ଗରିବି

ଝାଟି ମାଟି ର ଛଣ ଛପର କୁଡିଆ ଘର ମୋର 
ଶିତ କାକର ବରଷା ଖରା କୁ ଲାଗେ ନାହିଁ ମୋତେ ଡର
ଦେଖାଯାଏ ମୋର ଚାଳ କୁଡିଆ ଘରେ
ଆକାଶ ର ଜହ୍ନ ତାରା
ଦେଖାଯାଏ ମୋର ଚାଳ କୁଡିଆ ଘରେ
ଆକାଶେ ଉଦୟ ସୁର୍ଯ୍ୟ ସୁନେଲି ଖରା ।

ବରଷା ପାଣିରେ ଟିପ ଟିପ ପାଣି 
ଗଲେ ମୋ କୁଡିଆ ଘର ସାରା
ଛଣ ଛପର କୁ ସଜାଡୁ ଥାଏ
ମୁଁ କରି ଫରଫାରା ।

ଘରେ ନାହିଁ ମୋର ଫେନ୍ ଏସି କୁଲର୍
ନାହିଁ ମୋ ପାଖରେ ଗାଡି ଘୋଡା ସ୍କୁଟର 
ଗାଈ କୁକୁଡା ଛେଳି ପଟେ ମୁଁ ପାଳିଛି
ହିଟର୍ ନାହିଁ ଗ୍ୟାସ ଚୁଲା ନାହିଁ
କାଠ ଚୁଲିରେ ନିଆ ମୁଁ ଜାଳୁଛି।

ନାହିଁ ମୋ ପାଖରେ ପ୍ରେସର୍ କୁକର୍ 
ନାହିଁ ଫ୍ରୀଜ୍ ଗଡ୍ ରେଜ୍ ଗ୍ରାଇଣ୍ଡର୍ ଟିବି
ବିଜୁଳି ବତି ନାହିଁ ବୋଲି ଜାଳିଛି 
କିରୋସିନି ବତୀ ଓ ଆଲୁଅ ଡିବି ।

ନାହିଁ ମୋର ପକ୍କା ଘର 
ନାହିଁ ପଲଙ୍କ ସୋଫା ସେଟ୍ ହୁଇଲ ଚେୟାର 
ମାଟି କୁଡିଆ ଘର ହିଁ ମୋ ଜୀବନ 
ବନ୍ୟା ବାତ୍ୟା ରୁ କରେ ମତେ କେୟାର ।

ଜ୍ବର କୁ ମୁଁ ଛଟ ପଟ ହେଲେ ଖାଏ 
ଚେରି ମୁଳି ମେଡିସେନ୍
ଟଙ୍କା ପଇସା ନାହିଁ ବୋଲି
ନିଏ ନାହିଁ ମୁଁ ଇନ୍ ଜେକ୍ ସେନ୍ ।

Advertisements

ଖାଇବା ପିଇବା ଅଭାବ ଯୋଗୁ
ବିଦ୍ୟାଳୟ ନ ଯାଇ
ହୁଏ ମୁଁ ଦିନ ମଜୁରୀଆ କୁଲି
ତେବେ ଯାଇ ଜଳିବ ଆମ ଘର ଚୁଲି ।

ଛିରା ଫଟା କତରା ପୋଷାକ ବି
ପିନ୍ଧି ବାକୁ କୁ ଲାଗେ ନାହିଁ 
ମତେ ଲାଜ,
ମାଗି ଜାଚି ବି ମୁଁ ପେଟ ପାଳେ ତୋରାଣି ଖୁଦ ପେଜ ।

ଖାଲି ପକେଟ ଖାଲି ପେଟ ଶିଖାଏ
ଦୁନିଆର ସବୁ କାମ
ହାଡ ଭଙ୍ଗା ପରିଶ୍ରମ କରାଇ
ଦିଅନ୍ତି ନାହିଁ କେ ଉଚିତ ଦାମ ।

ସାର୍ଟିପିକେଟ ମାଳମାଳ ହୋଇ ପଡିଛି 
ମୋ କୁଡିଆ ଘରେ
ନାହିଁ ଆଜି ରୋଜଗାର
ଅସିମ ଅଭାବ କୁ ସିମିତ ସମ୍ବଳ 
ଜୀବନ ର ଉପହାର ।

ଗରିବି ବଡ ରୋଗ ଟି 
କରୁଛି ମତେ ପତନ
ଗରିବି ହଟାଇବା ପାଇ 
ମୁଁ କରୁଛି ସର୍ବଦା ଚିନ୍ତନ ।

ହୃଷିକେଶ କୁଶୁଲିଆ (ଲେଖକ)
ମୁନିଗୁଡ଼ା, ରାୟଗଡ଼ା ।


Leave a Reply

Your email address will not be published. Required fields are marked *