁ ଗଲା। ମୁଁ ଅଳ୍ପ ପଛକୁ ଫେରି ତା ଠାରୁ ଦୁରେଇ ଦୂରେଇ ରହି ତାକୁ ପିଛା କରୁଥାଏ । ସେ ପହଞ୍ଚିଲା ତା ସାଙ୍ଗ ଘରେ । ମୋର ରାଗ ବଢିଲା । ମୁଁ ତାକୁ କଲ୍ କରି ପଚାରିଲି ଯେ ତମେ କୋଉଠି ଅଛ ? ସେ ମୋତେ ମିଛ କହିଲା ଯେ ମୁଁ ଘରେ ପହଞ୍ଚି ଗଲିଣି । ଏତିକି ଶୁଣି ମୋର ରାଗ ପଞ୍ଚମ । ମୁଁ କହିଲି ତମେ ଯଥା ଶୀଘ୍ର ତମ ସାଙ୍ଗ ଘର ଆଗରେ ମୋତେ ଦେଖା କର । ସେ କହିଲା ନା ମୁଁ ଏବେ ଆସି ପାରିବି ନାହିଁ। ମୁଁ କହିଲି ମୁଁ ଦେଖିଛି ତମେ ତମ ସାଙ୍ଗ ଘରେ ଅଛ ?? ସେ ଉପାୟ ଶୂନ୍ୟ ହୋଇ କହିଲା ହଁ ଆଜି ମୁଁ ଏଠି ରହିଯିବି ଏବଂ ପୁଣି ଭୁଲ ପାଇଁ ସେ କ୍ଷମା ମାଗିଲା । ମୁଁ ଫୋନ୍ କଟ୍ କରିଦେଲି। ରାଗରେ ସେଠୁ ଫେରି ଆସିଲି । ମୁଁ ସେଦିନ ତା ସହିତ ପ୍ରଥମ ଥର ପାଇଁ ଏତେ ଲମ୍ବା ସମୟ ମାନେ ୧୨ଘଣ୍ଟା ରୁ ଅଧିକ ସମୟ ପର୍ଯ୍ୟନ୍ତ କଥା ହୋଇ ନଥିଲି । ସେ ବାରମ୍ବାର କଲ୍ ଆଉ ମେସେଜ କରି ଚାଲିଥାଏ କିନ୍ତୁ ମୁଁ ତାର କୌଣସି କଲ୍ କିମ୍ୱା ମେସେଜ କୁ ରିପ୍ଲାଇ ଦେଉ ନ ଥାଏ ।
ରାତି ସାରା କାନ୍ଥରେ ମୁଣ୍ଡ ପିଟି ବହୁତ୍ କାନ୍ଦିଲି । ମୋର ଅନ୍ଧ ଭଳି ଭଲ ପାଇବା ତା ପାଇଁ ମଜା ସ୍ବରୂପ ଥିଲା । ସକାଳ ହେଲା ପରେ ତାର କଲ୍ ର ରିପ୍ଲାଇ ଦେଲି । ସେ ଘଟଣା ପର ଠାରୁ ମୁଁ ଯେମିତି ଭାଙ୍ଗି ପଡ଼ିଲି । ତାକୁ ଇଗ୍ନୋର କରିବାକୁ ଚେଷ୍ଟା କରିଲି । ମାତ୍ର ତାକୁ କିଛି ମଧ୍ୟ ପ୍ରଭାବ ପଡୁ ନଥାଏ । ସେ ନିଜ ଭୁଲ ବୁଝି ପାରିଲା ଏବଂ ମୋତେ ନେହୁରା ହୋଇ କହିଲା ଯେ ତମ ବିନା ମୁଁ ବଞ୍ଚି ପାରିବିନି ପ୍ଲିଜ୍ ମୋ ଠାରୁ ଦୂରେଇ ଯାଅ ନାହିଁ ବହୁତ୍ କଷ୍ଟ ହେଉଛି । ତାର ଭୁଲ କୁ କ୍ଷମା ତ କରିଲି କିନ୍ତୁ ଆଗ ଭଳି ଆଉ ଭଲ ପାଇବା ରହିଲା ନାହିଁ । ତାର ଭାଇ ର ବାହାଘର ଆସିଲା ସେ ମୋତେ ପଚାରିଲା କଣ ପିନ୍ଧିବି ? ମୁଁ ତାକୁ କହିଥିଲି ବେଶୀ ଓଭର୍ ଷ୍ଟାଇଲ ଡ୍ରେସ୍ ପିନ୍ଧିବ ନାହିଁ ଯେଉଁଥିରେ ଦେହ ଦେଖା ଯାଉଥିବ । ସେ ସେମିତି କରିଲା । କଥା ବାର୍ତ୍ତା ପୁଣି ଚାଲୁ ରହିଲା । ମୋର ଭଲ ପାଇବା ପୁଣି ପୁର୍ବ ଭଳି ହେବାକୁ ଲାଗିଲା। ପଥର ହୃଦୟ ହେଲେ କଣ ହେବ । ତାର ଦୁଃଖ ଆଉ ଲୁହ ଆଗରେ ମୋ ରାଗ କିଛି ନୁହଁ ଭାବି ସବୁ କ୍ଷମା କରିଦେଲି ।
କିଛି ଦିନ ପରେ ତାଙ୍କ ଘରେ ଆମ ସମ୍ପର୍କ ବିଷୟରେ ଜାଣିଲେ । ଯେମିତି ଆମ ସମ୍ପର୍କ ଉପରେ କାହାର ନଜର ଲାଗିଗଲା । ତାଙ୍କ ଘରେ ଆମ ସମ୍ପର୍କ କୁ ଭାଙ୍ଗିବା ପାଇଁ ବହୁତ୍ ଚେଷ୍ଟା କରିଲେ। ଶେଷରେ ଗୋଟିଏ ପ୍ରସ୍ତାବ ଆଣିଲେ। ସେ ପ୍ରସ୍ତାବ କୁ ରୋମି ମନା କରିଦେଲା । ରୋମି ମନା କରିବା ପରେ ଘରେ ଥିବା ସନ୍ଦେହ ସତ ହୋଇଗଲା । ତାକୁ ଘରେ ପଚାରିଲେ କଣ ପାଇଁ ମନା କରୁଛୁ। ସେ ପ୍ରଥମେ କିଛି କହିଲା ନାହିଁ କିନ୍ତୁ ବାଧ୍ୟ କରିବା ପରେ ସେ ମୋତେ ଭଲ ପାଉଛି ବୋଲି କହିଲା ଏବଂ ମୁଁ ମୟଙ୍କ କୁ ବିବାହ କରିବି ବୋଲି କହିଲା ।
ଏହି କଥା ଶୁଣି ତାଙ୍କ ଘରେ ମୋ ବିଷୟରେ ପୁରା ଖବର ବାହାର କରିଲେ । ମୋର ଏବଂ ଆମ ଘର ର ସ୍ଥିତି ଦେଖି ତାଙ୍କ ବାପା ତାଙ୍କ ଝିଅ କୁ କହିଲେ ସେ ଯଦି ଚାକିରି କରିବ ତେବେ ତା ସହିତ ତୋର ବାହାଘର ହେବ ନହେଲେ ଅନ୍ୟ କୋଉଠି ବାହାଘର କରା ଯିବ । ଏକଥା ଶୁଣି ରୋମି କହିଲା ଯେ ସେ ଚାକିରି କରନ୍ତୁ ଅବା ନ କରନ୍ତୁ ମୁଁ ତାକୁ ହିଁ ବାହା ହେବି। ଏମିତି କହିବା ପରେ ତାଙ୍କ ବାପା ତାଙ୍କୁ ମାଡ଼ ମାରିଲେ । ତାର ମୋବାଇଲ ଛଡେଇ ନିଆ ଗଲା। ସେ ଅନ୍ୟ କାହାର ମୋବାଇଲ ରେ ଘରେ ଘଟିଥିବା ଘଟଣା ବିଷୟରେ ମୋତେ ସବୁ କହିଲା ।
ତାର କଥା ଶୁଣି ମୁଁ ଡିପ୍ରେସ ରହିଲି ଖାଇବା ପିଇବା ଯେମିତି ଭୁଲିଗଲି । ଆମ ଘରେ ମୋ ବାବା ବୋଉ ମୋତେ ପଚାରିଲେ କିନ୍ତୁ ମୁଁ ଚୁପ୍ ରହିଲି । ବାବା ବୋଉ ମୋ ସାଙ୍ଗ ମାନଙ୍କ ଠାରୁ ଖବର ପାଇଲେ ଯେ ମୟଙ୍କ ଗୋଟିଏ ଝିଅ କୁ ଭଲ ପାଉଛି ଏବଂ ତାଙ୍କ ଘରେ ତାର ବାହାଘର ଠିକ୍ କରି ସାରିଲେଣି। ସେଥିପାଇଁ ତାର ଏମିତି ଅବସ୍ଥା। ମୋ ବାପା ମୋ ମନ କଥା ବୁଝି ବାବା ତାଙ୍କ ଘରକୁ ମୋ ପ୍ରସ୍ତାବ ନେଇ ଗଲେ କିନ୍ତୁ ସେଠୀ ମୋ ବାପା ଙ୍କୁ ଅପମାନ ଦେଇ, ଆମ ଝିଅ ଆପଣଙ୍କ ଘରେ ଦେବୁ ନାହିଁ କହି ଫେରେଇ ଦେଲେ। ଆମ ଗ୍ରାମରେ କିଛି ଲୋକ ରୋମି ର ବାପା ସହିତ କଥା ହେଉଥିଲେ। ସେମାନେ ମୋ ବିଷୟରେ ଏବଂ ଆମ ଘର ବିଷୟରେ ଏଣୁ ତେଣୁ କଥା କହି ରୋମି ର ବାପା ଙ୍କ ମନ କୁ ପୁରା ବଦଳେଇ ଦେଲେ। ତାଙ୍କ ଘରେ ସବୁ ବେଳେ ଗାଳି ଗୁଲଜ ଚାଲିଥାଏ ।
ଏମିତି କିଛି ଦିନ ଚାଲିଲା ପରେ ସବୁ ଯେମିତି ବଦଳିବାକୁ ଲାଗିଲା । ଆମ ଦୁହିଁଙ୍କ ଉପରେ ତା ବାପା ର କଡ଼ା ନଜର ରହିଲା । ତା ବାପା ତାକୁ ପ୍ରତିଦିନ ଗାଡି ରେ କଲେଜ୍ ନେବା ଆଣିବା କରେ । ମୁଁ ମଧ୍ୟ ଦୂରେଇ ଦୂରେଇ ରହିଲି । କାଳେ ସେମାନେ ବଦଳି ଯିବେ । କିନ୍ତୁ ନା ତାହା ମୋର ଭୁଲ ଧାରଣା ଥିଲା। ରୋମି ପାଇଁ ପୁଣି ଥରେ ପ୍ରସ୍ତାବ ର ଲାଇନ ଲାଗିଲା । ତା ବାପା ଚାହୁଁଛନ୍ତି ଯେ ରୋମି ଗୋଟିଏ ଚାକିରିଆ ପୁଅ ସହିତ ବିବାହ କରି ଖୁସିରେ ରହୁ ।
ଏହି ଘଟଣା ପର ଠାରୁ ତାର ସବୁ ସାଙ୍ଗ ଏବଂ ତା ଭଉଣୀ ମାନେ ମୋ ଠାରୁ ଦୂରତା ଅବଲମ୍ବନ କରିଲେ । ସତେ ଯେମିତି ମୁଁ ଏକ ଅଜଣା ଲୋକ । ବେଳେବେଳେ ଆମେ କଥା ହେଉ, ଦୁହେଁ ବହୁତ୍ କାନ୍ଦି ଥାଉ ଏବଂ ଶେଷରେ ଆମେ ସ୍ଥିର କରିଲୁ କି ସମୟ ସୁଯୋଗ ଦେଖି ଆମେ ଘରୁ ଲୁଚି ପଳେଇବା । ରୋମି ମଧ୍ୟ ମୋ ପ୍ରସ୍ତାବ ରେ ରାଜି ଥିଲା। ସମୟ ସୁଯୋଗ ସ୍ଥିର ହେଲା ବେଳକୁ ତା ସହିତ କଥା ହୋଇ ପାରୁ ନଥାଏ । ଏମିତି ଦୁଇ ଦିନ ପରେ କଲେଜ୍ ରେ ମୋର ମୋବାଇଲ ଚୋରି ହୋଇଗଲା। ତାହା ପୁଣି ମୋର ଖରାପ ସାଙ୍ଗ ମାନଙ୍କ ଦ୍ଵାରା ପ୍ଲାନ୍ କରି ଚୋରି କରାଗଲା । ଚୋରି ପରେ ସେ ମୋବାଇଲ ରେ ମୋର ଏବଂ ରୋମି ର ସବୁ ଫୋଟୋ ଏବଂ ମେସେଜ ଥାଏ । ସେ ସବୁ କୁ ଡିଲିଟ୍ କରି ସିମ କୁ ଫୋପାଡି ଦିଆ ଗଲା। ମାତ୍ର ଗୁଗଲ ବାବା ଯୋଗୁ ମୋର ସବୁ ଫୋଟୋ ଏବଂ ମେସେଜ ମୁଁ ବେକ୍ ଅପ୍ ରେ ପାଇଗଲି ।
ବହୁତ୍ ଚେଷ୍ଟା କରିଲି କିନ୍ତୁ ମୁଁ ମୋ ମୋବାଇଲ ପାଇଲି ନାହିଁ । ବେଳେବେଳେ ମୋ ସାଙ୍ଗ ମାନଙ୍କ ମୋବାଇଲ୍ ରେ କଥା ହେଉଥିଲି । ଦେଖୁ ଦେଖୁ ତାର ଜନ୍ମ ଦିନ ଆସିଲା। ବହୁ କଷ୍ଟରେ ତାକୁ ଶୁଭେଚ୍ଛା ଜଣାଇଲି ଏବଂ ତାକୁ ଗିଫ୍ଟ ରେ ପାଉଁଚି ଦେବାକୁ ଭାବିଲି କିନ୍ତୁ ତାହା ସମ୍ଭବ ହେଲା ନାହିଁ କାରଣ ସେ ମୋ ସହିତ ଦେଖା କରି ପାରିଲା ନାହିଁ କିନ୍ତୁ ଦେଖା ହେଲା କିଛି ଦିନ ପରେ । ତାହା ମଧ୍ୟ ବେଳେବେଳେ କାଠିକର ପାଠ ହୋଇ ଯାଉଥାଏ । ତାର ବାପା ପ୍ରତିଦିନ ତାକୁ କଲେଜ୍ ଛାଡ଼ିବାକୁ ଆସେ । ଯାହା ଦେଖା ସାକ୍ଷାତ ହୁଏ କେବଳ କଲେଜ୍ ଭିତରେ କିମ୍ୱା କ୍ଲାସ୍ ରୁମ୍ ରେ କିନ୍ତୁ ଯେତେବେଳେ ମୋର ଜନ୍ମଦିନ ଆସିଲା ସେ ମୋତେ ଶୁଭେଚ୍ଛା ନ ଜଣାଇ ତାର ସାଙ୍ଗ ଦ୍ଵାରା କହିଲା । ସେତେବେଳେ ତାର ସବୁ ସାଙ୍ଗ ଯେମିତି ମୋତେ ଶତ୍ରୁ ନଜର ରେ ଦେଖୁଥିଲେ। ଦୁଇ ଦିନ ପରେ ମୁଁ ଗୋଟିଏ ନୂଆ ମୋବାଇଲ କିଣିଲି । ତାଙ୍କ ଘରେ ମୋ ବାପା ଙ୍କୁ ଅପମାନ କରି ଫେରେଇବା ପରେ ମୋର ମନ ଦୁଃଖ ଥିଲେ ମଧ୍ୟ ମୁଁ କିଛି ଭୁଲ ଷ୍ଟେପ ଉଠେଇବାକୁ ଚାହୁଁ ନଥିଲି।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

Mayank (A ? Love Story)..5

Mayank5, Mayank love story
Mayank5
ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-5
ସେଠୀ ମଧ୍ୟ ସେ ମିଛ ଉପରେ ମିଛ କହି ଚାଲିଥାଏ ମୁଁ ବେଳେବେଳେ ତାର ସାଙ୍ଗ ମାନଙ୍କ ସହିତ କଥା ହୋଇ ତାର ହାଲଚାଲ ବୁଝି ନେଇଥାଏ । ସେ କଣ କରେ, କୁଆଡେ ଯାଏ ସବୁ ଖବର ମୋ ପାଖରେ ପହଞ୍ଚି ଯାଏ। ମୁଁ ଯେବେ କିଛି ପ୍ରଶ୍ନ କରେ ସେ କେବେ ସତ କହେ ନାହିଁ । ମୁଁ ଜାଣିଶୁଣି ଚୁପ୍ ରହେ । ତାର ସେ ମିଛ ମୋତେ ପ୍ରତ୍ୟେକ ଥର କଷ୍ଟ ଉପରେ କଷ୍ଟ ଦେଇ ଚାଲିଥାଏ । ବେଳେବେଳେ ନିଜ ଦୁଃଖ କୁ ଶ୍ୱାନ୍ତନା ଦେବା ପାଇଁ ମନ ଭରି କାନ୍ଦି ପକାଏ କିନ୍ତୁ ମୋ ଦୁଃଖ ର ଅଳ୍ପ ଛାଇ ଟିକେ ମଧ୍ୟ ତାକୁ ଆଭାସ ହେବାକୁ ଦିଏ ନାହିଁ । ସେ ବେଳେବେଳେ ଅନୁଭବ କରେ ଯେ ମୁଁ ଦୁଃଖୀ ହୁଏ କିନ୍ତୁ ସେ ମୋ ଦୁଃଖରେ କେବେ ଦୁଃଖୀ ହୋଇ ନାହିଁ । ମୁଁ ଏହା ଭାବିଥିଲି ଯେ କେତେ କଣ ଝଡ ବତାସ ଆସୁ ରୋମି କେବଳ ମୋର ହେବ ସେଥି ପାଇଁ ମୁଁ ବେଶୀ ଦୁଃଖ ନ କରି ତାର ମିଛ କଥା କୁ ଭୁଲିଯାଏ । ସେଠୁ ସେ କିଛି ଦିନ ପରେ ନିଜ ଘରକୁ ଫେରି ଆସିଲା । କାରଣ ତାର ପରୀକ୍ଷା ପାଖେଇ ଆସିଥିଲା।
ତାର ପରୀକ୍ଷା ସରିଲା ପରେ ଆମ ସଂପର୍କ ପୁଣି ଆଗ ଭଳି ଚାଲିଲା । ଦେଖୁ ଦେଖୁ ୮ ମାସ ଗଡି ଗଲା ଜଣା ପଡ଼ିଲା ନାହିଁ।
କିଛି ଦିନ ପରେ ତାର ମାଉସୀ ଙ୍କ ଘର ପ୍ରତିଷ୍ଠା ପାଇଁ ଯାଇଥାଏ। ସେ ପୂର୍ବ ଭଳି ନିଜକୁ ଵ୍ୟସ୍ତ ରଖିବାକୁ ଚାହୁଁ ଥିଲା। ମୁଁ ଜାଣି ପାରୁ ଥିଲି ଯେ, ସେ ଯେତେବେଳେ ତାର ସମ୍ପର୍କୀୟ ଘରକୁ ଯାଏ, ସେ ମୋ ସହିତ ଭଲରେ କଥା ହୁଏ ନାହିଁ ବୋଲି ଏବଂ ମୋ ଫୋନ୍ କୁ ମଧ୍ୟ ଉଠାଇ ନଥାଏ । ମୁଁ ମଧ୍ୟ ବେଶୀ ଜବରଦସ୍ତି କରେ ନାହିଁ କାରଣ ମୁଁ ଚାହେଁ ସେ ଖୁସିରେ ରହିଲେ ମୋତେ ମଧ୍ୟ ଖୁସି ଲାଗିବ । ମାତ୍ର ତାହା କେବଳ ଦେଖାଣିଆ ଥିଲା । ମୁଁ ତାକୁ କହିଥିଲି ଯୁଆଡେ ବୁଲିବାକୁ ଯାଉଛ ଯାଅ କିନ୍ତୁ ମୋତେ ସତ କହୁଥାଅ କିନ୍ତୁ ତାହା ମୋର କେବଳ ଭ୍ରମ ଥିଲା । ସେ ତା ଭଉଣୀ ସହିତ ସେଠୀ ବୁଲାବୁଲି କରି ଆସେ ଏବଂ ତାର ଭଉଣୀ ସହିତ କଥା ହେବା ପରେ ମୁଁ ଜାଣିବାକୁ ପାଏ ଯେ ଆଜି କୁଆଡେ ଯାଇଥିଲେ କଣ କଲେ ? କୋଉଠି କେତେ ସମୟ ବିତେଇଲେ ? କଣ ଖାଇଲେ? କେମିତି ଡ୍ରେସ ପିନ୍ଧି ଯାଇଥିଲା ? ଏମିତି ସବୁ ଖବର ମୋତେ ମିଳିଯାଏ କିନ୍ତୁ ଏହି କଥା ଯଦି ମୁଁ ରୋମି କୁ ପଚାରେ ତେବେ ସେ ମିଛ କହିବାକୁ ପଛାଇ ନଥାଏ ।
ବେଳେବେଳେ ଇଚ୍ଛା ହେଉଥାଏ ସବୁ ସତ କଥା କହିଦେବୀ କିନ୍ତୁ ମୋ ଭଲ ପାଇବା ଉପରେ ଦାଗ ଲାଗିବା ଆରମ୍ଭ ହୋଇଯିବ ବୋଲି ମୁଁ ଚୁପ୍ ରହିବାକୁ ପସନ୍ଦ କରୁଥିଲି । ସେଠୀ ମଧ୍ୟ ମୁଁ ଦେଖା କରିବାକୁ ଯାଇଥିଲି କିନ୍ତୁ ତାର କଥା ଗୁଡ଼ିକ ରେ ଯେମିତି ମୋତେ ପରିବର୍ତ୍ତନ ଦେଖା ଦେଇଥିଲା । ଫୋନ୍ କରିଲେ ସେ ଉଠାଇ ନଥାଏ। ଆଉ ଯେତେବେଳେ ଫୋନ୍ ଉଠାଏ ସେ ମିଛ ବାହାନା କରେ । ମୁଁ ଶୁଣି ଶୁଣି ମୋ ଆଖିରୁ ଲୁହ ବାହାରି ଯାଉଥାଏ । ମନେ ହେଉଥାଏ ମୋ ସହିତ ଧୋକା ହେଉଛି କିନ୍ତୁ ଅନ୍ଧ ଭଳି ଭଲ ପାଇବା ମୋର ଅଧିକ ଥିଲା । ସେଥିପାଇଁ ମୁଁ ତାର ମିଛ କୁ ଅଣଦେଖା କରିବା ଅଭ୍ୟାସ ହୋଇ ଯାଇଥିଲା ।
ସାତ ଦିନ ପରେ ସେ କଲେଜ୍ ଆସିଲା । ସକାଳୁ ସକାଳୁ କଲେଜ୍ ପହଞ୍ଚି ଥିଲା କିନ୍ତୁ ମୁଁ ସେଦିନ ପହଞ୍ଚି ପାରି ନଥିଲି । ଘରେ ମୋର କାମ ଥିବା ଯୋଗୁ ମୋ ସାଙ୍ଗ ରବିନ୍ କୁ କହିଲି ଯେ ତା ପାଇଁ କିଛି ଚକୋଲେଟ୍ ଏବଂ କିଛି ସେଉ ଆଉ କମଳା ନେଇ ଯାଇଥିବୁ। ସେ ସକାଳୁ ସକାଳୁ ଆସିଛି ତାକୁ ଭୋକ ଲାଗିବ । ମୋ କହିବା ଅନୁସାରେ ରବିନ୍ ତା ପାଇଁ ଖାଇବା ପାଇଁ ଜିନିଷ ନେଇ ଯାଇଥିଲା । ସେଠୁ ଆସିଲା ପରେ ଯେମିତି ପୂର୍ବ ଭଳି ଆମ ର ସମ୍ପର୍କ ପୁଣି ନିବିଡ ହୋଇଗଲା । ଆମେ ପୂର୍ବ ଭଳି ମିଳାମିଶା କରିଲୁ । କେତେବେଳେ ମାର୍କେଟ ରେ ତ କେତେବେଳେ କୋଉଠି ।
ଦିନେ ମନ୍ଦିର କୁ ବୁଲିବାକୁ ଯାଇଥିଲୁ । ସେଠୀ ମୁଁ ତା ମୁଣ୍ଡରେ ସିନ୍ଦୁର ଦେଇଥିଲି ଏବଂ ମୁଁ ସିନ୍ଦୂର ଦେବା ପରେ ସେ ମୋ ସିନ୍ଦୂର କୁ ଗ୍ରହଣ କରିଲା ଏବଂ ସେଠୀ ଦୁଇ ହୃଦୟ ଯେମିତି ମିଶି ଗଲା । ସବୁ ରାଗ ରୋଷ ଉଭେଇଗଲା । ସେ ମୋ ପାଇଁ ପ୍ରତ୍ୟେକ ଦିନ ସିନ୍ଦୂର ଲଗେଇ ଆସେ ମାତ୍ର ତାହା ଲୁଚାଣିଆ ଅବସ୍ଥାରେ। ଆମେ କଲେଜ୍ ବାହାନାରେ ବହୁତ୍ ଯାଗା ବାଇକ୍ ରେ ବୁଲାବୁଲି କରିବା ଆରମ୍ଭ କରି ଦେଲୁ । ସେ ସମୟରେ ଆମେ ବହୁତ୍ ବୁଲାବୁଲି ମଜା ମସ୍ତି କରିଛୁ । ସାଙ୍ଗ ମାନେ ମଧ୍ୟ ଆମ ସଂପର୍କ କୁ ଅଧିକ ମହତ୍ତ୍ଵ ଦେବାକୁ ଲାଗିଲେ । ଆମ ସଂପର୍କ ନିବିଡ ହେବା ପରେ ମୁଁ ତାକୁ ଗୋଟିଏ ରିଙ୍ଗ ଗିଫ୍ଟ କରିଲି । ମୋ ରିଙ୍ଗ କୁ ସବୁ ଦିନ ପିନ୍ଧି ଆସେ ।
ସେ ଅନ୍ୟ ପୁଅ ମାନଙ୍କ ସହିତ କଥା ବାର୍ତ୍ତା ବନ୍ଦ କରିଦେଲା। କେବେ କେବେ ଯଦି କୋଉ ପୁଅ ସହିତ କଥା ହେବାର ଦେଖେ, ତେବେ ତାକୁ ମନା କରିବା ପରେ ସେ ଆଉ କଥା ହୁଏ ନାହିଁ।
କିଛି ଦିନ ପରେ ମୋର କମ୍ପୁଟର କୋର୍ସ ସରିଗଲା। ମୋର କମ୍ପୁଟର ଯିବା ବନ୍ଦ ହୋଇଗଲା ମାତ୍ର ମୁଁ ତାକୁ କମ୍ପ୍ୟୁଟର କ୍ଲାସ୍ ବାହାରେ ପ୍ରତ୍ୟେକ ଦିନ ଅପେକ୍ଷା କରିଥାଏ କିନ୍ତୁ ମନରେ ଚିନ୍ତା ଥାଏ ତାକୁ କୋଉ ପୁଅ ଦେଖୁ ନାହାନ୍ତି ତ? ଏବଂ ସେ କାହା ସହିତ କଥା ହେଉନି ତ? ଏମିତି ବହୁତ୍ ପ୍ରଶ୍ନ ଉଠୁଥାଏ ମୋ ମନରେ?
ପ୍ରାୟ ମାସେ ପରେ କମ୍ପୁଟର ରେ ପୁଣି ବୁଲିବାକୁ ବାହାରିଲେ । ରୋମି ମୋତେ କହିଲା ଯେ ବୁଲିବାକୁ ଯିବା ପାଇଁ??? କିନ୍ତୁ ମୁଁ ସେଠୀ ଆଉ ଷ୍ଟୁଡେଣ୍ଟ୍ ନଥିଲି । ସେଥିପାଇଁ ମୋ ପାଖରେ କିଛି ଉତ୍ତର ନଥିଲା କିନ୍ତୁ କମ୍ପୁଟର ସାର୍ ମୋ ମନ କଥା ବୁଝି ମୋତେ ସେ ଟୁର୍ ରେ ଯିବାକୁ ଡାକିଲେ । ମାତ୍ର ଗାଡି ରେ ଯାଗା ନହେବାରୁ ମୁଁ ଏବଂ ମୋର ଆଉ ଗୋଟିଏ ସାଙ୍ଗ ସହିତ ଆମେ ବାଇକ୍ ରେ ବାହାରିଲୁ । ବୁଲାବୁଲି ସମୟରେ ଫୋଟୋ ଉଠେଇଲୁ । ଆମର ବୁଲାବୁଲି ଚାଲିଥାଏ କିନ୍ତୁ ସେ ଅଳ୍ପ ଦୂରେଇ ଦୂରେଇ ରହୁଥିବା ଭଳି ମୋତେ ଅନୁଭବ ହେଲା । ସେ ସେଠୀ କିଛି ନୂଆ ଷ୍ଟୁଡେଣ୍ଟ୍ ମାନଙ୍କ ସହିତ କଥା ହେବାକୁ ଲାଗିଲା। ମୋତେ ବହୁତ୍ କଷ୍ଟ ହେଲା । ମୁଁ ବାରମ୍ଵାର ମନା କରିବା ପରେ ମଧ୍ୟ ସେ ଅନ୍ୟ ପୁଅ ସହିତ କଥା ହେଉଥିଲା । ତାହା ଦେଖି ମୋ ହୃଦୟ କୁ ବହୁତ୍ ବାଧୁ ଥିଲା। ମୁଁ ଜାଣିନି ସେ ଜାଣିଶୁଣି ଏମିତି କରୁଥିଲା ନା ତାର ସେମାନଙ୍କ ସହିତ କଥା ହେବାକୁ ଇଚ୍ଛା ହେଉଥିଲା।
ସେମାନଙ୍କ ସହିତ କଥା ହେବା ଦେଖି ମୁଁ ସେ ବୁଲିବା ସ୍ଥାନ ଛାଡି ବାହାରକୁ ଫେରି ଆସିଲି । ସନ୍ଧ୍ୟା ପାଖେଇ ଆସିଥିଲା । ମୋ ସାଙ୍ଗ ମାନେ ଏବଂ ସେ ମୋତେ ପାଗଳ ଭଳି ଖୋଜୁଥାଏ କିନ୍ତୁ ମୋର ମୋବାଇଲ ଶ୍ୱିଚ ଅଫ ଥିଲା । ପ୍ରାୟ କିଛି ସମୟ ପରେ ମୁଁ ମୋବାଇଲ୍ ଅନ କରିଲି ଏବଂ ତାର ପୁଣି କଲ୍ ଆସିଲା । ମୁଁ ସେ ଜାଗାରୁ ଅନ୍ୟ ଏକ ସ୍ଥାନ କୁ ଆସି ବହୁତ୍ କାନ୍ଦିଲି । ଅନୁଭବ ହେଲା ଯେ, ଏହା ଭଲ ପାଇବା ନୁହଁ କେବଳ ଦେଖାଣିଆ ପ୍ରେମ । କିଛି ଦୂର ଗଲା ପରେ ସେ ମୋତେ କଲ କରିଲା କିନ୍ତୁ ମୁଁ ରାଗରେ ଫୋନ୍ ଉଠେଇଲି ନାହିଁ । ରାସ୍ତାରେ ଗାଡ଼ି ରହିଲା । ତାର ମୋର ଦେଖା ହେଲା । ମୋତେ ଲାଗୁଥିଲା ତାକୁ ଯେମିତି କିଛି ପ୍ରଭାବ ପଡୁ ନଥିଲା। ସେ ଗୋଟିଏ କଥା କହୁଥାଏ ଯେ ଏଗୁଡ଼ିକ କୁ ଏତେ ସିରିଆସ କାହିଁକି ନେଉଛ କିନ୍ତୁ ମୁଁ କହେ ମୋ ଆଗରେ ତମେ ଆଉ କାହା ସହିତ କଥା ହେଲେ ମୋତେ ବାଧୁଛି । ତାପରେ କିଛି ସମୟ କଥା ହୋଇ ଘରକୁ ଫେରିଲୁ ।
ତାପର ଦିନ ସେ ମାର୍କେଟ ଆସିଲା ସେଠୀ କଥା ହେବା ପରେ ସେ ପୁଣି ଭୁଲ ହୋଇଗଲା କହିଲା ଏବଂ ସେ ନିଜ ଘରକୁ ମୋତେ ଡାକିଲା ସେଦିନ ତାଙ୍କ ଘରେ କେହି ନଥିଲେ । ଆମେ ଦୁହେଁ ସେଠୀ ବହୁତ୍ କଥା ହେଲୁ ।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

Mayank (A ? Love Story)..4

ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-4
ତାପର ଦିନ ମୁଁ କମ୍ପୁଟର ରେ କହିଲି କି ତମେ ବାରଣ୍ଡା ରେ ସବୁବେଳେ ବସ ନାହିଁ । ସେ ମୋ କଥା କୁ ହଁ କରି ଦେଉଥାଏ କିନ୍ତୁ ସେ ବାରଣ୍ଡା ରେ ହିଁ ବସୁଥାଏ । ମୁଁ ମୋ ସାଙ୍ଗ ଦ୍ଵାରା ସବୁ ଖବର ପାଉଥିଲି । ସେ ମୋ କଥା କୁ ଧ୍ୟାନ ଦିଏ ନାହିଁ କିନ୍ତୁ ମୁଁ ତା କଥା କୁ କେବେ ଅବିଶ୍ବାସ କରେ ନାହିଁ । ତାକୁ ଏତେ ଭଲ ପାଉଥିଲି ଯେ ସେ ଯାହା କହୁଥିଲା । ମୁଁ ତାକୁ ଅନ୍ଧ ଭଳି ବିଶ୍ୱାସ କରୁଥିଲି। ସେ ମୋ ବିଶ୍ୱାସ ରେ ବେଳେ ବେଳେ ମିଛ କହି ଚାଲିଥାଏ । ସେ ମିଛ କହେ ବୋଲି ମୁଁ ଜାଣେ କିନ୍ତୁ ଜାଣିଶୁଣି ଅଣଦେଖା କରେ ।
ଦିନେ କମ୍ପୁଟର ରୁ ଫେରିଲା ବେଳେ ତାର ସାଇକେଲ ଖରାପ ହୋଇଗଲା । ଏହା ଦେଖି ମୋ ସାଙ୍ଗ ମାନେ ମୋତେ କହିଲେ । ଯା ରୋମି କୁ ତାଙ୍କ ଗାଁ ରେ ଛାଡି ଦେଇ ଆସିବୁ କିନ୍ତୁ ସେ ମନା କରିବା ପରେ ଫେରି ଆସିଲି । କେତେବେଳେ ଝଗଡା ତ କେତେବେଳେ ପ୍ରେମ । ଯେତେବେଳେ ଯେଉଁଠି ଇଚ୍ଛା ହୁଏ ଦେଖା ହୁଏ । କଲେଜ୍, କମ୍ପୁଟର ସବୁଠି କେବଳ ଆମର ଚର୍ଚ୍ଚା ଚାଲିଥାଏ । କେତେ ଲୋକ ଜଳନ୍ତି ତ ଆଉ କେତେ ଲୋକ ଆମ ସପକ୍ଷରେ ରୁହନ୍ତି କିନ୍ତୁ ଆମେ ଆମ ପ୍ରେମ ଗାଡି ଆଗେଇ ନେଇ ଚାଲିଥିଲୁ ।
ରାକ୍ଷୀ ପୂର୍ଣ୍ଣିମା ଆସିଲା । ଗୋଟିଏ ଦିନ ପୂର୍ବରୁ ନୂଆ ନମ୍ୱର୍ ରୁ ତାଙ୍କ ଘରକୁ କଲ୍ ଯାଇଥିଲା କିନ୍ତୁ ସେ ନମ୍ୱର୍ ମୋର ନଥିଲା । ତାଙ୍କ ଘରେ ମୋ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରି ସାରିଲେଣି । ଯେମିତି କି ତା ଭାଇ ଏବଂ ତାଙ୍କ ବାପା ମୋ ବିଷୟରେ ଖବର ପାଇଥିଲେ ଯେ ମୁଁ ରୋମି କୁ ଭଲ ପାଉଛି ବୋଲି । ଏହି ଅଜଣା ନମ୍ୱର୍ ର କଲ୍ ମୋ ପାଇଁ ଭାରି ପଡ଼ିଲା । ସେ ନମ୍ୱର୍ ରୁ କଲ୍ ଯାଇ ମୋ ବିରୁଦ୍ଧରେ ବହୁତ୍ କିଛି ଖରାପ କୁହା ଯାଇଥିଲା। ତାଙ୍କ ବାପା ମା ଙ୍କୁ ସେ ଅଜଣା ନମ୍ୱର୍ ଗାଳି ଦେବା ସହିତ କିଛି କଥା କୁହାଯାଇଛି ଯାହା ଫଳରେ ନାମ ମୋର ନେଇ ଆମ ସଂପର୍କ କୁ ବିଚ୍ଛେଦ କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚା ଯାଇଥିଲା କିନ୍ତୁ ରୋମି ଏଥିରେ ମୋ ସପକ୍ଷରେ ଥାଏ।
ଦୁଇ ଦିନ ପରେ ସେ ଆସି କହିଲା ଯେ ତୁମ ନାମ ନେଇ ଜଣେ କଲ କରି ବାପା ଙ୍କୁ କିଛି ଏଣୁ ତେଣୁ କହିଛି କିନ୍ତୁ ସେଠୀ ମୁଁ ସେମାନଙ୍କୁ ବୁଝେଇ ଦେଇଛି ଯେ ସେ ତମେ ନୁହଁ ବୋଲି। ସେ ଘଟଣା ପରେ ମୁଁ ମୋର ସିମ୍ କୁ ବଦଳେଇ ଦେଲି ଏବଂ ନୂଆ ନମ୍ୱର୍ ଟିଏ ଆଣିଲି । କାରଣ ଯୋଉ ନମ୍ୱର୍ ରୁ କଲ୍ ଯାଇଥିଲା ସେ ନମ୍ୱର୍ ଏବଂ ମୋ ନମ୍ୱର୍ ର କିଛି ଅଙ୍କ ସମାନ ଥିଲା ।
ତା ପର ଦିନ କଥା ହେବା ସମୟରେ ମୁଁ ତାକୁ କହିଲି ଯେ ମୁଁ ଗୋଟିଏ ମୋବାଇଲ ଦେବୀ ଏବଂ ସେ ମୋବାଇଲ ରେ ଆମେ ଦୁହେଁ କଥା ବାର୍ତ୍ତା ହେବା କିନ୍ତୁ ସେ କହିଲା ଘରେ ଯଦି ଜାଣିବେ ଯେ ମୋବାଇଲ କୋଉଠୁ ଆଣିଛୁ ତେବେ ସେମାନେ ମୋ ଜୀବନ ନେଇଯିବେ । ତାପରେ ମୁଁ ତାକୁ ପଚାରିଲି ଯେ ତୁମ ଭାଇ ରାକ୍ଷୀ ଗିଫ୍ଟ ରେ ତମକୁ କଣ ଦେଲେ ?? ସେ କହିଲା ଏମିତି କିଛି ଟଙ୍କା ଦେଇ ଦେଲେ । ତେବେ ମୋ ଆଇଡିଆ ଶୁଣ ? ଯେ ତମେ ଭାଇଙ୍କୁ ଗୋଟିଏ ମୋବାଇଲ୍ ଗିଫ୍ଟ ମାଗ?? ସେ ରାଜି ହୋଇଗଲା ଏବଂ ସେ ସେମିତି ଯାଇ କହିଲା ପରେ କିଛି ଦିନ ପରେ ତା ଭାଇ ତାକୁ ଗୋଟିଏ ମୋବାଇଲ ଗିଫ୍ଟ ଦେଲେ।
ଦିନେ ଏମିତି କମ୍ପୁଟର ରେ ବସିଥିଲି ମୁଁ କହିଲି ମୋର ଗୋଟିଏ ଇଚ୍ଛା ଅଛି ? ସେ ପଚାରିଲା କଣ କୁହ? ମୁଁ କହିଲି ଆମ ଦୁଇ ଜଣ ଗୋଟିଏ ସେଲଫି ଉଠେଇବା କି? ସେ ହଁ କରିଲା ଏବଂ ସେ ଦିନ ଠାରୁ ଆମର ସେଲ୍ଫି ଉଠା ଚାଲିଲା । ବେଳେବେଳେ ମୁଁ ଫେସବୁକ୍ ମେସେଞ୍ଜର ରେ ଫୋଟୋ ମାଗେ ସେ କେବେ ମନା କରେନି ସବୁବେଳେ ଫୋଟୋ ସେଣ୍ଟ କରେ ।
କିଛି ଦିନ ପରେ ତାର ଜନ୍ମ ଦିନ ଆସିଲା । ତା ପାଇଁ ମୁଁ କେକ ଆଉ ଗିଫ୍ଟ ଆଣିଥିଲି। ଗିଫ୍ଟ ରେ ଗୋଟିଏ ସୁନ୍ଦର୍ ଷ୍ଟଲ୍ ଆଉ ଚକୋଲେଟ୍ ନେଇ ଆସିଥିଲି । କିଛି ଦିନ ପରେ ମୋର ଜନ୍ମ ଦିନ ଆସିଲା। ସେ ମୋତେ ସରପ୍ରାଇଜ ଦେଇ ମୋତେ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲା ଏବଂ ସେତେ ଦିନ ପର୍ଯନ୍ତ ମୋ ଭଲ ପାଇବା ର ପ୍ରଥମ ଛୁଆଁ ଭାବେ ମୋତେ ଗୋଟିଏ ସୁନ୍ଦର କିସ୍ ମିଳିଥିଲା । ଗିଫ୍ଟ ଭାବରେ ମୋତେ ପର୍ସ ଟିଏ ସେ ଦେଇଥିଲା ।
ଗଣେଶ ପୂଜା ସମୟ ଆସିଲା ସେ ପୁଣି ମୋତେ କୋଉ ଡ୍ରେସ ପିନ୍ଧିବି ପଚାରିଲା ପରେ, ମୋ ପସନ୍ଦ ଅନୁସାରେ ସେ ପିନ୍ଧି ଆସିଥିଲା କିନ୍ତୁ ମୁଁ ଜାଣିବାକୁ ପାଇଲି ସେ ମୋ ଅନୁପସ୍ଥିତି ରେ ଅନ୍ୟ ପୁଅ ସହିତ ପୁଣି ହସି ହସି କଥା ହେଉଥାଏ । ଏକଥା ମୋ ସାଙ୍ଗ ମାନେ ମୋତେ ଆସି କହିଲେ । ଏହା ଶୁଣି ମୋ ମୁଣ୍ଡ ଖରାପ। ରାଗରେ କମ୍ପୁଟର କ୍ଲାସ୍ ଭିତରକୁ ଗଲି ନାହିଁ । ମୋ ନ ଆସିବା ଦେଖି ସେ ମୋତେ କଲ୍ କରି କମ୍ପୁଟର କ୍ଲାସ୍ ଭିତରକୁ ଡାକିଲା ଏବଂ ଭୁଲ ମାଗି କହିଲା ଆଉ ସେମିତି ହେବନି । ମୋତେ କ୍ଷମା କରି ଦିଅ । ମୁଁ ଯେମିତି କ୍ଷମା ଦେବା ର ଗୋଟିଏ ଯନ୍ତ୍ର ହୋଇ ଯାଇଥିଲି। ସେ ପ୍ରତ୍ୟେକ ଥର ଏମିତି ଭୁଲ କରେ ଏବଂ ମୁଁ ତାକୁ ଏତେ ଭଲ ପାଇବା ରେ ଅନ୍ଧ ହୋଇ ଯାଇଥିଲି ଯେ ତାର ପ୍ରତ୍ୟେକ ଭୁଲ ଜାଣିବା ପରେ ମଧ୍ୟ ମୁଁ ତାକୁ କ୍ଷମା ଦେଉଥିଲି ।
ସେଦିନ ସେ କ୍ଷମା ପରେ ତା ପର ଦିନ ମୋତେ ତା ଗାଁ ରେ ହେଉଥିବା ଗଣେଶ ପୂଜା ଦେଖିବାକୁ ଡାକିଲା । ବାହାନା ଥିଲା କେବଳ ମୋତେ ଦେଖିବା ପାଇଁ ଏବଂ ମୁଁ ମଧ୍ୟ ଚାହୁଁଥିଲି। ମୁଁ ବାହାରିଲି ତା ଗାଁ ବୁଲିବାକୁ । ମୋ ସାଙ୍ଗ ସହିତ ତା ଗାଁ ରେ ପହଞ୍ଚିଲି। ଗଣେଶ ପୂଜା ଦେଖିବା ପରେ ତାକୁ ତା ଘର ବାରଣ୍ଡା ରେ ଦେଖିଲି। ସେ ପିନ୍ଧିଥିବା ଡ୍ରେସ୍ ବିଷୟରେ ମୋତେ ପଚାରିଲା “କେମିତି ହୋଇଛି” ମୋତେ ସେ ଡ୍ରେସ ଭଲ ଲାଗୁ ନଥାଏ ତଥାପି ମୁଁ ଭଲ ଅଛି ବୋଲି ତାକୁ କହିଲି । ଏମିତି ପୁଣି ଚାଲିଲା ଆମ ପ୍ରେମ ଗାଡି। ମୋତେ ବେଳେବେଳେ ଅନୁଭବ ହେଉଥାଏ ଯେ ସେ ବାରମ୍ଵାର ଭୁଲ କରିବା ପରେ ମୁଁ କ୍ଷମା ଦେଉଛି ଏବଂ ସେ ବଦଳି ଯିବା କଥା କିନ୍ତୁ ତାହା ଅଳ୍ପକେ ମାତ୍ର ବଦଳିବା ନାମ ନେଉ ନଥିଲା ।
ଦିନେ ମୋ ସାଙ୍ଗ ମୋତେ ଆସି କହିଲା କି ରୋମି ର ମୋବାଇଲ୍ ନମ୍ବର୍ ଦୁଇ ଜଣ ପୁଅଙ୍କ ମୋବାଇଲ୍ ରେ ଦେଖିଲି। ଏତିକି କଥା ଶୁଣି ମୁଁ ରାଗରେ ତାକୁ କହିଲି କି ତମେ ତମ ମୋବାଇଲ ନମ୍ୱର୍ ଅନ୍ୟକୁ କାହିଁକି ଦେଉଛ ? ମୋ କଥା ଶୁଣି ସେ ପୁଣି ବାହାନା କରିବା ଆରମ୍ଭ କରିଦେଲା । ଶେଷରେ ପୁଣି ତା ଭୁଲ କୁ କ୍ଷମା ଦେଇ ସେ କଥା ଭୁଲିବାକୁ ପଡ଼ିଲା ।
ଦେଖୁ ଦେଖୁ ୨୦୧୭ ସରି ୨୦୧୮ ଆସିଲା । କିଛି ଦିନ ପରେ ସେ ତାର ମାମୁଁ ଘରକୁ ଯାଇଥାଏ ତାଙ୍କ ଘରେ କିଛି ପୂଜା ଥିଲା। ସେଠୀ ସେ ମୋ ସହିତ ଭଲରେ କଥା ହେଉ ନଥାଏ । ବେଳେବେଳେ ତାର ମାମୁଁ ଝିଅ ଫୋନ୍ ଉଠାଏ ଏବଂ ରୋମି କଣ କରୁଛି ସେ ମୋତେ ଖବର ଦେଉଥାଏ । ଦୁଇ ଦିନ ପରେ ମୋର ବେଶି ମନ ପଡ଼ିଲା । ମୁଁ ତାକୁ ଦେଖା କରିବାକୁ ଗଲି।
ସେ ତା ମାମୁଁ ଝିଅ ସହିତ ମିଠା ଦୋକାନ କୁ ଦେଖା କରିବାକୁ ଆସିଥାଏ। ସେଠୀ ସେ ଅଜଣା ଲୋକ ଭଳି କଥା ହେବାକୁ ଲାଗିଲା ଦୁହେଁ ଜୁସ୍ ପିଇଲୁ। ମୁଁ ବୁଝିଗଲି ଯେ ସେ ମାମୁଁ ଝିଅ ଆଗରେ ନିଜକୁ ଭଲ ବୋଲି ଦର୍ଶେଇ ବାକୁ ଚାହୁଁଛି । ମୁଁ ଅଳ୍ପ ସମୟ ଦେଖା ପରେ ଫେରିଗଲି ନିଜ ଗାଁ କୁ ।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

Mayank (A ? Love Story)..3

Love you, love story, mayank
Mayank 3
ମୟଙ୍କ…( ଏକ ପ୍ରଶ୍ନବାଚୀ ପ୍ରେମ କାହାଣୀ ) ଭାଗ-3
ପ୍ରାୟ ଦୁଇ ମାସ ପରେ ତୁ ତ ଚାଲିଗଲୁ ଭୁବନେଶ୍ୱର, ମାତ୍ର କମ୍ପ୍ୟୁଟର ରେ ସମସ୍ତେ ବୁଲିବା ପାଇଁ ବାହାରିଲେ କିନ୍ତୁ ରୋମି ସେ ଟୁର୍ ରେ ସେ ଆସିଲା ନାହିଁ। ମୁଁ ତାକୁ କହିଥିଲି। ଯେ ତମେ ଯଦି ଆସିବ ନାହିଁ ତେବେ ମୁଁ ମଧ୍ୟ ଯିବି ନାହିଁ। ଶେଷ ସମୟ ପର୍ଯ୍ୟନ୍ତ ଆମେ ସମସ୍ତେ ତାକୁ ଅପେକ୍ଷା କରିଥିଲୁ କିନ୍ତୁ ସେ ଆସିଲା ନାହିଁ ସେ ଟୂର୍ ଟି ବେକାର ଗଲା । ସେ ଟୁର୍ ରେ ରୋମି କୁ ବହୁତ୍ ମିସ୍ କରିଲି । ସେ ଟୁର୍ ଯେଉଁ ଫୋଟୋ ଉଠେଇ ଆଣିଥିଲି ସେଗୁଡିକ ଦେଖି ସେ ବହୁତ୍ ଖୁସି ହେଲା ଏବଂ ମୋତେ ନାଇସ ବୋଲି ରିପ୍ଲାଇ ଦେଇଥିଲା ।
ଟୁର୍ ପରେ ସେ ଦୁଇ ଦିନ ପର୍ଯ୍ୟନ୍ତ କମ୍ପୁଟର ଆସି ନଥିଲା । ମୁଁ ତାକୁ ବହୁତ୍ ମିସ୍ କରୁଥିଲି । ତାକୁ ଦେଖିବା ପାଇଁ ତା ଗାଁ କୁ ଗଲି କିନ୍ତୁ ସେଠୀ ତାକୁ ଦେଖି ପାରିଲି ନାହିଁ । ଜାଣିବାକୁ ପାଇଲି ଯେ ତାର ଦେହ ଖରାପ ଥିଲା କିନ୍ତୁ ପରେ ସେ ଠିକ୍ ହୋଇଗଲା ।
ରାତିରେ ମୋ ସାଙ୍ଗର ମୋବାଇଲରେ ଚାଟିଂ ଆରମ୍ଭ ହେଲା । ଏମିତି ବିଳମ୍ବ ରାତି ପର୍ଯ୍ୟନ୍ତ ଚାଟିଂ ଚାଲେ। କିଛି ଦିନ ପରେ ୩୧ ଡିସେମ୍ବର ଆସିଲା । ମୁଁ ଆଗୁଆ ନୂଆବର୍ଷ ୱିଷ୍ କରିଲି ଏବଂ ସେ ଚାଟ୍ ରେ ମୁଁ ତାକୁ ପ୍ରପୋଜ୍ କରିଲି । ସେ ସଙ୍ଗେ ସଙ୍ଗେ ଅଫ ଲାଇନ୍ ହୋଇଗଲା କିନ୍ତୁ କିଛି ସମୟ ପରେ ପୁଣି ସେ ଚାଟ୍ କୁ ଆସିଲା । ସେ ରାଗରେ ମୋତେ ମେସେଜ କରିଲା ମୁଁ ତମକୁ ସେମିତି ନଜର ରେ ଦେଖୁ ନାହିଁ । ମୋତେ ଠିକ୍ ଲାଗିଲା ନାହିଁ । ସେ ରାଗିଗଲା ବୋଲି ମୁଁ ଅଳ୍ପ ଡରିଗଲି। ମୁଁ ବେଶୀ ସମୟ ଚାଟ୍ ନ କରି ରହିଗଲି।
ତାର ତିନି ଦିନ ପର୍ଯ୍ୟନ୍ତ ମୁଁ ଆଉ କମ୍ପୁଟର ଗଲି ନାହିଁ। ମନରେ କେବଳ ଡର ଥାଏ । କାଳେ ସେ କିଛି କହିବ ବୋଲି। ସେପଟେ ମୁଁ ନ ଆସିବା ଫଳରେ ସେ ମୋତେ ଖୋଜୁଥାଏ । ଯେବେ ଆସିଲି ସେ ମୋତେ ପଚାରିଲା ଯେ ଏତେ ଦିନ ହେଲା କାହିଁକି ଆସି ନଥିଲ?? ମୋ ପାଖରେ କିଛି ଉତ୍ତର ନଥିଲା । ତା ପର ଦିନ ରବିବାର ଥିଲା । ତାକୁ ବେଶୀ ମିସ୍ କରିଲି। ମୁଁ ଦିନ ୧୧ ଟା ପାଖାପାଖି ଚାଲିଲି ତା ଗାଁ ଆଡ଼କୁ । ଭାଗ୍ୟ ବଶତଃ ତା ସହିତ ଦେଖା ହୋଇଗଲା । ବହୁତ୍ ଖୁସି ହେଲି । ସେ ବାରଣ୍ଡା ରେ ଠିଆ ହୋଇଥାଏ । ଓଠରେ କେବଳ ମୁରୁକି ହସ ଟିଏ ଥିଲା। ସେ ହସକୁ ନେଇ ମୁଁ ଫେରି ଆସିଲି ନିଜ ଗାଁକୁ ।
ତା ପର ଦିନ କମ୍ପୁଟର ରେ ଦେଖା ହେଲା ମୁଁ ତାକୁ କହିଲି ମୋତେ ଘରକୁ କାହିଁକି ଡାକିଲ ନାହିଁ? ମୋତେ ବହୁତ୍ ଭୋକ ଲାଗୁଥିଲା । ସେ କହିଲା ସମୟ ଅଛି, ଅପେକ୍ଷା କର, ଘରକୁ ଡାକିବି ମଧ୍ୟ ଏବଂ ନିଜ ହାତରେ ଖୁଆଇ ଦେବୀ ମଧ୍ୟ, ଚିନ୍ତା କର ନାହିଁ । ଏତିକି ଶୁଣି ମୋ ଖୁସି ଦ୍ଵି ଗୁଣ ହୋଇଗଲା ।
ଦିନ ବିତି ଚାଲିଲା ପ୍ରତିଦିନ କଥା ବାର୍ତ୍ତା ଚାଲିଥାଏ। କିନ୍ତୁ ମୁଁ ବୁଝି ପାରୁ ନଥାଏ ସେ ପ୍ରକୃତରେ ମୋତେ ଭଲ ପାଉଛି ନା କେବଳ ସାଙ୍ଗ ହିସାବ ରେ ରହିବାକୁ ଚାହୁଁଛି । ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ନୂଆ ବର୍ଷର ଗୋଟିଏ ମାସ ପରେ ମୁଁ ମେସେଞ୍ଜର ମାଧ୍ୟମରେ ପୁଣି ପ୍ରପୋଜ କରିଲି । ସେଦିନ ମୁଁ ତାକୁ ବାଧ୍ୟ କରି କହିଲି ଯେ ମୋ ପ୍ରଶ୍ନ ର ଉତ୍ତର ଦିଅ ଏବଂ ସେଦିନ ରାତିରେ ସେ ହଁ କରିଲା କିନ୍ତୁ ଲଭ ୟୁ ବୋଲି ରୀପ୍ଲାଇ ଦେଲା ନାହିଁ ।
ତାପରେ ଆମର କଥା ବାର୍ତ୍ତା ଏବଂ ମିଳାମିଶା ଅତି ନିବିଡ ହେବାକୁ ଲାଗିଲା। ବେଳେବେଳେ କଲେଜ୍ ବାହାନା ରେ ବୁଲିବାକୁ ଯାଇଥାଉ ତ କେତେବେଳେ ଟିଉସନ୍ ବାହାନାରେ ମନ୍ଦିର ରେ ଥାଉ । କେତେବେଳେ ମିଠା ଦୋକାନରେ ତ କେତେବେଳେ ବସ ଷ୍ଟାଣ୍ଡ ରେ ଆମର ଦେଖା ହୁଏ ବାକି ଯୋଉ ଦିନ ସମୟ ମିଳେ ନାହିଁ ସେଦିନ କଲେଜ୍ ରେ ଦେଖା ହୁଏ ।
ମୋତେ ବେଳେବେଳେ ଅନୁଭବ ହୁଏ ଯେ ସେ ମୋତେ କିଛି କିଛି କଥା ଲୁଚାଉ ଥାଏ । ମାତ୍ର ତାର ସେ କଥା କୁ ମୁଁ ଅଣଦେଖା କରିଦିଏ । ମୁଁ ଭାବେ ଯେ ସେ କେବଳ ମୋତେ ହିଁ ଭଲ ପାଏ ତେବେ ତା ଉପରେ ସନ୍ଦେହ କରିବା ଅନୁଚିତ୍ ।
କିଛି ମାସ ପରେ ଆଉ ଜଣେ ଭିଲେନ୍ ଆମ ଲାଇଫ ରେ ପ୍ରବେଶ କରିଲା । ସୁମିତ୍ ବୋଲି ଗୋଟିଏ ପିଲା ସେ କେବଳ ରୋମି ଙ୍କୁ ଭଲ ପାଇବା ଆଶା ରେ ତାର ଜବ୍ ରୁ ଗୋଟିଏ ମାସ ଛୁଟି ନେଇ ଆସିଥିଲା । ସେ ବହୁତ୍ ଚେଷ୍ଟା କରିଥିଲା କିନ୍ତୁ ସେ ସଫଳ ହୋଇ ପାରିଲା ନାହିଁ । ସୁମିତ୍ ରୋମି ସହିତ ଉପରେ ପଡ଼ି କଥା ହୁଏ। ରୋମି ମଧ୍ୟ କଥା ହୁଏ ମାତ୍ର ମୁଁ ରୋମି କୁ ବାରଣ କରିବା ପରେ ସେ କଥା ହେଲା ନାହିଁ । ସୁମିତ୍ ମୋ ଉପରେ ମଧ୍ୟ ରାଗୁ ଥାଏ ମାତ୍ର ମୁଁ ଚୁପ୍ ଥିଲି କାରଣ ରୋମି ମୋତେ ଭଲ ପାଉଥିଲା। ଶେଷରେ ତାର ଛୁଟି ସରିଲା ସେ ପୁଣି ଫେରିଗଲା। ରୋମି ର ଅଭ୍ୟାସ ମୁଁ ଭାଙ୍ଗି ପାରିଲି ନାହିଁ ସେ ହେଉଛି ଏକ ନମ୍ବର୍ ଫୁଲେଇ ଏବଂ କଥା ହେବା ପାଇଁ ସେ ବହୁତ୍ ପସନ୍ଦ କରେ । ମାତ୍ର ଏଗୁଡ଼ିକ ମୋତେ ପସନ୍ଦ ନଥିଲା । ମୁଁ ବହୁତ୍ ଥର ରୋମି କୁ ବୁଝେଇଛି ଯେ ଏମିତି ସବୁ ପୁଅ ସହିତ କଥା ହୁଅ ନାହିଁ, ମୋତେ କଷ୍ଟ ହେଉଛି। ସେ ହଁ କରେ ମାତ୍ର ପର ମୁହୂର୍ତ୍ତରେ ପୁଣି କଥା ହେବାକୁ ଲାଗିଯାଏ ।
ବେଳେବେଳେ ମୁଁ ରାଗି ଯାଇ ତାକୁ ଗାଳି ଦେଇ ଦିଏ କିନ୍ତୁ ପରେ କେବଳ ମୋତେ ହିଁ କଷ୍ଟ ହୁଏ। ତାର ଏମିତି ବ୍ୟବହାର ଯୋଗୁ ମୁଁ ବହୁତ୍ ଥର ବାଲକନୀ ରେ ଆସି କାନ୍ଦିଛି କିନ୍ତୁ ସେ ମୋତେ ବୁଝେଇ କହେ ଆଉ ହେବନି ଏଇଟା ଶେଷ ଥର ବୋଲି ମୋତେ କ୍ଷମା କରିଦିଅ ବୋଲି କହେ । ମୋର ଏମିତି ବାରଣ ପରେ ସେ ଧିରେ ଧିରେ ବଦଳିବାକୁ ଲାଗିଲା। ମାନେ ସେ ଭୁଲ ବାରମ୍ବାର କରେ କିନ୍ତୁ ମୋତେ ସେ କଥା ନ କହି ଲୁଚେଇ ରଖେ। ପଚାରିଲେ ଅନ୍ୟ କିଛି ବାହାନା ଦେଖାଇ କଥା ବୁଲେଇ ଦିଏ । ତାର ଏମିତି ବ୍ୟବହାର ଦେଖି ମୁଁ ଦିନେ ତାକୁ କହିଲି ଚାଲ ଆମେ ମେରେଜ୍ କରି ଦେବା। ସେ କହିଲା ନା.. ନା.. ବର୍ତ୍ତମାନ ଆମର ଭବିଷ୍ୟତ ଦେଖିବାକୁ ପଡ଼ିବ ତା ପରେ ମେରେଜ କଥା ଚିନ୍ତା କରିବା।
ତାର ସାଙ୍ଗ ମାନେ ମଧ୍ୟ ତାର ବ୍ୟବହାର ଦେଖିଥାନ୍ତି । ଦିନେ ତା ସାଙ୍ଗ ତାକୁ କହିଲା ତୁ ମୟଙ୍କ କୁ କାହିଁକି ଏମିତି ଅଣଦେଖା କରୁଛୁ। ସେ କିଛି ଉତ୍ତର ନ ଦେଇ ଚୁପ୍ ରହିଲା । ସେତେ ଦିନ ପର୍ଯ୍ୟନ୍ତ ମୁଁ ମୋର ମୋବାଇଲ୍ ନମ୍ୱର୍ ଦେଇ ନଥିଲି । ତାପରେ ତାକୁ ମୋର ମୋବାଇଲ ନମ୍ବର୍ ଦେଲି । ମୁଁ କହିଲି ମୋ ମୋବାଇଲ୍ ରେ କଥା ହେବା । ଆଉ ଚାର୍ଟିଂ ରେ ଟାଇପ କରିବାକୁ ପସନ୍ଦ ଲାଗୁନି କିନ୍ତୁ ତା ପାଖରେ ମୋବାଇଲ ନଥିବା ଯୋଗୁ ସେ ଅଳ୍ପ ପଛ ଘୁଂଚା ଦେଉଥିଲା କିନ୍ତୁ ସେ ମୋ ମୋବାଇଲ୍ ନମ୍ୱର୍ ନେଲା । ସେ କେତେବେଳେ ବାପା ର ନମ୍ୱର୍ ରୁ ତ କେତେବେଳେ ଆଉ କାହାର ନମ୍ୱର୍ ରୁ କଲ୍ କରୁଥାଏ ।
ମୁଁ ପୂର୍ବରୁ କହିଥିଲି ଯେ ତମେ ଆଉ କୋଉ ପୁଅ ସହିତ କଥା ହୁଅ ନାହିଁ କିନ୍ତୁ ସେ ମୋ କଥା କୁ ଖାତିର ନ କରି ମୋ ଅନୁପସ୍ଥିତି ରେ ସେ ଅନ୍ୟ ପୁଅ ସହିତ କଥା ହେଉଥାଏ । ଯେଉଁଦିନ ଛୁଟି ପଡେ ସେଦିନ ମୁଁ ତାଙ୍କ ଗାଁ କୁ ବୁଲିବାକୁ ଯାଏ । ଦିନେ ତାଙ୍କ ଗାଁ ରେ ପହଞ୍ଚି ଦେଖିଲି ଯେ ସେ ବାରଣ୍ଡା ରେ ବସି ଥିଲା ଏବଂ ମୋତେ ଦେଖି ସେ ଖୁସି ହୋଇ ସେ ଘର ଭିତରକୁ ଚାଲିଗଲା ।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

Mayank (A ? Love Story)..2

Bhuyans Blog, Mayank a questionarie love story
Mayank 2
ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-2
ତାକୁ ଫଲୋ କରୁଥିବା ଦୁଇଟି ପୁଅ ଆମ ସହିତ କମ୍ପୁଟର ପଢନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଦେଖିଲା ଯେ ରୋମି ମୋ ସହିତ ଭଲ କଥା ହୁଏ । ସେଥିପାଇଁ ସେ ମୋ ସାହାଯ୍ୟ ନେବାକୁ ଚେଷ୍ଟା କରିଲା ଏବଂ କହିଲା ମୟଙ୍କ ମୋର ଗୋଟିଏ ସାହାଯ୍ୟ କରିବୁ କି ?? ମୁଁ ପଚାରିଲି କୁହ? ସେ କହିଲା କି ମୁଁ ରୋମି କୁ ଭଲ ପାଏ କିନ୍ତୁ ତାକୁ ମୁଁ କହି ପାରୁନି । ତୁ ତାକୁ ଯାଇ କହିପାରିବୁ କି ଯେ ମୁଁ ତାକୁ ଭଲ ପାଏ ବୋଲି । ଏତିକି ଶୁଣି ମୁଁ ମନେ ମନେ ତା ଉପରେ ବହୁତ୍ ରାଗିଲି କିନ୍ତୁ ମୋତେ ଗୋଟିଏ ସୁବର୍ଣ୍ଣ ସୁଯୋଗ ଥିଲା ତା ସହିତ ପୁଣି ଥରେ କଥା ହେବା ପାଇଁ ।
କମ୍ପୁଟର କ୍ଲାସ୍ ର ବ୍ରେକ ହୋଇଥାଏ ମୁଁ ପହଞ୍ଚିଲି ରୋମି ପାଖରେ ଏବଂ କହିଲି ଯେ ସେ ପୁଅ ଟି ତମକୁ ଭଲ ପାଉଛି!! କିନ୍ତୁ ରୋମି ମୋତେ ରାଗରେ ଚାହିଁ ରହିଲା ମୁଁ ଭାବିଲି ମୋତେ ବୋଧେ ଚାପୁଡା ଟିଏ ମିଳିବ କିନ୍ତୁ ଠିକ୍ ପର ମିନିଟ୍ ରେ ସେ କହିଲା ” ମୁଁ ତାକୁ ଭଲ ପାଉନି ” ଏତିକି ଶୁଣି ମୋ ମନରେ ଖୁସୀ ର ଲହରୀ ଖେଳିଗଲା । ମୁଁ ସେ କଥା କୁ ବୁଲେଇ ପୁଣି ଆମ ବିଷୟରେ କଥା ହେବାକୁ ଲାଗିଲି । ତା ସହିତ କିଛି କଥା ହୋଇ ଫେରି ସେ ପୁଅ କୁ ତାର ଉତ୍ତର ଦେଲି । ସେ ପୁଅ ଟି ଅଳ୍ପ ଦୁଃଖୀ ହେଲା ଏବଂ ସେ ଦୁଃଖରେ ମୋତେ ଧନ୍ୟବାଦ୍ ଦେଇ ଚାଲିଗଲା ।
ଅନ୍ୟ ଜଣେ ପୁଅ ମଧ୍ୟ ମୋତେ ଦେଖି ରାଗ ହୁଏ କିନ୍ତୁ ସେ ମଧ୍ୟ କିଛି ଦିନ ପରେ ରୋମି କୁ ପିଛା କରିବା ବନ୍ଦ କରିଦେଲା । ମୋର ମନରେ ଡର ଥାଏ ଯେ ତାକୁ କେମିତି ମୋ ମନ କଥା କହିବି!! ସେ କାହାକୁ ଭଲ ପାଉନି ଶୁଣି ମୋର ରାସ୍ତା ସଫା ଥିଲା କିନ୍ତୁ କେମିତି ତାକୁ ମୁଁ ନିଜର କରିବି ସେ ଚିନ୍ତା ମୋତେ ଘାରୁ ଥାଏ।
କମ୍ପୁଟର କ୍ଲାସ୍ ରେ ନେଟ ଚଲେଇବା ଫ୍ରି ଥିଲା । ସମସ୍ତେ ବ୍ୟବହାର କରୁଥିଲେ କିନ୍ତୁ ନିଜ ନିଜ ରିସ୍କ ରେ। ମୁଁ ମଧ୍ୟ ଫେସବୁକ୍ ଚଳାଉ ଥାଏ। ତା ସାଙ୍ଗ ମାନଙ୍କୁ ପଚାରିଲି ଯେ ସେ ମୋବାଇଲ ବ୍ୟବହାର କରୁନି କି? ତା ସାଙ୍ଗ ମାନେ କହିଲେ ମୋବାଇଲ ତ ବ୍ୟବହାର କରୁନି କିନ୍ତୁ ତାର ବାପା ଙ୍କ ଫେସବୁକ୍ ଆଇଡି ରେ ସେ ଆମ ସହିତ ବେଳେ ବେଳେ ଚାଟିଂ କରେ। ମୋତେ ଅନ୍ୟ ଏକ ରାସ୍ତା ମିଳିଗଲା। ମୁଁ ମୋ ସାଙ୍ଗ ତରଫରୁ ଫ୍ରେଣ୍ଡ୍ ରିକ୍ବେଷ୍ଟ ପଠେଇଲି ସେ ଏସେପ୍ଟ କରିଲା ନାହିଁ କିନ୍ତୁ ମୁଁ ମୋ ଆଇଡି ରେ ପଠେଇଲା ପରେ ସେ ଆସେପ୍ଟ କରିଲା । ଆମର ମେସେଞ୍ଜର ରେ ଚାଟିଙ୍ଗ ଆରମ୍ଭ ହେଲା ତାହା କେବଳ ଗୁଡ଼ ମର୍ଣୀଙ୍ଗ କିମ୍ବା ଗୁଡ ନାଇଟ୍ ରେ ସୀମିତ ଥିଲା । ତା ଠାରୁ ଅଧିକ କିଛି ହେଉ ନ ଥାଏ । ଏମିତି କମ୍ପୁଟର କ୍ଲାସ୍ ରେ କଥା ବାର୍ତ୍ତା ଚାଲିଥାଏ । ଦିନେ ସେ ମୋତେ କିଛି ସାମାନ ଆଣିବା ପାଇଁ କହିଲା ଯେମିତି କ୍ଷୀର ପ୍ୟାକେଟ ତଥା ବ୍ୟାଟେରୀ ଆଣିବାକୁ କହିଲା । ମୁଁ ଆଣିବା ପରେ ମୋତେ ଧନ୍ୟବାଦ୍ ଜଣେଇଲା । ଏତିକି ଶୁଣି ମୋ ଖୁସି ପୁଣି ଦୁଇ ଗୁଣ ହୋଇଯାଉ ଥାଏ ।
ଦିନେ ବହୁତ୍ ସାହାସ କରି ମୁଁ ତା ସାଙ୍ଗ ଦ୍ଵାରା କହିଲି ଯେ ମୁଁ ତାକୁ ପସନ୍ଦ କରେ, ତମେ ତାକୁ କହିଦିଅ । ତା ସାଙ୍ଗ ତାକୁ ଯାଇ ଜଣାଇଲା କିନ୍ତୁ ସେ କିଛି ଉତ୍ତର ଦେଲା ନାହିଁ । ମୁଁ ଚିନ୍ତାରେ ପଡ଼ିଲି, ମୁଁ ଡରରେ ତାକୁ ପଚାରି ପାରୁ ନଥାଏ ।
କମ୍ପୁଟର କ୍ଲାସ୍ ରେ ସମସ୍ତେ ଆମ ବିଷୟରେ ଟୁପୂର୍ ଟାପୂର୍ କଥା ହେବା ଆରମ୍ଭ କରି ସାରିଥିଲେ। ମୁଁ ମଧ୍ୟ ତାହା ଚାହୁଁଥିଲି । ଦିନେ ଆମ କମ୍ପୁଟର ମିସ୍ ଆମକୁ ଆମ ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ପଚାରିଲେ । ମୁଁ ହଁ କହିଲି । ଯେ.. ହଁ ମୁଁ ତାକୁ ଭଲ ପାଏ । ମିସ୍ ଆମ କଥା ଶୁଣି ଖୁସି ହେଲେ କିନ୍ତୁ ଆମକୁ ସତର୍କ କରି କହିଲେ ଏମିତି କିଛି କାମ କରିବ ନାହିଁ ଯାହା ଫଳରେ ଆମ କମ୍ପୁଟର ସେଣ୍ଟର୍ ର ନାମ ବଦନାମ ହେବ। ମୁଁ ମଧ୍ୟ ମିସ୍ ଙ୍କୁ କଥା ଦେଲି ଯେ, ମିସ୍ ସେମିତି କିଛି ହେବ ନାହିଁ । ମିସ୍ କହିଲେ କ୍ଲାସ୍ ସମୟରେ ଯାହା କଥା ହେବାର ଅଛି କଥା ହୁଅ କିନ୍ତୁ କ୍ଲାସ୍ ପରେ ତମ ଦୁଇ ଜଣଙ୍କୁ ଏଠି ବସିବାକୁ ଦେବୀ ନାହିଁ କାରଣ ଅନ୍ୟ ଷ୍ଟୁଡେଣ୍ଟ୍ ମାନେ ଦେଖିବେ ସେମାନେ ମଧ୍ୟ ସେମିତି ବସି ରହିବେ। ମୁଁ ମିସ୍ ଙ୍କ କଥା ରେ ରାଜି ହେଲି ଏବଂ ଠିକ୍ ସେମିତି ହେଉଥିଲା । ଆମେ କେବଳ କ୍ଲାସ୍ ସମୟ ଛଡ଼ା କମ୍ପୁଟର କ୍ଲାସ୍ ରେ ବେସୀ ସମୟ ନ ରହି ବାହାରକୁ ଆସି ଯାଉଥିଲି କିନ୍ତୁ କମ୍ପୁଟର କ୍ଲାସ୍ ରେ ଯେତିକି ସମୟ ମିଳୁଥିଲା ଆମ ପ୍ରେମ ପାଇଁ ଯଥେଷ୍ଟ ସମୟ ଥିଲା ।
ତାପରେ ଆମେ ଏତେ କ୍ଲୋଜ ହୋଇଗଲୁ ଯେ ବାକି ସାଙ୍ଗ ମାନେ ଜାଣିଗଲେ ଯେ ଏମାନେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି । ଆମେ କ୍ଲାସ୍ କମ୍ ଦୁହେଁ ଦୁହିଁଙ୍କୁ ଦେଖା ଦେଖିରେ ସମୟ ବିତୁଥିଲା ।
କିଛି ଦିନ ପରେ ସରସ୍ଵତୀ ପୂଜା ଆସିଲା । ସେ ସରସ୍ଵତୀ ପୂଜା ପାଇଁ ସେ କେମିତି ଡ୍ରେସ ପିନ୍ଧି ଆସିବ ମୋତେ ପଚାରିଲା ଏବଂ ମୁଁ କହିବା ଅନୁସାରେ ସେ ମଧ୍ୟ ସେମିତି ଡ୍ରେସ ପିନ୍ଧି ଆସିଥିଲା। ସେଦିନ ସେ ରାଜକୁମାରୀ ଭଳି ଲାଗୁଥିଲା । ମୁଁ ବହୁତ୍ ଖୁସି ଥିଲି କାରଣ ମୋ ରୋମି ମୋ ପସନ୍ଦ ରେ ଡ୍ରେସ ପିନ୍ଧି ଆସିଛି ବୋଲି। ମୁଁ ପୁଣି କ୍ୟାମେରା ନେଇ ଆସିଥିଲି । ସମସ୍ତେ ଫୋଟୋ ଉଠେଇଲୁ।
ସେଦିନ ତୁ କହିଥିଲୁ ନା ?? ମୟଙ୍କ ଆଜି ତୋ ପାଇଁ ସୁବର୍ଣ୍ଣ ସୁଯୋଗ, ତୁ ରୋମି କୁ ପ୍ରୋପୋଜ୍ କରିଦେ। ଏତିକି ଶୁଣି ମୁଁ ମଧ୍ୟ ଖୁସି ହୋଇଗଲି। ତଳକୁ ଆସିଲି ଗୋଟିଏ ଗୋଲାପ ଫୁଲ ନେବା ପାଇଁ । ଗୋଲାପ ଫୁଲ କିଣି ଆଣିଲି କିନ୍ତୁ ଏ କଣ??? ତାର ବାପା ଆସି କମ୍ପୁଟର ସେଣ୍ଟର୍ ସାମ୍ନାରେ ହାଜର। ତାଙ୍କ ବାପା ସେତେବେଳେ ମୋତେ ଚିହ୍ନି ନଥିଲେ । ତାଙ୍କ ବାପା ମୋ ଦ୍ଵାରା କହିଲେ ଯେ ” ବାବୁ ରୋମୀ ଙ୍କୁ କହିଦେବ ତାଙ୍କ ବାପା ଆସିଛନ୍ତି ଏବଂ ଶୀଘ୍ର ତଳକୁ ଆସିବା ପାଇଁ କୁହ ସେ ଘରକୁ ଯିବେ” । ଏତିକି ଶୁଣି ମୁଁ କିଛି ସ୍ଵପ୍ନ ଭାବିଥିଲି ତାହା ଧିରେ ଧୀରେ ଭାଙ୍ଗିବା ଆରମ୍ଭ ହୋଇଗଲା। ମୁଁ ଉପରକୁ ଗଲି ମୋ ପିଠି ପଛ ପଟେ ଗୋଲାପ ଫୁଲ ଟିକୁ ଲୁଚେଇ ରଖିଥିଲି କିନ୍ତୁ ତାହା ଲୁଚି କି ହିଁ ରହିଗଲା । ନା ମୋର ସାହସ ହେଲା ନା ପ୍ରପୋଜ୍!! ସବୁ ପାଣି ଫାଟିଗଲା। ତାକୁ କେବଳ ତାଙ୍କ ବାପା କହିଥିବା କଥା ହିଁ କହିଲି । ସେ ମୋତେ ବାଏ କହି ଚାଲିଗଲା। ତୁ କହିଥିବା କଥା, କଥା ରେ ହିଁ ରହିଗଲା। ମନ ବହୁତ୍ ଦୁଃଖ ହୋଇଗଲା । ନିଜ ମନକୁ ବୁଝେଇ ଫେରି ଆସିଲି ଘରକୁ।
ବିସର୍ଜନ ଦିନ ଆସିଲା ସେଦିନ ମଧ୍ୟ ସେ ସେହି ଡ୍ରେସ ପିନ୍ଧି ଆସିଥିଲା ଏବଂ କମ୍ପୁଟର ରେ ଡାନ୍ସ ହେଉଥିଲା ମୁଁ ତାକୁ ଅନୁରୋଧ କରିଲି ଯେ ଡାନ୍ସ କରିବାକୁ କିନ୍ତୁ ସେ ମନା କରିଲା । ସେ କେବଳ ଡାନ୍ସ ଦେଖୁଥାଏ । ମୁଁ ମଧ୍ୟ ଚାହୁଁ ନଥିଲି ଯେ ସେ ଡାନ୍ସ କରୁ, କାରଣ ସେ ଡାନ୍ସ କରିଲେ ବାକି ସାଙ୍ଗ ମାନେ ତାର ଡାନ୍ସ ଦେଖିବେ। ସେ ବୋଧେ ମୋ ମନ କଥା ବୁଝି ପାରିଥିଲା।
ସରସ୍ଵତୀ ପୂଜା ର କିଛି ଦିନ ପରେ ମୋର ପରୀକ୍ଷା ଥିଲା । ସେ ମୋତେ ବେଷ୍ଟ ଅଫ ଲକ୍ କହି ମୋତେ ଗୋଟିଏ ପେନ୍ ଗିଫ୍ଟ କରିଥିଲା। ତାହା ଥିଲା ମୋର ଆଗାମୀ ଆସୁଥିବା ପରୀକ୍ଷା ପାଇଁ ଶୁଭେଚ୍ଛା ର ଉପହାର । ସତ କଥା ହେଲା ମୁଁ ସେ ପେନ୍ ଟିକୁ ବଡ ଯତ୍ନ ରେ ଆଜି ପର୍ଯ୍ୟନ୍ତ ରଖିଛି ତାର ପ୍ରଥମ ସନ୍ତକ ହିସାବରେ । ସେ ପରୀକ୍ଷାରେ ମୁଁ ଅନ୍ୟ ପେନ୍ ରେ ଲେଖିଲି କିନ୍ତୁ ତାର ଗିଫ୍ଟ ପେନ୍ ଟି ମୋ ପାଖରେ ରଖିଥିଲି ।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

If the contents helpful so share to your friends, Thanking You.

Mayank (A ? Love Story)..1

Bhuyansblog
Mayank1
ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-୧
ଷ୍ଟେଟ ବ୍ୟାଙ୍କ୍ ର ଲାଇନ ରେ ଠିଆ ହୋଇଥିବା ସମୟରେ କେହି ଜଣେ ପଛ ପଟୁ ରୋମିଓ… ବୋଲି ଡାକ ଦେଲା ଭଳି ଶୁଣା ଗଲା। ମୁଁ ପଛକୁ ବୁଲି ଦେଖିଲା ବେଳକୁ ସେ ଥିଲା ମୋ ସାଙ୍ଗ ରାହୁଲ । ରାହୁଲ ବର୍ତ୍ତମାନ ଭୁବନେଶ୍ୱର ରେ ଏସ ଏସ ସି ପାଇଁ କୋଚିଙ୍ଗ ନେଉଛି । ସେ ମୋ ସହିତ କିଛି ଦିନ କମ୍ପୁଟର ପଢିଥିଲା କିନ୍ତୁ ତାର ବଡ ଭାଇ ଭୁବନେଶ୍ୱର ରେ ରୁହନ୍ତି ସେ ସେଠୀ ପଢ଼ିବାକୁ ଚାଲି ଯାଇଥିଲା ।

ରାହୁଲ: ଆବେ ଚିହ୍ନି ପାରୁଛୁ ତ??

ମୁଁ: ହଁ ୟାର, ଚିହ୍ନି ବିନି କେମିତି କହ?

ରାହୁଲ: ଆଉ ଆଜି ଏଠି ?? ଆଉ ତୋର ଅବସ୍ଥା କଣ ହୋଇଛି ବେ?? ସେ ସମୟର ହେୟାର ଷ୍ଟାଇଲ କୁଆଡେ ଗଲା?

ମୁଁ: କଣ ହୋଇଛି କିଛି ନାହିଁ?

ରାହୁଲ: ତୁ ଆଗ ହିରୋ ଭଳି ରହୁଥିଲୁ ଆଉ ଏବେ ଏତେ ସୁନା ପିଲା କେବେଠୁ ହୋଇଗଲୁ। ଆଉ ତୋ ହିରୋଇନ୍ କୁ ମେରେଜ୍ କରିଲୁ ନା ନାହିଁ?

ମୁଁ: ଛାଡ଼ ସେ କଥା , ତୋ କଥା କହ??

ରାହୁଲ: ମୁଁ ତ ଭଲ? ତୋ ହିରୋଇନ୍ କଥା କହ କଣ ହୋଇଛି??

ମୁଁ: ହଉ ବ୍ୟାଙ୍କ୍ କାମ ସରୁ, ବାହାରକୁ ଯିବା ଯୁସ୍ ପିଇବା ତାପରେ କଥା ହେବା ।
(ବ୍ୟାଙ୍କ୍ କାମ ସରିବା ପରେ ଦୁହେଁ ଯୁସ ଦୋକାନ କୁ ଆସିଲୁ ଏବଂ କଥା ଆରମ୍ଭ ହେଲା । )

ରାହୁଲ: ଆବେ କହ ? କଣ ହେଲା ତମ ଦୁଇ ଜଣଙ୍କ ର ?

ମୁଁ: ତୁ ତାକୁ ଦେଖିଥିଲୁ କି?

ରାହୁଲ: ମୁଁ ତାକୁ କେମିତି ଦେଖିବି ଯେ??

ମୁଁ: ତୋ ମାମୁ ଘର ଗାଁ ରେ ସେ ବିବାହ କରିଛି?

ରାହୁଲ : ମୋ ମାମୁଁ ଘର ଗାଁ ରେ, ଭଲ କଥା , ତେବେ ତ ନିଶ୍ଚୟ ଦେଖା ହେବ ।

ମୁଁ : ଆଉ କହ କେତେ ଦିନ ରହିବୁ ଆଉ ସବୁ ଭଲ ତ?

ରାହୁଲ: ମୁଁ ଭଲ, ଆବେ କଥା କୁ କାହିଁକି ବୁଲୋଉଛୁ, କହୁନୁ ତୋ କଥା,, କଣ ହୋଇଛି ?

ମୁଁ : ଶୁଣିବୁ ତ?? ହଉ ଶୁଣ? ମୋ ନାମ ତ ମନେ ଅଛି ନା??

ରାହୁଲ: ମନୋଜ ନା??

ମୁଁ: ଆବେ, ନା !! ମୟଙ୍କ.. ଡାକ ନାମ ମଧ୍ୟ ମୟଙ୍କ ଆଉ ଅଫିସିଆଲ୍ ନାମ ମଧ୍ୟ ମୟଙ୍କ..
ହଉ ଫାର୍ଷ୍ଟ ରୁ ଶୁଣିବୁ ନା ତୁ ଯେବେଠୁ ଜଏନ କରିଲୁ ସେ ସମୟରୁ ଶୁଣିବୁ?

ରାହୁଲ: ନା ନା, ମୁଁ ତ ସରସ୍ଵତୀ ପୂଜା ସମୟରେ ଆସିଲି ସେତେବେଳେ ତମର ପ୍ରେମ ଷ୍ଟାର୍ଟ ହୋଇଗଲାଣି ।

ମୁଁ: ହଉ ଯଦି ଶୁଣିବୁ ତେବେ ଶେଷ ପର୍ଯ୍ୟନ୍ତ ଶୁଣିବୁ ?? ତେବେ ଶୁଣ!!!


କଲେଜ୍ ଜଏନ ହେବା ର କିଛି ଦିନ ପରେ ଦିନେ ମୁଁ କମ୍ପ୍ୟୁଟର ସାର୍ ସହିତ କଥା ହୋଇ ଆସିଥିଲି ଯେ ତା ପର ଦିନ କମ୍ପ୍ୟୁଟର କ୍ଲାସ୍ ରେ ଜଏନ ହେବାର ଅଛି । ସେଥିପାଇଁ ସେଦିନ ସକାଳୁ ସକାଳୁ ସଜ ବାଜ ହୋଇ ବାହାରିଲି କମ୍ପ୍ୟୁଟର କ୍ଲାସ୍ କୁ । କମ୍ପ୍ୟୁଟର କ୍ଲାସ୍ ରେ କିଛି ଅଗ୍ରୀମ ଟଙ୍କା ଦେଇ ଜଏନ କରିଲି । ସାର୍ ଗୋଟିଏ କ୍ଲାସ୍ କରିଲା ପରେ ମୋ ମୁଣ୍ଡରେ କିଛି ପଶୁ ନଥାଏ । କିନ୍ତୁ ଭାବିଲି ଧିରେ ଧିରେ ମୁଣ୍ଡରେ ପଶିଯିବ । ଏମିତି ଚାଲିଲା କିଛି ଦିନ।

ପ୍ରାୟ ୫ ଦିନ ପରେ ମୋତେ ଆଉ ଗୋଟିଏ ବେଚ୍ ଚାଲୁଥିଲା ସେମାନଙ୍କ ସହ ମୋତେ ମିଶି କ୍ଲାସ୍ କରିବାକୁ କହିଲେ । ସେ ବ୍ୟାଚ୍ ସହିତ ମୋର କମ୍ପ୍ୟୁଟର କ୍ଲାସ୍ ପୁଣି ଆରମ୍ଭ ହେଲା ।

ପର ଦିନ କମ୍ପ୍ୟୁଟର କ୍ଲାସ୍ ର ବାର୍ଷିକ ମହୋତ୍ସବ ମାନେ Anniversary ପାଳନ କରିବା ପାଇଁ ସବୁ ଆୟୋଜନ ହୋଇଥିଲା। ସବୁ ଷ୍ଟୁଡେଣ୍ଟ୍ ସେଠୀ ଉପସ୍ଥିତ ଥିଲେ । ସେହି ଆୟୋଜନ ର ଅନ୍ତରାଳ ରେ ମୋ ନଜର ଯାଇ ପଡ଼ିଲା। ମୋ ହିରୋଇନ୍ ଉପରେ..

ଉଚ୍ଚତା ମୋ ସମାନ, ଦେଖିବାକୁ ବଲିଉଡ ହିରୋଇନ୍ ର ପ୍ରୀତି ଜିଣ୍ଟା ଭଳି । ହସି ଦେଲେ ଗାଲରେ ଦୁଇଟା ଡ଼ିମ୍ପଲ ଆସି ଯାଏ। ତାର ନାଁ ଟି ଥିଲା ରୋମି । ତାର ହସ ହସ କଥା ଗୁଡ଼ିକ ମୋତେ ସେ ସମୟରେ ମୁଗ୍ଧ କରିଦେଇଥିଲା। ସେ ହସ ହସ କଥାରୁ ମୁଁ ତା ଉପରେ ଲଟ୍ଟୁ ହୋଇଗଲି। କାହିଁକି କେଜାଣି ତା ପାଖରେ ମୋତେ ନିଜତ୍ବ ଅନୁଭବ ହେବାକୁ ଲାଗିଲା । ସତରେ ମୋ ହୃଦୟ ଭିତରେ ସେଦିନ ସେ ଘର କରି ନେଲା। ତା ସହିତ ମୋର ପ୍ରଥମ ଦେଖା।

ମନରେ ଭୟ ଥାଏ କାଳେ ସେ ଖରାପ ଭାବିବ। ମୁଁ ପୂର୍ବରୁ କ୍ୟାମେରା ନେଇ ଆସିଥିଲି । ଅୟୋଜନ ର ଅନ୍ତିମ ରେ ସମସ୍ତେ ଗ୍ରୁପ୍ ଫୋଟୋ ଉଠେଇଲେ। ଫଟୋ ଉଠେଇବା ବାହାନାରେ ମୁଁ ଅଳ୍ପ କଥା ହେଲି କିନ୍ତୁ କେବଳ ଅଜଣା ବ୍ୟକ୍ତି ରୂପରେ । ସେଦିନ ଅୟୋଜନ ସରିବା ପରେ ସବୁ ଫୋଟୋ ଦେଖିବା ପରେ ସେ କହିଲା ଯେ ଫୋଟୋ ଗୁଡ଼ିକ ବହୁତ୍ ଭଲ ହୋଇଛି,, ତମେ ସତରେ ଭଲ ଫୋଟୋ କ୍ଲିକ୍ କରୁଛ । ଏହି ତାରିଫ୍ ରେ ସତେ ମୋ ମନ ବହୁତ୍ ଖୁସି ହୋଇ ଯାଇଥିଲା ।

ସେଦିନ ରାତିରେ ଘରେ କୋଉ କାମରେ ମନ ଲାଗୁ ନଥାଏ । କେବଳ ତା କଥା ହିଁ ମନେ ପଡୁଥିଲା । ସେଦିନ ତା କଥା ଭାବି ଭାବି ରାତି ୩ଟା ରେ ଶୋଇଲି । ପର ଦିନ ସକାଳୁ କଲେଜ୍ ଗଲି ଏବଂ କଲେଜ୍ କ୍ଲାସ୍ ରେ ବସି ଭାବୁଥାଏ କେତେବେଳେ ସନ୍ଧ୍ୟା ହେବ ମୁଁ ପୁଣି କମ୍ପୁଟର କ୍ଲାସ୍ ଯିବି । ପ୍ରକୃତରେ କମ୍ପ୍ୟୁଟର କ୍ଲାସ୍ ପାଇଁ ଭାବୁ ନଥିଲି କେବଳ ରୋମି କୁ ଦେଖିବା ପାଇଁ ଭାବୁଥିଲି । ସେ ମୋ କ୍ଲାସ୍ ମେଟ୍ କିନ୍ତୁ ସେ ବିଜ୍ଞାନ ଛାତ୍ରୀ ଏବଂ ମୁଁ କଳା ବିଭାଗ ଛାତ୍ର ।

ପୁଣି ସନ୍ଧ୍ୟାରେ କମ୍ପୁଟର ରେ ଦେଖା ହେଲା । ତା ସହିତ ପୁଣି କଥା ହେବାକୁ ଇଚ୍ଛା ହେଉଥାଏ କିନ୍ତୁ ମନରେ ଭୟ ଥାଏ । ଥରେ କଥା ହେବାକୁ ଚେଷ୍ଟା କରିଲି କିନ୍ତୁ ସେ ଠିକ୍ ରେ ମୋତେ ଉତ୍ତର ଦେଲା ନାହିଁ । ମୁଁ ମଧ୍ୟ ଅଳ୍ପ ପଛ ଘୁଂଚା ଦେଲି । ଏମିତି ଚାଲିଲା କିଛି ଦିନ।

ମୁଁ କମ୍ପୁଟର ପାଠ ପଢିବାରେ ରେ କମ୍ ତାକୁ ଅଧିକ ଧ୍ୟାନ ଦେଉଥାଏ । ସେ ମଧ୍ୟ ଦେଖୁଥାଏ କିନ୍ତୁ ସେତେବେଳେ ନୂଆ ନୂଆ ପ୍ରେମ ସେଥିପାଇଁ ସେ ମଧ୍ୟ ଲାଜ କରୁ ଥାଏ। ମୁଁ ଧିରେ ଧୀରେ ତାର ସାଙ୍ଗ ମାନଙ୍କ ସହିତ କ୍ଲୋଜ୍ ହେବାକୁ ଚେଷ୍ଟା କରିଲି ଏବଂ ତାହା ସଫଳ ମଧ୍ୟ ହେଲି। ଜାଣିବାକୁ ପାଇଲି ଯେ ଆଗରୁ ତା ପଛରେ ଦୁଇଟି ପୁଅ ଲାଇନ୍ ମାରୁଛନ୍ତି । ମୁଁ ଜାଣି ଅଳ୍ପ ଦୁଃଖୀ ହେଲି କିନ୍ତୁ ଏହି କଥା ମୋ ସାଙ୍ଗ ମାନେ ଜାଣିବା ପରେ ମୋ ସାଙ୍ଗ ମାନେ କହିଲେ ଯେ, ସେ ସେମାନଙ୍କୁ ଭଲ ପାଉଛି ବୋଲି ତୁ ତ ଜାଣିନୁ ନା? ସେଥିପାଇଁ ତୁ ତୋ ଭଲ ପାଇବା ଗାଡିକୁ ଚାଲୁ ରଖ। ଯଦି ତୋ ପ୍ରେମ ଗାଡି କୁ ତା ଷ୍ଟେସନ ରେ ଜାଗା ମିଳିବ ତେବେ ଭଲ କଥା ।ଏକଥା ଶୁଣି ମୁଁ ପୁଣି ଆଗେଇ ଚାଲିଲି ମୋ ପ୍ରେମ ଗାଡ଼ି କୁ ନେଇ ।

ସବୁଦିନ ମୁଁ ଆଗରୁ ଆସି କମ୍ପ୍ୟୁଟର ବାଲକନୀ ରେ ଅପେକ୍ଷା କରିଥାଏ। ସେ ମଧ୍ୟ ଦେଖୁଥାଏ ଏବଂ ଅଜଣା ଭଳି ବ୍ୟବହାର କରି ଚାଲିଯାଏ କିନ୍ତୁ ଯେବେ ମୁଁ କମ୍ପୁଟର କ୍ଲାସ୍ ରେ କିଛି କଥା ହେବାକୁ ଚେଷ୍ଟା କରିବି ସେ କଥା ହୁଏ । ଆମେ ପ୍ରତ୍ୟେକ ଦିନ କିଛି ବାହାନା କରି କଥା ହେଉଥାଉ ସେ ମଧ୍ୟ କଥା ହେଉଥାଏ । ମନରେ କେବଳ ଗୋଟିଏ ଶଙ୍କା ଥାଏ ଯେ ସେ ପ୍ରକୃତରେ ମୋତେ ଭଲ ପାଉଛି ନା ଆଉ କାହାକୁ? ତାହା ମୋତେ ଅଜଣା ଥିଲା ।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।
If the contents helpful so share to your friends, Thanking You.

Love Forever last ( A Story of Love Birds)

Love Forever( A Story of Love Birds) ...last
Love Forever( A Story of Love Birds) …last

ସେପଟେ ରାନି ର ବାହାଘର ମଧ୍ୟ ଠିକ୍ ହେଲା ଏବଂ ରାନି ର ବାହାଘର ରେ ମୋ ଭୋଳା ବାବା ଟଙ୍କା ହିସାବରେ ମାମୁଁ ଙ୍କୁ ବହୁତ୍ ସାହାଯ୍ୟ କରିଲେ । ସେପଟେ ମନ୍ମଥ ରାନି କୁ ଅଳ୍ପ ଭଲ ପାଉଥିଲେ ମଧ୍ୟ ସେ ଭଲ ପାଇବା ଏତେ ମଜବୁତ୍ ନ ଥିଲା। ସେଥିପାଇଁ ସେ ରାନି ର ବାହାଘର ପାଇଁ ମନ ଦୁଃଖ କରିଲା ନାହିଁ ଏମିତି ରେ ମନ୍ମଥ ର ବିବାହ କରିବା ବୟସ ହୋଇନଥିଲା।
ଆମେ ଆମ ଗାଁ ଘରକୁ ସୁନ୍ଦର ଭାବେ ତିଆରି କରି ପୁଣି ଥରେ ଦୁଇ ମହଲା ବିଶିଷ୍ଟ କରିଲୁ ।

ଆଜି କୁ ପ୍ରାୟ ଏଗାର ବର୍ଷ ଗଡି ଗଲାଣି। ମୁଁ କେତେବେଳେ ମୋ ସ୍ବାମୀ ସହିତ ରହେ ତ କେତେବେଳେ ଶାଶୂ ଶଶୁର ଙ୍କ ସହିତ ରୁହେ ।

ଏହି ଏଗାର ବର୍ଷ ର ଅନ୍ତରାଳ ରେ ମୋ ନଣନ୍ଦ ର ବାହାଘର ହୋଇ ଯାଇଛି ଏବଂ ମୋର ଗୁଲୁ ଗୁଲିଆ ପୁଅ ଦୁଇଟି ଜନ୍ମ ହୋଇ ସାରିଲେଣି। ଜଣେ କୁବେର ଆଉ ଜଣେ ରମଣ ଦୁହେଁ ଦୁଇ ବର୍ଷରେ ବଡ ସାନ । ସେମାନେ ଦେଖିବାକୁ ଠିକ୍ ମିହିର ଭଳି ବହୁତ୍ ଶାନ୍ତ ଏବଂ ସରଳ।

ମୋର ଆଉ ମିହିର ର ଭଲ ପାଇବା ସମସ୍ତଙ୍କ ଠାରୁ ଅଲଗା ଏବଂ ସେ ଭଲ ପାଇବା ରେ ପବିତ୍ରତା ଥିଲା ଯାହା ଆଜିକାଲି ଦୁନିଆରେ ତାହା କମ୍ ଦେଖିବାକୁ ମିଳୁଛି । ମୋ ସାଙ୍ଗ ମାନେ ଆଜି ମଧ୍ୟ କୁହନ୍ତି। ତୁମ ଦୁହିଁଙ୍କ ଭଲ ପାଇବା ସମସ୍ତଙ୍କ ଭଲ ପାଇବା ଠାରୁ ବହୁତ୍ ଅଲଗା ।

ମୋ ସାଙ୍ଗ ମାନେ ମୋତେ ପ୍ରଶ୍ନ କରନ୍ତି ତୁମର କଳି ଝଗଡା ହୁଏ ନାହିଁ କି?? ମୁଁ କହେ ଆମର ମଧ୍ୟ କଳି ଝଗଡା ହୁଏ କିନ୍ତୁ ତାହା କିଛି ସମୟ ପାଇଁ ଏବଂ ତାହା ଆଜି ପର୍ଯ୍ୟନ୍ତ, ନା ଆମ ଘରେ, ନା ମୋ ମା ଘରେ, ତାହା କେବଳ ଆମ ଦୁଇ ଜଣକ ଭିତରେ ଏବଂ ଆମ ଝଗଡା କେହି ଦେଖି ନଥିବେ ।

ଆମ ର ଏହି କାହାଣୀ ମୋ ପୁଅ ଦୁହିଁକୁ ବେଳେ ବେଳେ ଶୁଣାଏ କିନ୍ତୁ ଆଜି କାହାଣୀ ରୂପେ ଆପଣଙ୍କ ପାଇଁ ଲେଖିଦେଲି। ବହୁତ୍ ଦିନରୁ ଏହି କାହାଣୀ କେବଳ ମୋ ମନ କାଗଜ ଭିତରେ ଥିଲା କିନ୍ତୁ ଆଜି ଗଳ୍ପ ମାଧ୍ୟମରେ ମୁଁ ଉପସ୍ଥାପନା କରିଛି ।

ଏମିତି ବହୁତ୍ କାହାଣୀ ଘଟି ଯାଇଥିଲା ଆମ ଜୀବନରେ କିନ୍ତୁ ସବୁଠୁ ମଜା ଥିଲା ବିବାହ ପୂର୍ବରୁ । ସେ ସମୟ ର ଘଟଣା ଯେମିତି ଇତିହାସ ର ଗୋଟିଏ ଗୋଟିଏ ପୃଷ୍ଠା ହୋଇ ରହିଯାଇଛି ଏବଂ ତାହା ଆଜି ମଧ୍ୟ ସ୍ମୃତି ହୋଇ ରହି ଯାଇଛି ।

ମୋର ଏହି କାହାଣୀ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ।

ଯଦି ଭଲ ଲାଗିଥିବ ତେବେ ଆପଣଙ୍କ ପ୍ରିୟ ମଣିଷ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।

ଏହା ଥିଲା ( ଅନୁପମା ଚୌଧୁରୀ) ଜୀବନୀ କାହାଣୀ…..

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ,
ସୋଲଣ୍ଡି, ଗଞ୍ଜାମ ।

ଆମେ ଆମ ଗାଁ ଘରକୁ ସୁନ୍ଦର ଭାବେ ତିଆରି କରି ପୁଣି ଥରେ ଦୁଇ ମହଲା ବିଶିଷ୍ଟ କରିଲୁ ।

ଆଜି କୁ ପ୍ରାୟ ଏଗାର ବର୍ଷ ଗଡି ଗଲାଣି। ମୁଁ କେତେବେଳେ ମୋ ସ୍ବାମୀ ସହିତ ରହେ ତ କେତେବେଳେ ଶାଶୂ ଶଶୁର ଙ୍କ ସହିତ ରୁହେ ।

ଏହି ଏଗାର ବର୍ଷ ର ଅନ୍ତରାଳ ରେ ମୋ ନଣନ୍ଦ ର ବାହାଘର ହୋଇ ଯାଇଛି ଏବଂ ମୋର ଗୁଲୁ ଗୁଲିଆ ପୁଅ ଦୁଇଟି ଜନ୍ମ ହୋଇ ସାରିଲେଣି। ଜଣେ କୁବେର ଆଉ ଜଣେ ରମଣ ଦୁହେଁ ଦୁଇ ବର୍ଷରେ ବଡ ସାନ । ସେମାନେ ଦେଖିବାକୁ ଠିକ୍ ମିହିର ଭଳି ବହୁତ୍ ଶାନ୍ତ ଏବଂ ସରଳ।

ମୋର ଆଉ ମିହିର ର ଭଲ ପାଇବା ସମସ୍ତଙ୍କ ଠାରୁ ଅଲଗା ଏବଂ ସେ ଭଲ ପାଇବା ରେ ପବିତ୍ରତା ଥିଲା ଯାହା ଆଜିକାଲି ଦୁନିଆରେ ତାହା କମ୍ ଦେଖିବାକୁ ମିଳୁଛି । ମୋ ସାଙ୍ଗ ମାନେ ଆଜି ମଧ୍ୟ କୁହନ୍ତି। ତୁମ ଦୁହିଁଙ୍କ ଭଲ ପାଇବା ସମସ୍ତଙ୍କ ଭଲ ପାଇବା ଠାରୁ ବହୁତ୍ ଅଲଗା ।

ମୋ ସାଙ୍ଗ ମାନେ ମୋତେ ପ୍ରଶ୍ନ କରନ୍ତି ତୁମର କଳି ଝଗଡା ହୁଏ ନାହିଁ କି?? ମୁଁ କହେ ଆମର ମଧ୍ୟ କଳି ଝଗଡା ହୁଏ କିନ୍ତୁ ତାହା କିଛି ସମୟ ପାଇଁ ଏବଂ ତାହା ଆଜି ପର୍ଯ୍ୟନ୍ତ, ନା ଆମ ଘରେ, ନା ମୋ ମା ଘରେ, ତାହା କେବଳ ଆମ ଦୁଇ ଜଣକ ଭିତରେ ଏବଂ ଆମ ଝଗଡା କେହି ଦେଖି ନଥିବେ ।

ଆମ ର ଏହି କାହାଣୀ ମୋ ପୁଅ ଦୁହିଁକୁ ବେଳେ ବେଳେ ଶୁଣାଏ କିନ୍ତୁ ଆଜି କାହାଣୀ ରୂପେ ଆପଣଙ୍କ ପାଇଁ ଲେଖିଦେଲି। ବହୁତ୍ ଦିନରୁ ଏହି କାହାଣୀ କେବଳ ମୋ ମନ କାଗଜ ଭିତରେ ଥିଲା କିନ୍ତୁ ଆଜି ଗଳ୍ପ ମାଧ୍ୟମରେ ମୁଁ ଉପସ୍ଥାପନା କରିଛି ।

ଏମିତି ବହୁତ୍ କାହାଣୀ ଘଟି ଯାଇଥିଲା ଆମ ଜୀବନରେ କିନ୍ତୁ ସବୁଠୁ ମଜା ଥିଲା ବିବାହ ପୂର୍ବରୁ । ସେ ସମୟ ର ଘଟଣା ଯେମିତି ଇତିହାସ ର ଗୋଟିଏ ଗୋଟିଏ ପୃଷ୍ଠା ହୋଇ ରହିଯାଇଛି ଏବଂ ତାହା ଆଜି ମଧ୍ୟ ସ୍ମୃତି ହୋଇ ରହି ଯାଇଛି ।

ମୋର ଏହି କାହାଣୀ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ।

ଯଦି ଭଲ ଲାଗିଥିବ ତେବେ ଆପଣଙ୍କ ପ୍ରିୟ ମଣିଷ ମାନଙ୍କୁ ସେୟାର କରିବାକୁ ଭୁଲିବେ ନାହିଁ ।

ଏହା ଥିଲା ( ଅନୁପମା ଚୌଧୁରୀ) ଜୀବନୀ କାହାଣୀ…..

ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ,
ସୋଲଣ୍ଡି, ଗଞ୍ଜାମ ।

……………………………………………….
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 19( A Story of Love Birds)

Love Forever( A Story of Love Birds) ...19
Love Forever( A Story of Love Birds) …19

Click here Part-18

ମୋର ରାଗକୁ ସେ ଝିଅ ଦେଖି ତାର ଆଖି ଦୁଇଟି ବଡ ବଡ କରିଦେଲା। ସେ ତା ବାପା ପାଖକୁ ଯାଇ କିଛି ପ୍ରଶ୍ନ କରୁଥିଲା । ସେ ଅଫିସର ନିଜ ଝିଅ କୁ ବୁଝେଇ କହିଲେ, ନାହିଁ ମା,, ଏହି ପରିବାର ତୋତେ ତାଙ୍କ ଘର ର ବୋହୂ ହେବାକୁ ଅନୁମତି ଦେବେ ନାହିଁ ଏବଂ ଓଡ଼ିଆ ହିନ୍ଦୁ ପରମ୍ପରା ରେ ଦ୍ଵିତୀୟ ସ୍ତ୍ରୀ ର ଅନୁମତି ପାଇଁ ବହୁତ୍ କଟକଣା। ଏତିକି ଶୁଣି ସେ ଝିଅ ଅଳ୍ପ କାନ୍ଦ କାନ୍ଦ ହୋଇ ଯାଇ କାର୍ ରେ ବସିଲା।

ମୁଁ ଗୋଟିଏ ଦୀର୍ଘ ନିଃଶ୍ୱାସ ନେଲି । ସେ ଅଫିସର ମିହିର ପାଖକୁ ଆସିଲା । ଆମ ଦୁହିଁକୁ ଡାକି ଆଶୀର୍ବାଦ ଦେଲେ। ସମସ୍ତେ ଆଶ୍ଚର୍ଯ୍ୟ ଥିଲେ ଏବଂ ଆମ ହାତରେ କିଛି ଟଙ୍କା ଦେଇ କହିଲେ ତମେ ଯଦି ଏତିକି ଅଭିନୟ କରି ନଥାନ୍ତ, ତେବେ ମୋ ଝିଅ କେବେ ବୁଝି ନଥାନ୍ତା।

ମିହିର ସହିତ ଆମେ ପୁଣି ଆଶ୍ଚର୍ଯ୍ୟ ରେ ଚାହିଁ ରହିଲୁ। ମନେ ମନେ ଭାବିଲୁ ସେ ଅଫିସର କେମିତି ଜାଣିଲା? ପରେ ସେ ଅଫିସର କହିଲା । ମୁଁ ସବୁ ଜାଣି ସାରିଛି ତୁମର ବିବାହ ହୋଇ ନାହିଁ ଏବଂ ତମେ ଆଗକୁ ବିବାହ କରିବାକୁ ଯାଉଛ । ମିହିର ଚୁପ୍ ରହିଲା ଏବଂ ସେ ପ୍ରଶ୍ନ କରିଲା ଆପଣ କେମିତି ଜାଣିଲେ ? ସେ ଅଫିସର କହିଲେ ମୁଁ ଗତ ୧୨ ବର୍ଷ ହେଲା ପିଲା ମାନଙ୍କୁ ଟ୍ରେନିଂ ଦେଇ ଆସୁଛି ।

ମୁଁ ମଧ୍ୟ ଓଡ଼ିଆ ଭାଷା ବୁଝେ, ମାତ୍ର କହି ପାରେନା । ମୋ ଝିଅ ର ଜିଦ୍ ପାଇଁ ତୁମକୁ ବହୁତ୍ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଲା । ତା ପାଇଁ ମୁଁ ତୁମକୁ କ୍ଷମା ମାଗୁଛି । ତମେ କରିଥିବା ନାଟକ ଯେମିତି ସତ ଲାଗିଲା । ମୋ ଝିଅ ଗୋଟିଏ ମାନସିକ ରୋଗୀ ସେ ବେଳେବେଳେ ଏମିତି ହୁଏ ।

କିନ୍ତୁ ଆଜି କିଛି ଅଧିକା ହୋଇଗଲା ଏବଂ ବର୍ତ୍ତମାନ ସେ ବୁଝି ଯାଇଛି ଆଉ କେବେ ଆସିବ ନାହିଁ । ତମେ ଶୀଘ୍ର ବିବାହ କରି ନିଅ। ଏବଂ ନିଜ ବୈବାହିକ ଜୀବନରେ ଖୁସିରେ ରୁହ କହି ସେ ଅଫିସର ନିଜ ଝିଅକୁ ସାଥିରେ ନେଇ ଫେରିଗଲେ।

କିଛି ଘଣ୍ଟା ପୂର୍ବରୁ ଘର ର ସମସ୍ତ ସଦସ୍ୟ ଙ୍କ ମୁହଁରୁ ଯେମିତି ହସ ଉଭେଇ ଯାଇଥିଲା କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ହସ ଫେରି ଆସିଛି। ମିହିର ର ମିଛରେ ଯେମିତି ସ୍ତ୍ରୀ ପ୍ରତି ଭଲ ପାଇବା ସେଦିନ ଦେଖା ଦେଇଥିଲା। ଏହି ନାଟ୍ୟ ରୂପାନ୍ତର ରେ ସମସ୍ତେ ଭାଗ ନେଇଥିଲେ । ସମସ୍ତେ ହସିବାକୁ ଲାଗିଲେ ।

ମୋତେ ମିହିର ର ପରିବାର ବୋହୂ ବେଶରେ ଦେଖି ବହୁତ୍ ଖୁସି ହେଲେ। ଦିଦି ମୋତେ ନେଇ ତାଙ୍କ ଘର ସାରା ବୁଲେଇ ଦେଖାଇଲେ ଏବଂ ମା ଖୁସି ହୋଇ କହିଲେ ତୁ ଆସିଲା ପରେ ହିଁ ଏହି ସମସ୍ୟା ସମାଧାନ ହେଲା। ଲାଗୁଛି ତୁ ଆସିବା ପରେ ଆମ ଘରେ ନୂଆ ନିୟମ ଆରମ୍ଭ ହେବ ଏବଂ ସେ ନିୟମ ତୁ ଗଠନ କରିବୁ ।

ବାପା ଏବଂ ମୋର ଶଶୁର ଦୁହେଁ ବହୁତ୍ କଥା ହେଲେ । ଦିଦି ମୋତେ ନେଇ ମିହିର ର ରୁମ୍ ରେ ବସେଇ କହିଲେ ତୁ ଏଠି ବସ୍ । ତମ ପାଇଁ କିଛି ଖାଇବା ନେଇ ଆସୁଛି । ଦିଦି ଚାଲିଗଲେ ଏବଂ ମିହିର ରୁମ୍ ଭିତରକୁ ପଶି ଆସି ଏବଂ କବାଟ ବନ୍ଦ କରିଦେଲା। କବାଟ ବନ୍ଦ କରିବାର ଦେଖି ମୁଁ କହିଲି କବାଟ କାହିଁକି ବନ୍ଦ କରୁଛ ?

ମିହିର ପାଟି ଚୁପ୍ ର ଇଶାରା ଦେଇ ମୋ ପାଖକୁ ଆସି ମୋତେ କୁଂଢ଼େଇ ନେଲା। ମୁଁ ବହୁତ୍ ଖୁସି ହେଲି । ଆଜି ପ୍ରଥମ ଥର ପାଇଁ ମିହିର ମୋତେ ହଗ୍ କରିଲା। ତାର କାରଣ ପଚାରିବା ପରେ ମିହିର କହିଲା , ସେ ଝିଅ ଆସିଲା ପରେ ମୁଁ ଯେମିତି ବାଟବଣା ହୋଇଗଲି।

କଣ କରିବି ଭାବି, ଏମିତି କହିଦେଲି କିନ୍ତୁ ତମେ ଆଜି ସତରେ ମୋ ସ୍ତ୍ରୀ ର କାର୍ଯ ଭାର ଉଠେଇଛ । ଆମ ଘର ର ବୋହୂ ପରି ଲାଗୁଛ ସେହି ଖୁସିରେ ତମକୁ ଏ ହଗ୍ ଟିଏ ମିଳିଲା । ତାପରେ ମୁଁ ଯାଇ କବାଟ ଖୋଲି ଆସିଲି। କହିଲି ଦିଦି ଆସିଯିବେ । ମିହିର କହିଲା , ସେ ଆସିବ ନାହିଁ , ସେ ମୋତେ ଏଠି ଜାଣି ଶୁଣି ପଠେଇଛି ।

ମିହିର ସତରେ ବହୁତ୍ ଡରି ଯାଇଥିଲା । ଏମିତି ଘଟଣା ହେବ ବୋଲି ସେ ମଧ୍ୟ ଭାବି ନଥିଲା । ସେ କହିଲା , ମୋତେ ଯେମିତି ଅନୁଭବ ହେଉଥାଏ ମୋ ଠାରୁ ମୋ ବାୟାଣୀ କୁ କିଏ ଦୂରେଇବା ପାଇଁ ଆସିଯାଇଛି କିନ୍ତୁ ମିହିର ର ଆଇଡିଆ କାମ କରିଲା । ମିହିର ଆଉ ମୁଁ ଅଳ୍ପ ସମୟ ବସି କଥା ହେଲୁ।

ବାପା ମୋତେ ଡାକ ଦେଲେ , ଝିଅ ଯିବା ଆସ । ମୋ ଶଶୁର ମାନେ ମିହିର ର ବାପା କହିଲେ , ଝିଅ କୁ କାହିଁକି ନେଇ ଯାଉଛନ୍ତି ତାକୁ ଏଠି ଛାଡ଼ି ଚାଲି ଯାଆନ୍ତୁ । ସେ ଏହି ଘରକୁ ବୋହୂ ବେଶରେ ଆସିଯାଇଛି । ଆମକୁ ଆଉ କିଛି ଦରକାର ନାହିଁ ସେତିକିବେଳେ ମିହିର ମଧ୍ୟ କହି ଉଠିଲା , ହଁ ବାପା ଅନୁ ଏଠି ରହିଯାଉ ।

ମୋ ବାପା ଏବଂ ସମସ୍ତେ ମିଶି ହସିଲୁ । ବାପା କହିଲେ ମୁଁ ମୋ ସୁନା ନାକି ଝିଅ କୁ ମୋ ପୁଅ ମିହିର ହାତରେ ଦେବୀ କିନ୍ତୁ ଧୁମ୍ ଧାମରେ ବିବାହ ଉତ୍ସବ କରି ମିହିର ହାତରେ ଦେବୀ ଆଉ କିଛି ଦିନ ଅପେକ୍ଷା କରନ୍ତୁ। ତାପରେ ଆମେ ଦୁହେଁ ଫେରିଗଲୁ ଆମ ଘରକୁ। ଆମ ଘରେ ମଧ୍ୟ ସେ ଘଟଣା ଶୁଣି ବହୁତ୍ ହସିଲେ ।

ଠିକ୍ ଚାରି ଦିନ ପରେ ଏଙ୍ଗେଜମେଣ୍ଟ ହେଲା ଏବଂ ବାହା ଘର ତିଥି ପାଇଁ ଯୋଗ ବାହାର କରା ଗଲା କିନ୍ତୁ ଇତି ମଧ୍ୟରେ ଦିଦି ଙ୍କ ପାଇଁ ମଧ୍ୟ ପ୍ରସ୍ତାବ ଆସି ଠିକ୍ ହେଲା ଏବଂ ତାଙ୍କର ମଧ୍ୟ ମୋ ଏଙ୍ଗେଜମେଣ୍ଟ ହେବାର ୫ ଦିନ ପରେ ହେଲା । ଠିକ୍ ଚାରି ମାସ ପରେ ମିହିର କହିଲା ଦିଦି ର ବାହାଘର ଆମ ବାହାଘର ର ୫ ଦିନ ପୂର୍ବରୁ ହେଲା ଏବଂ ପରେ ଆମ ବାହାଘର ଧୁମ୍ ଧାମ ରେ ହେଲା ।

ବାହାଘର ପରେ ମୋର ସବୁ ଆଶା ପୂରଣ ହୋଇଗଲା । ମୋ ରାଜକୁମାର ମୋତେ ମିଳିଗଲା ଏବଂ ଆମ ପ୍ରେମ ଏକ ନୂଆ ଇତିହାସ ସୃଷ୍ଟି କରିଗଲା । ବହୁ ସମସ୍ୟା ଦେଇ ଗତି କରିବା ପରେ ଆମର ବିବାହ ସମ୍ପନ୍ନ ହେଲା ।

ଜାଣିଛନ୍ତି ଏଙ୍ଗେଜମେଣ୍ଟ ପରେ ମିହିର ପ୍ରତ୍ୟେକ ଦିନ ମୋତେ ଦେଖା କରିବାକୁ ଆସେ ଏବଂ ଆମେ ନୂଆ ନୂଆ ସ୍ଥାନ କୁ ବୁଲିବାକୁ ଯାଉ । କିଛି ଦିନ ପରେ ସେ ଛୁଟି ଚାଲିଗଲା। ପୁଣି ଆସିଲା ପରେ ସେମିତି ବୁଲାବୁଲି । ଏମିତି କି ବାହାଘର ଦିନ ପର୍ଯ୍ୟନ୍ତ ବୁଲାବୁଲି ପ୍ରତିଦିନ ଦେଖା ସାକ୍ଷାତ ହେଉଥିଲା ।

ମିହିର ମୋତେ ପବିତ୍ରତା ରୂପରେ ଗ୍ରହଣ କରି ଖୁସି ଅନୁଭବ କରିବା ପରେ ମୋତେ ମଧ୍ୟ ଅନୁଭବ ହେଲା ଯେ ସମ୍ପର୍କ ରେ ପବିତ୍ରତା ରହିବା ଦରକାର ଯେଉଁ ସମୟରେ ଯାହା ଦରକାର ଏବଂ କଣ କରିବା ଉପଯୋଗୀ ତାହା ମୋତେ ମିହିର ସବୁବେଳେ ବୁଝାଏ ଏବଂ ସମୟ ସମୟରେ ମୋ ମନ ପସନ୍ଦ ର ଜିନିଷ ଉପଲବ୍ଧ କରେଇ ଥାଏ।

ସେ ମୋର ସବୁ ଆଶା ପୂରଣ କରୁଥାଏ । ଯେବେ ଯାହା ଦରକାର ତାହା କିଛି ସମୟ ଭିତରେ ମୋ ପାଖରେ ପହଞ୍ଚି ଯାଉଥିଲା । ଆମର ସାଂସାରିକ ଜୀବନ ଏତେ ଉଜ୍ଜଳ ମୟ ହେବ ବୋଲି ମୁଁ କେବେ ମଧ୍ୟ ଭାବି ନଥିଲି।

ଆଜି ମୁଁ ମିହିର ବୋଲି ଡାକେ ନାହିଁ କାରଣ ଭାରତୀୟ ସଂସ୍କାର ଅନୁସାରେ ସ୍ବାମୀ ଙ୍କ ନାମ ସ୍ତ୍ରୀ ତାର ମୁଖରେ ନିଏ ତେବେ ତାକୁ ପାପ ଲାଗିଥାଏ । ମୁଁ ତାଙ୍କୁ ଗେଲରେ ଭୋଳା ବାବା, ତ କେବେ ଗେଲୁତ ଆଉ କେବେ ଧନବୋଲି ଡାକେ ।

……………………………………………
ଶେଷ ଭାଗ ରେ ପଢ଼ିବେ : (ମୋର ଆଉ ମିହିର ର ଭଲ ପାଇବା ସମସ୍ତଙ୍କ ଠାରୁ ଅଲଗା ଏବଂ ସେ ଭଲ ପାଇବା ରେ ପବିତ୍ରତା ଥିଲା )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.